Author: BMC NEWS ODISHA

କୋରାପୁଟ: ତା -୨୬/୦୨(ବିଏମସି ଟିଭି ଓଡ଼ିଆ) କୋରାପୁଟ ପୋଲିସ ଜିଲାରେ ଚାଲୁଥିବା ଏକ ଆନ୍ତରାଜ୍ୟ ହାଶିଶ ତେଲ ତିଆରି କାରଖାନାକୁ ଧ୍ୱଂସ କରି ଐତିହାସିକ ସଫଳତା ହାସଲ କରିଛି। ଏହି ଅଭିଯାନରେ ୧୮୦୦ ଲିଟରରୁ ଅଧିକ ହାଶିଶ ତେଲ ଜବତ କରାଯାଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା ବୋଲି ଜଣାପଡ଼ିଛି। ଏହାସହିତ ୧୦୦୦ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ମଧ୍ୟ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା। ଅଭିଯାନ ସମୟରେ ଅସ୍ଥାୟୀ ତିଆରି ୟୁନିଟ୍‌ର ବିଭିନ୍ନ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଥିବା ଦକ୍ଷିଣାପଶ୍ଚିମାଞ୍ଚଳ ଡିଆଇଜି କନୱାର ବିଶାଳ ସିଂ ସୂଚନା ଦେଇଛନ୍ତି। ଏହି ଅବୈଧ କାରଖାନାଟି ପଡୁଆ ଥାନା ଅଞ୍ଚଳର ଝୋଳାପୁଟ ଜଳାଶୟ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ, ଓଡ଼ିଶା-ଆନ୍ଧ୍ର ସୀମାରେ ଚାଲୁଥିବା ବୋଲି ସୂଚନା ମିଳିଛି। କୋରାପୁଟ ଏସପି ରୋହିତ ବର୍ମାଙ୍କ ନେତୃତ୍ୱରେ ଏହି ଚଢ଼ାଉ ଯଥାର୍ଥ ଗୁପ୍ତ ସୂଚନା…

Read More

ସମ୍ବଲପୁର/ବରପାଲି:ତା-୨୫/୦୨ (ବିଏମସି ଟିଭି ଓଡ଼ିଆ) ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶାନ୍ତିନଗର ପଡାରେ ଦେବାଧିଦେବ ଆଶୁତୋଷ ବାବାଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ଆଜି ମହା ସମାରୋହରେ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ପୌରାଣିକ କଥା ବସ୍ତୁ ଆଧାରିତ ରାମାୟଣର ସୀତା ବିବାହୋତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଥିଲା। ଶ୍ରୀରାମଚନ୍ଦ୍ର ଏବଂ ମାତା ସୀତାଙ୍କ ବିବାହୋତ୍ସବରେ କନ୍ୟା ପିତାମାତା ଭାବରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସାହୁ ଓ ଧର୍ମପତ୍ନୀ ପ୍ରଭାତୀ ସାହୁ କର୍ତ୍ତା ଭାବେ କାର୍ଯ୍ୟଭାର ତୁଲାଇଥିଲେ। ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ପାରମ୍ପାରିକ ରୀତିନୀତି ଅନୁଯାୟୀ ହୋଇଥିଲା। ସେହିପରି ଆଶୁତୋଷ ବାବାଙ୍କ ମନ୍ଦିର ପୂଜାର୍ଚ୍ଚନା କାର୍ଯ୍ଯରେ କର୍ତ୍ତା ଭାବେ ପଦ୍ମଲୋଚନ ପଣ୍ଡା ଓ ତାଙ୍କ ସହଧର୍ମିଣୀ ଜୟନ୍ତୀ ପଣ୍ଡା କାର୍ଯ୍ଯଭାର ନିର୍ବାହ କରିଥିଲେ। ଆଜି ପୂର୍ବାହ୍ନରେ ମହିଳାମାନଙ୍କ ଏକ ଭବ୍ୟ କଳସ ଶୋଭାଯାତ୍ରା ମନ୍ଦିରରୁ ବାହାରି ନଗର ପରିକ୍ରମା ମାଧ୍ୟମରେ କେନାଲରେ ପହଞ୍ଚିଥିଲା। ସେଠାରେ ସିଦ୍ଧିକାର୍ଯ୍ଯ ସମାପ୍ତି ପରେ କଳସ…

Read More

ବେଲଗୁଣ୍ଠା: ତା -୨୫/୦୨(ବିଏମସି ଟିଭି ଓଡ଼ିଆ) ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଣ୍ଠ ପଲବାଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଅନ୍ତଃସତ୍ତ୍ୱା ନବବିବାହିତାଙ୍କୁ ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ ନବବିବାହିତା ଜଣକ ହେଉଛନ୍ତି ସୋରଡା ଥାନା ଭଗବାନପୁର ଗ୍ରାମର ସ୍ୱର୍ଗତ ଚିନ୍ତାମଣି ଗୌଡ଼ଙ୍କ ଝିଅ ରଶ୍ମିତା ଗୌଡ଼ (୨୪) ।ଅଭିଯୋଗ ଅନୁଯାୟୀ, ଗତ ୨୫ ଏପ୍ରିଲ ୨୦୨୫ ରିଖରେ ବୈଦିକ ରୀତିନୀତି ଅନୁଯାୟୀ ରଶ୍ମିତାଙ୍କ ବିବାହ ଗାଙ୍ଗପୁର ଥାନା ଗୁଣ୍ଠପଲବା ଗ୍ରାମର ପୁନିଆ ଗୌଡ଼ଙ୍କ ପୁଅ ଜିତେନ୍ଦ୍ର ଗୌଡ଼ଙ୍କ ସହ ହୋଇଥିଲା।ବିବାହର କିଛି ଦିନ ପରେ ଅଧିକ ଯୌତୁକ ଦାବି କରି ରଶ୍ମିତାଙ୍କୁ ଶ୍ୱଶୁରଘର ପକ୍ଷରୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଆଜି ସକାଳ ପ୍ରାୟ ୯ଟା ସମୟରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିବା ବେଳେ, ତାଙ୍କୁ ତାଙ୍କ ସ୍ୱାମୀ ଜିତେନ୍ଦ୍ର ଗୌଡ଼, ଶ୍ୱଶୁର ପୁନିଆ…

Read More

ବାଲିମେଳା: ତା -୨୫/୦୨(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଅଞ୍ଚଳକୁ ଆର.ବି କୋଚ ନାମକ ଏକ ଘରେଇ ବସ ବାଲିମେଳା ରୁ ହିଞ୍ଜିଳିକାଟ ନିମନ୍ତେ ଆଜି ଠାରୁ ବସ ସେବା ଆରମ୍ଭ ହୋଇଛି। ବାଲିମେଳା ଠାରୁ ହିଞ୍ଜିଳିକାଟୁ ନିମନ୍ତେ ଏହି ବସ ସେବା ଆରମ୍ଭ ହେବା ପରେ ବାଲିମେଳା ତଥା ଆଖ ପାଖର ଲୋକେ ଖୁସି ଜାହିର କରିଛନ୍ତି। ଏହି ବସଟି ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟା ସମୟରେ ବାଲିମେଳା ରୁ ବାହାରି ଜୟପୁର, କୋରାପୁଟ, ପୋଡ଼ଗଡ଼, ରାୟଗଡା, ଦିଗପହଣ୍ଡି ବ୍ରହ୍ମପୁର ଦେଇ ତା ପରଦିନ ସକାଳ ୭. ୩୦ ରେ ହିଞ୍ଜିଳିକାଟ ଠାରେ ପହଞ୍ଚିବ ସେହିଭଳି ଭାବେ ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟା ସମୟରେ ହିଞ୍ଜିଳିକାଟୁରୁ ବାହାରି ତା ପରଦିନ ସକାଳ ୮ଟା ସମୟରେ ବାଲିମେଳା ରେ ପହଞ୍ଚିବ ଆରବି କୋଚ ବସ। ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।

Read More

ବେଲଗୁଣ୍ଠା: ତା -୨୫/୦୨(ବିଏମସି ଟିଭି ଓଡ଼ିଆ) ଏକ ବୁଲେଟ୍ ଦ୍ରୁତ ଗତିରେ ଆସି ଏକ ଠେଲା ଗାଡିକୁ ପଛପଟୁ ଧକ୍କା ଦେବା ଫଳରେ ଠେଲା ଗାଡ଼ି ଧରି ଯାଉଥିବା ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ମଙ୍ଗଳବାର ସନ୍ଧ୍ୟାରେ ବେଲଗୁଣ୍ଠା ଗୋପୀନାଥ ସାହିର ମଙ୍ଗୁଳୁ ସ୍ୱାଇଁ ତନରଡା ଚାଲିଥିବା ନାମଯଜ୍ଞ ମୀନା ବଜାରରୁ ଝାଲ୍ ମୁଢ଼ି ବିକି ନିଜ ଠେଲା ଗାଡ଼ି ସହିତ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ବେଲଗୁଣ୍ଠା ପାନ କିଆରି ନିକଟରେ ଭଞ୍ଜନଗର ପଟୁ ଦ୍ରୁତ ଗତିରେ ଆସୁଥିବା OD32J5178 ନମ୍ବର୍ ବିଶିଷ୍ଟ ବୁଲେଟ୍ ଗାଡ଼ି ମଙ୍ଗୁଳୁଙ୍କ ଠେଲା ଗାଡିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ମଙ୍ଗୁଳୁ ଛିଟିକି ପଡି ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ମଙ୍ଗୁଳୁଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିବା ପରେ ସେଠାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ୍ କୁ ସ୍ଥାନାନ୍ତର…

Read More

ରାୟଗଡା: ତା-୨୬/୦୨(ବିଏମସି ଟିଭି ଓଡ଼ିଆ) କାଶୀପୁର, ରାୟଗଡା ଜିଲ୍ଲା କାଶୀପୁର ସ୍ଥିତ ଉତ୍କଳ ଆଲୁମିନା ବାଫ୍ଲଳା ମାଳି ଖଣି ପ୍ରଭାବିତ ସମୂହ ବାଫଳା ମାଳି ପ୍ରଗତି ସଂଗଠନ ପକ୍ଷରୁ ୧୫ ଦଫା ଦାବି ନେଇ ଧାରଣା ଦେଇଥିଲେ । ଆଲୋଚନା ମାଧ୍ୟମ ରେ ପ୍ରଶାସନ ପକ୍ଷରୁ ଚଳିତ ମାସ ୨୪/୨ ତାରିଖରେ ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆପୋଷ ବୁଝାମଣା ପାଇଁ ଆନ୍ଦୋଳନ କାରୀଙ୍କୁ ନିବେଦନ କରାଯାଇଥିଲା । କିନ୍ତୁ ଅନୁଷ୍ଠିତ ଉକ୍ତ ଆଲୋଚନା କୁ ଏକପାକ୍ଷା ନିଷ୍ପତ୍ତି ହେଇଥିବା ଅଭିଯୋଗ ରେ ଉକ୍ତ ଆନ୍ଦୋଳନ କାରୀ ପୁନର୍ବାର ଆନ୍ଦୋଳନ କୁ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି । ଉତ୍କଳ ଆଲୁମିନା କାରଖାନା ରେ ସ୍ଥାନୀୟ ପ୍ରଭାବିତ ଙ୍କୁ ନିଜର ନ୍ୟାର୍ଯ୍ୟ ଦାବି ନିମନ୍ତେ ବାରମ୍ବାର ରାଜରାସ୍ତା କୁ ଅଲ୍ଲାଇବାକୁ ପଡୁଛି । ପୁଣି ଉକ୍ତ ପ୍ରତିବାଦ ସବୁ କୁ ନିଷ୍କ୍ରିୟ କରିବାକୁ କମ୍ପାନୀ କର୍ତ୍ତୃପକ୍ଷ ପ୍ରଶାସନ କୁ ଢାଲ ଭାବେ…

Read More

ବୋଲଗଡ଼:ତା-୨୫/୦୨(ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକରେ ଗତ ୧ମାସ ଧରି ବିଡିଓ ଓ ଜନପ୍ରତିନିଧିଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହାର ବିସ୍ଫୋରକ ପରିସ୍ଥିତି ଦେଖିବାକୁ ମିଳିଥିଲା ଚଳିତ ମାସ ୧୮ ତାରିଖ ଦିନ । ବ୍ଲକ ସମ୍ମୁଖରେ ୯ଦିନ ଧରି ଅହୋରାତ୍ର ଗଣଧାରଣ ଦିଆଯାଇଥିଲା । ୧୮ତାରିଖ ଦିନ ଜିଲ୍ଲା ପ୍ରଶାସନ ଏହି ଆନ୍ଦୋଳନକୁ ଅଣଦେଖା କରିବାରୁ ବାଧ୍ୟହୋଇ ବିଜେଡି ଦଳର ଶତାଧିକ କର୍ମୀ ବ୍ଲକ ଅଫିସରେ ଧସେଇ ପଶି ବିଡିଓଙ୍କ ସରକାରୀ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ବିଡିଓଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା, ଧମକଦବୋ ଏବଂ ମାନସିକ ସ୍ତରରେ ତାଙ୍କୁ କାର୍ଯ୍ୟ କରାଇ ନଦେବାର ପରିସ୍ଥିତି ସୃଷ୍ଟି କରିଥିଲେ । ଏହାକୁ ନେଇ ଘଟଣାଦିନ ବିଡିଓ ବୋଲଗଡ଼ ଥାନାରେ ୩୧ଜଣଙ୍କନାମରେ ସିସିଟିଭି ଫୁଟେଜକୁ ଆଧାରକରି ଏତଲା ଦିଆଯାଇଥିଲା । କେସ ନଂ ୬୭/୨୬ରେ ୧୧ଟି ଦଫାରେ ଏତଲାକୁ ଭିତିକରି ବୋଲଗଡ଼ ଥାନା…

Read More

ବେଲଗୁଣ୍ଠା: ତା -୨୫/୦୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଗ୍ରାମରେ ମାଆ ଶ୍ୟାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ୪୮ ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ,ଗୋ ଯଜ୍ଞ, ଘୃତ ଯଜ୍ଞ,ପଞ୍ଚ କୁଣ୍ଡିୟ ମହା ଯଜ୍ଞ ପାଞ୍ଚ ଦିନ ହେଲା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଆଜି ସୁଯ୍ୟପୂଜା, ଶାଳ ପୂଜା, ମଣ୍ଡଳ ପୂଜା,ମାଙ୍କୁ ଦିନ ଏଗାର ଘଣ୍ଟା ତିରିଶ ମିନଟ ସମୟରେ ହୋମଯଜ୍ଞ ପୂଜାପାଠ ପରେ ଦେବସ୍ନାନ ଓ ଜୀବନ୍ୟାସ ଆଳତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମରେ ମୀନା ବଜାର, ରାମ ଦୋଳି, ଟୋରାଟୋରା,ଡିସ୍କୋ ଭଳି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଓ ଅପେରା କାଯ୍ୟକ୍ରମ ଚାଲୁରହିଛି । ବିଭିନ୍ନ ଖାଦ୍ୟ ଷ୍ଟଲ୍ ଏବଂ ଦୋଳି ନିକଟରେ ଲୋକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ସେହିପରି ମନ୍ଦିରର ସାଜସଜ୍ଜା, ଆକର୍ଷଣୀୟ ଶବ୍ଦ, ଆଲୋକ ମାଳାରେ ଗ୍ରାମ ଝଲସି ଉଠୁଛି । ଗତ କୋଡିଏ ତାରିଖରୁ ଆରମ୍ଭ ହୋଇଥିବା ଯଜ୍ଞ…

Read More

ରାୟଗଡ଼ା: ତା -୨୫/୦୨(ବିଏମସି ଟିଭି ଓଡ଼ିଆ) ରାୟଗଡ଼ା ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ବୁଧବାର ବରିଷ୍ଠ ନାଗରିକ ଙ୍କ ଆଇନ ସଚେତନତା, ଆର୍ଥିକ ସାକ୍ଷରତା ଓ ସାଇବର ଠକେଇ ବାବଦରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ ବ୍ଳକ ସଦଭାବନା ସଭା ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ବିଶିଷ୍ଟ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରଧ୍ୟାପକ ଡ: ଦୁଷ୍ମନ୍ତ କୁମାର ମହାନ୍ତି, ବରିଷ୍ଠ ନାଗରିକ ସଂଘ ର ସଭାପତି ଶ୍ରୀ ବିନୋଦ ଚନ୍ଦ୍ର ପଣ୍ଡା, ଲିଡ ବ୍ୟାଙ୍କ ମ୍ୟାନେଜର ଦେବେନ୍ଦ୍ର ବାଉରୀ, ଏଡିଏମଓ ଡ: ମମତା ଚୌଧୁରୀ, ଡ: ଏଲ ପି ଦାସ, ରାୟଗଡ଼ ବ୍ଳକ ଉପାଧ୍ୟକ୍ଷ ହର ପ୍ରାସାଦ ହେପୃକା, ସାଇବର ବିଶେଷଜ୍ଞ ଇନିସପେକ୍ଟର ଅବିନାଶ ରେଡ୍ଡୀ, ସହକାରୀ ଜିଲ୍ଲା ସୂଚନା…

Read More

ବେଲଗୁଣ୍ଠା: ତା -୨୪/୦୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଗ୍ରାମରେ ମାଆ ଶ୍ୟାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ୪୮ ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ,ଗୋ ଯଜ୍ଞ, ଘୃତ ଯଜ୍ଞ,ପଞ୍ଚ କୁଣ୍ଡିୟ ମହା ଯଜ୍ଞ ଅନୁଷ୍ଠିତ ହେଉଛି । ଏହି ଅବସରରେ ଗ୍ରାମରେ ମୀନା ବଜାର, ରାମ ଦୋଳି, ଟୋରାଟୋରା,ଡିସ୍କୋ ଭଳି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମକୁ ସୋମବାର ସନ୍ଧ୍ୟାରେ ସୋରଡା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଅଧିକାରୀ ପ୍ରତାପ କୁମାର ବିଷୋୟୀ, ଜଳ ସମ୍ପଦ ସହକାରୀ ନିର୍ବାହି ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର , ସହକାରୀ ଯନ୍ତ୍ରୀ ରଶ୍ମି ରଞ୍ଜନ ରଥ ପ୍ରମୁଖ ଅତିଥି ରୂପେ ଉପସ୍ଥିତ ଥିଲେ । ମୀନାବଜାର ଉଦ୍ଘାଟନ ହେବା ପରେ ବିଭିନ୍ନ ଖାଦ୍ୟ ଷ୍ଟଲ୍ ଏବଂ ଦୋଳି ନିକଟରେ ଲୋକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ନିମପଦରରୁ ଆସିଥିବା ରୋଶନ୍…

Read More

ବ୍ରହ୍ମପୁର/ଚିକିଟୀ :ତା -୨୪/୦୨ (ଵିଏମସି ଟିଭି ଓଡ଼ିଆ) ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗିରିସୋଲା କ୍ଲଷ୍ଟରରେ ସିଆରସିସି ବି ଭେଙ୍କେଟ ରାଓଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ କର୍ମଶାଳାରେ ବିଇଓ ପନ୍ନଗ ଭୂଷଣ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଭିନ୍ନ ଶିକ୍ଷାଣ ସାମଗ୍ରୀ ଗୁଡିକ ବୁଲି ଦେଖିଥିଲେ। ସେହିପରି ଝାଟିପଦର କ୍ଲଷ୍ଟରରେ ସିଆରସିସି ଏ ଦମୟନ୍ତୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏବିଇଓ ତ୍ରିନାଥ ମଲ୍ଲିକ ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଯୋଗଦେଇ କାର୍ଯ୍ୟକ୍ରମର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସୁନାପୁର କ୍ଲଷ୍ଟର ଅନ୍ତର୍ଗତ ସୁନାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସିଆରସିସି ମଞ୍ଜନ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ମୌଳିକ ସାକ୍ଷରତା ଓ ସଂଖ୍ୟଜ୍ଞାନ, ବିଷୟ ଭିତ୍ତିକ, ସମସ୍ତ ଶ୍ରେଣୀ ଓ ସମସ୍ତ ବର୍ଗର…

Read More

ସମ୍ବଲପୁର:ତା-୨୪/୦୨(ବିଏମସି ଟିଭି ଓଡିଆ) ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଶ୍ରୀମତୀ ସୁନୀତା ତ୍ରିପାଠୀ ଜିଲ୍ଲା ସଂଯୋଜିକା ପ୍ରଥମେ ସ୍ବାଗତ ଭାଷଣ ପ୍ରଦାନ କରିଥଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସଂଯୁକ୍ତା ସାହୁ ଆନ୍ତର୍ଜାତିକ ମହିଳା ଦିବସରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଧାରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହିଳାମାନେ କିପରି ଭାବରେ ନିଜକୁ ସବୁ କ୍ଷେତ୍ରରେ ଆଗକୁ ନେଇ ପାରିବେ ସେନେଇ ଚେଷ୍ଟା କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଲିଡ୍‌ ମ୍ୟାନେଜର ଦେବକିଶୋର ନାୟକ ଯୋଗଦେଇ ମହିଳା ମାନେ କିପରି ଭାବରେ ଆର୍ଥିକ ସ୍ଥିତି ସୁଦୃଢ କରିପାରିବେ ଓ ଠକେଇରୁ ବଞ୍ଚି ପାରିବେ ସେବିଷୟରେ ସମସ୍ତଙ୍କୁ ତାଲିମ ପ୍ରଦାନ କରିଥିଲେ।ଅନ୍ୟତମ ଅତିଥି ଶିବ ପ୍ରସାଦ ବେହେରା ଆର୍ଥିକ ଉପଦେଷ୍ଟା ଅଜିବିକା…

Read More