ବେଲଗୁଣ୍ଠା ; ତା – ୨୪ / ୦୩ ( ବିଏମସି ଟିଭି ଓଡ଼ିଆ ) ସମଗ୍ର ଦେଶରେ ଅରମ୍ଭ ହେବାକୁ ଯାଉଛି ଜନଗଣନା – ୨୦୨୭ । ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଅପ୍ରେଲ ମାସ ଏକ ତାରିଖ ଠାରୁ ପନ୍ଦର ତାରିଖ ମଧ୍ୟରେ ସ୍ୱଗଣନା ଏବଂ ଅପ୍ରେଲ୍ ଷୋହଳ ତାରିଖ ଠାରୁ ମଇ ପନ୍ଦର ତାରିଖ ପର୍ଯ୍ଯନ୍ତ ଗୃହ ତାଲିକା ଏବଂ ଗୃହ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ଳକ୍ ର ଜନ ସଂଖ୍ୟା ଗଣନାକାରୀ ଏବଂ ସୁପରଭାଇଜର୍ ମାନଙ୍କ ପାଇଁ ଘୁମୁସର ବୈଷୟିକ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ଏବଂ ବ୍ଳକ୍ ପରିସର ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଚଳିତ ମାର୍ଚ୍ଚ ୨୩ ତାରିଖରୁ ୩୧ ତାରିଖ…
Author: BMC NEWS ODISHA
ସମ୍ବଲପୁର / ବରପାଲି ; ତା – ୨୮ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) । ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ମନୋନୟନ ପର୍ବ ଶେଷ ହୋଇଛି । ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସଂପାଦକ ଭାବେ ଦେବେନ୍ଦ୍ର ସାହୁ ମନୋନୀତ ହୋଇଥିବା ବେଳେ ଉପ-ସଭାପତି ସୁଧୀର ମେହେର , ସହ-ସମ୍ପାଦକ ପୂର୍ଣେନ୍ଦୁ କୁମାର ଦାଶ , ମହେନ୍ଦ୍ର କୁମାର ଗହୀର, ଗ୍ରନ୍ଥାଳୟ ସମ୍ପାଦକ ପରିତୋଷ ମେହେର , କୋଷାଧ୍ୟକ୍ଷ ଅଞ୍ଜନ କୁମାର ବେହେରା ରହି ଥିବା ବେଳେ କାର୍ଯକାରୀ କମିଟିରେ ଅଚ୍ୟୁତାନନ୍ଦ ଦାଶ , ଲାଲ ବିକ୍ରମ ସିଂହ ଦେଓ , ଆନନ୍ଦ ଚନ୍ଦ୍ର ସାହୁ , ମନୋଜ ପଟ୍ଟନାୟକ ଓ ଈଶ୍ୱର ନାଗ ରହିଛନ୍ତି । ଆଜିର ଏହି ନିର୍ବାଚନ ପ୍ରକ୍ରିୟାରେ ବରିଷ୍ଠ ଓକିଲ ଗୋକୁଳାନନ୍ଦ ସ୍ୱାଇଁ ଓ ରାମେଶ୍ବର କୋକା ନିର୍ବାଚନ ଅଧିକାରୀ ଦାୟିତ୍ଵ ନିର୍ବାହ…
ସମ୍ବଲପୁର / ବୁର୍ଲା ; ତା – ୨୮ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) । ବୁର୍ଲାରେ ଶ୍ରୀରାମ ନବମୀ ଅବସରରେ ପଞ୍ଜାବୀ ମହିଳା ସମିତି ପକ୍ଷରୁ ଏକ ଭବ୍ୟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଯାହାକି ଭକ୍ତି , ଉତ୍ସାହ ଓ ଏକତାର ଅପୂର୍ବ ଉଦାହରଣ ସୃଷ୍ଟି କରିଥିଲା । ଏହି ଶୋଭାଯାତ୍ରାରେ ମହିଳା , ପୁରୁଷ ଓ ଶିଶୁମାନେ ବହୁ ସଂଖ୍ୟାରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ସମସ୍ତେ ଭକ୍ତି ଓ ଉତ୍ସାହ ସହିତ ଯୋଗଦେଇଥିଲେ । ପ୍ରବଳ ବର୍ଷା ସତ୍ତ୍ୱେ ମଧ୍ୟ ଏହି ଶୋଭାଯାତ୍ରା ବିନା ବାଧାରେ ଚାଲିଥିଲା , ଯାହା ଭକ୍ତମାନଙ୍କର ଅତୁଟ ଆସ୍ଥାକୁ ପ୍ରକାଶ କରୁଛି । “ଶ୍ରୀରାମ , ଜୟ ଶ୍ରୀରାମ” ଧ୍ୱନିରେ ସମଗ୍ର ପରିବେଶ ଗୁଞ୍ଜି ଉଠିଥିଲା । ଏପ୍ରକାର ଭକ୍ତିମୟ ପରିବେଶ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା ଓ ପ୍ରେରଣାଦାୟକ ବାତାବରଣ ସୃଷ୍ଟି କରିଥିଲା ।…
ବାଲିମେଳା ; ତା ୨୮ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି – ୩ ପଞ୍ଚାୟତ ସଦାଶିବପୁର ଗାଁରେ ରହୁଥିବା ଭୀମ କିର୍ସାନିଙ୍କ ଘରୁ ଗତ ୨୦ ତାରିଖରେ ଏକ ମୋବାଇଲ ଚୋରି ହୋଇଥିଲା । ଗତ ୨୩ ତାରିଖରେ ତାଙ୍କ ଆକାଉଣ୍ଟରୁ ୭୫ ହଜାର ଟଙ୍କା ଉଠାଯାଇଥିବା ସେ ଜାଣିବାକୁ ପାଇବା ପରେ ସେ ଏନେଇ ସେହିଦିନ ଓର୍କେଲ ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର – ୮୧ / ୨୦୨୬ ରେ ଏକ ମାମଲା ରୁଜୁ କରିବା ସହିତ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଏଏସଆଇ ସୁରେଶ ବିସି ମାଝୀଙ୍କ ନେତୃତ୍ୱରେ ପୋଲିସ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଗତ ୨୫…
ବେଲଗୁଣ୍ଠା ; ତା – ୨୮ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) । ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ପଂଚାୟତର ବୋରୀ ସ୍ଥିତ ଟ୍ୟାଲେଣ୍ଟ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ – ୨୦୨୬ ଅନୁଷ୍ଠାନ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରତାପ ଲକ୍ଷ୍ମଣପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆ ଯୋଗ ଦେଇ ଛାତ୍ରଛାତ୍ରୀ ବଡ଼ ଲୋକ ହେବା ପାଇଁ ସ୍ଵପ୍ନ ଦେଖିବା ସହିତ ସେହି ସ୍ଵପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି ବୋଲି ନିଜ ବକ୍ତବ୍ଯରେ ପ୍ରକାଶ କରିଥିଲେ । ସେହିପରି ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ସିନିୟର ଆସିଷ୍ଟାଣ୍ଟ୍ ଭିକାରୀ ଚରଣ ସାହୁ ଯୋଗ ଦେଇ ଶିଶୁ ପ୍ରତିଭାର ବିକାଶ ପାଇଁ ବାର୍ଷିକ ଉତ୍ସବ ଏକ ସୁଯୋଗ ସୃଷ୍ଟି କରିଥାଏ…
ବେଲଗୁଣ୍ଠା ; ତା – ୨୮ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) । ବେଲଗୁଣ୍ଠାରେ ପ୍ରଖଣ୍ଡ ବଜରଙ୍ଗ ଦଳ ଏବଂ ଘୁମୁସର ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସହରରେ ଏକ ହିନ୍ଦୁ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଉଭୟ ସଂଗଠନର ଶତାଧିକ ଯୁବକ ବ୍ଳକ୍ ପରିସର ପଡ଼ିଆରୁ ବାହାରି ବ୍ଳକ୍ ଛକ , ମୁଖ୍ୟ ସଡକ , ବାଙ୍କ ବଜାର , କୋଳିସାହି , ହାଟପଦା ,ଗୋପୀନାଥ ସାହି ,ବଡ଼ଦାଣ୍ଡ ସାହି ଆଦି ପରିକ୍ରମା କରିବା ସହିତ ଲକ୍ଷ୍ମୀ ନୃସିଂହ ମନ୍ଦିରରେ ପହଞ୍ଚି ରଘୁନାଥ ମନ୍ଦିରରେ ରୀତିନୀତି ମୁତାବକ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପୂଜାର୍ଚ୍ଚନା କରିଥିଲେ । ଶୋଭାଯାତ୍ରା ସମୟରେ ଯୁବକ ମାନଙ୍କ ଜୟ ଶ୍ରୀରାମ ଧ୍ୱନିରେ ସହର ପ୍ରକମ୍ପିତ ହେବା ସହ ସହରରେ ଏକ…
ଭୁବନେଶ୍ୱର ଶିଖରଚଣ୍ଡୀ ଶିବ ମନ୍ଦିର ପାଖେରେ ମଦ ଜବତ ହୋଇଥିବା ଦେଖିବାକୁ ମିଳିଛି । ସାମ୍ବାଦିକ ନମିତା ମ୍ୟାଡ଼ାମ ଘଟଣାସ୍ଥଳରେ ପହଁଚିଥିଲେ ଗାଡ଼ିରେ ମଦ ଯାଇଥିବା ଖବର ପାଇ ଗାଡି ଟିକୁ ଅଟକ ରଖା ଯାଇଥିଲା ମଦ ବୋତଲ ଜବତ କରିଛି ଇନ୍ଫୋସିଟି ଥାନା ଘଟଣା ସ୍ଥଳରେ ଆଇଆଇସି ମହେନ୍ଦ୍ର କୁମାର ସାହୁ ପହଂଚିଥିବା ବେଳେ ଗାଡି ଡ୍ରାଇଭର ଫେରାର ଥିବା ଜଣା ପାରିଛି କେଶ ମାମଲା ରୁଜୁ କରାଯାଇଛି ମଦ ବୋତଲ ଜବତ କରାଯାଇଛି । ସ୍ଥାନୀୟ ଗ୍ରାମବାସି ପୋଲିସ କୁ ଖବର ଦେଇଥଲେ ପୋଲିସ ଅବକାରୀ ବିଭାଗ ଘଟଣା କୁ ଚଢ଼ାଉ କରିବାକୁ ଦେଖିବାକୁ ମିଳିଛି । ଭୁବନେଶ୍ୱର ରୁ ସିଟି ରିପୋଟର ମନୋଜ ବେହେରା ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ ।
ରାମ ନବମୀ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ ଅଟେ ଏହା ଭଗବାନ ରାମ ଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ । ରାମ ନବମୀ ଚୈତ୍ର ମାସର ଶୁକ୍ଳ ପକ୍ଷର ନବମୀ ତିଥିରେ ପଡେ ଏହି ଦିନଟିକୁ ସମସ୍ତେ ଭକ୍ତ ଭଗବାନ ରାମ ଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ସହିତ ପାଳନ କରନ୍ତି ଭଗବାନ ରାମଙ୍କ ଜନ୍ମ ଅଯୋଧ୍ୟା ନଗରରେ ହୋଇଥିଲା ସେ ଦଶରଥ ମହାରାଜ ଙ୍କ ପୁତ୍ର ଥିଲେ ରାମ ନ୍ୟାୟ ସତ୍ୟ ଧର୍ମର ପ୍ରତ୍ୟୋକ ଭାବେ ପରିଚିତ ସେମାନଙ୍କ ଜୀବନ ଆମକୁ ସତ୍ୟ ଓ ଧର୍ମର ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ ରାମ ନବମୀ ଦିନରେ ମନ୍ଦିର ମାନଙ୍କରେ ଭଜନ ଜୀର୍ତ୍ତନ ଓ ହୋମ ଯଜ୍ଞ ର ଆୟୋଜନ କରାଯାଏ ଏହି ପବିତ୍ର ଦିନଟିକୁ ଶ୍ରଦ୍ଧା ଓ ଭକ୍ତିର ସହିତ ପାଳନ କରିବା ଉଚିତ । ଭୁବନେଶ୍ୱର ରୁ ସିଟି ରିପୋଟର ମନୋଜ ବେହେରା ଙ୍କ…
ରାୟଗଡା ଜିଲ୍ଲା କାଶୀପୁର ରୁ ୧୨୮ ଜଣ ଯୁବତୀ ସରକାରୀ ପ୍ରକଳ୍ପ ସ୍କିଲ ଇନ ଓଡିଶା ଯୋଜନା ମଧ୍ୟରେ ଆଜି କାଶୀପୁର ବ୍ଲକ କାର୍ଯ୍ୟାଳୟ ଠାରୁ କଟକ ଯାଇଥିବା ଦେଖିବାକୁ ମିଳିଛି।ବ୍ଲକ ଅନ୍ତର୍ଗତ ଟିକିରି , ଶଙ୍କରଡ଼ା , କୁଚେଇପଦର , ଡୁଡୁକା ବାହାଲ ଓ ହାଡ଼ିଗୁଡା ଭଳି ୫ ଟି ପଞ୍ଚଯାତ ରୁ ସମୁଦାୟ ୧୨୮ ଜଣ ଯୁବତୀ ସିଲେଇ ତାଲିମ ନେବା ପାଇଁ ଯାଇଥିବା ବେଳେ ସରକାରଙ୍କ ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଲକ୍ଷାଧିକ ଯୁବତୀ ମାନେ ଆତ୍ମ ନିର୍ଭର ଓ ଆର୍ଥିକ ସ୍ୱାଵିଲୋମ୍ବି ହେବେ ବୋଲି ସରକାର ସ୍ତିର କରିଥିବା ପ୍ରକଳ୍ପ ଅଧିକାରୀ ପ୍ରକାଶ କରିଥିଲେ । କାଶୀପୁର ଠାରୁ କଟକ ଯିବା ପୂର୍ବରୁ ସମସ୍ତ ଯୁବତୀ ମାନଙ୍କୁ ବ୍ଲକ ସମ୍ବିଳନୀ ଗୃହ ଠାରେ ସରକାରୀ ସିଲେଇ ତାଲିମ କେନ୍ଦ୍ର ନିୟମାବଳୀ ସମ୍ୱନ୍ଧେ ଏବଂ ସୁରକ୍ଷା ସମୂହ ରେ ଏକ ସାଧାରଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା…
ସମ୍ବଲପୁର ; ତା – ୨୭/ ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) । ସମ୍ବଲପୁର ଜିଲ୍ଲାରେ ଟିପିଡବ୍ଲୁଡ଼ିଏଲ ଫେଲ ମାରିଛି । ନିଜ କଥା ନିଜେ ରଖୁନି । ସମସ୍ତ ବାହାସ୍ଫୋଟ ଆଜି ପଦାରେ ପଡିଛି । ଆଜି ସନ୍ଧ୍ୟାରେ କାଳବୈଶାଖୀର ପ୍ରଭାବରେ ଘୁର୍ଣ୍ଣି ଝଡ଼ ସହିତ ଜିଲ୍ଲାର ସ୍ଥାନେ ସ୍ଥାନେ କୁଆପଥର ମାଡ ହେବା ଫଳରେ ସନ୍ଧ୍ୟା ୫ ଟାରୁ ବିଜୁଳିର ଆଉ ଦେଖାନାହିଁ । ଘନ ଅନ୍ଧାରରେ ଛଟପଟ ହେଉଛନ୍ତି ଜନ ସାଧାରଣ । ଉପରେ ପୁଣି ମଶା ପ୍ରାଦୁର୍ଭାବ । ଛଟପଟ ଆବାଳ ବୃଦ୍ଧ ବନିତା । ଏଥିପ୍ରତି ସ୍ଥାନୀୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜର ନପଡିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ସେପଟେ ଝଡତୋଫାନରେ ଗଛ ଓ ବିଜୁଳି ପୋଲ ପଡି ରାସ୍ତା ଅବରୋଧ ହୋଇଯାଇଛି । ଚାରିଦିଗ ଘନ ଅନ୍ଧାରରେ ରହିଛି । ପଡିଆବାହାଲରୁ ଗେନୁପାଲି ରାସ୍ତା ଅବରୋଧ ହୋଇ ପଡିଛି ।…
ବଲାଙ୍ଗୀର , ଟିଟିଲାଗଡ ରେ ଶ୍ରୀ ରାମ ନବମୀ ଉତ୍ସବ ପାଳନ ଅବସର ରେ ଏକ ବିରାଟ ଶୋଭାଯାତ୍ରା ରେ ସ୍ଥାନୀୟ ବିଧାୟକ ନବୀନ ଜୈନ ଫାଙ୍କା ଗୁଳି ଚାଳନା କରି ଥିବା ଘଟଣା ଏବେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ।ବିଧାୟକ ଶ୍ରୀ ଜୈନ ସ୍ଥାନୀୟ ସହର ର ଶାସ୍ତ୍ରୀ ଛକ ନିକଟ ରେ ରିବଲବର୍ ବାହାର କରି ସର୍ବ ସମ୍ମୁଖରେ ଫାଙ୍କା ଗୁଳି ଚାଳନା କରି ଦେଇଥିଲେ । ଉକ୍ତ ସମୟ ରେ ତାଙ୍କ ପି ଏସ ଓ ବିଧାୟକ ଙ୍କ ହାତକୁ ଧରି ଉପରକୁ କରିବା ରେ ସାହାଯ୍ୟ କରି ଥିଲେ । ଗୁଳି ଚାଳନା ପରେ ଫିଲ୍ମ ଷ୍ଟାଇଲ ରେ ସେ ପୁଣି ସେଇ ବନ୍ଧୁକ ନିଜ ଅଣ୍ଟା ରେ ରଖିଥିଲେ । ଏହି ଘଟଣା ନେଇ ଏବେ ବେଶ୍ ଚର୍ଚ୍ଚା ଜୋର ଧରିଛି। ଏ ନେଇ ଶ୍ରୀ ଜୈନ ଙ୍କୁ ଯୋଗାଯୋଗ କରିବା…
ଆଜି ମଧ୍ୟାହ୍ନ ରେ ଆସିଥିବା ଭୟଙ୍କର କାଳ ବୈଶାଖୀ ବର୍ଷାର ପ୍ରଭାବରେ ବିଷମ କଟକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଭାରୀ ବର୍ଷା ଫଳରେ ଡ୍ରେନ୍ ପାଣି ଘରଭିତରକୁ ପସିଯାଇଥିବା ଦେଖିବାକୁ ମିଳିଛି ।ବିଶେଷ କରି ବସ୍ ସ୍ଟାଣ୍ଡ ଠାରୁ ଗୌଡ ସାହି , ଡୁକୁମ୍ ରୋଡ୍ , ମେନ୍ ରୋଡ଼ , ତେଲୀ ସାହି , ବାତ୍ତଲା ଦୋକାନ ପଛ ସାହି , ଓ ବଡ଼ଦ୍ୱାର ସାହି ସହ ଅନେକ ସ୍ଥାନରେ ଡ୍ରେନ୍ ପାଣି ଜମି ରହିଥିବାରୁ ଦୁର୍ଗନ୍ଧ ଓ ଅସ୍ୱଚ୍ଛ ପରିବେଶ ସୃଷ୍ଟି ହେଉଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୫ ବର୍ଷ ହେଲା ଡ୍ରେନ୍ ସଫେଇ କାମ ସଠିକ୍ ଭାବେ କରାଯାଇନାହିଁ। ଏହାର ଫଳରେ ପ୍ରତିବର୍ଷ ବର୍ଷା ହେଲେ ଏଭଳି ପରିସ୍ଥିତି ଦେଖାଦେଉଛି ।ଏପରିକି କାଳ ବୈଶାଖୀର ତୀବ୍ର ପବନରେ କିଛି ଘରକୁ କ୍ଷତି ପହଞ୍ଚିଛି । କେତେକ ଘରର ଟିଣ ଉଡ଼ିଯାଇଥିବା ବେଳେ…
