କୋରାପୁଟ ; ତା-୧୦/୦୪ ( ବିଏମସି ଟିଭି ଓଡ଼ିଆ)
କୋରାପୁଟ ସ୍ଥାନୀୟ ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପୋଲିସ ଓ ମାଳିସାହି କ୍ଲଷ୍ଟର ଅନ୍ତର୍ଗତ ଶିକ୍ଷକ ମାନଙ୍କୁ ନେଇ ଦୁଇ ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଉଦଯାପିତ ହୋଇଯାଇଛି। ପ୍ରଥମ ଦିନର ଉଦଘାଟନୀ ଉତ୍ସବରେ ଜୟପୁର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷା ମମତା ଝଡିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶିକ୍ଷକ ପ୍ରଶିକ୍ଷିକା କୁସୁମ ପାଣ୍ଡେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷାଦାନ ପ୍ରଣାଳୀରେ ଶିକ୍ଷଣ ସାମଗ୍ରୀ ର ଆବଶ୍ୟକତା, ବ୍ୟବହାର ଓ ପ୍ରଭାବ ଉପରେ ଶ୍ରୀମତୀ ଝଡ଼ିଆ ନିଜ ମତ ରଖିଥିଲେ। ଦ୍ୱିତୀୟ ଦିନର ଏହି କର୍ମଶାଳାରେ ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ଚନ୍ଦ୍ରକଳା ବଗର୍ତ୍ତି ଯୋଗ ଦେଇ ଶିକ୍ଷଣ ସାମଗ୍ରୀର ଗୁରୁତ୍ୱ ଓ ପିଲାଙ୍କ ଉପରେ ଏହାର ପ୍ରଭାବ ସମ୍ବନ୍ଧରେ ଉପସ୍ଥିତ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କୁ ସୂଚନା ଦେଇଥିଲେ। କୋରାପୁଟ ବ୍ଲକ ର ରେଲିକୁମ୍ଭା, ଝଡିଗୁଡ଼ା, ଦଳେଇପୁଟ, ଘୋଡ଼ାଦୋରା ଓ ଛପର କ୍ଲଷ୍ଟର ଗୁଡିକରେ ମଧ୍ୟ ଏହି ଦୁଇ ଦିନିଆ କର୍ମଶାଳା ଉଦଯାପିତ ହୋଇ ଯାଇଥିବା ଜଣା ପଡ଼ିଛି।ଗତକାଲି ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ଦଶମନ୍ତପୁର ବ୍ଲକର ଏ ମାଲକାନଗିରି କ୍ଲଷ୍ଟର କର୍ମଶାଳାର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିବା ସୂଚନା ମିଳିଛି।

କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟ୍ଟନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡି଼ଶା ।


