ବାଲିମେଳା: ତା -୦୮/୦୩ (ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଡ୍ରଗଲାଇନ ଠାରେ ଥିବା ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ମନ୍ଦିର ପରିଚାଳନା କମିଟିର ସଭାପତି ବଟ କୃଷ୍ଣ ବିଶ୍ୱାଳ, ଉପ ସଭାପତି ସୁଦନ୍ୟ ସରକାର, ସମ୍ପାଦକ ରତିକାନ୍ତ ଜେନାମଣି, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ମହାରଣା ଏବଂ ଅନ୍ୟ ସମସ୍ତ କର୍ମକର୍ତ୍ତାଙ୍କ ନେତୃତ୍ୱରେ ବାଲିମେଳା ସହର ସ୍ଥିତ ମିନି ଷ୍ଟାଡିୟମ ପରିସରେ ରବିବାର ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପଞ୍ଚ ତମ ଜିଲ୍ଲା ସ୍ତରୀୟ “ରତାୟିନୀ” ମହୋତ୍ସବା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲିମେଳା ସହର ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଦୀକ୍ଷା ଗ୍ରହଣ କରିଥିବା ଶହ ଶହ ଭକ୍ତଙ୍କର ସମାଗମ ହୋଇଥିଲା।ଏହି ଅବସରରେ ରବିବାର ବଡି ଭୋରୁ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ଉଷାକୀର୍ତ୍ତନ କରାଯାଇଥଲା। ସକାଳ ୬ ଟାରେ…
Author: BMC NEWS ODISHA
ବାଲିମେଳା: ତା -୦୮/୦୩(ବିଏମସି ଟିଭି ଓଡ଼ିଆ) ଜଙ୍ଗଲ ସମ୍ପଦର ସୁରକ୍ଷା, ବନୀ କରଣ, ଉଜୁଡା ଜଙ୍ଗଲର ପୁନଃରୁଦ୍ଧାର, ବନ୍ୟ ପ୍ରାଣୀ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଜନ ସାଧାରଣଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ବନ ବିଭାଗର ପ୍ରଥମ ଦାଇତ୍ୱ।ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ରେଞ୍ଜ ଅଧୀନ ନାକାମାମୁଡି ପଞ୍ଚାୟତ ର ବନାଞ୍ଚଳରେ ଏହାର ପ୍ରବଳ ମାତ୍ରାରେ ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି।ମୁଖ୍ୟତଃ ଏଠାରେ କାର୍ଯ୍ୟରତ ଥିବା ବନ କର୍ମଚାରୀଙ୍କ ଦାୟିତ୍ୱ ଶୂନ୍ୟତା ଓ ଅପାରଗତା ଯୋଗୁ ପ୍ରତିଦିନ ଏହି ଅଞ୍ଚଳର ବିଭିନ୍ନ ପାହାଡ଼ରେ ଚୋରା କାଠ ବ୍ୟବସାୟୀ ମାନେ ଦିନ ଦିପହରେ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଶାଗୁଆନ ଓ ଅନ୍ୟାନ୍ୟ ଗଛ ଗୁଡିକୁ କାଟି ପଟା ଓ ଦଣ୍ଡା ଏବଂ କାଠ ଗଣ୍ଡି ଚୋରି କରି ନେବାରେ ଲାଗିଛନ୍ତି।ଫଳରେ ସବୁଜିମା ନଷ୍ଟ ହେବା ସହିତ ଅଞ୍ଚଳରେ ଏବଂ ଜିଲ୍ଲାରେ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି।ସୂଚନାଯୋଗ୍ୟ, ନାକାମାମୁଡି ଅଧୀନରେ…
ସମ୍ବଲପୁର/ବରପାଲି:ତା-୧୦/୦୩ (ବିଏମସି ଟିଭି ଓଡିଆ) ବରପାଲି ଉପଖଣ୍ଡ ମାନ୍ୟତା ଆଜିକାର ଦିନରେ ଏକ ଜନଦାବୀରେ ପରିଣତ ହେବାକୁ ଯାଉଛି। ଉପଖଣ୍ଡ ଦାବୀ ଆଜିକାର ନୁହେଁ। ବିଗତ ଦିନର ଅଭିବକ୍ତ ସମ୍ବଲପୁର ଜିଲ୍ଲାରେ ବରପାଲି ଅଞ୍ଚଳ ରହିଥିବା ସମୟରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବରେ ବହୁବାର ଦାବୀ ଉପସ୍ଥାପନ କରାଯାଇଛି। ହେଲେ ସରକାର ବଦଳୁଥିବା ବେଳେ ଦାବୀଟି କେବଳ ପ୍ରତିଶୃତି ମଧ୍ଯରେ ଅଞ୍ଚଳବାସୀଙ୍କୁ ନୈରାଶ୍ୟଜନକ ସ୍ଥିତିରେ ପକାଇ ରଖିଛି। ସମସ୍ତ ପ୍ରକାର ଯୁକ୍ତିଯୁକ୍ତ ଯୋଗ୍ୟତା ଓ ସୁବିଧା ସୁଯୋଗ ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସୁଫଳ ମିଳିବା ସାଧାରଣଙ୍କୁ ବ୍ୟଥିତ କରୁଛି। ବର୍ତ୍ତମାନର ଅବସ୍ଥିତିକୁ ନଜରକୁ ନେଇ ବରପାଲି ଓକିଲ ସଂଘ ପକ୍ଷରୁ ସୋମବାର ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସଭାରେ ସଂଘ ସଦସ୍ୟଗଣଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ମୂଖ୍ଯ ଏବଂ ରାଜନୈତିକ ଦଳର ନେତୃବୃନ୍ଦ ସାମିଲ ହୋଇଥିଲେ। ସଭାରେ…
ସମ୍ବଲପୁର/ବରପାଲି: ତା-୦୯/୦୩ (ବିଏମସି ଟିଭି ଓଡିଆ) ବରପାଲି ସରସ୍ଵତୀ ମହିଳାସଂଘ ଠାରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏଚ୍ଇଟିସିର ଏଆଇଏସ ଡବ୍ଲ୍ୟୁଆଇସି ଭାବରେ କାର୍ଯ୍ୟରତ ଶ୍ରୀମତୀ ସାଗରୀକା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଦସ୍ୟା ନିବେଦିତା ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ଘରଜୁଗୀ ଗଡ଼ତିଆ ତାଙ୍କ ଅଭିଭାଷଣରେ ଶିକ୍ଷାର ପ୍ରସାରରେ ନାରୀର ସଂଘର୍ଷମୟ ଇତିହାସକୁ ଉପସ୍ଥାପନ କରିବା ସହ ସଂପ୍ରତି ଶିକ୍ଷା ଦିଗରେ ନାରୀର ଗୁରୁତ୍ବପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ସମ୍ପାଦିକା ସୁନିତା ମୁଣ୍ଡ ବର୍ତ୍ତମାନ ସମାଜରେ ଚାଲିଥିବା କୁସଂସ୍କାର ଓ ମଣିଷର ମୃତ୍ୟୁପରେ ଚାଲିଥିବା ଆଡମ୍ବର ତଥା ପ୍ରହସନମୂଳକ ପ୍ରଥା, ପ୍ରାକ୍ ବିବାହ ସୁଟିଂ ପରମ୍ପରା ଭଳି କିଛି କାର୍ଯ୍ୟରେ ସଂସ୍କାର ଆଣିବାକୁ ନାରୀମାନଙ୍କୁ ଆହ୍ବାନ କରିଥିଲେ ।ବାନ୍ଧକଳାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁକାନ୍ତି ମେହେର ମହିଳାମାନେ ସମାଜରେ କିପରି ନିଜ ପରିଚୟ ସୃଷ୍ଟି କରିପାରିବେ,…
ବ୍ରହ୍ମପୁର: ତା -୦୮/୦୩ (ଵିଏମସି ଟିଭି ଓଡିଆ) ମହେନ୍ଦ୍ର କଳା ସାଂସ୍କୃତିକ ଅଂଶ ଅନ୍ଵେଷା କଳାକେନ୍ଦ୍ର ତରଫରୁ ଉତ୍କଳ ଆଶ୍ରମ ରେ କେନ୍ଦ୍ରର ମୁଖ୍ୟ ପରିଚାଳିକା ତଥା ନିର୍ଦ୍ଦେଶିକା ଉଷାରାଣୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ସହ ବହୁ ପ୍ରତିଭାଧାରୀ ଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବିଧାୟକ କେ. ଅନିଲ କୁମାର , ମୁଖ୍ୟବକ୍ତା ଜିଲ୍ଳା ବିଜେପି ସଭାପତି ସରୋଜ ସାବତ ସମ୍ମାନୀତ ଅତିଥି ରୂପେ ଅବସର ପ୍ରାପ୍ତ ଅଧ୍ୟକ୍ଷା ଡ.ସଙ୍ଗୀତା ବାବୁ, ବିଇଡି କଲେଜ ନିର୍ଦ୍ଦେଶକ ଯତୀନ ବିଷୋୟୀ ଓ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ, ତଥା ସମାଜ ର ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗ ଦେଇ ମହିଳା ଦିବସ ପାଳନ ନେଇ ନିଜ ନିଜର ମତ ଦେବା ସହ ମହିଳା ମାନଙ୍କୁ ସର୍ଵଦା ସମ୍ମାନ ଦେବାକୁ କହିଥିଲେ । ଦେଶ ଓ ସମାଜ ର ବିକାଶ…
ବାଙ୍କୀ: ତା -୦୮/୦୩(ବିଏମସି ଟିଭି ଓଡ଼ିଆ) ବାଙ୍କୀର ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦର ଆୟୋଜନରେ କୁଶୁପଙ୍ଗୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ନିସ୍ତିପୁର ଗ୍ରାମର ଆରାଧ୍ୟା ଦେବୀପୀଠ ମାଅରାଚଣ୍ତୀ ଠାକୁରାଣୀଙ୍କ ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ଯୁବ ସଂଗଠକ ଜଗମୋହନ ରାଉତ ଓ ସଂଗଠିକା ସ୍ନେହାଞ୍ଜଳି ବିଶ୍ବାଳ ଓ ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା, ସୁଲେଖିକା ତଥା ଶିମିଳିପୁର ଓ ହରିରାଜପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଡକ୍ଟର ଜୟନ୍ତୀ ବାଳା ଜେନା ଉପସ୍ଥିତ ଥିବା ବେଳେ, ବିଶିଷ୍ଟ ବକ୍ତାଭାବେ ସମାଜସେବିକା ଓ ସଂଗଠିକା ସବିତା ମଲ୍ଲିକ, ବିଶିଷ୍ଟ ଅତିଥି ଭାବରେ ମହିଳା ନେତ୍ରୀ ସ୍ନେହାଞ୍ଜଳୀ ବିଶ୍ବାଳ, ସମ୍ମାନିତ ଅତିଥିଭାବେ ଶିକ୍ଷାବିତ୍ ପଣ୍ଡିତ ମନୋଜ କୁମାର ରାଉତ, ଶ୍ରୀରାମ କମିଟିର ସଭାପତି ବିଶ୍ୱ ରଞ୍ଜନ ସ୍ବାଇଁ ଓ ଯୁବ ସଂଗଠିକା ପ୍ରମୋଦିନୀ ସାହୁ ପ୍ରମୁଖ ଉପସ୍ଥିତ…
ସମ୍ବଲପୁର:ତା-୦୮/୦୩ (ବିଏମସି ଟିଭି ଓଡ଼ିଆ) ଯୁଯୁମୁରା ବ୍ଲକର ଡ଼ଙ୍ଗରପଡା, ଘେନୁପାଲି ଓ ଟାମ୍ପରଗଡ଼ ପଞ୍ଚାୟତକୁ ନେଇ ଡ଼ଙ୍ଗରପଡା ପଞ୍ଚାୟତ ଭବନରେ ଆୟୋଜିତ ହୋଇଯାଇଛି ଆନ୍ତର୍ଜାତୀୟ ମହିଳା ଦିବସ। ଫାଉଣ୍ଡେସନ ଫର୍ ଇକୋଲୋଜିକାଲ ସିକ୍ୟୁରିଟି (ଏଫଇଏସ୍) ତରଫରୁ ଆୟୋଜିତ ସଭାରେ ଡ଼ଙ୍ଗରପଡା ସରପଞ୍ଚ ଅୟସକାନ୍ତ ବଡ଼ପଣ୍ଡା, ଘେନୁପାଲି ସରପଞ୍ଚ ଜଗତେଶ୍ୱର ମିର୍ଦ୍ଧା ଓ ନାରୀଶକ୍ତି ଇନ୍ଦିରା ବଡ଼ପଣ୍ଡା ଅତିଥିଭାବେ ଯୋଗଦେଇ ମହିଳା ସଶକ୍ତିକରଣ ଦିଗରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏଫଇଏସ୍ର ଜିଲ୍ଲା ତାଲିମଦାତା ଲୀନାରାଣୀ ସାହୁ ଏଥିରେ ଅଧ୍ୟକ୍ଷତା କରିବା ସହ ମହିଳା ବିକାଶ ନେଇ ନିଜର ଅଭିଭାଷଣ ରଖିଥିଲେ। ଏହି ଅବସରରେ ଜୈବିକ କୃଷି କ୍ଷେତ୍ରରେ ନିଜର ପରାକାଷ୍ଠା ଓ କାର୍ଯ୍ୟ ଦକ୍ଷତା ପାଇଁ ମଞ୍ଜୁଲତା ବାରିକ, ଇଞ୍ଜିଲିନା କୁଜୁର, ପ୍ରମିଳା ନାଏକ, ମନ୍ଦାକିନୀ ମିର୍ଦ୍ଧା, ଅଞ୍ଜନା ମାଝୀ ଓ କଲ୍ୟାଣୀ ନାଏକଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠିତ ଉତ୍ସବରେ ସମସ୍ତ ପଞ୍ଚାୟତର ସିଆରପି, ଏମବିକେ, କୃଷିମିତ୍ର,…
ବାଲିମେଳା: ତା -୦୭/୦୩(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଶନିବାର ଦିନ ସର୍ପ ଘାତ ଜନିତ ମୃତ୍ୟୁହାସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଏଚପିସି ମେଡିକାଲ ର ଡାକ୍ତର ଯଯାତି କେଶରୀ ସ୍ୱାଇଁ ଯୋଗ ଦେଇଥିବା ବେଳେ ସନ୍ନମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ରାଜେନ୍ଦ୍ର କୁଳଦୀପ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା କି ଅନେକ ସମୟରେ ସର୍ପ ଘାତ ପରେ ଅବହେଳା ଯୋଗୁ କିପରି ଅନେକ ଅମୁଲ୍ୟ ଜୀବନ ହାନି ହେଉଥିବା ଏବଂ ଆକ୍ରାନ୍ତ ବ୍ୟକ୍ତି ଙ୍କୁ ଗୁଣି ଗାରିଡିର ସହାୟତା ନ ନେଇ ତୁରନ୍ତ ମେଡିକାଲ କୁ ନେଇ ତାର ସଙ୍ଗେ ସଙ୍ଗେ ଚିକିତ୍ସା କଲେ ଆକ୍ରାନ୍ତ ବ୍ୟକ୍ତି ମୃତ୍ୟୁ ମୁଖରୁ…
ପୁରୀ: ତା -୦୮/୦୩(ବିଏମସି ଟିଭି ଓଡ଼ିଆ) ପୁରୀ ତାଳବଣିଆ ଠାରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ଏହି ଟଙ୍କା ପଠାଇଛନ୍ତି । ରାଜ୍ୟର ୧ କୋଟି ୨ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଚଳିତ ଥର ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି। ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଆ ଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ୫ ହଜାର କୋଟିରୁ ଅଧିକ ଟଙ୍କା ସିଧା ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ଏବେସୁଦ୍ଧା ମୋଟ ୧ କୋଟି ୧୨ ଲକ୍ଷ ୫୭ ହଜାର ୬୬୭ଜଣ ଆବେଦନ କରିଛନ୍ତି। ଯୋଗ୍ୟ ୧…
ରାୟଗଡା : ତା-୦୭/୦୩(ବିଏମସି ଟିଭି ଓଡ଼ିଆ) ୫ ବର୍ଷ ନାବାଳକକୁ ଗଳା କାଟି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଚାଟିକଣା ସଦର ପଞ୍ଚାୟତ ର ପୁରୁଣା ଷ୍ଟେସନ ସାହିରେ। ମୃତକ ପୁରୁଷୋତ୍ତ ଗାନ୍ତାୟତ ଙ୍କ ବଡ଼ ପୁଅ ଋଷି ଗାନ୍ତାୟତ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ନାବାଳକ ଋଷି ଗାନ୍ତାୟତ କୁ କିଛି ଦୁର୍ବୁତ୍ତ ଅପହରଣ କରିନେଇଥିଲେ। କିଛି ସମୟ ପରେ ଋଷି ର ମାମୁଁ ଙ୍କ ମୋବାଇଲ କୁ ଏକ ଅଜଣା ନମ୍ବର ରୁ ମେସେଜ ଆସିଥିଲା। ସେହି ମେସେଜ ରେ ନାବାଳକ ରୁଷି କୁ ସେମାନେ ଅପହରଣ କରିଥିବା ଉଲ୍ଲେଖ କରିବା ସହ ୪ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ସକାଳ ସୁଦ୍ଧା ୪ଲକ୍ଷ ଟଙ୍କା ନ ଦେଲେ ରୁଷି କୁ ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହି ସଂକ୍ରାନ୍ତରେ ପୁଲିସ୍ କିମ୍ବା…
ବୋଲଗଡ: ତା -୦୫/୦୩(ବିଏମସି ଟିଭି ଓଡ଼ିଆ) ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ବର୍ଷାରାଣୀ ଗଜେନ୍ଦ୍ର (୨୯)ନିଜ ଭଡା ଘରେ ଆତ୍ମହତ୍ୟା କରିଥିଲେ। ପରିବାରର ଅଭିଯୋଗ ଅନୁଯାୟୀ କେଶ ନଂ ୭୭ | ୨୬ରେ ବୋଲଗଡ ପୋଲିସ ଘଟଣାର ତଦନ୍ତ କରୁଥିଲେ। ବର୍ଷାଙ୍କ ମାଆଙ୍କ ସୂଚନା ଅନୁଯାୟୀ ସୁଧାଂଶୁ ପାଳ ପିତା ପ୍ରମୋଦ ପାଳ ବର୍ଷାଙ୍କୁ ଭଲପାଉଥିଲେ। ସୁଧାଂଶୁ ବିବାହିତ ବୋଲି ଜାଣିବାପରେ ବର୍ଷା ମାନସିକ ସନ୍ତୁଳନ ହରାଇ ବସିଥିଲେ। ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା । ତେଣୁ ଲୋକ ଲଜ୍ୟା ଭୟରେ ବର୍ଷା ଆତ୍ମହତ୍ୟା କରିଦେଲେ। ଆଇଆଇସି ସୁକାନ୍ତ ଦଳେଇଙ୍କ ନିର୍ଦେଶରେ ତଦନ୍ତକାରୀ ଅଧିକାରୀ ଏସ ଆଇ ହାଡୁବନ୍ଧୁ ଦାସ ଅଭିଯୁକ୍ତ ସୁଧାଂଶୁକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପୂର୍ବରୁ ପୋଲିସ ସୁଧାଂଶୁଓରଫ ପିଣ୍ଟୁଗ୍ରାମ କୁମୁଟିସାହି ମାଣିକଗୋଡାକୁ ଥାନାକୁ ନେଇ ପଚରାଉଚରା କରିଥିଲେ। ସେତେବେଳେ ସେ ଅସ୍ଵୀକାର କରିଥିଲେ। ପରେ ପ୍ରମାଣ ପରେ ଅଭିଯୁକ୍ତକୁ ଗିରଫ କରିଛନ୍ତି ତେବେ…
ରାୟଗଡ଼ା: ତା -୦୬/୦୩(ବିଏମସି ଟିଭି ଓଡ଼ିଆ) ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି , ରାୟଗଡ଼ ତରଫରୁ ଆଜି ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଏବଂ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ପାଳନ କରାଯାଉଅଛି । ଏହି ଅବସରରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ସରୋଜିନୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ | ଅନ୍ୟ ଅତିଥିବୃନ୍ଦ ଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାୟଗଡ଼ ଡା ପି କେ ମିଶ୍ର, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ରୁମା ମହାପାତ୍ର, ଅଧିକ୍ଷକ ଉପଖଣ୍ଡ ଚିକିତ୍ସାଳୟ ଡ଼ ଶ୍ରୀକାନ୍ତ କୁମାର ଜେନା , ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. କିଶୋର କୁମାର ବରାଇ , ଅତିରିକ୍ତ…
