Author: BMC NEWS ODISHA

ଢ଼େଙ୍କାନାଳ/ହିନ୍ଦୋଳ:ତା-୨୦/୦୨(ବିଏମସି ଟିଭି ଓଡ଼ିଆ) ଆଜି ଦିନ ସକାଳ ୯ଘଟିକା ରୁ ୨ଘଟିକା ପର୍ଯ୍ୟନ୍ତ DADA ଆୟୋଜିତ ସ୍ପର୍ଶ ହସ୍ପିଟାଲ ର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ବାରା ହିନ୍ଦୋଳ ବ୍ଳକ୍ ଵୁହାଳିପାଳ ପଞ୍ଚାୟତ ବାଙ୍କଟିଆ ଗ୍ରାମ ରେ ଥିବା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଗଣେଶ୍ବର କ୍ଲବ୍ ପରିସର ରେ ଅନୁଷ୍ଠିତ ହୋଇଯାଇଛି।ଆଞ୍ଚଳିକ ସ୍ତରରେ ଆଖପାଖ ଅଞ୍ଚଳରୁ ଶତାଧିକ ଆବାଳବୃଦ୍ଧବନିତା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ନେଇ ଭିନ୍ନ ଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ବାରା ସମସ୍ତେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଡାକ୍ତର ଙ୍କ ସହିତ ପରାମର୍ଶ ଓ ଦରକାର ମୁତାବକ ରକ୍ତ ପରୀକ୍ଷା,ଇସିଜି,ରକ୍ତ ଚାପ ପରୀକ୍ଷା ଓ ଔଷଧ ପ୍ରାପ୍ତ କରିଥିଲେ। DADA ର ସଭାପତି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଆଇଚ,କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଧନେଶ୍ଵର ସାହୁ,ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର,ଅତିରିକ୍ତ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମ୍ବୁଜ କୁମାର ଶତପଥୀ,ସ୍ପର୍ଶ ହସ୍ପିଟାଲ ର ଅଭିଜ୍ଞ ଡାକ୍ତର ଗଣ ଯଥା…

Read More

ଭୁବନେଶ୍ୱର: ତା -୧୯/୦୨(ବିଏମସି ଟିଭି ଓଡ଼ିଆ)ବିନା ସିଟ୍ ବେଲ୍ଟ ରେ ଗାଡି ଚଳାଉଛନ୍ତି ଆମ ବସ ଡ୍ରାଇଭର ବନମାଳୀପୁର ରୁ ଭୁବନେଶ୍ୱର ବସ ଆସୁଥିବା ବେଳେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଗାଡି ରେ ନିଜ ମୋବାଇଲ୍ ରେ ଗୀତ ଶୁଣି ମଧ୍ୟ ଗାଡି ଚଳାଉଛନ୍ତି। ଏମିତି ଯଦି ହେବ ତାହେଲେ ବହୁ ଯାତ୍ରୀ ମାନଙ୍କର ଜୀବନ ପ୍ରତି ବିପଦ ଥିବା ଜଣା ପଡୁଛି। ବସ ର ସୁପରଭାଇଜର ଙ୍କୁ କହିଲେ ମଧ୍ୟ ଶୁଣୁନାହାନ୍ତି। ଏହିପରି ଅସାବଧାନତା ଯୋଗୁଁ ବହୁତ ଥର ବସ ଦୁର୍ଘଟଣା ଦେଖିବା କୁ ମିଳୁଛି । ସରକାରଙ୍କ ନିୟମ କୁ ନ ମାନି ଏହିପରି ଗାଡି ଚଲେଇବା ଅପରାଧ ଜାଣି ମଧ୍ୟ ନିୟମ ଉଲଂଘନ କରୁଛନ୍ତି । ଭୁବନେଶ୍ୱର ରୁ ମନୋଜ ବେହେରାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।

Read More

ବେଲଗୁଣ୍ଠା: ତା -୨୦/୦୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ ଏବଂ ମାଷ୍ଟର୍ ଟ୍ରେନର୍ ସ୍ମୃତିମୟୀ ପାତ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁକ୍ତ ୩ ପ୍ରଥମ ବର୍ଷର ୭୭ ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେବାକୁ ଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ପିଙ୍କି ପାତ୍ରଙ୍କ ତତ୍ତ୍ୱାବଧାନରେ ଏହା ଅସନ୍ତା ମାର୍ଚ୍ଚ ଏକ ତାରିଖ ପର୍ଯ୍ୟନ୍ତ ଛାତ୍ରୀ ମାନେ ଆତ୍ମ ସୁରକ୍ଷା ସମ୍ପର୍କରେ ପ୍ରଶିକ୍ଷଣ ନେବେ । ଅଧ୍ୟାପକ ସପନ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ ।ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ…

Read More

ବେଲଗୁଣ୍ଠା: ତା -୨୦/୦୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମ ପଂଚାୟତ ରେ ହେଉଥିବା ଓ ହେବାକୁ ଥିବା ବିଭିନ୍ନ ଜନ ହିତକର କାର୍ଯ୍ୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକ ପରିଦର୍ଶନ କରିବା ସହ ସମୀକ୍ଷା କଲେ ବେଲଗୁଣ୍ଠା ଗୋଷ୍ଠୀ ଉନୟନ ଅଧିକାରୀ ସିଙ୍ଗାପୁରମ ହରି । ତାଙ୍କ ସହ ଏବିଡିଓ ସନ୍ତୋଷ ମନ୍ତ୍ରୀ ସହକାରୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଏଡିଓ ମଞ୍ଜୁଲତା ସାହୁ. ପିଓ ସୂଚୀଳତା ସ୍ୱାଇଁ ଡ଼ିଏପି ରିତାଞ୍ଜଳୀ ପରିଡା. ଜିଲ୍ଲା ପରିଷଦ ବିଦ୍ୟl ବିଶୋଇ. ସରପଞ୍ଚ ପ୍ରତିନିଧି ଜ୍ୟୋତି ନାୟକ. ଯୋଗାଣ ସହାୟକ ଯୁଗଳକିଶୋର ଖଟେଇ ଓ ସହାୟକ ମହେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।

Read More

ଟିଟିଲାଗଡ/ସିନ୍ଧେକେଲା:ତା-୨୦/୦୨(ବିଏମସି ଟିଭି ଓଡ଼ିଆ) ସରକାର ଙ୍କ ମନରେଗା ଯୋଜନା ରେ ବ୍ୟାପକ ଅନିୟମିତତା କାର୍ଯ୍ୟ କରିବା ସହ ସୂଚନା ଫଳକ ବା ବୋର୍ଡ କୁ ଭାଙ୍ଗି ଦେବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମାଟି ଉନ୍ନତି କରଣ ନାଁରେ ବ୍ୟାପକ ଜାଲିଆତି କରି ଥିବା ଭଳି ଗୁରୁତର ଅଭିଯୋଗ ଶ୍ରମିକ କରିଥିବା ବେଳେ ଏ ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି । ବଲାଙ୍ଗୀର ଜିଲ୍ଲା କୁରସୁଡ଼ ପଞ୍ଚାୟତର ଶୁକନାଭଟା ଗାଁରେ ମନରେଗା ଯୋଜନାରେ ହେଉଥିବା ମାଟି ଉନ୍ନତି କରଣ କାମ ଅନିୟମିତତା ଭାବରେ ହେଇଥିବା ନେଇ ଖୋଦ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। ତେବେ ଶୁକନାଭଟା ଗାଁର ଉପର ମହାଲିଙ୍ଗ ମୁଣ୍ଡା ପୋଖରୀ ମାଟି ଉନ୍ନତି କରଣ କାମରେ ଅନିୟମିତତା ଭାବରେ କିଛି ଦିନ ମାଟି କାମ କରି ପୋଖରୀରେ ଲାଗିଥିବା ସୂଚନା ଫଳକ ବା ବୋର୍ଡ ଭାଙ୍ଗି ଦେଇ ସରକାରୀ ଅର୍ଥକୁ ହରିଲୁଟ କରିଥିବା ବେଳେ ବାଘଚୁଆ…

Read More

ବ୍ରହ୍ମପୁର: ତା -୧୯/୦୨(ଵିଏମସି ଟିଭି ଓଡିଆ) ଲେଖକ ସାମ୍ମୁଖ୍ୟ ସଭାପତି ଶ୍ରୀ ହାଡ଼ିବନ୍ଧୁ ମାଳି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାହିତ୍ୟ ଆସର ରେ ଲେଖିବା ସାମ୍ମୁଖ୍ୟ ର ସାଧାରଣ ସମ୍ପାଦିକା ଶ୍ରୀମତୀ ଆରତୀ ଶତପଥୀ , ସମ୍ପାଦିକା ଡ ଜୟନ୍ତୀ ରାଣୀ ପଣ୍ଡା ଏବଂ ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସିନ୍ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପଣ୍ଡିତ ଚନ୍ଦ୍ର ଶେଖର ମହାପାତ୍ର ମନ୍ତ୍ର ଉଚ୍ଚାରଣ କରିଥିବା ବେଳେ ଶଙ୍କର୍ଷଣ ତ୍ରିପାଠୀ ଭଜନ ପରିବେଷଣ କରିଥିଲେ। ପ୍ରାରମ୍ଭରେ ସାଧାରଣ ସମ୍ପାଦକ ଶ୍ରୀପଲ୍ଲବ ସ୍ବାଗତ ଭାଷଣ କରି ଶିଶୁ ସାହିତ୍ୟ ବିକାଶ ପରିଷଦର ବାର୍ଷିକ ଉତ୍ସବ ଚଳିତ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବା ସମ୍ପର୍କରେ ସୂଚନା ପ୍ରଦାନ କରି ମୁଖ ପତ୍ର ସୁନା ଅଜା ପାଇଁ ଶିଶୁ ଲେଖା ଯଥାଶୀଘ୍ର ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।ସମ୍ପାଦିକା ଡ଼ ଜୟନ୍ତୀ ରାଣୀ ପଣ୍ଡା ଶିଶୁ ସାହିତ୍ୟ…

Read More

ବେଲଗୁଣ୍ଠା: ତା -୧୯/୦୨(ବିଏମସି ଟିଭି ଓଡ଼ିଆ) ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲ୍ଲୀ ଗ୍ରାମରେ ମାଆ ଦଣ୍ଡକାଳୀ ଏବଂ ରଘୁନାଥଙ୍କ ନୂତନ ବିଗ୍ରହ ପ୍ରତିଷ୍ଠ ଉପଲକ୍ଷେ ଗ୍ରାମରେ ଅଷ୍ଟପ୍ରହର ନାମ ଯଜ୍ଞ,ଘୃତ ଯଜ୍ଞ ଏବଂ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞ ପାଇଁ ବୁଧବାର ଦିନ ଦୀକ୍ଷା ଗ୍ରହଣ ,ଅଙ୍କୁରାରୋପଣ ଏବଂ ଜଳଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ସକାଳୁ କର୍ମାରମ୍ଭ,ସୂର୍ଯ୍ୟ ପୂଜା, ସାଲା ସଂସ୍କାର,କୁଣ୍ଡ ଅଗ୍ନି ସଂସ୍କାର କରାଯିବା ସହିତ ସକାଳ ଛଅ ଘଣ୍ଟା ତିରିଶି ମିନିଟ୍ ସମୟରେ ନାମ ଆରମ୍ଭ ହୋଇଥିଲା । ଏହି ଯଜ୍ଞ ଶୁକ୍ରବାର ସକାଳେ ସମାପନ ହେବ । କାର୍ଯ୍ୟକ୍ରମରେ ପୁରୋହିତ ରୂପେ ବାବୁନା ମହାପାତ୍ର, ରାମକୃଷ୍ଣ ମହାପାତ୍ର ଏବଂ ଟୁନା ମହାପାତ୍ର ଦାୟିତ୍ୱ ତୁଲାଉଥିବା ବେଳେ ସ୍ଥାନୀୟ ସରପଞ୍ଚ ସବିତା ସ୍ୱାଇଁ, ସମିତିସଭ୍ୟ ନମିତା ବିଷୋୟୀ, ମାନସ ବିଷୋୟୀ,ଗ୍ରାମ ସଭାପତି ସୁଦାମ ଖଟାଇ, କାଳୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ଯୁଗଳ…

Read More

ବେଲଗୁଣ୍ଠା: ତା -୧୯/୦୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ରେ ସମନ୍ୱିତ ଶିଶୁ ବିକାଶ ବିଭାଗ ତରଫରୁ ବେଟୀ ବଚାଓ ବେଟୀ ପଢାଓ ଓ ସାଇବର୍ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମନ୍ୱିତ ଶିଶୁ ବିକାଶ ଅଧିକାରି ନଳିନୀ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗିପୁରମ୍ ହରି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶିଶୁ ବିଦ୍ୟା ଭବନ ପ୍ରଧାନ ଆଚାର୍ଯ୍ୟ,ଏଲ୍.ଏଚ୍.ଭି,ବିଏଫ୍ଓ, ଆଇନଜୀବୀ ପ୍ରମୁଖ ଉପସ୍ଥିତ ରହି ଝିଅ ମାନଙ୍କ ସୁରକ୍ଷା ସହିତ ସମାଜରେ ସେମାନଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ପ୍ରତ୍ୟେକ ଝିଅକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହିତ ସାଇବର୍ ଠକେଇ ପ୍ରତି ସାବଧାନ ରହି ନିଜ ପରିବାର ସଦସ୍ୟଙ୍କୁ ସାଇବର୍ ଠକେଇରୁ ସୁରକ୍ଷା ଦେବାରେ ସେମାନଙ୍କୁ ସଚେତନ କାରିବାର ଆବଶ୍ୟକ ରହିଛି ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଆଇସିଡିଏସ୍…

Read More

ବାଙ୍କୀ: ତା -୧୮/୦୨ (ବିଏମସି ଟିଭି ଓଡ଼ିଆ) ଆଜି ଠାରୁ ଆରମ୍ଭ ହୋଇଛି ଓଡ଼ିଶା ଉଚ୍ଚମାଧ୍ୟମିକ ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପରୀକ୍ଷା । ଏହି ପରିପ୍ରେକ୍ଷୀରେ ବାଙ୍କୀ କଲେଜରେ ପ୍ରଶ୍ନପତ୍ରର ଏକ ହବ୍ ଓଡ଼ିଶା ଉଚ୍ଚମାଧ୍ୟମିକ ପରିଷଦ ତରଫରୁ ରହିଛି । ଏହି ହବ୍‌ରୁ ପ୍ରତିଦିନ ଯେଉଁ ପ୍ରଶ୍ନପତ୍ରର ପରୀକ୍ଷା ହେଉଛି ସେଠାକୁ ଦୁଇଗୋଟି କାର୍ ଯୋଗେ ପରୀକ୍ଷା କେନ୍ଦ୍ରକୁ ପୋଲିସ୍ ଓ ଅବଜବଭର୍ ପ୍ରଶ୍ନପତ୍ର ନେଇ ପହଞ୍ôଚବାର ବ୍ୟବସ୍ଥା ହୋଇଛି । ବାଙ୍କୀ କଲେଜ ହବ୍‌ର ସୁପରଭାଇଜର ଭାବେ ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା ଓ ସହକାରୀ ସୁପରଭାଇଜର ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ଦାୟିତ୍ୱରେ ରହିଛନ୍ତି । ଏହି ସମସ୍ତ କାର୍ଯ୍ୟକୁ ସହକାରୀ ସତିଶ କୁମାର ମହାପାତ୍ର ସହାୟତା କରୁଛନ୍ତି । ଚଳିତ ବର୍ଷ ବାଙ୍କୀ କଲେଜରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ୫୯୯ଜଣ ଛାତ୍ରଛାତ୍ରୀ , କଳାପଥର -ଧଳାପଥର ଆଞ୍ଚଳିକ…

Read More

ବେଲଗୁଣ୍ଠା: ତା -୧୯/୦୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ଗୋଲା ସାହି ଯାଦବକୂଳ ତରଫରୁ ସତ୍ ସଙ୍ଗ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କଳସ ଶୋଭାଯାତ୍ରା ଏବଂ ନଗର ପରିକ୍ରମା ଅନୁଷ୍ଠିତ ହେବା ସହ ସାହିର ଏକ ଅସ୍ଥାୟୀ ମଣ୍ଡପରେ ପ୍ରଭୁ ଜଗନ୍ନାଥ ଏବଂ ଶ୍ରୀକୃଷ୍ଣଙ୍କର ପ୍ରତିମା ସ୍ଥାପନ କରାଯାଇ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ପ୍ରବଚକ ରୂପେ ବିଶିଷ୍ଟ ପ୍ରବକ୍ତା ଶ୍ରୀପଦ ରାଜେନ୍ଦ୍ର ଦାସ ମହାରାଜ ଆଧ୍ୟାତ୍ମିକ ପ୍ରବଚନ ଦେଉଛନ୍ତି । ପ୍ରବଚନ ଶୁଣିବାକୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଥିବା ଦେଖିବାକୁ ମିଳିଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବରିଷ୍ଠ ସାମ୍ବାଦିକ ସୁଯ୍ୟନାରାୟଣ ତ୍ରିପାଠୀ, ଶିବରାମ ଚୌଧୁରୀ ଯୋଗଦେଇଥିଲେ । ଅନୁଷ୍ଠାନ ସଭାପତି ସୁଶାନ୍ତ ମହାରଣା,ସଂପାଦକ ସନ୍ତୋଷ ନାୟକଙ୍କ ସମେତ ଗୋଲା ସାହି ସଭାପତି ସିଏଚ୍ ଶିବ ପ୍ରସାଦ…

Read More

ବେଲଗୁଣ୍ଠା: ତା- ୧୯/୦୨(ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଏକ ପ୍ରମୁଖ ଗମନାଗମନ ସମସ୍ୟା ଭାବେ ଉଭା ହୋଇଛି ମନ୍ଦାର-ଠେଙ୍ଗାଧରା ବଡନଦୀ ସେତୁ। ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତା ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରାୟ ୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ସେତୁଟି ଅଞ୍ଚଳର ବିକାଶ ପାଇଁ ଏକ ମୁଖ୍ୟ ମାଧ୍ୟମ ହେବାର ଥିଲା। କାର୍ଯ୍ୟାଦେଶ ଅନୁଯାୟୀ, ଅମରେଶ ସାଇ କନଷ୍ଟ୍ରକ୍ସନ ନାମକ ଠିକା ସଂସ୍ଥା ୪.୧୧.୨୦୨୨ ରେ କାମ ଆରମ୍ଭ କରିଥିଲେ ଏବଂ ୩.୧୧.୨୦୨୪ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଠିକା ସଂସ୍ଥା ପକ୍ଷରୁ ଅତି ଦ୍ରୁତ ଗତିରେ ୯ଟି ପିଲାର ଓ ସ୍ଲାବ୍ କାମ ଶେଷ କରାଯାଇଥିଲେ ବି, ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସଂଯୋଗୀକରଣ ରାସ୍ତା ପାଇଁ ଆବଶ୍ୟକୀୟ ଡିଜାଇନ୍…

Read More

ଢେଙ୍କାନାଳ: ତା -୧୮/୦୨(ବିଏମସି ଟିଭି ଓଡ଼ିଆ) ଏନସିସି ରେ ଜଡିତ ମାଟ୍ରିକ ଛାତ୍ରୀ ମାନଙ୍କୁ ରାସୋଳ ହାଇସ୍କୁଲ ରେ ମିଳୁଛି ମାନସିକ ଚାପ। ମାଟ୍ରିକ ପରୀକ୍ଷାର୍ଥୀ ମାନଙ୍କ ପାଇଁ ସରକାରୀ ହାଇସ୍କୁଲ ରେ ଟଙ୍କା ପାଇଁ ଜୁଲମ ହେଉଥିବାର ଖବର ସାମ୍ନା କୁ ଆସିଛି।ପରୀକ୍ଷାର୍ଥୀ ମାନଙ୍କୁ ମାନସିକ ଚାପ ଗ୍ରସ୍ତ କରିବାର ସଙ୍ଗୀନ ଅଭିଯୋଗ ଆସିଛି।ପ୍ରାୟ ୨୫ ଜଣ ରୁ ଉର୍ଦ୍ଧ୍ୱ ମେଧାବୀ ଛାତ୍ରୀ ଏନସିସି ଓ ସ୍କାଉଟ୍ ରେ ଭାଗ ନେଇଥିବା ବେଳେ ସେମାନଙ୍କ ର ଭାଗ୍ୟ ସହ ଖେଳୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିବା ସହ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ପିଇଟି ଶିକ୍ଷୟତ୍ରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ତଥା ଏଭଳି ହେରାଫେରି ର ତଦନ୍ତ ହେବା ଆବଶ୍ୟକ ବୋଲି ଦାବି ହେଉଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପାଠପଢି ଚଳିତ ବର୍ଷ ମାଟ୍ରିକ ଛାତ୍ରୀ ମାନଙ୍କୁ ସଂପୃକ୍ତ…

Read More