Author: BMC NEWS ODISHA

କଟକ ଜିଲ୍ଲା , ନରଗାଙ୍ଗ ; ତା – ୨୭ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।ଦେଶର ଭବିଷ୍ୟତ ଯୁବପିଢ଼ିଙ୍କ ମନରେ ଖେଳୁଆଡ ମନୋବୃତ୍ତି ସୃଷ୍ଟି କରିବା ସହିତ ସମାଜରେ ବନ୍ଧୁତ୍ବପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ , ସବୁ ବର୍ଷ ପରି ଚଳିତ ବର୍ଷ କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ନରଗାଙ୍ଗ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି ବାର୍ଷିକ କ୍ରିକେଟ ଟୁର୍ଣାମେଣ୍ଟ । ଗ୍ରାମର ତ୍ରୀଦେବ ତ୍ରୀନାଥ କ୍ରିକେଟ ବ୍ଲକ ଆନୁକୂଲ୍ୟରେ ଏହି ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣାମେଣ୍ଟରେ ଆଖପାଖ ପଡୋଶୀ ଗ୍ରାମର ୦୮ଟି ଦଳ ଭାଗ ନେଇଥିଲେ । ଫାଇନାଲରେ ଅମ୍ପାୟାର ପ୍ରଶାନ୍ତ କୁମାର ଜେନା ଓ ପପୁ ଜେନାଙ୍କ ପରିଚାଳନାରେ କୁସୁପଙ୍ଗୀ କ୍ରିକେଟ ଟିମ ସହିତ ବ୍ରହ୍ମପୁରା କ୍ରିକେଟ ଟିମର ରୋମାଞ୍ଚକର ମ୍ଯାଚ ଆରମ୍ଭ ହୋଇଥିଲା । ଏହି ମ୍ଯାଚରେ ୧୬ ଓଭରରେ କୁସୁପଙ୍ଗୀ କ୍ରିକେଟ ଟିମ ୦୯…

Read More

ସମ୍ବଲପୁର / ବରପାଲି ; ତା – ୨୭ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତି ସମ୍ମାନ ସୂଚକ ଭାବେ ବରପାଲି ବସ୍‌ଷ୍ଟାଣ୍ଡ ନିକଟରେ ଏକ ପାର୍କ ସହିତ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ଏହି ପ୍ରକଳ୍ପ ପାଇଁ ୨୦୧୫ – ୧୬ ମସିହାରେ ରାଜ୍ୟସଭା ସାଂସଦ ଡ଼. ଶଶୀଭୂଷଣ ବେହେରାଙ୍କ ଦ୍ୱାରା ୧୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଥିଲା । ତେବେ ପ୍ରାରମ୍ଭରୁ ହିଁ ନିମ୍ନମାନର କାମକୁ ନେଇ ବିବାଦ ଉଠିଥିଲା । ବିରୋଧୀ କଂଗ୍ରେସ ଦଳ ଏଥିରେ ପ୍ରଶ୍ନ ଉଠାଇଥିଲା ଓ ଘଟଣାଟି ବିଭିନ୍ନ ଖବର କାଗଜରେ ମୁଖ୍ୟ ଖବର ଭାବେ ପ୍ରକାଶ ପାଇଥିଲା । ପ୍ରକଳ୍ପ ହସ୍ତାନ୍ତରକୁ ନେଇ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ରାସ୍ତା ପ୍ରଶସ୍ତିକରଣ ପରେ ପାର୍କର ପାଚେରୀ…

Read More

ସମ୍ବଲପୁର/ଗୋଡଭଗା ; ତା – ୨୭ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା )ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ ଅନ୍ତର୍ଗତ କଳାମାଟି ପଞ୍ଚାୟତ ଅଧିନସ୍ଥ ଗୋଡଭଗା କେମ୍ପ୍ ସ୍ଥିତ ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି ଭରା ଭାବମୟ ପରିବେଶରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ରାମ ନବମୀ ଅବସରରେ ପାଳିତ ହୋଇଯାଇଛି । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରାତଃ ପର୍ଯ୍ୟାୟରେ ମୂଖ୍ୟ ଅତିଥି ଭାବରେ ନିରୁପମା ପାତ୍ର ଯୋଗ ଦେଇ ଶିଶୁ ଭାଇ ଭଉଣୀମାନଙ୍କୁ ଶ୍ରୀ ରାମଙ୍କ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ବେବୀରାଣୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ , ସରିତା ଦେହୁରୀ ସଂଯୋଜନା , ଶିଖା ମହାପାତ୍ର ବ୍ୟକ୍ତିଗତ ଗୀତ ଗାନ , ଲିଳିମା ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦାନ ଓ ପୂଜା ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ଭାଇ ଭଉଣୀମାନେ ରାମ , ଲକ୍ଷ୍ମଣ , ହନୁମାନ…

Read More

ବେଲଗୁଣ୍ଠା ; ତା – ୨୪ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) । ସମଗ୍ର ଦେଶରେ ଅରମ୍ଭ ହେବାକୁ ଯାଉଛି ଜନଗଣନା – ୨୦୨୭ । ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଅପ୍ରେଲ ମାସ ଏକ ତାରିଖ ଠାରୁ ପନ୍ଦର ତାରିଖ ମଧ୍ୟରେ ସ୍ୱଗଣନା ଏବଂ ଅପ୍ରେଲ୍ ଷୋହଳ ତାରିଖ ଠାରୁ ମଇ ପନ୍ଦର ତାରିଖ ପର୍ଯ୍ଯନ୍ତ ଗୃହ ତାଲିକା ଏବଂ ଗୃହ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ଳକ୍ ର ଜନ ସଂଖ୍ୟା ଗଣନାକାରୀ ଏବଂ ସୁପରଭାଇଜର୍ ମାନଙ୍କ ପାଇଁ ଘୁମୁସର ବୈଷୟିକ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ଏବଂ ବ୍ଳକ୍ ପରିସର ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରୁ…

Read More

ବେଲଗୁଣ୍ଠା ; ତା – ୨୩ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ବେଲଗୁଣ୍ଠା ବ୍ଲକ ଘୁ. ନୂଆଗାଁ ଓ ଧୁମୁଛାଇ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମାଁ ଉଗ୍ରତାରା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁରହିଛି । ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ ଖୋର୍ଦ୍ଧା ଜିଲ୍ଲା ଭୁସୁଣ୍ଡୁପାଳ ମାଁ ଉଗ୍ରତାରା ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ ବେଲଗୁଣ୍ଠା ସହର ସମେତ ଘୁ. ନୂଆଗାଁ ଓ ଧୁମୁଛାଇ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ଉଭୟ ଗ୍ରାମର ମଧ୍ୟଭାଗ ଛକ ଠାରେ ନିର୍ମିତ ମାଁ ଉଗ୍ରତାରା ମନ୍ଦିରରେ ଏହା ସ୍ଥାପନ କରାଯାଇଥିଲା । ରବିବାର ଦ୍ୱିତୀୟ ଦିବସରେ ବଡ଼ ନଦୀରୁ ଗଙ୍ଗାଜଳ ବରୁଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଭୟ ଗ୍ରାମର ୪ ଶହରୁ ଉର୍ଦ୍ଧ୍ଵ ମହିଳାଙ୍କ ଜଳଯାତ୍ରା ଆଧ୍ଯାତ୍ମକି ବାତାବରଣ ସୃଷ୍ଟି କରିଥିଲା । ବଡ଼ ନଦୀରୁ ମହିଳାମାନେ ମୁଣ୍ଡରେ କଳସ ଧରି ଶୋଭାଯାତ୍ରାରେ ବାହାରିଥିଲେ । ପୁରୋହିତ ଗୋଷ୍ଠୀ ମନ୍ତ୍ର…

Read More

ବେଲଗୁଣ୍ଠା ; ତା – ୨୫ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) । ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ବେଲଗୁଣ୍ଠା ଶାଖା ତରଫରୁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବିଶେଷକରି ଏହି ଦାବିପତ୍ରରେ ରାମ ନାଟକ ଭଳି ଲୋକ କଳାର ଚିହ୍ନଟ ଏବଂ ପ୍ରଚଳନ ନିମନ୍ତେ ପୁନଃ ପ୍ରୟାସ , କଳା ଅନୁଷ୍ଠାନ ଗୁଡ଼ିକୁ ସଂସ୍କୃତି ବିଭାଗ ଦ୍ୱାରା ଯଥାର୍ଥ ତାଲିକା ଭୁକ୍ତ କରାଇ ଅବକାଶ ସହାୟତା ଯୋଗାଇବା , ପ୍ରତିଟି ବ୍ଳକ୍ ରେ ପ୍ରେକ୍ଷାଳୟ ସ୍ଥାପନ କରି ସ୍ଥାନୀୟ କଳାକାର କମିଟିକୁ ହସ୍ତାନ୍ତର , କଳାକାର ଭତ୍ତାକୁ ୫୦୦୦ ଟଙ୍କାକୁ ବୃ୍ଦ୍ଧି କରିବା ସହିତ ତାହାକୁ ଫ୍ୟାମିଲି ପେନସନ୍ ମାନ୍ୟତା ପ୍ରଦାନ , ପ୍ରାନ୍ତୀୟ ଭେଦରେ ନାଟକ – ସଙ୍ଗୀତ ମହାବିଦ୍ୟାଳୟ ସ୍ଥାପନ…

Read More

ବେଲଗୁଣ୍ଠା ; ତା – 25 / 03 ( ବିଏମସି ନ୍ୟୁଜ୍ ଓଡି଼ଶା ) ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ର “ବିଚିତ୍ର କାବ୍ୟ ବୈଦେହୀଶ ବିଳାଶ” ବିଷୟରେ ଆଲୋଚ଼ନାଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଅଜିତ୍‌ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ଵରେ ଏହି ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋ ଚ଼ନା ଚ଼କ୍ରରେ ମୁଖ୍ୟଅତିଥି ତଥା ଆଲୋଚ଼କଭାବେ ଅବସର ପ୍ରାପ୍ତ ଶିକ୍ଷକ ଓ ଭଞ୍ଜଗବେଷକ କାମରାଜୁ ସାହାଣୀ ଯୋଗ ଦେଇ ପ୍ରକୃତି କବି ବିଚିତ୍ର କାବ୍ୟ ବୈଦେହୀଶ ବିଳାଶ କାବ୍ୟ ସମ୍ଭାର ଓ ଅନ୍ୟାନ୍ୟ ସାହିତ୍ୟକ କୃତୀ ସମେତ କାବ୍ୟ ବୈଦେହୀଶ ବିଳାଶ ସଂପର୍କରେ ଉଚ୍ଚକୋଟୀର ମନ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସପନ କୁମାର ପଟ୍ଟନାୟକ ଏବଂ ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ , ଅଧ୍ୟାପକ ଅଜୟ…

Read More

ସମ୍ବଲପୁର/ବରପାଲି ; ତା – ୨୬ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) lବରପାଲି କେନାଲ ରୋଡ ସ୍ଥିତ ଶିରିଡ଼ି ସାଇ ମନ୍ଦିରର ତୃତୀୟ ପ୍ରତିଷ୍ଠା ଦିବସ ତଥା ଶ୍ରୀରାମ ନବମୀ ପାଳିତ ହୋଇଯାଇଛି । ସକାଳ ୫ ଟା ରେ କାକଡ ଆରତୀ ପରେ ବାବାଙ୍କ ମହା ଅଭିଷେକ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ପରେ ମହିଳାମାନଙ୍କ କଳସ ଶୋଭାଯାତ୍ରା ପରେ ଦ୍ୱାରକମାୟୀ ଠାରେ ହୋମ ଅନୁଷ୍ଠିତ ହୋଇଥିଲା । ବିଜେପୁରର ସଞ୍ଜୟ ପଣ୍ଡା ଓ ଧରିତ୍ରୀ ପଣ୍ଡା କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ । ପଣ୍ଡିତ ହେମନ୍ତ ମିଶ୍ର , ପଣ୍ଡିତ ପିଣ୍ଟୁ ପାଣିଗ୍ରାହୀ , ଉଦ୍ଧବ ଦେବତା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ଇଣ୍ଡିଆନ ଓଭର ସିଜ୍ ବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ ଇ ହୁଣ୍ଡିକୁ ଶାଖା ପରିଚାଳକ ତଥା କମିଟି ସଭ୍ୟ ଉପସ୍ଥିତରେ ଉଦ୍‌ଘାଟନ କରାଯାଇଥିଲା ।…

Read More

ବେଲଗୁଣ୍ଠା ; ତା – ୨୬ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଘୁ. ନୂଆଗାଁ ଓ ଧୁମୁଛାଇ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ନବନିର୍ମିତ ଶ୍ରୀ ଶ୍ରୀ ଶ୍ରୀ ମାଁ ଉଗ୍ରତାରାଙ୍କ ମନ୍ଦିର ପ୍ରତିଷ୍ଠା ଓ ବତିଶି ପ୍ରହର ଅଖଣ୍ଡ ନାମଯଜ୍ଞ ମହାସମାରୋହରେ ଜାରି ରହିଛି । ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଢପୁରସ୍ଥିତ ମାଁ ଉଗ୍ରତାରାଙ୍କ ପୀଠରୁ ଆଜ୍ଞାମାଳ ଅଣାଯାଇ ବେଲଗୁଣ୍ଠା ସହର ସମେତ ଘୁ. ନୂଆଗାଁ ଓ ଧୁମୁଛାଇ ଗ୍ରାମ ପରିକ୍ରମା କରାଯାଇ ବଡ଼ନଦୀ ସେତୁ ପାଦଦେଶରେ ନିର୍ମିତ ନୂତନ ମନ୍ଦିରରେ ସ୍ଥାପନ କରାଯାଇଥିଲା । ପରେ ରୀତିନୀତି ମୁତାବକ ଗ୍ରାମରେ ସୋମବାର ସକାଳୁ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ମନ୍ଦିରରେ ସୂର୍ଯ୍ୟପୂଜା , ଗୋପୂଜା , ଅଗ୍ନିସ୍ଥାପନ ଓ…

Read More

ବେଲଗୁଣ୍ଠା ; ତା – ୨୬ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) । ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟ ବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ଏକ ପାଠଚକ୍ର ଅନୁଷ୍ଠାନ । ଅଧ୍ୟକ୍ଷ ଡ଼ ଗିରିଧର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଅରବିନ୍ଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ.ଇ.ରବିନାରାୟଣ ପାତ୍ର ଏବଂ ଡ. ସଂଜୀବ କୁମାର ଦାଶ୍ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ର ରାଜ କୁମାର ନାୟକ ‘ଇମ୍ପୋଟାଣ୍ଟ୍ ଅଫ୍ କେମିକାଲ୍ ପଲ୍ଯୁଟାଣ୍ଟସ୍ ଅନ୍ ହ୍ୟୁମାନ୍ ହେଲଥ୍’ ଶୀର୍ଷକ ସନ୍ଦର୍ଭ ପାଠ କରିଥିଲେ । ପାଠଚକ୍ର ସମ୍ପାଦିକା ଗାୟତ୍ରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ତପନ…

Read More

ବେଲଗୁଣ୍ଠା ; ତା – ୨୬ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୧୬ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ . ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ମନ୍ତ୍ରୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ ବିପ୍ର ଚରଣ ରାଉତ ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଳବ୍ ସଭାପତି ରଞ୍ଜିତ୍ କୁମାର ବାରିକ , ତନରଡା ସରପଞ୍ଚ ସସ୍ମିତା ପାଢୀ , ସମିତି ସଭ୍ୟ ଅଯୋଧ୍ୟା ନାଥ ବେହେରା , ବରିଷ୍ଠ ନାଗରିକ ରାମ ପ୍ରସାଦ ପଟ୍ଟନାୟକ ଯୋଗ ଦେଇଥିଲେ । ଅନୁଷ୍ଠାନ ଅଧ୍ୟକ୍ଷା ଚନ୍ଦ୍ରମା କୁମାରୀ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ଗଗନ ବିହାରୀ ଲେଙ୍କା ଶିକ୍ଷାର…

Read More

ସମ୍ବଲପୁର ; ତା – ୨୬ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା )ସଶକ୍ତ ଶିଶୁ ଗଠନ ସମୟ ପାଇଁ ବଡ଼ ଆହ୍ୱାନ । ଏହାର ପରିଚାଳନା ଓ କାର୍ଯ୍ୟକ୍ଷେତ୍ରରେ ସାକାର କରିବାକୁ ବିଭିନ୍ନ ବିଭାଗର କାର୍ଯ୍ୟ ଦକ୍ଷତା ଓ ସମ୍ମନ୍ୱୟ ଏକ ବଡ଼ ମାପଦଣ୍ଡ ବୋଲି ସମ୍ବଲପୁର ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଆଲୋଚନା କରି ଶିଶୁ ପ୍ରତି ଅବହେଳା ନୁହେଁ ବରଂ ଯତ୍ନ ଅପରିହାର୍ଯ୍ୟ ବୋଲି କହିଥିଲେ । ଜମନକିରା ସାମ୍ବାଦିକ ଭବନ ଠାରେ ସମ୍ବଲପୁର ସମନ୍ମିତ ବିକାଶ ପ୍ରତିଷ୍ଠାନ ଆନୁକୂଲ୍ୟରେ ବାଲ୍ୟ ବିବାହ , ଶିଶୁ ଚାଲାଣ , ଶିଶୁ ଶ୍ରମିକ ସମ୍ପର୍କିତ ବ୍ଲକ ସ୍ତରୀୟ ସର୍‌ଭାଇବର ନେଟ୍‌ୱାର୍କ ସଭାରେ ସେ ଏହା କହିଛନ୍ତି । ଏଥିରେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି , ସିଡିପିଓ ମମତା ପଟେଲ , ମିଶନଶକ୍ତି ବ୍ଲକ ପ୍ରୋଗ୍ରାମ କୋଅର୍ଡିନେଟର , ଶିକ୍ଷକ ପ୍ରମୁଖ…

Read More