ଢେଙ୍କାନାଳ ;ତା-୨୯/୦୮(ବିଏମସି ଟିଭି ଓଡ଼ିଆ) ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଘଞ୍ଚ ଜଙ୍ଗଲ ମଧ୍ୟରେ ଏକ ସୁନ୍ଦର ଜଳପ୍ରପାତ ସ୍ଥାନୀୟ ଲୋକ ମାନଙ୍କ ନାମରେ ବାବାଜୀ କୁଣ୍ଡ ବୋଲି ପରିଚିତ।କିଏ କିଏ ଜାଙ୍ଗକୁଣ୍ଡ ବୋଲି କୁହନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୂର ଘଞ୍ଚ ସବୁଜ ବନାନୀ ମଧ୍ୟରେ କୁଳୁକୁଳୁ ନାଦରେ ବହିଯାଉଛି ଝରଣା ଟିଏ।ଯାହାର ଦୃଶ୍ଯ ଅତି ମନୋରମ।ତାକୁ ଦେଖିବାକୁ ଛୁଟୁଛି ଆଖପାଖ ଓ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କ ସୁଅ।କୌଣସି ପ୍ରକାରର ସୁବିଧା ନଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ରାସୋଳ ଗ୍ରାମ ର ତେଲିଭୂଇଁ ବଜାରଠାରୁ ମାତ୍ର ୧୭ କିଲୋମିଟର ରାସ୍ତା ଅବା ଗଣ୍ଡାନାଳୀ ରୁ ଖଲିଵୋରେଇ ଦେଇ ପ୍ରାୟ ୧୫ କିମି ଏବଂ ପ୍ରସିଦ୍ଧ ସାପୁଆ ଡ୍ୟାମ୍ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଅବସ୍ଥିତ ଏହି ବାବାଜୀ କୁଣ୍ଡ। ଏହି ବାବାଜୀ କୁଣ୍ଡ ହିନ୍ଦୋଳ ବ୍ଳକ୍ ଦଣ୍ଡିରୀ ପଞ୍ଚାୟତ ଗୁରୁଜାଙ୍ଗ ଗ୍ରାମର କୁଣ୍ଡ ପାହାଡ଼ରେ ଅବସ୍ଥିତ।ପାହାଡ଼ ତଳୁ ଅର୍ଥାତ୍…
Author: bmcnews
ଢେଙ୍କାନାଳ ;ତା-୨୯/୦୮(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ଜିଲ୍ଲା ବ୍ୟାଡମିଣ୍ଟନ୍ ଆସୋସିଏସନ୍ ପକ୍ଷରୁ ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଧୀନରେ ଆୟୋଜିତ ଢେଙ୍କାନାଳ ଜିଲ୍ଲାସ୍ତରୀୟ ତୃତୀୟ ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପ୍ ସଫଳତାର ସହ ଉଦ୍ଯାପିତ ହୋଇଛି। ଗତ ୨୯ ଅଗଷ୍ଟ ୨୦୨୪ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ଯୁବ ଖେଳାଳି ଯୋଗଦେଇ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ବୟସ ବର୍ଗରେ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଖେଳାଳିଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଉଦ୍ଯାପନୀ ସମାରୋହରେ ଡ. ଶାନ୍ତି ଭୂଷଣ ପଣ୍ଡା ଯୋଗଦେଇ ଖେଳାଳିମାନଙ୍କୁ ବ୍ୟାଡମିଣ୍ଟନ୍ର ବିଭିନ୍ନ କୌଶଳ ଓ ଖେଳ ସମ୍ପର୍କିତ ଟିପ୍ସ ପ୍ରଦାନ କରିଥିଲେ। ନିୟମିତ ଅଭ୍ୟାସ, ଫିଟନେସ୍, ଏକାଗ୍ରତା ଓ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେବା ସହ ଜୟ-ପରାଜୟକୁ ସମାନ ଭାବେ ଗ୍ରହଣ କରି କ୍ରୀଡ଼ାସୁଲଭ ମନୋଭାବ ବଜାୟ ରଖିବାକୁ ସେ ପରାମର୍ଶ ଦେଇଥିଲେ।ଆସୋସିଏସନ୍ର ମାର୍ଗଦର୍ଶନରେ ପ୍ରତିଯୋଗିତାଟି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। ଆୟୋଜକଙ୍କ ପକ୍ଷରୁ…
ଢେଙ୍କାନାଳ ;ତା-୩୦/୦୮(ବିଏମସି ଟିଭି ଓଡ଼ିଆ ) ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନର ଉଦାସୀନ ମନୋଭାବ ତଥା ନେତା ମନ୍ତ୍ରୀ ଙ୍କର ବୈମାତୃକ ମନୋଭାବ ପାଇଁ ରାସୋଳ ସଭାଗୃହ ର ହୋଇ ପାରୁନି ରକ୍ଷଣାବେକ୍ଷଣ। ସଭାଗୃହ ପାଲଟିଛି ଭୁତ ଙ୍କ ବଙ୍ଗଳା। ଜନସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ରାସୋଳ ସଭାଗୃହର ଦୃଶ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ତଥା ଉଦବେଗ ଜନକ। ପୂର୍ବତନ ସାଂସଦ ଶ୍ରୀଯୁକ୍ତ ତଥାଗତ ଶତପଥୀ ଙ୍କ ସାଂସଦ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ ରେ ୨୦୦୮ ମସିହାରେ ରେ ନିର୍ମିତ ହୋଇ ଥିବା ସଭାଗୃହ ର ଅବସ୍ଥା ଦେଖିଲେ ଗ୍ରାମୀଣ ବିକାଶ ଦିଗରେ ସରକାର କେତେ ଯେ ଯତ୍ନବାନ ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼େ। ତେବେ ଆଞ୍ଚଳିକ ସ୍ତରରେ ବିଭିନ୍ନ ସାମାଜିକ କର୍ମ ଯଥା ବିବାହ, ବ୍ରତଘର, ସଭା, ଆଲୋଚନା, ରକ୍ତ ଦାନ ଶିବିର,ଚକ୍ଷୁ ଶିବିର ଭଳି ଅନେକ କାର୍ଯ୍ୟ ପାଇଁ ହୋଇଥିବା ଏହି ସଭାଗୃହ ଜନସାଧାରଣ…
ବେଲଗୁଣ୍ଠା ;ତା-୨୭/୦୮(ବିଏମସି ଟିଭି ଓଡ଼ିଆ) ଦୀର୍ଘ ଏକ ମାସ ଧରି ପେଟରେ ଲୁହା କଣ୍ଟା ରହି ଯନ୍ତ୍ରଣା ଭୋଗୁଥିବା ତିନି ବର୍ଷୀୟ ଶିଶୁ ଆକାଶ ଜେନାଙ୍କ ପେଟରୁ ଶେଷରେ ବିନା ଅସ୍ତ୍ରୋପଚାରରେ କଣ୍ଟାଟି ବାହାର କରାଯାଇଛି। ଭୁବନେଶ୍ୱର ଏମ୍ସରେ ଡାକ୍ତରୀ ଟିମ୍ ଆଧୁନିକ ପଦ୍ଧତିରେ ଚିକିତ୍ସା କରି ଏହି ସଫଳତା ହାସଲ କରିଛି। ବର୍ତ୍ତମାନ ଆକାଶ ସୁସ୍ଥ ଥିବାବେଳେ ତାଙ୍କୁ କୌଣସି ବିପଦ ନଥିବା ଜଣାପଡ଼ିଛି। ଆସନ୍ତାକାଲି ତାଙ୍କୁ ମେଡିକାଲରୁ ଡିସ୍ଚାର୍ଜ କରାଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ବେଲଗୁଣ୍ଠା ବ୍ଲକ୍ ଆମ୍ବପୁଆ ପଞ୍ଚାୟତ ଅନ୍ତର୍ଗତ ଚଢ଼ିଆପଲ୍ଲୀ ଢେପସାହିର ତୋଫାନ ଜେନା ଓ ରିଙ୍କି ଜେନାଙ୍କ ତିନି ବର୍ଷୀୟ ପୁଅ ଆକାଶ ଗତ ଜୁଲାଇ ୩୦ ତାରିଖରେ ଖେଳୁଥିବା ସମୟରେ ପ୍ରାୟ ଦୁଇ ଇଞ୍ଚ ଲମ୍ବର ଏକ ଲୁହା କଣ୍ଟା ଗିଳି ଦେଇଥିଲେ। ପରେ ପେଟରେ ଯନ୍ତ୍ରଣା ହେବାରୁ ଘଟଣା ସମ୍ପର୍କରେ ପରିବାରକୁ ଜଣାଇଥିଲେ। ପ୍ରଥମେ ବେଲଗୁଣ୍ଠା ଗୋଷ୍ଠୀ…
ସମ୍ବଲପୁର:ତା.୨୭/୦୮(ବିଏମସି ଟିଭି ଓଡିଆ) ଓଡ଼ିଆ ସାହିତ୍ୟ ଆକାଶର ଉଜ୍ଜ୍ୱଳ ନକ୍ଷତ୍ର, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜୟନ୍ତୀ ବଡ଼ତୁରାଙ୍ଗ ଗାଁରେ ଗଭୀର ଶ୍ରଦ୍ଧା, ଭକ୍ତି ଓ ସାଂସ୍କୃତିକ ଭାବାବେଗର ସହିତ ପାଳିତ ହୋଇଯାଇଛି। ଗଙ୍ଗାଧରଙ୍କ ସାହିତ୍ୟ, ପଶ୍ଚିମ ଓଡ଼ିଶାର ହସ୍ତତନ୍ତ ପରମ୍ପରା ଏବଂ ଗ୍ରାମ୍ୟ ଜୀବନଧାରାର ଅନ୍ତରଙ୍ଗ ସମ୍ପର୍କକୁ ନେଇ ଏହି ଅବସରରେ ହୋଇଥିବା ଆଲୋଚନା ଉତ୍ସବକୁ ଅଧିକ ଅର୍ଥବହ ଓ ଭାବଗର୍ଭକ କରିଥିଲା। ବଡ଼ତୁରାଙ୍ଗ ମେହେର (ଭୁଲିଆ) ସମାଜ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ସମାଜର ସଭାପତି ସନ୍ତୋଷ କୁମାର ମେହେର ଅଧ୍ୟକ୍ଷତା କରିଥିବାବେଳେ କିଶୋର ମେହେର ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ଡା. ରାମଚରଣ ପ୍ରଧାନ ଓ ଯୋଗେଶ ଚନ୍ଦ୍ର ଭୋଇ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡା. ରାଜାରାମ ଷଡ଼ଙ୍ଗୀ ଏବଂ ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ମିତ୍ରଭାନୁ ପ୍ରଧାନ ଯୋଗଦେଇ ଗଙ୍ଗାଧରଙ୍କ ସାହିତ୍ୟ ଓ ହସ୍ତତନ୍ତ…
ଦଶପଲ୍ଲା ;ତା-୨୭/୦୮(ବିଏମସି ଟିଭି ଓଡ଼ିଆ) ଓଡିଶା ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାବଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି କିମ୍ବଦନ୍ତୀ ଅଛି । ବଳରାମ ମଧ୍ୟ ବଳଦେବ, ବଳଭଦ୍ର, ଓ ହଳଧର ଆଦି ଭିନ୍ନ ନାମରେ ମଧ୍ୟ ପୂଜା ପାଆନ୍ତି । ଆଗେ କଳିଙ୍ଗଉତ୍କଳରେ ଗମ୍ହାପୂର୍ଣିମା (ଗହ୍ମାପୂର୍ଣିମା) ଦିନ ବଳଦେବ ଜୀଉଙ୍କ ବିଶେଷ ପୂଜାର୍ଚ୍ଚନା ହେଉଥିଲା । ପରମ୍ପରା ଅନୁଯାୟୀ ପ୍ରତି ଶ୍ରାବଣ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିର ଓ କେନ୍ଦ୍ରାପଡ଼ାର ବଳଦେବ ଜୀଉ ମନ୍ଦିର ରେ ବଳଦେବଙ୍କ ଜନ୍ମନୀତି ମହା ସମାରୋହରେ ପାଳିତ ହୋଇଥାଏ । ଦଶପଲ୍ଲା ରେ ଆଜି ଗହ୍ମା ପୂର୍ଣ୍ଣିମା ଧୁମଧାମରେ ପାଳିତ ହୋଇଯାଇଛି । ସକାଳୁ ଗାଇ ବଳଦ ମାନଙ୍କୁ ପୂଜାର୍ଚ୍ଚନା କରି ସେମାନଙ୍କୁ ପିଠା,ମିଠା ଖାଇବାକୁ ଦେଇ ଗୋଡରେ ରାକ୍ଷୀ ବାନ୍ଧିବା ସହିତ ଭାଇ…
ବନ୍ଧୁ ଗାଁ ;ତା-୨୬/୦୮(ବିଏମସି ଟିଭି ଓଡ଼ିଆ) ବନ୍ଧୁଗାଁ ବ୍ଲକର ଆଲମଣ୍ଡା ଗ୍ରାମ ପଞ୍ଚାୟତ ଠାରେ ପଞ୍ଚାୟତ ର ନିର୍ବାହୀ ଅଧିକାରୀଙ୍କ ଚାଲିଚି ମନମୁଖୀ । ଏହି ପଞ୍ଚାୟତରେ ରହିଅଛି ୧୩ ୱାର୍ଡ, ଗତ କିଛି ମାସ ପୂର୍ବେ ପଞ୍ଚାୟତ ର ସମସ୍ତ ୱାର୍ଡ ରେ ଗାଁର ଉନ୍ନତି ଓ ଉଜ୍ୱଳ ଆଲୁଅ ପାଇଁ ପ୍ରତ୍ୟକ ୱାର୍ଡ ପାଇଁ ୪ ତି ଲେଖାଏଁ ଷ୍ଟ୍ରିଟ ଲାଇଟ ଲଗାଆଯିବା ପାଇଁ ପଞ୍ଚାୟତ ତରଫୋରୁ ଏକ ବୈଠକ କୋରାଯାଇଥିଲା । ସେଥିରୁ କିଛି ୱାର୍ଡ ରେ ୱାର୍ଡ ସଭ୍ୟ କିମ୍ଭା ସ ଭ୍ୟାଙ୍କ ହାତରେ କେବଳ ୪ ତି ଲେଖାଏଁ ଲାଇଟ ଧରେଇ ଦେଇ ନିଜ ନିଜ ହାତରୁ ଖର୍ଚ୍ଚ କରି ଲାଇଟ ପାଇଁ ତାର ଓ ସୁଇଚ ପାଇଁ ଖର୍ଚ୍ଚ କରି ଲଗେଇବା ପାଇଁ କହିଥିବା ଯୋଗୁଁ ୱାର୍ଡ ସବ୍ୟ ଓ ସଭ୍ୟା ମାନେ କିଛି କିଛି ନିଜ ହାତରୁ ଖର୍ଚ୍ଚ ପ୍ରାୟ ୱାର୍ଡ…
ସମ୍ବଲପୁର:ତା.୨୫/୦୮ (ବିଏମସି ଟିଭି ଓଡିଆ) ପ୍ରତ୍ୟେକ ଶିଶୁ ହେଉଛନ୍ତି ସମାଜର ଭବିଷ୍ୟତ। ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ତେଣୁ ଶିଶୁମାନଙ୍କର ସୁସ୍ଥ ବିକାଶ, ଶିକ୍ଷା, ସୁରକ୍ଷା, ସମ୍ମାନ ଓ ଅଧିକାର ସୁନିଶ୍ଚିତ କରିବା କେବଳ ପରିବାରର ଦାୟିତ୍ୱ ନୁହେଁ; ଏହା ସମଗ୍ର ସମାଜ ଓ ରାଷ୍ଟ୍ରର ଦାୟିତ୍ୱ। ଏହି ଦୃଷ୍ଟିକୋଣରୁ “Just Right for Children Programme” ଏକ ଶିଶୁକୈନ୍ଦ୍ରିକ ପରିକଳ୍ପନା, ଯାହାର ମୂଳ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଶିଶୁ ପାଇଁ ସୁରକ୍ଷିତ, ସମାନ, ସମ୍ମାନଜନକ ଓ ସୁଯୋଗଭିତ୍ତିକ ପରିବେଶ ଗଢ଼ି ତୋଳିବା।ପ୍ରତ୍ୟେକ ଶିଶୁର ଜୀବନ, ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ମତ ପ୍ରକାଶ ଓ ସୁରକ୍ଷାର ଅଧିକାର ରହିଛି। ଜାତି, ଧର୍ମ, ଲିଙ୍ଗ, ଆର୍ଥିକ ସ୍ଥିତି, ଅକ୍ଷମତା କିମ୍ବା ସାମାଜିକ ପରିଚୟ ଆଧାରରେ କୌଣସି ଶିଶୁ ଭେଦଭାବର ଶିକାର ହେବା ଉଚିତ ନୁହେଁ। ଶିଶୁର ସର୍ବୋତ୍ତମ ସ୍ୱାର୍ଥକୁ ସବୁବେଳେ ପ୍ରାଥମିକତା ଦେବା ଏହି ଧାରଣାର ମୁଖ୍ୟ ଆଧାର।ଶିଶୁ ଶ୍ରମ, ବାଲ୍ୟବିବାହ, ଶିକ୍ଷାରୁ…
ବୋଲଗଡ଼ , ତା-୨୫/୦୮ ( ବିଏମସି ଟିଭି ଓଡ଼ିଆ) ଖୋଦ୍ଧା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀ ଓ ଖୋଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ମିଳିତ ଆହ୍ବାନ କ୍ରମେ ମଙ୍ଗଳବାର ଦିନ ବୋଲଗଡ଼ ସ୍ଥିତ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଓ ବୋଲଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ସୁକାନ୍ତ ଦଳାଇ ଙ୍କ ପ୍ରତ୍ୟେକ୍ଷ ଆବାହକତ୍ଵରେ ଏକ ଦିବସୀୟ ନିଶା ନିବାରଣ ସଚେତନତା କାଯ୍ୟକ୍ରମ ସ୍କୁଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାଯ୍ୟକ୍ରମରେ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ପ୍ରଧାନଶିକ୍ଷକ ଓ କର୍ମଚାରୀ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଭାରପ୍ରାପ୍ତ ବରିଷ୍ଠ ସହକାରୀ ଶିକ୍ଷୟତ୍ରୀ ଦିପିକା କୁମାରୀ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍କାଉଟ୍ ଓ ଗାଇଡ୍ ଶିକ୍ଷକ ସାନ୍ତନୁ କୁମାର ଶ୍ରୀଚନ୍ଦନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ନିଶା ନିବାରଣ ସଚେତନତା କାଯ୍ୟକ୍ରମର ଲକ୍ଷ୍ଯ ଓ ଆଭିମୁଖ୍ୟ…
ମାଲକାନଗିରି ;ତା-୨୪/୮(ବିଏମସି ଟିଭି ଓଡ଼ିଆ) ପିଏମ୍ ଶ୍ରୀ ସ୍କୁଲ ଯୋଜନାର କେନ୍ଦ୍ରୀୟ ପ୍ରଭାରୀ ତଥା ଭାରତ ସରକାରଙ୍କ ଯୁଗ୍ମ ସଚିବ ରାଜୀବ ଶର୍ମା ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ବିଦ୍ୟାଳୟଗୁଡ଼ିକର ଶିକ୍ଷାଗତ ଅଗ୍ରଗତି ଓ ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି। ଗସ୍ତର ପ୍ରଥମ ଦିନରେ କେନ୍ଦ୍ରୀୟ ପ୍ରଭାରୀ ଶ୍ରୀ ଶର୍ମା, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସହ ମାଲକାନଗିରି ବ୍ଲକ୍ର ସିନ୍ଧ୍ରୀମାଲ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ କୋରୁକୋଣ୍ଡା ବ୍ଲକ୍ର ବାଲିମେଳା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ବିଦ୍ୟାଳୟର ସକ୍ଷମ କେନ୍ଦ୍ର, ଭାଷା କେନ୍ଦ୍ର, ଇ-ପାଠାଗାର, ବିଜ୍ଞାନାଗାର, ଖେଳ ପଡ଼ିଆ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଚାଲିଥିବା ପାଠପଢ଼ା କାର୍ଯ୍ୟକ୍ରମର ଅନୁଧ୍ୟାନ କରାଯାଇଥିଲା। ପରିଦର୍ଶନ ଶେଷରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ସଭାପତିତ୍ୱ ଓ ପ୍ରତ୍ୟକ୍ଷ ପରିଚାଳନାରେ ଏକ ଉଚ୍ଚସ୍ତରୀୟ…
ସମ୍ବଲପୁର:ତା.୨୩/୦୮(ବିଏମସି ଟିଭି ଓଡିଆ) ରଣଭୂମି କୁଦୋପାଲି ସହୀଦ ବିହାର ପରିସରରେ ଶନିବାର ସନ୍ଧ୍ୟା ୫ଟାରେ ବୀର ଛବିଳ ସାଏ ସ୍ମୃତି କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରେଙ୍ଗାଲିର ପୂର୍ବତନ ବିଧାୟକ ତଥା କମିଟି ସଭାପତି ନାଉରି ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମିଟିର ବରିଷ୍ଠ ମାର୍ଗଦର୍ଶକ ତଥା ଉପସଭାପତି ଲକ୍ଷ୍ମଣ ଦେହୁରୀ, କୋଷାଧ୍ୟକ୍ଷ ସନୁର୍ଜ୍ୟୟ ଦଣ୍ଡସେନା, ସମ୍ପାଦକ କିଶୋର ମହାକୁର, ମୁଖ୍ୟ ସଂଯୋଜକ ଜୟବ୍ରତ ଦେଙ୍କ ସମେତ ବହୁ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଆସନ୍ତା ୩୦ ଡିସେମ୍ବରରେ ବୀର ଛବିଳ ସାଏଙ୍କ ସମେତ ୫୭ ଜଣ ସହୀଦଙ୍କ ପବିତ୍ର ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକୁ ପୂର୍ବାପେକ୍ଷା ଅଧିକ ଗାରିମାମୟ, ଶୃଙ୍ଖଳିତ ଓ ସୁସଂଗଠିତ ଭାବରେ ଆୟୋଜନ କରିବାକୁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଏହି ଐତିହାସିକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଆବଶ୍ୟକ ସମନ୍ୱୟ ରଖିବା ଉପରେ କମିଟି ପକ୍ଷରୁ ଗୁରୁତ୍ୱ…
ବେଲଗୁଣ୍ଠା ;ତା-୨୩-୦୮(ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଥାନା ଅଞ୍ଚଳର ନାହାଡ଼ା ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବତୀଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଥିବା ଅଭିଯୋଗରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଯୁବତୀ ହେଲେ ମିନତି ପ୍ରଧାନ (୨୭)। ଘଟଣାରେ ଅଭିଯୁକ୍ତ ପ୍ରେମିକ ସୁଜିତ୍ ବିଶ୍ୱାଳ (୩୭) ଗାଙ୍ଗପୁର ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୧୧ ବର୍ଷ ତଳେ ସୁଜିତ୍ ଓ ମିନତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପ୍ରାୟ ୧୦ ବର୍ଷ ତଳେ ଉଭୟେ ଘର ଛାଡ଼ି ଚାଲିଯାଇଥିଲେ। ପରେ ପ୍ରାୟ ଦେଢ଼ ବର୍ଷ ପରେ ଘରକୁ ଫେରିଥିଲେ। ସେତେବେଳେ ମିନତିଙ୍କ ବିବାହ ବୟସ ହୋଇନଥିବାରୁ ସୁଜିତଙ୍କ ପରିବାର ପକ୍ଷରୁ ତାଙ୍କୁ ଗ୍ରହଣ କରାଯାଇନଥିଲା ଏବଂ ବିବାହ ବୟସ ପରେ ବିବାହ କରାଯିବ କୁହାଯାଇଥିବା ଜଣାପଡ଼ିଛି।ଏହାପରେ ସୁଜିତ୍ ସୁରତ ଚାଲିଯାଇଥିଲେ। ସେଠାରେ ଜଣେ ବ୍ୟକ୍ତିଙ୍କ ହତ୍ୟା…
