Author: bmcnews

ଭୁବନେଶ୍ବର ; ତା-୧୩/୦୩ ( ବିଏମସି ଟିଭି ଓଡ଼ିଆ) ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଅଗ୍ନିଶମ ଓ ଜରୁରୀକାଳୀନ ସେବା, ହୋମଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ମହିଳାମାନେ ମଧ୍ୟ ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ବୋଲି ନିଷ୍ପତ୍ତି ହୋଇଛି । ବିଭିନ୍ନ ପ୍ରକାର ଦୁର୍ଘଟଣାରୁ ଧନ ଓ ଜୀବନକୁ ସୁରକ୍ଷା ଦେବା ସହିତ ପ୍ରତିବର୍ଷ ପାଣିରେ ବୁଡ଼ି ଘଟୁଥିବା ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ପାଇଁ ଅଗ୍ନିଶମ ବିଭାଗକୁ ଆହୁରି ଦକ୍ଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ୩୪୬ଟି ଦମକଳ କେନ୍ଦ୍ର ମାଧ୍ୟମରେ ଅବିଳମ୍ବେ ସେବା ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି । ଅଗ୍ନିଶମ ସେବାକୁ ଅଧିକ ସକ୍ରିୟ,…

Read More

ରଣପୁର ; ତା-୧୦/୦୩ ( ବିଏମସି ଟିଭି ଓଡ଼ିଆ) ନୟାଗଡ଼ ଜିଲ୍ଲାର ଐତିହ୍ୟବାହୀ ରଣପୁର ସହରରେ ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଧୁମଧାମ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି । ଏହି ପାରମ୍ପରିକ ଉତ୍ସବ ଅବସରରେ ରଣପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ମା’ ଭୁବନେଶ୍ୱରୀ ଓ ତଳ ମଣିନାଗ ପୀଠରେ ପ୍ରଥମେ ମାର୍ଜଣା ନୀତି ସମ୍ପନ୍ନ କରାଯାଇଥିଲା । ପରେ ରଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଉପର ମଣିନାଗଙ୍କ ପୀଠରେ ମାର୍ଜଣା ନୀତି ସାରିବା ପରେ ସେଠାରୁ ଆଜ୍ଞାମାଳ ଆଣାଯାଇ ଯାତ୍ରାର ଆରମ୍ଭ ହୋଇଥିଲା । ପ୍ରତିବର୍ଷର ପରମ୍ପରା ଅନୁଯାୟୀ ଚଳିତ ବର୍ଷ ମଧ୍ୟ ରାତି ପ୍ରାୟ ୧୧ଟା ସମୟରେ ରଣପୁରର ପଞ୍ଚୁ ମହାଦେବ-ଶ୍ରୀ ସ୍ଵପ୍ନେଶ୍ୱର, ଶ୍ରୀ ଚଣ୍ଡେଶ୍ୱର, ଶ୍ରୀ ବାଲୁଙ୍କେଶ୍ୱର, ଶ୍ରୀ ଦଣ୍ଡା ବାଲୁଙ୍କେଶ୍ୱର ଓ ଶ୍ରୀ ହରିହରେଶ୍ୱରଙ୍କ ସହ ଅନ୍ୟାନ୍ୟ ଠାକୁରମାନେ ସ୍ଵପ୍ନେଶ୍ୱର ମନ୍ଦିରର ବିଭା ମଣ୍ଡପରେ ଏକତ୍ରିତ ହୋଇଥିଲେ । ପରେ ମା’ ମଣିନାଗ…

Read More

ବ୍ରହ୍ମପୁର ; ତା-୦୯/୦୩ ( ବିଏମସି ଟିଭି ଓଡ଼ିଆ) କିଟ କିସ କଳିଙ୍ଗ ଟିଭିର ପ୍ରତିଷ୍ଠାତା ତଥା କଳା ସଂସ୍କୃତି ପ୍ରେମୀ ବିଶିଷ୍ଟ ସମାଜ ସେବୀ ଡ଼ଃ ଅଚ୍ୟୁତ ସାମନ୍ତ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି କହିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ । କଳା ସଂସ୍କୃତି ଓ ପରମ୍ପରାର ପୀଠ ରୂପେ ଖ୍ୟାତି ଅର୍ଜନ କରିଥିବା ରେଶମ ସହର ବ୍ରହ୍ମପୁରରେ କଳିଙ୍ଗ ମହୋତ୍ସବ ର ଉଦଯାପନୀ ରଜନୀ ରେ ଅତିଥି ରୂପେ ଯୋଗ ଦେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପୂର୍ବତନ ବିଧାୟକ ଡ଼ଃ ରମେଶ ଚନ୍ଦ୍ର ଚାଉ ପଟନାୟକ ମହୋତ୍ସବ ଆୟୋଜନ ର ଭୂୟସୀ ପ୍ରଶଂସା କରିବା ସହ ଏସବୁ କରିବା ପାଇଁ ପ୍ରେରଣା ଦେଉଥିବା ଅଚ୍ୟୁତ ସାର ଙ୍କ ମଧ୍ୟ ପ୍ରଶଂସା କରିଥିଲେ । ସହରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ଅଭିଷେକ…

Read More

ମାଲକାନଗିରି/ବାଲିମେଳା ; ତା-୦୭/୦୩ ( ବିଏମସି ଟିଭି ଓଡ଼ିଆ) ଗତ ଫେବୃଆରୀ ମାସର ତା-୨୭/୦୨/୨୦୨୬ରିଖ ଦିନ ବାଲିମେଳା ସ୍ଥିତ ମିଳନ ମିସ୍ତ୍ରୀଙ୍କ ସ୍ତ୍ରୀ ନିଖୋଜ ଥିବା ଏକ ଲିଖିତ ଘଟଣା ଓର୍କେଲ ଥାନା ରେ ରୁଜୁ ହୋଇଥିଲା । ଗଲାକାଲି ଅଖିଳ ଭାରତ ହିନ୍ଦୁ ମହାସଭାର ମାଲକାନଗିରି ଜ଼ିଲ୍ଲା ସଭାପତି ପଦିଆ ପଡ଼ିଆମି ଓର୍କେଲ ଥାନାରୁ ଘଟଣାଟିକୁ ତଦନ୍ତ କରି ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ସେ ମୋବାଇଲ ଟ୍ରାକିଙ୍ଗ ରୁ ଜାଣିବାକୁ ପାଇଲେ ଯେ ମହିଳା ଙ୍କ ମୋବାଇଲ ମଧ୍ୟ ପ୍ରଦେଶ ସ୍ଥିତ ବେତୁଲ ଜ଼ିଲ୍ଲାରେ ଦେଖାଉଛି । ଏହା ପରେ ପଦିଆ ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ସାଙ୍ଗଠନ ମନ୍ତ୍ରୀ ଡ଼.ବିଶ୍ୱଜିତ ମୁଦୁଲି ଙ୍କୁ ଅବଗତ କରାଇଥିଲେ । ଏହି ଖବରଟି ଡ଼.ବିଶ୍ୱଜିତ ଜାଣିବା ପରେ ତୁରନ୍ତ ମିଳନ ମିସ୍ତ୍ରୀ ଯିଏ କି ଲାଲୀ ମିସ୍ତ୍ରୀଙ୍କ ସ୍ୱାମୀ ତାଙ୍କ ସହ ଆଲୋଚନା କରି…

Read More

ନୂଆଦିଲ୍ଲୀ ; ତା-୦୬/୦୩ ( ବିଏମସି ଟିଭି ଓଡ଼ିଆ) ସପ୍ତମ ଦିନରେ ଯୁଦ୍ଧ । ହେଲେ ମୁଣ୍ଡ ନଇଁବାର ନାଁ ଧରୁନି ଇରାନ୍ । ଆମେରିକା ଓ ଇସ୍ରାଏଲ ବି ନଛୋଡ଼ବନ୍ଦା । ମହାଶକ୍ତି ଆମେରିକା ତୁଳନାରେ ଇରାନର ଶକ୍ତି ସୀମିତ ଏବଂ ଅସ୍ତ୍ରଭଣ୍ଡାର ବି ଦୁର୍ବଳ । ତଥାପି ନିଜ ବୁଦ୍ଧି ବଳରେ ଲଢ଼େଇ ଜାରି ରଖିବାକୁ ଚାହୁଁଛି ଇରାନ୍ । ଆମେରିକାର ମୁଣ୍ଡବିନ୍ଧା ସାଜିଲାଣି ଶସ୍ତା ଡ୍ରୋନ୍ । ଏପଟେ ରୁଷଠୁ ତେଲ କିଣାକୁ ନେଇ ପୁଣି ଆମେରିକା ଭାରତ ଉପରେ ବଡ଼ଭାଇପଣିଆ ଦେଖାଇବାକୁ ଚେଷ୍ଟା କରିଛି ।ଏ ହେଉଛି ଇରାନୀ ଆତ୍ମଘାତୀ ଡ୍ରୋନ୍ ‘ଶାହେଦ୍’। ଗୋଟିଏ ଡ୍ରୋନ୍ ପାଇଁ ଖର୍ଚ୍ଚ ହୁଏ ମାତ୍ର ୨୦ ହଜାରରୁ ୫୦ ହଜାର ଡଲାର୍ । ଏଭଳି ବିସ୍ଫୋରକ ଡ୍ରୋନକୁ ଏକାଥରେ ଶହ ଶହ ସଂଖ୍ୟାରେ ଦାଗୀ ଦେଉଛି ଇରାନ୍ । ଅନ୍ୟପକ୍ଷରେ ୨୦ ହଜାର ଡଲାର୍‌ର ଡ୍ରୋନ୍ ନଷ୍ଟ କରିବାକୁ…

Read More

ମୁମ୍ବାଇ ; ତା-୦୫/୦୩ ( ବିଏମସି ଟିଭି ଓଡ଼ିଆ) ଆଇସିସି ଟି-୨୦ ବିଶ୍ୱକପରେ ୨୦୨୬ ଫାଇନାଲ ମ୍ୟାଚରେ ପ୍ରବେଶ କଲା ଭାରତୀୟ କ୍ରିକେଟ ଦଳ। ଇଂଲଣ୍ଡକୁ ୭ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଦଳ। ଦଳ ଆଗାମୀ ୮ତାରିଖରେ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଆଜି ମୁମ୍ବଇ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଆଜିର ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ରନରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି। ମ୍ୟାଚ ଆରମ୍ଭରୁ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି କରିଥିଲା। ପ୍ରଥମ ଇନିଂସରେ ଭାରତ ବ୍ୟାଟିଂ କରି ସମସ୍ତ ବଲ ଖେଳି ୭ଓ୍ବିକେଟ ହରାଇ ୨୫୩ ରନ ସଂଗ୍ରହ କରିଥିଲା। ପୂର୍ବ ମ୍ୟାଚ ଭଳି ଏ ମ୍ୟାଚରେ ମଧ୍ୟ ସଞ୍ଜୁ ସାମସନ ୭ଟି ଛକା ଓ ୮ଟି ଚୌକା ସହ ସର୍ବାଧିକ ୮୯ରନ ସଂଗ୍ରହ କରିଛନ୍ତି। ସେହିଭଳି ଶିବମ ଦୁବେ ମଧ୍ୟ…

Read More

ବୋଲଗଡ ; ତା-୨୮/୦୨ (ବିଏମସି ଟିଭି ଓଡ଼ିଆ) ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ପିଚୁକୁଳି ଠାରେ ବୋଲଗଡ ବ୍ଲକ ଅଞ୍ଚଳର ଉଚ୍ଚ କୋଟିର ଇଂରାଜୀ ଶିକ୍ଷା ବିକାଶ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଆଦର୍ଶ ବିଦ୍ୟାଳୟ ଖୋଲାଯାଇଅଛି । ଏହି ଆଦର୍ଶ ବିଦ୍ୟାଳୟରେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଗରିବ,ଅସହାୟ ତଥା ସମସ୍ତ ବର୍ଗର ଲୁକାୟିତ ମେଧାବୀ ଛାତ୍ର ଛାତ୍ରୀମାନେ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ଦେଇ ଉତୀର୍ଣ୍ଣ ହୋଇ ମାଗଣା ଶିକ୍ଷା ପାଇବା ପାଇଁ ସୁବ୍ୟବସ୍ଥା ରହିଅଛି। ଏଥି ମଧ୍ୟରେ ମାଗଣା କମ୍ପୁଟର ଶିକ୍ଷା,ବିଜ୍ଞାନ ଲ୍ୟାବ,ଚିତ୍ରକଳା,ନୃତ୍ୟକଳା ସହିତ ମାଗଣା କୋଚିଂ ଆଦି ବ୍ୟବସ୍ଥା ଥିବାବେଳେ ଅଭିଜ୍ଞ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ଉଚ୍ଚ କୋଟିର ଶିକ୍ଷା ଦିଆଯାଇଥାଏ । ବୋଲଗଡ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ପାଇଁ ଚଳିତ ବର୍ଷ ୫୫୭ ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେଇଅଛନ୍ତି। ଏହି ପ୍ରବେଶିକା ଆଦର୍ଶ ବିଦ୍ୟାଳୟର ପରୀକ୍ଷାର ଫଳାଫଳ ଗତ ଫେବୃଆରୀ…

Read More

ମୁନିଗା (Moringa) ବା ସଜନା ଶାଗ ଏବଂ ଏହାର ଛୁଇଁ ଆମ ସ୍ୱାସ୍ଥ୍ୟ ପାଇଁ ଏକ ପ୍ରକାର “ସୁପରଫୁଡ୍”। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ।ନିମ୍ନରେ ସଜନା ବା ମୁନିଗାର ମୁଖ୍ୟ ସ୍ୱାସ୍ଥ୍ୟ ଉପକାରିତା ବିଷୟରେ👉👉୧. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିସଜନା ଶାଗରେ ଭିଟାମିନ୍ C ଭରପୂର ମାତ୍ରାରେ ଥାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଏହା ସାଧାରଣ ଥଣ୍ଡା, ଜ୍ୱର ଏବଂ ସଂକ୍ରମଣରୁ ଶରୀରକୁ ରକ୍ଷା କରେ।୨. ହାଡ଼ ଶକ୍ତ କରିବାରେ ସହାୟକଏଥିରେ କ୍ୟାଲସିୟମ ଏବଂ ଫସଫରସ୍ ପ୍ରଚୁର ପରିମାଣରେ ଥାଏ। ଏହା ଶିଶୁ ଏବଂ ବୟସ୍କଙ୍କ ହାଡ଼କୁ ମଜବୁତ କରିବାରେ ଏବଂ ଆଣ୍ଠୁଗଣ୍ଠି ବିନ୍ଧାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ।୩. ରକ୍ତହୀନତା ଦୂର କରେଯେଉଁମାନଙ୍କର ରକ୍ତହୀନତା ବା ଆନିମିଆ ସମସ୍ୟା ଅଛି, ସେମାନଙ୍କ ପାଇଁ ମୁନିଗା ବହୁତ ଲାଭଦାୟକ। ଏଥିରେ ପାଳଙ୍ଗ ଶାଗ ଅପେକ୍ଷା ଅଧିକ ଆଇରନ୍ (Iron) ଥାଏ, ଯାହା…

Read More

ଭୁବନେଶ୍ୱର ; ତା-୨୮/୦୨ ( ବିଏମସି ଟିଭି ଓଡ଼ିଆ) ପମି ପୁନିଆ ର ଓଡ଼ିଆ ଲୋକ ଗୀତ ଢଗ ଢମାଳି ରେ ଦର୍ଶକ ବିମୋହିତ । ଭୁବନେଶ୍ୱର ଜୟଦେବ ଭବନ ଠାରେ ଆଜି ଓଡିଶା ସିନେ ୱାର୍କର୍ସ ଆଶ୍ସୋସିଏସନ ଓ ଅଲ ଇଣ୍ଡିଆନ ସିନେ ୱାର୍କର୍ସ ଆଶ୍ସୋସିଏସନ ର ଦ୍ୱାଦଶ ଚଳଚ୍ଚିତ୍ର ପୁରସ୍କାର ଓ କବି କଳାକାର ମହାକୁମ୍ଭ ମହାଡମ୍ବରରେ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡିଶା ସାହିତ୍ୟ ଏକାଡେମୀ ର ମିଳିତ ସହଯୋଗ ରେ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ତଥା ବରିଷ୍ଠ ସିନେ କଳାକାର ଅଶ୍ରୁ୍ମୋଚନ ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ମାନନୀୟା ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଆନୁଷ୍ଠାନିକଭାବେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ୟୋଳନ କରି ସଭାକୁ ଶୁଭ ଉଦଘାଟନ କରିଥିଲେ। ଅନୁଷ୍ଠାନର ବାର୍ଷିକ ପତ୍ରିକା ସିନେ ସମାଚାର କୁ ବାଚସ୍ପତି…

Read More

ନୂଆଦିଲ୍ଲୀ ; ତା-୨୮/୦୨ ( ବିଏମସି ଟିଭି ଓଡ଼ିଆ) ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଶନିବାର ଇସ୍ରାଏଲ ଏବଂ ଇରାନରେ ତାଙ୍କ ପ୍ରତିପକ୍ଷଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଉତ୍ତେଜନା ହ୍ରାସ କରିବା ପାଇଁ ଭାରତର ମନୋଭାବ ଦୋହରାଇଥିବା ସୂଚନା।ସୂଚନା ଅନୁସାରେ ଆଜି ଅପରାହ୍ନରେ ଇସ୍ରାଏଲୀ ବିଦେଶ ମନ୍ତ୍ରୀ ଗିଦିୟୋନ ସା’ରଙ୍କ ସହ କଥାବାର୍ତ୍ତା କରିଛନ୍ତି ଜୟଶଙ୍କର। ଉତ୍ତେଜନା ହ୍ରାସ କରିବା ପାଇଁ ଭାରତର ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନକୁ ଦୋହରାଇଥିବା ଜୟଶଙ୍କର ସାମାଜିକ ଗଣାମଧ୍ୟମ ଏକ୍ସରେ ପୋଷ୍ଟ କରିଛନ୍ତି। ଏକ୍ସ ପୋଷ୍ଟରେ, ସେ କହିଛନ୍ତି ଯେ ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚିଙ୍କ ସହ ଫୋନରେ କଥା ସମୟରେ, ସେ ସାମ୍ପ୍ରତିକ ଘଟଣାବଳୀ ପ୍ରତି ଭାରତର ଗଭୀର ଚିନ୍ତା ବାଣ୍ଟିଥିଲେ। ବିଏମସି ନ୍ୟୁଜ୍ ଓଡ଼ିଶା ।

Read More

ନୂଆଦିଲ୍ଲୀ ; ତା-୨୩/୦୨ ( ବିଏମସି ଟିଭି ଓଡ଼ିଆ) ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ପରାଜୟ ବରଣ କରିଛି। ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଭାରତକୁ ୭୬ ରନରେ ପରାସ୍ତ କରିଛି। ଏବେ, ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ଏହାର ବାକି ଦୁଇଟି ମ୍ୟାଚ ଜିତିବାକୁ ପଡିବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ପରେ, ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରେ କିଛି ପରିବର୍ତ୍ତନ ହୋଇପାରେ। ଭାରତର ପରବର୍ତ୍ତୀ ମ୍ୟାଚ ଜିମ୍ବାୱେ ବିପକ୍ଷରେ ହେବ। ଏହି ମ୍ୟାଚ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଜିମ୍ବାୱେ ଏକ ଛୋଟ ଦଳ ହୋଇଥିଲେ ମଧ୍ୟ ସେମାନେ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ଭଳି ପ୍ରମୁଖ ଦଳକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଛନ୍ତି। ତେଣୁ, ଭାରତୀୟ ଦଳ ଜିମ୍ବାୱେକୁ ହାଲୁକା ଭାବରେ ନେବାକୁ ଚାହିଁବ ନାହିଁ।ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମର ପିଚ ସ୍ପିନରଙ୍କ…

Read More

ବୋଲଗଡ: ତା -୨୧/୦୨(ବିଏମସି ଟିଭି ଓଡ଼ିଆ) ଶନିବାର ଦିନ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଇଂରାଜୀ ପରୀକ୍ଷା ଚାଲୁଥିବା ବେଳେ ଅତିରିକ୍ତଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଡ.ପ୍ରଜ୍ଞା ପାରମିତା ଜେନା, ଖୋର୍ଦ୍ଧା ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ବୀଣାପାଣି ପାଢ଼ୀ ସ୍କ୍ୱାର୍ଡ ରେ ,ଇଂରାଜୀ ପ୍ରଶିକ୍ଷକ ଓ ମାଟ୍ରିକ ପରୀକ୍ଷା କମିଟିର ସଭ୍ୟ ଗଦାଧର ବେହୁରା ଏବଂ ସାହିତ୍ୟ ପ୍ରଶିକ୍ଷକ ନଳିନୀ କାନ୍ତ ପଣ୍ଡା ୧୧ନଂ ଫ୍ଲାଇଙ୍ଗ ସ୍କ୍ୱାର୍ଡରେ ଆସି ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ ଗେଡିଆପଲ୍ଲି ସରକାରୀ ଉଚ୍ଚ ବିଦ୍ୟାଳୟ, ଆରିକମା ସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ , ବାଙ୍କୋଇ ସରକାରୀ ଉଚ୍ଚ ବିଦ୍ୟାଳୟ, ବୋଲଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ,ନୋଡାଲ କେନ୍ଦ୍ରର ଷ୍ଟ୍ରଙ୍ଗ ରୁମ ଦେଖିଥିଲେ । ଉପରୋକ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ମାର୍ଗଦର୍ଶିକା ଅନୁସାରେ ଶୃଙ୍ଖଳା ଧାରାରେ ପରୀକ୍ଷା ଚାଲିଛି,ଫାଟକ ନିକଟରେ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷାର୍ଥୀ ମାନଙ୍କୁ ତଦାରଖ…

Read More