Author: BMC NEWS ODISHA

ବଲାଙ୍ଗୀର ତା-୦୭/୦୬(ବିଏମସି ଟିଭି ଓଡ଼ିଆ) କୋଶଲି ଭାଷା ସୁରକ୍ଷା ସମିତି ଆନୁକୂଲ୍ୟରେ “ଗାଆଁ ଗାଆଁରେ କୋଶଲି” କାର୍ଯ୍ୟକ୍ରମ ନିକଟସ୍ତ ସତିଘାଟ ଗ୍ରାମ ଥରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଗ୍ରାମରେ ଏକ ନିରାଡମ୍ବର ସାହିତ୍ୟ ସଭା କରାଯାଇ କୋଶଲି ଭାଷାର ପ୍ରତିଷ୍ଠା ପାଇଁ ବକ୍ତାଗଣ ଆହ୍ୱାନ ଦେଇଥିଲେ । କୋଶଲି ଭାଷା ହଜାର ବର୍ଷ ଧରି ଆମ ପୂର୍ବ ପୁରୁଷଙ୍କ ଜୀବନ ଧାରାରେ ବହି ଆସୁଥିବାରୁ ତାହାର ସୁରକ୍ଷା ଓ ସାମ୍ବିଧାନିକ ସ୍ୱୀକୃତି ପାଇଁ ଆମକୁ ଅହରହ ଉଦ୍ୟମ କରିବାକୁ ପଡିବ ବୋଲି ବକ୍ତାଗଣ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସଭାପତି ଦିଲ୍ଲୀପ କୁମାର ପସାୟତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ସଞ୍ଜୟ କୁମାର ଅଗସ୍ତି ମଞ୍ଚାସୀନ ଥିଲେ । ବରିଷ୍ଠ କବି ଭିକାରୀ ଚରଣ ମିଶ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ କବିତା ଗୁଡିକୁ ନୀଳମଣି ସାହୁ ସମୀକ୍ଷା…

Read More

ବଲାଙ୍ଗୀର ;ତା-୦୭/୦୬(ବିଏମସି ଟିଭି ଓଡ଼ିଆ) ବଲାଙ୍ଗୀର ସହରରେ ବିଳମ୍ବିତ ରାତିରେ ଟାଉନ ଥାନା ପୋଲିସ ଏକ ବଡ଼ ଧରଣର ଚଢ଼ାଉ କରି ନିଷିଦ୍ଧ କଫ୍ ସିରପ ଚୋରାଚାଲାଣ ରାକେଟର ପର୍ଦ୍ଦାଫାଶ କରିଛି। ଏହି ଅଭିଯାନରେ ଏକ କାରରୁ ୮୮୦ ବୋତଲ ଏସ୍କୋଫ କଫ୍ ସିରପ ଜବତ କରାଯାଇଥିବା ବେଳେ ୫ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଟାଉନ ଥାନା ପୋଲିସ ସହରର ଏକ ପ୍ରମୁଖ ରାସ୍ତାରେ ନାକାବନ୍ଦୀ କରି ସନ୍ଦିଗ୍ଧ ଟାଟା ନେକ୍ସନ୍ କାର (OD-17L-0120)କୁ ଅଟକାଇଥିଲା। ଯାଞ୍ଚ ସମୟରେ ଗାଡ଼ି ଭିତରୁ ୮୮୦ ବୋତଲ ଏସ୍କୋଫ କଫ୍ ସିରପ ଜବତ ହୋଇଥିଲା। ଜବତ ସିରପର ଆନୁମାନିକ ମୂଲ୍ୟ ୧,୯୭,୧୨୦ ଟଙ୍କା ହୋଇଥିବା ବେଳେ ୫ଟି ମୋବାଇଲ ଫୋନ୍ ଓ କାରକୁ ମଧ୍ୟ ଜବତ କରାଯାଇଛି।ଏହି ଘଟଣାରେ ଗିରଫ ଅଭିଯୁକ୍ତମାନେ ହେଲେ ବିଦ୍ୟାଧର ସାହୁ (୨୦), ଅଙ୍କିତ ପଟେଲ (୧୯), ବିଶେଷ…

Read More

ସମ୍ବଲପୁର:ତା:୦୭/୦୬ (ବିଏମସି ଟିଭି ଓଡିଆ) ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର ଆନୁକୂଲ୍ୟରେ ଆୟୋଜିତ ‘ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି’ ଶିବିରର ଅଷ୍ଟମ ରବିବାସରୀୟ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୪ ଟି ବିଦ୍ୟାଳୟର ୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାର୍ଥନା ସଭା ପରେ ସ୍ୱଳ୍ପ ସମୟ ପାଇଁ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ଡଃ ଗିରିଧାରୀ ହୋତା ଅଙ୍କକୁହୁକ ଉପରେ ଶିକ୍ଷାଦାନକରି କାଗଜ କଲମର ବିନା ସହାୟତାରେ କିପରି ବଡ଼ ବଡ଼ ଗୁଣନ ଅଙ୍ଗୁଳି ମାଧ୍ୟମରେ କରାଯାଇପାରିବ ତା ଉପରେ ସୁନ୍ଦର ଭାବରେ ଆଲୋଚନା ଥିଲେ। ପ୍ରଥମ ଅଧିବେଶନରେ ‘ଜୀବନ କୌଶଳ ଶିକ୍ଷା’ ଅନ୍ତର୍ଗତ ‘ସହାନୁଭୂତି, ସମାନୁଭୂତି ଓ କରୁଣା’ଉପରେ ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ କାମଦେବ ସାହୁ ବିଭିନ୍ନ ଉଦାହରଣ ମାଧ୍ୟମରେ ମଣିଷ ଜୀବନରେ ସହାନୁଭୂତି, ସମାନୁଭୂତି ଓ କରୁଣାର କିଭଳି ଆବଶ୍ୟକତା ରହିଛି ତାହା ଆଲୋଚନା କରିଥିଲେ। ଦ୍ଵିତୀୟ ଅଧିବେଶନରେ ସ୍ବାସ୍ଥ୍ୟ ସଚେତନତା ଶିକ୍ଷା ଉପରେ…

Read More

ସମ୍ବଲପୁର:ତା.୦୭/୦୬ (ବିଏମସିଟିଭି ଓଡିଆ) ଆଦର୍ଶ ସ୍ୱେଛାସେବୀ ଅନୁଷ୍ଠାନ ଏବଂ ଜିଲ୍ଲା ବରିଷ୍ଠ ନାଗରିକଙ୍କ ସହଯୋଗରେ ଜିଲ୍ଲାର ସାତଟି ବ୍ଲକର ୧୨୬ ଜଣ ସ୍ୱେଛାସେବୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ମାଧ୍ୟମରେ ସରକାରୀ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଅଭିନବ ପ୍ରୟାସ କରାଯାଇଛି। ଶନିବାର ମଧ୍ୟାହ୍ନରେ ସମ୍ବଲପୁର ଜିଲ୍ଲା ପରିଷଦ କକ୍ଷଠାରେ ସରକାରୀ ଯୋଜନା ବିଷୟରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବରିଷ୍ଠ ନାଗରିକ ସଭ୍ୟ ପ୍ରଫୁଲ କୁମାର ହୋତା, ବିଶିଷ୍ଟ ସମାଜସେବୀ oo- ଯୋଗଦେଇ ତାଲିମ ଶିବିର ଉଦ୍‌ଘାଟନ କରି ବିଭିନ୍ନ ସରକାରୀ ଯୋଜନା ବିଷୟରେ ସଚେତନ କରାଇଥିଲେ । ପ୍ରାରମ୍ଭରେ ଆଦର୍ଶ ସମ୍ପାଦକ ପ୍ରଦୀପ କୁମାର ବେହେରା ପରିବର୍ତ୍ତନର ବାହକଙ୍କର ଭୂମିକା ଏବଂ ଦାୟିତ୍ବ ବିଷୟରେ ବୁଝାଇବା ସହିତ ଆଦର୍ଶର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ। ଏହି ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ସରକାରୀ ବିକାଶମୂଳକ ଯୋଜନା ବିଷୟରେ ଅବଗତ କରାଇଥିଲେ। ଏମାନଙ୍କ…

Read More

ବଲାଙ୍ଗୀର ;ତା-୦୬/୦୬(ବିଏମସି ଟିଭି ଓଡ଼ିଆ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଜିଲ୍ଲା ସ୍ତରୀୟ ଚିକିତ୍ସାଳୟ ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଦୀପ ନାଏକ ଖୋଲା,ଖୋଲି ସରକାରୀ ନିୟମ ର ଖିଲାପ କରି ସର୍ବଦା ଘାରୋଇ ଚିକିତ୍ସା ରେ ବ୍ୟସ୍ତ ଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ସରକାରୀ ଡାକ୍ତରଖାନା ପରିସରରେ ଥିବା ବାସ ଭବନ କୁ କ୍ଲିନିକ୍ କରି ଗରିବ ରୋଗୀ ଙ୍କ ନିକଟରୁ ଫିସ ଆଦାୟ କରିବା ବେଆଇନ୍ ଥିବା ବେଳେ ଏହାର ଖିଲାପ କରିବା ଓ ତାଙ୍କ ଭଳି ଅନ୍ୟ ଡାକ୍ତର ଏହି ନିୟମ ର ଉଲ୍ଲଂଘନ କରି ଆସୁଛନ୍ତି । ଦୀର୍ଘ ବର୍ଷ ଧରି ଖୋଦ୍ ଡ଼ାକ୍ତରଖାନା ମୁଖ୍ୟ ଚିକିତ୍ସାଧିକାରୀ ଏହି ସରକାରୀ ବାସ ଭବନ ରେ ଚିକିତ୍ସା କରି ବେଶ୍ ମାଲା, ମାଲ ହୋଇ ସହର ର ଅନ୍ୟତ୍ର ବିରାଟ ଅଟ୍ଟାଳିକା ନିର୍ମାଣ କରି ସେଠି ଚିକିତ୍ସା କରି ଗରିବ ରୋଗୀ ଙ୍କୁ ଶୋଷଣ କରୁଥିବା ବେଳେ…

Read More

ମାଲକାନଗିରି ;ତା-୦୬/୦୬(ବିଏମସି ଟିଭି ଓଡ଼ିଆ) ଏସଆଇଆର ୨୦୨୬ ର ସଫଳ ରୂପାୟନ ମାଧ୍ୟମରେ ଏକ ସ୍ୱଚ୍ଛ, ତ୍ରୁଟିଶୂନ୍ୟ ଏବଂ ସର୍ବସାମିଲ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ମାଲକାନଗିରି ଜିଲ୍ଲା ଏକ ପ୍ରଶଂସନୀୟ ଗଣ-ଆନ୍ଦୋଳନର ରୂପ ନେଇଛି। ଜିଲ୍ଲାର ପ୍ରତିଟି କୋଣ ଅନୁକୋଣରେ ନାଗରିକମାନଙ୍କୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ବିଷୟରେ ଜଣାଇବା ପାଇଁ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା ରଥ ପରିକ୍ରମା କରୁଛି। ଏହି ଅଭିଯାନରେ ସକ୍ରିୟ ଭାଗ ନେଇ ନିଜର ଭାଗିଦାରୀ ସୁନିଶ୍ଚିତ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଉତ୍ସାହିତ କରାଯାଉଛି।ଏହି ଅଭିଯାନକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ୧୪୬-ମାଲକାନଗିରି ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ମାଲକାନଗିରି ପୌରପାଳିକା ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ କରି କ୍ଷେତ୍ରସ୍ତରୀୟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। କୌଣସି ବି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବଞ୍ଚିତ ନ ହେବେ, ସେଥିପାଇଁ କ୍ଷେତ୍ରାଧିକାରୀମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି।ଏହି…

Read More

ଢେଙ୍କାନାଳ ;ତା-୦୪/୦୬(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ-ଅନୁଗୋଳ ସଂସଦୀୟ କ୍ଷେତ୍ରର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଦିବଂଗତ ବ୍ୟକ୍ତିଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ପୂର୍ବତନ ସାଂସଦ। ପୂର୍ବତନ ସାଂସଦ ତଥା ହିନ୍ଦୋଳ ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ମହେଶ ସାହୁ ଆଜି ହିନ୍ଦୋଳ ଗ୍ରସ୍ତକରି ହିନ୍ଦୋଳ ଏନଏସି ଗୁଣ୍ଡିଚାମଣ୍ଡପ ସାହିର ପରଲୋକଗତ ଲୋଚନ ସେଠିଙ୍କ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ବିଜେଡିର ବରିଷ୍ଠକର୍ମୀ ୱାର୍ଡନଂ୧ ବାସିନ୍ଦା ସୁକାନ୍ତ ସାମଲଙ୍କ ମାତାଙ୍କ ଦେହାନ୍ତରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସେହିପରି ଗତକାଲି ବଜ୍ରପାତରେ ପରଲୋକ ହୋଇଥିବା ସମୀର ରାଉତଙ୍କ ଶବବ୍ୟବଚ୍ଛେଦ ସ୍ଥଳରେ ପହଂଚି ଶେଷଦର୍ଶନ କରି ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇଛନ୍ତି। ଏଥିସହ ଶବବ୍ୟବଚ୍ଛେଦ ସ୍ଥାନ, ଗୃହର ଅବ୍ୟବସ୍ଥା, ପାନୀୟଜଳ, ଲାଇଟ ବ୍ୟବସ୍ଥା ନଥିବାସହ ଡାକ୍ତରଖାନା ଠାରୁ ବହୁତ ଦୂରରେ ଥିବା ସେହିସ୍ଥାନ ଲଟିବୁଦା ହୋଇ ଜଙ୍ଗଲର ଭ୍ରମ ସୃଷ୍ଟି ହେଉଥିବାକୁ ଦେଖି କ୍ଷୋଭ ପ୍ରକାଶ କରିବାସହ ତୁରନ୍ତ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ…

Read More

ବେଲଗୁଣ୍ଠା ;ତା-୦୫/୦୬(ବିଏମସି ଟିଭି ଓଡ଼ିଆ) ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୁତୁମୁସର ରୋଡ୍ ପାର୍ଶ୍ୱରେ ଥିବା ଆଦର୍ଶ ଶ୍ମଶାନ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ନଗରପାଳ ଫିରୋଜ୍ କୁମାର ସେଠୀଙ୍କ ସମେତ କାଉନସିଲର ଦିବ୍ୟ ରଞ୍ଜନ ଦାଶ,ପ୍ରଦୀପ କୁମାର ସେଠୀ,ବିଶ୍ଵନାଥ ଦଳାଇ, ପାରିଷଦ ପ୍ରତିନିଧି ସନ୍ତୋଷ ସ୍ୱାଇଁ,ସୋମନାଥ ବେହେରା,ରଞ୍ଜିତ କୁମାର ସାମଲ, ସମେତ ପରିଷଦର ସମସ୍ତ କର୍ମଚାରୀ, ସ୍ୱଚ୍ଛ ସାଥୀ, ସୁପର୍ଭାଇଜର୍, ସ୍ଵୟଂସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ସରକାରଙ୍କ ପକ୍ଷରୁ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚଳିତ ବର୍ଷ ୧୫୦୦ ଚାରା ରୋପଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ତହସିଲ କାର୍ଯ୍ୟାଳୟ,ସରକାରୀ ନୋଡାଲ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ,ପ୍ରାଣୀ ଚିକିତ୍ସା କେନ୍ଦ୍ର ଏବଂ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପରିସରରେ ବୃକ୍ଷ…

Read More

ବଲାଙ୍ଗୀର ;ତା-୦୬/୦୬(ବିଏମସି ଟିଭି ଓଡ଼ିଆ) ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଥିବା ବେଳେ ସରକାର ଙ୍କ କୋଟି , କୋଟି ଟଙ୍କା ବ୍ୟୟ ବରାଦ ହେଉଛି କେବଳ କାଗଜ, କଲମରେ । ଠିକାଦାର ପ୍ରଶାସନିକ ଅଧିକାରୀ ଖୋଲା ,ଖୋଲି ଦୁର୍ନିତୀ ସହ ପି ସି କାରବାର ଯୋଗୁଁ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଥିବା ସାର ହେଉଛି । ଏପରି ଏକ ଗୁରୁତର ଅଭିଯୋଗ ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକ ଅନ୍ତର୍ଗତ ଚଲକି ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ବାଙ୍କେଲ ଗ୍ରାମରେ ନଜର କୁ ଆସିଛି । ସରକାରୀ ନିୟମ ଅନୁଯାୟୀ କୂପ ତିଆରି ରେ କେତେ ଟଙ୍କା ଖର୍ଚ୍ଚ କରାଯିବ, କେତେ ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନ ହେବ ସେ ନେଇ ଏକ ସୁଚନା ଫଳକ ଟିଏ ନାହିଁ ।ଠିକାଦାର ଶୁକଦେବ ତାଣ୍ଡି ତିଆରି କରୁଛନ୍ତି ଏହି ଉଠା ଜଳ କୂପ । ବିଭାଗୀୟ ଅଧିକାରୀ…

Read More

ରାୟଗଡ଼ା ;ତା-୦୬/୦୬(ବିଏମସି ଟିଭି ଓଡ଼ିଆ) ରାୟଗଡ଼ ସଦର ବ୍ଲକ ଅନ୍ତର୍ଗତ କୁମ୍ବିକୋଟା ଗ୍ରାମରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟାର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ସମାଧାନ କରାଯାଇଛି। ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶନରେ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଥିଲେ।ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆରଡବ୍ଲୁଏସଏସ (RWSS) ଏସ.ଡି.ଓ ଶ୍ରୀ ମନୋଜ ନାୟକ, ରାୟଗଡ଼ା ବ୍ଲକର ଏ.ବିଡିଓ ଶ୍ରୀ କାଳୁଚରଣ ନାୟକ, ଆରଡବ୍ଲୁଏସଏସ ଜେ.ଇ ଶ୍ରୀ ଅଜିତ ମିଶ୍ର ଏବଂ ଏ.ଇ ସୁଶ୍ରୀ ଦୀପ୍ତି ସକ୍ରିୟ ଭାବେ ଘଟଣାସ୍ଥଳରେ ଉପସ୍ଥିତ ରହି ପାନୀୟ ଜଳ ସମସ୍ୟାର ତ୍ୱରିତ ସମାଧାନ ପାଇଁ କାର୍ଯ୍ୟ କରିଥିଲେ। ପାନୀୟ ଜଳ ଯୋଗାଣକୁ ତୁରନ୍ତ ସ୍ୱାଭାବିକ କରିବା ପାଇଁ ଜଳ ଟ୍ୟାଙ୍କର ନିୟୋଜିତ କରାଯିବା ସହ ଡିଜି ସେଟ୍ (DG Set) ମାଧ୍ୟମରେ ଜଳ ଉତ୍ତୋଳନ ବ୍ୟବସ୍ଥା କରାଯାଇଥିଲା।…

Read More

ରାୟଗଡ଼ା ;ତା-୦୬/୦୬(ବିଏମସି ଟିଭି ଓଡ଼ିଆ) ସ୍ଥାନୀୟ ଅଡୁଗୁଡା ସହରାଞ୍ଚଳ ବନୀକରଣ ୨୦୨୬-୨୭ ସ୍ଥଳରେ ୫୩ତମ ବିଶ୍ୱ ପରିବେଶ ପାଳନ ଦିବସସରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ରାଜ ପ୍ରସାଦ ଜିଲ୍ଲା ଆରକ୍ଷୀ ଅଧିକାରୀ ରାୟଗଡ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଏବଂ BJP ଦଳର କର୍ମକର୍ତ୍ତାଙ୍କ ସହ ବନଖଣ୍ଡ ଅଧିକାରୀ ଶ୍ରୀ ଆନ୍ନା ସାହେବ ଓହୋଲ, ବନସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ,ବନସଂରକ୍ଷକ ଶ୍ରୀ ସନ୍ଦୀପ କୁମାର ପୃଷ୍ଟି,ବନସଂରକ୍ଷକ ଶ୍ରୀ ସତୀଶ କୁମାର ଧାରୁଆ ବ୍ୟତୀତ ବିଭାଗର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟ ସଫଳ କରିଥିଲେ। ତତ ପରେ ବନଖଣ୍ଡ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ପୁରସ୍କାର ବିତରଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ଟି ଗୌରୀ ରାୟଗଡା, ଶ୍ରୀ ନିଗମାନନ୍ଦ ପାଣିଗ୍ରାହୀ ଉକୁମ୍ବା, ଶ୍ରୀ ସୁନ୍ଦରସିଂ ମାଝୀ ବିଷମ କଟକ, ଶ୍ରୀ ଶୁଭମ କୁମାର…

Read More

ସମ୍ବଲପୁର/ଗୋଡଭଗା:ତା.୦୫/୦୬ (ବିଏମସି ଟିଭି ଓଡିଆ) ରାଜଧାନୀ ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନଠାରେ ଜାତୀୟ କବି ଓ ଲେଖକ ସଂଗଠନ ପକ୍ଷରୁ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ସାରସ୍ୱତ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ, ପ୍ରକୃତି ବନ୍ଧୁ ତଥା ବିଶିଷ୍ଟ କବୟିତ୍ରୀ ଅନୁସୂୟା ଦେବତାଙ୍କୁ ତାଙ୍କର ଉଲ୍ଲେଖନୀୟ ସାହିତ୍ୟିକ କୃତି ଓ ସାରସ୍ୱତ ସାଧନା ପାଇଁ ପ୍ରତିଷ୍ଠିତ “ଜାତୀୟ କବି ସାରସ୍ୱତ ସମ୍ମାନ-୨୦୨୬” ରେ ସମ୍ବର୍ଦ୍ଧିତ କରାଯାଇଛି। ସଂଗଠନର ସଭାପତି ଯଜ୍ଞେଶ୍ୱର ପଣ୍ଡାଙ୍କ ସଭାପତିତ୍ୱ ଏବଂ ପ୍ରତିଷ୍ଠାତା ସମ୍ପାଦକ ଦୀନବନ୍ଧୁ ବେଜ୍‌ଙ୍କ ସମ୍ପାଦନାରେ ଆୟୋଜିତ ଏହି ସମାରୋହରେ ଓଡ଼ିଶାର ବହୁ ବିଶିଷ୍ଟ ପ୍ରତିଭା ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ତଥା ଓଡ଼ିଆ ସିନେମା ସଂଳାପକାର ରଜନୀ ରଞ୍ଜନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଆ ସିନେମା ଓ…

Read More