ବୋଲଗଡ଼ ; ତା-୧୫/୧୨ (ବିଏମସି ଟିଭି ଓଡ଼ିଆ )
ଭୁବନେଶ୍ୱର ସ୍ଥିତ ୟୁନିଟ୍ ୧ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ୩୪ତମ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସ ପ୍ରଶିକ୍ଷଣ ଓ ତାଲିମ ଶିବିର ରେ ଅନୁଷ୍ଠିତ ପ୍ରଦର୍ଶନୀ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଅସରଳା ସ୍ଥିତ ହରିହର ବିଦ୍ୟାପୀଠରେ ସୋମବାର ଦିନ ଆୟୋଜିତ ଉତ୍ସବରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥି, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନଶିକ୍ଷକ କ୍ଷେତ୍ରମୋହନ ରଣା ସଭାପତି ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ।

ପ୍ରଥମ ସ୍ଥାନ ଅଧିକାର କରିଥିବା ୩ଛାତ୍ର ମଳୟ ରଞ୍ଜନ ପ୍ରଧାନ, ବିଶ୍ୱଜିତ ବେହେରା, ଓମ୍ ପ୍ରତାପ ଚମ୍ପତି ଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ପୁଷ୍ପ ଗୁଚ୍ଛ, ମାନପତ୍ର,ଉତ୍ତରୀୟ ପ୍ରଦାନ କରି ଓ ବିଜୟମୁକୁଟ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପ୍ରସନ୍ନ କୁମାର କର, ଶିକ୍ଷକ ନୃସିଂହ ଚରଣ ଶତପଥୀ , ଶିକ୍ଷୟିତ୍ରୀ ଅଞ୍ଜଳି ବାଳା ଦେଇ, ଜୁନିଅର ରେଡ଼କ୍ରସ ସଂଯୋଜକ ପ୍ରଭାକର ସୁନ୍ଦରାୟ , ଶିକ୍ଷୟିତ୍ରୀ ତିଳୋତ୍ତମା ମହାପାତ୍ର, ନୀଳକଣ୍ଠ ରଣସିଂହ, ବଂଶୀଧର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ। ଅଭିଭାବକ ଦୀପକ କୁମାର ପ୍ରଧାନ, ସୁମିତ୍ରା ସ୍ୱାଇଁ, ଦିଲ୍ଲୀପ ବେହେରା, ମମତା ବେହେରା, ଦାଶରଥି ଚମ୍ପତି ଓ ସସ୍ମିତା ଚମ୍ପତି ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


