ହିଞ୍ଜିଳିକାଟୁ: ତା -୦୧/୦୨(ବିଏମସି ଟିଭି ଓଡ଼ିଆ)
ହିଞ୍ଜିଳିକାଟୁ ବ୍ଲକ ର ଖାମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୩୨ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଅଧକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେଉଚ୍ଚ ଶିକ୍ଷା ବିଭାଗ ର ଯୁଗ୍ମ ନିର୍ଦ୍ଦେଶକ ପବିତ୍ର ମୋହନ ସାହୁ ଓ ସମ୍ମାନୀତ ଅତିଥିଭାବେ ହିଞ୍ଜିଳି ଭାରପ୍ରାପ୍ତ ଥାନାଧିକାରୀ ଶ୍ରୀନିବାସ ସେଠି, ପୂର୍ବତନ ସମ୍ପାଦକ ଭଜରାମ ସାବତ, ଏନ ରଘୁରାମ, ପୂର୍ବତନ ଅଧକ୍ଷ ଅବସରପ୍ରାପ୍ତ ଅରବିନ୍ଦ ପଣ୍ଡା ଓ ଡ଼ଃ ରବୀନ୍ଦ୍ର କୁମାର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା, ସଂସ୍କାର, କର୍ତ୍ତବ୍ୟ ପାଳନ ଓ ସମାଜ ଗଠନରେ ଉତ୍ତର ଦାୟିତ୍ୱ ନିର୍ବାହ ସହ ନିଜ ନିଜ ମାନବିକ ଅଧିକାର ବିଷୟରେ ସଂକଳ୍ପ ପୂର୍ବକ ଉତ୍ତମ ଭବିଷ୍ୟତ ଲକ୍ଷ୍ୟ ହାସଲ ଦିଗରେ କର୍ତ୍ତବ୍ୟ ନିଷ୍ଠ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ସୁରଭି ପ୍ରତିଯୋଗିତାର କୁଇଜ ଓ ସ୍ପେଲିଙ୍ଗ ବିଭାଗରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଳଙ୍କୃତ କରିଥିବା ଛାତ୍ରୀ ସ୍ନେହାରାଣୀ ଗୌଡ଼ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏଥି ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତାରେ କୃତି ମାନଙ୍କୁ ସିଲ ଓ ସାର୍ଟିଫିକେଟ ଦେଇ ସମ୍ବର୍ଦ୍ଧନା କରାଯଇଥିଲା। ଅଧ୍ୟାପକ ସଞ୍ଜୟ କୁମାର ଷଡ଼ଙ୍ଗୀ, ନୀଳାଞ୍ଚଳ ପାଣିଗ୍ରାହୀ, ଡ଼ଃ ମନୋଜ କୁମାର ତ୍ରିପାଠୀ ଓ ଇନ୍ଦ୍ର ମୋହନ ଆପଟ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ବ୍ରହ୍ମପୁର ରୁ କାଳି ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


