ଢେଙ୍କାନାଳ ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ)
ଆଜି ସକାଳୁ ସକାଳୁ ରାସୋଳ ବଜାର ଠାରୁ ଆରମ୍ଭ କରି ତେଲି ଭୁଇଁ ବଜାର ଏପରିକି ନାଉକିଆରୀ ପ୍ରାଥମିକ ବିଦ୍ୟାଳୟ ପାଖରେ ବିଭିନ୍ନ ସ୍ଥାନରେ କାନ୍ଥ ବାଡ଼ ଗଛରେ ଦେଖିବାକୁ ମିଳିଛି ଏକ ଆକ୍ଷେପ ଭରା ବ୍ୟାନର।ରାସୋଳ ରେ କେନ୍ଦ୍ରୀୟ ବିଦ୍ୟାଳୟ ନହେବାକୁ କୁ ନେଇ ଜନ ଅସନ୍ତୋଷ ବୃଦ୍ଧି ନା ଏହା ରାଜନୈତିକ ଆକ୍ରୋଶ ମୂଳକ ତାହା ତ ସମୟ କହିବ ତେବେ ଆଜି ର ଦିନ ରେ କିଏ ଏଭଳି ବ୍ୟାନର ମାରିଲା ? ରାସୋଳ କୁ କିଏ ଆସୁଛି ? କାହାକୁ ବିରୋଧ କରାଯାଉଛି? କିଏ ରାସୋଳ ରେ କେନ୍ଦ୍ରୀୟ ବିଦ୍ୟାଳୟ ନହେବା ପାଇଁ ଦାୟୀ ? ଏସବୁ ସାଧାରଣ ଜନତାଙ୍କୁ ଅଗୋଚର ଥିବା ବେଳେ ବ୍ୟାନର ରେ କାହାର ନାମ ଉଲ୍ଲେଖ କରାଯାଇ ନଥିବାରୁ ଏହା ସିଧାସଳଖ ରାଜନୈତିକ ଆକ୍ରୋଶ ମୂଳକ ଭାବେ କୌଣସି ନେତା,ମନ୍ତ୍ରୀ,ବିଧାୟକ ଅବା ସାଂସଦ ଙ୍କୁ ଆକ୍ଷେପ କରି ବିରୋଧାତ୍ମକ ବ୍ୟାନର ମରା ଯାଇଥାଇ ପାରେ ବୋଲି ଜନମୁଖରେ ଦିନ ତମାମ ଚର୍ଚ୍ଚା ର ବିଷୟ ବସ୍ତୁ ପାଲଟିଛି।
ପ୍ରକାଶ ଥାଉ କି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବାସୀଙ୍କ ବହୁ ପ୍ରତିକ୍ଷିତ କେନ୍ଦ୍ରୀୟ ବିଦ୍ୟାଳୟ ରାଜନୈତିକ ପଶାପାଲି ଓ ରାଜନୈତିକ ଦଲାଲ,କୁଜିନେତା ଙ୍କ ଚକ୍ରାନ୍ତରେ ଛନ୍ଦି ହୋଇ ଏବେ ହିନ୍ଦୋଳ ବାସୀଙ୍କ ପାଇଁ ବିଦ୍ୟାଳୟ ଟି ଦିବା ସ୍ୱପ୍ନ ହୋଇ ରହିଥିବାର ପରିସ୍ଥିତି ଦେଖାଦେଇଛି।ହିନ୍ଦୋଳ ଉପଖଣ୍ଡ ରେ ବିଦ୍ୟାଳୟ ଟି ହେଉ ବୋଲି ରାଜନୈତିକ ମହଲରେ କାହାର ଆନ୍ତରିକତା ନଥିବା ଭଳି ମନେ ହେଉଛି।ସବୁ ପ୍ରସ୍ତୁତି ସତ୍ତ୍ଵେ ଚଳିତ ଶିକ୍ଷାବର୍ଷରେ ବିଦ୍ୟାଳୟ ଟି ଆରମ୍ଭ ହୋଇ ପାରିଲା ନାହିଁ। ଅସ୍ଥାୟୀ କ୍ୟାମ୍ପସ ଭାବରେ ଜନତା କଲେଜ୍ ରେ ବିଦ୍ୟାଳୟ ଖୋଲାଯାଇ ନାମ ଲେଖା ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ଯୋଜନା ପ୍ରସ୍ତୁତି ହୋଇଥିବା ବେଳେ ଏଠାରୁ ସମସ୍ତ ଉପକରଣ ଅନ୍ୟତ୍ର ସ୍ଥାନାନ୍ତରଣ କୁ ନେଇ ହିନ୍ଦୋଳ ବାସୀଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ରାଜନୈତିକ ପଶାପାଲି ରେ ଛନ୍ଦି ହେବା ସହ ଦିବା ସ୍ୱପ୍ନ ହୋଇ ରହିଥିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏଭଳି ସ୍ଥିତିରେ ହିନ୍ଦୋଳ ଉପଖଣ୍ଡ ବାସୀଙ୍କ ପାଇଁ ଏବେ କେନ୍ଦ୍ରୀୟ ବିଦ୍ୟାଳୟ ଦିଵାସ୍ବପ୍ନ ବୋଲି ବୁଦ୍ଧିଜୀବୀ ମହଲ ରେ ପ୍ରଶ୍ନ ଉଠି ଥିବା ବେଳେ ସରଞ୍ଜାମ ସ୍ଥାନାନ୍ତରିତ ହେଉଥିବା ନେଇ ଉପଖଣ୍ଡବାସୀ ଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସରକାର ହିନ୍ଦୋଳ ଉପଖଣ୍ଡ ରେ ବିଦ୍ୟାଳୟ ସ୍ଥାପନ ପାଇଁ ଜନ ସାଧାରଣ ରେ ଦାବୀ ହେଉଛି।ଆଜିର ଏହି ଲଗାଯାଇଥିବା ବ୍ୟାନର ସିଧାସଳଖ ଭାବେ ଜନ ଅସନ୍ତୋଷ ର ଚିତ୍ର ବୋଲି ମଧ୍ୟ ଅସ୍ବୀକାର କରା ଯାଇ ନପାରେ। ତେବେ ଏପରି ବ୍ୟାନର ସାଂସଦ ରୁଦ୍ରନାରାୟଣ ପାଣି ଙ୍କୁ ରାସୋଳ ରେ କେନ୍ଦ୍ରୀୟ ବିଦ୍ୟାଳୟ ନହେବାକୁ ନେଇ ସିଧାସଳଖ ଭାବେ ଦୋଷୀ ସଜେଇ ତାଙ୍କୁ ବିରୋଧ କରାଯାଉଛି ବୋଲି ଜନମତ ମଧ୍ୟ ପ୍ରକାଶ ପାଉଛି।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


