Author: BMC NEWS ODISHA

କୋରାପୁଟ: ତା -୧୮/୦୩(ବିଏମସି ଟିଭି ଓଡ଼ିଆ) ଆଜି ଶ୍ରୀ ଜଗନ୍ନାଥ ଦର୍ଶନ ତୀର୍ଥ ଯାତ୍ରାର ଶୁଭାରମ୍ଭ ଜିଲ୍ଲାପାଳ କୋରାପୁଟ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ଦ୍ୱାରା ହୋଇଯାଇଛି। ଏହି ଯାତ୍ରା ରେ କୋରାପୁଟ ଜିଲ୍ଲା ର ବିଭିନ୍ନ ବ୍ଲକ ଓ ପୌରପାଳିକା ରୁ ୧୮୫ ଜଣ ତୀର୍ଥ ଯାତ୍ରୀ ଆଜି ସନ୍ଧ୍ୟା ୬ ଘଟିକା ରେ ଶ୍ରୀକ୍ଷେତ୍ର ପୁରୀ କୁ ଗସ୍ତ କରିଛନ୍ତି। ଆଜି ସର୍ବ ପ୍ରଥମେ ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କୁ କିଛି କିଛି ଜରୁରୀ ଔଷଧ ପ୍ରଦାନ କରାଯାଇଥିଲା। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, କୋରାପୁଟ ତପନ କୁମାର ନାୟକ, ନରେଶ ଚନ୍ଦ୍ର ଶବର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ବେଣୁଧର ଶବର, ଜିଲ୍ଲା ପରିବହନ ସଂଚାଳକ ଆରୋଷି ସାହୁ ଯୋଗଦାନ କରି ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କ ଶୁଭ ଯାତ୍ରା ପାଇଁ…

Read More

କୋରାପୁଟ: ତା – ୧୭/୦୩(ବିଏମସି ଟିଭି ଓଡ଼ିଆ)କୋରାପୁଟ ଜିଲ୍ଲାର ୧୪ ଟି ବ୍ଲକରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆକଳନ ପରୀକ୍ଷା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାରେ ୧୦୦୩ ଟି କେନ୍ଦ୍ରରେ ୫୧୩୩ ପୁରୁଷ ଓ ୮୫୮୪ ମହିଳା ମିଶି ମୋଟ ୧୩୨୧୭ ଜଣ ୧୫ ବର୍ଷରୁ ଉର୍ଦ୍ଧ ନିରକ୍ଷର ଏହି ପରୀକ୍ଷାରେ ଯୋଗ ଦେଇଥିଲେ ବୋଲି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ସୂଚନା ଦେଇଥିଲେ। ଜିଲ୍ଲାର ଜୟପୁର,କୋରାପୁଟ ଓ ବୈପାରିଗୁଡା ବ୍ଲକ୍ଅନ୍ତର୍ଗତ ବିଭିନ୍ନ କେନ୍ଦ୍ରକୁ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ପରିଦର୍ଶନ କରିଥିବା ଜଣାପଡିଛି।ସେହିପରି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରା ଓ ଶ୍ରୀମତୀ ଅର୍ପିତା ପ୍ରଧାନ ବିଭିନ୍ନ ବ୍ଲକରେ ଅନୁଷ୍ଠିତ କେନ୍ଦ୍ର ଗୁଡ଼ିକୁ ପରିଦର୍ଶନ କରିଥିଲେ।ନିଜ ବ୍ଲକର କେନ୍ଦ୍ର ଗୁଡ଼ିକୁ ବିଇଓ, ଏବିଇଓ ଓ ସିଆରସିସି ମାନେ ପରିଦର୍ଶନ କରିଥିବା ଜଣାପଡିଛି। ସୂଚନlଯୋଗ୍ୟ ଗ୍ରାମାଞ୍ଚଳ ରେ ଅଧାରୁ…

Read More

ବୋଲଗଡ: ତା – ୧୭/୦୩ (ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଠାରେ ସେନ୍ କୋ ଗୋଲ୍ଡ ପରିସରରେ ସ୍ଵେଚ୍ଛାସେବୀ ସଂଗଠନ କଳିଙ୍ଗ ସ୍ପୋଟିଙ୍ଗ କ୍ଳବ୍ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସାଧାରଣ ସମ୍ପାଦିକା ସୁବ୍ରତା ବନ୍ଧୋପାଧ୍ୟାୟଙ୍କ ତତ୍ତ୍ଵାବଧାନରେ ହୋଇଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ରୁଦ୍ରନାରାୟଣ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ସମାଜସେବିକା ତଥା ଆଇନଯିବି ମନୋସ୍ମିତା ଜେନା,ଶ୍ରୀମତୀ ରଶ୍ମିମୟୀ ପଟ୍ଟନାୟକ, ନିବେଦିତା ଲେଙ୍କା, ଓ (କେ ଏସ ସି) ସଭାପତି ନମ୍ରଦା ଶତପଥୀ ପ୍ରମୁଖ ଯୋଗ ଦେଇଥିବା ବେଳେ ସମସ୍ତ ଜିଲ୍ଲାରୁ ୭୦ ରୁ ଉର୍ଦ୍ଧ ସମାଜସେବୀ ମହିଳା ଯୋଗ ଦେଇଥିଲେ। ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଅତିଥି ମାନେ ନିଜ ବକ୍ତବ୍ୟରେ ମହିଳାଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ଓ ଶିକ୍ଷଣୀୟ ଉପରେ ଆଲୋକପାତ କରିଥିଲେ। ଏହି ମହିଳା ଦିବସରେ କେ…

Read More

ବେଲଗୁଣ୍ଠା: ତା -୧୬/୦୩ (ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି ବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ କିଛି କିଛି ସମସ୍ୟା ଲାଗି ରହିଛି । ପାଖାପାଖି ଏକ ବର୍ଷ ହେବ ବେଲଗୁଣ୍ଠାରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷାଧିକାରୀ ନଥିବା ବେଳେ ଭଞ୍ଜନଗର ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ବେଲଗୁଣ୍ଠାର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ସେହିପରି କାର୍ଯ୍ୟାଳୟରେ ତିନୋଟି ଏବିଇଓ ପଦବୀ ମଧ୍ୟରୁ ଗତ ବର୍ଷ ଦୁଇଜଣ ଏବିଇଓ ଅବସର ଗ୍ରହଣ କରି ସାରିଥିବାରୁ ଦୁଇ ଜଣ ବରିଷ୍ଠ ଶିକ୍ଷକ ଭାରପ୍ରାପ୍ତ ଏବିଇଓ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଆସନ୍ତା ମାସରେ ଆଉ ଜଣେ ଏବିଇଓ ମଧ୍ୟ ଅବସର ଗ୍ରହଣ କରିବାର ସୂଚନା ରହିଛି । ସ୍ଥାୟୀ ଅଧିକାରୀଙ୍କ ବିନା ବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ସମସ୍ୟା ପରିଚାଳନାର ବିଭ୍ରାଟ ସୃଷ୍ଟି ହେବା ସ୍ୱାଭାବିକ । ବ୍ଳକ୍ ର ସତୁରୀ ପ୍ରତିଶତ ବିଦ୍ୟାଳୟରେ ନିୟମିତ ପ୍ରଧାନ…

Read More

ଗୁଡାରି /ଗୁଣପୁର:ତା-୧୬/୦୩(ବିଏମସି ଟିଭି ଓଡ଼ିଆ) ଗୁଡାରି ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ସରିବା ପରେ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣି, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ ଗୁଡାରି ବ୍ଲକ ମଧୁବନ ପଞ୍ଚାୟତର ପାହାଡ଼ ଶିଖର ଗ୍ରାମ କର୍ଲଗୁଡି, ରେଙ୍ଗାପଦର ଓ କେପିଟି ଆଦି ଗସ୍ତ କରିଥିଲେ । ଦୀର୍ଘ ୦୫ ରୁ ୦୭କିମି ପାଦରେ ଚାଲି ପାହାଡ଼ ଚଢି ନାଳ ପାର ହୋଇ ସମସ୍ତ ଗ୍ରାମ ଗସ୍ତ କରି ଲୋକଙ୍କ ମୌଳିକ ସୁବିଧା ପଚାରି ବୁଝିଥିଲେ । ଆଧାର କାର୍ଡ ଓ ଖାଉଟି କାର୍ଡ ସମସ୍ୟା ବହୁ ପରିମାଣରେ ଥିବା ଯୋଗୁଁ ତୁରନ୍ତ ଏକ କ୍ୟାମ୍ପ କରି ଲୋକଙ୍କ ଆଧାର ଓ ଖାଉଟି କାର୍ଡ କରିବା ସହ ସେମାନଙ୍କୁ ଆଧାର ଓ ଖାଉଟି କାର୍ଡ ଯୋଗାଇ ଦେବାକୁ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ସମୀକ୍ଷା…

Read More

ପୋଲସରା: ତା -୧୬/୦୩(ବିଏମସି ଟିଭି ଓଡ଼ିଆ) ପୋଲସରା ବ୍ଲକ ରୁମାଗଡ଼ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଦ୍ବିତୀୟ ପର୍ଯ୍ୟାୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଡ଼ିଓ ସୋନମ୍ ବେହେରା, ସା°ସଦ ପ୍ରତିନିଧି ଶରତ ଚନ୍ଦ୍ର ପାଣିଗ୍ରାହୀ, ସିଡ଼ିପିଓ ତିଳୋତ୍ତମା ରାଉତ ପ୍ରମୁଖ ଯୋଗଦେଇଥିଲେ।ଏଥିରେ ମୋଟ୍ ୧୫ଟି ଅଭିଯୋଗ ପଞ୍ଜୀକରଣ ହୋଇଥିବାବେଳେ ୬ ଜଣଙ୍କୁ ଭତ୍ତା ବଣ୍ଟନ ଜଣେ ମହିଳା ଗ୍ରୁପକୁ ଆର୍ଥିକ ଋଣ ଏଵଂ ୨୩ ଜଣଙ୍କୁ ଘରବାରି ପଟ୍ଟା ଦିଆଯାଇଥିଲା। ଉକ୍ତ ଶିବିରରେ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପ୍ରଭାକର ପଣ୍ଡା ପଞ୍ଚାୟତ ସରପଞ୍ଚ ଜିତୁ ବିଷୋୟୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଦଳାଇ, ଜନଶୁଣାଣି ଅଧିକାରିଣୀ ଲିପ୍ସା ରାଣୀ ଭଞ୍ଜ ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ୱରୂପ ତ୍ରିପାଠୀ, ଫରେଷ୍ଟର୍ ଗାର୍ଡ କାର୍ତ୍ତିକ ସାହୁଙ୍କ…

Read More

ବେଲଗୁଣ୍ଠା: ତା -୧୬/୦୩(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମ ଖେଳପଡ଼ିଆରେ ଚଳିତ ବର୍ଷ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଅଣ୍ଡର୍ –୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ର ପ୍ରଥମ ସିଜନ୍ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ୍ ରେ ମୋଟ ୮ଟି ଦଳ ସହଭାଗ କରିଥିବା ବେଳେ ପ୍ରତ୍ୟେକ ମ୍ୟାଚ ୫ ଓଭର ବିଶିଷ୍ଟ ଥିଲା। ଟୁର୍ଣ୍ଣାମେଣ୍ଟ୍ ର ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ କମଳ ପ୍ରଧାନ ଉଦ୍ଘାଟକ ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମହନ୍ତ ରାମ କୃଷ୍ଣ ଦାସ ଉପସ୍ଥିତ ଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଦୈତାରୀ ମହାରଣା ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମାଜସେବୀ ମଦନ ମୋହନ ସ୍ୱାଇଁ ଓ ନାଟ୍ୟ ନିର୍ଦ୍ଦେଶକ ଜୟନ୍ତ ବେହରା ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ…

Read More

ବାଲିମେଳା: ତା -୧୬/୦୩ (ବିଏମସି ଟିଭି ଓଡିଆ) ମାଲକାନଗିରି ଜିଲ୍ଲା ବାଲିମେଳା ଜଗନ୍ନାଥ ମନ୍ଦିରର ପ୍ରାଙ୍ଗଣରେ ସମସ୍ତ ଜାତି ଜନଜାତିର ମୁଖିଆ ମାନଙ୍କୁ ନେଇ ରବିବାର ଏକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମନତ କୁମାର ବେହେରା,ବି ଅରୁଣ କୁମାର ପାତ୍ର, ଚିତ୍ତରଞ୍ଜନ ନାୟକ, ବିଜୟ କୁମାର ପ୍ରଧାନ,ମାଲ୍ୟାବନ୍ତଗିରି ସ୍ୱେଚ୍ଛାସେବୀ ସମିତିର କର୍ମକର୍ତ୍ତା ସହଯୋଗରେ ଜିଲ୍ଲାରେ ୩୦ଟି ଜାତିର ପ୍ରମୁଖ ମାନଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ୧୮ଜାତିର ପ୍ରମୁଖ ମାନେ ଯୋଗ ଦେଇଥିଲେ।ଅଖଣ୍ଡ ଭାରତ ତଥା ହିନ୍ଦୁ ସମାଜର ଏକତା, ପ୍ରଗତି ତାଙ୍କ ଜାତିର ଅବଦାନ ବିଷୟରେ ପରିପ୍ରକାଶ କରିଥିଲେ।ଆଗାମୀ ଦିନରେ ହେଉଥିବା ବିଧର୍ମୀଙ୍କ ଚକ୍ରାନ୍ତ ନପଡ଼ିବା ପାଇଁ ଆଲୋଚନା ହୋଇଥିଲା।ପିଢ଼ି ପିଢ଼ି ଧରି ଚାଲୁଆସିଥିବା କୌଳିକ ବୃତି,ସ୍ୱଭାଲମ୍ବୀ,ମହିଳା ଶିକ୍ଷା,ସୁସଙ୍ଗଠିତ ପରିବାର ବ୍ୟବସ୍ଥା ପାଇଁ ଜିଲ୍ଲା ସଦଭାବନା ପ୍ରମୁଖ ଶଶୀ ଭୂଷଣ ମିଶ୍ର ବୁଝାଇଥିଲେ।ବିଶ୍ୱ କଲ୍ୟାଣ ପାଇଁ ନିବେଦନ ପରେ ସଭା ସାଙ୍ଗ ହୋଇଥିଲା। ବାଲିମେଳା ରୁ ଦିଲୀପ କୁମାର…

Read More

ବାଲିମେଳା: ତା -୧୬/୦୩(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ପ୍ରତି ଦୁଇ ବର୍ଷ ବ୍ୟବଧାନରେ ଦୀର୍ଘ ବର୍ଷ ହେବ ପାଳିତ ହୋଇ ଆସୁଛି ଶ୍ରୀ ଶ୍ରୀ ସର୍ବ ଗ୍ରାମଦେବୀ ମହାମେଳନ ବଡ଼ଯାତ୍ରା ଏହି କ୍ରମରେ ଚଳିତ ବର୍ଷ ଏପ୍ରିଲ ମାସ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ମୋଟ ୫ ଦିନ ଧରି ରୀତିନୀତି ଅନୁସାରେ ବହୁ ଆଡମ୍ବର ସହିତ ଅନୁଷ୍ଠିତ ହେବ ବୋଲି ବାଲିମେଳା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ସର୍ବସମ୍ମତ୍ତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଠାକୁରାଣୀ ଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବାଲିମେଳା ଏନଏସିର ଅଧ୍ୟକ୍ଷ ତଥା ଠାକୁରାଣୀ ଯାତ୍ରା କମିଟିର ସଭାପତି ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ବରେ ରବିବାର ସନ୍ଧ୍ୟାରେ ବାଲିମେଳା ସହରରେ ଥିବା କଲ୍ୟାଣମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ସହତ ଠାକୁରାଣୀ ଯାତ୍ରା ପରିଚାଳନା ନିମନ୍ତେ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା।ପୁନର୍ବାର…

Read More

ବାଙ୍କୀ: ତା -୧୬/୦୩(ବିଏମସି ଟିଭି ଓଡ଼ିଆ) ଉପଖଣ୍ତ ପ୍ରଶାସନ ପକ୍ଷରୁ ଗ୍ରୀଷ୍ମ କାଳିନ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଗୁରୁବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ପ୍ରଣବ କୁମାର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଉପଖଣ୍ତର ସମସ୍ତ ବିଡିଓ ଏବଂ ପାନୀୟ ଜଳଯୋଗାଣ ବିଭାଗ ଜଳ ସମସ୍ୟା ଦୂର ନିମନ୍ତେ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ। ଜଳାଭାବ ଅଞ୍ଚଳ ଗୁଡିକରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବା ସହ ଏନ.ଏ.ସି ମଧ୍ୟରେ ପାନୀୟ ଜଳ ପାଇପ ଦ୍ୱାରା ଯୋଗାଇବା ଓ ଅଚଳ ନଳକୂପ ଗୁଡିକର ଯୁଦ୍ଧ କାଳୀନ ଭିତ୍ତିରେ ମରାମତି ଦିଗରେ ପଦକ୍ଷେପ ନେବାକୁ ଵିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଉପଖଣ୍ତ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ସ୍ୱତନ୍ତ୍ର ଶିତତାପ ନିୟନ୍ତ୍ରିତ କକ୍ଷ ପ୍ରସ୍ତୁତ କରିବା, ଆଵଶ୍ୟକ ପରିମାଣର ଓ.ଆର.ଏସ ଓ…

Read More

ରାୟଗଡା: ତା,- ୧୬/୦୩(ବିଏମସି ଟିଭି ଓଡ଼ିଆ) ଆଜି ରାୟଗଡା ଜିଲ୍ଲା ର କଲନରା ବ୍ଲକ ଅଧୀନରେ ଯାଉଥିବା ଥେରୁବାଲି ଗ୍ରାମ ପଞ୍ଚାୟତ ର ରାମଚନ୍ଦ୍ର ନଗର ର ବାସିନ୍ଧା ଶ୍ରୀ ଯୁକ୍ତ ଗପାଳ କୌଶଲିଆ ଙ୍କ ଦୋକାନ ରେ ଅଗ୍ନି କାଣ୍ଡ ଘଟିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାଇ ରାମଚନ୍ଦ୍ର ନଗର ଗ୍ରାମରେ ରେ ରହିଆସୁଥିବା ଶ୍ରୀ ଯୁକ୍ତ ଗପାଳ କୌଶଲିଆ ଓ ତାଙ୍କର ପତ୍ନୀ ଶ୍ରୀମତୀ ଜିନାମା କୌଶଲିଆ । ସେମାନେ କହିବା ମତ ଅନୁଯାଇ ଦୁହିଁ ସ୍ୱମୀ ସ୍ତ୍ରୀ କିଛିଦିନ ହେବ ନିକଟସ୍ଥ ଇମ୍ଫାଲ କଳକାରଖାନା ପାର୍ଶ୍ଵରେ ଥେରୁବାଲି ରେଳ ଷ୍ଟେସନ କୁ ସଂଜଗ କରୁଥିବା ରାସ୍ତା କଡରେ ଋଣ କରଜ କରି ଦୋକାନ ଟି କରିଥିଲେ ଏବଂ ସେଥିରେ ଯାହା ରାଜଗାର ହେଉଥିଲା ପରିବାରର ଭରଣ ପଷଣ ହେଉଥିଲା ଓ କିଛି ଋଣ ମଧ୍ୟ ପରିଷଧ କରୁଥିଲେ । ସେହି ସମୟରେ ଆମ ଗଣ ମାଧ୍ୟମ…

Read More

ପୋଲସରା: ତା -୧୫/୦୩(ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ତାକରଡା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ଦୁଇ ଆହାତ ଓ ଜଣେ ମୃତ ହୋଇଥିବା ଜଣାପଡିଛି। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ସହର ଛାମୁସାହିର ଗୋଟିଏ ପରିବାରର ବାପା, ମାଆ, ପୁଅ ଓ ଝିଅ ଚାରିଜଣ ନିଜ କାରରେ ବ୍ରହ୍ମପୁର ଯାଇ ନିଜ ଘରକୁ ଫେରୁଥିବା ବେଳେ ବୁଗୁଡା ଥାନା ଅନ୍ତର୍ଗତ ତାକରଡା ଗ୍ରାମ ନିକଟରେ କାରଟି ଗଛକୁ ପିଟି ହୋଇଯାଇଥିଲା। ଘଟଣା ସ୍ଥଳରେ ମାଆ କୁନମୁନ୍ ଚୌଧୁରୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ନାବାଳକ ପୁଅ ଦେବାଶିଷ ଚୌଧୁରୀ ଓ ନାବାଳିକା ଝିଅ ଦିବ୍ଯାସୁଂ ଚୌଧୁରୀ ଆହତ ହୋଇଥିଲେ। ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା। ବାପା ଓ ନାବାଳିକା ଝିଅ ସୁସ୍ଥ ରହିଥିବା ବେଳେ ନାବାଳକ ପୁଅ ଗୁରୁତର ଥିବା ଜଣାପଡିଛି। ଏନେଇ ବୁଗୁଡା ଥାନା କେଶ…

Read More