Author: bmcnews

ବଲାଙ୍ଗୀର ;ତା-୨୮/୦୮(ବିଏମସି ଟିଭି ଓଡ଼ିଆ) ବଲାଙ୍ଗିର ପୋଲିସ ଏକ ବଡ଼ ଚୋରି ଘଟଣାର ପର୍ଦ୍ଦାଫାଶ କରିଥିବା ନେଇ ସୂଚନା ରହିଛି । ଖୋଦ୍‌ ବଲାଙ୍ଗିର ଏସ୍‌ପି ଏହି ଘଟଣାକୁ ନେଇ ରିଜର୍ଭ ପୋଲିସ ଠାରେ ଏକ ପ୍ରେସମିଟ କରି ଘଟଣାର ଖୁଲାସା କରିଛନ୍ତି । ଗତ ପ୍ରାୟ ଦୁଇ ମାସ ମଧ୍ୟରେ ବଲାଙ୍ଗିର ଜିଲ୍ଲାର ସିନେ୍ଧକେଲା ମା’ ଦ୍ୱାରସେନୀ ଦେବୀଙ୍କ ମନ୍ଦିରରୁ ଚୋରି, ସୁନା ବ୍ୟବାସୀୟୀଙ୍କ ଘରୁ ଚୋରି ମାମଲାରେ ସୁନା, ରୂପା, ଘଟଣାରେ ବ୍ୟବହୃତ ଏକ ବଲେରୋ ଗାଡ଼ି ଓ ଏକ ରେସିଙ୍ଗ୍‌ ବାଇକକୁ ଜବତ କରିଥିବା ବେଳେ ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ବଡ଼ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି । ଗିରଫ ଅଭିଯୁକ୍ତମାନେ ସମସ୍ତେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ହୋଇଥିବା ସୂଚନା ରହିଛି । ରାୟଗଡ଼ା ଜିଲ୍ଲାରୁ ବାଇକ୍‌ ଯୋଗେ ଆସି ପ୍ରଥମେ ବଲାଙ୍ଗିର ଜିଲ୍ଲା ସିନେ୍ଧକେଲା ଅଂଚଳରେ…

Read More

ରାୟଗଡ଼ା ;ତା-୨୮/୦୮(ବିଏମସି ଟିଭି ଓଡ଼ିଆ) ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି ବଣ୍ଟନ ଅବସରରେ ଆଜି ରାୟଗଡ଼ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ଠାରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସରସ୍ୱତୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଏଡିଏମ୍ (ସାଧାରଣ) ଶ୍ରୀ ରବୀନ୍ଦ୍ରନାଥ କହଁର, ସିଡିଓ-କମ୍-ଇଓ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଏଡିଏମ୍‌ଓ ଡା. ମମତା ସାହୁ, ରାୟଗଡ଼ ବିଡିଓ ଶ୍ରୀ ସୁଜିତ କୁମାର ମିଶ୍ର ଏବଂ ଡିଏସ୍‌ଡବ୍ଲ୍ୟୁଓ ଶ୍ରୀମତୀ ମିନତୀ ଦେଓ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନୟାଗଡ଼ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ‘ସୁଭଦ୍ରା’ ୫ମ କିସ୍ତି ବଣ୍ଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶିତ ହୋଇଥିଲା। ଏହି ସମୟରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ୫ ଜଣ ‘ସୁଭଦ୍ରା’ ହିତାଧିକାରୀଙ୍କୁ ପ୍ରତୀକାତ୍ମକ ଭାବେ ଡେମୋ ଚେକ୍ ପ୍ରଦାନ କରାଯାଇଥିଲା।ରାୟଗଡ଼ ଜିଲ୍ଲାରେ ‘ସୁଭଦ୍ରା’ ଯୋଜନାରେ ମୋଟ ୨,୨୭,୦୨୬ ଜଣ…

Read More

ସମ୍ବଲପୁର:ତା.୨୮/୦୮ (ବିଏମସି ଟିଭି ଓଡିଆ) ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ବୁଢ଼ାରଜା ନଗର ଅନ୍ତର୍ଗତ ଜଗନ୍ନାଥ କଲୋନୀ ଶାଖା ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ସାମାଜିକ ସଂହତି, ଭାଇଚାରା ଓ ପାରସ୍ପରିକ ସୌହାର୍ଦ୍ଦ୍ୟର ବାର୍ତ୍ତା ନେଇ ଆୟୋଜିତ ଏହି ଉତ୍ସବରେ ପରିବେଶ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ପରମ ପବିତ୍ର ଭଗବା ଧ୍ୱଜକୁ ମହାନଗର କାର୍ଯ୍ୟବାହ ପ୍ରିୟଦର୍ଶୀ ଯୋଶୀ ରକ୍ଷାସୂତ୍ର ପ୍ରଦାନ କରିଥିଲେ। ପରେ ସ୍ୱୟଂସେବକମାନେ ପରସ୍ପରକୁ ରକ୍ଷାସୂତ୍ର ବାନ୍ଧି ଏକତା, ଭାତୃତ୍ୱ ଓ ସାମାଜିକ ଦାୟିତ୍ୱର ସଂକଳ୍ପ ନେଇଥିଲେ। ଏହି ଅବସରରେ ବିଭାଗ ପ୍ରଚାରକ ଶ୍ରୀମନ୍ତ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରକ୍ଷାବନ୍ଧନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “ପୁରାଣ କାଳରୁ ଆଜି ପର୍ଯ୍ୟନ୍ତ ରକ୍ଷାବନ୍ଧନ କେବଳ ଏକ ସୂତାର ପର୍ବ ହୋଇ ରହିନାହିଁ; ଏହା ସମାଜକୁ ବିପଦରୁ ରକ୍ଷା କରିବା ଓ ପରସ୍ପର…

Read More

ବାଲିମେଳା ;ତା-୨୮/୮(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବାଲିମେଳା ରାସ୍ତାରେ ଟ୍ରକ ଦୁର୍ଘଟଣା ଅଳ୍ପକେ ବର୍ତିଲେ ଡ୍ରାଇଭର। ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟାନ ସମୟରେ ଏକ ଟ୍ରକ ଚିତ୍ରକୋଣ୍ଡା ପଟୁ ଟ୍ରକ ଓଡ଼ି ୧୯ ସି ୬୩୫୧ ବାଲିମେଳା ରାସ୍ତାର ନୂଆଗୁଡା ଗ୍ରାମ ନିକଟରେ ବୁଲାଣି ଠାରେ ଏକ ବ୍ରିଜ ତଳକୁ ଖସି ପଡ଼ିଥିଲା।ଖବର ପାଇଁ ଓର୍କେଲ ପୋଲିସ ପହଞ୍ଚି ଡ୍ରାଇଭର ଉଦ୍ଧାର କରିଥିଲେ ଏବଂ ସାଙ୍ଗେ ସାଙ୍ଗେ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ମାତ୍ର ଡ୍ରାଇଭର ଜଣଙ୍କ କିଛି କହି ପାରିନଥିବାରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି।ଗାଡି କାହାର କୁଆଡ଼େ ଯାଉଥିଲା ବିଷୟରେ ପୋଲିସ ତଦନ୍ତ ଜାରୀ ରଖିଛି। ବାଲିମେଳା ରୁ ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Read More

ବନ୍ଧୁ ଗାଁ ;ତା-୨୮/୦୮(ବିଏମସି ଟିଭି ଓଡ଼ିଆ) ବନ୍ଧୁଗାଁ ବ୍ଲକ ଗସ୍ତରେ କୋରାପୁଟ ଜିଲ୍ଲାର ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲୁକା ଓ ଲୋଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଧାୟକ ଶ୍ରୀ ପବିତ୍ର ସାଉନ୍ତା ଙ୍କ ମିଳିତ ଗସ୍ତ ।ଦୁଇ ଜଣଙ୍କୁ ସର୍ବ ପ୍ରଥମେ ଭଵ୍ୟ ସାଗତ ସମ୍ଭରର୍ଦ୍ଧ୍ୱନା ଜଣାଇବା ସହ ପୁଷ୍ପ ଗୁଛ ଦେଇ ବ୍ଲକର ଓସ୍ୱାଲ ଭଵନ ଘୃହକୁ ପାଛୋଟି ନେଇଥିଲେ । ବୈଠକ ଗୃହ ଠାରେ ବ୍ଲକର ବିଡ଼ିଓ ଅସିତ କୁମାର ମହାନ୍ତି ଓ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଓ ଉପାଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଲି ପଡିକା ଓ ସାଂସଦ ପ୍ରତିନିଧି ଶ୍ରୀ ଲଖଣ ଖସଲା, ଓ ପୂର୍ବତନ ବିଧାୟକ ପ୍ରତିନିଧି କାମେଶ୍ୱର ରାତନାଲୁ, ବ୍ଲକ କଂଗ୍ରେସ ସଭାପତି ଡି. ଏଙ୍କାଟି, କଂଗ୍ରେସ ଦଳର ପୁରୁଖା ନେତା ଅସକ ପଣ୍ଡା, କୁମର ଖସଲା, ଯୋଗାଲୁ ପଟ୍ଟନାୟକ, ରୋତନା ଦାବଦଡା ସିଙ୍ଗ ଓ ବ୍ଲକର ସମସ୍ତ ପଞ୍ଚାୟତ ର କଂଗ୍ରେସ…

Read More

ବେଲଗୁଣ୍ଠା ;ତା-୨୮/୮(ବିଏମସି ଟିଭି ଓଡ଼ିଆ) ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଞ୍ଚାୟତର ମାଳତି ଗ୍ରାମସ୍ଥିତ ମା’ ରତନେଇ ପୀଠରେ ଆଜାଦ ହିନ୍ଦ ଫୌଜର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ଏକ ସଭା ଅନୁଷ୍ଠିତ ହୋଇଛି। ସଂଗଠନର ସଭାପତି ପୀତବାସ ବିଶ୍ୱାଳଙ୍କ ନେତୃତ୍ୟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାର ଶୁଭାରମ୍ଭ ହୋଇଥିଲା।ସଂଗଠନର ସମ୍ପାଦକ ରମାବଲ୍ଲଭ ବେହେରା ସଭାର ଆଭିମୁଖ୍ୟ ଉପରେ ଆଲୋଚନା କରି ୨୦୨୪ ମସିହାରୁ ଘୋଷିତ ସ୍ୱାଧୀନତା ସଂଗ୍ରାମୀ କୁଟୁମ୍ବ ଯୋଜନା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ଯୋଜନା ଲାଗୁ କରିବା ନେଇ ଘୋଷଣା ହୋଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ଏହା କାର୍ଯ୍ୟକାରୀ ନ ହେବାରୁ ସ୍ୱାଧୀନତା ସଂଗ୍ରାମୀ ପରିବାରଗୁଡ଼ିକ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ସେ କହିଥିଲେ। ନୂତନ ସରକାରଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ପୂରଣ ହୋଇଥିବା ସତ୍ତ୍ୱେ ଯୋଜନା କାର୍ଯ୍ୟକାରୀ ନ ହେବାକୁ ନେଇ ସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଆସନ୍ତା…

Read More

ବେଲଗୁଣ୍ଠା ;ତା-୨୮/୮(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଗୋବରା ରେବତୀନଗରସ୍ଥିତ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଆଶିଷ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଛି। ନୃତ୍ୟଗୁରୁ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ଆଶିଷ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ଷ୍ଟୁଡିଓର ଛାତ୍ରଛାତ୍ରୀମାନେ ପରସ୍ପରକୁ ରାକ୍ଷୀ ବାନ୍ଧି ଭାଇ-ଭଉଣୀର ପବିତ୍ର ସମ୍ପର୍କ ଓ ସ୍ନେହର ବାର୍ତ୍ତା ଦେଇଥିଲେ। ଛାତ୍ରଛାତ୍ରୀମାନେ ରକ୍ଷାବନ୍ଧନର ମହତ୍ତ୍ୱ ସମ୍ପର୍କରେ ନିଜ ନିଜ ମତ ରଖିବା ସହ ପରସ୍ପର ମଧ୍ୟରେ ଭାଇଚାରା, ସ୍ନେହ ଓ ସହଯୋଗର ଭାବନାକୁ ଦୃଢ଼ କରିବାକୁ ଶପଥ ନେଇଥିଲେ। ନୃତ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ସହ ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧର ବିକାଶ ଦିଗରେ ଏଭଳି କାର୍ଯ୍ୟକ୍ରମ ଏକ ସୁନ୍ଦର ପ୍ରୟାସ ବୋଲି ନୃତ୍ୟଗୁରୁ ଆଶିଷ କୁମାର ବେହେରା କହିଥିଲେ। ଉତ୍ସବରେ ଷ୍ଟୁଡିଓର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ଉତ୍ସବକୁ…

Read More

ମାଲକାନାଗିରି ;ତା-୨୯/୦୮(ବିଏମସି ଟିଭି ଓଡ଼ିଆ) ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ ସ୍ତର ସହ ତାଳ ମିଳାଇ ଜିଲ୍ଲାରେ ତିନି ଦିନିଆ ଅଗଷ୍ଟ ୨୮, ୨୯ ଓ ୩୦ କ୍ରୀଡ଼ା ଉତ୍ସବ ସମାରୋହପୂର୍ବକ ଆରମ୍ଭ ହୋଇଯାଇଛି। ଅଗଷ୍ଟ ୨୮ ପ୍ରଥମ ଦିବସ ଉତ୍ସବର ପ୍ରଥମ ଦିନରେ ବିଭିନ୍ନ ସ୍କୁଲ୍‌ଗୁଡ଼ିକରେ ହୋକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସହ ଶାନ୍ତି ପ୍ରାର୍ଥନା କରାଯାଇଥିଲା। ଏହାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା ଜାଗ୍ରତ କରିବା ପାଇଁ ୨୯-ଚ୍ୟାଲେଞ୍ଜ ଯେପରିକି ୨୯ଟି ପୁସ୍-ଅପ୍, ହାଇ-ନି, ସ୍କିପିଂ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଗଷ୍ଟ ୨୯ ଦ୍ୱିତୀୟ ଦିବସ ରେ ଏକ ଘଣ୍ଟା ଖେଳ ମୈଦାନରେ ଥିମ୍‌ରେ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଜିଲ୍ଲା ସ୍ତରରେ ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇଛି। ସ୍କୁଲ ସ୍ତରରେ କବାଡି, ଫୁଟବଲ ଓ ଭଲିବଲ ଖେଳାଯାଉଥିବା ବେଳେ ଜିଲ୍ଲା ସ୍ତରରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ…

Read More

ସମ୍ବଲପୁର:ତା.୨୯/୦୮ (ବିଏମସି ଟିଭି ଓଡିଆ) ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ କେବଳ କବିତାର ରସାସ୍ୱାଦନ ନୁହେଁ; ଏହା ମାନବିକତା, ପ୍ରକୃତିପ୍ରେମ, ନୈତିକତା ଓ ଆଦର୍ଶ ଜୀବନର ଏକ ଅମୂଲ୍ୟ ପାଠଶାଳା। ଆଜିର ଯୁବପିଢ଼ି ଗଙ୍ଗାଧରଙ୍କ ସାହିତ୍ୟକୁ ପଢ଼ି ଜୀବନର ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱର ଶିକ୍ଷା ନେବା ଆବଶ୍ୟକ ବୋଲି ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ଆୟୋଜିତ ଜୟନ୍ତୀ ସମାରୋହରେ ମତ ପ୍ରକାଶ ପାଇଛି। ବରିଷ୍ଠ ନାଗରିକ ପରିଷଦର ସଭାଗୃହରେ ସଭାପତି ଭକ୍ତ ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟ ଜୟନ୍ତୀ ପାଳିତ ହୋଇଥିଲା। ଏହି ଅବସରରେ ଯୁଧିଷ୍ଠିର ମହାକୁର, ଅରୁଣ ରାୟ ଓ ଅଶୋକ କୁମାର ପାଣିଗ୍ରାହୀ ଗଙ୍ଗାଧରଙ୍କ ସାହିତ୍ୟକୃତିର ବିଭିନ୍ନ ଦିଗ ଉପରେ ନିଜସ୍ୱ ମତ ଓ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ମୁଖ୍ୟ ବକ୍ତା କମଳ ଲୋଚନ ପଣ୍ଡା ଗଙ୍ଗାଧରଙ୍କୁ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଭାବେ ଅଭିହିତ କରି ତାଙ୍କ ସାହିତ୍ୟର…

Read More

ଢେଙ୍କାନାଳ ;ତା-୨୯/୦୮(ବିଏମସି ଟିଭି ଓଡ଼ିଆ) ସୂଚନା ଅନୁଯାୟୀ ମୋଟଙ୍ଗା ଥାନା ନିମିଧା ଜଗନ୍ନାଥପୁର ଗ୍ରାମର ପିଙ୍କୁ ସାହୁ (୩୫) ନିଜର ଶ୍ୱଶୁର ଘର ରାସୋଳ ଥାନା ଅନ୍ତର୍ଗତ ବ୍ରହ୍ମପୁରାକୁ ଆସିଥିବାବେଳେ କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି।ଏ ସଂପର୍କରେ ରାସୋଳ ଥାନା ପୁଲିସ୍ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଉପଖଣ୍ଡ ମେଡିକାଲ୍ ପଠାଇବା ସହ ତଦନ୍ତ ଜାରି ରଖିଛି। ତାହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବାବେଳେ ଶ୍ୱଶୁର ଘର ଲୋକେ ତାଙ୍କୁ ଜୀବନ ରେ ମାରି ଟାଙ୍ଗୀ ଦେଇଥିବାର ମୃତକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Read More

ମାଲକାନଗିରି ;ତା-୨୯/୦୮(ବିଏମସି ଟିଭି ଓଡ଼ିଆ) ପବିତ୍ର ରକ୍ଷାବନ୍ଧନ ଅବସରରେ ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ ଉତ୍ସାହର ସହିତ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ, ସ୍ୱାବଲମ୍ବୀ ଓ ସମ୍ମାନଜନକ ଜୀବନଯାପନ ପାଇଁ ସୁଯୋଗ ପ୍ରଦାନ କରୁଥିବା ଏକ ଐତିହାସିକ ପଦକ୍ଷେପ। ଏହି ସହାୟତା ମାଧ୍ୟମରେ ମହିଳାମାନେ ପରିବାରର ଆବଶ୍ୟକତା, ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଛୋଟ ବ୍ୟବସାୟର ବିକାଶ କରି ପରିବାରର ଆର୍ଥିକ ଉନ୍ନତିରେ ସକ୍ରିୟ ଭାଗୀଦାର ହୋଇପାରୁଛନ୍ତି। ସମାରୋହରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡି, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସୁଚେତା ପଣ୍ଡା,…

Read More

ଢେଙ୍କାନାଳ ;ତା-୨୯/୦୮(ବିଏମସି ଟିଭି ଓଡ଼ିଆ) ପାଖେଇ ଆସିଲାଣି ପାର୍ବଣ ଋତୁ। ମୂର୍ତ୍ତି କାରିଗର ମାନଙ୍କର ଆୟ ଋତୁ କହିଲେ ଅତ୍ୟୁକ୍ତି ହେବନାହିଁ। ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୋଇ ମାର୍ଗଶିର ମାସର ମାଣବସା ରୁ ଲକ୍ଷ୍ମୀପୂଜା ଯାଏଁ ଚାଲିଥାଏ। ହେଲେ ସରକାରଙ୍କଠାରୁ ଆବଶ୍ୟକ ପ୍ରୋତ୍ସାହନ ମିଳୁ ନଥିବାରୁ ଏହି ବୃତ୍ତି ବୁଡ଼ିବାରେ ଲାଗିଛି। ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୂର୍ତ୍ତି କାରିଗରମାନେ ନିଜ କାରିଗରଶାଳାରେ ଭଳିକି ଭଳି ଗଣେଶଙ୍କ ମାଟି ମୂର୍ତ୍ତି ତିଆରିରେ ନିମଗ୍ନ ରହିଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଳକର ପ୍ରାୟ ଅଧିକାଂଶ ଅଞ୍ଚଳ ପାର୍ବଣ ସମୟ ରେ ଢ଼େଙ୍କାନାଳ ସହରରେ ଥିବା ମୂର୍ତ୍ତି କାରିଗରଙ୍କ ଉପରେ ନିର୍ଭର କରିଥାନ୍ତି। ହେଲେ ପରିଶ୍ରମ ତୁଳନାରେ ସେମାନଙ୍କ ଆୟ କମ୍ ରହୁଥିବା କାରିଗରମାନେ କହିଛନ୍ତି। ପାର୍ବଣ ଋତୁ ପାଇଁ ଏବେ ଅନେକ କଳାକାର ପରିବାରମାନେ ରୋଜଗାର ଆଶାରେ ଧାରକରଜ ଆଣି ମୂର୍ତ୍ତି ତିଆରିରେ ଲାଗିଛନ୍ତି। ଖୁଦୁରୁକୁଣୀ,ଗଣେଶ ପୂଜା ପରେ ବିଶ୍ୱକର୍ମା,…

Read More