ବୋଲଗଡ଼ , ତା-୨୩/୧୨ (ବିଏମସି ଟିଭି ଓଡ଼ିଆ ) ରାଜ୍ୟ ସରକାରଙ୍କ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦେଶ କ୍ରମେ ଓ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏବଂ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀଙ୍କ ଆବାହକତ୍ୱରେ ମଙ୍ଗଳବାରଦିନ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ପରିସରରେ ସୁଶାସନ ସପ୍ତାହ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ, ଅତିରିକ୍ତ ତହସିଲଦାର ଦିପ୍ତିମୟୀ ଶର୍ମା, ବୋଲଗଡ ରାଜସ୍ବ ନିରୀକ୍ଷକ ଦିଲ୍ଲୀପ କୁମାର ରାଉଳ, ରାଜସ୍ବ ପରିଦର୍ଶକ ଲଷ୍ମୀଧର ହାଂସଦ ପ୍ରମୁଖ ଯୋଗଦେଇ ବୋଲଗଡ ତହସିଲ ଅନ୍ତର୍ଗତ ସଂପୁର, ଖଙ୍ଗୁରିଆ, ଇଚ୍ଛାପୁର, ତୃତୀୟାପଡ଼ା, ହରିପୁର, ନୟାପଟଣା ପ୍ରମୁଖ ରାଜସ୍ବ ଗ୍ରାମ ଗୁଡିକର ଖଟିଖିଆ ଦିନମଜୁରିଆ ଅସହାୟ ଗରିବ ଲୋକମାନଙ୍କୁ ମାଗଣାରେ ସେମାନଙ୍କର ନିଜସ୍ୱ ଘରବାରୀ ପଟ୍ଟା ଓ ଜମି ପଟ୍ଟା ବଣ୍ଟନ କରିଥିଲେ । ବୋଲଗଡ ତହସିଲ କାର୍ଯ୍ୟାଳୟ ତରଫରୁ ଚଳିତ ମାସ ୧୯ ତାରିଖଠାରୁ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ…
Author: BMC NEWS ODISHA
ବୋଲଗଡ଼ ; ତା-୨୩/୧୨ (ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ସୁକାନ୍ତ କୁମାର ଦଳାଇଙ୍କୁ ବୋଲଗଡ଼ ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ତରଫରୁ ମଙ୍ଗଳବାର ଦିନ ଉତ୍ତରୀୟ ,ଫୁଲତୋଡ଼ା ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି । ଶ୍ରୀ ଦଳାଇ ପୂର୍ଵରୁ ଖୋର୍ଦ୍ଧା ଅଞ୍ଚଳରେ ଗୋ-ମାଫିଆ, ବ୍ରାଉନ ସୁଗାର ଏବଂ ନିଶା ବେପାରୀଙ୍କ ନିଦ ହଜାଇ ଖୋର୍ଦ୍ଧା ଅଞ୍ଚଳରେ ଶାନ୍ତି ବଜାଇ ରଖିବାରେ ସଫଳ ହୋଇଥିଲେ । ବୋଲଗଡ ବ୍ଲକ ଅଞ୍ଚଳବାସୀ ଶ୍ରୀ ଦଳାଇଙ୍କ ଠାରୁ ଆଶା ପ୍ରକାଶ କରୁଅଛୁ ଯେ ବୋଲଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅବାଧ ନିଶା ବ୍ୟବସାୟ, ଚୋରି, ଡକାୟତି, ବାଂଲାଦେଶୀ ଅନୁପ୍ରବେଶକାରୀ, ରାହାଜାନି ଏବଂ ଗୋ ଚାଲାଣ ଉପରେ ରୋକ ଲଗାଇ ବୋଲଗଡ଼ ବ୍ଲକ ଅଞ୍ଚଳରେ ଶାନ୍ତି ଫେରାଇ ଆଣିଵା ପାଇଁ ବୋଲଗଡ ଡିଜିଟାଲ ସାମ୍ବାଦିକ ସଂଘ ତରଫରୁ ନିବେଦନ କରାଯାଇଅଛି…
ବାଙ୍କୀ: ତା-୨୩/୧୨(ବିଏମସି ଟିଭି ଓଡ଼ିଆ) ବାଙ୍କୀ , ବିନା ଔଷଧରେ କେବଳ ରାଶି ପାଣି ବୋତଲ , ରାଶି ତେଲ ଓ ଝଡା ଫୁଙ୍କାରେ ରୋଗ ଭଲ କରୁଛନ୍ତି ରାଜୁ ବାବା। ହାର୍ଟ , କ୍ୟାନସର , ମଳକଣ୍ଟକ , ଅର୍ଶ , ପାରାଲିସିସ , ଧାତୁ ପଡ଼ିବା , ଆଣ୍ଠୁ ଗଣ୍ଠି ରୋଗ , ଆଖି ରୋଗ ଆଦି ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କୁ ସୁସ୍ଥ କରୁଥିବା ନେଇ ରାଜୁ ବାବା ଙ୍କ ନିକଟକୁ ବିଶ୍ୱାସ ରଖି ଚରିଆଡୁ ଲୋକେ ରାଜୁ ବାବା ଙ୍କ ନିକଟକୁ ଧାଇଁ ଆସୁଛନ୍ତି । ଭୁବନେଶ୍ୱର ଖଣ୍ଡଗିରି ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମହାଦେବଙ୍କ ପୀଠରେ ରହି ଲୋକ ମାନଙ୍କୁ ସେବା ଯୋଗାଇ ଦେଉଛନ୍ତି ରାଜୁ ବାବା। ବର୍ତ୍ତମାନ ବାଙ୍କୀ ଓ ତିଗିରିଆ ମଧ୍ୟ ସ୍ଥଳ ବଡ ନାଉପୁଟ ପଞ୍ଚାୟତ ସ୍ଥିତ ବାଉଳାଙ୍ଗ ଗ୍ରାମର ଆରାଧ୍ୟ ଦେବୀ ମା…
ବ୍ରହ୍ମପୁର:ତା୨୩/୧୨(ବିଏମସି ଟିଭି ଓଡ଼ିଆ) ଚିକିଟି ସଦଗୁରୁ ଶିକ୍ଷା ନିକେତନ ଇଂଲିଶ ମିଡିୟମ ସ୍କୁଲ ରେ ଚଳିତ ମାସ ତା ୧୮/୧୨/୨୫ ରିଖ ଠାରୁ ତା ୨୦/୧୨/୨୫ ରିଖ ତିନି ଦିନ ଧରି ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ନେଇ ଆଧୁନିକ ଏବଂ ଚିରାଚରିତ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଅଧ୍ୟକ୍ଷ ନରସିଂହ ବେହେରା ଙ୍କ ତତ୍ତ୍ୱ୍ୱାବଧାନରେ କ୍ରୀଡା ଶିକ୍ଷକ ଯୁଧିଷ୍ଠିର ବେହେରା ଏବଂ ବଳରାମ ସାହୁ ଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀ ( ରଞ୍ଜିତା ସାହୁ, ଲକ୍ଷ୍ମୀ ପଣ୍ଡା, ରଶ୍ମିନ ସାହୁ, ହରପ୍ରିୟା ପ୍ରଧାନ, ଅର୍ଚ୍ଚନା ପ୍ରଧାନ, ଦୀପାଞ୍ଜଳି ପ୍ରଧାନ, ପ୍ରଜ୍ଞା ବେହେରା, ଓ ରୁକ୍କୁଣୀ ବେହେରା ) ଙ୍କ ସହଯୋଗରେ ଏହି କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତା ର ଶେଷ ଦିନ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମ୍ୟୁଜିକାଲ ଚେଇର, କବାଡି ଏବଂ ବଲ ଚାମଚ ପ୍ରତିଯୋଗିତା ଶିଶୁମାନଙ୍କୁ ଅତ୍ୟନ୍ତ ଆକର୍ଷଣୀୟ ସହ ପିଲାଙ୍କୁ ଅଧିକ…
ବେଲଗୁଣ୍ଠା: ତା -୨୨/୧୨(ବିଏମସି ଟିଭି ଓଡ଼ିଆ) ପେଟ ପୋଷିବା ଉଦ୍ଦେଶ୍ୟରେ ବାହାର ରାଜ୍ୟରେ ଦାଦନ ଭାବେ କାର୍ଯ୍ୟ କରୁ୍ଥିବା ବେଳେ ଗାଆଁକୁ ଶବ ହୋଇ ଫେରିଛନ୍ତି ଓଡ଼ିଆ ଯୁବକ । ଏହି ଭଳି ଦୁଃଖଦ ଖବର ଆସିଛି ବେଲଗୁଣ୍ଠା ବ୍ଳକ୍ ଉଢୁରା ପଂଚାୟତର ନାୟକପଡ଼ା ଗ୍ରାମରୁ । ସୂଚନା ପ୍ରକାରେ ନାୟକପଡ଼ା ବୈଦ୍ୟନାଥ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିବା ସୂର୍ଯ୍ୟନାରାୟଣ ରଣାଙ୍କ ଦ୍ଵିତୀୟ ପୁତ୍ର ଉତ୍ତମ ପ୍ରସାଦ ରଣା ଚେନ୍ନାଇରେ ଏକ ଟ୍ରାକ୍ଟର୍ ପାର୍ଟ୍ସ୍ ନିର୍ମାଣ କମ୍ପାନିରେ କିଛି ଦିନ ହେବ କାର୍ଯ୍ୟ କରୁଥିଲେ । ସାତ ଆଠ ଦିନ ତଳେ ଉତ୍ତମଙ୍କୁ ଜ୍ଵର ହେବାରୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ କ୍ଲିନିକ୍ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ଅପରାହ୍ଣ ତିନି ଘଣ୍ଟା ତିରିଶି ମିନିଟ୍ ସମୟରେ ଉତ୍ତମଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ତାଙ୍କର ସମ୍ପର୍କୀୟ ଭାଇ କମ୍ପାନି କର୍ତ୍ତୁପକ୍ଷଙ୍କ…
ବେଲଗୁଣ୍ଠା: ତା -୨୨/୧୨ (ବିଏମସି ଟିଭି ଓଡ଼ିଆ) ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ବିଶ୍ୱାଳଙ୍କ ଧର୍ମପତ୍ନୀ ପ୍ରିୟମ୍ବଦା ବିଶ୍ଵାଳଙ୍କ ୪୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ସ୍ଵର୍ଗତା ପ୍ରିୟମ୍ୱଦା ଜଣେ ଧର୍ମପରାୟଣା ଏବଂ ପରୋପକାରୀ ମହିଳା ଥିଲେ । ତାଙ୍କ ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ସୋରଡା ବିଧାୟକ ପ୍ରତିନିଧି ଜିତେନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ଚିନ୍ତାମଣି ସ୍ୱାଇଁ, ଚନ୍ଦ୍ର ଶେଖର ନାୟକ,ପ୍ରହଲ୍ଲାଦ ଲେଙ୍କା, ମଧୁ ବାସନ୍ତୀ ଯାତ୍ରା କମିଟି ସଭାପତି ସନ୍ତୋଷ କୁମାର ମଲ୍ଲ,ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ,ପଞ୍ଚାନନ ସାହୁ,ସନ୍ତୋଷ କୁମାର ବିଷୋୟୀ, ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ, ଯୁବ ସମାଜସେବୀ କୁନା ପରିଡା,ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ସ୍ଵର୍ଗତା ପ୍ରିୟମ୍ବଦାଙ୍କ ଅନ୍ତିମ ଦର୍ଶନ କରି ଶୋକ ବ୍ୟକ୍ତ କରିଥିଲେ । ଆଜି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ କରାଗାଡ଼ିଆ ସ୍ଥିତ…
ବ୍ରହ୍ମପୁର: ତା-୨୨/୧୨(ବିଏମସି ଟିଭି ଓଡ଼ିଆ) ସରକାରୀ ପ୍ରାଥମିକ ବିଦ୍ୟାଳୟ ଶାନିବାରମପେଟାର ଚଳିତବର୍ଷ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ଏଥିରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନୀହାରିକା ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ସରକାରୀ ଶିକ୍ଷୟିତ୍ରୀ ପ୍ରଗତି ପାତ୍ର ସଂପୂର୍ଣ୍ଣ କାର୍ଯ୍ୟକ୍ରମ କୁ ସଂଚାଳିତ ଓ ସଂଯୋଜନା କରିଥିଲେ। ମୂଖ୍ୟ ଅତିଥି ରୂପେ ସ୍ଥାନୀୟ କରଣସାହି – ଆଂଚଳିକ ସାଧନ କେନ୍ଦ୍ର ର ସଂଯୋଜକ ଅନୁଜ କୁମାର ପ୍ରଧାନ ଉପସ୍ଥିତ ରହିଥିବା ବେଳେ ମୁଖ୍ଯବକ୍ତା ରୂପେ ପ୍ରାକ୍ତନ ପ୍ରାଧ୍ଯାପକ ବିବେକାନନ୍ଦ କର , ଅନ୍ଯତମ ଅତିଥି ରୂପେ ସେହି ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଦାଶ ପିଲାଙ୍କ ଉଦ୍ଦେଶ୍ଯ ରେ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମର ସଫଳତା ଆଣିବା ନିମନ୍ତେ ମନୋଜ ପଟ୍ଟନାୟକ ତଥା ପ୍ରାକ୍ତନ ଛାତ୍ରୀ ଶ୍ରେୟା ସେଠୀ ଅହରହ ଉଦ୍ଯମରତ ଥିଲେ। ବାର୍ଷିକ ଖେଳକୁଦ ରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ…
କୋରାପୁଟ: ତା -୨୨/୧୨(ବିଏମସି ଟିଭି ଓଡ଼ିଆ)ଆଜି ଜାତୀୟ ସ୍ତରୀୟ ପରଵର ଶେଷ ରଜନୀ ପରଵ ପଡିଆରେ ଉଦଯାପିତ ହୋଇଯାଇଛି । କୋରାପୁଟ ବିଧାୟକ ରଘୁରାମ ମାଛ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ମ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ସମେତ ବ୍ଲକ ସମସ୍ତ ଜନ ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ । କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏସପି ରୋହିତ ବର୍ମା ବି ଉପସ୍ଥିତ ଥିଲେ । କାଯ୍ୟକ୍ରମରେ କୋରାପୁଟିଆ ଢେମସା ଠୁ ଧରି ରାଜସ୍ଥାନ ନୃତ୍ୟ ଯାଏଁ ସଂକୃତିକ କାଯ୍ୟକ୍ରମ ଏଠାରେ ପରିବେଷଣ କରାଯାଇଥିବା ବେଳେ ସବୁଠୁ ଚିତାର୍ଷକ ଥିଲା ମୁମ୍ବାଇ ରୁ ଆସିଥିବା ସଚେତ ଓ ପରମ୍ପର । ଙ୍କ ସଂଗୀତ ଗ୍ରୁପ ବିଭିନ୍ନ ପ୍ରକାର ଗୀତ ପରିବେଷଣ କରିଥିବା ବେଳେ ମଧ୍ୟ୍ୟ ରାତ୍ର ଯାଏଁ ଅଗଣିତ ଦର୍ଶକ ଏହି ଶେଷ ରଜନୀ କୁ ମନ ଭରି ଉପଭୋଗ କରିଥିଲେ । ସୂଚନା ଯୋଗ୍ୟ ଚଳିତ ବର୍ଷ ର…
କୋରାପୁଟ: ତା -୨୨/୧୨(ବିଏମସି ଟିଭି ଓଡିଆ) ସ୍ଥାନୀୟ ପରବ ପଡିଆରେ ଅନୁଷ୍ଠିତ ହେଉଥିବା ଜାତୀୟ ସ୍ତରୀୟ ପରବ କୁ ଓଡିଶା ର ମୂଖ୍ୟ ମନ୍ତ୍ରୀ ଆଜି ଦ୍ୱତୀୟ ଥର ପାଇଁ ଆସିଥିଲେ । ସେ ପରବ କୁ ଉଦଘାଟନ କରିବା ସହ ବିଭିନ୍ନ ଷ୍ଟଲ ଠୁ ଧରି କଫିଷ୍ଟଲ ଯାଏଁ ବୁଲି ଦେଖିବା ସହ ରାଜ୍ୟ ସରକାର ଙ୍କ ର ଉନ୍ନୟନ କାଯ୍ୟକ୍ରମ ଗୁଡିକୁ ଜନସାଧାରଣ ଙ୍କ ସାମ୍ନା ରେ ଉପସ୍ଥାପିତ କରିଥିଲେ । ତତ୍ତ ସହିତ ଏହି ପରବ ଉତ୍ସବ କୁ ଉଚ୍ଚ ପ୍ରଶଂସା ବି କରିଥିଲେ । କେବଳ ସେତିକି ନୁହଁ କୋରାପୁଟ ର ପଯ୍ୟଟନ ଠୁ ଧରି କୃଷି ର ବିକାଶ ଯାଏଁ ରାଜ୍ୟ ସରକାର ଯତ୍ନବାନ ବୋଲି ସେ କହିଥିଲେ। କୋରାପୁଟ ଜିଲ୍ଲା କୁ ସେ ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି ବୋଲି କହିବା ସହ ଜିଲ୍ଲା ପ୍ରଶାସନ ର ପ୍ରଶଂସା କରିବାକୁ ସେ ପଛାଇ ନ ଥିଲେ…
ବେଲଗୁଣ୍ଠା,୨୨/୧୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଲକ୍ ର ବକ୍ଷ ଦେଶ ଦେଇ ବହି ଯାଇଛି ଲୋହରାଖଣ୍ଡି ଏବଂ ବଡ଼ ନଦୀ । ବିଭିନ୍ନ ସମୟରେ ଏହି ନଦୀ ଦୁଇଟିରେ ବନ୍ୟା ଆସି ବନ୍ଧ ଭାଙ୍ଗିଯିବା ଫଳରେ ତଟବର୍ତ୍ତୀ ପଂଚାୟତ ବାସୀଙ୍କ ନାହିଁ ନଥିବା କ୍ଷତି ସାଧନ କରିଛି । ଏଥିରେ ସ୍ଥାୟୀ ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ସୋରଡା ବିଧାୟକ ନୀଳମଣି ବିଷୋୟୀ । ଭଞ୍ଜନଗର ଜଳ ସମ୍ପଦ ବିଭାଜନ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ରତଙ୍ଗ ପଂଚାୟତର ମାଆ କାନ୍ଦୁରୀ ଦେବୀ ମନ୍ଦିର ନିକଟରେ ଲୋହରାଖଣ୍ଡି ନଦୀର ବାମ ପାର୍ଶ୍ୱ ବନ୍ଧର ଉନ୍ନତିକରଣ ପାଇଁ ଆଜି ସୋରଡା ବିଧାୟକ ନୀଳମଣି ବିଷୋୟୀ ଶୁଭ ଦେଇଛନ୍ତି । ପାଞ୍ଚକୋଟି କୋଡିଏ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଥର ବନ୍ଧ ନିର୍ମାଣ ନିମନ୍ତେ ଆଜି ଦିନ ବାର ଘଣ୍ଟା ତିରିଶି ମିନିଟ୍ ସମୟରେ ଶୁଭ ଦେଇଥିଲେ । ଏହି ନିର୍ମାଣ କାର୍ଯ୍ୟର ଦାୟିତ୍ୱ ପ୍ରକାଶ…
ରାୟଗଡା :ତା -୨୨/୧୨(ବିଏମସି ଟିଭି ଓଡ଼ିଆ) * ଦଶ ଜଣଙ୍କୁ ଜମିପଟ୍ଟା ବଣ୍ଟନ * ପାଞ୍ଚ ଜଣଙ୍କୁ ମନରେଗା କାର୍ଡ * ତିନୋଟି ଏସଏଚଜିଙ୍କୁ ପଚାଶ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା* ଚାରିଜଣଙ୍କୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟକାର୍ଡ ବଣ୍ଟନ * ୧୨ଟି ବ୍ଯକ୍ତିଗତ ଓ ୭ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ରାୟଗଡା ବ୍ଳକର ଜାଙ୍ଗିଲି ଗ୍ରାମରେ ସୋମବାର ଦିନ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ସୁଜିତ କୁମାର ମିଶ୍ର, ତହସିଲଦାର ପ୍ରିୟଦର୍ଶିନୀ ସ୍ଵାଇଁ, ସ୍ଵାସ୍ଥ୍ୟ ଅଧିକାରୀ ଡଃ ସୁନୀଲ ପ୍ରାସାଦ ମହାପତ୍ର, ସହକାରୀ ପ୍ରାଣୀଧନ ଅଧିକାରୀ ଡଃ ସୁବ୍ରତ ପାଣିଗ୍ରାହୀ, ଏବିଡିଓ କାଳୁଚରଣ ନାୟକ, ଭାରପ୍ରାପ୍ତ ସିଡିପିଓ ନଳିନୀ ବୈରାଗୀ, ଏବିଇଓ ବଳରାମ ହୁଇକା ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିଥିଲେ । ଏହାସହ ଆବାସ ଯୋଜନା, ସାମାଜିକ ସଶକ୍ତିକରଣ, ଓଡିଶା ଜୀବିକା ମିଶନ ଆଦି ବିଭାଗୀୟ ଅଧିକାରୀ…
ରାୟଗଡ଼ା :ତା- ୨୧/୧୨(ବିଏମସି ଟିଭି ଓଡ଼ିଆ) ରାୟଗଡ଼ା ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ତଥା ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରବିବାର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଳାପାଳ ନବିନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ଯ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ମୁଖ୍ଯ ଅତିଥିଭାବେ ଯୋଗଦେଇଥିଲେ । ବରେଣ୍ଯ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ ଓ ଶାନ୍ତିଲତା ମୁନୀ, ମଙ୍ଗଳ ବିଭାଗ ଶିକ୍ଷା ନିରୀକ୍ଷକ ଶ୍ୟାମଘନ ଭୂୟାଁ, ସହକାରୀ ଜିଲ୍ଲାପାଳ କୈଳାସ ଚନ୍ଦ୍ର ସ୍ଵାଇଁ, ରାମନଗୁଡ଼ା ଶିକ୍ଷାଧିକାରୀ ସୃଜନ ମଲିକ,ଚନ୍ଦ୍ରପୁର ଶିକ୍ଷାଧିକାରୀ ଗଣେଶ ଶବର, ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ଭୋଇ ଏବଂ ବିଜ୍ଞାନ ପରିଦର୍ଶକ ଦୀପକ ବେହେରା ମଞ୍ଚାସୀନ ଥିଲେ । ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନାଏକ ଏକ କ୍ଷୁଦ୍ର ଗଳ୍ପ ମାଧ୍ୟମରେ ଶିଶୁଙ୍କ…
