Author: BMC NEWS ODISHA

ବେଲଗୁଣ୍ଠା ;ତା-୧୩/୦୬(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ୍ର ଖଣ୍ଡାୟତ କାଳଞ୍ଜୀ ସମାଜ କେନ୍ଦ୍ର ପରିଷଦ ପକ୍ଷରୁ ଏକ ଭବ୍ୟ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ପରିଷଦର ସଭାପତି ସନ୍ତୋଷ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଗୌରବମୟ ସମାରୋହରେ ଗଦେଇ ଜେନା ପ୍ରଭୁ ପ୍ରାର୍ଥନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ନୀଳମଣି ବିଷୋୟୀ, ବିଶିଷ୍ଟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଡିଆରଡିଏ (DRDA) ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ ଯୋଗଦେଇଥିଲେ। ଏହାସହ ମଞ୍ଚରେ ସମାଜର ସମ୍ପାଦକ ନୀଳାଚଳ ପୋଲେଇ, ଉପସଭାପତି ବୃନ୍ଦାବନ ଖଟେଇ, ମୁଖ୍ୟ ସଙ୍ଗଠକ ସତ୍ୟ ନାରାୟଣ ସ୍ୱାଇଁ ଏବଂ ସଙ୍ଗଠନ ସମ୍ପାଦକ ଅନ୍ତର୍ଯ୍ୟାମୀ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅବସରରେ…

Read More

ଢେଙ୍କାନାଳ ;ତା-୧୧/୦୬(ବିଏମସି ଟିଭି ଓଡ଼ିଆ) ଆଜି ଅପରାହ୍ନ ୪ଘଟିକା ସମୟ ରେ କାଳବୈଶାଖୀ ର ତାଣ୍ଡବ।ବାହାଲୁଣ୍ଡା ରୁ ରାସୋଳ ମଧ୍ୟ ଦେଇ ଯାଇଥିବା ପୁରୁଣା କଟକ ସମ୍ବଲପୁର ରାସ୍ତା ରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ବେଳେ ରାସୋଳ ଅଗ୍ନିଶମ ବାହିନୀ ଦ୍ବାରା ରାସ୍ତା ରୁ ଗଛ କାଟି ରାସ୍ତାକୁ ପରିଷ୍କାର କରା ଯାଉଥିବା ବେଳେ,ଆଖ ପାଖ ଅଞ୍ଚଳରୁ ଲୋକ ମାନେ କାଠ ସଂଗ୍ରହ କରି ଅଟୋ ରେ ବୋହି ନେଉଥିବାର ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ଗ୍ୟାସ ସଂକଟ ଚାଲିଥିବା ବେଳେ ଗଛ ଭାଙ୍ଗି ପଡିଥିବାରୁ ଜାଳେଣି କାଠ ସଂଗ୍ରହ ଗରିବ ଲୋକ ମାନଙ୍କ ପାଇଁ ବରଦାନ ସଦୃଶ ହୋଇଛି।ତେବେ ଖବର ଲେଖା ହେଵା ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ ପରିଷ୍କାର ହୋଇ ନଥିବା ବେଳେ ବାହାଲୁଣ୍ଡା ଛକରୁ ନୂଆପାଟଣା ରାସ୍ତା ରେ କେନାଲ ରାସ୍ତାରେ ଓ ଦେଉଳ ସାହି କେନାଲ ରାସ୍ତାରେ ଯାନବାହାନ ଚଳପ୍ରଚଳ କରୁଥିବାର…

Read More

ଢେଙ୍କାନାଳ ;ତା-୧୨/୦୬(ବିଏମସି ଟିଭି ଓଡ଼ିଆ) କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବେଲତଳ ଗ୍ରାମର ଦିଲ୍ଲୀପ୍ ଅଧିକାରୀଙ୍କର ଗତ ଦୁଇ ଦିନ ତଳେ କୌଣସି କାରଣ ବଶତଃ ଅଗ୍ନିକାଣ୍ଡ ଘଟି ୩, ବଖରା ବାସଗୃହ ସମ୍ପୂର୍ଣ ପୋଡ଼ି ଭସ୍ମୀଭୂତ ହୋଇଯାଇଥିବା ବେଳେ, ଘରେ ଗଚ୍ଛିତ ଥିବା ଧାନ,ଚାଉଳ,ବିରି, ମୁଗ,ଟଙ୍କା ପଇସା, ସୁନା, ରୂପା ଆସବାବ ପତ୍ର ଯାହା ସବୁ ଥିଲା ତାହା ସମ୍ପୂର୍ଣ ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ପିନ୍ଧିଥିବା ବସ୍ତ୍ର ଖଣ୍ଡେ ଛାଡିଦେଲେ ଆଉ କୌଣସି ଜିନିଷ ପତ୍ର ଉଦ୍ଧାର କରି ପାରିନାହାନ୍ତି।ବର୍ତ୍ତମାନ୍ ସମୟରେ ସମ୍ପୂର୍ଣ ପରିବାର ବେସାହାରା ହୋଇଯାଇଛନ୍ତି।ତେବେ ଏଭଳି ଏକ ଦୁଃଖଦ ଖବର ଶୁଣିଲା ପରେ ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ଥିବା ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ପରିବାରର ସଭାପତି ଚନ୍ଦନ କୁମାର ମହାରଣାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କ ସାହାଯ୍ୟ ସହଯୋଗରେ ଆଜି…

Read More

ରାୟଗଡା ;ତା-୧୨/୦୬(ବିଏମସି ଟିଭି ଓଡ଼ିଆ) ଦୁଇ ଦୁଇଟି ବିଡିଓଙ୍କ ଅମଳ ରେ ଯାହା ସମ୍ଭବ ହୋଇ ପାରି ନଥିଲା ସେହି କାର୍ଯ୍ୟ କୁ ବାସ୍ତବତା ର ରୂପ ଦେବା ରେ ସକ୍ଷମ ହୋଇଛନ୍ତି ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟନାୟକ ଏବଂ ତାଙ୍କ ବୈଷୟିକ ଦଳ।ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଦାୟିତ୍ୱ ଗ୍ରହଣ କରିବା ପରେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ର ସମୀକ୍ଷା ସହ ଜିଲ୍ଲା ମଧ୍ୟରେ ଅସମ୍ପୂର୍ଣ ତଥା ଆଦୌ କାମ ନ ହୋଇ ପଡିରହିଥିବା କେନ୍ଦ୍ର ଗୁଡିକୁ ଶୀଘ୍ର ସାରିବାକୁ ନିର୍ଦେଶ ଦେଇଥିଲ। ଯାହାପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ଏଭଳି ଗୁରୁତ୍ୱ ପୁର୍ଣ ପ୍ରକଳ୍ପ ଗୁଡିକର ଯଥା ସ୍ଥିତି ସମ୍ପର୍କୀୟ ବିବରଣୀ ନିୟମିତ ଭାବେ ସମୀକ୍ଷା କରି ଯୁଦ୍ଧ କାଳୀନ ଭିତ୍ତି ରେ ପ୍ରକଳ୍ପ କାମ ସବୁ ସାରିବା ପାଇଁ ବିଡିଓଙ୍କୁ ନିର୍ଦେଶ ଦେଇଥିବା କୁହାଯାଉଛି। ଯାହାର ପରିଣାମ ସ୍ୱରୂପ ୨୦୨୧-୨୨ ଆର୍ଥିକ…

Read More

ବେଲଗୁଣ୍ଠା;ତା-୦୮/୦୬(ବିଏମସି ଟିଭି ଓଡ଼ିଆ) ଲୋକକଳାର ଓ ସଂସ୍କୃତିର ଏନ୍ତୁଡ଼ିଶାଳ ବେଲଗୁଣ୍ଠା ସହରର ପାରମ୍ପରିକ ଦଣ୍ଡ ନାଚ ଓ ଘଟ କଳସ କୋଠି ଶାଳ ନୃତ୍ୟ ରାଜ୍ୟ ସ୍ତରୀୟ ମଞ୍ଚରେ ପରିବେଷଣ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି ।ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ଭାରତୀୟ ବିଦ୍ୟା ଭବନ କେନ୍ଦ୍ରର ‘ମୁକ୍ତ ମଞ୍ଚ’ଠାରେ ଭାରତୀୟ ବିଦ୍ୟା ଭବନ ଏବଂ ଇନଫୋସିସ୍ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ପ୍ରସାର କାର୍ଯ୍ୟକ୍ରମର ୧୯୬ତମ ଅଧ୍ୟାୟ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାର ‘ନେହେରୁ ମହିଳା ସମିତି’ର କଳାକାରମାନଙ୍କ ଦ୍ୱାରା ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ‘ଦଣ୍ଡ ନାଟ’ ଏବଂ ‘ଘଟ କଳସ’ ବା ‘ମଙ୍ଗଳା ନାଟ’ ଅତି ଚିତ୍ତାକର୍ଷକ ଭାବେ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଗୁରୁ ଗଜେନ୍ଦ୍ର ପଣ୍ଡା ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିବା ସହ ଓଡ଼ିଶାର ଲୋକକଳାର ସମୃଦ୍ଧି ଉପରେ…

Read More

ବଲାଙ୍ଗୀର/ଟିଟିଲାଗଡ: ତା – ୦୯/୦୬(ବିଏମସି ଟିଭି ଓଡିଆ) ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ଠାରେ ୨୬ ତମ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଶୀତଳ ଷଷ୍ଠୀ କମିଟିର ଆବାହକ ତଥା ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ସଂନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ହାଟପଦା ପଡ଼ାର ପ୍ରହରୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳିତ ବର୍ଷ କିପରି ଧୂମଧାମରେ ଆୟୋଜନ କରାଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକ ସରିବା ପରେ ବର ପିତାମାତା ଏବଂ କନ୍ୟା ପିତାମାତା ଥାଳଧରା ବିଧି ଓ ଦାୟିତ୍ୱ ନେଇ ସଙ୍କଳ୍ପ ବିଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଧବଳେଶ୍ବର ବାବାଙ୍କ ପିତାମାତା ଭାବେ ଟିଟିଲାଗଡ଼ ସିରଭଟା ପଡ଼ା ନିବାସୀ ଶ୍ରୀ ମହେନ୍ଦ୍ର ରାଉତ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ମେନକା ରାଉତ ଦାୟିତ୍ଵ ନେଇଥିବା ବେଳେ ପାର୍ବତୀଙ୍କ ପିତା…

Read More

ଢେଙ୍କାନାଳ ;ତା-୦୫/୦୬(ବିଏମସି ଟିଭି ଓଡ଼ିଆ) ସୂଚନା କ୍ରମେ ଗତକାଲି ଅପରାହ୍ନ ଚାରି ଘଟିକା ସମୟ ରେ ଜନୈକା ବିଧବା ମହିଳା ନାମ ସୌଦା ରାଉତ(୬୬), ସ୍ବାମୀ ରବି ରାଉତ, ଗ୍ରାମ ବମ୍ପା,ଥାନା ରାସୋଳ ନିକଟସ୍ଥ କାଜୁ ଜଙ୍ଗଲ କୁ ଯାଇଥିବା ବେଳେ ବଣୁଆ ମଇଁଷି ଆକ୍ରମଣରେ ଗୁରୁତର ଆହତ ହୋଇ ପଡ଼ିଥିଲେ।ତେବେ ଗୁରୁତର ଆହତ ଅବସ୍ଥାରେ ଗ୍ରାମବାସୀ ଙ୍କ ସହାୟତା ରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ନିଆଯାଇଥିଲା।ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ସରକାର ଙ୍କ ତରଫରୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି। ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Read More

ଅନୁଗୁଳ ;ତା/୦୬/୦୬(ବିଏମସି ଟିଭି ଓଡ଼ିଆ) ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ମହାନଦୀ ଉଚ୍ଚ ବିଦ୍ୟାଳୟ ହଣ୍ଡପା ର ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନାଙ୍କୁ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଉତ୍କୃଷ୍ଟ କାର୍ଯ୍ୟ ପାଇଁ “ପ୍ରକୃତି ବନ୍ଧୁ” ସମ୍ମାନରେ ଅନୁଗୁଳ ସଭା ଗୃହଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ଅବସରରେ ସମ୍ମାନିତ କରାଯାଇଛି। ମୁଖ୍ୟ ଅତିଥି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଚେୟାରମ୍ୟାନ ବବିତା ପ୍ରଧାନ, ଅନ୍ୟ ଅତିଥି ଭାବେ ଅନୁଗୁଳ ଜିଲ୍ଲାପାଳ, ଅନୁଗୁଳ ବନାଞ୍ଚଳ ଅଧିକାରୀ ଆଦି ଯୋଗ ଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ମାନଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଗୁଳ ରୁ ଜିଲ୍ଲା ପ୍ରତିନିଧି ଦିପକ କୁମାର ସାହୁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Read More

ବଲାଙ୍ଗୀର ତା-୦୭/୦୬(ବିଏମସି ଟିଭି ଓଡ଼ିଆ) ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ପାନୀୟ ଜଳ ସମସ୍ୟା କୁ ନେଇ ଏକ ସାମ୍ୱାଦିକ ସମ୍ମିଳନୀ ସ୍ଥାନୀୟ ଆଦିବାସୀ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି ।ଟିଟିଲାଗଡ଼ ସବ ଡିଭିଜନ ,ମୁରିବାହାଲ, ବଙ୍ଗୋମୁଣ୍ଡା, ସଇଁତଲା, ତୁରେକେଲା,ବଙ୍ଗୋମୁଣ୍ଡା ତଥା ଅନେକ ବ୍ଲକ ଅଞ୍ଚଳ ର ଅଧିବାସୀ ପାନୀୟ ଜଳ ଟୋପାଏ ପାଇଁ ଡହଳ ବିକଳ ହୋଇ ଆସୁଛନ୍ତି ।ନାମକୁ ମାତ୍ର ସୂଚନା ଫଳକ ଓ ଓଭର ହେଡ ଟ୍ୟାଙ୍କର ଆଳରେ କୋଟି, କୋଟି ଟଙ୍କା ହଡ଼ପ କରିଦେଇ ସେହିପରି ଭାବେ ଛାଡ଼ି ଦିଆଯାଇଛି । ବିଗତ ଦିନରେ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ଏକ ଗସ୍ତ ରେ ଆସି ଏହା ପୂର୍ବ ସରକାର ଙ୍କ କାମ ତାଙ୍କ ଶାସନ କାଳ କୁ ଦୁଇ ବର୍ଷ ହେଇଥିବା ଓ ଏ ସମସ୍ୟା ତୁରନ୍ତ ସମାଧାନ ହୋଇ ଯିବ କହି ଦୃଢୋକ୍ତି ପ୍ରକାଶ କରିଥିଲେ ।ପରିତାପ…

Read More

ବଲାଙ୍ଗୀର ;ତା-୦୬/୦୬(ବିଏମସି ଟିଭି ଓଡ଼ିଆ) ଶୁକ୍ରବାର ବିଳମ୍ବିତ ରାତିରେ ଟିଟିଲାଗଡ ସହର ର ଅଗ୍ରସେନ୍ ଛକ ନିକଟରେ ଥିବା ଜଣେ ବ୍ୟବସାୟୀ ଙ୍କ ଘରେ ଲୁଟ କରୁଥିବା ବେଳେ ଟିଟିଲାଗଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଲୁଟ ଖବର ପୋଲିସ ପାଇବା ପରେ ସଦଳ ବଳେ ପୋଲିସ ଟିମ ପହଞ୍ଚି ଉକ୍ତ ବ୍ୟବସାୟୀ ଙ୍କ ଘରୁ ଅଭିଯୁକ୍ତ କୁ କାବୁ କରିଥିଲେ । ଗିରଫ ଲୁଟେରା ଜଣକ ଛତିଶଗଡ ରାଜ୍ୟ ର ଚାମ୍ପା ଅଞ୍ଚଳ ର ସୁରେଶ ମହାନା (ବ-୪୬)ବୋଲି ଜଣା ପଡ଼ିଛି । ପୋଲିସ ତା ନିକଟରୁ ଏକ ଛୁରୀ, ଗୋଟିଏ ମୋବାଇଲ୍ ଏବଂ ଲୁଟ କରି ଥିବା ଏକ ସୁନା ଚେନ୍ ସହ ନଗଦ ୫୫୦ ଟଙ୍କା ଜବତ କରିଛି । ଅଭିଯୁକ୍ତ ଟ୍ରେନ ଯୋଗେ ଆସି ଏହି ଲୁଟ କରି ଫେରାର ଉଦ୍ୟମ କରି ଥିବା ନିଜେ ସ୍ବିକାର୍ କରିଛି ।…

Read More

ସମ୍ବଲପୁର/ଗୋଡଭଗା:ତା.୦୬/୦୬ (ବିଏମସି ଟିଭି ଓଡିଆ) ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ବିଭିନ୍ନ ଡାକ୍ତରଖାନା ଏବଂ ରକ୍ତ ଭଣ୍ଡାରଗୁଡ଼ିକରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଛି। ଏହି କାରଣରୁ ରୋଗୀମାନଙ୍କୁ ସମୟ ମତେ ରକ୍ତ ଯୋଗାଇବାରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏହି ଜଟିଳ ସମସ୍ୟାକୁ ହୃଦବୋଧ କରି ଏବଂ ମାନବିକତାକୁ ଆଗରେ ରଖି ଆଜି ଅତାବିରା ଅଗ୍ରସେନ ଭବନଠାରେ ଏକ ବୃହତ୍ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜେସିଆଇ ଅତାବିରା, ମାରୱାଡି ଯୁବା ମଞ୍ଚ, ମାରୱାଡି ସମ୍ମେଳନ ଏବଂ ଜାଗୃତି ଶାଖାର ମିଳିତ ଉଦ୍ୟମରେ ଏହି ମହତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଅତାବିରାର ବିଶିଷ୍ଟ ଚିକିତ୍ସକ ଡଃ ସୁବାସ ଅଗ୍ରୱାଲ ଏବଂ ଡଃ ରାମ କୈଳାଶ ଅଗ୍ରୱାଲ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାରରୁ ଆସିଥିବା କାଉନସିଲର ଅମରଜିତ୍ ମହାନ୍ତି, ଟେକ୍ନିସିଆନ ଭୁବନେଶ୍ୱର ସାହୁ, ମହେନ୍ଦ୍ର ମେହେର,…

Read More

ସମ୍ବଲପୁର:ତା.୦୬/୦୬ (ବିଏମସି ଟିଭି ଓଡିଆ) ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପ୍ରତିବର୍ଷ ଗ୍ରୀଷ୍ମ ଅବକାଶ ସମୟରେ ସ୍ୱୟଂସେବକ ମାନଙ୍କର ଗୁଣବତ୍ତା, ଦକ୍ଷତା ବୃଦ୍ଧି, ସଂଘ କାର୍ଯ୍ୟର ଅଭିବୃଦ୍ଧି ଏବଂ କାର୍ଯ୍ୟକର୍ତ୍ତା ନିର୍ମାଣ ଉଦ୍ଦେଶ୍ୟରେ ସଂଘ ଶିକ୍ଷା ବର୍ଗ ଆୟୋଜନ କରିଥାଏ। ଚଳିତ ବର୍ଷ ସମ୍ୱଲପୁରସ୍ଥିତ ବୈଦିକ ଇଣ୍ଟରନ୍ୟାସନାଲ୍ ବିଦ୍ୟାଳୟ ପରିସରରେ ଦୁଇଟି ବର୍ଗର ଆୟୋଜନ କରାଯାଇଥିଲା । ଆଜି ତାର ସମାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉଭୟ ବର୍ଗରେ ୩୬୮ ସ୍ଥାନରୁ ୪୭୯ ଜଣ ଶିକ୍ଷାର୍ଥୀ ସମେତ ମୋଟ ୬୧୪ ଜଣ ଅଂଶଗ୍ରହଣ କରିଥିଲେ । ସମସ୍ତ ଶିକ୍ଷାର୍ଥୀଙ୍କ ଯାତ୍ରା ଖର୍ଚ୍ଚ ଓ ଅନ୍ୟାନ୍ୟ ସମସ୍ତ ବ୍ୟୟ ସ୍ବୟଂ ବହନ କରିଥିଲେ । ପ୍ରଶିକ୍ଷଣ ପ୍ରତିଦିନ ପ୍ରାତଃ ୪ଟାରୁ ଆରମ୍ଭ ହୋଇ ରାତ୍ରି ୧୦ଟାରେ ଦୀପ ବିସର୍ଜନ ସହ ସମାପ୍ତ ହେଉଥିଲା। ବର୍ଗରେ ଶାରୀରିକ ପ୍ରଶିକ୍ଷଣ ସହିତ ଦଣ୍ଡ, ଦଣ୍ଡଯୁଦ୍ଧ, ନିଯୁଦ୍ଧ, ଯଷ୍ଟି, ଯୋଗାସନ, ସମତା, ବୌଦ୍ଧିକ ଚର୍ଚ୍ଚା ଏବଂ ସେବାମୂଳକ…

Read More