Author: bmcnews

ଢେଙ୍କାନାଳ ;ତା-୨୩/୦୯(ବିଏମସି ଟିଭି ଓଡ଼ିଆ) ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ମହାବିଦ୍ୟାଳୟ (ଖଜୁରିଆକଟା) ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଗତକାଲି ୨୨ ତାରିଖ ଦିନ ମହାବିଦ୍ୟାଳୟ ସ୍ମାର୍ଟ କ୍ଲାସରେ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଛି । ଉତ୍ସବର କାର୍ଯ୍ୟସୂଚୀ ଅନୁଯାୟୀ ବିଭାଗର ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କୁ ବଡ ଭାଇ ଭଉଣୀ ମାନେ ଶ୍ରଦ୍ଧା ସ୍ୱରୂପ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ । ବିଭାଗୀୟ ମୁଖ୍ୟ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ ସଭାରେ ପୌରହିତ୍ୟ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା କରିବା ସହିତ ଛାତ୍ର ଛାତ୍ରୀ ମାନେ ଦେଶ ପ୍ରେମରେ ଉଦବୁଦ୍ଧ ହୋଇ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ସଂପାଦନ କଲେ ଦେଶ ଓ ଜାତିର ଉନ୍ନତି ସମ୍ଭବ ବୋଲି ଆଶାବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ରୂପେ ରସାୟନ ବିଭାଗର ମୁଖ୍ୟ ସୁକାନ୍ତ କୁମାର ପତି ଯୋଗଦେଇ ଭାରତ ଭଳି ପ୍ରଗତିଶୀଳ ଦେଶର ଉନ୍ନତି ପାଇଁ ଛାତ୍ର ଛାତ୍ରୀ…

Read More

ଢେଙ୍କାନାଳ ;ତା-୨୩/୦୯(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଶଙ୍କରପୁର ପଞ୍ଚାୟତ ରତ୍ନପୁର ଗ୍ରାମ ବାସିନ୍ଦା ଙ୍କ ଅଭିଯୋଗ କ୍ରମେ ଗ୍ରାମର ତେନ୍ତୁଳିପାଟଣା ଅଙ୍ଗନବାଡ଼ି କେନ୍ଦ୍ର ରେ ହୋଇଛି ଅନିୟମିତତା। ଅଙ୍ଗନବାଡ଼ି କେନ୍ଦ୍ର ର କର୍ମୀ ମଲ୍ଲିକା ଦେଇ ଙ୍କୁ ନେଇ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।ପିଲା ମାନଙ୍କୁ ଠିକ୍ ସମୟରେ ଖାଇବାକୁ ନଦେବା,ପାଠ ନ ପଢାଇ ବିଭିନ୍ନ ବାହାନା ଦେଖାଇ କେନ୍ଦ୍ର କୁ ବନ୍ଦ କରିବା, କେନ୍ଦ୍ର କୁ ଆସୁଥିବା ଖାଦ୍ୟ ଚାଉଳ,ଅଣ୍ଡା ଆଦି ପିଲା ମାନଙ୍କୁ ନଦେଇ ବିକ୍ରି କରିବା,ଏପରିକି ଉପସ୍ଥାନ ଖାତା ରେ ଅନୁପସ୍ଥିତ ପିଲାମାନଙ୍କୁ ଉପସ୍ଥିତ ଦର୍ଶାଇ ସେମାନଙ୍କ ପାଇଁ ଆସୁଥିବା ଖାଦ୍ୟ ସାମଗ୍ରୀ କୁ ନେଇ ବିକ୍ରିକରି ଦିଅନ୍ତି ବୋଲି ଗ୍ରାମବାସୀ ମାନେ ଯାହା ଅଭିଯୋଗ କରିବା ସହିତ ଅଙ୍ଗନବାଡ଼ି କର୍ମୀ ଙ୍କ ମନମୁଖୀ କାର୍ଯ୍ୟକଳାପ କୁ ନାପସନ୍ଦ କରିଛନ୍ତି। ତେବେ ଏଥିନେଇ ସମ୍ପୃକ୍ତ ଅଙ୍ଗନବାଡ଼ି ଦିଦି ମଲ୍ଲିକା ଦେଇ ଙ୍କୁ ଗ୍ରାମବାସୀ ତଥା…

Read More

ରାୟଗଡ଼ା ;ତା-୨୨/୦୯(ବିଏମସି ଟିଭି ଓଡ଼ିଆ) ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାୟଗଡ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୫ଟାରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ OSWAN ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଏଡିଏମ୍ (ସାଧାରଣ), ଏଡିଏମ୍ (ରାଜସ୍ୱ), ସିଡିଓ-ତଥା-ଇଓ, ଉପଜିଲ୍ଲାପାଳ ରାୟଗଡ ଓ ଗୁଣପୁର, ସମସ୍ତ ତହସିଲଦାର, ବିଡିଓ, ପୌରାଞ୍ଚଳର ଇଓ, ସିଡିଏଓ, ସିଡିଭିଓ, ସିଡିଏମଓ, ଡିଇଓ, ଆରଟିଓ, ସିଏସଓ, ଡିଏସଡବ୍ଲ୍ୟୁଓ, ଅଗ୍ନିଶମ ବିଭାଗ, ପୋଲିସ, ଜଳସମ୍ପଦ, ଆରଡବ୍ଲ୍ୟୁଡି, ଆର୍‌ ଆଣ୍ଡ ବି, ଟିପିଏସ୍‌ଓଡିଏଲ୍‌, ଡିଆଇପିଆରଓ, ୨ୟ ଆଇଆରବିଏନ୍‌ ଓଡ୍ରାଫ୍‌ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ଓ ପୌରାଞ୍ଚଳ ଇଓମାନଙ୍କୁ ନିଜ ନିଜ ଅଞ୍ଚଳରେ ସଜାଗ ରହି ସମ୍ବେଦନଶୀଳ ଓ ବିପଦପ୍ରବଣ ଅଞ୍ଚଳ ଉପରେ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୩ ଓ ୨୪ ସେପ୍ଟେମ୍ବର…

Read More

ରାୟଗଡ଼ା ;ତା-୨୩/୦୯(ବିଏମସି ଟିଭି ଓଡ଼ିଆ) ରାଜ୍ୟ ସରକାରଙ୍କ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (ଏସ୍‌ଏସ୍‌ସି) ଦ୍ୱାରା ମନୋନୀତ ହୋଇଥିବା ୧୮୫ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ ରାୟଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମ୍ପନ୍ନ ହୋଇଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ (ମଙ୍ଗଳ ବିଭାଗ) ଅଧୀନରେ ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟରେ ଏହି ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବ।ସୂଚନା ଅନୁସାରେ, ମୋଟ ୧୮୫ ଜଣ ଶିକ୍ଷକଙ୍କ ମଧ୍ୟରୁ ୧୫୯ ଜଣ ମେଟ୍ରିକ୍ ସିଟି ଶିକ୍ଷକ, ୧୧ ଜଣ ସୌରା ଭାଷା ଶିକ୍ଷକ ଏବଂ ୧୫ ଜଣ କୁଇ (କନ୍ଧ) ଭାଷା ଶିକ୍ଷକ ଅଛନ୍ତି। ଏହି ଶିକ୍ଷକମାନେ ରାୟଗଡ଼ ଜିଲ୍ଲାର ୧୪୯ଟି ଆବାସିକ ବିଦ୍ୟାଳୟରେ ନିଯୁକ୍ତି ପାଇବେ। ସାର୍ଟିଫିକେଟ୍ ଯାଞ୍ଚ ପରେ ମାର୍କ ଭିତ୍ତିକ ମେରିଟ୍ ଅନୁସାରେ ଶିକ୍ଷକମାନଙ୍କୁ ସେମାନଙ୍କ ଇଚ୍ଛାନୁସାରେ ବିଦ୍ୟାଳୟ ଚୟନ କରିବାର ସୁଯୋଗ ଦିଆଯାଇଥିଲା। ଯାଞ୍ଚ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ଯାଞ୍ଚ କମିଟି ପକ୍ଷରୁ ସମ୍ପୂର୍ଣ୍ଣ…

Read More

ଅନୁଗୁଳ ;ତା-୨୧/୦୯(ବିଏମସି ଟିଭି ଓଡ଼ିଆ) ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ସ୍ତରୀୟ ବାର୍ଷିକ ଦୌଡ଼କୁଦ ଓ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ କ୍ରୀଡ଼ା ମହୋତ୍ସବରେ ବ୍ଲକର ବିଭିନ୍ନ ଅଞ୍ଚଳରୁ କ୍ରୀଡ଼ାବିତମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ଅନୁଷ୍ଠିତ ସଭାରେ କିଶୋରନଗରର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମଙ୍ଗୁଳୁ ପ୍ରଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବଇଣ୍ଡା ସ୍ଥିତ ଜନତା କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ଖମାରୀ ଯୋଗ ଦେଇ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ହଣ୍ଡପା ଥାନା ଅଧିକାରୀ (IIC) ଶ୍ରୀଯୁକ୍ତ ରାଜେଶ ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଯୁବପିଢ଼ିଙ୍କୁ ଅସତ୍ ପଥରୁ ଦୂରେଇ ରହି କ୍ରୀଡ଼ା ଓ ଗଠନମୂଳକ…

Read More

ରାୟଗଡ଼ା ;ତା-୨୧/୦୯(ବିଏମସି ଟିଭି ଓଡ଼ିଆ) ରାୟଗଡ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସମ୍ପର୍କିତ ବୈଠକ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ କଲେକ୍ଟରେଟ୍‌ର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ SIR-୨୦୨୬ ପ୍ରକ୍ରିୟାରେ ଜିଲ୍ଲାରେ ହୋଇଥିବା ଭୋଟର ତାଲିକା ସଂଶୋଧନ, ଯୋଗ, ବିୟୋଜନ ଓ ଅନ୍ୟାନ୍ୟ ପ୍ରକ୍ରିୟା ସମ୍ପର୍କରେ ଅଧିକୃତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ଚୂଡ଼ାନ୍ତ ଭୋଟର ତାଲିକା ରାଜନୈତିକ ଦଳମାନଙ୍କୁ ହାର୍ଡକପି ସହିତ ପେନ୍‌ଡ୍ରାଇଭ୍‌ ମାଧ୍ୟମରେ ସଫ୍ଟକପି ମଧ୍ୟ ପ୍ରଦାନ କରାଯାଇଛି। SIR ପ୍ରକ୍ରିୟା ପୂର୍ବରୁ ଜିଲ୍ଲାର ତିନୋଟି ବିଧାନସଭା ନିର୍ବାଚନମଣ୍ଡଳୀ ୧୩୮-ଗୁଣପୁର, ୧୩୯-ବିଷମକଟକ ଓ ୧୪୦-ରାୟଗଡର ପୂର୍ବତନ ଭୋଟର ତାଲିକାରେ ମୋଟ ୭,୧୪,୭୦୦ ଜଣ ଭୋଟର ଥିଲେ। ଡ୍ରାଫ୍ଟ ଭୋଟର ତାଲିକାରେ ଏହି ସଂଖ୍ୟା ୬,୬୯,୨୦୭ ରହିଥିବା ବେଳେ, ପ୍ରକ୍ରିୟା ସମାପ୍ତ ପରେ ଚୂଡ଼ାନ୍ତ ଭୋଟର…

Read More

ଭୁବନେଶ୍ୱର ; ତା-୧୭/୦୯ ( ବିଏମସି ଟିଭି ଓଡ଼ିଆ) ଆଜି ସନ୍ଧ୍ଯାରେ ସ୍ଥାନୀୟ ଲିଂଗରାଜ ନଗର ଉନ୍ନୟନ ସମିତି ଗୃହ ନିକଟରେ “ସ୍ବଚ୍ଛତା ହିଁ ସେବା” ଶୀର୍ଷକ ଏକ କାର୍ଯ୍ଯକ୍ରମ ଭୁବନେଶ୍ବର ମହାନଗର ନିଗମ ଏବଂ ୬୦ ନମ୍ବର ଓ୍ବାର୍ଡର ନାଗରିକମାନଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ସ୍ବଚ୍ଛତା ସମ୍ବନ୍ଧିତ ରଂଗୋଲି ଅଙ୍କା ଯାଇ ସେଥିରେ ଝାଡୁ କରିବାର ଦୃଶ୍ଯ ତଥା ଅଳିଆ ଗାଡିର ଆବର୍ଜନା ସଫା କରିବାର ଦୃଶ୍ଯ ସ୍ଥାନ ପାଇଥିଲା । ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ସହିତ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା । ଏହି ଉତ୍ସବରେ ୬୦ ନମ୍ବର ଓ୍ବାର୍ଡ ଦାୟିତ୍ବରେ ଥିବା ସଫେଇ କର୍ମଚାରୀମାନଙ୍କ ସହ ମହାନଗର ନିଗମର ଅଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ଯକ୍ରମ ଉପରେ ଲିଂଗରାଜ ନଗର ଉନ୍ନୟନ ସମିତିର ସମ୍ପାଦକ ସୁଧାଂଶୁ ଶେଖର ମିଶ୍ର, ସହ ସମ୍ପାଦକ ସୁଧାଂଶୁ ହୋତା , ସମିତି ସଭ୍ଯ ଜୟକୃଷ୍ଣ ସାହୁ ଓ ସୁରେନ୍ଦ୍ର…

Read More

ଭୁବନେଶ୍ୱର / ଜଟଣୀ ; ତା-:୧୫/୦୯ ( ବିଏମସି ଟିଭି ଓଡ଼ିଆ) ଆଜି ଭୁବନେଶ୍ଵର ବିଜେପି ନଗରର ସାମାଜିକ ସଂଗଠନ “ଶାନ୍ତି ଫାଉଣ୍ଡେସନ”ର ୧୫ତମ ବାର୍ଷିକ ଉତ୍ସବ ରାଜଧାନୀ ସ୍ଥିତ ବୁଦ୍ଧ ମନ୍ଦିରର ସଭା କକ୍ଷରେ ଆୟୋଜନ ହୋଇଥିଲା । ଶାନ୍ତି ଫାଉଣ୍ଡେସନ୍ ଟ୍ରଷ୍ଟର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବରେ ଉତ୍କଳମଣୀ ସେବା ସମ୍ମାନରେ” ମୋ ପରିବାର”ଏବଂ ପ୍ରତିଷ୍ଠାତାଙ୍କୁ ସମ୍ମାନୀତ କରାଯାଇଥିଲା । ଜଟଣୀର ଅଗ୍ରଣୀ ସ୍ବେଛାସେବୀ ସାମାଜିକ ସଂଗଠନ “ମୋ ପରିବାର”ର ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀଙ୍କ ନୀତି, ନିୟମ ଓ ସଂସ୍କାର ପାଇଁ ସବୁବେଳେ ନିଆରା କାର୍ଯ୍ୟ ପାଇଁ ପ୍ରଶଂସା ହେବା ସହ ସମ୍ବର୍ଦ୍ଧିତ ହୋଇ ଆସୁଛନ୍ତି। “ମୋ ପରିବାର”ର ପ୍ରତିଷ୍ଠାତା ତଥା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ଆଜିର ସମ୍ମାନ ଗ୍ରହଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମ୍ପାଦକ ସମାଜସେବୀ ସଞ୍ଜୟ କୁମାର ପରିଡ଼ା ଓ ସମାଜସେବୀ ସନ୍ଧ୍ୟା ରାଣୀ ରଥଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଗଣ…

Read More

ବୋଲଗଡ଼ ;ତା-୧୫/୦୯(ବିଏମସି ଟିଭି ଓଡ଼ିଆ) ସଂପୁର ଗ୍ରାମବାସୀ ମାନଙ୍କ ମିଳିତ ନେତୃତ୍ବରେ ବାରମାସରେ ବିଭିନ୍ନ ପ୍ରକାରର ତେର ପର୍ବ ପାଳିତ ହୋଇଥାଏ । ସଂପୁର ଗ୍ରାମ ହେଉଛି ଏକ କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଗ୍ରାମ ଅଟେ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ମହାଆଡ଼ମ୍ବର ତଥା ଆନନ୍ଦର ସହିତ ସଂପୁର ଗ୍ରାମର ସମସ୍ତ ଜନସାଧାରଣ ଏକତା ଓ ସଂହତି ମାଧ୍ୟମରେ ଶାନ୍ତିଶୃଙ୍ଖଳା ର ସହିତ ଗ୍ରାମରେ ଅବସ୍ଥାପିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ ମନ୍ଦିର ପ୍ରାଙ୍ଗଣରେ ନବାର୍ଣ୍ଣ ତଥା ନୂଆ ଚୁଡ଼ା ପୂଜା କରାଯାଇ ସମସ୍ତେ ମିଳିତ ଭାବେ ଭୋଜନ କରିଥାନ୍ତି। ପବିତ୍ର ନୂଆଖାଇ ମହୋସ୍ଚବ ହେଉଛି ସଂମ୍ପର୍କର ଭାଇଚାରା ଅତୁଟ ବନ୍ଧନ। ଏହି ନୂଆଖାଇ ମହୋସ୍ଚବରେ ଆବାଳବୃଦ୍ଧବନିତା ନୂତନ ବସ୍ତ୍ର ପରିଧାନ କରି ପ୍ରତ୍ୟେକ ଘର ମାନଙ୍କରେ ଶୁଭ ପ୍ରଦୀପ ପ୍ରଜ୍ବଳନ କରି ପରସ୍ପର କୁ ଆଲିଙ୍ଗନ ମାଧ୍ୟମରେ ନୂଆଖାଇ ଭେଟଭାଟ…

Read More

ସମ୍ବଲପୁର/ଗୋଡଭଗା:ତା ୧୩/୦୯ (ବିଏମସି ଟିଭି ଓଡିଆ) ଅଞ୍ଚଳବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଲାୟନ୍ସ କ୍ଲବ ଗୋଡଭଗା ରୟାଲ ପକ୍ଷରୁ ଏକ ବିରାଟ ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଡଭଗା କ୍ୟାମ୍ପ ସ୍ଥିତ ମା’ ସମଲେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଶିବିରରେ ୪୨ ୟୁନିଟ ରକ୍ତ ସଂଗ୍ରହ ହେବା ସହ ୮୦ ଜଣ ରୋଗୀଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ପ୍ରଦାନ କରାଯାଇଥିଲା। ଏହି ଶିବିରକୁ ଲାୟନ୍ସ କ୍ଲବ ଗୋଡଭଗା ରୟାଲର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଏବଂ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ। ଶିବିରର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଯୁବଡାକ୍ତର ଚିତ୍ତରଞ୍ଜନ ଜେନା ତୁଲାଇଥିଲେ। ତାଙ୍କୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ ଡା. ପ୍ରଶାନ୍ତ ଗୋୟଲ, ଡା. ସ୍ୱାଗତ ପ୍ରଧାନ, ଡା. ଶୁଭଞ୍ଜଳି ନାଏକ, ଡା. ଚିନ୍ମୟ ମେହେର, ଡା. ଜିତେନ୍ଦ୍ର ପ୍ରଧାନ, ଲାବ୍…

Read More

ଢେଙ୍କାନାଳ ;ତା-୧୩/୦୯(ବିଏମସି ଟିଭି ଓଡ଼ିଆ କୁଆଳୋ ରାଜସ୍ବ ଗ୍ରାମର ପରମହଂସପୁର ଛକ ନିକଟ ୧୪୯ ନମ୍ବର ଜାତୀୟ ରାଜପଥ ଠାରୁ ସୂର୍ଯ୍ୟା ହୋଟେଲ ପର୍ଯ୍ୟନ୍ତ ଜଙ୍ଗଲ କିସମ ଜମିକୁ ହେପାଜତକୁ ନେଇଛି ବନ ବିଭାଗ। ହୋଟେଲ୍‌କୁ ଯିବା ପାଇଁ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ହୋଇ ଥିବାବେଳେ ଜଙ୍ଗଲ ଜମି ସହ ରାସ୍ତାରେ ବେଆଇନ୍ ପାର୍କି ହେଉଥିଲା।ପାଉଁଶ ଅନଲୋଡିଂ କରାଯାଉଥିବାରୁ ପରିବେଷ ପ୍ରଦୂଷିତ ହେଉଥିଲାଏ ନେଇ ୟୁଥ୍ ୟୁନାଇଟେଡ୍ ଫର୍ ସଷ୍ଟେନବଲ୍‌ ଏନ୍‌ଭରମେଣ୍ଟ୍ ଟ୍ରଷ୍ଟ୍ ପକ୍ଷରୁ ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍(ଏନ୍‌ଜିଟି)ଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଯାହାର ଶୁଣାଣି କରି ଏନ୍‌ଜିଟି ତୁରନ୍ତ ଜମିକୁ ନିଜ ହେପାଜତକୁ ନେଇ ଟ୍ରେଞ୍ଚ ଖୋଳି ତାରବାଡ଼ ଦେଇ ଚାରାରୋପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏନଜିଟି ଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍ ନୀଳାଦ୍ରି ଦଳପତି,ମାଜିଷ୍ଟେଟ୍ ଦାୟିତ୍ଵରେ ଥିବା ପରଜଙ୍ଗ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସାହୁ,କାମାକ୍ଷନଗର ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ ଓ ମହାବିରୋଡ଼ ରେଞ୍ଜ ଅଧିକାରୀ ସୁଶାନ୍ତ…

Read More

ଢେଙ୍କାନାଳ ;ତା-୧୧/୦୯(ବିଏମସି ଟିଭି ଓଡ଼ିଆ) ଢେ଼ଙ୍କାନାଳ ମହିଷାପାଟ ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଏକ ଓଲା ଇଲେକ୍ଟ୍ରିକ୍ ସ୍କୁଟରରେ ହଠାତ୍ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଛି। ସ୍କୁଟରଟି ସମ୍ପୂର୍ଣ ଜଳି ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ,ରାସ୍ତା ଉପରେ ଥିବା ବେଳେ ସ୍କୁଟରର ବ୍ୟାଟେରୀରୁ ହଠାତ୍ ଧୂଆଁ ବାହାରିବା ପରେ ବିସ୍ଫୋରଣ ହୋଇଥିଲା। ମୁହୂର୍ତ୍ତକ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା। ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ସୌଭାଗ୍ୟବଶତଃ କୌଣସି ମଣିଷ ଆହତ ହୋଇ ନାହାଁନ୍ତି। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଓଲା ସ୍କୁଟରରେ ବାରମ୍ବାର ନିଆଁ ଲାଗିବା ଘଟଣା ଏବେ ପୁଣି ଥରେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Read More