ବାଙ୍କୀ: ତା -୧୨/୦୨(ବିଏମସି ଟିଭି ଓଡ଼ିଆ)
ଡମପଡ଼ା ବ୍ଲକ ଅନ୍ତର୍ଗତ ବାଆଁରା ଗ୍ରାମସ୍ଥ ସୁବୁଦ୍ଧେଶ୍ୱର ମିଳିତ ବିଦ୍ୟାପୀଠରେ ଆଜି ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗୁରୁଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କମୁନିଟି ହେଲ୍ଥ୍ ଅର୍ଗାନାଇଜର ସୁଶ୍ରୀ ସଂଗୀତା ନାୟକ ଯୋଗଦାନ କରି କୃମି ନାଶକ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଆଶାକର୍ମୀ ରଶ୍ମିତା ରାଉତ ଓ ସଚ୍ଚଳା ରାଉତ ଯୋଗଦାନ କରି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ କୃମି ବଟିକା ଖୁଆଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶଶଧର ନାୟକ, ପ୍ରମୋଦ କୁମାର ମୁଦୁଲି, ଗୌରାଙ୍ଗ ଚରଣ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।
ବାଙ୍କୀ ଡମପଡ଼ା ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


