ରଣପୁର ; ତା-୨୨/୧୨ ( ବିଏମସି ଟିଭି ଓଡ଼ିଆ ) ରଣପୁର ବ୍ଲକ ବାଘ ସାଆନ୍ତ ପଡିଆଠାରେ ଅର୍ଜୁନ ମହୋତ୍ସବ ପାଇଁ ଦ୍ୱିତୀୟ ପ୍ରସ୍ଥତି ବୈଠକ ମହୋତ୍ସବ କମିଟିର ସମ୍ପାଦକ ସ୍ୱରାଜ୍ୟ ମହାନ୍ତିଙ୍କ ଆବାହକତ୍ୱରେ ମା”ମାଣିନାଗ ପୀଠ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ସୁରମା ପାଢ଼ୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି, ମହୋତ୍ସବ କମିଟିର ଉପସଭାପତି ବିଜୟ କୁମାର ଜେନା, କୋଷାଧ୍ୟକ୍ଷ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟୁତ, ସ୍ୱଛତା, ଆଇନ ଶୃଙ୍ଖଳା, ସୁଭିଧା ଵିଜ୍ଞାପନ , ଷ୍ଟଲ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଠିକ ଭାବରେ କରିବା ପାଇଁ ଆଲୋଚନା କରିଥିଲେ। ସମ୍ପାଦକ ସ୍ୱରାଜ୍ୟ ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରଣପୁର ରୁ …
Author: BMC NEWS ODISHA
ବେଲଗୁଣ୍ଠା: ତା -୨୨/୧୨(ବିଏମସି ଟିଭି ଓଡ଼ିଆ) କିଛି ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହୋଇଛି ବନ୍ଧୁ ମିଳନ କାର୍ଯ୍ୟକ୍ରମ । ବେଲଗୁଣ୍ଠା ସହରର ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ସମୟରେ ପାଠଶାଳା ଜୀବନର ସୁନେଲି ସ୍ମୃତିକୁ ନେଇ ୨୦୧୨ ଦଶମଶ୍ରେଣୀ ବ୍ୟାଚ୍ ଛାତ୍ର ଏକତ୍ରିତ ହୋଇଛନ୍ତି । ଏହି ଅବସରରେ ଏକ ବନ୍ଧୁ ମିଳନ ଉତ୍ସବ କିରାପଲ୍ଲୀ ସ୍ଥିତ ମାଆ କୁମାରଶୁଣି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଳନ ଅବସରରେ ପୁରୁଣା ସ୍ମୃତି ତାଜା ହେବା ସହ ବନ୍ଧୁତ୍ୱର ସମ୍ପର୍କ ଆଉ ମଜବୁତ ହୋଇଥିଲା। ଅଲଗା ଅଲଗା କ୍ଷେତ୍ରରେ ସଫଳତା ହାସଲ କରିଥିବା ବନ୍ଧୁମାନେ ଆଜି ପୁଣିଥରେ ଏକ ମଞ୍ଚରେ ଏକତ୍ରିତ ହୋଇ ଖୁସି ଓ ଆନନ୍ଦ ସହ ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବର୍ଷର ବ୍ୟବଧାନ ପରେ ପୁରାତନ ଛାତ୍ର ମାନେ ନିଜ ବନ୍ଧୁଙ୍କୁ ଗୋଟିଏ ସ୍ଥାନରେ ପାଇ ପରସ୍ପରକୁ ଉପଢ଼ୌକନ ଦେଇ ଅଭିନନ୍ଦନ…
ରଣପୁର ; ତା-୨୨/୧୨ (ବିଏମସି ଟିଭି ଓଡ଼ିଆ ) ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ ରମେଶ ଚନ୍ଦ୍ର ଜେନା । ଏହା ପୂର୍ବରୁ ପ୍ରୀତି ପ୍ରକାଶ ମହାନ୍ତି ପ୍ରାୟ ୩ବର୍ଷ ଧରି କାର୍ଯ୍ୟ କରିବା ପରେ ଥାନା ଅଧିକାରୀ ଭାବରେ ଜଗତସିଂହପୁରକୁ ବଦଳି ହୋଇଛନ୍ତି । ଏନେଇ ଶ୍ରୀ ରମେଶ ଚନ୍ଦ୍ର ଜେନା ବିଧିବଦ୍ଧ ଭାବରେ ଶ୍ରୀ ମହାନ୍ତିଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ନୂତନ ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ରାଜସୁନାଖଳା ଫାଣ୍ଡିର ସମସ୍ତ କର୍ମଚାରୀ , ବଣିକ ସଂଘ, ସାମ୍ବାଦିକ ସଂଘ, ବୁଦ୍ଧିଜୀବୀ ଏବଂ ରାଜସୁନାଖଳା ଗ୍ରାମବାସୀ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ରାଜସୁନାଖଳା ଅଞ୍ଚଳକୁ ଗୋମାତା ଚାଲାଣ , ଗଞ୍ଜେଇ ଓ ବ୍ରାଉନ ସୁଗାର , ଖଣିମାଫିଆ, ମଦ କାରବାର ଏବଂ ଚୋର ମାନଙ୍କୁ ଧରିବା ସହିତ…
ବେଲଗୁଣ୍ଠା: ତା -୨୨/୧୨, (ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ତିନିଦିନ ଧରି ଚାଲିଥିବା ୨୮ ତମ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସୋରଡ଼ା ବିଧାୟକ ତଥା ଅନୁଷ୍ଠାନର ସଭାପତି ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅଭିଭାବକଙ୍କ ସଚେତନତା ଯୋଗୁଁ ବିଦ୍ୟାଳୟଟିର ସୁପରିଚାଳନା ହୋଇପାରୁଛି ବୋଲି ପ୍ରକାଶ କରିବା ସହ କ୍ରୀଡ଼ା ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିଥାଏ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ସମ୍ମାନିତ ଅତିଥି ରୂପେ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋୟୀ, ସଭ୍ୟ ପଦ୍ମ ବିଷୋୟୀ,ବିକ୍ରମ ପାତ୍ର,ଗାଙ୍ଗପୁର ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶଙ୍କର୍ଷଣ ବିଷୋୟୀ,ରଙ୍କନିଧି ବିଷୋୟୀ,ସନ୍ତୋଷ କୁମାର ବିଷୋୟୀ,ଦିବାକର ବିଷୋୟୀ,ନିତ୍ୟାନନ୍ଦ ବିଷୋୟୀ,ଜଗନ୍ନାଥ ବିଷୋୟୀ,ନାଟ୍ୟ ନିର୍ଦ୍ଦେଶକ ଜୟନ୍ତ…
ସମ୍ବଲପୁର/ଗୋଡଭଗା:ତା.୨୨/୧୨ (ବିଏମସି ଟିଭି ଓଡିଆ)ବରଗଡ଼ ଶିକ୍ଷା ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଗୋଡଭଗା କେମ୍ପ୍ ସ୍ଥିତ ପିଏମ୍ଶ୍ରୀ ଜନତା ହାଇସ୍କୁଲର ଏକ ଦିବସୀୟ ବାର୍ଷିକୋତ୍ସବ ସୋମବାର ମହାସମାରୋହରେ ପାଳିତ ହୋଇଯାଇଛି। ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ଉତ୍ସବ ସ୍ଥଳୀକୁ ବିଦ୍ୟାଳୟର ଏନ୍ସିସି କେଡେଟ୍ସ୍, ଛାତ୍ରଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଆମନ୍ତ୍ରିତ ବରେଣ୍ୟ ଅତିଥିମାନଙ୍କୁ ବାଦ୍ୟଯନ୍ତ୍ରର ତାଳେ ତାଳେ ଉତ୍ସବ ସ୍ଥଳୀକୁ ପାଛୋଟି ନେଇଥିଲେ। ଜ୍ଞାନଦାତ୍ରୀ ମାଆ ସରସ୍ୱତୀ ଓ ଜ୍ଞାନଦାତା ପ୍ରଭୁ ଗଣେଶଙ୍କ ତୈଳଚିତ୍ର ସମ୍ମୁଖରେ ଅତିଥିମାନେ ପୂଜାର୍ଚ୍ଚନା କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଚିତ୍ତାକର୍ଷକ ଢଙ୍ଗରେ ଆୟୋଜିତ ସଭା ମଞ୍ଚରେ ମଞ୍ଚାସୀନ ଥିଲେ ସ୍ଥାନୀୟ ହାଇସ୍କୁଲର ଭାରପ୍ରାପ୍ତ ଯୁବ ପ୍ରଧାନ ଶିକ୍ଷକ ଅଭିଜିତ ସତୀଶ କୁମାର ନାୟକଙ୍କ ସହ ବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିବନ୍ଧୁ ଦାଶ ମୂଖ୍ୟ ଅତିଥି, ଭୂତପୂର୍ବ ଅବସରପ୍ରାପ୍ତ ଶିକ୍ଷକ ବିନୋଦ ବିହାରୀ ମିଶ୍ର ମୂଖ୍ୟବକ୍ତା ଏବଂ ସମ୍ମାନିତ…
ରାୟଗଡ଼ା: ତା -୨୨/୧୨(ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲାର କଳନରା ବ୍ଲକ ଅଧିନସ୍ଥ ଖେଦାପଡା ଗ୍ରାମ ପଞ୍ଚାୟତ ରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟକର୍ମରେ କଳନରା ବ୍ଲକ ର ଏ. ଇ. ଶ୍ରୀ ଯୁକ୍ତ ସୁବ୍ରମଣ୍ୟ ପଣ୍ଡା. ବ୍ଲକ ଉନୟନ ଅଧିକାରୀ ଶ୍ରୀମତୀ ରୀନା ପ୍ରଧାନ. ତହସିଲଦାର ବିଜ୍ଞାନରାଜ କହର. ବ୍ଲକ ଭାଇସ ଚୈରମେନ ଶ୍ରୀଯୁକ୍ତ ହଳଧର ହିମରିକ ଏବଂ ସ୍ଥାନ୍ୟ ଖେଦାପଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଯୁକ୍ତ ନରସିଂହ କୀଲାକା ଓ ପି. ଇ. ଓ ଶ୍ରୀଯୁକ୍ତ ଲିଙ୍ଗରାଜ ତାଡିଙ୍ଗି ଉପସ୍ଥିତ ରହିଥିଲେ । ପୁଣି ଏହା ସଙ୍ଗେ କଳନରା ବ୍ଲକ ରେ କାର୍ଯ୍ୟ କରୁଥିବା ସମସ୍ତ କର୍ମ କର୍ତା ଓ ଖେଦାପଡା ଗ୍ରାମ ପଞ୍ଚାୟତ ରେ ରହୁଥିବା ସମସ୍ତ ଗ୍ରୁପ ମହିଳା ମାନେ ଉପସ୍ଥିତ ରହିଥିଲେ । ପୁଣି ଏହି କାର୍ଯ୍ୟ କର୍ମରେ ବିଭିନ୍ନ ପ୍ରକାରର ଷ୍ଟଲ ସବୁ…
ବ୍ରହ୍ମପୁର: ତା – ୨୨/୧୨ (ବିଏମସି ଟିଭି ଓଡିଆ) ଦୀର୍ଘ ଦିନର ବ୍ୟବଧାନ ପରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁଣ୍ଠି ସ୍ଥିତ ଏକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ରହ୍ମପୁର ମହାନଗର ନିଗମରେ ସହର ତଳି ଅଞ୍ଚଳ ମିଶ୍ରଣ ନେଇ କମିଟି ଦ୍ଵାରା ଅଦ୍ୟାବଧି ନିଆଯାଇଥିବା ପଦକ୍ଷେପ ଓ ପ୍ରୟାସ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ମିଶ୍ରଣରେ ତାଜା ସ୍ଥିତି ବିଷୟରେ ସଦସ୍ୟ ମାନଙ୍କୁ ଅବଗତ କରାଯାଇଥିଲା । ଅଧିକନ୍ତୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ମିଶ୍ରଣ ନେଇ ଯଦି ସରକାର ବିଜ୍ଞପ୍ତି ପ୍ରକାଶ ନକରନ୍ତି ତାହାହେଲେ ଏହା ଅଯଥା ବୈଧାନିକ ଓ ଆଇନଗତ ଜଟିଳତା ମଧ୍ୟରେ ଫସିଯିବ ଏଵଂ ମୁଖ୍ୟମନ୍ତ୍ରୀଙ୍କ ବୃହତ୍ତର ବ୍ରହ୍ମପୁର ମହାନଗର ନିଗମର ଗଠନ ଘୋଷଣା ଘୋଷଣାରେ ହିଁ ରହିଯିବ। କାରଣ ୨୦୨୬ ରେ ଆରମ୍ଭ ହେବାକୁ ଥିବା…
ଗାଙ୍ଗପୁର: ତା -୨୧/୧୨(ବିଏମସି ଟିଭି ଓଡ଼ିଆ) ସୋରଡା ବ୍ଲକ୍ ଅନ୍ତର୍ଗତ ବି କୋଟିବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତିନି ଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥି ରୂପେ କୋଟିବାଡ଼ି ସିଆରସିସି କାହ୍ନୁ ଚରଣ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବା ବେଳେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ୟାମଘନ ଗୌଡ଼ ବେଦମନ୍ତ୍ର ପାଠ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥୀ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ସମ୍ଵନ୍ଧୀୟ ବିଭିନ୍ନ ବିଷୟରେ ବୁଝାଇଥିଲେ । ପ୍ରଧାନ ଶିକ୍ଷକ ସନାତନ ପ୍ରଧାନ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାର ମହତ୍ତ୍ୱ ବୁଝାଇ ଦିଗ୍ ଦର୍ଶନ ଦେଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ବେହେରା,ପ୍ରଦୀପ କୁମାର ପଣ୍ଡା, ଗୋଲକ ବିହାରୀ ପ୍ରଧାନ,ଶ୍ୟାମଘନ ଗୌଡ଼, ସମୀର୍ କୁମାର ଜେନା, ଜଗନ୍ନାଥ ମଲ୍ଲିକ,ଝୁନା ପାଇକ, ମାମା ପ୍ରଧାନ, ନମିତା…
ବେଲଗୁଣ୍ଠା: ତା-୨୨/୧୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଲକ ତନରଡ଼ା କ୍ଲଷ୍ଟରରେ ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜି ଟି ହାଇସ୍କୁଲ, ବେଲଗୁଣ୍ଠା ଠାରେ କ୍ଲଷ୍ଟର ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସି ଆର ସି ସି ମନୋଜ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବି ଆର ସି ସି ଗୋବିନ୍ଦ ଚନ୍ଦ୍ର ପାଢ଼ୀ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଭା ରଥ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ପ୍ରଶିକ୍ଷକ ନବୀନ କୁମାର ପରମାଣିକ ଯୋଗ ଦେଇ ଥିଲେ । ଶିକ୍ଷକ ସନ୍ତୋଷ ପଟ୍ଟନାୟକ ବୈଠକ ରେ ସଭାପତିତ୍ବ କରିଥିଲେ । ଜି ଟି ହାଇସ୍କୁଲର ଶିକ୍ଷକ ସୁରେଶ ଚନ୍ଦ୍ର ମହାପାତ୍ର, ଷୋଡଙ୍ଗାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଘମିତ୍ରା ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ବର୍ଦ୍ଧିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ଅଭିଜ୍ଞତାକୁ ଭାବ ବିହୋର ହୋଇ…
ବେଲଗୁଣ୍ଠା: ତା -୨୧/୧୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି କ୍ଳଷ୍ଟର୍ ରେ କ୍ଲଷ୍ଟର୍ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋଡଙ୍ଗାଇ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ତନରଡ଼ା କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳାକୁ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ଉଦଘାଟନ କରିଥିବା ବେଳେ ତନରଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଏହି ଦୁଇ ଦିନିଆ କର୍ମାଶାଳାରେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢ଼ୀ,ପ୍ରତିଭା ରଥ, ଶିକ୍ଷକ ଡମ୍ବରୁଧର ବେହେରା ପ୍ରଶିକ୍ଷକରୂପେ ଯୋଗ ଦେଇ ଥିଲେ । ଶିକ୍ଷକ ଅମରେନ୍ଦ୍ର ନନ୍ଦ,କ୍ରିଷ୍ଣା ମୋହନ ପାତ୍ର, ଶିକ୍ଷୟିତ୍ରୀ ଶୁଭଶ୍ରୀ ପଟ୍ଟନାୟକ, ଶୁଭ୍ରାରାଣୀ ମହାପାତ୍ର, ସୁଚିତ୍ରା ସିପ୍ରା ପାତ୍ର, ସନ୍ତୋଷିନୀ ସେଠି, ରଂଜିତା ଗନ୍ତାୟତ, ବିଷ୍ଣୁରାଣୀ ଡାକୁଆ,ସବିତା ମଲ୍ଲିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ…
ସମ୍ବଲପୁର/କୁଚିଣ୍ଡା:ତା:୨୧/୧୨ (ବିଏମସି ଟିଭି ଓଡିଆ)ଓଡ଼ିଶାର ଏକ ଅଗ୍ରଣୀ ଶିଶୁ ସମ୍ବାଦପତ୍ର ଶିଶୁ ସମାଜ ପକ୍ଷରୁ କୁଚିଣ୍ଡା ସ୍ଥିତ ଶ୍ରମିକ ଭବନରେ ସମ୍ବଲପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଶତାଧିକ ଶିଶୁ ପ୍ରତିଭାଙ୍କ ସହ ସେମାନଙ୍କ ପିତାମାତା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ପତ୍ରିକାର ନିର୍ଦ୍ଦେଶକ ଶରତ ଚନ୍ଦ୍ର ରଣବିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ କୁଚିଣ୍ଡା ଉପଜିଲ୍ଲାପାଳ ମୁଖ୍ୟ ଅତିଥି , ରଙ୍ଗବତୀ ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ମୁଖ୍ୟବକ୍ତା, ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ଓ ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ସୁଶୀଲ କୁମାର କର , କ୍ରୀଷ୍ଣା କୁମାର ଦେଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ଅଂଚଳରୁ ଚୟନ ହୋଇ ଆସିଥିବା ବିଭିନ୍ନ ପ୍ରତିଭାଙ୍କୁ କଳିଙ୍ଗ ବିଦ୍ୟା ରତ୍ନ ସମ୍ମାନ ସହ ଅନ୍ୟାନ୍ୟ ପ୍ରତିଭା ସମ୍ମାନରେ ସମ୍ମାନିତ କରିଥିଲେ। ସେମାନେ ତାଙ୍କ ଭାଷଣରେ…
ବ୍ରହ୍ମପୁର: ତା-୨୧/୧୨ (ବିଏମସି ଟିଭି ଓଡ଼ିଆ) ଶିକ୍ଷା ଅନୁଷ୍ଠାନ ଓ ଅଭିଭାବକ ମାନେ ନିଜ ପିଲା ମାନଙ୍କୁ ଉଚ୍ଚ ଶିକ୍ଷା ସହ ଭଲ ମଣିଷ ତିଆରି କରିବା ଆମ ସମସ୍ତ ଙ୍କ କର୍ତ୍ତବ୍ୟ ବୋଲି ଆଜି ଗୋଲାନ୍ଥରା ଠାରେ ଅବସ୍ଥିିତ ବାଣୀଶ୍ରୀ ବିଦ୍ୟାମନ୍ଦିର ର ୩୬ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଉଦଘାଟକ ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ତଥା ମହାନ ସଂଘ ସଭାପତି ଶ୍ର ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଥିଲେ। ଶ୍ରୀ ସାବତ ପ୍ରଦୀପ ପ୍ରଜ୍ଵଳନ କରିବା ସହ ମା’ ମାନେ ନିଜର ସନ୍ତାନ ମାନଙ୍କୁ ଜଙ୍କ ଫୁଡ୍, ମୋବାଇଲ ଓ ଅପ ସଂସ୍କୃତି ଠାରୁ ଦୂରରେ ରଖି ମାତୃ ଭୂମିକୁ ଭଲ ପାଇବା ପରି ନାଗରିକ କରି ଗଢ଼ି ତୋଳିବା ପାଇଁ ଆହ୍ବାନ କରିଥିଲେ। ପରିଚାଳନା କମିଟି ସଭାପତି ଶ୍ରୀ ଯୁଧିଷ୍ଟିର ଭଞ୍ଜ ସାମନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ…
