ସମ୍ବଲପୁର/ବରପାଲି:ତା-୦୭/୦୨(ବିଏମସି ଟିଭି ଓଡିଆ)
ବରପାଲି ଓଡିଶା ଆଦର୍ଶ ବିଦ୍ୟାଳୟର ଚତୁର୍ଥ ବାର୍ଷିକ ଉତ୍ସବ- ଅଦ୍ଭ୍ୟୁଦୟ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟବକ୍ତା ଭାବରେ ବଲାଙ୍ଗିର ଅଡିନାନ୍ସ୍ ଫାକ୍ଟ୍ରି ସ୍କୁଲ ଶିକ୍ଷକ ରlଜମଣି ସାହୁ ଯୋଗଦେଇ ମାଆ ଓ ପୁଅର ଭାବର ମାପକାଠି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସତଜ୍ଞାନ ଭିତ୍ତିକ ଶିକ୍ଷାର ଆବଶ୍ୟକତା ଉପରେ ସଚେତନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ ସାହୁଙ୍କ ସଭାପତିତ୍ବରେ କାର୍ଯ୍ଯକ୍ରମ ପରିଚାଳନା ସହ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ମଂଚାସୀନ ଅତିଥି ମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ଶିକ୍ଷକ ଶିବାଶିଷ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଈଶ୍ୱର ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଗଙ୍ଗାଧର ଏନଏସି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ତଥା ଓଏଭି ବିଦ୍ୟାଳୟ ଭିଏମଡିସି ସଭ୍ୟ ମନୋଜ କୁମାର ବାରିକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କମିଟି କର୍ମକର୍ତ୍ତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


