Author: BMC NEWS ODISHA

ପୋଲସରା: ତା- ୧୫/୦୩ (ବିଏମସି ଟିଭି ଓଡ଼ିଆ) ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଶ୍ରୀ ଶ୍ରୀ ତୁମ୍ବେଶ୍ବର ନାଟ୍ୟ ସଂସଦ ଯୁବକମାନଙ୍କ ଦ୍ବାରା ଆସନ୍ତା ମେ ମାସ ୦୬/୦୫/୨୬ ତାରିଖ ଦିନ ହେବାକୁ ଥିବା ସାମାଜିକ ନାଟକ “ପୁଅ ଜନ୍ମ କରି ପାପ କରିଛି” ବହିର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାବା ତୁମ୍ବେଶ୍ବରଙ୍କ ପୀଠରେ ପୁରୋହିତ ଅଭିମନ୍ୟୁ ପାଢ଼ୀ ପୂଜା ଅର୍ଚ୍ଚନା କରି ବହି ପୂଜନ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଏନ୍ ତ୍ରୀପତି ପାତ୍ର, ସମାଜସେବୀ ତଥା ଆସିକା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ରଞ୍ଜନ କୁମାର ସାହୁ, କଳାକାର ମାନଙ୍କ ମଧ୍ୟରେ ରୋହିତ ବେହେରୁକ, ବାସୁଦେବ ନାୟକ, ଜିତେନ୍ଦ୍ର କୁମାର ପ୍ରଧାନ, ତୁତୁନୁ ପ୍ରଧାନ, ଜିତେନ୍ଦ୍ର କୁମାର ଜେନା, କଂଗ୍ରେସ ପୋଲାଇ, ଜିତେନ୍ଦ୍ର କୁମାର ସାହୁ, ତୋଫାନ ସାହୁ, କାଳିଆ ନାହାକ, ରଞ୍ଜନ ଜେନା, ନିରାକାର ନାୟକ, ଅଶୋକ ବେହେରୁକ, ବିଶ୍ବପ୍ରତିକ ଜେନା, କୀର୍ତ୍ତି…

Read More

ସମ୍ବଲପୁର:ତା-୧୫/୦୩ (ବିଏମସି ଟିଭି ଓଡ଼ିଆ) ସନାତନପାଲି କ୍ରିକେଟ କ୍ଳବ ପକ୍ଷରୁ ସନାତନପାଲି ଠାରେ ଚାଲିଥିବା ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଚାଉଁରପୁର ଦଳ ୱିନର ଓ ବୈରାଗୀପାଲି ଦଳ ରନର୍ ଭାବେ ବିଜୟୀ ହୋଇଛନ୍ତି। ଗତ ୧୩ ତାରିଖରୁ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଦଳ ଅଂଶଗ୍ରହଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଘେନୁପାଲି ସରପଞ୍ଚ ଜଗତେଶ୍ୱର ମିର୍ଦ୍ଧା, ଯୁଯୁମୁରା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର, ସାମାଜିକ କର୍ମୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଓ ଗୁଣନିଧି ପ୍ରଧାନ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିରୁପାକ୍ଷ ପ୍ରଧାନ ସଂଯୋଜନା କରିଥିବା ବେଳେ ଉଦ୍‌ଘାଟନୀ ଉତ୍ସବରେ ସବୁଜ ସନାତନପାଲି କୃଷକ ଉତ୍ପାଦନ କମ୍ପାନୀ ଲିଃର ପରିଚାଳନା ନିର୍ଦ୍ଦେଶକ ମନବୋଧ ବାରିକ ଓ ସନ୍ତୋଷ ମହାକୁଡ଼ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। କ୍ଲବର ସମସ୍ତ ସଭ୍ୟ ସକ୍ରିୟ ଭାବେ ଏହାକୁ ପରିଚାଳନା କରିଥିଲେ।ସମ୍ବଲପୁର…

Read More

କୋରାପୁଟ: ତା-୧୪/୦୩(ବିଏମସି ଟିଭି ଓଡ଼ିଆ) ସାଙ୍ଗର ଦ୍ୱାଦଶ ଭୋଜି ଖାଇବାକୁ ଗଲେ ନିଜ ନାଁ ତ୍ରିନାଥ ପାତ୍ର ଆଉ ସାଙ୍ଗ ରଦ୍ଵାଦଶ ଭୋଜି ଖାଇଲେ ସେହିଁ ସାଙ୍ଗ ର ନାଁ ବି ତ୍ରିନାଥ ପାତ୍ର ଦୀର୍ଘ ଘଣ୍ଟା ସାଙ୍ଗ ର ଭୋଜି ରେ ରହିଲେ ସମସ୍ତିଙ୍କ ସହ ମିଳା ମିଶା ହସ ମଜାକ କଲେ ସେଇଠେ ପାଖାପାଖି ଅପରାହ୍ନ ତିନିଟା ତିରିଶ ଯାଏଁ ରହିଲେ ଆଉ ଏକ ଘଣ୍ଟା ପରେ ଖବର ଆସିଲା ହୃଦଘାତ ରେ ତାଙ୍କର ଜୀବନ ଚାଲିଗଲା । ଏମିତି ଏକ ବିସ୍ମିତ କରିଦେଲା ଭଳି ଘଟଣା କୋରାପୁଟ ସହର ର ବରିଷ୍ଠ ବିଜେଡି ନେତା ତଥା ପାରଳାଖେମୁଣ୍ଡି ମାଟିର ସନ୍ତାନ କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ର ବରିଷ୍ଠ ସଦସ୍ୟ ତ୍ରିନାଥ ପାତ୍ରଙ୍କର । ଜଣେ ଜଣାଶୁଣା ସମାଜ ସେବୀ ବରିଷ୍ଠ ନାଗରିକ ମିଷ୍ଟାଳୀ ଭାଷୀ ସୁସଂଗଠକ ଙ୍କ ଆଜି କୋରାପୁଟ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ…

Read More

ବାଙ୍କୀ: ତା -୧୫/୦୩(ବିଏମସି ଟିଭି ଓଡ଼ିଆ) ବାଙ୍କୀ ଡମପଡା ଶିମିଳିପୁର ଗ୍ରାମ ପଂଚାୟତ ମକୁନ୍ଦପୁର ଗ୍ରାମରେ ଓଡିଶୀ ନାମ ସଂକୀର୍ତନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଶନିବାର ସକାଳ ସମୟରେ କଳସ ଯାତ୍ର ଅନୁଷ୍ଠିତ ହୋଇଥିଲା.ଗ୍ରାମର ସମସ୍ତ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ । ଏକ ବିରାଟ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରି କଳସ ଆସି ସ୍ଥାପନ କରାଯାଇଥିଲା. ଗୁଣମଣୀ ନାୟକ ମୁଖ୍ୟ କଳସ ମୁଣ୍ଡରେ ଧରି ମୁଖ୍ୟ ସ୍ରୋତ ରେ ସାମିଲ ହୋଇଥିଲେ । ଶନିବାର ଦିନ ଗାୟିକା ନର୍ମଦା ସାହୁ ଙ୍କ ଦ୍ୱାରା ସଂକୀର୍ତନ ପରିବେଷଣ କରାଯାଇଥିଲା । ଏହା ମଧ୍ୟ ସମସ୍ତ ଦର୍ଶକ ଙ୍କ ମାନଙ୍କୁ ଛୁଇଁ ଥିଲା । ସନ୍ଧ୍ୟା ସମୟରେ ଗାୟକ ପ୍ରହଲ୍ଲାଦ ସାହୁଙ୍କ ନାମ ସଂକୀର୍ତନ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଥିଲା ଓ ନାଚ ଗୀତ ରେ ଫାଟି ପଡିଥିଲା ଗାଁ ଦଣ୍ଡ. ରବିବାର ଦିନ ଗାୟିକା ମନୋରମା…

Read More

ବାଲିମେଳା: ତା -୧୪/୦୩ (ବିଏମସି ଟିଭି ଓଡ଼ିଆ) ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପରିସରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଓ ନିଜର ମତାମତ ମଧ୍ୟ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବିଷୟରେ ଅଧ୍ୟାପକ ପୁରୁଷୋତ୍ତମ ସମରଥ ଉପସ୍ଥାପନ କରିଥିଲେ ଯେ ଯୁବ ବର୍ଗଙ୍କୁ ଦାୟିତ୍ୱବାନ କରାଇବା ସହ ବେପରୁଆ ଗାଡି ଚାଳନାରୁ ବର୍ତ୍ତିବା ଯାହାଦ୍ଵାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏହା ସହିତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ଵାରା “ଯତ୍ନବାନ ହେବା, ସୁରକ୍ଷିତ ରହିବା” ଓ “ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ” ଇତ୍ୟାଦି କିଛି ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ଜନିତ ଶିକ୍ଷଣୀୟ ଓ ସଚେତନ ମୂଳକ ଭିଡିଓ ଗୁଡ଼ିକ ମଧ୍ୟ…

Read More

ବଲାଙ୍ଗୀର/ଟିଟିଲାଗଡ଼: ତା – ୧୫/୦୩(ବିଏମସି ଟିଭି ଓଡ଼ିଆ) ଏବେ ଇରାନ ଓ ଆମେରିକା ମଧ୍ୟରେ ଘମାଘୋଟ ଲଢେଇ ଜୋରଦାର ହୋଇଥିବା ବେଳେ ଅନ୍ୟ ଦେଶରେ ତେଲ ଏବଂ ଗ୍ୟାସ ଯୋଗାଣରେ ସମସ୍ୟା ଉପୁଜିଛି। ସେହିଭଳି ଦେଶରେ ଜନ ସାଧାରଣ ଡରରେ ନିଜ ପାଇଁ ଗ୍ୟାସ ସିଲିଣ୍ଡର ନେବା ପାଇଁ ପ୍ରତିଦିନ ଗ୍ୟାସ ଡିପୋରେ ଭିଡ ଜମାଉଛନ୍ତି । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ଯୋଗାଣ ନିରୀକ୍ଷକ ଚନ୍ଦ୍ର ଶେଖର ନାହାକ, ସହକାରୀ ଯୋଗାଣ ବିଭାଗର ଅଧିକାରୀ ଗୋକୁଳ ଚନ୍ଦ୍ର ଭୋଇ , ବିଭାଗର ସୁରେଶ କୁମାର ସାହୁ ଓ ଏସ ଡି ପି ଓ ଶ୍ରୀଯୁକ୍ତ ଯଶୋବନ୍ତ ନାରାୟଣ ପ୍ରଧାନି, ଥାନାଧିକାରୀ ଶ୍ରୀ ମନୋଜ କୁମାର ମୁଣ୍ଡା ରିସଭ ନଗର ସ୍ଥିତ ଜୈନ ଫୁଟ ୱେର ମାଲିକ ଅମିତ ଜୈନଙ୍କ ଘରୁ ସାତୋଟି ଗ୍ୟାସ ସିଲିଣ୍ଡର ଜବତ କରିଥିବା ସହ ଭାରତ ଗ୍ୟାସ ଡିପୋ କଡ଼ରେ ଥିବା ମଦନ ଲାଲ…

Read More

ସମ୍ବଲପୁର:ତା-୧୫/୦୩(ବିଏମସି ଟିଭି ଓଡିଆ) ସିନ୍ଦୁରପଙ୍କ କେନଘାଟି ସ୍ଥିତ ଶ୍ରୀରାମ ବାଟିକାରେ ଅନୁଷ୍ଠିତ ଅଖଣ୍ଡ ଚବିଶି ପ୍ରହରୀ ନାମଯଜ୍ଞ ସ୍ଥଳୀକୁ ଆସିଥିବା ସମସ୍ତ ସାଧୁସନ୍ଥ ମାଆ ସମଲେଶ୍ଵରୀଙ୍କ ଦର୍ଶନ କରିଛନ୍ତି। ଦର୍ଶନ ପରେ ସମସ୍ତ ସାଧୁସନ୍ଥ ମନ୍ଦିର ପରିକ୍ରମା କରିଥିଲେ । ଦର୍ଶନ ଓ ପରିକ୍ରମା ପରେ ପ୍ରାୟ ଦୁଇଶହ ସାଧୁ ସନ୍ଥ ଏକ ଭବ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ। ବାଟରେ ପାଟମେଶ୍ୱରୀ ଓ ବାଲିବନ୍ଧା ଶିବ ମନ୍ଦିର ଦର୍ଶନ କରି ଥିଲେ ଦୂରଦୂରାନ୍ତରରୁ ଆସିଥିବା ନାଗାବାବା, ମହନ୍ତ ଙ୍କ ଆଶୀର୍ବାଦ ନେବାକୁ ରାସ୍ତା କଡ଼ରେ ଅଟକି ରହିଥିଲେ ସହସ୍ରାଧିକ ପଡ଼ାବାସୀ । ରାସ୍ତା ସାରା ଝୋଟି ଚିତା ସହ ପୂର୍ଣ୍ଣ କଳସ ରଖି ଆସିଥିବା ସାଧୁସନ୍ଥଙ୍କ ଉପରେ ପୁଷ୍ପବୃଷ୍ଟି କରିଥିଲେ । ଡୁମେରମାଳ କୁନ୍ତରା ସ୍ଥିତ ଋଷିକୂଲ୍ୟ ବେଦ ବିଦ୍ୟାଳୟର ଶତାଧିକ ବିଦ୍ୟାର୍ଥୀଙ୍କ ବେଦ ପାଠ ମଧ୍ୟରେ ସାଧୁସନ୍ଥଙ୍କ ଚାଲିଚାଲି ପରିକ୍ରମା କରିବା ଦୃଶ୍ୟ ଭକ୍ତିମୟ ସୃଷ୍ଟି କରିଥିଲା ଏକ…

Read More

ବେଲଗୁଣ୍ଠା: ତା -୧୪/୦୩(ବିଏମସି ଟିଭି ଓଡ଼ିଆ) ,ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ପରିସରରେ ଆସନ୍ତା ୧୮ ତାରିଖ ବୁଧବାର ଦିନ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହେବ । ଏନେଇ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ହେବାକୁ ଥିବା ରକ୍ତଦାନ ଶିବିରରେ କିପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ରକ୍ତଦାନ କରିବେ ଏବଂ ଖରାକୁ ଆଖି ଆଗରେ ରଖି ରକ୍ତଦାନ ଶିବିରରେ କିପରି ସୁବନ୍ଦୋବସ୍ତ ହୋଇପାରିବ ଏବଂ ବାହାରୁ ରକ୍ତଦାତା ମାନେ ଆସି କିପରି ଏହୀ ରକ୍ତଦାନ ଶିବିରରେ ରକ୍ତଦାନ କରି ପାରିବେ ଏନେଇ ଆଲୋଚନା ହୋଇଥିଲା । ଭଞ୍ଜନଗର ରକ୍ତଭଣ୍ଡାରର କର୍ମାଚାରୀମାନେ ରକ୍ତ ସଂଗ୍ରହ କରିବାର କାର୍ଯ୍ୟକ୍ରମ ରହିଛି । ଆଜିର ପ୍ରସ୍ତୁତି ବୈଠକରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଯୁବ ସାମ୍ବାଦିକ ଶିବରାମ ଚୌଧୂରୀ, ଅନୁଷ୍ଠାନର ଅଧ୍ୟାପକ ଅଶୋକ କୁମାର…

Read More

ବେଲଗୁଣ୍ଠା: ତା -୧୪/୦୩(ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି।ଆଜି ସକାଳୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନାଊ ରେବତୀ ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍ ବରଗାଁ ଗ୍ରାମର ବଡ଼ସାହିରେ ଆଜି ସକାଳ ୮.୩୦ରେ ଅତର୍କିତ ଚଢ଼ାଉ କରିଥିଲେ । ସେଠାରେ ପୋଲିସ ବିପୁଳ ପରିମାଣର ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ୱୟ ହେଲେ ସେହି ଗ୍ରାମର କଂଗ୍ରେସ ଜେନାଙ୍କ ଦୁଇ ପୁଅ ଶଙ୍କର ଜେନା (୩୮) ଏବଂ ସାଗର ଜେନା (୨୮) ।ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ କୌଣସି ବଡ଼ ଧରଣର ବେଆଇନ କାର୍ଯ୍ୟ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଏହି ବିସ୍ଫୋରକଗୁଡ଼ିକୁ ମହଜୁଦ ରଖିଥିବା ସନ୍ଦେହ କରାଯାଉଛି।ଜବତ ସାମଗ୍ରୀ ମଧ୍ୟରେ ୮ଟି ପ୍ୟାକେଟ ଆମୋନିୟମ…

Read More

ବେଲଗୁଣ୍ଠା: ତା -୧୪/୦୩(ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୁଆପଲ୍ଲୀ ଗ୍ରାମରେ ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ମିଳିଥିବା ସୂଚନା ଅନୁଯାୟୀ, ଗତ ୧୧ ରିଖରେ ସରନୁଆପଲ୍ଲୀ ଗ୍ରାମର ରାଜା ନାୟକଙ୍କ ସହ କୌଣସି ଏକ ସାମାନ୍ୟ ବିଷୟକୁ ନେଇ ସେହି ଗ୍ରାମର ଦୁଇ ଯୁବକଙ୍କ ଯୁକ୍ତିତର୍କ ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା ଏବଂ ଅଭିଯୁକ୍ତମାନେ ରାଜାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।ରାଜା ନାୟକର ଲିଖିତ ଅଭିଯୋଗ ଅଭିଯୋଗ ପାଇବା ପରେ ବେଲଗୁଣ୍ଠା ପୋଲିସ କେସ୍ ନଂ- ୯୨/୨୬ ରୁଜୁ କରିଥିଲା। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬(୨), ୧୧୫(୨), ୧୦୯(୧), ୩୫୧(୨) ଏବଂ ୩(୫) ଅଧୀନରେ ମାମଲା ଦାୟର କରି ସରନୁଆପଲ୍ଲୀର ମାନସ ରଞ୍ଜନ ଗୌଡ଼ (୧୯),ଲିପୁ ଓରଫ ଦୀପକ…

Read More

ବାଲିମେଳା: ତା -୧୪/୦୩(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ନଗରରେ ଥିବା ବସଷ୍ଟାଣ୍ଡରେ ଥିବା ଏକ ଦୋକାନଟିରେ ନିଆଁରେ ସମ୍ପୁର୍ଣ୍ଣ ଭାବେ ପୋଡିଯାଇଛି।ଦୋକାନ ମାଲିକ ହେଉଛନ୍ତି ବାଲିମେଳା ସହରର ୱାର୍ଡ ନମ୍ବର-୬ ରେ ରହୁଥିବା ମାଧବ ବେହେରା ଓ ତାଙ୍କ ପତ୍ନୀ କାମିନୀ ବେହେରା ବୋଲି ଜଣା ପଡିଛି।ବସଷ୍ଟାଣ୍ଡ ଭିତରେ ଉଭୟ ସ୍ୱାମୀ ସ୍ତ୍ରୀ ଏକ ଚାହା ପାଣି ବିସ୍କୁଟ ଦୋକାନ କରି ଗୁଜରାଣ କରୁଥିଲେ।ଗତ କାଲି ସବୁ ଦିନ ପରି ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।ମଧ୍ୟ ରାତିରେ ଦୋକାନ ହୁତୁ ହୁତୁ ହୋଇ ଜଳୁଥିବା ଦେଖି ଉକ୍ତ ବସଷ୍ଟାଣ୍ଡରେ ରାତ୍ରି ଯାପନ କରୁଥିବା ବସ କର୍ମଚାରୀ ମାନେ ସାଙ୍ଗେ ସାଙ୍ଗେ ମାଧବକୁ ଖବର ଦେଇଥିଲେ।ମାଧବ ଆସି ପହଞ୍ଚି ଦେଖିଲା ବେଳକୁ ଦୋକାନଟି ସମ୍ପୂର୍ଣ୍ଣ ପୋଡି ଜଳି ପାଉଁଶ ହୋଇଯାଇଛି।ନିଆଁ କିପରି ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ ।ମାଧବଙ୍କ କହିବା ଅନୁଯାୟୀ ସେ ଦୋକାନକୁ…

Read More

ସମ୍ବଲପୁର:ତା-୧୪/୦୩ (ବିଏମସି ଟିଭି ଓଡିଆ) ଚଳିତ ଗ୍ରୀଷ୍ମ ଋତୁରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ବ୍ୟାପକ ଭାବେ ପ୍ରାକ୍ ପ୍ରସ୍ତୁତି କରାଯାଇଅଛି । କମ୍ପାନୀର ବିତରଣ କ୍ଷେତ୍ରରେ ରହିଥିବା ସମସ୍ତ ପାଞ୍ଚ ଗୋଟି ବିଦ୍ୟୁତ୍ ମଣ୍ଡଳ ତଥା ପଶ୍ଚିମ ଓଡ଼ିଶାର ନଅ ଗୋଟି ଜିଲ୍ଲାରେ ଏହି ପ୍ରାକ୍ ପ୍ରସ୍ତୁତି ଶେଷ କରାଯାଇଅଛି । ଏହି ପ୍ରାକ୍ ପ୍ରସ୍ତୁତି ନେଇ କମ୍ପାନୀ ପକ୍ଷରୁ ଏହାର ସମ୍ୱଲପୁର ଜିଲ୍ଲା ଅଇଁଠାପାଲି ସ୍ଥିତ କାର୍ଯ୍ୟାଳୟରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ତେବେ ଚଳିତ ଗ୍ରୀଷ୍ମ ଋତୁରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଟିପିଡବ୍ଲୁଓଡିଏଲ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ କମ୍ପାନୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା ପ୍ରକାଶ କରିଥିଲେ। ଚଳିତ ଗ୍ରୀଷ୍ମ ଋତୁରେ ଟିପିଡବ୍ଲୁଡିଏଲର ସମସ୍ତ…

Read More