ଭୁବନେଶ୍ୱର ; ତା-୧୭/୦୯ ( ବିଏମସି ଟିଭି ଓଡ଼ିଆ)
ଆଜି ସନ୍ଧ୍ଯାରେ ସ୍ଥାନୀୟ ଲିଂଗରାଜ ନଗର ଉନ୍ନୟନ ସମିତି ଗୃହ ନିକଟରେ “ସ୍ବଚ୍ଛତା ହିଁ ସେବା” ଶୀର୍ଷକ ଏକ କାର୍ଯ୍ଯକ୍ରମ ଭୁବନେଶ୍ବର ମହାନଗର ନିଗମ ଏବଂ ୬୦ ନମ୍ବର ଓ୍ବାର୍ଡର ନାଗରିକମାନଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ସ୍ବଚ୍ଛତା ସମ୍ବନ୍ଧିତ ରଂଗୋଲି ଅଙ୍କା ଯାଇ ସେଥିରେ ଝାଡୁ କରିବାର ଦୃଶ୍ଯ ତଥା ଅଳିଆ ଗାଡିର ଆବର୍ଜନା ସଫା କରିବାର ଦୃଶ୍ଯ ସ୍ଥାନ ପାଇଥିଲା । ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ସହିତ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା ।

ଏହି ଉତ୍ସବରେ ୬୦ ନମ୍ବର ଓ୍ବାର୍ଡ ଦାୟିତ୍ବରେ ଥିବା ସଫେଇ କର୍ମଚାରୀମାନଙ୍କ ସହ ମହାନଗର ନିଗମର ଅଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ଯକ୍ରମ ଉପରେ ଲିଂଗରାଜ ନଗର ଉନ୍ନୟନ ସମିତିର ସମ୍ପାଦକ ସୁଧାଂଶୁ ଶେଖର ମିଶ୍ର, ସହ ସମ୍ପାଦକ ସୁଧାଂଶୁ ହୋତା , ସମିତି ସଭ୍ଯ ଜୟକୃଷ୍ଣ ସାହୁ ଓ ସୁରେନ୍ଦ୍ର ପାତ୍ର ପ୍ରମୁଖ ନିଜର ମତବ୍ଯକ୍ତ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ପ୍ରଫୁଲ ଦାଶ, ମନୋରଂଜନ ଶତପଥି, ଦୁର୍ଯ୍ଯୋଧନ ସାହୁ ତଥା ବହୁ ବରିଷ୍ଠ ନାଗରିକ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

ଭୁବନେଶ୍ୱର ରୁ ସିଟି ରିପୋର୍ଟର ଦୀପକ କୁମାର ସାହୁଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା ।



