ବାଲିମେଳା ; ତା – ୨୫ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ପଞ୍ଚାୟତ ଅଧୀନ ଏମଭି – ୧୦୮ ଗ୍ରାମରେ ମା’ ବାସନ୍ତି ପୂଜା କମିଟିର ସଭାପତି କ୍ରିତି ସୁନ୍ଦର ସର୍ଦାର , ଉପ ସଭାପତି କେଶବ ବିଶ୍ୱାସ , ସମ୍ପାଦକ ବଳରାମ ଅଧିକାରୀ , କୋଷାଧକ୍ଷ କଲ୍ୟାଣ ସର୍ଦାର ଏବଂ ଗାଁ ପରିମଳ କମିଟିର ସଭାପତି ରୁଦ୍ରାକ୍ଷ୍ୟ ମିସ୍ତ୍ରୀ , ରଞ୍ଜିତ ସାନ୍ନା , କୁମାରେଶ ସର୍ଦାର ଓ ଅନ୍ୟ କର୍ମକର୍ତ୍ତାଙ୍କ ନେତୃତ୍ୱରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ମା’ ବାସନ୍ତୀଙ୍କ ଆବାହନ । ଆଜକୁ ପ୍ରାୟ ଦୀର୍ଘ ୧୪ ବର୍ଷ ଧରି ଏହି ଗାଁରେ ପ୍ରତିବର୍ଷ ମା’ ବାସନ୍ତୀଙ୍କ ପୂଜା ବହୁ ଆଡମ୍ବର ସହ ଏବଂ ରୀତିନୀତି ଅନୁଯାୟୀ ପାଳିତ ହୋଇ ଆସୁଅଛି । ଏହି ଅବସରରେ ଗ୍ରାମର ମହିଳା ମାନେ ଏକ କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା…
Author: BMC NEWS ODISHA
କୋରାପୁଟ ; ତା – ୨୬ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ।ଆଜି ସାମାଜିକସୁରକ୍ଷା ଓ ସଶକ୍ତି ବିଭାଗ ଦ୍ୱାରା ଜିଲ୍ଲା ପ୍ରଶାସନ ଓ ଏ ଚ ଏ ଲ ର ମିଳିତ ଆନୁକୂଲ୍ୟରେ ଆଜି ୮୪ ଜଣ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ଏକ ଇଲେକ୍ଟ୍ରିକ ସ୍କୁଟି ପ୍ରଦାନ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥିଭାବେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଯୋଗଦେଇ ଏହି କାଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଓ ଏହି କାଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଭିନ୍ନକ୍ଷମ ହିତାଧିକାରୀ ଙ୍କ ଜୀବନ ଜୀବିକା ରେ ଏହି ଗାଡି ସହାୟକ ହେବ ବୋଲି କହିଥିଲେ । ସେହିପରି ପ। ପାଞ୍ଚଜଣ ଭିନ୍ନକ୍ଷମ ଙ୍କୁ କୃତିମ ଅଙ୍ଗ ବି ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟ୍ୟରେ ହାଲ ସୁନାବେଡା ର ଉଚ୍ଚପଦସ୍ଥ ଅଧିକାରୀ ଯୋଗଦେଇ ଥିଲେ । ସୂଚନା…
ସମ୍ବଲପୁର ; ତା – ୨୫ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଠାରେ ସମ୍ବଲପୁର ଜିଲ୍ଲା ଗଣ୍ଡା ସମାଜ କଲ୍ୟାଣ ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଜିଲ୍ଲା କମିଟି ଗଠନ କରାଯାଇଛି । ଉକ୍ତ ବୈଠକରେ ସଭାପତି ନିହାଲ ସିଂ , ଉପ-ସଭାପତି ଶିବଶଙ୍କର ପ୍ରଧାନ ( ଜିଲ୍ଲା କମିଟି ) , ଉପ-ସଭାପତି ( କୁଚିଣ୍ଡା ସବ୍ଡିଭିଜନ ଦାୟିତ୍ଵ ) ଲିଙ୍ଗରାଜ ବାଘ , ଉପ-ସଭାପତି ( ସମ୍ୱଲପୁର ସବଡିଭଜନ ଦାୟିତ୍ଵ ) , ଉପ-ସଭାପତି ( ରେଢ଼ାଖୋଲ ସବଡିଭିଜନ ଦାୟିତ୍ଵ ) ଅପର୍ଣ୍ଣା ବାଗ , ସମ୍ପାଦକ ଅମିନ ମହାନନ୍ଦ , ସହ-ସମ୍ପାଦକ ବିନୟ ଭୂଷଣ ସୁନା , କୋଷାଧ୍ୟକ୍ଷ ସୁନିଲ କୁମାର ହଂସା , ଜିଲ୍ଲା ସଂଗଠନ ସମ୍ପାଦିକା ଯମୁନା ଶିକା , ବୁର୍ଲା ନଗର ପାଇଁ ସଭାପତି ରାମକୃଷ୍ଣ ସାସନୀ , ଉପ-ସଭାପତି…
ବେଲଗୁଣ୍ଠା ; ତା – ୨୫ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ବ୍ଲକ ଅନ୍ତର୍ଗତ ଘୁ . ନୂଆଗାଁ ଓ ଧୁମୁଛାଇ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ନବନିର୍ମିତ ଶ୍ରୀ ଶ୍ରୀ ଶ୍ରୀ ମାଁ ଉଗ୍ରତାରାଙ୍କ ମନ୍ଦିର ପ୍ରତିଷ୍ଠା ଓ ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞ ମହାସମାରୋହରେ ଜାରି ରହିଛି । ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମର ପ୍ରଥମ ଦିନରେ ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଢପୁରସ୍ଥିତ ମାଁ ଉଗ୍ରତାରାଙ୍କ ପୀଠରୁ ଆଜ୍ଞାମାଳ ଅଣାଯାଇଥିଲା । ଏହି ଆଜ୍ଞାମାଳକୁ ବେଲଗୁଣ୍ଠା ସହର ସମେତ ଘୁ . ନୂଆଗାଁ ଓ ଧୁମୁଛାଇ ଗ୍ରାମ ପରିକ୍ରମା କରାଯାଇ ବଡ଼ନଦୀ ସେତୁ ପାଦଦେଶରେ ନିର୍ମିତ ନୂତନ ମନ୍ଦିରରେ ସ୍ଥାପନ କରାଯାଇଥିଲା । ଏହି ଦିନ ଅଙ୍କୁରାରୋପଣ ଓ ଗର୍ଭାଧାନ୍ୟ ପରି ବିଧି ସମ୍ପନ୍ନ ହୋଇଥିଲା । ବଡ଼ ନଦୀରୁ ଗଙ୍ଗାଜଳ ବରୁଣ ଓ…
ବାଙ୍କୀ ; ତା – ୨୫ / ୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ବାଙ୍କି ବ୍ଲକ ଅନ୍ତର୍ଗତ କଦଳୀ ବାଡି ପଞ୍ଚାୟତ ସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଜଣ୍ଡିସ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସୁବର୍ଣ୍ଣ ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୂଅରେ ବ୍ଲିଚଙ୍ଗ ପକାଇ ବିଶୋଧିତ କରାଯିବ ସହ ବିଦ୍ୟାଳୟରେ ଅନୁପସ୍ଥିତ ଛାତ୍ର ଛାତ୍ରୀ ରିପୋର୍ଟ ସଂଗ୍ରହ କଲା ମେଡିକାଲ୍ ଟିମ୍ । ଏଭଳି ଖବର ପାଇ ବିଦ୍ୟାଳୟ ସ୍ଥିତି ଅନୁଧ୍ୟାନ କଲେ ବାଙ୍କୀ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା , ବିଡ଼ିଓ ଅଗ୍ନିଜା ସିବଦତ୍ତ୍ , ସୁବର୍ଣ୍ଣ ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅମରେଶ ସାହୁ , ଡାକ୍ତର କାଶୀନାଥ ପଣ୍ଡା , ମୋନାଲିସା ରାଉତରାୟ , ସୁପର ଭାଇଜର ମାନଭଞ୍ଜନ ଦଳେଇ , ସଞ୍ଜୟ ପୃଷ୍ଟି…
ବେଲଗୁଣ୍ଠା ; ତା – ୨୫ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ବେଲଗୁଣ୍ଠା ଶାଖା ତରଫରୁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବିଶେଷକରି ଏହି ଦାବିପତ୍ରରେ ରାମ ନାଟକ ଭଳି ଲୋକ କଳାର ଚିହ୍ନଟ ଏବଂ ପ୍ରଚଳନ ନିମନ୍ତେ ପୁନଃ ପ୍ରୟାସ , କଳା ଅନୁଷ୍ଠାନ ଗୁଡ଼ିକୁ ସଂସ୍କୃତି ବିଭାଗ ଦ୍ୱାରା ଯଥାର୍ଥ ତାଲିକା ଭୁକ୍ତ କରାଇ ଅବକାଶ ସହାୟତା ଯୋଗାଇବା , ପ୍ରତିଟି ବ୍ଳକ୍ ରେ ପ୍ରେକ୍ଷାଳୟ ସ୍ଥାପନ କରି ସ୍ଥାନୀୟ କଳାକାର କମିଟିକୁ ହସ୍ତାନ୍ତର , କଳାକାର ଭତ୍ତାକୁ ୫୦୦୦ ଟଙ୍କାକୁ ବୃ୍ଦ୍ଧି କରିବା ସହିତ ତାହାକୁ ଫ୍ୟାମିଲି ପେନସନ୍ ମାନ୍ୟତା ପ୍ରଦାନ,ପ୍ରାନ୍ତୀୟ ଭେଦରେ ନାଟକ – ସଙ୍ଗୀତ ମହାବିଦ୍ୟାଳୟ ସ୍ଥାପନ , ବ୍ଳକ୍ କଳାକାର…
ବାଲିମେଳା ; ତା – ୨୫ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା )ମୋବାଇଲ ଚୋରି ସହ ସାଇବର ଠକେଇରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ଗିରଫ ଜଣେ ଫେରାର । ଜବତ ହେଲା ନଗଦ ୬୫ ହଜାର ଟଙ୍କା ସମେତ ୩ଟି ମୋବାଇଲ । ମାଲକାନଗିରି ଜିଲ୍କା ଓର୍କେଲ ପୋଲିସକୁ ମିଳିଛି ଆଉ ଏକ ବଡ ସଫଳତା ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମାଲକାନଗିରି ଜିଲ୍କା କୋରୁକୋଣ୍ଡା ବ୍ଲକ ଚିତାପାରି-୩ ପଞ୍ଚାୟତ ଅଧୀନ ସଦାଶିବପୁର ଗାଁରେ ରହୁଥିବା ଭୀମ କିର୍ସାନୀଙ୍କ ଘରୁ ଗତ ୨୦ ତାରିଖ ରାତିରେ ତାଙ୍କର ଏକ ମୋବାଇଲ ଫୋନ ଚୋରି ହୋଇଯାଇଥିଲା । ଗତ ୨୩ ତାରିଖରେ ସେ କୌଣସି କାମରେ ବ୍ୟାଙ୍କକୁ ଯାଇଥିଲେ।ଉକ୍ତ ବ୍ୟାଙ୍କରୁ ତାଙ୍କ ଆକାଉଣ୍ଟରୁମୋଟ ୭୫ ହଜାର ଟଙ୍କା ଉଠାଯାଇଥିବା ସେ ଜାଣିବାକୁ ପାଇଥିଲେ । ଏହା ପରେ ସେ ଓର୍କେଲ ଥାନାରେ ଦ୍ୱାରସ୍ତ ହୋଇ ଏ ସମ୍ପର୍କରେ…
ବେଲଗୁଣ୍ଠା ; ତା – ୨୫ / ୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା କାଳିଆମ୍ବା ନାଳରେ ପୁରୁଣା ପୋଲକୁ ଭାଙ୍ଗି ନୁଆଁ ପୋଲ ତିଆରି ଚାଲିଥିବା ବେଳେ ପୋଲର ଉଭୟ ପଟେ ଗାଡ଼ି ଚାଳକ ମାନଙ୍କୁ ସତର୍କ କରାଇ ଗାଡ଼ିର ଦ୍ରୁତ ଗତିକୁ ରୋକିବା ପାଇଁ ପୋଲର ଉଭୟ ପଟେ ହମ୍ପସ୍ ନିର୍ମାଣ ହୋଇଛି । ଆଜି ସନ୍ଧ୍ୟା ଛଅ ଘଣ୍ଟା ତିରିଶ ମିନିଟ୍ ସମୟରେ ଗୋବରା ନିକଟସ୍ଥ ବିରିପୁର ଗ୍ରାମର ସବିତା କାଞ୍ଜିଆ କୌଣସି କାମରେ ତାଙ୍କର ସମ୍ପର୍କୀୟ ସନାତନ ଡାକୁଆଙ୍କ ସହ ବଡବୋର୍ସିଂ ଯାଇ ନିଜ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ସବିତା ଅସାବଧାନତା ବଶତଃ ଗୋବରା କଲେଜ୍ ଛକ ନିକଟରେ ଥିବା ହମ୍ପସ୍ ରେ ମୋଟର ସାଇକେଲ୍ ରୁ ଖସି ପଡିଥିଲେ । ଫଳରେ ସବିତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଗୋବରା…
ବେଲଗୁଣ୍ଠା; ତା – 25 / 03 ( ବିଏମସି ନ୍ୟୁଜ୍ ଓଡି଼ଶା ) ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ର “ବିଚିତ୍ର କାବ୍ୟ ବୈଦେହୀଶ ବିଳାଶ” ବିଷୟରେ ଆଲୋଚ଼ନାଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ଵରେ ଏହି ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋ ଚ଼ନା ଚ଼କ୍ରରେ ମୁଖ୍ୟଅତିଥି ତଥା ଆଲୋଚ଼କଭାବେ ଅବସର ପ୍ରାପ୍ତ ଶିକ୍ଷକ ଓ ଭଞ୍ଜଗବେଷକ କାମରାଜୁ ସାହାଣୀ ଯୋଗ ଦେଇ ପ୍ରକୃତି କବି ବିଚିତ୍ର କାବ୍ୟ ବୈଦେହୀଶ ବିଳାଶ କାବ୍ୟ ସମ୍ଭାର ଓ ଅନ୍ୟାନ୍ୟ ସାହିତ୍ୟକ କୃତୀ ସମେତ କାବ୍ୟ ବୈଦେହୀଶ ବିଳାଶ ସଂପର୍କରେ ଉଚ୍ଚକୋଟୀର ମନ୍ତବ୍ୟ ରଖିଥିଲେ । ଅତିଥି ପରିଚ଼ୟ ସହ ବୈଦେହୀଶ ବିଳାଶ କାବ୍ୟ ସଂପର୍କରେ ମଧ୍ୟ ସମ୍ୟକ୍ ଆଲୋଚ଼ନା କରିଥିଲେ । ଏହି ଆଲୋଚ଼ନା ଚ଼କ୍ରରେ ଓଡ଼ିଆ ସମ୍ମାନର ବହୁ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ…
ସମ୍ବଲପୁର / କୁଚିଣ୍ଡା ; ତା – ୨୫/୦୩ ( ବିଏମସି ନ୍ୟୁଜ୍ ଓଡି଼ଶା ) କୁଚିଣ୍ଡା ଉପକଣ୍ଠ ସାତକମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବେଶ୍ ଶୋକାକୁଳ ପରିବେଶରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁରଭି ନାୟକଙ୍କ ସଭାପତିତ୍ବ ଓ ବରିଷ୍ଠ ଶିକ୍ଷକ କୋଶଳେଶ୍ୱର ଖର୍ସେଲଙ୍କ ସଂଯୋଜନାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷାବିତ୍ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦାୟୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳ କାମନା କରିବା ସହିତ ଗ୍ରୀଷ୍ମ ଛୁଟି ଓ ପ୍ରତ୍ୟେକ ରବିବାରରେ ପୁରାତନ ଛାତ୍ର ସଂଘ ପକ୍ଷରୁ ମାତ୍ର ଏକଟଙ୍କା ବିନିମୟରେ ବିଦାୟୀ ଛାତ୍ରଛାତ୍ରୀ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ କୋଚିଂ ଦିଆଯିବ ବୋଲି ଘୋଷଣା କରିଥିଲେ । ମୁଖ୍ୟବକ୍ତା ଭାବରେ ସହକାରୀ ଶିକ୍ଷୟତ୍ରୀ ଜସ୍ପିତ୍ କୌର ଯୋଗଦେଇ ନାରୀ ଶିକ୍ଷାର ଆବଶ୍ୟକତା ଉପରେ ବକ୍ତବ୍ୟ…
ନୂଆବଗ, ହିନ୍ଦୋଳ, ଢେଙ୍କାନାଳ; ତା – ୨୫ / ୦୩/୨୦୨୬ ( ବିଏମସି ନ୍ୟୁଜ୍ ଓଡି଼ଶା ) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ଗାଁରେ ଗତ ତା ୨୩ / ୦୩ / ୨୦୨୬ , ସୋମବାର ଦିନ ଅପରାହ୍ନ ପ୍ରାୟ ତିନି ଘଟିକା ସମୟ ରେ ଅଗ୍ନିକାଣ୍ଡ ଘଟି ସାତ ଗୋଟି ପରିବାର ର ପ୍ରାୟ ୨୦ଜଣ ରୁ ଉର୍ଦ୍ଧ୍ୱ ପିଲା ଠୁ ବୟସ୍କ ସର୍ବସ୍ବlନ୍ତ ହୋଇଯାଇଛନ୍ତି । ସର୍ବ ମୋଟ ୧୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସମସ୍ତ ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଜଳି ନଷ୍ଟ ହୋଇଯାଇ ଥିବାବେଳେ ଗୁହାଳରେ ବନ୍ଧା ଯାଇଥିବା ଏକ ବାଛୁରୀ ମଧ୍ୟ ଜୀବନ୍ତ ପୋଡ଼ିଯାଇଥିବାର ବିକଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ବର୍ତମାନ ସମସ୍ତ ସାତ ଗୋଟି ପରିବାର ର ସଦସ୍ୟ ମାନେ ଖୋଲା ଆକାଶ ତଳେ ପାଖ ପଡୋଶୀ ଙ୍କ ଘର…
ବଲାଙ୍ଗୀର/ମୁରିବାହାଲ ; ତା – ୨୫-୦୩ ( ବିଏମସି ଟିଭି ଓଡ଼ିଆ ) ଜଳ ହିଁ ଜୀବନ , ଜଳ କୁ ନେଇ ଉଭୟ ଡବଲ ଇଞ୍ଜିନ ସରକାର ଶାସନ କୁ ଏତେ ଦିନ ବିତି ଯାଇଥିଲେ ସୁଦ୍ଧା ଟୋପାଏ ପାଣି ପାଇଁ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି । ନେତା,ମନ୍ତ୍ରୀ ଙ୍କ ଠୁଁ ବିଭାଗୀୟ ଅଧିକାରୀ ମାନେ ବଡ , ବଡ ବୟାନ ବାଜି କରି ଆସୁଥିବା ବେଳେ ସବୁ ପାଣି ର ଗାର ପାଲଟିଛି । ଏପରିକି ବିଭାଗୀୟ ମନ୍ତ୍ରୀ ରବି ନାଏକ ଚର୍ଚ୍ଚା ରେ ଥିବା ତତଲାଗଡ ରୁପେ ପରିଚିତ ଟିଟିଲାଗଡ କୁ ସ୍ବତନ୍ତ୍ର ଗସ୍ତ କରି ଆସି ଚାଲିଇଥିଲେ । ପୂର୍ବ ସରକାର ଙ୍କ ସବୁ ଦୋଷ , ଦୁର୍ବଳତା ଦୁର୍ନୀତି କରିଥିବା ବେଳେ ଏବେ ସବୁ ସମସ୍ୟା ର ସମାଧାନ ହେବ ବୋଲି ନିର୍ଭର ପ୍ରତିଶୃତି ଦେଇ ଯାଇଥିଲେ ସିନା କିଛି…
