ଢେଙ୍କାନାଳ ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ) ଦିନ ଥିଲା ଜ୍ୟେଷ୍ଠ ଓ ଆଷାଢ଼ ମାସ ଆସିଲେ ଗାଁ ଗାଁରେ ବଢ଼େଇ ଶାଳରୁ ଶୁଭୁଥିଲା କାଠ ହଣା ଶବ୍ଦ।ସକାଳୁ ସଞ୍ଜ ଯାଏଁ ବଢ଼େଇ ଭାଇର ବିଶ୍ରାମ ନଥିଲା। ବେଉଷଣ ପୂର୍ବରୁ କ୍ଷେତକୁ ଯିବା ପାଇଁ ଚାଷୀ ଭାଇମାନେ ନିଜ କାଠ ଖଣ୍ଡିକ ଧରି ବଢ଼େଇ ପାଖରେ ଧାଡ଼ି ଲଗାଉଥିଲେ। ଗୋନ୍ଦିରା,ସମି,ଭେରୁ,ଶାଳ ଆଦି କାଠରେ ଲଙ୍ଗଳ ତିଆରି ହେଉଥିଲା। କିନ୍ତୁ,ଆଜି ସମୟ ବଦଳି ଯାଇଛି। ଆଧୁନିକତାର ସ୍ପର୍ଶ ଓ ମେସିନ୍ ଯୁଗର ଆଗମନରେ ପାରମ୍ପରିକ କାଠ ଲଙ୍ଗଳ ଆଉ ଚାଷଜମିରେ ଦେଖିବାକୁ ମିଳୁନି ଆଜିକାଲି ଟ୍ରାକ୍ଟର,ପାୱାର ଟିଲର ଏବଂ ନୂଆ ଯନ୍ତ୍ରପାତି ସାହାଯ୍ୟରେ କମ୍ ସମୟ ଓ ଶ୍ରମରେ ଚାଷ କାର୍ଯ୍ୟ ହୋଇପାରୁଛି। ଅଳ୍ପ ଖର୍କ ଓ କମ୍ ସମୟରେ ଟ୍ରାକ୍ଟର ଦ୍ବାରା ଚାଷ କାର୍ଯ୍ୟ କରାଯାଉଛି। ଫଳରେ କାଠରେ ତିଆରି ହଳଲଙ୍ଗଳର ଆବଶ୍ୟକତା ଶେଷ ହୋଇଯାଇଛି। ଯେଉଁ ଚାଷୀ ଭାଇ ଦିନେ ବଢ଼େଇ ବିନା…
Author: bmcnews
ଢେଙ୍କାନାଳ ;ତା-୧୪/୦୮(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ‘ହର୍ ଘର୍ ତିରଙ୍ଗା’ ଶୋଭାଯାତ୍ରା ଶ୍ରଦ୍ଧା ଓ ଆବେଗର ସହ ଅନୁଷ୍ଠିତ ହୋଇଯାଇଛି। ଆଜି ବ୍ଲକ ପ୍ରଶାସନ ତରଫରୁ ଓଡ଼ପଡ଼ା ଜଗନ୍ନାଥ ମନ୍ଦିରରୁ ବାହାରି ବ୍ଲକ ପର୍ଯ୍ୟନ୍ତ ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରାରେ ଓଡ଼ପଡ଼ା ବ୍ଲକର ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ,ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ଇତିଶ୍ରୀ ସାହୁ,ବିଜେପି ଜିଲ୍ଲା ସେକ୍ରେଟେରୀ,ଓଡ଼ପଡ଼ା ମଣ୍ଡଳ ଯୁବମୋର୍ଚ୍ଚା ବିଜେପି ମଣ୍ଡଳ ସଭାପତି,ସମାଜସେବୀ ଜିତେନ୍ଦ୍ର ଦାସ,ପ୍ରମୁଖ ଯୋଗଦେଇଥିଲେ। ଏହି ଶୋଭାଯାତ୍ରା ମୋଟର ସାଇକେଲ ଓ ସାଇକେଲରେ ଓଡ଼ାପଡ଼ା ଜଗନ୍ନାଥ ମନ୍ଦିରରୁ ବାହାରି ଓଡ଼ପଡ଼ା ବଜାରର ପରିକ୍ରମା କରିବା ପରେ ବ୍ଲକ ଠାରେ ଉଦ୍ଯାପିତ ହୋଇଥିଲା। ଉକ୍ତ ତ୍ରିରଙ୍ଗା ଶୋଭାଯାତ୍ରାରେ ଓଡ଼ପଡ଼ା ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ମହିଳା ସାଧାରଣ ନାଗରିକ ସାମିଲ ହୋଇଥିଲେ। ବିଜେପି କାର୍ଯ୍ୟକର୍ତ୍ତା,କର୍ମୀ ପ୍ରମୁଖ ଶୃଙ୍ଖଳିତ ଯାତ୍ରାରେ ସହଯୋଗ କରିଥିଲେ। ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ…
ଅନୁଗୋଳ ;ତା-୧୪/୦୮(ବିଏମସି ଟିଭି ଓଡ଼ିଆ) କିଶୋରନଗର ବ୍ଲକର ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟ ହଣ୍ଡପା ରେ ସାଇବର ସଚେତନତା ଶିବିର ଆୟୋଜିତ ହୋଇଥିଲା ।ଉକ୍ତ ଶିବିର କୁ ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନା ଉଦଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ଆଜିର ଡିଜିଟାଲ ଯୁଗରେ ଇଣ୍ଟରନେଟ ଓ ସ୍ମାର୍ଟ ଫୋନ୍ ଆମ ଜୀବନର ଅବିଛିନ୍ନ ଅଂଶ ହୋଇଛି ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିବା ସହ ଅନଲାଇନ, ବ୍ୟାଙ୍କିଙ୍ଗ, ଡିଜିଟାଲ ପେମେଣ୍ଟ, ସୋସିଆଲ ମିଡ଼ିଆ ଅନଲାଇନ ଶିକ୍ଷା ଆମ ଜୀବନକୁ ସହଜ କରିଥିଲେ ମଧ୍ୟ କିପରି ସାଇବର ଅପରାଧର ଆଶଙ୍କା ବଢିଚାଲିଛି ସେହି ବିଷୟରେ ନିଜ ଅଭିଭାଷଣ ମାଧ୍ୟମରେ ଆଲୋକପାତ କରିଥିଲେ । ନିମନ୍ତ୍ରିତ ଅତିଥି ହଣ୍ଡପା ଥାନା ଭାରପ୍ରାପ୍ତ ଅଧିକାରୀ ରାଜେଶ କୁମାର ଶତପଥି ଶିବିରରେ ଯୋଗଦାନ ପୂର୍ବକ ଛାତ୍ରଛାତ୍ରୀ ମାନଙ୍କୁ ନକଲି ୱେବସାଇଟ, ଓଟିପି ଠକେଇ, ନକଲି ଲିଙ୍କ ପ୍ରତି ସଚେତନ ପାଇଁ ପରାମର୍ଶ ଦେଇଥିଲେ…
ବୈଦେଶ୍ଵର ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ) ବୈଦେଶ୍ୱର୍ ଉଦୟନାଥ ସରକାରୀ ନୋଡାଲ ହାଇ ସ୍କୁଲ ରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ହେଡ୍ ସାର ଦିଲ୍ଲୀପ କୁମାର ପରିଡ଼ା, ସ୍କୁଲ ର ପରିଚାଳନା କମିଟି ର ସଭାପତି, ମନୋଜ କୁମାର ଗଡ଼ନାୟକ, ସମ୍ପାଦିକା, ପ୍ରମୋଦିନି ବ୍ରହ୍ମ,ସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଓପରିଚାଳନା କମିଟି ମେମ୍ବର ଉପସ୍ଥିତି ଥିଲେ। ବାଙ୍କୀ ବୈଦେଶ୍ୱର ରୁ ମନୋଜ କୁମାର ଷଡ଼ଙ୍ଗୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।
ଢେଙ୍କାନାଳ ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ) ଆଜି ଅଶୀତମ ପବିତ୍ର ସ୍ଵାଧୀନତା ଦିବସ ଅଵସର ରେ ଜାତୀୟ ପତାକା ସମ୍ମାନ ର ସହ ସକାଳ ଘ୬:୩୦ ମି ସମୟରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ ର ଦେଉଳସାହି ସ୍ଥିତ କାର୍ଯାଳୟ ପରିସର ରେ ସଂଗଠନ ର ଉପଦେଷ୍ଟା ଶ୍ରୀଯୁକ୍ତ ଭକ୍ତବନ୍ଧୁ ଶତପଥୀ ଉତ୍ତୋଳନ କରିବା ସହିତ ସାମୁହିକ ଜାତୀୟ ସଙ୍ଗୀତ ଗାନ ତଥା ଦେଶାତ୍ମବୋଧକ ସ୍ଳୋଗାନ ପୂର୍ବକ ଉପଦେଷ୍ଟା ଶ୍ରୀଯୁକ୍ତ ଭକ୍ତବନ୍ଧୁ ଶତପଥୀ ଓ ପ୍ରତିଷ୍ଠାତା ଵିଭୁ ଶତପଥୀଙ୍କର ସମାଜ ସେବା ଧର୍ମୀ,ଦେଶାତ୍ମବୋଧକ ଉଦବୋଧନ ପ୍ରତିଟି ସେବକ ସେବିକା ଭାଇ ଭଉଣୀ ମାନଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିଵାରେ ଵେଶ ସହାୟକ ହୋଇ ଥିଲା।ସକାଳ ୮ଘଟିକା ସମୟ ରେ ସାମୁହିକ ଜଳପାନ ସହିତ ଆପୋଷ ମିଷ୍ଟାର୍ଣ୍ନ ଵଣ୍ଟନ ପୂର୍ବକ ସ୍ନେହ,ଶ୍ରଦ୍ଧା ଏଵଂ ମୈତ୍ରୀ ର ଭାଵ ଅନ୍ତର ରେ ଉଜ୍ଜୀଵିତ କରି ଏକତା ସୂତ୍ର ରେ ଵାନ୍ଧି…
ସମ୍ବଲପୁର:ତା.୧୫/ ୦୮ (ବିଏମସି ଟିଭି ଓଡିଆ) ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ଓ ପରିକ୍ରମା ପରି ସିମିତ କାର୍ଯ୍ୟକ୍ରମରେ ଅଧିକାଂଶ ଅନୁଷ୍ଠାନ ସାରିଦେଉଥିଲା ବେଳେ ଯୁଯୁମୁରା ବ୍ଲକର ଏକଦା ମାଓ ପ୍ରବଣ ଥିବା ମେଘପାଳ ପଂଚାୟତରେ ସ୍ଥାନୀୟ ସରପଞ୍ଚ ମମତା ପଧାନ ଦୀର୍ଘ ୧୦ ବର୍ଷ ହେଲା ଏକ ଭିର୍ନ୍ନ ପରମ୍ପରା ସୃଷ୍ଟି କରି ଗ୍ରାମଞ୍ଚଳର ଗରିବ ଓ ନିରୀହ ଶିଶୁ ମାନଙ୍କୁ ସରକାରୀ ପ୍ରାଥମିକ ସ୍କୁଲ ରେ ପଢ଼ାଇବା ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦେବା ସହିତ ସ୍କୁଲରେ ଶିକ୍ଷାର୍ଥୀ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବରେ ବଢ଼ାଇ ପାରିଛନ୍ତି । ସ୍ୱାଧୀନତା ଦିବସରେ ଚିରାଚରିତ କାର୍ଯ୍ୟକ୍ରମ ସହ ପ୍ରଥମ ଶ୍ରେଣୀରେ ନାମ ଲେଖାଇଥିବା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ପାଣିବୋତଲ, ଟିଫିନ ବକ୍ସ ସହିତ ସ୍କୁଲ ବ୍ୟାଗ ପ୍ରଦାନ କରି ସମାଜରେ ନିଜର ଏକ ସ୍ୱତନ୍ତ୍ର ଭୂମିକା ନିର୍ବାହ କରି ମେଘପାଳ ଭଳି ଅଞ୍ଚଳରେ ଶିକ୍ଷାର ଆଲୋକ ବୁଣିବାରେ ସକ୍ଷମ ହୋଇଛନ୍ତି।ଏହି ଅବସରରେ ମେଘପାଳ…
ମାଲକାନଗିରି ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଡିଏନ୍କେ ପଡ଼ିଆଠାରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳଗୁଡ଼ିକୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ରାଜସ୍ୱ ବିଭାଗ ପକ୍ଷରୁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଉଚ୍ଚଶିକ୍ଷିତ ଦୁଇଜଣ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଯୁବକ-ଯୁବତୀଙ୍କୁ ମନ୍ତ୍ରୀ ଲାପଟପ୍ ବଣ୍ଟନ କରିଥିଲେ। ସେହିପରି କ୍ରୀଡ଼ା ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମପଞ୍ଚାୟତକୁ କ୍ରୀଡ଼ା ସାମଗ୍ରୀ ବିତରଣ କରାଯାଇଥିଲା ଏବଂ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷାରେ…
ମାଲକାନଗିରି ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ଇଣ୍ଡୋର ଷ୍ଟାଡିଅମ ଖେଳାଳୀ ସୂର୍ଯ୍ୟକାନ୍ତ ଖରାଙ୍କୁ ଆଜି ମାଲକାନଗିରି ଜିଲ୍ଲା ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସଂମାନିତ କରିବା ସହ ମାନପତ୍ର ପ୍ରଦାନ କରିଛନ୍ତି।ଗତ ମାସ ଜୁଲାଇ ୨୪ରୁ ୨୭ ତାରିଖ ରାଜ୍ୟ ସ୍ତରୀୟ ଭାରଉତ୍ତୋଳନ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିଲା।ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ର ତଥା ବାଲିମେଳା ଇଣ୍ଡୋର ଷ୍ଟାଡିୟମର ଖେଳାଳୀ ଅଣ୍ଡର ୧୪ ରେ ଭାଗ ନେଇ ରାଜ୍ୟ ସ୍ତରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।ସୂର୍ଯ୍ୟକାନ୍ତ ପାଠ ପଢିବା ସହ ପ୍ରତେକ ଦିନ ଇଣ୍ଡୋର ଆସି କୋଚ ରଘୁନାଥ ଖରା ତତ୍ୱାବଧାନରେ ପ୍ରଶିକ୍ଷଣ କରୁଥିଲେ।ଆଜି ଜିଲ୍ଲା ମଞ୍ଚରେ ସୂର୍ଯ୍ୟକାନ୍ତ ସଂମାନିତ ହୋଇଥିବାରୁ ତାଙ୍କ କୋଚ ରଘୁନାଥ , ବାଲିମେଳା ଇଣ୍ଡୋର ଇନଚାର୍ଚ୍ଚ ଲଷ୍ମୀ କାନ୍ତ ପୂଜାରୀ ଓ…
ଢେଙ୍କାନାଳ ;ତା-୧୫/୦୮(ବିଏମସି ଟିଭି ଓଡ଼ିଆ) ଆଜି ସକାଳୁ ସକାଳୁ ରାସୋଳ ବଜାର ଠାରୁ ଆରମ୍ଭ କରି ତେଲି ଭୁଇଁ ବଜାର ଏପରିକି ନାଉକିଆରୀ ପ୍ରାଥମିକ ବିଦ୍ୟାଳୟ ପାଖରେ ବିଭିନ୍ନ ସ୍ଥାନରେ କାନ୍ଥ ବାଡ଼ ଗଛରେ ଦେଖିବାକୁ ମିଳିଛି ଏକ ଆକ୍ଷେପ ଭରା ବ୍ୟାନର।ରାସୋଳ ରେ କେନ୍ଦ୍ରୀୟ ବିଦ୍ୟାଳୟ ନହେବାକୁ କୁ ନେଇ ଜନ ଅସନ୍ତୋଷ ବୃଦ୍ଧି ନା ଏହା ରାଜନୈତିକ ଆକ୍ରୋଶ ମୂଳକ ତାହା ତ ସମୟ କହିବ ତେବେ ଆଜି ର ଦିନ ରେ କିଏ ଏଭଳି ବ୍ୟାନର ମାରିଲା ? ରାସୋଳ କୁ କିଏ ଆସୁଛି ? କାହାକୁ ବିରୋଧ କରାଯାଉଛି? କିଏ ରାସୋଳ ରେ କେନ୍ଦ୍ରୀୟ ବିଦ୍ୟାଳୟ ନହେବା ପାଇଁ ଦାୟୀ ? ଏସବୁ ସାଧାରଣ ଜନତାଙ୍କୁ ଅଗୋଚର ଥିବା ବେଳେ ବ୍ୟାନର ରେ କାହାର ନାମ ଉଲ୍ଲେଖ କରାଯାଇ ନଥିବାରୁ ଏହା ସିଧାସଳଖ ରାଜନୈତିକ ଆକ୍ରୋଶ ମୂଳକ ଭାବେ କୌଣସି ନେତା,ମନ୍ତ୍ରୀ,ବିଧାୟକ ଅବା ସାଂସଦ ଙ୍କୁ…
ମାଲକାନଗିରି ;ତା-୦୬/୦୮(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଶୋକକୁଳ ପରିବେଶ।ବାଲିମେଳା ନଗର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ପିତା ଲଡୁ କିଶୋର ନାୟକ(୮୭) ବୟସରେ ଗତ କାଲି ରାତିରେ ନିଜ ବାସ ଗୃହରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସେ ଜଣେ ସମାଜସେବୀ,ଧର୍ମପରାୟନ ବ୍ୟକ୍ତି ଥିଲେ।ତାଙ୍କ ଚେଷ୍ଟାରେ କାଳୀଛକ ଠାରେ କାଳୀ ମନ୍ଦିର ଦୀର୍ଘ ୫୦ ତଳେ ନିର୍ମାଣ ହୋଇଥିଲା।ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ଶହ ଶହ ନଗରବାସୀ ଶେଷ ଦର୍ଶନ କରିଥିଲେ। ବାଲିମେଳା ଓ ଏହାର ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ତାଙ୍କର ଶେଷ କୃତ ପୁରୀ ଠାରେ ହେବ ବୋଲି ଜଣା ପଡ଼ିଛି। ମାଲକାନଗିରି ରୁ ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।
ସମ୍ବଲପୁର:ତା.୦୬/୦୮ (ବିଏମସି ଟିଭି ଓଡିଆ) କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲା ପରେ ଆସନ୍ତା ଦୁଇ ଦିନ ଧରି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ସମ୍ବଲପୁର ଗସ୍ତ ରହିଛି। ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ସୂଚନା ମୁତାବକ ମାନ୍ୟବର ସାଂସଦ ୮ ତାରିଖ ସକାଳେ ରେଢ଼ାଖୋଲରେ ପ୍ରଥମେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ରେଢ଼ାଖୋଲରେ ଆରମ୍ଭ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍ର ଶୁଭାରମ୍ଭ ଓ ସ୍ଥାୟୀ କ୍ୟାମ୍ପସ୍ର ଭୂମିପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ଅପରାହ୍ନରେ ସମଲେଶ୍ଵରୀ ମନ୍ଦିରରେ ଈଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ଦର୍ଶନ କରିବେ। ପରେ ଗଙ୍ଗାଧର ମେହେର ଏକକ ବିଶ୍ବିବିଦ୍ୟାଳୟରେ ହେବାକୁ ଥିବା “ମାଟି-ର୍-ମହକ୍” କର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିରେ ପଶ୍ଚିମ ଓଡ଼ିଶାର ସମସ୍ତ ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତି ଵିଶେଷଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ୯ ତାରିଖ ସକାଳେ…
ରାୟଗଡ଼ା ;ତା-୦୬/୦୮(ବିଏମସି ଟିଭି ଓଡ଼ିଆ) ଓଡିଶା ସ୍କୁଲ କଲେଜ ଓ କର୍ମଚାରୀ ସମନ୍ୱୟ ସମିତି( ଓଷ୍ଠା )କାଶୀପୁର ପକ୍ଷରୁ ଆଜି କାଶୀପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଶମ୍ବୁଖରେ ଧାରଣା ଓ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଦୀର୍ଘ ଦିନ ଧରି ବିଭିନ୍ନ ଦାବିକୁ ନେଇଁ ସରକାରଙ୍କ ଠାରେ ଉପସ୍ଥାପନା କରାଯାଉଥିଲେ ସୁଧା ରାଜ୍ୟ ଶିକ୍ଷକଙ୍କ ଦାବୀ ପ୍ରତି ସରକାର ଅଣଦେଖା କରୁଥିବା ହେତୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ର ଚେତାବନୀ ଦେଇଛି ଓଷ୍ଠା।ପ୍ରସଙ୍ଗ ହେଲା ୧୯୯୪ ମସିହା ଠାରୁ ବ୍ଲକ ଗ୍ରାଣ୍ଟ ଭୋଳି କ୍ଵଚିତ ପ୍ରଥା ପୂର୍ବ ସରକାରଙ୍କ କାର୍ଯ୍ୟକାଳ ରେ ପ୍ରଚଳନ କରାଯାଇଥିଲା ହେଲେ ବର୍ତମାନ ର ସରକାର ଏକ କମିଟି କରି ଏହାର ୬ ମାସ ପୂର୍ବରୁ ତର୍ଜମା କରିଥିଲେ। ଏବଂ ଏହାର ରିପିଟ ସରକାର ଙ୍କୁ ଉକ୍ତ କମିଟି ପ୍ରଦାନ କରିସାରିଛି। କିନ୍ତୁ ସରକାରଙ୍କ ଟାଳଟୁଳ ନୀତିଯାଗୁଁ ଏହି କମିଟି କୁ ଅଧିକ ୬ ମାସ ଅବଧି…
