ଭୁବନେଶ୍ୱର ; ତା-୨୮/୧୨ ( ବିଏମସି ଟିଭି ଓଡ଼ିଆ)
ସଂଖ୍ୟା ବା ଅଙ୍କ ଜ୍ୟୋତିଷର ଗଣନା ଏବଂ ଆକଳନ ଅନୁସାରେ ବର୍ଷ ୨୦୨୬ ହେବାକୁ ଯାଉଛି ସୂର୍ଯ୍ୟଙ୍କ ବର୍ଷ । ବର୍ଷ ୨୦୨୬ ପ୍ରତିଟି ସଂଖ୍ୟା ବା ଅଙ୍କକୁ ଯୋଗ କଲେ ହେଉଛି ୧୦ । ପୁଣି ୧ ଏବଂ ୦ କୁ ଯୋଗ କଲେ ବର୍ଷ ୨୦୨୬ର ମୂଳାଙ୍କ ହେବ ୧ । ସଂଖ୍ୟା ୧ର ଗ୍ରହସ୍ୱାମୀ ହେଉଛନ୍ତି ସୂର୍ଯ୍ୟ ଦେବତା । ତେଣୁ ଆଗାମୀ ବର୍ଷ ସମସ୍ତ ମୂଳାଙ୍କ ଉପରେ ସୂର୍ଯ୍ୟଙ୍କ ପ୍ରଭାବ ଦେଖିବାକୁ ମିଳିବ ।

ସୂର୍ଯ୍ୟଙ୍କୁ ସମ୍ମାନ, ପ୍ରତିଷ୍ଠା, ଆତ୍ମବିଶ୍ୱାସ, ଉର୍ଜା, ଶକ୍ତି, ନେତୃତ୍ୱ ଆଦିର କାରକ ବୋଲି ବିଶ୍ୱାସ କରାଯାଏ । ତେଣୁ ୨୦୨୬ରେ ବେଶ୍ କିଛି ଜନ୍ମ ତାରିଖ ସୂର୍ଯ୍ୟ ତେଜରେ ପ୍ରଭାବଶାଳୀ ହେବାର ଆଶା କରାଯାଉଛି । ପୁଣି ଅନ୍ୟ କିଛି ମୂଳାଙ୍କ ବିଶିଷ୍ଟ ବ୍ୟକ୍ତିବିଶେଷ ଭିନ୍ନ ଭାବରେ ପ୍ରଭାବିତ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ସଂଖ୍ୟାତତ୍ତ୍ୱବିତ୍ ବା ନ୍ୟୁମେରୋଲୋଜିଷ୍ଟମାନେ ୨୦୨୬କୁ ନେଇ ନାନା ପୂର୍ବାନୁମାନ କରିଛନ୍ତି । ଏହି କ୍ରମରେ ଆସନ୍ତୁ ଜାଣିବା ଜନ୍ମ ତାରିଖରୁ କିପରି କଟିବ ବର୍ଷ ୨୦୨୬ ବର୍ଷ ।
ମୂଳାଙ୍କ-୧
ସଫଳତା ମାର୍ଗରେ ଆଗେଇବେ:
ଅଙ୍କ ଜ୍ୟୋତିଷ ଅନୁସାରେ ୧, ୧୦, ୧୯ ଏବଂ ୨୮ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୧ । ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷଙ୍କ ପାଇଁ ବର୍ଷ ୨୦୨୬ ଶୁଭ ସାବ୍ୟସ୍ତ ହେବ । ସୂର୍ଯ୍ୟଙ୍କ କୃପାରୁ ଏହି ଜନ୍ମ ତାରିଖର ଲୋକମାନଙ୍କୁ ରୋଜଗାର କ୍ଷେତ୍ରରେ ନୂତନ ଅବସର ପ୍ରାପ୍ତ ହେବ ଏବଂ ଏମାନେ ସଫଳତା ମାର୍ଗରେ ଆଗକୁ ବଢ଼ିବେ । ଚାକିରି କରୁଥିବା ଲୋକମାନଙ୍କର ପଦୋନ୍ନତିର ସମ୍ଭାବନା ଉଜ୍ଜ୍ୱଳ । ଆର୍ଥିକ ସ୍ଥିତି ଉନ୍ନତ ହେବ ଏବଂ ଆୟବ୍ୟୟ ମଧ୍ୟରେ ସନ୍ତୁଳନ ବଜାୟ ରହିବ । ରାଜନୀତି, ପ୍ରଶାସନ ଏବଂ ବ୍ୟବସାୟ କ୍ଷେତ୍ରରେ ଏମାନଙ୍କ ମାନ-ସମ୍ମାନ ବୃଦ୍ଧି ପାଇବ । ପ୍ରେମ ଜୀବନରେ ଖୁସି ଏବଂ ଶାନ୍ତି ଉଭୟ ବିରାଜମାନ କରିବ । କିନ୍ତୁ ଜଣେ ଅପରର ଭାବନାକୁ ବୁଝିବା ଅତ୍ୟନ୍ତ ଆବଶ୍ୟକ । ଉପଯୁକ୍ତ ନିଷ୍ପତ୍ତି ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜୀବନକୁ ସୁଖଦ କରିବ । ଧୈର୍ଯ୍ୟ ଏବଂ ସଂଯମତା ବଜାୟ ରଖିଲେ ପ୍ରତ୍ୟେକ କ୍ଷେତ୍ରରେ ସୁଫଳ ମିଳିବ ।

ମୂଳାଙ୍କ-୨
ଖଟା-ମିଠା ହେବ ଅନୁଭୂବ:
ଅଙ୍କ ଜ୍ୟୋତିଷ ଅନୁସାରେ ୨, ୧୧, ୨୦ ଏବଂ ୨୯ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୨ । ଆସନ୍ତା ବର୍ଷ ମୂଳାଙ୍କ ୨ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ମିଶ୍ରିତ ଫଳଦାୟକ ସାବ୍ୟସ୍ତ ହେବ । କ୍ୟାରିଅର୍ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ । ଆର୍ଥିକ ମାମଲାରେ ବୁଝିବିଚାରି କାମ କଲେ ଲାଭଜନକ ହେବ ବର୍ଷ ୨୦୨୬ । ଗଣମାଧ୍ୟମ, ଡିଜାଇନ୍ ଏବଂ ସୃଜନଶୀଳ କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କୁ ମଧ୍ୟ ବର୍ଷ ୨୦୨୬ରେ ଅନେକ ସୁଯୋଗ ମିଳିବ । କିନ୍ତୁ ଏହି ଜନ୍ମ ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷଙ୍କୁ ଆଇନଗତ ମାମଲାରେ ସତର୍କ ରହିବାକୁ ହେବ ଏବଂ ଆର୍ଥିକ ମାମଲାରେ କାହା ଉପରେ ଅତ୍ୟଧିକ ବିଶ୍ୱାସ କରିବା ଠିକ୍ ହେବ ନାହିଁ । ଦାମ୍ପତ୍ୟ ଜୀବନରେ ମାଧୁର୍ଯ୍ୟ ବଜାୟ ରଖିବା ପାଇଁ ଜଣେ ଅପରକୁ ବୁଝିବା ଏବଂ ଜାଣିବା ନିହାତି ଆବଶ୍ୟକ । ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ହେବ । ଅତ୍ୟଧିକ ଚିନ୍ତା, ଅନିଦ୍ରା ଭଳି ସମସ୍ୟା ଏହି ମୂଳାଙ୍କର ବ୍ୟକ୍ତିବିଶେଷଙ୍କ ଜୀବନକୁ ବିଶେଷ ଭାବେ ପ୍ରଭାବିତ କରିପାରେ ।
ମୂଳାଙ୍କ-୩
ଆରମ୍ଭ ହେବ ସୁବର୍ଣ୍ଣ ସମୟ:
ଅଙ୍କ ଜ୍ୟୋତିଷ ଅନୁସାରେ ୩, ୧୨, ୨୧ ଏବଂ ୩୦ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ୩ । ଅଙ୍କ ଜ୍ୟୋତିଷ ଅନୁସାରେ ମୂଳାଙ୍କ ୩ ହୋଇଥିବା ଲୋକଙ୍କ ପାଇଁ ବର୍ଷ ୨୦୨୬ ଅନୁକୂଳ ରହିବ ଏବଂ ଆପଣଙ୍କ ସୁବର୍ଣ୍ଣ ସମୟ ଆରମ୍ଭ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ନେତୃତ୍ୱ ନେବାର କ୍ଷମତା ମଧ୍ୟ ବୃଦ୍ଧିପାଇବାର ଆଶା ଉଜ୍ଜ୍ୱଳ । ଶିକ୍ଷା, ବ୍ୟବସାୟ ଏବଂ ସୃଜନାତ୍ମକ କାର୍ଯ୍ୟ ସହିତ ଜଡି଼ତ କ୍ଷେତ୍ରରେ ସଫଳତା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦୨୬ରେ ଏହି ମୂଳାଙ୍କ ବିଶିଷ୍ଟ ଲୋକମାନଙ୍କୁ ସମସ୍ତ ପ୍ରୟାସ ଏବଂ ପରିଶ୍ରମର ଫଳ ମିଳିବାର ଆଶା ଅତି ଉଜ୍ଜ୍ୱଳ । ପ୍ରେମ ଓ ବୈବାହିକ ଜୀବନରେ ଆପଣ ସାଥୀର ଭାବନାକୁ ଭଲ ଭାବରେ ବୁଝିପାରିବେ । ସମାଜରେ ଆପଣଙ୍କ ମର୍ଯ୍ୟାଦା ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ଭବ୍ୟ ପାରିବାରିକ ସମାରୋହରେ ଯୋଗଦାନ କରିବାର ସଂଯୋଗ ରହିଛି ।

ବିଏମସି ନ୍ୟୁଜ୍ ଓଡ଼ିଶା ।




