ଅନୁଗୋଳ ; ତା-୦୨/୦୪ ( ବିଏମସି ଟିଭି ଓଡ଼ିଆ)

ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ଧରଣୀଧର ପବ୍ଲିକ ସ୍କୁଲ ବଇଣ୍ଡା ଗୋବିନ୍ଦପୁର ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଆଜିର ଉସ୍ଚବରେ ମୁଖ୍ୟ ଅତିଥି ଭାବରେ ଅର୍ଜୁନ କୁମାର ସାହୁ ( ଅବସର ପ୍ରାପ୍ତ ଆଇ.ଆଇ.ସି) , ବିଦ୍ୟାଳୟର ଅଧ୍ୟକ୍ଷ ଚିତ ବିହାରୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଚେୟାରମେନ ପ୍ରିୟରଞ୍ଜନ ସାହୁ ସଭା ସଞ୍ଚାଳନ କରିଥିଲେ ।

ବିଦ୍ୟାଳୟର ଛାତ୍ରୀ ସାଇଲକ୍ଷ୍ମୀ ଦେହୁରୀ, ଏବଂ ରିଷ୍ମା ମଞ୍ଜରୀ ସାହୁ , ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ନବୀନ କୁମାର ନାୟକ, ସୁଶାନ୍ତ କୁମାର ଦେ, ଦେବାଶିଷ ସାହୁ, ମାନସ କୁମାର ସଠୁଆ, ଜଗଦୀଶ ପାତ୍ର, ହିମାଂଶୁ ସାହୁ, ସୁଜାତା ସାହୁ, ରତ୍ନମୟୀ ସାହୁ, ମମତା ବୋଷ, ଦୀପ୍ତିମୟୀ ମିଶ୍ର, ପିନାକୀ ସାହୁ, ଅଳକା ଦେହୁରୀ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀଗଣ ଏହି କାଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଉତ୍କଳ ଦିବସ ପାଳନ ଅବସରରେ ବିଦ୍ୟାଳୟକୁ ପିଲାମାନଙ୍କର ଜେଜେବାପା ଜେଜେମା ତଥା ଅଭିଭାବକ ଅଭି ଭାବିକା ମାନେ ଆସିଥିଲେ।

ଏହା ସହିତ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ର ଛାତ୍ରୀମାନେ ଉତ୍କଳ ଦିବସ ଅବସରରେ କିଛି ଅଭିଭାଷଣ ମଧ୍ଯ ପ୍ରଦାନ କରିଥିଲେ।

ଅନୁଗୋଳ ଜିଲ୍ଲା କିଶୋର ନଗର ରୁ ବ୍ଲକ ପ୍ରତିନିଧି ଦିପକ କୁମାର ସାହୁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


