ସମ୍ବଲପୁର/ବରପାଲି:ତା-୩୦/୦୧ (ବିଏମସି ଟିଭି ଓଡିଆ)
ବରପାଲି ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ଶିବିରର ଉଦ୍ଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବ ଅଧ୍ୟକ୍ଷା ଜୟନ୍ତୀ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସାରସ୍ଵତ ସମାରୋହରେ ମୁଖ୍ୟ ଅତିଥି ଭାବରେ IQAC ସଂଯୋଜକ ଅଧ୍ୟାପକ ଧୀରୋଜ କୁମାର ତ୍ରିପାଠୀ, ଶୈକ୍ଷିକ ପ୍ରଭାରୀ ଅଧ୍ୟାପକ ଅଲେଖ କୁମାର ମହାନନ୍ଦ ସମ୍ମାନିତ ଅତିଥି ଭାବରେ, ‘ଆମ କଲେଜ,ଆମ ଗୌରବ’ର ସଂଯୋଜକ ଅଧ୍ୟାପକ ଉତ୍ତରକୁମାର ଗଡ଼ତିଆ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ। ସଭାର ପ୍ରାରମ୍ଭରେ ଆତ୍ମସୁରକ୍ଷା ଶିବିରର ସଂଯୋଜିକା ଅଧ୍ୟାପିକା ନତାଶା ସିକନ୍ଦର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ମାଷ୍ଟର ଟ୍ରେନର୍ ରେଣୁକା ଗହୀର ଛାତ୍ରୀମାନଙ୍କୁ ଶିବିରରେ ଶିଖିଥିବା ବିଷୟକୁ ଆଗାମୀ ଜୀବନରେ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଛାତ୍ରୀମାନଙ୍କ ମଧ୍ୟରେ ସ୍ଵସ୍ତିକା ପଣ୍ଡା, ସ୍ଵାତୀ ପଧାନ, ଭବାନୀ ବାଗ, ଦେବଯାନୀ ବିଶ୍ୱାଳ, ଆରୁଷୀ କର୍ମୀ ପ୍ରମୁଖ ଶିବିର ସଂପର୍କରେ ନିଜ ନିଜର ଅନୁଭୂତି ବ୍ୟକ୍ତ କରିଥିଲେ। ଶେଷରେ ମାନସୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


