ସମ୍ବଲପୁର ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ) ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅଧୀନରେ ଆଜି ସମ୍ବଲପୁର ସ୍ଥିତ ଆଦିତ୍ୟ କଲ୍ୟାଣ ମଣ୍ଡପଠାରେ ଏକ ଭବ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚୟନ ହୋଇଥିବା ୨୨ ଯୋଡା ବରବଧୂ ନିଜର ବୈବାହିକ ଜୀବନ ଆରମ୍ଭ କରିଛନ୍ତି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ମାନ୍ୟବର ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ନବବିବାହିତ ଦମ୍ପତିଙ୍କୁ ଶୁଭାଶିଷ ପ୍ରଦାନ କରିଥିଲେ। ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ସରକାରଙ୍କ ଏହି ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସରକାରଙ୍କ ଏହି ଅନୁକମ୍ପାମୂଳକ ଯୋଜନା ସାଧାରଣ ଲୋକଙ୍କ ଜୀବନରେ ଖୁସି ଆଣିଦେବା ସହିତ ସମାଜରେ ଏକ ସକାରାତ୍ମକ ବାର୍ତ୍ତା ସୃଷ୍ଟି କରୁଛି। ୨୦୪୭ ମସିହାରେ ଏକ ବିକଶିତ ଭାରତ ଏବଂ…
Author: bmcnews
ରାୟଗଡା ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ) ସୁସ୍ଥ ଗ୍ରାମ ପଞ୍ଚାୟତ ଗଠନ ନିମନ୍ତେ ବ୍ଳକ ସ୍ତରୀୟ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବ୍ଳକ ସଦଭାବନା ଗୃହରେ ଆୟୋଜିତ ଏହି କର୍ମଶାଳାକୁ ବିଡିଓ ସୁଜିତ କୁମାର ମିଶ୍ର ଉଦଘାଟନ କରିଥିଲେ । ରାଜ୍ୟ ସ୍ତରୀୟ ସମ୍ବଳ ବ୍ୟକ୍ତିତ୍ୱ ଶ୍ରୀମତୀସଙ୍ଗୀତା ମଙ୍ଗରାଜ, ଜିପିଡିଓ ସ୍ମୃତିରେଖା ନାୟକ, ସମ୍ବଳ ବ୍ୟକ୍ତିତ୍ୱ ନୀଳାଞ୍ଚଳ ମିଶ୍ର ଓ ପେସା ସଂଯୋଜକ ଯୋଗେନ୍ଦ୍ର ନାୟକ ଏହି ତାଲିମ ପ୍ରଦାନ କରିଥିଲେ । ଏଥିରେ ମହିଳା ଓ ଶିଶୁ ବିକାଶ, ନିର୍ବାଚିତ ପ୍ରତିନିଧି, ଏମ ବି କେ, ସି ଆର ପି, ଆଶାକର୍ମୀ ଆଦି କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ । ସୁସ୍ଥ ଶରୀର ବିକାଶର ଚାବିକାଠି ଜନସାଧାରଣ ସମାଜରେ ନିଜ କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ସୁସ୍ଥ ରହିବା ଜରୁରୀ । ସୁସ୍ଥ ଶରୀର କାର୍ଯ୍ୟ ଦକ୍ଷତା ବଢ଼ାଏ , ସ୍ଵାସ୍ଥ୍ୟ ଦୁର୍ବଳ ହେଲେ କାର୍ଯ୍ୟ ଦକ୍ଷତା କମିବା ସହ କାର୍ଯ୍ୟଶୈଳୀ ଓ…
ଭୁବନେଶ୍ୱର ; ତା-୨୨/୦୪ ( ବିଏମସି ଟିଭି ଓଡ଼ିଆ) ଉପାନ୍ତରୁ ଉପକୂଳ ଜଳୁଛି । ତାତିରେ ଆଉଟୁ ପାଉଟୁ ସାରା ରାଜ୍ୟ । ଅସହ୍ୟ ଖରାକୁ ଗୁଳୁଗୁଳି କରୁଛି ଅସ୍ତବ୍ୟସ୍ତ । ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଲୋକେ ତ ଲୋକ , ପଶୁ ପକ୍ଷୀ ବି ଖରାରେ ଛଟପଟ । ଏପରି ସ୍ଥିତିରେ ରାଜ୍ୟରେ ସ୍କୁଲ ସବୁ ସକାଳୁଆ ଚାଲିଛି । ଆଗକୁ ବି ହିଟ୍ଓ୍ୱେଭ୍ ଆଲର୍ଟ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ତେବେ ଖରାକୁ ଦେଖି ଆଗୁଆ ସତର୍କ ହୋଇପଡ଼ିଛନ୍ତି ସରକାର । ଯାହା ଲାଗୁଛି ସରକାର ନେଇପାରନ୍ତି କିଛି ସତର୍କତା ମୂଳକ ପଦକ୍ଷେପ । ପିଲାଙ୍କ ସ୍ୱାସ୍ଥ୍ୟ ସରକାରଙ୍କ ପ୍ରଥମ ପ୍ରାଥମିକତା । ଏସବୁକୁ ଦୃଷ୍ଟିରେ ରଖି ସରକାର ଗ୍ରୀଷ୍ମ ଅବକାଶ ଆଗୁଆ କରିବାକୁ ଯୋଜନା ରଖିଛନ୍ତି । ପରୋକ୍ଷରେ ଏନେଇ ଇଙ୍ଗିତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।…
ଭୁବନେଶ୍ୱର ; ତା-୨୧/୦୪ ( ବିଏମସି ଟିଭି ଓଡ଼ିଆ ) ବରମପୁର, ପି.ଡବ୍ଲିଉ.ଡି. ଆଇବି ଠାରେ ସାମ୍ବାଦିକମାନଙ୍କ ସୁରକ୍ଷା ଆଇନ, ପେନସନ ସହିତ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପାଇବା ହକ୍କୁ ସୁନିଶ୍ଚିତ କରିବା ଦାବିରେ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡିଶା ଇଉନିଅନ ୱାର୍କିଙ୍ଗ ଜର୍ନାଲିଷ୍ଟସ୍ (ଓ.ଇଉ.ଡବ୍ଲିଉ.ଜେ.) ର ଅଧ୍ୟକ୍ଷ ପୀତବାସ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଭିନ୍ନ ଅଞ୍ଚଳରୁ ସାମ୍ବାଦିକମାନେ ଯୋଗଦେଇ ନିଜ ମତ ପ୍ରକାଶ କରିଥିଲେ। ବିଶେଷ କରି ପୁରୀ ଜିଲ୍ଲାରୁ ସର୍ବାଧିକ ୨୫ ଜଣରୁ ଅଧିକ ସାମ୍ବାଦିକ ଏହି ବୈଠକରେ ଯୋଗଦେଇଥିବା ଜଣାପଡ଼ିଛି। ସଭାରେ ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ, ବୃଦ୍ଧାବସ୍ଥାରେ ପେନସନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବୀମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ନେଇ ଜୋରଦାର ଆଲୋଚନା ହୋଇଥିଲା। ଏହି ସଙ୍ଘର ପୁରୀ ଜିଲ୍ଲା ସେକ୍ରେଟାରୀ ଜୟକୃଷ୍ଣ ଦାସଙ୍କ ସାଙ୍ଘଟନିକ ଦକ୍ଷତା ଓ ସକ୍ରିୟ ଭୂମିକାକୁ ସଭାରେ ବିଶେଷ ଭାବରେ…
ଅନୁଗୁଳ ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ) ଝାରସୁଗୁଡା ଜିଲ୍ଲାର ଲଇକେରା ବ୍ଲକ ଅଧୀନ ନୂଆଗାଁ ଗ୍ରାମରେ ଆଜି ଅକ୍ଷୟ ତୃତୀୟା ଅବସରରେ ସେୱା ଅନୁଷ୍ଠାନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ଆଜିମ ପ୍ରେମଜି ଫାଉଣ୍ଡେସନଙ୍କ ଆନୁକୂଳ୍ୟରେ ପରିଚାଳିତ ଆଗାମୀ ଚାଷୀପିଢ଼ିଙ୍କ ସଶକ୍ତିକରଣ ପ୍ରକଳ୍ପ (ENGF) ଅନ୍ତର୍ଗତ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ସେୱା ଅନୁଷ୍ଠାନର ସେକ୍ରେଟାରୀ ଶ୍ରୀ ସୁଶିଲ କୁମାର ଦାଶ, PMO ମିସ୍ ସୁଶ୍ରୀ ସଙ୍ଗୀତା ଦାଶ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ତୁଳାବତୀ ମିଞ୍ଜ ଓ ଶ୍ରୀମତୀ ସୀତା ନାଏକ ସହ ନୂଆଗାଁ ଗ୍ରାମର ଅନେକ ଚାଷୀ ଭାଇ ଓ ଭଉଣୀମାନେ ଯୋଗଦେଇଥିଲେ।ଏହି ଅବସରରେ ପାରମ୍ପରିକ ରୀତିରେ ମାଟି ମାଆଙ୍କୁ ପୂଜା କରାଯାଇ “ଅଖି ମୁଠି ଅନୁକୂଳ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ସବଟି ଧୁମଧାମରେ ପାଳନ କରାଯାଇଥିବା ବେଳେ ଚାଷୀମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଇଥିଲା।ଏହା ସହିତ ସେୱା ଅନୁଷ୍ଠାନର ମୂଳ ଲକ୍ଷ୍ୟ ବିଷମୁକ୍ତ ଚାଷ, ଋଣମୁକ୍ତ ଚାଷୀ ଓ…
ବାଲିମେଳା ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ତମସା ଶ୍ରୀକ୍ଷେତ୍ର ତଥା ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସୋମବାର ଠାରୁ ରୀତିନୀତି ଅନୁସାରେ ଆରମ୍ଭ ହୋଇଛି। ଏହି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗତକାଲି ରବିବାର ଏକ ବିଶାଳ କଳସ ଯାତ୍ରା ଆରମ୍ଭ ହୋଇଥିଲା।ବ୍ଲକର ଟେକଗୁଡା ନିକଟ ଗଙ୍ଗା ଝରରେ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ପବିତ୍ର ଜଳକୁ କଳସରେ ସଂଗ୍ରହ କରାଯାଇଥିଲା। ମହିଳା ମାନେ ୧୦୦୮ଟି କଳସକୁ ନେଇ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ପରେ ମନ୍ଦିରରେ କଳସ ସ୍ଥାପନ କରାଯାଇଥିଲା।ମନ୍ଦିରରେ ସୋମବାର ପ୍ରାତଃହରୁ ପୂଜକ ମାନଙ୍କ ଦ୍ୱାରା କଳସ ପୂଜା,ମଣ୍ଡପ ପୂଜା,ଅଗ୍ନି ସ୍ଥାପନ,ଆଳତି, ଭକ୍ତ ମାନଙ୍କ ଦ୍ୱାରା ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା।ସନ୍ଧ୍ୟାରେ ବିଗ୍ରହ ଧାନ୍ୟାଧିବାସ କରାଯାଇଥିଲା।ଏହି ଜଗନ୍ନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ କୋରୁକୋଣ୍ଡା ଅଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ମନ୍ଦିରରେ ଶହ ଶହ…
ରାୟଗଡା ;ତା-୨୦/୦୪(ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲାର କଲ୍ୟାଣସିଂ ପୁର ବ୍ଲକ ଅନ୍ତର୍ଗତ ନାରାୟଣ ପୁର କୃଷି ଫାର୍ମ ପରିସରରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏସ. କେ ଏହେସାନ କର୍ତ୍ତା ଭାବରେ ଉପସ୍ଥିତ ରହି ସମସ୍ତ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା ଓ ଵିଧିପୂର୍ବକ ପାଳିତ ହୋଇଥିଲା ।ଏହାପରେ ମାନ୍ୟବର ବିଧାୟକ ବିଷମ କଟକ ନିର୍ବାଚନ ଶ୍ରୀଯୁକ୍ତ ନୀଳ ମାଧବ ହିକକା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ଓ ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକା, ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ମିଶ୍ର, କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରର ଅଧ୍ୟକ୍ଷ ବନମାଳି କାଡ୍ରାକା ଙ୍କ ଉପସ୍ଥିତିରେ ଅଖିମୁଠି ଅନୁକୂଳ ପୂର୍ବକ ଜମିରେ ହଳ ଓ ବିହନ ବୁଣି ଏହି ଶୁଭ କାର୍ଯ୍ୟ ପରି ପାଳିତ ହୋଇଥିଲା। ଏହାପରେ ସଭାଗୃହରେ ତିନିଶହରୁ…
ବଲାଙ୍ଗୀର ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ) ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଜଗୁଆ ଗ୍ରାମ ପଞ୍ଚାୟତବାସୀ ପାନୀୟ ଜଳ ଯୋଗାଣ ଦାବି କରି ଟିଟିଲାଗଡ ରୁ ସିନ୍ଧେକେଲା ମୁଖ୍ୟ ସଡ଼କ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ପଞ୍ଚାୟତବାସି ପିଇବା ପାଣି ପାଇଁ ଅକଥନୀୟ ଦୁର୍ଦ୍ଦଶା ଦୀର୍ଘ ବର୍ଷ ଧରି ଭୋଗି ଆସୁଥିବା ବେଳେ ଏ ଦିଗରେ ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲ ମନୋଭାବ ଯୋଗୁଁ ସମସ୍ୟା ର ସମାଧାନ ହୋଇପାରୁନି ।ଏବେ ଗ୍ରୀଷ୍ମ ଋତୁ ରେ ସମସ୍ୟା ଦୁର୍ବିସହ ହୋଇପଡ଼ିଛି । ୪୫ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ସୃଷ୍ଟି କରିଥିବା ବେଳେ ଜଳ ଯୋଗାଣ ଯାହା କି ଲୋକ ଙ୍କ ମୌଳିକ ଅଧିକାର ସେଥିରୁ ବଞ୍ଚିତ ରଖା ଯାଇଛି । ଉତ୍କଟ ଖରା ରେ ଗରା,ବାଲ୍ଟି ନେଇ ସହ,ସହ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ଜାନ, ବାହାନ ଚଳା, ଚଳ ସମ୍ପୂର୍ଣ ଠପ୍ ହୋଇଯାଇଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଯଥାଶୀଘ୍ର…
ସମ୍ବଲପୁର/ବରପାଲି:ତା.୨୧/୦୪ (ବିଏମସିଟିଭି ଓଡିଆ) ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ ବରପାଲିର ପ୍ରସିଦ୍ଧ ତଥା ଐତିହାସିକ ୧୪୯ତମ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ‘ଥାଳଉଠା’ ନୀତି ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଶ୍ରୀ ଶ୍ରୀ କପିଳେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଆଜିଠାରୁ ସମଗ୍ର ସହରରେ ଏକ ଆଧ୍ୟାତ୍ମିକ ତଥା ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। ଧର୍ମୀୟ ରୀତିକାନ୍ତି ଅନୁଯାୟୀ ସୋମବାର ସକାଳୁ ବାବା କପିଳେଶ୍ୱର ମନ୍ଦିରରେ ରୁଦ୍ରାଭିଷେକ ସହ ବିଶ୍ୱଶାନ୍ତି ନିମନ୍ତେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ବିଧି ମୁତାବକ ସନ୍ଧ୍ୟା ସମୟରେ ବରପକ୍ଷ ଓ କନ୍ୟାପକ୍ଷ ତରଫରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ପରେ ମନ୍ଦିର ପ୍ରାଙ୍ଗଣରେ ‘ଥାଳଉଠା’ ନୀତି ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଥିଲା। ଶୀତଳଷଷ୍ଠୀ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ ଓ ସମ୍ପାଦକ ଜୟନ୍ତ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ…
ରାୟଗଡା ;ତା-୨୧/୦୪(ବିଏମସି ଟିଭି ଓଡ଼ିଆ) ଉତ୍କଳ ଆଲୁମିନା ପ୍ରକଳ୍ପ ବିପକ୍ଷରେ ଉଗ୍ର ବିରୋଧ ଓ ଜନ ଆନ୍ଦୋଳନ ତେଜିବାରେ ଲାଗିଛି। ବାଫଳା ମାଳି ପ୍ରଗତୀ ସଂଗଠନ ପକ୍ଷରୁ ରାୟଗଡା ଓ କଳାହାଣ୍ଡି ଉଭୟ ଦୁଇ ଜିଲ୍ଲାର କାଶୀପୁର ଓ ରାମପୁର ବ୍ଲକ ଅନ୍ତର୍ଗତ ବାଫଳା ମାଳି ଚତୁର୍ପାଶ୍ୱ ଗ୍ରାମାଞ୍ଚଳରେ ପାଖାପାଖି ଦୁଇ ଦଶନ୍ଧି ଧରି ହୋଇ ଆସିଥିବା ଉତ୍କଳ ଆଲୁମିନା ପ୍ରକଳ୍ପ ର ବିକାଶ ଚିତ୍ର କୁ ସତ୍ୟ ସନ୍ଦାନ କରି ସର୍ବସାଧାରଣ ରେ ଜିଲ୍ଲା ପ୍ରଶାସନ ଓ ଉତ୍କଳ ଆଲୁମିନା ପ୍ରକଳ୍ପ ର ନିଦ୍ରା ଭଙ୍ଗ କରିବାକୁ ଗ୍ରାମ ଗ୍ରାମ ବୁଲି ଲୋକଙ୍କୁ ପଚାରି ବୁଝୁ ଥିବା ଦେଖିବାକୁ ମିଳିଛି।ପ୍ରକାଶ ଥାଉକି । କାଶୀପୁର ବାଫଳା ମାଳି ପ୍ରଗତୀ ସଂଗଠନ ପକ୍ଷରୁ ଖଣି ପ୍ରଭାବିତ ଅଞ୍ଚଳବାସୀ ଙ୍କ ରୋଜଗାର ଓ ଆର୍ଥିକ ବିକାଶ,ପରିବେଷ ର ପୁନଃରୁଦ୍ଧାର ଓ ରକ୍ଷଣା ବେକ୍ଷଣ ଏବଂ କୃଷି ଓ ଉନ୍ନୟନ ମୂଳକ ଭଳି ୧୫…
ସମ୍ବଲପୁର ; ତା.୧୯/୦୪ (ବିଏମସି ଟିଭି ଓଡିଆ) ଡ.ଭୀମରାଓ ଆମ୍ବେଦକର ବାସ୍ତବରେ ମାନବୀୟ ସମ୍ବେଦନା, ସମାନତା ଏବଂ ସାମାଜିକ ନ୍ୟାୟର ପ୍ରତୀକ ଥିଲେ। ତାଂକ ଜୀବନ ଏବଂ ବିଚାର ବିଶେଷ ଭାବରେ ମହିଳା, ଦଳିତ ଏବଂ ଶୋଷିତ ବର୍ଗର ଲୋକଂକ ପାଇଁ ସମର୍ପିତ ଥିଲା। ତେଣୁ ତାଂକ ବିଚାରଧାରାରେ ଉଦ୍ବୁଦ୍ଧ ହୋଇ ଆମେ ପ୍ରତ୍ୟେକ ନାଗରିକଂକ ପ୍ରତି ମାନବୀୟ ସମ୍ବେଦନା ପ୍ରଦର୍ଶନ କରିବା ତାଂକ ପାଇଁ ପ୍ରକୃତ ଶ୍ରଦ୍ଧାଂଜଳି ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଡ. ବିଆର ଆମ୍ବେଦକର ସୋସିଆଲ ୱେଲଫେଆର ଫେଡେରେସନ, ମାତା ସାବିତ୍ରୀ ବାଇ ଫୁଲେ ମହିଳା ସଂଘ, ଅଲ୍ ଓଡ଼ିଶା ଆଦିବାସୀ ସାଂସ୍କୃତିକ ସଂଘ ଏବଂ ୱେସ୍କୋ ୟୁଟିଲିଟି ଏସ୍ସି ଏସ୍ଟି ଏମ୍ପ୍ଲଇଜ୍ ୱେଲଫେଆର ଏସୋସିଏସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଭାରତର ସମ୍ବିଧାନର ମୁଖ୍ଯ ସ୍ଥପତି ଡ. ଆମ୍ବେଦକରଂକର ୧୩୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଫେଡରେସନର ସଭାପତି ଇଂ ଦ୍ବିତୀୟା ଗର୍ଡିଆଂକ ସଭାପତିତ୍ୱରେ…
ବୋଲଗଡ଼ ; ତା-୨୦/୦୪ ( ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ବ୍ଳକ ଅନ୍ତର୍ଗତ ପିଚୁକୁଳି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ୧୦ମ ଶ୍ରେଣୀ ସି.ବି.ଏସ.ସି. ପରୀକ୍ଷା୨୦୨୬ରେ ଶତକଡା ୯୦ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା ୨୩ଜଣ ଛାତ୍ରଛାତ୍ରୀଙ୍କୁ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସୋମବାର ଦିନ ଉକ୍ତ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଅଧ୍ୟକ୍ଷ ତାପସ ଦ୍ୱିବେଦୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥି, ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ପଦ୍ମଚରଣ ବେହେରା , ନୟାଗଡ଼ ଜିଲ୍ଲା ଗଣିଆ ସ୍ଥିତ ଅଧିକାର ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ଇଂଜିନିୟର କର୍ପୂର ସାହୁ , ସାଗରଗୁଆ଼଼ନ୍ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ବେହେରା , ସ୍ଥାନୀୟ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ପ୍ରମୁଖ …
