ବରଗଡ଼ ; ତା-୨୮/୧୨ ( ବିଏମସି ଟିଭି ଓଡ଼ିଆ) ବରଗଡ଼ ଧନୁ ଯାତ୍ରାରେ ରବିବାର ଦିନ ମହାରାଜ କଂସ ନାଗରିକଙ୍କ ସୁବିଧା ଯାଞ୍ଚ କରିବା ପରେ ପରିବହନ ବିଭାଗ ଉପରେ ୧୨ ଲକ୍ଷ ସ୍ୱର୍ଣ୍ଣମୁଦ୍ରାର ପ୍ରତୀକାତ୍ମକ ଦଣ୍ଡାଦେଶ କରିଛନ୍ତି। ‘ନଗର ପରିକ୍ରମା’ ଅବସରରେ କଂସ ମହାରାଜ ପ୍ରାଚୀନ ମଥୁରାରେ ପରିଣତ ହୋଇଥିବା ବରଗଡ଼ ଉପରେ ‘ଶାସନ କରୁଛନ୍ତି’। ଏହାର ଏକ ଅଂଶ ଭାବରେ ସେ ପରିବହନ ବିଭାଗର ଅଧିକାରୀମାନଙ୍କୁ ଡକାଇ ସରକାରୀ ବସ୍ ଷ୍ଟାଣ୍ଡରେ ଖରାପ ପରିମଳ ଏବଂ ଅପର୍ଯ୍ୟାପ୍ତ ସୁବିଧା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହିତ ଜୋରିମାନା ମଧ୍ୟ କରିଥିଲେ। ବିଏମସି ନ୍ୟୁଜ୍ ଓଡ଼ିଶା ।
Author: BMC NEWS ODISHA
ବେଲଗୁଣ୍ଠା, ତା-୨୮/୧୨, ( ବିଏମସି ଟିଭି ଓଡ଼ିଆ) ସୋରଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ୍ ର ୧୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପିସିସି ସଦସ୍ୟ ତଥା ସୋରଡା କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ ନେତୃତ୍ୱରେ ଆଜି ସକାଳ ଦଶ ଘଣ୍ଟ ସମୟରେ ବଡ଼ଗଡ଼ ଠାରୁ ଏକ ମୋଟରସାଇକେଲ୍ ଶୋଭାଯାତ୍ରା ବାହାରି ସୋରଡା ଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ଏହି ଶୋଭାଯାତ୍ରା ଲାଠିପଡ଼ା, ବଡ଼ ବୋର୍ସିଂ, କାଳିଆଗୁଡା ଦେଇ କଣ୍ଟେଇପଲ୍ଲୀ, ଷଡ଼ଙ୍ଗୀପଲ୍ଲୀ, ନାଟଙ୍ଗା,ମନ୍ଦାର, ଇଙ୍ଗିନାଠୀ,ତନରଡା,ବେଲଗୁଣ୍ଠା ଦେଇ ମଙ୍ଗଳପୁର ଠାରେ ଶେଷ ହୋଇଥିଲା I ଏହି ଅବସରରେ ଅପରାହ୍ଣ ଦୁଇ ଘଣ୍ଟା ସମୟରେ ବେଲଗୁଣ୍ଠା ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା I ଏହା ସହିତ ଅନୁଷ୍ଠିତ ସଭାରେ ପୂର୍ବରୁ କଂଗ୍ରେସ୍ କରିଥିବା ଜନହିତକର କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କର୍ମୀ ମାନଙ୍କୁ…
ବୋଲଗଡ, ତା-୨୮/୧୨ (ବିଏମସି ଟିଭି ଓଡ଼ିଆ ) ବୋଲଗଡ଼ ବ୍ଲକ ସଂପୁର ଗ୍ରାମର ବାଲୁଙ୍କେଶ୍ୱର ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଟାଙ୍ଗୀ ପଡ଼ିଆଠାରେ ପଞ୍ଚର୍ଦ୍ଦଶତମ ଲକ୍ଷ୍ମୀଧର ସ୍ମାରକୀ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣାମେଣ୍ଟ ରବିବାର ଚତୃର୍ଥ ଦିବସ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ନକଆଉଟ୍ ଭିତ୍ତିରେ ଖେଳାଯିବାକୁ ଥିବା ଏହି ଟୁର୍ଣାମେଣ୍ଟରେ ବିଭିନ୍ନ ଜିଲ୍ଲାର ୧୬ ଟି ଦଳ ଅଂଶଗ୍ରହଣ କରିବାକୁ ଥିବା ବେଳେ ପର୍ଯ୍ୟାୟ କ୍ରମେ ଆଜି ଚାରି ଗୋଟି ଦଳ ମଧ୍ୟ ଖେଳ ଅନୁଷ୍ଠିତ ହୋଇଥିଲା । ଆଜିର ଚତୃର୍ଥ ଦିବସ ପ୍ରଥମ ମ୍ୟାଚରେ ଯୋଡ଼ାପଡା ଓ ହାଟବସ୍ଥ କ୍ରିକେଟ କ୍ଳବ୍ ମଧ୍ୟରେ ମୁକାବିଲା ହୋଇଥିଲା। ହାଟବସ୍ତ କ୍ରିକେଟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ୧୨ ଓଭରରେ ୯୬ରନ କରିଥିଲା । ଏହାର ଜବାବରେ ଯୋଡ଼ାପଡା ଦଳ ପ୍ରଥମ ମ୍ୟାଚରେ ୧୨ ଓଭର ସମସ୍ତ ଉଇକେଟ ବିନିମୟରେ ୭୩ ରନ ସଂଗ୍ରହ କରି ପରାସ୍ତ…
ନୂଆଦିଲ୍ଲୀ ; ତା-୨୬/୧୨ ( ବିଏମସି ଟିଭି ଓଡ଼ିଆ) ଆଜିଠାରୁ ମହଙ୍ଗା ରେଳ ଯାତ୍ରା । ଅର୍ଥାତ୍ ରେଳରେ ଯାତ୍ରା କରିବା ପାଇଁ ଏଣିକି ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଅଧିକ ଅର୍ଥ । ଭାରତୀୟ ରେଳବାଇ ଗତ ୬ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସାରା ଦେଶରେ ଭଡ଼ା ବୃଦ୍ଧି କରିଛି । ଏହାଦ୍ବାରା ମେଲ ଓ ଏକ୍ସପ୍ରେସ ଟ୍ରେନର ଉଭୟ ଏସି ଓ ନନ ଏସି କୋଚରେ ଯାତ୍ରା କରୁଥିବା ଦୂରଗାମୀ ଯାତ୍ରୀ ପ୍ରଭାବିତ ହେବେ । ଦିଲ୍ଲୀ-ହାଓଡ଼ା ଏବଂ ଦିଲ୍ଲୀ-ମୁମ୍ବାଇ ଭଳି ବ୍ୟସ୍ତବହୁଳ ରୁଟରେ ମଧ୍ୟ ସଂଶୋଧିତ ଭଡ଼ା ଲାଗୁ ହେବ । ତେବେ ରେଳ ଭଡ଼ା ବୃଦ୍ଧି ଯୋଗୁଁ ଲକ୍ଷାଧିକ ଯାତ୍ରୀ ପ୍ରଭାବିତ ହେବେ । ଏହାପୂର୍ବରୁ ଜୁଲାଇ ମାସରେ ରେଳ ଭଡ଼ା ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ବର୍ଦ୍ଧିତ ଭଡ଼ାରୁ ରେଳବାଇକୁ ପ୍ରାୟ ୬୦୦ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ମିଳିବ ବୋଲି ଆଶା କରାଯାଉଛି ।…
ଭୁବନେଶ୍ୱର ; ତା-୨୮/୧୨ ( ବିଏମସି ଟିଭି ଓଡ଼ିଆ) ସଂଖ୍ୟା ବା ଅଙ୍କ ଜ୍ୟୋତିଷର ଗଣନା ଏବଂ ଆକଳନ ଅନୁସାରେ ବର୍ଷ ୨୦୨୬ ହେବାକୁ ଯାଉଛି ସୂର୍ଯ୍ୟଙ୍କ ବର୍ଷ । ବର୍ଷ ୨୦୨୬ ପ୍ରତିଟି ସଂଖ୍ୟା ବା ଅଙ୍କକୁ ଯୋଗ କଲେ ହେଉଛି ୧୦ । ପୁଣି ୧ ଏବଂ ୦ କୁ ଯୋଗ କଲେ ବର୍ଷ ୨୦୨୬ର ମୂଳାଙ୍କ ହେବ ୧ । ସଂଖ୍ୟା ୧ର ଗ୍ରହସ୍ୱାମୀ ହେଉଛନ୍ତି ସୂର୍ଯ୍ୟ ଦେବତା । ତେଣୁ ଆଗାମୀ ବର୍ଷ ସମସ୍ତ ମୂଳାଙ୍କ ଉପରେ ସୂର୍ଯ୍ୟଙ୍କ ପ୍ରଭାବ ଦେଖିବାକୁ ମିଳିବ । ସୂର୍ଯ୍ୟଙ୍କୁ ସମ୍ମାନ, ପ୍ରତିଷ୍ଠା, ଆତ୍ମବିଶ୍ୱାସ, ଉର୍ଜା, ଶକ୍ତି, ନେତୃତ୍ୱ ଆଦିର କାରକ ବୋଲି ବିଶ୍ୱାସ କରାଯାଏ । ତେଣୁ ୨୦୨୬ରେ ବେଶ୍ କିଛି ଜନ୍ମ ତାରିଖ ସୂର୍ଯ୍ୟ ତେଜରେ ପ୍ରଭାବଶାଳୀ ହେବାର ଆଶା କରାଯାଉଛି । ପୁଣି ଅନ୍ୟ କିଛି ମୂଳାଙ୍କ ବିଶିଷ୍ଟ ବ୍ୟକ୍ତିବିଶେଷ ଭିନ୍ନ ଭାବରେ ପ୍ରଭାବିତ ହୋଇପାରନ୍ତି…
ବୋଲଗଡ଼ ; ତା-୨୬/୧୨ ( ବିଏମସି ଟିଭି ଓଡ଼ିଆ ) ବୋଲଗଡ଼ ବାମନ ଉଚ୍ଚ ବିଦ୍ୟାଳୟ ମଇଦାନରେ ଶୁକ୍ରବାର ୨୨ତମବୋଲଗଡ଼ ମହୋତ୍ସବ-୨୫(ଆଶା) ଉଦଘାଟିତ ହୋଇଯାଇଛି।ଶୀତୁଆ ସନ୍ଧ୍ୟାର ଖୋଲା ଆକାଶ ରଙ୍ଗୀନ ମଞ୍ଚକୁ ସ୍ଥାନୀୟ ବିଧାୟକ ତଥା ମହୋତ୍ସବର ସଭାପତି ପ୍ରଦୀପ କୁମାର ସାହୁ ଚିରା ଚରିତ ଢଙ୍ଗରେ ଉଦଘାଟନ କରିଥିଲେ। ମହୋତ୍ସବ ପ୍ରଥମ ସନ୍ଧ୍ୟାର ଅବୈହିତ ପୂର୍ବରୁ ଦିବସର ଅପରାହ୍ନରେ ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀଙ୍କ ପୀଠରୁ ଏକ ମଶାଲ ଶୋଭା ଯାତ୍ରାରେ ଆସି ମଞ୍ଚ ପୂଜନ ପରେ ମଞ୍ଚଗ୍ରେ ଗଡ଼ଦେବୀ ଙ୍କ ବାନା ସ୍ଥାପନା କରାଯାଇ ଥିଲା। ପରେ ଅତୀବ ଉଦବେଗ ଓ ଆକାଂକ୍ଷାର ସହ ଅପେକ୍ଷା କରିଥିବା କୁଇଜ ମାଷ୍ଟର ଡ଼ଃ ଚନ୍ଦ୍ର ବିଜୟୀ ମିଶ୍ର କୁଇଜ୍ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଆଗକୁ ନେବାରେ ପ୍ରମୁଖ ଭୂମିକା ଲିଭାଇଥିଲେ।ମହୋତ୍ସବର ସଭାପତି ତଥା ବିଧାୟକ ଶ୍ରୀ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭାପୁର ପଞ୍ଚାୟତ ସମିତି ଉପାଧକ୍ଷ ବେଣୁଧର…
ସମ୍ବଲପୁର ; ତା.୨୮/୧୨ (ବିଏମ୍ସି ଟିଭି ଓଡ଼ିଆ) ଗୁଦ୍ଗୁଦା ସାହିତ୍ୟ ସଂସଦର ସଭାପତି ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ୨୦୨୫ର ଶେଷ ଅଧିବେଶନରେ ଚଳିତ ବର୍ଷର ଭାରତ ବର୍ଷ ଓ ଆଗାମୀ ନୂତନ ବର୍ଷରେ କବିଙ୍କ ଦାୟିତ୍ଵ ସମ୍ପର୍କରେ ଆଲୋଚନା ଚକ୍ର ତଥା କୁଚିଣ୍ଡା ଉପଖଣ୍ଡ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଏହି ଅବସରରେ ସୁବାସ ନାୟକଙ୍କ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ରଚିତ ଆତ୍ମଜୀବନୀ ‘ଦୋଛକୀ ମଣିଷ’ର ପ୍ରିମିଅର କରି ଉଭୟ ଭାଷାର ପୁସ୍ତକର ମଲାଟକୁ ଶ୍ରୀମାଝୀ ଉନ୍ମୋଚନ କରିଥିଲେ। ଏହି ପୁସ୍ତକ କଟକର ଡିଡି ପ୍ରକାଶନୀ ପକ୍ଷରୁ ନିକଟରେ ପ୍ରକାଶିତ ହେବ ବୋଲି ସୂଚନା ଦିଆଯାଇଥିଲା। ଆଲୋଚନା ଚକ୍ରରେ ନାରୀ ନିର୍ଯାତନା , ଭାରତ ଓ ଆଖପାଖ ଦେଶରେ ହେଉଥିବା ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର ଉପରେ ଚିନ୍ତା ପ୍ରକଟ କରି ଏହା ବିରୁଦ୍ଧରେ ନୂତନ…
ବ୍ରହ୍ମପୁର:ତା- ୨୫/୧୨ (ବିଏମସି ଟିଭି ଓଡ଼ିଆ) ବ୍ରହ୍ମପୁର ରୋଟାରୀ କ୍ଳବଠାରେ , ଓଡିଶା ସ୍ବେଚ୍ଛାକୃତ ରକ୍ତଦାତା ସଂଗଠନ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ବ୍ରହ୍ମପୁର ରୋଟାରୀ କ୍ଳବ ଗୃହରେ ଏକ ସଭାର ଅୟୋଜନ କରାଯାଇଛି।ଏଥିରେ ସଂଗଠନର ସଭାପତି ଶ୍ରୀ ବସନ୍ତ କୁମାର ସାହୁ ସଭାପତିତ୍ୱ କରିଥିଲେ। ମୂଖ୍ୟ ଅତିଥି ଭାବେ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେସିରକେ, I.A.S. କମିଶନର ବ୍ରହ୍ମପୁର ମୁନିସିପାଲ କର୍ପୋରେସନ, ଯୋଗଦାନ କରିବାଥିଲା କିନ୍ତୁ ଅନିର୍ବାର୍ଯ୍ୟ କାରଣ ବଶତଃ ଯୋଗଦେଇ ପାରିନଥିଲେ। ସମ୍ମାନାନୀୟ ଅତିଥି ଭାବେ ଡ.ସଂଯୁକ୍ତା ପାଣିଗ୍ରାହୀ, ସହକାରୀ ପ୍ରାଧ୍ୟାପକ , ଟ୍ରାନଫୁଉଜନ ମେଡିସିନ ଏମ୍.କେ.ସି.ଜି ମେଡିକାଲ କଲେଜ,ରୋଟାରିଆନ ଇ.ଭେଙ୍କଟ ଆନନ୍ଦ, ଅଧ୍ୟକ୍ଷ , ରୋଟାରୀ କ୍ଳବ ବ୍ରହ୍ମପୁର, ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ସଭାପତି ଶ୍ରୀ ସତ୍ୟକାମ ପାତ୍ର ଯୋଗ ଦେଇଥିଲେ। ସମ୍ପାଦକ ଚ.ଶିବପ୍ରସଦ ରାଓ ମଂଚାସୀନ ଥିଲେ । ରକ୍ତଦାନପାଇଁ ପ୍ରେରଣା ଓ ଶିବିରର ଆୟୋଜନ କରୁଥିବା ୫୦ ରୁ…
ବେଲଗୁଣ୍ଠା: ତା -୨୬/୧୨ (ବିଏମସି ଟିଭି ଓଡ଼ିଆ) ଆଜି ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୨୦୦୨ ମସିହା ଦଶମ ଶ୍ରେଣୀ ବ୍ୟାଚ ର ବନ୍ଧୁମିଳନ ଉତ୍ସବ କିରାପଲ୍ଲୀ ସ୍ଥିତ ମା କୁମାରଶୁଣି ପୀଠରେ ଅନୁଷ୍ଠିତ ହୋଇଯାଇଛି। ନିଜ ବ୍ୟକ୍ତିଗତ ସାଂସାରିକ ଜୀବନ ଭିତରୁ ଗୋଟିଏ ସମୟ ବାହାର କରି ବହୁବର୍ଷ ପରେ ନିଜ ନିଜ ବନ୍ଧୁ ମାନଙ୍କୁ ପାଖରେ ପାଇ ସମସ୍ତ ବନ୍ଧୁ ବହୁତ ଖୁସି ଅନୁଭବ କରିବା ସହ ପୁରୁଣା ଦିନର ସ୍ମୃତିକୁ ତାଜା କରି ବନ୍ଧୁତ୍ବର ଭାବକୁ ଆଦାନ ପ୍ରଦାନ କରିଥିଲେ । ଆଜିର ଏହି ବନ୍ଧୁମିଳନ ଉତ୍ସବରେ ଦୀର୍ଘ ୨୨ବର୍ଷ ପରେ ନିଜ ବନ୍ଧୁ ବିଶ୍ୱ ରଞ୍ଜନ ବେହେରା ସୁଦୂର ବାଙ୍ଗାଲୋରରୁ ଅସି ଯୋଗ ଦେଇଥିବାରୁ ଭାବବିହ୍ଵଳ ହୋଇ ସମସ୍ତ ବନ୍ଧୁ ବହୁତ ଆନନ୍ଦ ପ୍ରକାଶ କରିଥିଲେ ଓ ପରସ୍ପରକୁ ଉପଢୌକନ ଦେଇ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ବ୍ୟାଚ ସଭାପତି…
ସମ୍ବଲପୁର:ତା-୨୫/୧୨(ବିଏମସି ଟିଭି ଓଡିଆ)ବୀର ସୁରେନ୍ଦ୍ର ସାଏଙ୍କ ଘନିଷ୍ଠ ସହଯୋଗୀ ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସହୀଦ କରୁଣାକର ସିଂ ନାଏକଙ୍କ ୧୬୫ ତମ ଆତ୍ମୋତ୍ସର୍ଗ ଦିବସ ସୋମବାର ନିଜ ଜନ୍ମସ୍ଥଳୀ ଝାରସୁଗୁଡ଼ା ଜିଲ୍ଲାର କୋଲାବିରାରେ ମହା ସମାରୋହରେ ବିଭିନ୍ନ କାର୍ଯ୍ୟକ୍ରମ ସହ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ବିଭିନ୍ନ ପାରମ୍ପରିକ ଆଦିବାସୀ ନୃତ୍ୟ, ବାଜା, ଅସ୍ତ୍ରଶସ୍ତ୍ର ଧରି ସହିଦଙ୍କ ନିଜ ବାସଗୃହରୁ ମା’ ସମଲେଶ୍ଵରୀଙ୍କ ପାଖରୁ ଜ୍ୟୋତି ନେଇ ମଶାଲ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ସହିଦ କରୁଣାକର ସିଂ ନାଏକ, ଖଗ ନାଏକ ଓ କହ୍ନେଇ ନାଏକ ସ୍ମୁତି ଟ୍ରଷ୍ଟର ସଭାପତି ରୁଦ୍ର ପ୍ରତାପ ସିଂ, ଉପଦେଷ୍ଟା ମହେନ୍ଦ୍ର ନାଏକ, ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ଅତିରିକ୍ତ ତହସିଲଦାର ସିର୍ଯୁ ଖମାରୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।ଶୋଭାଯାତ୍ରା ଅତିକ୍ରମ କରୁଥିବା ବେଳେ କରୁଣାକର ପାର୍କ ଭିତରେ ଥିବା ସହିଦଙ୍କ ପ୍ରତିମୂର୍ତ୍ତି ଓ କରୁଣାକର ଛକରେ…
ବ୍ରହ୍ମପୁର; ତା-୨୬/୧୨ ( ବିଏମସି ନ୍ୟୁଜ୍ ଓଡ଼ିଶା) ମହାନଗର ନିଗମ ୱାର୍ଡ ନମ୍ବର-୨୩ ଅନ୍ତର୍ଗତ ବଡ଼ଖେମୁଣ୍ଡି ସାହି ପାଠାଗାର ଦୀର୍ଘକାଳ ଧରି ଏକ ପରିଚିତ ଓ ପୁରାତନ ପାଠାଗାର ଭାବେ ପରିଚୟ ରଖିଆସୁଥିଲା। ଜ୍ଞାନ, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାରରେ ଏହାର ଅବଦାନ ସ୍ଥାନୀୟବାସୀଙ୍କ ମଧ୍ୟରେ ସଦା ସ୍ମରଣୀୟ। ବଡ଼ଖେମୁଣ୍ଡି ଅଞ୍ଚଳରେ ଅବସ୍ଥିତ ଏହି ପାଠାଗାର ପାଠକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ସାହିତ୍ୟପ୍ରେମୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧିକ କେନ୍ଦ୍ର ଭାବେ ପରିଚିତ ଥିଲା।ପାଠାଗାରରେ ଓଡ଼ିଆ, ଇଂରାଜୀ ସହ ବିଭିନ୍ନ ଭାଷାର ପୁସ୍ତକ, ସାମୟିକୀ, ପତ୍ରିକା ଓ ସମ୍ବାଦପତ୍ର ଉପଲବ୍ଧ ଥିବାରୁ ଏହା ଅନେକ ପିଢ଼ିର ପାଠକଙ୍କୁ ଉପକୃତ କରୁଥିଲା। ଇତିହାସ, ସାହିତ୍ୟ, ବିଜ୍ଞାନ, ସାମାଜିକ ବିଷୟ ସହ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧୀୟ ପୁସ୍ତକ ବିଶେଷ କରି ଯୁବପିଢ଼ିଙ୍କ ପାଇଁ ଉପଯୋଗୀ ରହିଥିବା ବେଳେ ବରିଷ୍ଠ ନାଗରିକମାନେ ମଧ୍ୟ ଏହାର ସମ୍ପୂର୍ଣ୍ଣ ସଦୁପଯୋଗ କରୁଥିଲେ। କେବଳ ପୁସ୍ତକ ପାଠରେ…
ନୟାଗଡ଼ ; ତା- ୨୬/୧୨ ( ବିଏମସି ଟିଭି ଓଡ଼ିଆ) ବିଜୁ ଜନତା ଦଳ ୨୯ ତମ ପ୍ରତିଷ୍ଠା ଦିବସ ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟଳୟରେ ପାଳନ କରାଯାଇଛି । ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଛି। ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବକ୍ତବ୍ୟରେ, ସାମନ୍ତବାଦୀ ଚିନ୍ତାଧାରା ଏବେ ବି ଆମ ସମାଜରେ ବଳବତ୍ତର ଅଛି। ଜଣେ ସାଧାରଣ ମଣିଷ ହୋଇ ଲୋକଙ୍କ ସେବା କରିବା ମୋ ଲକ୍ଷ ବୋଲି କହିଥିଲେ। ନିର୍ବାଚିତ ପ୍ରତିନିଧି ମନୋଭାବ ଜଣେ ସେବକ ହେବା ଆବଶ୍ୟକ ବୋଲି କହିଥିଲେ। ଦଳକୁ ସଂଗଠିତ କରିବାର ମନ୍ତ୍ର ଦେଇଥିଲେ। ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ନେଇ ଆଗକୁ ଯିବାକୁ ଆହ୍ବାନ ଦେଇଥିଲେ। ନବୀନଙ୍କ ହାତ ମୁଠାକୁ ଟାଣ କରିବାକୁ ସମସ୍ତେ ଲଢେ଼ଇ…
