ବୋଲଗଡ, ତା-୦୪/୦୨ (ବିଏମସି ଟିଭି ଓଡ଼ିଆ)
ଓଡିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ର ନିର୍ଦେଶ ଅନୁଯାଇ ସ୍ଥାନୀୟ ପରମାନନ୍ଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ରେ ଡ଼ିଗ୍ରୀ ଛାତ୍ରୀ ମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ର ଏକ ଆଠ ଦିନ ବ୍ୟାପି ହେବାକୁ ଯାଉଥିବା ଶିବିର ର ଉଦଘାଟନ ହୋଇ ଅଛି ।
ଆଜି ତା ୦୪. ୦୨. ୨୦୨୬ ରିଖ ଠାରୁ ଆସନ୍ତା ତା ୧୪. ୦୨. ୨୦୨୬ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିର ରେ ଦୁଇ ମାଷ୍ଟର ପ୍ରଶିକ୍ଷିକା ପ୍ରଶିକ୍ଷଣ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ରେ +୩, ୧ମ ବର୍ଷ ର ୧୫୦ ରୁ ଉର୍ଦ୍ଧ ଛାତ୍ରୀ ଭାଗ ନେବେ । ଉଦଘାଟନ ଉତ୍ସବ ରେ ଅଧକ୍ଷା ଡ଼କ୍ଟର ଅନୁସୂୟା ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ଗାନ୍ଧୀ କୁମାର ସାହୂ ଓ ଅଧ୍ୟାପିକା ଗାୟତ୍ରୀ ପଟ୍ଟନାୟକ ଉପସ୍ଥିତ ରହି ଆତ୍ମରକ୍ଷା କୌଶଳ ର ଉପକାରିତା ବୁଝାଇଥିଲେ । ଶିବିର ର ସଂଯୋଜିକା ରାଜନୀତି ବିଜ୍ଞାନ ର ଅଧ୍ୟାପିକା ଲିପିକା ପ୍ରିୟଦର୍ଶିନୀ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସହ ସଂଯୋଜିକା ଅଧ୍ୟାପିକା ଛବିରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଏମସି ନ୍ୟୁଜ୍ ଓଡ଼ିଶା।


