Author: bmcnews

ବାଲିମେଳା ; ତା-୨୬/୦୩ (ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ଠାରେ ଥିବା ପୁରାତନ ମନ୍ଦିର ମା ଦଣ୍ଡକାଳୀ ଙ୍କ ଝାମଯାତ୍ରା ବା ଦଣ୍ଡଯାତ୍ରା ପାଇଁ ଆଜି ବେଲ ବରଣ କରି ଶୁଭ ଖୁଣ୍ଟ ମା ଦଣ୍ଡକାଳୀ ମନ୍ଦିର ରେ ସ୍ଥାପନ କରାଯାଇଅଛି । ଘଣ୍ଟ ଢୋଲ ସାଙ୍ଗକୁ ମହୁରୀର ତାଳେ ତାଳେ ସହର ପରିକ୍ରମା କରି ଶୁଭ ଖୁଣ୍ଟ ଅଣାଗଲା । ଆସନ୍ତା ମାସ ଏପ୍ରିଲ ୨ ତାରିଖ ରେ ମାଙ୍କ ଦଣ୍ଡଯାତ୍ରା ବାହାରି ଅବିଭକ୍ତ କୋରାପୁଟ ଜିଲ୍ଲା ର ଗୋବିନ୍ଦପାଲି, ବୌପାରିଗୁଡ଼ା,ସୁନାବେଢ଼ା,ଦାମନଯୋଡି, ବୋରିଗୁମ୍ମା ଓ ପାପଡ଼ାହଣ୍ଡି ବିଭିନ୍ନ ସହର ଯାତ୍ରା କରିବା ପରେ ସ୍ଥାନୀୟ ବାଲିମେଳା ସହରରେ ଏପ୍ରିଲ ୧୩ତାରିଖ ଦିନ ପଣା ସଂକ୍ରାନ୍ତି ଦିନ ଦଣ୍ଡ ଯାତ୍ରା ଉଦଯାପନ ହେବ । ଏହି ଦଣ୍ଡ ଯାତ୍ରା ଗଞ୍ଜାମ ରୀତି ନୀତି ଅନଯାୟୀ ଅନୁଷ୍ଠିତ ହୋଇ ଆସୁଅଛି । ଦଣ୍ଡ ଯାତ୍ରା ର ସଭାପତି ଭାବେ ଗଜେନ୍ଦ୍ର…

Read More

ଖୋଦ୍ଧା / ବେଗୁନିଆ , ତା-୨୫ / ୦୩ ( ବିଏମସି ଟିଭି ଓଡ଼ିଆ ) ଆମ ସଂସ୍କୃତି ପରମ୍ପରା ବିଶ୍ଵରେ ନିଆରା | ଏଠାରେ ବାର ମାସରେ ତେର ପର୍ବ ପାଳନ ହୁଏ। ଆମ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ମଲ୍ଲିପଦର ଗ୍ରାମରେ ଆୟୋଜିତ ହୋଇ ଆସୁଛି ‘ଆମ ଗାଁ’ ମହୋତ୍ସବ ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଚଳିତ ବର୍ଷ ୮ ବର୍ଷରେ ପହଞ୍ଚିଛି। ଅଞ୍ଚଳର ଲୁକାୟିତ ପ୍ରତିଭାମାନଙ୍କୁ ଲୋକଲୋଚଙ୍କୁ ଆଣିବା ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟ ସଂସ୍କୃତି ବିଭାଗ ଓ ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଣ୍ଟର୍ କୋଲକାତା ସହଯୋଗରେ ଆୟୋଜିତ ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ କମିଟି ଉପସଭାପତି କୁଞ୍ଜବିହାରୀ ମହାପାତ୍ର ପୌରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗ ଦେଇ ମହୋତ୍ସବକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।…

Read More

ଖୋର୍ଦ୍ଧା/ ବୋଲଗଡ ; ତା-୨୩/୦୩ ( ବିଏମସି ଟିଭି ଓଡ଼ିଆ) ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଧଳାପଥର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ “ପଲ୍ଲୀରେ ଜିଲ୍ଲା ପ୍ରଶାସନିକ ଜନଶୁଣାଣି କରି ଜନ ସାଧାରଣ ମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣି କରିଛନ୍ତି। ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ବିଧାୟକ, ବେଗୁନିଆ ପ୍ରଦୀପ କୁମାର ସାହୁ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ , ଉପ ଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ଆସିଷ୍ଟାଣ୍ଟ କଲେକ୍ଟର, ଅଭିଯୋଗ, ଭୁବନେଶ୍ଵରୀ କଅଁର , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଯୋଗଦେଇଥିଲେ। ଆଜିର ଅଭିଯୋଗ ଶୁଣାଣି ରେ ମୋଟ ୯୭ ଗୋଟି ଅଭିଯୋଗ ଆସିଥିବାବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୮୧ ଗୋଟି ଏବଂ ଗ୍ରାମୀଣ ସମସ୍ୟା ଜନିତ…

Read More

ବୋଲଗଡ ; ତା-୨୩/୦୩ (ବିଏମସି ଟିଭି ଓଡ଼ିଆ ) ବୋଲଗଡ ବ୍ଲକ ବଡ଼ କୁମାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିକେଶର ଗ୍ରାମର ଯୁବକ ସଂଘ ଓ ଗ୍ରାମ ବାସୀମାନଙ୍କର ମିଳିତ ଆନୁକୂଲ୍ୟରେ ଚତୁର୍ଥ ବର୍ଷ ଗାଁ ମହୋତ୍ସବ ହରିକେଶର ଆଜି ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ବରିଷ୍ଠ ସମାଜ ସେବୀ ପ୍ରକାଶ ଚନ୍ଦ୍ର ରାଉତରାୟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ପ୍ରଧାନ , ମୁଖ୍ୟ ବକ୍ତାଭାବେ ୨୬ନମ୍ବର ଜୋନର ଜିଲ୍ଲାପରିଷଦର ସଭ୍ୟ ସୁବାଷ ଭଲଚନ୍ଦ୍ର ରାୟଗୁରୁ ଓ ସମ୍ମାନିତ ଅତିଥିଭାବେ ସାମ୍ବାଦିକ ସଙ୍ଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଦେବବ୍ରତ ହୋତା ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ ଚନ୍ଦନ ଓ ଧୂପ ଦୀପ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ । ମହୋତ୍ସବର ପ୍ରାରମ୍ଭରେ ବୈଂଶୀଧର ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସଭାପତି ପ୍ରକାଶ ଚନ୍ଦ୍ର ରାଉତରାୟ…

Read More

ଡମପଡା ; ତା-୨୩/୦୩ ( ବିଏମସି ଟିଭି ଓଡ଼ିଆ) ଆଜି ଡମପଡା ବ୍ଲକ ଅଧିନସ୍ଥ ଜାତମୁଣ୍ଡିଆ ପଞ୍ଚାୟତ ଭବନ ଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଙ୍କୀ ବ୍ଲକର ଜନସାଧାରଣ ଯୋଗଦେଇ ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ବିଭିନ୍ନ ଅଭିଯୋଗ ମଧ୍ୟରେ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା, କୃଷି,ରାଜସ୍ଵ, ଫୌଜଦାରୀ, ସ୍ୱାସ୍ଥ୍ୟ, ଶିକ୍ଷା,ପ୍ରଭୁତି ବିଭିନ୍ନ ସମସ୍ୟା ସମ୍ପକିତ ମୋଟ ୧୬୬ ଟି ଅଭିଯୋଗର ଶୁଣାଣୀ କରି ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦେଶ ପ୍ରଦାନ କରିଥିଲେ। ଉକ୍ତ ଅଭିଯୋଗ ଶୁଣାଣି ଶିବିରରେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ବିନିତ୍ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ କମଳଜିତ୍ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ…

Read More

ଯାଜପୁର /କଳିଙ୍ଗନଗର, ତା.୨୧/୦୩ ( ବିଏମସି ଟିଭି ଓଡ଼ିଆ) ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ)ରେ ଏହାର କଳିଙ୍ଗନଗର ପ୍ଲାଣ୍ଟ ପରିସରରେ ଶିଳ୍ପ ସୁରକ୍ଷା ଏବଂ ଜରୁରୀକାଳୀନ ସତର୍କତା ପାଇଁ ମହଜୁଦ ଥିବା ପ୍ରସ୍ତୁତି ପରଖିବା ଏବଂ ଅଧିକ ଉନ୍ନତ କରିବା ପାଇଁ ଏକ ପୂର୍ଣ୍ଣକାଳୀନ ଅନ୍-ସାଇଟ୍ ଜରୁରୀକାଳୀନ ମକ୍ ଡ୍ରିଲ୍ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କୋଇଲା ଏବଂ ବାଇ-ପ୍ରୋଡକ୍ଟ ପ୍ଲାଣ୍ଟର ‘ଟାର୍ ଷ୍ଟୋରେଜ୍’ ଅଞ୍ଚଳରେ ନିଆଁ ଲାଗିଲେ କିପରି ଉଦ୍ଧାର କରାଯିବ, ସେଥିପାଇଁ ଏକ ମିଳିତ ଅଭ୍ୟାସ କରାଯାଇଥିଲା। ଏହି ମକ୍ ଡ୍ରିଲ୍ ଯାଜପୁର ଜୋନ୍‌ର କାରଖାନା ଏବଂ ବଏଲର ସହକାରୀ ନିର୍ଦ୍ଦେଶକ ଗଣେଶ୍ୱର ମାର୍ଡିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଏବଂ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟ ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ଦାନଗଦୀର ଅଗ୍ନିଶମ କେନ୍ଦ୍ର ଅଧିକାରୀ ସୁରେଶ କୁମାର ଜେନାଙ୍କ ସମେତ ଆଭ୍ୟନ୍ତରୀଣ ସୁରକ୍ଷା ନେତୃତ୍ୱ ବୃନ୍ଦ ଅଂଶଗ୍ରହଣ କରିଥିଲେ। ଏହି ମକ୍ ଡ୍ରିଲର ମୁଖ୍ୟ ଉଦ୍ଦେଶ୍ୟ…

Read More

ଭୁବନେଶ୍ୱର ; ତା-୨୧/୦୩ ( ବିଏମସି ଟିଭି ଓଡ଼ିଆ) ଭାରତୀୟ ରେଳପଥ ସିଗନାଲ ସେବାର ୧୯୬୬ ବ୍ୟାଚର ବରିଷ୍ଠ ଅଧିକାରୀ ଡି. ସୁନୀଲ, ପୂର୍ବତଟ ରେଳପଥ ଅଧୀନରେ ଖୋର୍ଦ୍ଧା ରୋଡ୍ ମଣ୍ଡଳର ନୂତନ ଡିଆରଏମ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହି ଭୂମିକାରେ ତାଙ୍କର ପୂର୍ଣ୍ଣ ସମର୍ପଣ ଏବଂ ପ୍ରତିବଦ୍ଧତା ନିଜର ଦାୟିତ୍ୱ ନିର୍ବାହ କରିବେ କହିଛନ୍ତି । ସମଗ୍ର ମଣ୍ଡଳ ପକ୍ଷରୁ ସୁନିଲଙ୍କୁ ସୁସ୍ୱାଗତ ଜଣାଇବା ସହ ତାଙ୍କ ନେତୃତ୍ୱରେ ବିଭାଗ ଅଧିକ ସଫଳତା ଲାଭ କରିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ସୁନିଲ୍ ପୂର୍ବରୁ ଦକ୍ଷିଣ ରେଳପଥରେ ମୁଖ୍ୟ ସିଗ୍ନାଲ୍ ଏବଂ ଦୂରସଂଚାର ଇଞ୍ଜିନିୟର (ନିର୍ମାଣ) ଏବଂ ମୁଖ୍ୟ ସିଗ୍ନାଲ୍ ଇଞ୍ଜିନିୟର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରୁଥିଲେ । ସେ କୋଚି ମେଟ୍ରୋ ରେଳ ଲିମିଟେଡ୍‌ରେ ଜେନେରାଲ୍ ମ୍ୟାନେଜର ଭାବେ ପ୍ରତି ନିଯୁକ୍ତିରେ ମଧ୍ୟ ସଫଳତାର ସହ କାର୍ଯ୍ୟ କରିଥିଲେ । ଭାରତୀୟ…

Read More

ବ୍ରହ୍ମପୁର, ତା-୨୦/୦୩ ( ବିଏମସି ଟିଭି ଓଡ଼ିଆ) ନୂତନ ଭାବେ ଦାୟିତ୍ୱ ପାଇଥିବା ମହିଳା ଯୁବମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଅନୁଜା ନନ୍ଦ ବିଶ୍ୱାଳ ଙ୍କୁ ଭାରତୀୟ ଜନତା ପାର୍ଟି ତରଫରୁ ବହୁ ମହିଳା କାର୍ଯ୍ୟକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ମହିଳା ମୋର୍ଚ୍ଚା ସଂଘଠନ କୁ ସୁଦୃଢ କରିବା ଲାଗି ସେ ରାଜ୍ୟ ସଭାନେତ୍ରୀ ଡ଼ା ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଙ୍କ ପରାମର୍ଶ ଓ ସହଯୋଗ ନେଇ କାମ କରିବେ ବୋଲି ଅନୁଜା କହିଛନ୍ତି । ବର୍ତ୍ତମାନ ତାଙ୍କୁ ଏପରି ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ସେ ଖୁସି ଅନୁଭବ କରିବା ସହ ଏଥିଲାଗି ସେ ରାଜ୍ଯ ସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଂଘ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ଖଣି ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏବଂ ଜିଲ୍ଲା ସଭାପତି ସରୋଜ ସାବତ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଙ୍କୁ କୃତଜ୍ଞତା…

Read More

କଟକ ; ତା-୧୮/୦୩ ( ବିଏମସି ଟିଭି ଓଡ଼ିଆ) କଟକ ବଡ଼ ମେଡିକାଲ ନନ ଟ୍ରମା କାଜୁଆଲଟିରେ ପୁଣି ନିଆଁ । ସର୍ଟସର୍କିଟ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ରୋଗୀ । ନନ ଟ୍ରମା କାଜୁଆଲଟିରେ ଶହେରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ । ଧୂଆଁ ବାହାରିବା କାରଣରୁ ସ୍ମୋକ ଡିଟେକ୍ଟର ଅକ୍ଟିଭ ହୋଇ ଯାଇଥିଲା । ସଠିକ ସମୟରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏକ ପ୍ୟାନେଲ ବୋର୍ଡରେ ସର୍ଟସର୍କିଟ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରେ ରହିଛି । ରବିବାର ରାତିରେ SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଟ୍ରମା କେୟାର ICUରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ ବୋଲି ଜଣାପଡ଼ିଛି । ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି ଉପୁଜିଥିଲା । SCB ଆଗରେ…

Read More

ବେଲଗୁଣ୍ଠା ; ତା-୧୬/୦୩ ( ବିଏମସି ଟିଭି ଓଡ଼ିଆ) ସରକାରୀ ନିୟମକୁ ବେଖାତିର କରି ବେଲଗୁଣ୍ଠା ଅଞ୍ଚଳରେ ଚାଲିଛି ଗ୍ୟାସର ବେଆଇନ କାରବାର। ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସିଲିଣ୍ଡରକୁ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହାର କରାଯାଇ ବ୍ୟାପକ କଳାବଜାରୀ ଚାଲିଥିବା ବେଳେ, ଏଥିରେ ଗ୍ୟାସ ବିତରକ ଓ ବ୍ୟବସାୟୀଙ୍କ ମଧ୍ୟରେ ଥିବା ଅସାଧୁ ମେଣ୍ଟ ଏବେ ପଦାରେ ପଡ଼ିଛି। ଯାହାଫଳରେ ସରକାର ବିପୁଳ ପରିମାଣର ରାଜସ୍ୱ ହରାଉଥିବା ବେଳେ ସାଧାରଣ ଗ୍ରାହକ ଶୋଷଣର ଶିକାର ହେଉଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ର ସରଳ ଗ୍ରାହକମାନଙ୍କୁ ଏହି କଳାବଜାରୀର ମୋହରା ବନାଯାଉଛି। ଗ୍ରାହକଙ୍କ ଅଜାଣତରେ ତାଙ୍କ ନାମରେ ଗ୍ୟାସ ବୁକିଂ କରାଯାଉଛି। ସରକାରଙ୍କ ତରଫରୁ ମିଳୁଥିବା ୩୦୦ ଟଙ୍କାର ସବସିଡି ହିତାଧିକାରୀଙ୍କ ଆକାଉଣ୍ଟକୁ ଆସୁଥିବାରୁ ଗ୍ରାହକ ଜଣକ ଖୁସି ହୋଇ ଚୁପ୍ ରହୁଛନ୍ତି। ମାତ୍ର ବାସ୍ତବରେ ସେହି ସିଲିଣ୍ଡର ଗ୍ରାହକଙ୍କ ପାଖକୁ ନଯାଇ ବିତରକଙ୍କ ଜରିଆରେ ସିଧାସଳଖ ବ୍ୟବସାୟୀଙ୍କ…

Read More

ମାଲକାନଗିରି ; ତା-୧୫/୦୩ ( ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ଗ୍ରାମ ପଞ୍ଚାୟତର ଚଢେଇଗୁଡା ଗ୍ରାମରେ “ଆମ ପୋଲିସ ସମିତି” ଆନୁକୁଲ୍ୟ ରେ ଏକ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓର୍କେଲ ଥାନା ଅଧିକାରୀ ଧୀରେନ୍ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ,ରାସବେଡା ସରପଞ୍ଚ ପ୍ରମିଳା ଗୁଟ୍ଟା, କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ, ଲ୍ୟାମ୍ପ ସଭାପତି ଗୋପି ପାଙ୍ଗୀ , ନାଏବ ସରପଞ୍ଚ ଇଶ୍ୱର ମୁଦୁଲି,ୱ।ର୍ଡ ସଭ୍ୟା ବତୀ ଭୂମିଆ, ସମାଜସେବୀ ଘାସିରାମ ଗୁଟ୍ଟା, ଭଗବାନ ସାହୁ ଓ ହିମାଂଶୁ ଶେଖର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ କୃଷ୍ଣ ଚନ୍ଦ୍ର ହିଆଲ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ…

Read More

ଭୁବନେଶ୍ୱର ; ତା-୧୩/୦୩ ( ବିଏମସି ଟିଭି ଓଡ଼ିଆ) ରାଜଧାନୀରେ ମାତିଛନ୍ତି ଚାକିରି ଦେବା ଠକ। ବିଦେଶରେ ଚାକିରି ଦେବା ନାମରେ ଠକେଇ କରି ନେଉଛନ୍ତି ଟଙ୍କା । ଏଭଳି ଜଣେ ଠକାମୀ ଶିକାର ହେବା ଅଭିଯୋଗ ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦ୍ରଶେଖର ପୁର ଥାନା ପୋଲିସ। ବିଦେଶ ରେ ଚାକିରୀ ଦେବା ନାମରେ ଦେଢ଼ ଲକ୍ଷ୍ୟ ଟଙ୍କା ଠକିବା ସହିତ ନକଲି ଅଫର ଲେର୍ଟର ଦେଇଥିଲା ଅଭିଯୁକ୍ତ। ଅଭିଯୁକ୍ତ ବିଦେଶରେ ଚାକିରି ଦେବା ନାମରେ ଲୋକଙ୍କୁ ଠକୁଥିବା ଏକ ରାକେଟରେ ସମ୍ପୃକ୍ତ ଥିବା ଜଣାପଡିଛି । ଗତ ୦୩.୧୧.୨୦୨୫ ରାତିରେ ବାଣପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁର ଭଗବାନ ପ୍ରଧାନଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଅନୁସାରେ ଅଶୋକ କୁମାର ପରିଡା ଓ ତାଙ୍କ ସହଯୋଗୀ ରତିକାନ୍ତ ମିଶି ଅଭିଯୋଗକାରୀଙ୍କ ପୁଅ ବିଭୂତି ଭୂଷଣ ପ୍ରଧାନଙ୍କୁ ଅଷ୍ଟ୍ରେଲିଆରେ…

Read More