Author: BMC NEWS ODISHA

ବାଲିମେଳା: ତା -୨୪/୦୨ (ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ହୋଲସେଲର,ଖୁଚୁରା ଦୋକାନ, ହୋଟେଲ, ପନିପରିବା ବ୍ୟବସାୟୀ,କିରାନା ଏବଂ ଉଠା ଦୋକାନୀମାନେ ଦୀର୍ଘ ବର୍ଷ ଧରି ଖୁଲମ ଖୁଲା ବହୁଳ ମାତ୍ରାରେ ବେଆଇନ ଭାବେ ପଲିଥିନ, ଥର୍ମୋକୁଲ ପ୍ଲେଟ, ଠୋଲା, ପ୍ଲାଷ୍ଟିକ ଗ୍ଲାସ ଗୁଡିକୁ ବିକ୍ରୀ କରିବା ସହିତ ବ୍ୟବହାର କରି ଆସୁଛନ୍ତି।ବାଲିମେଳା ସହରରେ ବେଆଇନ ଭାବେ ବୃଦ୍ଧି ପାଉଥିବା ପଲିଥିନ ବିକ୍ରୀ ଓ ବ୍ୟବହାରରେ ଅଙ୍କୁଶ ଲଗାଇବା ପାଇଁ ସହରବାସୀ ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ଦାବୀ କରିଥିଲେ। ତେବେ ସହରବାସୀଙ୍କ ଦାବୀକୁ ଦୃଷ୍ଟିରେ ରଖି ବାଲିମେଳା ଏନଏସି କତୃପକ୍ଷଙ୍କ ପକ୍ଷରୁ ଏହାକୁ ରୋକିବା ପାଇଁ ବାରମ୍ବାର ଉଦ୍ୟମ କରାଯିବା ସହିତ ଲୋକଙ୍କୁ ବହୁବାର ସଚେତନ ମଧ୍ୟ କରାଯାଇଥଲା । କିନ୍ତୁ କିଛି ଆସଧୁ ବ୍ୟବସାୟୀ ସ୍ଥାନୀୟ ପ୍ରଶାସନର ନିର୍ଦ୍ଧେଶକୁ ବେଖାତିର କରି ବେଆଇନ ଭାବେ ପଲିଥିନ, ଥର୍ମୋକୁଲ ପ୍ଲେଟ, ଠୋଲା ପ୍ଲାଷ୍ଟିକ ଗ୍ଲାସ ଓ…

Read More

ସମ୍ବଲପୁର/କୁଚିଣ୍ଡା:ତା-୨୪/୦୨(ବିଏମସି ଟିଭି ଓଡିଆ)ଯୁଗଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦକ ହେମନ୍ତ ସାହୁଙ୍କ ନିଜ ଉଦ୍ୟମରେ ‘ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ’ର ଶୁଭାରମ୍ଭ ଗତ ତା. ୧୬. ୦୨. ୨୦୨୬ରୁ ହୋଇଯାଇଛି। ଏହାର ନବମ ଦିବସରେ କୁଚିଣ୍ଡା ଠାରେ ଏକସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗୁଦ୍‌ଗୁଦା ସାହିତ୍ୟ ସଂସଦର ସମ୍ପାଦକ ଶେଖର ବନମାଳୀ ଚନ୍ଦ୍ର ନାମଦେଓ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିବା ପରେ ଏକକ ଅଭିଯାତ୍ରୀ ହେମନ୍ତ ସାହୁ ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସଂସଦର ଉପସଭାପତି ରୁଦ୍ର ନାରାୟଣ ମିଶ୍ର ଓ କୋଷାଧ୍ୟକ୍ଷ ବସନ୍ତ କୁମାର ଚୌଧୁରୀ ନିଜ ସଂସଦର ଗୌରବମୟ ଇତିହାସ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେବା ସହ ଏ ଯାତ୍ରା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ଯୁଗଯାତ୍ରୀ ସାହିତ୍ୟ ସଂସଦ ରାଜ୍ୟର ତିରିଶ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନକୁ ସମ୍ପର୍କ ଅଭିଯାନ…

Read More

ସମ୍ବଲପୁର/ବରଗଡ଼:ତା-୨୪/୦୨ (ବିଏମସି ଟିଭି ଓଡିଆ) ଅଖିଳ ଭାରତୀୟ ୫୦ ଘର ଖଡୁରା ସମାଜର ଓଡ଼ିଶା ରାଜ୍ୟ ସ୍ତରୀୟ ନିର୍ଦ୍ଦେଶନା ବୋର୍ଡ଼ ଓ ପରିଚାଳନା କମିଟି ପୁନର୍ଗଠିତ ହୋଇଯାଇଛି। ବରଗଡ଼ ସହର ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍‌ଠାରେ ସୋମବାର ଅଖିଳ ଭାରତୀୟ ୫୦ ଘର ଖଡୁରା ମହାସଂଘର ଓଡ଼ିଶା ରାଜ୍ୟ ସ୍ତରୀୟ ପରିଚାଳନା କମିଟି ଗଠନ ପଞ୍ଚାନନ ପାତ୍ରଙ୍କ ଆବାହନ ଏବଂ ଗୋପୀନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମହାସଂଘର ଲୋଗୋ,ଖଡୁରା ସମାଜର ଇଷ୍ଟ ଦେବତା ହେଷ୍କାନୀଙ୍କ ଲୋଗୋ ଏବଂ ମହାସଂଘ ତରଫରୁ “ହେଷ୍କାନୀ” ନାମରେ ଏକ ଅର୍ଦ୍ଧବାର୍ଷିକୀ ପତ୍ରିକା ଯଦୁମଣି ସାହୁଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଛି। ଏହି ସମ୍ମିଳନୀରେ ମହାସଂଘ ତରଫରୁ ହେବାକୁ ଥିବା ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଆଗାମୀ ଦିନରେ ସମାଜର ବିକାଶ ନିମନ୍ତେ ଅନେକ କାର୍ଯ୍ୟ ହାତକୁ ନେବା ପାଇଁ ସ୍ଥିରୀକୃତ ହୋଇଛି। ଏହି ପରିପେକ୍ଷୀରେ ‘ପବ୍ଲିକ ଭଏସ୍’ ସମ୍ବାଦପତ୍ରର…

Read More

ବୌଦ୍ଧ: ତା -୨୪/୦୨(ବିଏମସି ଟିଭି ଓଡ଼ିଆ)ବୌଦ୍ଧ-ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସ୍ଥଳ ଚୁଡ଼ାଖାଇ ଯାତ୍ରା ଡଙ୍ଗର’ର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାଏକ ଉକ୍ତ ସ୍ଥାନ ପରିଦର୍ଶନ କରି ପ୍ରଥମେ ପାହାଡ ଉପରେ ଥିବା ମା ମାହେଶ୍ୱରି ଙ୍କ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶେଷ କରି ମାର୍ଗଶୀର ମାସର ଶେଷ ଗୁରୁବାରରେ ଅନୁଷ୍ଠିତ ହେଉଥିବା ମା’ ମାହେଶ୍ୱରୀଙ୍କ ପ୍ରସିଦ୍ଧ ‘ଚୁଡାଖାଇ ଯାତ୍ରା’କୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପର୍ଯ୍ୟଟନ ସ୍ଥଳୀର କାୟାକଳ୍ପ ପାଇଁ ପ୍ରସ୍ତାବ ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପାହାଡ଼ ଉପରେ ଥିବା ପଞ୍ଚରା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ ମନ୍ଦିରକୁ ଯିବା ପାଇଁ ସୁବିଧାଜନକ ପାହାଚ ନିର୍ମାଣ, ରାସ୍ତାଘାଟର ଉନ୍ନତିକରଣ, ଏବଂ ଆଲୋକିକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଭକ୍ତମାନଙ୍କ…

Read More

ବାଲିମେଳା: ତା -୨୩/୦୨(ଵିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲାର ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ଅଗ୍ରାଧିକାର ଦେଉଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ।ଜିଲ୍ଲାପାଳଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁଁ ସ୍ଵାଭିମାନ ଅଞ୍ଚଳ ମାଲକାନଗିରିରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦଶମ ବାର୍ଷିକ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ଅୟୋଜନ ହୋଇପାରିଛି।ସ୍ଵାଭିମାନ ଅଞ୍ଚଳର ଅଣ୍ଡରାପାଲି, ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପଣସପୁଟ, ପେପରମେଟଲା, ମୁତାମ୍ବୋ,ଦାରଲାବାଡା ଏହି ଭଳି ୫ଟି ଉଚ୍ଚ ବିଦ୍ୟାଳୟର ୯୭ ଜଣ ଛାତ୍ରଛାତ୍ରୀ ସରକାରୀ ବଡ଼ପଡ଼ା ଏସଏସଡି ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇ ପାରିଛନ୍ତି। ପୂର୍ବରୁ ଏହି ଛାତ୍ର ଛାତ୍ରୀ ମାନେ ପ୍ରାୟ ୨୨ କିଲୋମିଟର ରାସ୍ତା ଅତିକ୍ରମ କରି ଚିତ୍ରକୋଣ୍ଡା ଠାରେ ପରୀକ୍ଷା ଦେଉଥିଲେ। ସ୍ଵାଭିମାନ ଅଞ୍ଚଳର ପ୍ରାୟ ୯୭ ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ବଡପଡା ଠାରେ ପରୀକ୍ଷା କେନ୍ଦ୍ରଟିଏ ଅନୁମୋଦନ କରିଥିବା ଯୋଗୁଁ ଅଞ୍ଚଳବାସୀ, ଛାତ୍ରଛାତ୍ରୀ ଓ…

Read More

ବେଲଗୁଣ୍ଠା: ତା -୨୩/୦୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗୋବରା ଗ୍ରାମପଞ୍ଚାୟତର ବାସୁଦେବପୁର ଠାରେ ପ୍ରଜାପିତା ବ୍ରହ୍ମlକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପ୍ରଭୁ ସ୍ମୃତି ଭବନ ଆଜି ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଘାଟନୀ ସମାରୋହରେ ରାଜଯୋଗିନୀ ବ୍ରହ୍ମକୁମାରୀ ମାଳା ଦିଦିଜୀଙ୍କ ସହ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ଏକବ୍ରହ୍ମକୁମାରୀଜ୍ ପାନ୍ଥଶାଳା ଉଦ୍ଘାଟନ କରିଥିଲେ । ଅଞ୍ଚଳରେ ଆଧ୍ୟାତ୍ମିକ ଚେତନାର ପ୍ରଚାର ପ୍ରସାର ଦିଗରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ବହୁତ ବଡ ଭୂମିକା ଗ୍ରହଣ କରିଥିବା ବେଳେ ବ୍ରହ୍ମକୁମାରୀ ମାନେ ଅହିଂସା, ଶାନ୍ତି, ସଦଭାବ, ଭାଇଚାରା ଏବଂ ସହନଶୀଳତା ଭଳି ଚିନ୍ତନ ଓ ଭାରତୀୟ ମୂଲ୍ୟବୋଧକୁ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ପ୍ରସାର କରୁଛନ୍ତି ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରକାଶ କରିଥିଲେ । ଆମେ ସମସ୍ତେ ସେହି ଇଶ୍ୱରୀୟ ପରମାତ୍ମାଙ୍କ ସନ୍ତାନ। ଆମ୍ଭେ ସମସ୍ତେ ଏକତାର ସହ ଭଗବାନ ନାମ…

Read More

ବେଲଗୁଣ୍ଠା: ତା -୨୩/୦୨(ବିଏମସି ଟିଭି ଓଡ଼ିଆ) ଗତ ଜୁନ୍ ମାସରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ ବୋର୍ସିଂ ଗ୍ରାମରେ ହୋଇଥିବା ମୋଟରସାଇକେଲ୍ ଚୋରି ମାମଲାରେ ଆଜି ଗାଙ୍ଗପୁର ପୋଲିସ୍ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି । ଗିରଫ ଯୁବକ ଜଣଙ୍କ ହେଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ସୋମନାଥ ରଣା । ପୋଲିସ୍ ପୂର୍ବରୁ ଏହି ମୋଟରସାଇକେଲ୍ ଚୋରି ଘଟଣାରେ କେଶ୍ ନମ୍ବର୍ ୪୪୬/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ବେଳେ ଆଜି ସୋମନାଥଙ୍କ ଠାରୁ ଚୋରି ମୋଟରସାଇକେଲ୍ ଉଦ୍ଧାର କରି ତାକୁ ଭଞ୍ଜନଗର କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି ।ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।

Read More

ବାଲିମେଳା: ତା -୨୩/୦୨(ବିଏମସି ଟିଭି ଓଡ଼ିଆ) ଆରମ୍ଭ ହେଲାଣି ଖରା ଦିନ।ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖା ଦେଇଛି ଜଳ ସଙ୍କଟ।ଦୀର୍ଘଦିନ ହେଲା ବିଭିନ୍ନ ସ୍ଥାନରେ ଅଚଳ ହୋଇ ପଡ଼ିରହିଛି ସୌର ଚାଳିତ ପ୍ରକଳ୍ପ।ଏକ ମାତ୍ର ନଳକୂଅ ଉପରେ ଗ୍ରାମବାସୀ ନିର୍ଭର କରି ଚଳୁଛନ୍ତି।ଏହି ନଳକୂପରୁ ଆବଶ୍ୟକ ଅନୁସାରେ ପାଣି ବାହାରୁ ନ ଥିବାରୁ ଗ୍ରାମବାସୀ ପାଣି ମୁନ୍ଦାଏ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗାଁ ଠାରୁ କିଛି ଦୂରରେ ଚିତ୍ରକୋଣ୍ଡା ଡ୍ୟାମ ଥାଇ ମଧ୍ୟ ପାଣି ପାଇଁ ଦୁର୍ଦଶା ଭୋଗୁଛନ୍ତି ଲୋକେ।ଚିତ୍ରକୋଣ୍ଡା ବ୍ଲକ ଟନେଲ କ୍ୟାମ୍ପ ପଞ୍ଚାୟତ ବାଲେଲଗୁଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ,ପ୍ରାୟ ୫ ବର୍ଷରୁ ଉର୍ଦ୍ଧ ଦିନ ହେବ ଗାଁରେ ଅଚଳ ହୋଇ ପଡିଛି ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ।ଦୁଇଟି ମଧ୍ୟରୁ ଗୋଟିଏ ଦୀର୍ଘ ବର୍ଷ ହେବ ସମ୍ପୂର୍ଣ ଭାବେ ଅଚଳ ହୋଇ ପଡିଛି।ଅନ୍ୟ ଏକ ପ୍ରକଳ୍ପରୁ ବାହାରୁଥିବା ପାଣି ତାହା…

Read More

ଭୁବନେଶ୍ୱର : ତା -୨୩/୦୨(ବିଏମସି ଟିଭି ଓଡ଼ିଆ) ପୁଣି ରାଜଧାନୀରେ ଆତଙ୍କ ରଚିଲା ଆମ-ବସ୍। ଆମ-ବସ୍ ଧକ୍କାରେ ଜଣେ ସାଇକେଲ ଆରୋହୀ ଆହତ ପରେ ଆମ-ବସ୍ ଜାଳିଦେଲେ ଉତ୍ୟକ୍ତ ଲୋକେ। ପୁଣି ଭୁବନେଶ୍ୱରରେ ଆତଙ୍କ ରଚିଲା ଆମ-ବସ୍। ଆଜି ସନ୍ଧ୍ୟାରେ ପଳାଶପଲ୍ଲୀ ଫ୍ଲାଏ ଓଭର ତଳେ ଜଣେ ସାଇକେଲ ଆରୋହୀଙ୍କ ଉପରେ ମାଡି ଯାଇଥିଲା ଆମ-ବସ୍। ଫଳରେ ସାଇକେଲ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ପଳାଶପଲ୍ଲୀ ଅଞ୍ଚଳର ରମେଶ ପାତ୍ର(୬୦) ବୋଲି ଜଣାପଡ଼ିଛି। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ବସକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ଭୁବନେଶ୍ୱର ରୁ ମନୋଜ ବେହେରାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।

Read More

ନୟାଗଡ/ଖଣ୍ଡପଡ଼ା:ତା -୨୨/୦୨(ବିଏମସି ଟିଭି ଓଡ଼ିଆ)ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ହାଇସ୍କୁଲ ରେ ୨୦୦୯ ମସିହା ମାଟ୍ରିକ ବ୍ୟାଚ ର ୩ୟ ବାର୍ଷିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟ ରେ ପ୍ରଦୀପ ପ୍ରଜ୍ବଳନ, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା ଏଵଂ ଭୋଗ ଅର୍ପଣ କରାଯାଇଥିଲା।ଏହି ଅବସର ରେ ବନ୍ଧୁତ୍ୱଭାବ ନିଦର୍ଶନ ସ୍ବରୂପ ପରସ୍ପର ମଧ୍ୟରେ ଭାବ ବିନିମୟ କରିବାସହ ବାଲ୍ୟ ଜୀବନର ସ୍ମୃତି ସାଉଁଟି ଥିଲେ । ଏଥି ସହିତ ଆଗକୁ ପ୍ରତ୍ୟେକ ବର୍ଷ ଏହିଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ଜାରି ରଖିବା କୁ ନେଇ ନିଷ୍ପତି ନିଆଯାଇଥିଲା । ଏଥିରେ ଶିକ୍ଷକ ଆର୍ତ୍ତ ବନ୍ଧୁ ଜେନା, ବୈକୁଣ୍ଠ ପ୍ରଧାନ, ଅର୍ଜୁନ ସାର,ଗୋଲଖ ସାର, ଦୁର୍ଯୋଧନ ପ୍ରଧାନ, ସରୋଜିନୀ ମାଡ଼ାମ, ସନ୍ତୋଷ କୁମାର ସାହୁ, ପ୍ରଶାନ୍ତ ବଳିଆରସିଂ ଉପସ୍ଥିତ ରହିଥିଲେ । ଏହି ବନ୍ଧୁମିଳନ ର ଉଦଯୋଗ କର୍ତ୍ତା ଭାବରେ…

Read More

ସମ୍ବଲପୁର/ବରପାଲି:ତା-୨୩/୦୨ (ବିଏମସି ଟିଭି ଓଡିଆ) ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ‘ତରଙ୍ଗ’ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବିଭାଗର ମୁଖ୍ୟ ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବେ ଏମସିଏଲ ଉପଦେଷ୍ଟା ସୁକାନ୍ତ ତ୍ରିପାଠୀ ଯୋଗଦାନ କରିବା ସହ ସମ୍ମାନିତ ଅତିଥି ଭାବେ ଧନୁଯାତ୍ରା କମିଟିର ସମ୍ପାଦକ ସୁରେଶ୍ଵର ଶତପଥୀ, ମହାବିଦ୍ୟାଳୟ ଗଭର୍ଣିଂବଡି ସଭାପତି ସତ୍ୟନାରାୟଣ ଦାଶ ଓ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ହଲଧର ନାଗ ଯୋଗ ଦେଇଥିଲେ। ଅଧ୍ୟାପିକା ପରିଣିତା ପଧାନ ଅତିଥି ମାନଙ୍କୁ ସ୍ବାଗତ ଜଣାଇଥିବା ବେଳେ ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ। ପ୍ରାରମ୍ଭରେ ଆଦ୍ୟପୂଜ୍ୟ ଗଣେଶଙ୍କୁ ଦ୍ବୀପ ପ୍ରଜ୍ବଳନ ସହ ପୁଜାର୍ଚ୍ଚନା କରାଯାଇଥିଲା। ଅଧ୍ୟକ୍ଷା ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଅଧ୍ୟାପକ ସୁଧାଂଶୁ କୁମାର ଦାଶ ଧନ୍ୟବାଦ…

Read More

ମାଲକାନାଗିରି/ଖଇରପୁଟ: ତା- ୨୩/୦୨(ବିଏମସି ଟିଭି ଓଡ଼ିଆ) ଖଇରପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି କେନ୍ଦ୍ର ସରକାରଙ୍କ ବହୁ ପ୍ରତିକ୍ଷୀତ, “ସମ୍ପୁର୍ଣ୍ଣତା ଅଭିଯାନ ୨.୦ ” ଯୋଜନା । ଆଜିର କାର୍ଯ୍ୟକ୍ରମକୁ ଖଇରପୁଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅର୍ପିତା ମହାନ୍ତି ସଭାପତିତ୍ବ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଦାସରଥୀ ସରାବୁ ଯୋଗ ଦେଇଥିବାବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନରାଜ କିର୍ଷାନୀ , ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ,ସା°ସଦ ପ୍ରତିନିଧି ସାନୁ ରଥ, ବିଧାୟକ ପ୍ରତିନିଧି ନିରଞ୍ଜନ ରାଜୁ, ନିତି ଆୟୋଗ ସଦସ୍ୟ ରାଜାରାମ ମଲ୍ଲିକ, ଶିଶୁ ବିକାଶ ଅଧିକାରୀଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦ୍ୱିପ ପ୍ରଜ୍ବଳନ କରାଯାଇଥିଲା । ଏହାପରେ ବନ୍ଦେ ମାତରଂ ଜାତୀୟ…

Read More