ବାଲିମେଳା: ତା -୧୮/୦୨(ବିଏମସି ଟିଭି ଓଡ଼ିଆ) ଚଳିତ ବର୍ଷ ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ସଂଗଠନ କୁ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ରାଜ୍ୟ ଜିଲ୍ଲା ସ୍ତରରେ ଯୁବ ନେତୃତ୍ବଙ୍କୁ ନିଯୁକ୍ତି ଦିଆଯାଉଛି । ଏହି କ୍ରମରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ବାଲିମେଳା ସହରର ଡଃ ବିଶ୍ଵଜିତ ମୁଦୁଲି ରାଜ୍ୟ ସଂଗଠନ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ଅଖିଳ ଭାରତ ହିନ୍ଦୁ ମହାସଭା ରାଜ୍ୟ ସଭାପତି ଗୀତା ଚଇନିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ରାକେଶ ତିୱାରୀଙ୍କ ଅନୁମୋଦନ ଦ୍ବାରା ନିଯୁକ୍ତି ଦିଆଯାଇଛି। ବିଶ୍ଵଜିତ ଦୀର୍ଘ ଚାରି ବର୍ଷ ଧରି ଅଖିଳ ଭାରତ ହିନ୍ଦୁ ମହାସଭା ଭଳି ପୁରାତନ ରାଜନୈତିକ ଦଳ ସହ ଜଡ଼ିତ ରହି ରାଜ୍ୟ ଏବଂ ରାଜ୍ୟ ବାହାରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଦଳରେ ତାଙ୍କର ସକରାତ୍ମକ କାର୍ଯ୍ୟ ଶୈଳୀକୁ ଦୃଷ୍ଟିରେ ରଖି ରାଜ୍ୟର ନୂତନ ସଂଗଠନ ମନ୍ତ୍ରୀ…
Author: BMC NEWS ODISHA
ବାଲିମେଳା: ତା -୧୮/୦୨(ବିଏମସି ଟିଭି ଓଡ଼ିଆ)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପଞ୍ଚାୟତ ଅଧୀନ ସଦାଶିବପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଗାଁରେ ରହୁଥିବା ଭାସ୍କର କିର୍ସାନି ଙ୍କ ସ୍ତ୍ରୀ ଡାଲିମ୍ବ କିର୍ସାନି-(୨୪)ଙ୍କର କୌଣସି କାରଣରୁ ବୁଧବାର ସକାଳୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ପ୍ରଥମେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ।ଡାଳିମ୍ବଙ୍କ ସ୍ୱାସ୍ଥ୍ୟ ବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ସେଠାରେ ଡାଳିମ୍ବଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ଏହାକୁ ନେଇ ମୃତ ଡାଲମ୍ବଙ୍କ ଶଶୁର ଘେନୁ କିର୍ସାନି ଓର୍କେଲ ଥାନାରେ ପହଁଞ୍ଚି ଏକ ଲିଖିତ ଏତଲା ଦେଇଥିଲେ। ଉକ୍ତ ଏତଲାରେ ଉଲ୍ଲେଖ ରହିଛି ଯେ, ବୁଧବାର ସକାଳୁ…
ବାଲିମେଳା: ତା -୧୮/୦୨ (ବିଏମସି ଟିଭି ଓଡ଼ିଆ) ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଧେଶ କ୍ରମେ ସରା ରାଜ୍ୟରେ ବୁଧବାର ଠାରୁ ଆରମ୍ଭ ହୋଇଛି +୨ପରୀକ୍ଷା । ଏହି ଅବସରରେ ମାଲକାନଗିରି ଜିଲ୍ଲା ବାଲିମେଳା ଵିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗ ଛାତ୍ର ଛାତ୍ରୀ ମାନେ ପ୍ରଥମ ଦିନରେ ଓଡ଼ିଆ ପରୀକ୍ଷା ବଡ଼ ଉତ୍ସାହର ଦେଇଛନ୍ତି।ଚଳିତ ବର୍ଷ ବିଜ୍ଞାନ ବିଭାଗର ୮୪ଜଣ ମଧ୍ୟରୁ ଜଣେ ଅନୁପସ୍ଥିତ ଥିଲେ ଏକ୍ସ ରେଗୁଲାର ୧୮ ଜଣଙ୍କ ମଧ୍ୟରୁ ୧୦ଜଣ ପରୀକ୍ଷା ଦେଇଛନ୍ତି।ସେହିପରି କଳାରେ ୨୭୦ଜଣ ରେଗୁଲାର ଓ ଏକ୍ସ ରେଗୁଲାର ୨୨ଜଣ,ବାଣିଜ୍ୟରେ ୫୬ଜଣ ଏକ୍ସ ରେଗୁଲାର ୬ଜଣ ଛାତ୍ରଛାତ୍ରୀ ଆଗାମୀ ଦିନରେ ପରୀକ୍ଷା ଦେବେ।ଆସନ୍ତା ୨୦ତାରିଖରୁ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ।ପତ୍ର ବିନିମୟରେ ୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।ଆସନ୍ତା ମାର୍ଚ୍ଚ ୨୫ତାରିଖରେ ପରୀକ୍ଷା ଶେଷ ହେବ।ପରୀକ୍ଷା କେନ୍ଦ୍ରକୁ କପିମୁକ୍ତ ଓ ନିରପେକ୍ଷ ପରିଚାଳନା ନେଇ ପ୍ରଶାସନ ପକ୍ଷରୁ ସମସ୍ତ…
ବଲାଙ୍ଗୀର/ଟିଟିଲାଗଡ଼:ତା-୧୮/୦୨(ବିଏମସି ଟିଭି ଓଡ଼ିଆ) ସରକାରୀ ଭାବେ ଆଦିବାସୀ ଅଧ୍ୟୁଷିତ ତଥା କେବିକେ ତାଲିକାଭୁକ୍ତ ବଲାଙ୍ଗୀର ଜିଲ୍ଲା ରେ ପାନୀୟ ଜଳ ଯୋଗାଣ ନେଇ କୋଟି, କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପରିତାପ ର ବିଷୟ ଯେ,ଏହି ଟଙ୍କା କେବଳ ସୂଚନା ଫଳକ ଓ ବଡ଼ ବଡ଼ ପାଣି ଟାଙ୍କି ରେ ସୀମିତ ରଖି କୋଟି , କୋଟି ଟଙ୍କା ହଡ଼ପ କରାଯାଇଛି,କିନ୍ତୁ ବୁନ୍ଦାଏ ପାଣି ନାହିଁ। ପାନୀୟ ଜଳ ପାଇଁ ଗରା, ବାଲଟି, ନେଇ କ୍ରମାଗତ ଭାବେ ରାଜରାସ୍ତା ଅବରୋଧ ସହ ଆବେଦନ, ନିବେଦନ କରି ନିରାଶ ହୋଇ ସାରିଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଜିଲ୍ଲା ର ସବୁ ସରକାରୀ ବାବୁ ମିଳିତ ଭାବେ କାଗଜ, କଲମ ରେ କୋଟି, କୋଟି ଟଙ୍କା ହଡପ କରିଦେଇ କେବଳ କାଗଜ କଲମରେ ଓ ନାମକୁ ମାତ୍ର କିଛିଟା ବଡ ବଡ ପାଣି ଟାଙ୍କି ନିର୍ମାଣ କରି ଛାଡ଼ିଦେଇଛନ୍ତି। ସରକାର ଙ୍କ…
ବାଲିମେଳା: ତା -୧୭/୦୨ (ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି -୩ ପଞ୍ଚାୟତ ଅଧୀନ ଏମଭି -୧୦୪ ଗ୍ରାମରେ ପରିମଙ୍ଗଳ କମିଟିର ସଭାପତି କୃଷ୍ଣ ମଣ୍ଡଳ, ସମ୍ପାଦକ ବିଶ୍ୱନାଥ ବିଶ୍ୱାସ, କୋଷାଧକ୍ଷ ଜିତେନ୍ଦ୍ର ବିଶ୍ୱାସ ଏବଂ ଅନ୍ୟ ସଦସ୍ୟ ମାନଙ୍କ ନେତୃତ୍ୱରେ ସୋମବାର ମଧ୍ୟ ରାତ୍ରୀ ଠାରୁ ଆରମ୍ଭ ହୋଇଛି ମା’କାଳୀଙ୍କର ଆବାହନ।ପ୍ରତିବର୍ଷ ସବୁଠି ଦୀପାବଳୀରେ କାଳୀ ପୂଜା ଅନୁଷ୍ଠିତ ହେଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ବାଙ୍ଗୀୟ ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ ସମୟରେ ମା’କାଳୀଙ୍କ ଆବାହନ କରାଯାଇଥାଏ ।ଦୀର୍ଘ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଏପରି ଭିନ୍ନ ପରମ୍ପରା ଶତାଧିକ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।ଏହି ଅବସରରେ ଗ୍ରାମର ମହିଳାମାନେ ଏକ କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ମନ୍ଦିରରେ କଳସ ସ୍ଥାପନ କରିଥିଲେ।ପାରମ୍ପରିକ ରୀତିନୀତି ଅନୁସାରେ ମା ‘କାଳୀଙ୍କ ପୂଜା କରାଯାଇଥିଲା।ଏହି ପୂଜା ଦେଖିବା ପାଇଁ ଏମଭି -୧୦୪…
ସମ୍ବଲପୁର:ତା-୧୬/୦୨ (ବିଏମସି ଟିଭି ଓଡିଆ) ସମାଜର ସାଥି, ପ୍ରତି ମଣିଷର ଜୀବନରେଖା ଭାବେ ପରିଚିତ ଡ଼ା.ରାସେଶ୍ୱରୀ ପାଣିଗ୍ରାହୀ ଆଉ ନାହାଁନ୍ତି। ଚିକିତ୍ସା ଜଗତର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ, ଶତାଧିକ ଜୀବନର ପ୍ରାଣଦାତ୍ରୀ, ସେବାନାୟିକା ତଥା ସମ୍ବଲପୁର ସହରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସମ୍ବଲପୁର ଶାନ୍ତିନଗର ସ୍ଥିତ ନିଜ ବାସଭବନରେ ରାତି ପ୍ରାୟ ୮.୫୦ ମିନିଟ୍ ସମୟରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଆଜି ପ୍ରାୟ ମଧ୍ୟାହ୍ନରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଆଡକୁ ଗତି କରୁଥିବା ନେଇ ସମଗ୍ର ସହର କାହିଁକି ପଶ୍ଚିମାଞ୍ଚଳରେ ଚହଳ ପଡିଯିବାରୁ ଅପରାହ୍ଣରୁ ତାଙ୍କ ବାସ ଭବନରେ ଭିଡ଼ ଜମିଵା ସହିତ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ସହିତ ସାମାଜିକ ଗଣମାଧ୍ୟମରେ ତାଙ୍କ ଆରୋଗ୍ୟ କାମନା ପାଇଁ ଶୁଭେଛୁ ମାନଙ୍କ ଆଶୀର୍ବାଦ କାମନା ଛାଇଯାଇଥିଲା। ଭାଇ ତଥା ବରିଷ୍ଠ ସାମ୍ବାଦିକ…
କଟକ: ତା -୧୭/୦୨(ବିଏମସି ଟିଭି ଓଡ଼ିଆ) ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଗୁରୁବାରରୁ ଆରମ୍ଭ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପରୀକ୍ଷାର ସୂଚାରୁ ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି। ପ୍ରତି ସ୍କ୍ବାଡ୍ରେ ୨ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ସେହିପରି ସମସ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଏବଂ ନିରୀକ୍ଷକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ପରୀକ୍ଷା କେନ୍ଦ୍ରରେ କେଉଁ କେଉଁ ସୁବିଧା ରହିବ, ପ୍ରଶ୍ନପତ୍ର ଏବଂ ଉତ୍ତରଖାତା କିଭଳି ନିର୍ଦ୍ଧାରିତ ସମୟ ଅନୁଯାୟୀ ପହଞ୍ଚିବ, ସେଥିପାଇଁ କରାଯାଇଥିବା ବ୍ୟବସ୍ଥାକୁ ଅନୁପାଳନ ନିମନ୍ତେ କୁହାଯାଇଛି। ସେହିଭଳି ଗତ ୧୦ ତାରିଖଠାରୁ ନୋଡାଲ ସେଣ୍ଟରଗୁଡିକୁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ପ୍ରଶ୍ନପତ୍ର ପଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ମଙ୍ଗଳବାର ସବୁ ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ନେଇ ସୂଚନା ମିଳିଛି। ରାଜ୍ୟରେ ୫ ଲକ୍ଷ ୬୧ ହଜାର…
ବେଲଗୁଣ୍ଠା: ତା -୧୬/୦୨(ଵିଏମସି ଟିଭି ଓଡିଆ) ଆଜି ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହେବା ସହିତ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ବ୍ଳକ୍ ର ଗାଙ୍ଗପୁର ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର, ବୋରୀର ସିଦ୍ଧେଶ୍ଵର ମନ୍ଦିର, ପାଲକଷଣ୍ଢାର ନୀଳକଣ୍ଠେଶ୍ୱର ମନ୍ଦିର, କେବିରୀ ବ୍ରହ୍ମପୁର/ କେ ନୂଆଗଡ ର ଗୁପ୍ତେଶ୍ୱର, ନାୟିକପଡା ବୈଦ୍ୟନାଥ, ବେଲଗୁଣ୍ଠା ଚନ୍ଦ୍ରକଳ୍ପେଶ୍ୱର, ଗୋବରାର ଉଗ୍ରେଶ୍ୱର ମନ୍ଦିର, ମେଇନ ରୋଡ଼ ରେ ଥିବା ଶ୍ରୀ ଶ୍ରୀ କପିଳେଶ୍ଵର ମନ୍ଦିର,କେବିରି ବରହମପୁରର ଗୁପ୍ତେଶ୍ୱର ମନ୍ଦିର, ନୂଆପଡା /ରାଇପଡା ଓ ବେଲଗୁଣ୍ଠାର ବାଲୁଙ୍କେଶ୍ୱର ମନ୍ଦିର ସମେତ ବଡ଼ ସାଦରା,ଖଇରପୁଟି,ଇନ୍ଦନପୁର,ସିଂହମର୍ଦ୍ଦନ,କ୍ଷତ୍ରିୟବରପୁର,ନୂଆଁପଡ଼ା,ନାୟକପଡ଼ାର ବୈଦ୍ୟନାଥ, ଗୋଲାପଡ଼ାର ସ୍ଵପ୍ନେଶ୍ଵର ଆଦି ଶିବ ମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ମନ୍ଦିର ଗୁଡିକରେ ଭୋର୍ ରୁ ନୀତିକାନ୍ତି ସହିତ ଦେବ ଦେବଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ସମୟ ବଢିବା ସହିତ ଗହଳି…
ସମ୍ବଲପୁର/କୁଚିଣ୍ଡା:ତା-୧୫/୦୨ (ବିଏମସି ଟିଭି ଓଡିଆ) ସଂସ୍କୃତି ସୁରକ୍ଷା ମଞ୍ଚ,ଓଡ଼ିଶା ପକ୍ଷରୁ ସମାଜସେବୀ ଓ ସଂସ୍କୃତି ସଂଗଠକ ସୁବାସ ଚନ୍ଦ୍ର ନାୟକ ଙ୍କୁ ଉତ୍କଳ ଲୋକକଳା ସମ୍ମାନ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ହୀରାକୁଦ ସୁଭାଷ ମଇଦାନ ଠାରେ ଆୟୋଜିତ ଏକ ଉତ୍ସବରେ ଏହି ସମ୍ମାନକୁ ପୂର୍ବତନ କୁଚିଣ୍ଡା ଓ ଲଇକେରା ବିଧାୟକ ବୃନ୍ଦାବନ ମାଝୀ, ମଞ୍ଚର କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଏହା ପ୍ରଦାନ କରିଥିଲେ । ଏଥିସହ ଅବସର ପ୍ରାପ୍ତ ପ୍ରଶାସକ ମୁରଲୀଧର ନାଏକ, ଦେବଗଡ଼ର ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଭ୍ୟ ପ୍ରଫୁଲ୍ଲ ମହାପାତ୍ର ଓ ପ୍ରମୋଦ ନାଏକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଅନୁଷ୍ଠିତ ଉତ୍ସବରେ ପଦ୍ମଶ୍ରୀ ଡ.ଜିତେନ୍ଦ୍ରିୟ ହରିପାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ସମ୍ବଲପୁର/ସରଣ୍ଡା: ତା -୧୫/୦୨ (ବିଏମସି ଟିଭି ଓଡିଆ)ମହାଶିବରାତ୍ରୀ ମହୋତ୍ସବ ଉପଲକ୍ଷେ ଦେବଦେବ ମହାଦେବଙ୍କ ଜାଗର ଯାତ୍ରା ଓ ମହାଶିବରାତ୍ରି ମହୋତ୍ସବକୁ ନେଇ ସମଗ୍ର ଦେଶ ଉତ୍ସବ ମୁଖର ହୋଇଛି । ବିଭିନ୍ନ ମାନସିକ ନେଇ ଭକ୍ତ, ଶ୍ରଦ୍ଧାଳୁ ଶୈବପୀଠଗୁଡିକରେ ଦେବଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି। ଏହି କ୍ରମରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ର ବିଭିନ୍ନ ଶିବ ମନ୍ଦିରରେ ବଡ଼ି ଭୋରରୁ ପ୍ରଭୁ ମହାଦେବଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁମାନଙ୍କ ଆଗମନ ଆରମ୍ଭ ହୋଇଥିଲା। ସମ୍ବଲପୁର-ବରଗଡ ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଅଷ୍ଟଶମ୍ଭୁ ବାବା ବିଶ୍ୱେଶ୍ୱରଙ୍କ ସରଣ୍ଡା ସ୍ଥିତ ମନ୍ଦିରରେ ଭୋର୍ ସକାଳୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଦିନତମାମ ହଜାର ହଜାର ଭକ୍ତଙ୍କ ସମାଗମରେ ମନ୍ଦିର ପରିସର ଓ ବାହାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଲୋକମୁଖରୁ ଜଣାଯାଏ ଯେ ମାନସିକଧାରୀମାନେ ପବିତ୍ର ମନରେ ବାବା ବିଶ୍ୱେଶ୍ୱରଙ୍କ ଦର୍ଶନ ଏବଂ ଆରାଧନା କଲେ ମନସ୍କାମନା…
ବାଲିମେଳା: ତା -୧୫/୦୨(ବିଏମସି ଟିଭି ଓଡ଼ିଆ) ମହା ଶିବରାତ୍ରି ଉପଲକ୍ଷେ ମାଲକାନଗିରି ଜିଲ୍ଲା ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକ ଅଧୀନସ୍ତ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠରେ ଅଗଣିତ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି।ବିଶେଷ କରି ବାଲିମେଳା ସହରରେ ଥିବା ଆଖଣ୍ଡଳମଣି ମନ୍ଦିର, ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶିବ ମନ୍ଦିର,କୋରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରୁ କିଛି ଦୂରରେ ଥିବା ଶୂଳିଆ ପାହାଡ଼ ଶୈବପୀଠ,କାମ୍ବେଡା ଶିବ ମନ୍ଦିର,ଖଡ଼ିକାଯୋଡି ଶିବ ମନ୍ଦିର, ନୀଳାଦ୍ରୀ ନଗରରେ ଥିବା ଗଣେଷ ମନ୍ଦିର, ସୋମନାଥପୁର ପଞ୍ଚାୟତରେ ଥିବା କଣ୍ଡେଲ ଶିବ ମନ୍ଦିର,ତାର୍ଲାକୋଟା ନିକଟସ୍ଥ ଶୀଧେଶ୍ୱର ପୁର ମନ୍ଦିର,ବାଲିମେଳା ଛକ ନିକଟ ରାଜ ଲିଙ୍ଗେଶ୍ୱର ମନ୍ଦିର,ପୁରୁଣା ଓର୍କେଲରେ ଥିବା ବହୁ ପୁରାତନ ଶୈବପୀଠ,ବାଲିମେଳା ସହରର ଡ୍ରଗ ଲାଇନରେ ଥିବା ତ୍ରିନାଥ ମନ୍ଦିର,ନାକାମାମୁଡି ପଞ୍ଚାୟତରେ ଥିବା ଖଡ଼ିକା ଯୋଡି ଶିବ ମନ୍ଦିର ଏବଂ ଡ଼ାଇକ-୨ ରେ ଥିବା ଶିବ ମନ୍ଦିର ଓ ବିଭିନ୍ନ ଗ୍ରାମରେ ଥିବା ସମସ୍ତ ଶୈବପୀଠରେ…
ସମ୍ବଲପୁର:ତା-୧୫/୦୨ (ବିଏମସି ଟିଭି ଓଡିଆ) ଦେଶରେ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ଆମକୁ ୨୦୨୬ରୁ ହିଁ ଏପରି ପ୍ରୟାସ କରିବାକୁ ହେବ ଯେପରି ସମ୍ବଲପୁର ଏବଂ ଓଡ଼ିଶାର ପ୍ରତିଭାବାନ ପିଲାମାନେ ବିଶ୍ୱସ୍ତରରେ ମେଡାଲ ଜିତିବେ । ରବିବାର ସମ୍ବଲପୁରର ଐତିହାସିକ ହୀରାକୁଦ ଠାରେ ‘ଏମସିଏଲ୍ ହୀରାକୁଦ ଇଣ୍ଟରନ୍ୟାସନାଲ ହାଫ୍ ମାରାଥନ୍ – ୨୦୨୬’ର ଉଦଘାଟନ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପରିପେକ୍ଷୀରେ ରାଜ୍ୟ ସରକାରଙ୍କର ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ଉଚ୍ଚ ଶିକ୍ଷା, କ୍ରୀଡା, ସଂସ୍କୃତି ଓ ଯୁବସେବା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଲଲହଡା ବିଧାୟକ ଅଶୋକ ମହାନ୍ତି,…
