Author: BMC NEWS ODISHA

ବେଗୁନିଆ ; ତା-୨୫/୧୨ ( ବିଏମସି ଟିଭି ଓଡ଼ିଆ) ବେଗୁନିଆ ବ୍ଲକ ବାଘମାରି ପଞ୍ଚାୟତ ତୃପ୍ତି କଲ୍ୟାଣ ମଣ୍ଡପ ପରିସର ରେ ତ୍ରିଧାରା ସାଂସ୍କୃତିକ ପରିଷଦର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ରଜନୀ କାନ୍ତ ପଣ୍ଡା ଙ୍କ କ୍ରିଷ୍ଣା ବୁକ୍ସ ଦ୍ଵାରା ପ୍ରକାଶିତ ବିଭୁହୋତା ଙ୍କ ଲିଖିତ ‘ ରଙ୍ଗ ଛୁଆଁ ‘ ଓ ପଣ୍ଡିତ ରଘୁନାଥ ବିଶିଙ୍କ ‘ଉପନିଷଦ ‘ ଉନ୍ମୋଚିତ ହୋଇଥିବା ବେଳେ ମଳୟ ଜୟସିଂହ ଙ୍କ ଲିଖିତ ‘ଅନନ୍ୟ ସେବକ ‘ ଓ ‘ଏଇତ ଜୀବନ ପୁସ୍ତକ ମଧ୍ଯ ଉନ୍ମୋଚିତ ହୋଇଥିଲା । ପରିବେଶବିତ୍ ରାଜକିଶୋର ପାଣିଗ୍ରାହୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ପୂର୍ବତନ ସହକାରୀ ପରିଚାଳକ ସୁନିଲ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ, ସମାଜ ସେବୀ ସନ୍ଦିପ୍ତ ଦାସ ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ତଥା ଶିକ୍ଷକ ଅଖିଳେଶ ମହାପାତ୍ର ସମ୍ମାନିତ ଅତିଥି…

Read More

ରଣପୁର / ରାଜସୁନାଖଳା ; ତା- ୨୪/୧୨ (ବିଏମସି ଟିଭି ଓଡ଼ିଆ ) ସାମ୍ବାଦିକ ସଂଘ ରାଜସୁନାଖଳାର ସାଧାରଣ ସଭା ବୈଠକ ଓ ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ରଙ୍କ ସଭାପତିତ୍ବରେ ବୁଧବାର ଦିନ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଅନନ୍ତ ଗୁମ୍ଫା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସଂଘର ଏକତା ମନୋଭାବ ଓ ନିରପେକ୍ଷତା ସାମ୍ବାଦିକତା ଉପରେ ଗୁରୁତ୍ବ ଆରୋପ କରାଯାଇ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସର୍ବ ସଂମତି କ୍ରମେ କର୍ମକର୍ତା ଚୟନ କରାଯାଇ ଥିଲା । ଏହି ବୈଠକରେ ସଂଘର ଉପଦେଷ୍ଟା ଭାବେ ପ୍ରସନ୍ନ କୁମାର ସ୍ୱାଇଁ ,ନିରଂଜନ ସେଠୀ ଓ ଶ୍ରୀ ମହାପାତ୍ରଙ୍କୁ ଦାୟିତ୍ଵ ପ୍ରଦାନ କରା ଯାଇଥିଲା। ସାମ୍ବାଦିକ ସଂଘ ରାଜସୁନାଖଳାର ସଭାପତି ଭାବେ ଜିତେନ୍ଦ୍ର କୁମାର ସାହୁ, ଉପସଭାପତି ଅଶୋକ କୁମାର ପ୍ରଧାନ , ସମ୍ପାଦକ ସୁଶାନ୍ତ କୁମାର ନାୟକ, ସହ ସମ୍ପାଦକ ମାନସ କୁମାର ସାହୁ, କୋଷାଧକ୍ଷ…

Read More

ଭୁବନେଶ୍ୱର ; ତା-୨୪/୧୨ ( ବିଏମସି ଟିଭି ଓଡ଼ିଆ ) ଦିଲ୍ଲୀ ସ୍ଥିତ ସେଣ୍ଟର ଅଫ ଏଜୁକେସନାଲ୍ ଡେଭଲପମେଣ୍ଟ ଫାଉଣ୍ଡେସନ ଆନୁକୂଲ୍ୟରେ ଓ ସି.ଇ.ଡି. ର ଅଧ୍ଯକ୍ଷ ଡଃ ପ୍ରିୟଦର୍ଶୀ ନାୟକଙ୍କ ସଭାପତିତ୍ୱରେ ଭାରତୀୟ ଜାତୀୟ ଶିକ୍ଷାନୀତି-୨୦୨୦ କର୍ମଶାଳା ବୋକାରୋ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ର ସମ୍ମିଳନୀ କକ୍ଷରେ ଉଦ୍ଦଘାଟିତ ହୋଇଯାଇଅଛି । ଏହି ଭାରତୀୟ ଜାତୀୟ ଶିକ୍ଷା ନୀତି କର୍ମଶାଳା ରେ ଓଡ଼ିଶା, ବିହାର, ଝାରଖଣ୍ଡ ଓ ଛତିଶଗଡ଼ ରାଜ୍ଯ ଗୁଡିକରୁ ସିବିଏସଇ ଆଫିଲିଏଟେଡ୍ ସ୍କୁଲ ଗୁଡିକର ଅଧ୍ଯକ୍ଷ/ ଅଧ୍ଯକ୍ଷା, ସମ୍ପାଦକ, ଶିକ୍ଷକ , ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଏହି କର୍ମଶାଳାରେ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ ର ଉନ୍ନତି ପାଇଁ ଭାରତୀୟ ଜାତୀୟ ଶିକ୍ଷା ନୀତି -୨୦୨୦ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଥିଲା। ଶିକ୍ଷାବର୍ଷ ୨୦୨୫-୨୬ ମସିହା ପାଇଁ ସିବିଏସଇ ବୋର୍ଡ ପରୀକ୍ଷା ନିମନ୍ତେ ପ୍ରଣୟନ…

Read More

ବିଏମସି ଟିଭି ବ୍ୟୁରୋ ; ତା-୨୩/୧୨ ( ବିଏମସି ଟିଭି ଓଡ଼ିଆ) ୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨ ମାସ ବଦଳରେ ୧୩ ମାସ ରହିବ। ୨୦୨୬ ବର୍ଷରେ ଏକ ଅତିରିକ୍ତ ମାସ ରହିବ। ଇଂରାଜୀ କ୍ୟାଲେଣ୍ଡରରେ ଏହାକୁ ଅଧିବର୍ଷ କୁହାଯାଏ, ଏବଂ ହିନ୍ଦୀ କ୍ୟାଲେଣ୍ଡରରେ ଏହାକୁ ଏକ ଅତିରିକ୍ତ ମାସ ଭାବରେ ବିବେଚନା କରାଯାଏ। ୨୦୨୬ ବର୍ଷ ବିକ୍ରମ ସମ୍ବତ ୨୦୮୩ ହେବ। ହିନ୍ଦୀ କ୍ୟାଲେଣ୍ଡର ଅନୁସାରେ, ନୂତନ ବର୍ଷ ଚୈତ୍ର ମାସ ସହିତ ଆରମ୍ଭ ହୁଏ। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ, ୨୦୨୬ ରେ ଅତିରିକ୍ତ ମାସ ୧୭ ମେରେ ଆରମ୍ଭ ହେବ। ଏହି ଅତିରିକ୍ତ ମାସ ୧୫ ଜୁନ, ୨୦୨୬ ପର୍ଯ୍ୟନ୍ତ ରହିବ। ହିନ୍ଦୀ କ୍ୟାଲେଣ୍ଡରରେ, ପରବର୍ତ୍ତୀ ବର୍ଷ ଅତିରିକ୍ତ ମାସରେ ଜ୍ୟେଷ୍ଠ ମାସ ପଡ଼ିବ। ଜପ, ଧ୍ୟାନ,…

Read More

ଭୁବନେଶ୍ୱର ; ତା-୨୩/୧୨ ( ବିଏମସି ଟିଭି ଓଡ଼ିଆ) ପ୍ରଦୂଷଣ ସାର୍ଟିଫିକେଟ୍ ବାହାର କରିବାକୁ ଯାଉଛନ୍ତି କି ? ଏହା ପୂର୍ବରୁ ପୈଠ କରି ନିଅନ୍ତୁ ପୁରୁଣା ବକେୟା ଫାଇନ୍। ଏହା ନଥିଲେ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବା ମୁସକିଲ୍ । ଏଣିକି ପ୍ରଦୂଷଣ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ନମିଳିବା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ଏବେ ସବୁ ପ୍ରଦୂଷଣ ସାର୍ଟିଫିକେଟ୍ କେନ୍ଦ୍ରରେ ଗହଳି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା, ଏ ନିୟମର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଉଥିଲେ ବି ଏହା ପଛର ରହିଛି ଆଉ ଏକ ବଡ଼ ରହସ୍ୟ। ପୂର୍ବ ଫାଇନ୍ ବକେୟା ଥିଲେ ପ୍ରଦୂଷଣ ସାର୍ଟିଫିକେଟ୍ ମିଳିବନି ବୋଲି କହିଛନ୍ତି ପ୍ରଦୂଷଣ ସାର୍ଟିଫିକେଟ୍ ପ୍ରସ୍ତୁତକାରୀ । ଟ୍ରାଫିକ୍ ନୂଆ ନିୟମ ପରେ ବିଭିନ୍ନ ଆରଟିଓ ଅଫିସରେ ଲମ୍ବା ଲାଇନ : ଭିଡ ଏଡାଇବାକୁ ଛୁଟି ଦିନରେ ବି ଖୋଲା ରହିବ…

Read More

ବୌଦ୍ଧ ; ତା-୨୩/୧୨ ( ବିଏମସି ଟିଭି ଓଡ଼ିଆ) ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଶଗଡା ଗ୍ରାମପଞ୍ଚୟତ ଠାରେ ନାଗରିକଙ୍କ ନିକଟରେ ସରକାରଙ୍କର ବିଭିନ୍ନ ଯୋଜନାର ସୁଫଳ ପହଞ୍ଚାଇବା ଉଦେଶ୍ୟରେ ସାରା ଦେଶରେ ପାଳନ ହେଉଛି ସୁଶାସନ ସପ୍ତାହ ; ସେହିପରି ଚଳିତ ବର୍ଷ ଡିସେମ୍ବର ୧୯ ତାରିଖରୁ ୨୫ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାର ଉପାନ୍ତ ଶଗଡା ଗ୍ରାମପଞ୍ଚାୟତରେ ସୁଶାସନ ସପ୍ତାହ ପାଳନ କରାଯାଉଛି । ‘ପ୍ରଶାସନ ଗାଁ କି ଓର’ କୁ ସଫଳ କରିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ସର୍ବଦା ଚେଷ୍ଟା କରି ଆସୁଛି । ଏହା ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା କିଭଳି ସମସ୍ତ ଯୋଗ୍ୟ ହିତାଧିକାରୀ ପାଇପାରିବେ ତଥା ଏନେଇ ବ୍ୟାପକ ସଚେତନତା କାରାଯାଇଛି। ଏହାସହ ବର୍ତମାନ କେନ୍ଦ୍ର ସରକାର ମନରେଗା ଯୋଜନାର ନାମକୁ ପରିବର୍ତ୍ତନ କରି ଭିବି-ଜି ରାମ-ଜି’ ନାମରେ ନୂତନ ଯୋଜନା ଲାଗୁ କରିଛନ୍ତି , ତେଣୁ…

Read More

ବେଲଗୁଣ୍ଠା: ତା -୨୩/୧୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଉଢୁରା ପଂଚାୟତର ନାୟକ ପଡ଼ା ଗ୍ରାମର ମୃତ ଦାଦନ ଉତ୍ତମ ପ୍ରସାଦ ରଣାଙ୍କ ପରିବାର ସଦସ୍ୟଙ୍କୁ ପ୍ରଶାସନ ତରଫରୁ ସହାୟତା ଯୋଗାଇ ଦିଆଯାଇଛି । ସୂଚନା ପ୍ରକାରେ ନାୟକପଡ଼ା ବୈଦ୍ୟନାଥ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିବା ସୂର୍ଯ୍ୟନାରାୟଣ ରଣାଙ୍କ ଦ୍ଵିତୀୟ ପୁତ୍ର ଉତ୍ତମ ପ୍ରସାଦ ରଣା ଚେନ୍ନାଇରେ ଏକ ଟ୍ରାକ୍ଟର୍ ପାର୍ଟ୍ସ୍ ନିର୍ମାଣ କମ୍ପାନିରେ କିଛି ଦିନ ହେବ କାର୍ଯ୍ୟ କରୁଥିଲେ । ସାତ ଆଠ ଦିନ ତଳେ ଉତ୍ତମଙ୍କୁ ଜ୍ଵର ହେବାରୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ କ୍ଲିନିକ୍ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ଅପରାହ୍ଣ ତିନି ଘଣ୍ଟା ତିରିଶି ମିନିଟ୍ ସମୟରେ ଉତ୍ତମଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ତାଙ୍କର ସମ୍ପର୍କୀୟ ଭାଇ କମ୍ପାନି କର୍ତ୍ତୁପକ୍ଷଙ୍କ ଯୋଗାଯୋଗ କରି ସୋମବାର ସକାଳେ ବିମାନ ଯୋଗେ ଉତ୍ତମଙ୍କ ଶବକୁ…

Read More

ବେଲଗୁଣ୍ଠା: ତା -୨୩/୧୨(ବିଏମସି ଟିଭି ଓଡ଼ିଆ) ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଆମ୍ବପୁଆ ସେବା ସମବାୟ ସମିତି ପରିସରରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଆନୁଷ୍ଠାନିକ ଭାବେ ଧାନମଣ୍ଡି ଉଦ୍ଘାଟନ କରିଛନ୍ତି । ମଣ୍ଡି ଉଦ୍ଘାଟନ କରିବା ପରେ ବିଧାୟକ ଶ୍ରୀ ବିଷୋୟୀ ଉପସ୍ଥିତ ଚାଷୀ ସମାବେଶକୁ ଉଦବୋଧନ ଦେଇ ଡବଲ୍ ଇଂଜିନ୍ ସରକାର ଧାନ ପାଇଁ ଧାର୍ଯ୍ୟ ଦର ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କା ବୋନସ୍ ପ୍ରଦାନ କରୁ୍ଥିବା ବେଳେ ଚଳିତ ବର୍ଷ ଏଥିରେ ଆଉ ଅତିରିକ୍ତ ୬୯ ଟଙ୍କା ମିଶାଇ ଚାଷୀଙ୍କ ପରିଶ୍ରମର ପ୍ରକୃତ ମୂଲ୍ୟ ଦେବା ପାଇଁ ଚେଷ୍ଟା କରିଛନ୍ତି ବୋଲି ପ୍ରକାଶ କରିଥିଲେ । ପୂର୍ବରୁ ଚାଷ କରିବା ପାଇଁ ଚାଷୀ ମିଳୁନଥିବାରୁ ବହୁ ଜମି ପଡ଼ିଆ ପଡ଼ୁଥିବା ବେଳେ ବର୍ତ୍ତମାନ ସରକାରଙ୍କ ସହାୟତାରେ ବହୁ ଯୁବ ଚାଷୀ ସୃଷ୍ଟି ହେବା ସହିତ ପୂର୍ବପେକ୍ଷା ଅଧିକ ଜମିରେ ଉନ୍ନତ ମାନର ଧାନ ଚାଷ ହୋଇପାରୁଛି…

Read More

ବାଙ୍କୀ: ତା -୨୩/୧୨(ବିଏମସି ଟିଭି ଓଡ଼ିଆ) ବାଙ୍କୀ ବ୍ଲକ ଓସ୍ତିଆ ପଂଚାୟତ ରେ ଗତିକାଲି ରାତିରେ ହାତୀପଲ୍ଲ ଆସି ଦଳି ଚକଟି ଫସଲ ନଷ୍ଟ କରିଦେଇଛନ୍ତି ।ସକାଳ ପାଇଥିଲେ ଚାଷୀ ପନିପରିବା ତୋଳି ହାଟରେ ବିକ୍ରିକରିଥାନ୍ତା ଓ ଧାନ ଅମଳ କରି ଘରକୁ ଆଣିଥାନ୍ତା କିନ୍ତୁ ଦୁଃଖ ର ବିଷୟ ଗତକାଲି ରାତିରେ ୨୫ଟିକିଆ ହାତୀ ପଲ୍ଲ ଆସି ଦଳି ଚକଟି ଧାନ ଓ ପନିପରିବା ନଷ୍ଟ କରିଦେଇଛନ୍ତି । ଚାଷୀ ପୁଅ ଚାଷ କରି ତାର ପରିବାର ପ୍ରତିପୋଷଣ କରିବା ସହିତ ଆମ ରାଜ୍ୟ କୁ ଖାଦ୍ୟ ଶସ୍ୟ ଯୋଗାଇଥାଏ । କିନ୍ତୁ ଦୁଃଖ କଥା ନ କହିବା ଭଲ ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁ ବହୁତ ଫସଲ ନଷ୍ଟ ହୋଇଛି । ବାତ୍ୟା ଭୟରେ କଞ୍ଚା ଧାନ କାଟି ଶାଗ ମାଛ ଦରରେ ବିକ୍ରିକରିଛି ପୁଣି ଜଙ୍ଗଲୀ ହାତୀଙ୍କ ଉପଦ୍ରଵ ଯୋଗୁ ଚାଷୀ ମୁଣ୍ଡରେ ହାତ ଦେଇ…

Read More

ବେଲଗୁଣ୍ଠା: ତା -୨୩/୧୨ (ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ସ୍ଥିତ ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ସଭାପତି ବିଜୟ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରି ଲୋପାମୁଦ୍ରା ରଥ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଶିକ୍ଷା ବିକାଶ ସମିତି ଦକ୍ଷିଣ- ପୂର୍ବ ସମ୍ଭାଗ ସମ୍ପାଦକ ଦୀପକ କୁମାର ମହାରଣା ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ରୂପେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ସ୍ଥାନୀୟ ସିଆରସିସି ରମେଶ କୁମାର ପାଣିଗ୍ରାହୀ ,ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର,ଅନୁଷ୍ଠାନ ସମ୍ପାଦକ ପବିତ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଉତ୍ସଵର ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ବିଭିନ୍ନ ଶୈକ୍ଷିକ ଏବଂ ସହ…

Read More

ବେଲଗୁଣ୍ଠା: ତା -୨୩/୧୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ କୋକଲୁଣ୍ଡା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଚଳିତ ବର୍ଷର ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଚିନ୍ମୟୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କପିଳ ବରାଡ, ସ୍ଥାନୀୟ ସରପଞ୍ଚ ବିଷ୍ଣୁ ସେଠୀ, ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ସିଆରସିସି ରମେଶ କୁମାର ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ବସନ୍ତ ଜେନା, ବଲ୍ଲଭ ପଣ୍ଡା, କାଳୀ ଚରଣ ପାଢୀ, ପ୍ରଦୀପ ମାହୁନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚାସୀନ ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ ଉତ୍ସବର ଗୁରୁତ୍ୱ ଏବଂ ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ଏବଂ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର…

Read More

ରାୟଗଡ଼ା: ତା-୨୩/୧୨(ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲାର ବିଷମକୋଟକ ବ୍ଲକ ରେ ବହୁଜନ ସମାଜ ପାର୍ଟି(BSP)ପକ୍ଷରୁ ଏକ ଭବ୍ୟ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକର୍ମରେ ବିଷମକଟକ ର ଯୁବ ଓ ସକ୍ରିୟ ସମାଜିକ କର୍ମୀ ଗୌରୀ ପ୍ରସାଦ ପାତ୍ର ବିଧିବଦ୍ଧ ଭାବରେ ବହୁଜନ ସମାଜ ପାର୍ଟି ରେ ଜଗଦାନ କରିଛନ୍ତି । ମିଶ୍ରଣ ପର୍ବରେ ବିଶପ ର ବରିଷ୍ଠ ନେତା ଜିତୁ ଜାକାଶିକା ସାରଙ୍କ ନେତୃତ୍ୱରେ ଏହି ଜଗଦାନ କାର୍ଯ୍ୟ ସମ୍ପନ ହୋଇଥିଲା । ଏହା ସହ ବିଷମକଟକ ବ୍ଲକରେ BSP ର ସଙ୍ଘଠନ ଆହୁରି ମଜବୁତ ହେବାର ଆଶା କରାଯାଉଛି । ଗୌରୀ ପ୍ରସାଦ ପାତ୍ରଙ୍କ ଜଗଦାନ କୁ ନେଇ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉଚ୍ଚାଅ ଦେଖାଯାଇଥିଲା l ଆଗାମୀ ଦିନରେ BSP ଜନସାଧାରଙ୍କ ସମସ୍ୟାକୁ ଆଗରେ ରଖି ଲଢେ଼ଇ ଜାରି ରହିବ ବୋଲି ନେତୃତ୍ୱ କହିଛି । ରାୟଗଡା ରୁ ମହେନ୍ଦ୍ର…

Read More