ସମ୍ବଲପୁର/ବରପାଲି:ତା-୨୩/୦୨ (ବିଏମସି ଟିଭି ଓଡିଆ)ବରପାଲି-ବଲାଙ୍ଗୀର ଜାତୀୟ ରାଜପଥ କଡ଼ରେ ବିଗତ ସରକାର ସମୟରେ ପୂର୍ତ୍ତ ବିଭାଗ ଦ୍ବାରା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏକ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ ହୋଇଥିଲା । ଏହାକୁ ୨୦୧୮ ଜୁଲାଇ ୩୧ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ । ଜନସାଧାରଣଙ୍କ ସୁବିଧା ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରାୟ ଦୁଇ ବର୍ଷ ପରିଚାଳିତ ହେବା ପରେ, ଏବେ କିନ୍ତୁ ସଂପୂର୍ଣ୍ଣ ବନ୍ଦ ହୋଇପଡ଼ିଛି। କିଛି ଦିନ ପାଇଁ ମିସନ ଶକ୍ତି ଦ୍ଵାରା ଏହା ପରିଚାଳିତ ହୋଇଥିଲା । ବର୍ତ୍ତମାନ ତାହା ଖତ ଖାଉଥିବା ସହ ସେଠାରେ ବ୍ୟବହୃତ ହେଉଥିବା ବିଦ୍ୟୁତ କରଣର ସୋଲାର ପ୍ୟାନାଲ ଆଦି ସାମଗ୍ରୀ ସବୁ ଚୋରି ହୋଇଯାଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏହି ସୁବିଧା କେନ୍ଦ୍ର ଏବେ ବନ୍ଦ ପଡ଼ିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା…
Author: BMC NEWS ODISHA
ସମ୍ବଲପୁର/ପଡିଆବାହାଲ:ତା-୨୩/୦୨ (ବିଏମସି ଟିଭି ଓଡିଆ) ପ୍ରଭୁ ହନୁମାନଙ୍କ ଅସୀମ କୃପାରୁ ଏବଂ ଭକ୍ତଜନଙ୍କ ଆଶୀର୍ବାଦରୁ ଯୁଯୁମୁରା ବ୍ଲକ୍ ଅନ୍ତର୍ଗତ ପଡିଆବାହାଲ ବଜାରପ୍ରାଙ୍ଗଣ ଠାରେ ନବନିର୍ମିତ ପଞ୍ଚମୁଖୀ ହନୁମାନ ମନ୍ଦିରର ପବିତ୍ର ରତ୍ନମୁଦ ମହୋତ୍ସବ ଆସନ୍ତା ୨୭ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି। ଏହି ପବିତ୍ର ଅବସରକୁ ଅଧିକ ଶୁଭମୟ କରିଵା ପାଇଁ ବହୁ ଗୁଣୀ ଜ୍ଞାନୀ, ରାଜନେତା ଓ ଭକ୍ତଜନଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଦିନ ସକାଳ ୯ଟା ଗତେ କଳସଯାତ୍ରା ଓ ୧୦ଟାରେ ଶ୍ରୀଶ୍ରୀ ଗଣେଶଙ୍କ ପୂଜନୋତ୍ସବ ଅନୁଷ୍ଠିତ ହୋଇ ଦିବା ଘ:୧.୧୫ ରୁ ଘ:୨.୫୦ ମଧ୍ୟ ରତ୍ନମୁଦ ପୂର୍ଣ୍ଣ କରାଯିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଉପସ୍ଥିତ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ପାନୀୟଜଳ ଯୋଗାଣ, ଶାନ୍ତିଶୃଙ୍ଖଳା ତଥା ଯାନବାହାନ ନିୟନ୍ତ୍ରଣ କରିବା ପାଇଁ ମନ୍ଦିର କମିଟି ତରଫରୁ ସୁବ୍ୟବସ୍ଥା କରାଯାଇଛି। ଏହି ମହୋତ୍ସବରେ ସମସ୍ତ ଭକ୍ତଜନ ଯୋଗଦେବାକୁ ପଡିଆବାହାଲ…
ସମ୍ବଲପୁର:ତା-୨୨/୦୨ (ବିଏମସି ଟିଭି ଓଡିଆ) କଲମ ପରିବାର ଟ୍ରଷ୍ଟର ଚତୁର୍ଥ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସମ୍ବଲପୁରୀ ଭାଷାର ମାନ୍ୟତା ପାଇଁ ଆନ୍ଦୋଳନ ଅବ୍ୟାହତ ରହିଛି। ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ମାନ୍ୟତା ପାଇବା ପାଇଁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ହେବ। ଆନ୍ଦୋଳନର ସଫଳତା ପାଇଁ ଏଥିରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ଅତ୍ୟନ୍ତ ଜରୁରୀ। ସୁପ୍ତକୁ ଜାଗ୍ରତ କରିବା ପାଇଁ ଚେତନା ଆବଶ୍ୟକ। ଲେଖକ/ଲେଖିକା ଲେଖା ସଙ୍ଗେ ସଙ୍ଗେ ସଙ୍ଗଠିତ ହୋଇ ଆନ୍ଦୋଳନରେ ସାମିଲ ହେବା କଥା। ଲକ୍ଷ୍ୟ ହାସଲ ପାଇଁ ଆମକୁ ରଚନାତ୍ମକ ଓ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସଭା ପ୍ରାରମ୍ଭରେ ପୂର୍ବତନ ବିଧାୟିକା ଡ଼ାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଓ ବରିଷ୍ଠ ସାମ୍ବାଦିକ ଶିବପ୍ରସାଦ ମେହେରଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ‘କଲମ’ ସଭାପତି ତଫିଜୁଲ ହୁସେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ…
ବାଙ୍କୀ: ତା -୨୨/୦୨(ବିଏମସି ଟିଭି ଓଡ଼ିଆ) ରାଜ୍ୟରେ ନୂଆ ସରକାର ଆସିଲା ପରେ ପୂର୍ବ ଶାସିତ ସରକାର ଅପେକ୍ଷା ଆଉ କିଛି ଉର୍ନତି ଗ୍ରାମାଞ୍ଚଳର ସାଧାରଣ ଜନତାଙ୍କର ଯେତିକି ହେବ ବୋଲି ଆଶା କରାଯାଉଥିଲା ତାହାର ବାସ୍ତବ ଚିତ୍ର ପୂରଣ ହୋଇନାହିଁ ବୋଲି ଗାଁ ଲୋକଙ୍କ ସମସ୍ୟା ଦେଖିଲେ ବୁଝାପଡେ । ଆଉ ବର୍ଷକ ପରେ ଥିବା ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଦିବାସୀ ଦଳିତ ସାହି ବିକାଶ ଆଉ ଉର୍ନତି ବହୁପଛରେ ରହିଛି । ବାର୍ଦ୍ଧକ୍ୟ ଏବଂ ବିଧବା ଭତ୍ତାର ଅଭିଯୋଗ ଗୋଟିଏ ନୁହେଁ ବରଂ ଦଶ ଦଶଟି ଅଭିଯୋଗ କରିଛନ୍ତି ଦୁଲଣାପୁର ଗ୍ରାମ ପଂଚାୟତର ଆଦିବାସୀ ସାହି ସାନ ହାମିରାର ଗ୍ରାମବାସୀ ବୃନ୍ଦ । ଦୁଲଣାପୁର ଗ୍ରାମ ପଂଚାୟତର ପନ୍ଦର ନମ୍ବର ୱାର୍ଡରେ ରହିଛି ସାନ ହାମିରା । ଏଠାରେ ପାଖାପାଖି ୨୫ ଟି ପରିବାରର ଦୁଇ ଶହ ଲୋକ ବସବାସ କରିଥାନ୍ତି । ହାତଗଣତି କେତେଜଣ ସରକାରୀ ଚାକେରିଆ ଛାଡିଦେଲେ…
ବୋଲଗଡ଼: ତା -୨୩/୦୨(ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମା ଗ୍ରାମସ୍ଥିତ ମହିଳା ଗୋଷ୍ଠୀ ପରିଚାଳନା ସଙ୍ଘର ପରିଚାଳକ ରବୀନ୍ଦ୍ରନାଥ ମହାପାତ୍ରଙ୍କ ଦ୍ୱାରା ଆୟୋଜିତ ଓ ମା କୋଶଳାଶୁଣୀ କ୍ଲବ ସହଯୋଗୀତାରେ ରବିବାରଦିନ ୨୩ତମ ଜିଲ୍ଲାସ୍ତରୀୟ ଫୁଟୁବଲ ଟୁର୍ଣ୍ଣାମେଣ୍ଟ ଆରିକମl ଖେଳ ପଡିଆଠାରେ କିଙ୍ଗ ଷ୍ଟାର ଭୋଗଡା ଓ ମା ମଙ୍ଗଳା ଜୁନିୟର କ୍ଳବ ଗଡ଼ମାଣିତ୍ରି ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ମହିଳା ଗୋଷ୍ଠୀ ପରିଚାଳନା ସଙ୍ଘର ପରିଚାଳକ ରବୀନ୍ଦ୍ରନାଥ ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟତିଥିଭାବେ ବିଜେପି ଯୁବ ସଂଗଠକ ମାନସ କୁମାର ବେହେରା ଓ ସମ୍ମାନିତ ଅତିଥିଭାବେ ଆରିକମା ସରପଞ୍ଚ ପ୍ରମୋଦ କୁମାର ରାଉତରାୟ, ସମାଜସେବୀ ଶେଷଦେବ ପ୍ରଧାନ,ମା କୋଶଳାଶୁଣୀ କ୍ଳବ ସଭାପତି ମାନସ ରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ । ଏହି ମ୍ୟାଚର ଅତିଥିମାନେ ପଡିଆ ମଧ୍ୟରେ ଖେଳାଲିମାନଙ୍କ ସହ କର ମର୍ଦନ କରି ଉତ୍ତମ ଓ ସୁନ୍ଦର ଖେଳ…
ବାଲିମେଳା: ତା -୨୧/୦୨(ବିଏମସି ଟିଭି ଓଡ଼ିଆ)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦରରେ ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ ବହୁ ପ୍ରସିଦ୍ଧ ବଡଯାତ୍ରା।ବର୍ଷ ବର୍ଷ ଧରି ହେଉଥିବା ବଡ ଯାତ୍ରାରେ ବାଜା ରୋଷଣୀରେ ସ୍ୱତନ୍ତ୍ର ବିମାନ ଯୋଗେ ଆସନ୍ତି ଗ୍ରାମର ଗ୍ରାମଦେବୀ ମା’ ମାଉଳି।ଲୋକ କଥା ଅନୁଯାୟୀ, କାହିଁ କେଉଁ କାଳରୁ କୋରୁକୋଣ୍ଡା ଗ୍ରାମ ନିକଟରେ ଥିବା ଏକ ପାହାଡ଼ ଶିଖରରେ ରୁହନ୍ତି ମା’ ମାଉଳି। ବିଭିନ୍ନ ପୂଜା ପର୍ବାଣୀରେ ପୂଜକ ଯାଇ ମାଙ୍କୁ ସେଠାରେ ପୂଜାର୍ଚ୍ଚନା କରନ୍ତି।ହେଲେ ମା’ ପ୍ରତି ଦୁଇ ବର୍ଷରେ ଥରେ ପାହାଡ଼ ଶିଖରରୁ ତଳକୁ ଓଲ୍ହାଇ ଆସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି।ଭକ୍ତ ମାନେ ଏହାକୁ ମା’ମାଉଳିଙ୍କ ବଡ ଯାତ୍ରା ରୂପେ ପାଳନ କରନ୍ତି।ମାଙ୍କ ପୂଜାରୀଙ୍କ କହିବାନୁଯାୟୀ ପୂର୍ବଜ ପୂଜକ ମାନେ ପ୍ରତ୍ୟକ ଦିନ ପାହାଡ ଶିଖରରେ ଥିବା ମାଙ୍କ ଆସ୍ଥାନକୁ ଯାଇ ପୂଜାର୍ଚ୍ଚନା କରୁଥିଲେ।ବର୍ତ୍ତମାନ ଦୁଇ ବର୍ଷରେ ଥରେ ସେଠାକୁ ଯାଇ ମା’ଙ୍କୁ ଆବାହନ କରି…
ବେଲଗୁଣ୍ଠା: ତା -୨୧/୦୨(ବିଏମସି ଟିଭି ଓଡ଼ିଆ) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ସେଣ୍ଟର ଅଫ୍ ଏକ୍ସିଲେନ୍ସ୍ ଇନ୍ ନାନୋ ସାଇନ୍ସ୍ ଆଣ୍ଡ ଟେକ୍ନୋଲୋଜି ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ଲୋକ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର୍ ସୁକାନ୍ତ କୁମାର ତ୍ରୀପାଠି ଉଦ୍ଘାଟନ କରିଥିଲେ । ବିଶ୍ଵବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ସଂଯୋଜକ ଶ୍ରୀ ତ୍ରିପାଠି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ନାନୋ ଟେକ୍ନୋଲୋଜି ଏବଂ ସେନସର୍ ର ଉପଯୋଗିତା ଓ ପ୍ରସ୍ତୁତି ସମ୍ପର୍କିତ ବିଶଦ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ଗବେଷକ କାହ୍ନୁ ଚରଣ ନାୟକ, ଅଶୋକ କୁମାର ସାହୁ, ପ୍ରାନ୍ତ ପି ଦାଶ ,ଶ୍ରଦ୍ଧାଞ୍ଜଳି ଲେଙ୍କା ଏବଂ ବାର ଜଣ ପ୍ରକଳ୍ପ ସଂଯୋଜକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ…
ବେଲଗୁଣ୍ଠା: ତା -୨୦/୦୨(ବିଏମସି ଟିଭି ଓଡ଼ିଆ) ହୃତପିଣ୍ଡ ସମସ୍ୟାର ଉନ୍ନତ ଧରଣର ଚିକିତ୍ସା ନିମନ୍ତେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁକୁ ପଠାଯିବ ଚେନ୍ନାଇ ସ୍ଥିତ ଆପୋଲୋ ଶିଶୁ ହସ୍ପିଟାଲ୍ । ସୂଚନା ପ୍ରକାରେ ଆୟୁଷ୍ ଡାକ୍ତର ଜଗନ୍ନାଥ ପତିଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଏକ ଟିମ୍ ବେଲଗୁଣ୍ଠାର ଏକ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସମୟରେ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କେବିରିବ୍ରହ୍ମପୁର ଗ୍ରାମର ରାମଚନ୍ଦ୍ର ଗୌଡ଼ଙ୍କ ପୁଅ ପ୍ରଶ୍ନଜିତ୍ ଗୌଡ଼ଙ୍କ ହୃତପିଣ୍ଡରେ ସମସ୍ୟା ଥିବା କଥା ଜାଣିପାରିଥିଲେ । ଏ ବିଷୟରେ ଟିମ୍ ତରଫରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ପ୍ରଶ୍ନଜିତ୍ ଙ୍କ ହୃତପିଣ୍ଡରେ ଥିବା ସମସ୍ୟାର ସମାଧାନ ପାଇଁ ତାଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋ ଶିଶୁ ହସ୍ପିଟାଲ୍ କୁ ପଠାଯିବାର ପ୍ରସ୍ତୁତି କରାଯାଇଛି । ସେଠାରେ ପ୍ରଶ୍ନଜିତ୍ ଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ଆୟୁଷ୍ ଡାକ୍ତର…
ବେଲଗୁଣ୍ଠା: ତା -୨୧/୦୨(ବିଏମସି ଟିଭି ଓଡ଼ିଆ) ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ଠାରେ ମାତୃଭାଷା ଦିବସ ଏକ ବର୍ଣ୍ଣାଢ୍ଯ ପରିବେଶରେ ପାଳିତ ହୋଇ ଯାଇଛି। ଅନୁଷ୍ଠାନର ସମସ୍ତ ଶିଶୁ ଭାଇ-ଭଉଣୀ , ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା, ପରିଚାଳନା ସମିତି ସଦସ୍ୟ ତଥା ଉପଦେଷ୍ଟା ସମସ୍ତେ ମାତୃଭାଷା ର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।ଏହି ଅବସରରେ ମାତୃଭାଷା ସଂପର୍କିତ ଗୀତ ଗାନ,କବିତା ଲିଖନ, ଗଳ୍ପ କଥନ ଓ ଲିଖନ ଚିତ୍ରାଙ୍କନ ଆଜି ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା । ଏଥିରେ ଶତାଧିକ ଶିଶୁ ଅଂଶ ଗ୍ରହଣ କରିଥିଲେ । ପରିଚାଳନା ସମିତି ସଦସ୍ୟ ଓ ଅତିଥି ମାନଙ୍କ ଦ୍ଵାରା କୃତୀ ଶିଶୁମାନଙ୍କୁ ସାହିତ୍ୟ ପୁସ୍ତକ ଦେଇ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ବିଜୟ କୁମାର ସ୍ୱାଇଁ ଏବଂ ପ୍ରଧାନାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର ମାତୃଭାଷାର ଉପାଦେୟତା ବିଷୟରେ ଉଦବୋଧନ ଦେଇଥିଲେ। ବରିଷ୍ଠ ଆଚାର୍ଯ୍ୟ କୈଳାସ ଚନ୍ଦ୍ର…
ବେଲଗୁଣ୍ଠା: ତା -୨୧/୦୨(ବିଏମସି ଟିଭି ଓଡ଼ିଆ) ଗାଙ୍ଗପୁର ଠାରୁ ଆସିକା ରାସ୍ତାରେ ଖଇରପୁଟି ଛକରେ ଥିବା ହନୁମାନ ମନ୍ଦିର ପ୍ରତିଷ୍ଠାର ତୃତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ଅଷ୍ଟ ପ୍ରହର ନାମ ଯଜ୍ଞ ଏବଂ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଦିନ ଶୁଭାଧିବାସ ଏବଂ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ସକାଳ ଠାରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ଦିନ ନାମ ସମାପନ, ପୂର୍ଣ୍ଣାହୁତି, ଦଧିଭାଣ୍ଡ ଭଞ୍ଜନ,ନଗର ଭ୍ରମଣ ଏବଂ ଯମୁନା ସ୍ନାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯଜ୍ଞ ଦେଖିବା ସହ ହନୁମାନଙ୍କ ଦର୍ଶନ ଏବଂ ପ୍ରସାଦ ସେବନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଗାଙ୍ଗପୁର ପୋଲିସ୍ ବାହିନୀ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ସହିତ ଯାନବାହନ ଗୁଡ଼ିକୁ ନିୟନ୍ତ୍ରଣ କରିଥିଲେ…
ବ୍ରହ୍ମପୁର: ତା -୨୧/୦୨(ବିଏମସି ଟିଭି ଓଡ଼ିଆ) ସିଦ୍ଧାର୍ଥ ନଗର ଠାରେ ଥିବା ଫାଷ୍ଟକ୍ରାଇ ଇଣ୍ଟେଲିଟଟ୍ ପ୍ରି-ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଆଇ.ଟି.ଆଇ ଅଡିଟୋରିଅମରେ ପାଳିତ ହୋଇଯାଇଛି। ଏଠାରେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରି ସ୍କୁଲର ନିର୍ଦ୍ଦେଶିକା ଡ଼ଃ ମିତ୍ରବିନ୍ଦା ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଓ ମୁଖ୍ୟବକ୍ତା ଭାବେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଯୋଗ ଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ତମ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗଣ ଯୋଗାଯୋଗ ବିଭାଗ ମୁଖ୍ୟ ଡ଼ଃ ବନ୍ଦିତା ପଣ୍ଡା, ଗବେଷଣା ଓ ବିକାଶ ନିର୍ଦ୍ଦେଶକ ଡ଼ଃ ତପନ କୁମାର ବାରିକ ଯୋଗ ଦେଇଥିଲେ। ଫାଷ୍ଟକ୍ରାଇ ଇଣ୍ଟେଲିଟଟ୍ ପ୍ରି ସ୍କୁଲର ଇଷ୍ଟର୍ନ୍ ଜୋନାଲ ଏକାଡେମୀକ୍ ହେଡ୍ ସାୟାନି ମୁଖାର୍ଜୀ ଏବଂ ଏକାଡେମୀକ୍ ଅପରେସନାଲ୍ ମ୍ୟାନେଜର୍ ପ୍ରଜ୍ଞା ପରମିତା ପଣ୍ଡା…
ସମ୍ବଲପୁର/ବାମରା:ତା-୨୦/୦୨ (ବିଏମସି ଟିଭି ଓଡିଆ) ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟ ସ୍ତରୀୟ ସମ୍ମିଳନୀ ଚଳିତ ମାସ ୨୮ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା ଜିଲ୍ଲା ଲାଇକରା ବ୍ଲକ ଅନ୍ତର୍ଗତ ତାଳମୁଣ୍ଡା ଗାଁରେ ମହା ସମାରୋହରେ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି। ଏଥିରେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିବା ତଥା ସମ୍ମିଳନୀକୁ ସଫଳ କରିବା ପାଇଁ ୨୧ ଟି ଗୁଡ଼ିରେ ପର୍ଯ୍ୟାୟ କ୍ରମେ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହି କ୍ରମରେ ବାମରା ବ୍ଲକର ସଗରା, ଗୋବିନ୍ଦପୁର, କେସାଇବାହାଲ, ଜରାବଗା ଓ ତୁରେଇ ଗୁଡ଼ି ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇ ସାରିଛି । ଏହିସବୁ କାର୍ଯ୍ୟକ୍ରମ ଗୁଡ଼ିକର ମୁଖ୍ୟ ଆୟୋଜକ ମଣ୍ଡଳ ସଭାପତି ଭିକାରୀ ଚରଣ ପଟେଲ, ପ୍ରକାଶ ପଟେଲ , ରବି ନାରାୟଣ ପଟେଲ ହୋଇଥିବା ବେଳେ ଗୁଡ଼ି ସଭାପତିମାନେ ନିଜ ନିଜ ଗୁଡ଼ି ଗୁଡିକରେ ସଭାପତିତ୍ବ କରିଥିଲେ । ଗୋବିନ୍ଦପୁର ସମ୍ମିଳନୀରେ ଅଖିଳ ଭାରତୀୟ ଅଘରିଆ…
