Author: BMC NEWS ODISHA

ନୂଆଦିଲ୍ଲୀ / ଆଗ୍ରା ; ତା-୨୫/୧୨ ( ବିଏମସି ଟିଭି ଓଡ଼ିଆ) ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଲହରି ଜାରି ରହିଛି। ଏଥିଯୋଗୁଁ ଘନ କୁହୁଡି ସୃଷ୍ଟି ହେଉଥିବାବେଳେ ସାଧାରଣ ଜୀବନଯାତ୍ରା ଉପରେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ପଡୁଛି। ଶନିବାର ସକାଳେ ଉତ୍ତର ପ୍ରଦେଶର ଆଗ୍ରା ସହରରେ ପ୍ରବଳ କୁହୁଡି ଯୋଗୁଁ ଐତିହାସିକ ତାଜମହଲ ଏକପ୍ରକାର ଅଦୃଶ୍ୟ ହୋଇପଡିଥିଲା। ଫଳରେ ଏହି ସ୍ମାରକୀ ଦେଖିବାକୁ ଆସିଥିବା ଶତାଧିକ ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡିଛି। କେତେକ ପର୍ଯ୍ୟଟକ ଏହାର ଭିଡିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ କରିଛନ୍ତି। ଜଣେ ପର୍ଯ୍ୟଟକ ଲେଖିଛନ୍ତି ‘ତାଜମହଲର କେବଳ ବାହ୍ୟ ରେଖା ଦୃଶ୍ୟମାନ ହେଉଥିବାବେଳେ ମୁଖ୍ୟ ସ୍ଥାନ ଖାଲି ଆଖିରେ ଦେଖାଯାଉନଥିଲା। ବ୍ୟକ୍ତିିଗତ ଭାବେ ଏଠାକୁ ଆସିବା ଅପେକ୍ଷା ଫଟୋରେ ତାଜମହଲ ଦର୍ଶନ କରିବା ଉଚିତ ହୋଇଥାନ୍ତା’ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଆଉ ଜଣେ ଉପଭୋକ୍ତା…

Read More

ବୋଲଗଡ଼ ; ତା-୨୫/୧୨ (ବିଏମସି ଟିଭି ଓଡ଼ିଆ ) ବୋଲଗଡ଼ରେ ଅବସ୍ଥିତ ବୋଲଗଡ଼ ମହୋତ୍ସବ କମିଟିର ଉପସଭାପତି ରବୀନ୍ଦ୍ର କୁମାର ପରିଡାଙ୍କ ସଭାପତିତ୍ୱରେ ଓ ସାଧାରଣ ସମ୍ପାଦକ ବୀର କିଶୋର ଦାସଙ୍କ ଆବାହକତ୍ୱରେ ଏକ ଗୁରୁବାରଦିନ ଟାଉନ କ୍ଳବ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଉଯାଇଅଛି । ଏହି ସମ୍ମିଳନୀରେ ବୋଲଗଡ଼ ବ୍ଲକ ଅଞ୍ଚଳର ସମସ୍ତ ସାମ୍ବାଦିକ, ମହୋତ୍ସବ କମିଟିର ଉପଦେଷ୍ଠା ପ୍ୟାରୀ ମୋହନ ଦାସ, ଲଲାଟେନ୍ଦୁ କେଶରୀ ସିଂହ, ଓ ସମ୍ପାଦକ ନାରାୟଣ ମାର୍ଥା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ! ବୋଲଗଡ଼ ମହୋତ୍ସବ ଚଳିତ ମାସ ୨୬ ତାରିଖ ଠାରୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଗଲା । ବିଭିନ୍ନ ଦିବସରେ ଗ୍ରାମୀଣ କଳାକାରମାନଙ୍କ ଦ୍ୱାରା ଓ ରାଜ୍ୟ ସରକାରଙ୍କସଂସ୍କୃତି ବିଭାଗ ଦ୍ୱାରା ପ୍ରେରିତ ବିଭିନ୍ନ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ଲୋକକଳାନୃତ୍ୟ, ପାଲା, ଦାଶକାଠିଆ, ସମ୍ବଲପୁରୀ ନୃତ୍ୟ,…

Read More

କୁଡୁମୁଲୁଗୁମ୍ମା: ତା-୨୫/୧୨(ବିଏମସି ଟିଭି ଓଡ଼ିଆ) ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମରେ ଖଇରପୁଟ ମଣ୍ଡଳ ସ୍ତରୀୟ ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପାୟୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ବିଜେପି ଖଇରପୁଟ ମଣ୍ଡଳ ସଭାପତି ଜ୍ୟୋତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ହୋଇଥିବା ବେଳେ ଖଇରପୁଟ ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ସ୍ୱାଇଁ, କୁଡୁମୁଲୁଗୁମ୍ମା ପଞ୍ଚାୟତ ପ୍ରମୁଖ ଗୋପୀନାଥ ଦାସ, ପରକନମାଳା ପଞ୍ଚାୟତ ପ୍ରମୁଖ ସମରା ଆଦବାରି, କର୍ମୀ ଅଶୋକ ଆଦ୍ୟ , ଅର୍ଜୁନ ବୈରାଗୀ, ଅକ୍ଷୟ କୁମାର ହୋତା, ତ୍ରିନାଥ ପୁଲାଙ୍କ ସହିତ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପାୟୀଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟା ଅର୍ପଣ କରିବା ସହ ଧୂପ ଦେଇଥିଲେ। ମଣ୍ଡଳ ସଭାପତି ଶ୍ରୀ ବେହେରା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପାୟୀଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକର୍ତ୍ତା ମାନେ…

Read More

ବୋଲଗଡ ; ତା -୨୫/୧୨ (ବିଏମସି ଟିଭି ଓଡ଼ିଆ) ବୋଲଗଡ ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମପଡାସ୍ଥିତ ଅଗ୍ରଣୀ ସ୍ବେଛାସେବୀ ପୂଜ୍ୟପୂଜା ଅନୁଷ୍ଠାନ ଆନୁକୂଲ୍ୟରେ ଓ ଅନୁଷ୍ଠାନର ସଭାପତି ତଥା ରାଜ୍ୟ ବିଜେପି ଦଳର କାର୍ଯ୍ୟକାରିଣୀ ସଦସ୍ୟ ଆଇନଜୀବୀ ଲୋତକ ବିନ୍ଦୁ ପଟ୍ଟନାୟକଙ୍କ ଆବାହକତ୍ୱରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ଅଟ୍ଟଳି ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ମହାଆଡ଼ମ୍ବର ସହକାରେ ଭୀମପଡା ପଡିଆଠାରେ ଶୁକ୍ରବାରଦିନ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରରେ ବରିଷ୍ଠ ଶିକ୍ଷାବିତ୍ ପର୍ଶୁରାମ ମୁଦୁଲି ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଶ୍ରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ପୂଜ୍ୟ ପୂଜା ଅନୁଷ୍ଠାନ ତରଫରୁ ଗରିବ,ଅସହାୟ ଓ ରୋଗୀମାନଙ୍କୁ ମାଗଣାରେ ଫଳ,ଧୋତି ଓ ଶାଢ଼ୀ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ବିନୋଦ ମହାରଣା, କୋଷାଧକ୍ଷ ଅଭିମନ୍ୟୁ ପଟ୍ଟନାୟକ, ଉପଦେଷ୍ଟା ରତିକାନ୍ତ ପଟ୍ଟନାୟକ, ସଦସ୍ୟ ଜଗବନ୍ଧୁ ମୁଦୁଲି…

Read More

କୁଡୁମୁଲୁଗୁମ୍ମା: ତା-୨୫/୧୨/(ବିଏମସି ଟିଭି ଓଡ଼ିଆ) କୁଡୁମୁଲୁଗୁମ୍ମା ଗ୍ରାମ ସଦର ମହକୁମାରେ ଅବସ୍ଥିତ ରାମ ମନ୍ଦିର ପରିସରରେ ତୁଳସୀ ପୂଜନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କାର୍ଯ୍ୟକର୍ତ୍ତା ମାନେ ସମ୍ମିଳିତ ହୋଇ ରାମ ମନ୍ଦିର ପରିସରରେ ଥିବା ତୁଳସୀ ଗଛର ପୂଜାର୍ଚ୍ଚନା କରିଥିଲେ ।ମୁଖ୍ୟ ପୁଜକ ଗୋପୀନାଥ ଦାସଙ୍କ ପୈରହିତରେ ତୁଳସୀ ବୃକ୍ଷର ବିଧି ବିଧାନ ସହ ପୂଜା କରିଥିଲେ । ଶାସ୍ତ୍ର ଅନୁଯାୟୀ ଏହାର ମହତ୍ୱ ହେଉଛି ଧାର୍ମିକ, ସାଂସ୍କୃତିକ, ସ୍ୱାସ୍ଥ୍ୟ ଏବଂ ପରିବେଶଗତ ସୁଖ- ସୁରକ୍ଷା- ସମୃଦ୍ଧି, ଯାହା ତୁଳସୀଙ୍କୁ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ପ୍ରିୟା ଭାବରେ ପୂଜା କରିବା, ଘରୁ ଓ ସମାଜରୁ ନକାରାତ୍ମକ ଶକ୍ତି ଦୂର କରିବା ଏବଂ ଶୁଦ୍ଧ ବାୟୁ ପ୍ରଚଳନ ଓ ସକାରାତ୍ମକ ଶକ୍ତି ପ୍ରଦାନ କରିବା । ଏହି ଦିନ ତୁଳସୀ ପୂଜା କରିବା ଦ୍ୱାରା…

Read More

ରାୟଗଡ଼ା/କଲ୍ୟାଣସିଂହପୁର: ତା-୨୫/୧୨(ବିଏମସି ଟିଭି ଓଡ଼ିଆ) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ମହକୁମାର ଜଗନ୍ନାଥ ମନ୍ଦିର ପରିସରର ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ପକ୍ଷରୁ କଲ୍ୟାଣସିଂହପୁର ବ୍ଲକ୍ ସ୍ତରୀୟ ଗୁର୍କା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇ ଯାଇଛି। ଏଥିରେ ବ୍ଲକ୍ ର ବିଭିନ୍ନ ପଞ୍ଚାୟତର କଳାକାର ମାନେ ଉପସ୍ଥିତ ରହି କଳାକାର ଙ୍କ ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅନେକ ଯୋଗ୍ୟ କଳାକାର ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଆଗାମୀ ଦିନରେ ଏ ନେଇ ଏକ ଜିଲ୍ଲା ସ୍ତରୀୟ ସମସ୍ତ କଳାକାର ଏକତ୍ର ହୋଇ ସରକାରଙ୍କ ଠାରେ ଦାବୀ ରଖାଯିବ ବୋଲି ଆଲୋଚନା ହୋଇଥିଲା। ଏ ନେଇ ଜିଲ୍ଳାର କଳାକାର ଙ୍କୁ ସଂଗଠିତ କରି ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ପକ୍ଷରୁ ଜିଲ୍ଳାରେ ବହୁଳ ସଂଖ୍ୟାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଗୁର୍କା…

Read More

ପୋଲସରା ତା:୨୪/୧୨ (ବିଏମସି ଟିଭି ଓଡ଼ିଆ) ଆସନ୍ତା ୨୬ ତାରିଖ ଶୁକ୍ରବାର ଦିନ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ସମଗ୍ର ରାଜ୍ୟରେ ପାଳିତ ହେବାକୁ ଥିବାବେଳେ ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡ଼ା ଏଵଂ ପୋଲସରାଠାରେ ପାଳିତ ହବ। ଏଥିପାଇଁ ପୋଲସରା ବିଜେଡି ତରଫରୁ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ୍ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପ୍ରଧାନ,୩୮/୩୯ /୪୦ ନମ୍ବର ଜିଲ୍ଲା ପରିଷଦର ଅଶୋକ କୁମାର ବିଷୋୟୀ, ବିଜୟ କୁମାର ନାୟକ, ଝୁନୁ ଦାସ ସଭ୍ୟ ସଭ୍ୟା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସ୍ଥାନୀୟ ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ହେବାକୁ ଥିବା ସଭା ଏବଂ ପୁଷ୍ପ ମାଲ୍ୟାର୍ପଣ, ମେଡ଼ିକାଲରେ, ଫଳ ବଣ୍ଟନ…

Read More

ବେଲଗୁଣ୍ଠା: ତା -୨୪/୧୨(ବିଏମସି ଟିଭି ଓଡ଼ିଆ) ଷଢଙ୍ଗୀପଲ୍ଲୀ ସ୍ଥିତ ନେଟଙ୍ଗା ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର(ନିର୍ଭର )ର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ସଭାପତି ଅବସରପ୍ରାପ୍ତ କୃଷି ଅଧିକାରୀ ରାଜେନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ରାୟଗଡା ବିଷ୍ଣୁ ଚରଣ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ଅଧ୍ୟାପକ ଗଙ୍ଗାଧର ଦାସ ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ରୂପେ ସୋରଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ , କ୍ଷେତ୍ରୀୟବରପୁର ଆଞ୍ଚଳିକ ସ୍ନାତ୍ବକ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ଗିରିଧାରୀ ନାୟକ, ପ୍ରଧାନ ଆଚାର୍ଯ୍ୟବିଦେଶୀ ସାମଲ,ଅନୁଷ୍ଠାନ ଉପସଭାପତି ତଥା ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ଶିକ୍ଷାବିତ ଅଭିମନ୍ୟୁ ପଣ୍ଡା ସଂଯୋଜନା କରିଥିଲେ । ବିଦ୍ୟାଳୟ…

Read More

ବେଲଗୁଣ୍ଠା :୨୪/୧୨(ବିଏମସି ଟିଭି ଓଡ଼ିଆ) ସରକାର ୨୦୨୩ରେ ୫ଟି ଜରିଆରେ ମନ୍ଦିର ରୁପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଅନୁମୋଦନ ଦେଇଥିଲେ । ଏହି ରୁପାନ୍ତରଣରେ ସାମିଲ୍ ହୋଇଥିଲା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ଅଧିଷ୍ଠାତ୍ରୀ ଦେବୀ ମାଁ ବ୍ରାହ୍ମଣ ଦେବୀ ମନ୍ଦିର ।ଏହି ପ୍ରସିଦ୍ଧ ମନ୍ଦିରର ରୁପାନ୍ତରଣ ପାଇଁ ଏକ କୋଟି କୋଡିଏ ଲକ୍ଷ ଟଙ୍କାର ଅଟକଳ ହୋଇ ଟଙ୍କା ମଞ୍ଜୁର ମଧ୍ୟ ହୋଇଥିଲା ।କିନ୍ତୁ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି କି ନାହିଁ ଜଣାପଡୁନାହିଁ ।ଫଳକର କାର୍ଯ୍ୟାରମ୍ଭ ତାରିଖ ୨୮ ଡିସେମ୍ବର ୨୦୨୩ ରହିଥିବା ବେଳେ କାର୍ଯ୍ୟ ସଂପୂର୍ଣ୍ଣ ତାରିଖ ୨୭ ଏପ୍ରିଲ ୨୦୨୪ ଦର୍ଶାଯାଇଛି । କିନ୍ତୁ ମାତ୍ର ଚାରି ମାସ ମଧ୍ୟରେ ଏତେ ଟଙ୍କାରେ କାମ କେମିତି ସମାପ୍ତ ହୋଇଛି ଏ କେଉଁ ଧରଣର ହୋଇଛି ତାହା ସନ୍ଦେହ ଘେରରେ । କାର୍ଯ୍ୟାରମ୍ଭ ସମୟରେ ମନ୍ଦିର କମିଟି,…

Read More

ମାଲକାନଗିରି: ତା -୨୪/୧୨(ବିଏମସି ଟିଭି ଓଡ଼ିଆ)ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ମାଲକାନଗିରି ଜିଲ୍ଲାରେ ଆଜି ନିୟନ୍ତ୍ରିତ ବଜାର କମିଟି ପରିସର ମଧ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ଚାଷୀ ମାନେ ସେମାନଙ୍କର ପରିଶ୍ରମର ଫଳ ପାଇବେ। ଚାଷୀ ମାନେ ଧାନର ବର୍ଦ୍ଧିତ ମୂଲ୍ୟର ଲାଭ ପାଇବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି। ଚଳିତ ୨୦୨୫-୨୬ ଖରିଫ୍ ବର୍ଷ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପଞ୍ଜିକୃତ ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ଏଫଏକ୍ୟୁ ମାନର ସାଧାରଣ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୩୬୯ ଟଙ୍କା ଉପରେ ଇନପୁଟ ସହାୟତା ଟଙ୍କା ସହ ସର୍ବ ମୋଟ ୩୧୦୦ ଟଙ୍କା ରାଜ୍ୟ ସରକାର ଧାନର ଦର ସ୍ଥିର କରିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୁରୁଖୁର ରେ ଧାନ କ୍ରୟ ପାଇଁ…

Read More

ସମ୍ବଲପୁର:ତା.୨୪/୧୨(ବିଏମସି ଟିଭି ଓଡିଆ)ସମ୍ବଲପୁର ଲୋକ ମହୋତ୍ସବ-୨୦୨୬ ଆସନ୍ତା ଜାନୁଆରୀ ୪,୫ ଓ ୬ ତାରିଖରେ ଆୟୋଜିତ ହେବାକୁ ଥିବାବେଳେ, ଲୋକ ମହୋତ୍ସବ କଳା ପ୍ରଦର୍ଶନୀ ପାଇଁ ଆସନ୍ତା ୨୮ରେ ଚିତ୍ରକଳା କର୍ମଶାଳା ଆୟୋଜିତ କରାଯିବ। ଏହି କର୍ମଶାଳା ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ସ୍ଥିତ ଇଣ୍ଡୋର୍ ହଲ୍‌ଠାରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ କରାଯିବାକୁ ସ୍ଥିର କରାଯାଇଛି।ଏଥିରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହେବାକୁ ଅନୁରୋଧ କରାଯାଇଛି। ଏହି ଚିତ୍ରକଳା ପ୍ରଦର୍ଶନୀ ପାଇଁ ମୋଟ ୪ଟି ଗ୍ରୁପ କରାଯାଇଛି। ଗ୍ରୁପ – ଏ ରେ ୧ମରୁ ୩ୟ ଶ୍ରେଣୀ, ଗ୍ରୁପ- ବି ରେ ୪ରୁ ୬ଷ୍ଠ ଶ୍ରେଣୀ, ଗ୍ରୁପ-ସି ରେ ୭ମରୁ ୧୦ମ ଶ୍ରେଣୀ ଏବଂ ଗ୍ରୁପ- ଡି ରେ ଯୁକ୍ତ୨ରୁ ତଦୁର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିପାରିବେ। କେବଳ ଗ୍ରୁପ-ଏ ଛାତ୍ରଛାତ୍ରୀମାନଙ୍କ ପାଇଁ କୌଣସି ବିଷୟ ରଖାଯାଇନାହିଁ। ସେମାନେ ନିଜ ଇଚ୍ଛା ମୁତାବକ ଚିତ୍ର ଅଙ୍କନ…

Read More

ବାଙ୍କୀ: ତା -୨୩/୧୨(ବିଏମସି ଟିଭି ଓଡ଼ିଆ) ବାଙ୍କୀ ଉପଖଣ୍ଡ ସୀମିଳି ପୁର, ବିଲିପଡ଼ା , ହରିରାଜ ପୂର ଦେଇ ଗ୍ରୀନ ଫିଲ୍ଦ ଜାତୀୟ ରାଜପଥର ଜମି ଅଧିଗ୍ରହଣ ର ଉଚିତ ମୂଲ୍ୟାଙ୍କନ ର ସଂଶୋଧନ ନିମନ୍ତେ ଆଜି ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବିଲିପଡ଼ା , ହରିରାଜ ପୁର ଶିମିଳିପୁର ପଞ୍ଚାୟତର ଶତାଧିକ ଚାଷୀ ମାନେ ଆଜି ୩ ଦଫା ଦାବୀ ନେଇ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।ଶତାଧିକ ପୁରୁଷ ଓ ମହିଳା ଚାଷୀ ପଞ୍ଚାୟତ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବା ଓ ଧାନକେଣ୍ଡା ରଖି ନିଜର ପ୍ରତିବାଦ ଜଣାଇଥିଲେ। ଚାଷ ଜମିର ବଜାର ଦର ଅନୁଯାୟୀ ଜମିର ମୂଲ୍ୟାଙ୍କନ କରାଯାଇ ଏହି ତିନୋଟି ମୌଜାର ଚାଷୀମାନଙ୍କୁ ୫ ଗୁଣା ଅଧିକ କ୍ଷତିପୂରଣ ଦେବା ସହିତ କ୍ଷତିଗ୍ରସ୍ଥ ଚାଷୀଙ୍କ ପରିବାରର ଜଣଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବୀ କରି…

Read More