Author: bmcnews

ମାଲକାନଗିରି ; ତା-୦୫/୦୮ ( ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ଓର୍କେଲ ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଲେ ରିଗନ କିଣ୍ଡୋ । ପୂର୍ବରୁ ଥିବା ଆଇଆଇସି ଦେବଦ୍ଦତ ମଲ୍ଲିକ ଙ୍କୁ ମାଲକାନଗିରି ଥାନାକୁ ବଦଳି ହୋଇଛି। ସେ ଗତ ୨୪ଜୁନ ମାସରେ ଓର୍କେଲ ଥାନାରେ ଯୋଗ ଦେଇଥିଲେ। ଆଜି ମାଲକାନଗିରି ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ବାଲିମେଳା ଶାଖା ତରଫରୁ ନୂତନ ଆଇଆଇସି ଶ୍ରୀ କିଣ୍ଡୋ ସହିତ ସାକ୍ଷାତ କରି ସହରର ଟ୍ରାଫିକ ସମସ୍ୟା, ବେଆଇନ ପାର୍କିଂ, ରାସ୍ତାରେ ଗାଈ ଗୋରୁ ପ୍ରଦର୍ଭାଵ, ଯୁବକ ମାନେ ନିଶା ସେବନ ନିବୃତ କରିବା, ସାଇବର ଅପରାଧ ଆଦି ନୂତନ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ନୂତନ ଥାନା ଅଧିକାରୀ ଶ୍ରୀ କିଣ୍ଡୋ କହିଛନ୍ତି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି। ଏହି ସମୟରେ ବାଲିମେଳା ଶାଖା ସଭାପତି ରବି ରଶ୍ମି ଗୁରୁ, କୋରୁକୋଣ୍ଡା ଶାଖା ସଭାପତି ଶିବ ଦତ୍ତ…

Read More

ନୂଆଦିଲ୍ଲୀ: ‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ନିଶା କାରବାର ଓ ନିଶା ସେବନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ। ଯୁବର୍ଗ ହିଁ ସମାଜର ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ହୁଅନ୍ତୁ। ସେ ଆହୁରି କହିଲେ, “ନିଶା ବାପାମାଆଙ୍କ ସ୍ୱପ୍ନ ଛାରଖାର କରିଦିଏ, ମା’ କୋଳ ଖାଲି କରିଦିଏ। ନିଶା ଦ୍ୱାରା ରାଷ୍ଟ୍ର ଶକ୍ତି ଦୁର୍ବଳ ହୋଇଥାଏ।” ଯୁବପିଢ଼ି ନିଶାଠାରୁ ଦୂରରେ ରହି ଭଲ ମଣିଷ ହୁଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି। ପଡ଼ୋଶୀ ଦେଶମାନେ ନିଶାର ଜାଲ ବିଛାଉଥିବା ନେଇ ସତର୍କ କରାଇ ମୋଦି କହିଛନ୍ତି, “ଡ୍ରଗ୍ସ ଦ୍ୱାରା ହେଉଥିବା କ୍ଷତିକୁ ଯୁବପିଢ଼ି ବୁଝନ୍ତୁ। ନିଶା ଯୁବ ସଂକଳ୍ପକୁ ମାରିଦିଏ, ଏଥିରୁ ନିବୃତ୍ତ ରୁହନ୍ତୁ।”

Read More

ସମ୍ବଲପୁର:ତା.୩୦/୦୭ (ବିଏମସି ଟିଭି ଓଡିଆ) ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ଏକ ତାରିଖକୁ ପ୍ରତିବର୍ଷ ‘ସମ୍ବଲପୁରୀ ଦିନ୍’ ଭାବେ ପାଳନ କରାଯାଇଥାଏ । ଚଳିତ ବର୍ଷ ସମ୍ବଲପୁରରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛିି। ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ଆରମ୍ଭ ହୋଇଥିବା ‘ସମ୍ବଲପୁରୀ ଦିନ୍’ ପ୍ରତି ଆହୁରି ଭବ୍ୟ ଏବଂ ଜନାଦୃତ ହେବାକୁ ବସିଛି। ଚଳିତ ବର୍ଷ ସହର ସ୍ଥିତ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଦୁଇ ଦିନିଆ ୧୪ ତମ ରାଜ୍ୟସ୍ତରୀୟ ‘ସମ୍ବଲପୁରୀ ଦିନ୍’ ଆୟୋଜନ ପାଇଁ ଯୋଜନା ରହିଛି। ଚଳିତ ବର୍ଷ ଅଗଷ୍ଟ ଏକ ତାରିଖ ସକାଳ ୮ ଟା ରେ ସମ୍ବଲପୁରୀ ଡେରାରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ମାଲ୍ୟାର୍ପଣ କରାଯିବ। ଏହାପରେ ପ୍ରତିବର୍ଷ ଭଳି ସମ୍ବଲପୁରୀ କବିତା ପାଠ କାର୍ଯ୍ୟକ୍ରମ ‘ସମ୍ବଲପୁରୀ ଦିନ୍’ ମଚାନରେ ଅନୁଷ୍ଠିତ ହେବ।…

Read More

ରାମନାଗୁଡା / ଗୁଣପୁର / ରୟାଗଡ଼ ; ତା-୨୭/୦୭ ( ବିଏମସି ଟିଭି ଓଡ଼ିଆ) ରୟାଗଡ଼ ଜିଲ୍ଲାର ରାମନାଗୁଡା ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ସତ୍ୟକୁମାର ନନ୍ଦ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଶାନ୍ତ ମିଶ୍ର, ଜିଲ୍ଲା ବନ ଅଧିକାରୀ ସଚିନ ଆନ୍ନା ସାହେବ ଓହଲ,ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ରାମନାଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୫୧ଟି ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୪୮…

Read More

ବେଲଗୁଣ୍ଠା ;ତା-୨୬/୦୭(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଖାରିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ ଜୁନ୍ ମାସରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ସମୀର କୁମାର ଜେନାଙ୍କ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କ୍ଷେତ୍ରିୟବରପୁର ପଞ୍ଚାୟତ ଅନ୍ତର୍ଗତ ପାଲକଷଣ୍ଢା ରୋଡ୍ ରେ ଥିବା ସୁପର୍ ମାର୍କେଟ୍ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଭୂବନେଶ୍ୱର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ର ଏଜିଏମ୍ ଅମରଜିତ୍ ବେହେରା ଯୋଗ ଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସମୀର କୁମାର ଜେନାଙ୍କ ସଂଘର୍ଷମୟ ବାଲ୍ୟ ଜୀବନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଅବସରପରେ ହିଁ ଜଣେ ବ୍ୟକ୍ତି ସ୍ଵାଧୀନ ଭାବରେ ସମାଜ ପାଇଁ ଉତ୍ସର୍ଗୀକୃତ ହୋଇପାରେ ବୋଲି ପ୍ରକାଶ କରିଥିଲେ। ସେହିପରି ବଡ଼ବୋର୍ସିଂ ଆଞ୍ଚଳିକ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆଦିତ୍ୟ ପ୍ରସାଦ ବ୍ରହ୍ମା,ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ରଥ,ଦୈତାରୀ ମହାରଣା,ସନ୍ତୋଷ କୁମାର ପଟ୍ଟନାୟକ,ବାଳକୃଷ୍ଣ ସାବତ,ସୂର୍ଯ୍ୟ ନାରାୟଣ ବେହେରା,ବିଜୟ…

Read More

ସମ୍ବଲପୁର:ତା.୨୬/୦୭ (ବିଏମସି ଟିଭି ଓଡିଆ) ମାଆ ସମଲେଶ୍ୱରୀଙ୍କ ପବିତ୍ର ପୀଠରେ ରବିବାର ସନ୍ଧ୍ୟାରେ ଏକ ଭବ୍ୟ ଭଜନ ସନ୍ଧ୍ୟା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଭଜନ ସନ୍ଧ୍ୟାକୁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ମାଆ ସମଲେଶ୍ୱରୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁରର ପ୍ରତିଷ୍ଠିତ କଳାକାରମାନେ ମା’ଙ୍କ ମହିମାଗାନ କରିଥିଲେ। କଣ୍ଠଶିଳ୍ପୀ ବିଭୁତି ଭୂଷଣ ପଟ୍ଟନାୟକ, ରଞ୍ଜନ କୁମାର ନନ୍ଦ, ବଳରାମ ମାଝୀ, ସୁନୀତି ବେହେରା, ଜ୍ୟୋତିର୍ମୟୀ ବେହେରା ଓ ତନୁଶ୍ରୀ ବେହେରା ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ଦେବାଶିଷ ପାଢ଼ୀ, ଭାଗିରଥୀ ସିଂହଦେଓ, କୃଷ୍ଣ ଚନ୍ଦ୍ର ବାଗ, କ୍ଷିତିଶ ଚନ୍ଦ୍ର ବାଗ, ସୁମିତ ପ୍ରଧାନ, ହରିବନ୍ଧୁ ବେହେରା ଓ ସୁରେନ୍ଦ୍ର ଖଟେଇ ପ୍ରମୁଖ ସହଯୋଗ କରିଥିଲେ। ସନ୍ତୋଷ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା ଓ ତ୍ରିଲୋଚନ ତ୍ରିପାଠୀ ମଂଚ ପରିଚାଳନା କରିଥିଲେ। ଏହି ଅବସରରେ ଟ୍ରଷ୍ଟ ବୋର୍ଡ…

Read More

ବଲାଙ୍ଗୀର ;ତା-୨୨/୦୭(ବିଏମସି ଟିଭି ଓଡ଼ିଆ) ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପନର ସମ୍ମୁଖୀନ ହେଉଥିବା ବଲାଙ୍ଗିର ଜିଲ୍ଲାର କୁମିଆପାଲି ଗ୍ରାମର ୮୪ଟି ଅନୁସୂଚିତ ଜନଜାତି ପରିବାରଙ୍କୁ ନ୍ୟାୟ ପ୍ରଦାନ ପାଇଁ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ବିସ୍ତୃତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, କୁମିଆପାଲିର ସମସ୍ତ ୮୪ଟି ପରିବାର ଅନୁସୂଚିତ ଜନଜାତି ସମ୍ପ୍ରଦାୟର। ରାଜ୍ୟର ବିକାଶ ପାଇଁ ସେମାନେ ନିଜର ପୈତୃକ ଜମି, ଘର, ଜଙ୍ଗଲ, ଜୀବିକା ଓ ସାଂସ୍କୃତିକ ଐତିହ୍ୟ ହରାଇବାକୁ ବସିଛନ୍ତି। ତେଣୁ ଭୂମି ଅଧିଗ୍ରହଣ, ନ୍ୟାୟସଙ୍ଗତ କ୍ଷତିପୂରଣ ଓ ପୁନର୍ବାସ ଅଧିନିୟମ–୨୦୧୩, ରାଜ୍ୟ ସରକାରଙ୍କ ପୁନର୍ବାସ ନୀତି ଏବଂ ଆଦିବାସୀଙ୍କ ପାଇଁ ପ୍ରଚଳିତ ସମସ୍ତ ସ୍ୱତନ୍ତ୍ର ସୁବିଧା ସେମାନଙ୍କୁ ଯୋଗାଇ ଦିଆଯିବା ଉଚିତ ବୋଲି ସେ ଦାବି କରିଛନ୍ତି। ଶ୍ରୀ ବିଶି କହିଛନ୍ତି ଯେ, ପ୍ରାୟ ୫୦ଟି ପରିବାରର ସର୍ଭେ ଏପର୍ଯ୍ୟନ୍ତ କରାଯାଇନାହିଁ, ଯେତେବେଳେ…

Read More

ବଲାଙ୍ଗୀର ;ତା-୨୩/୦୭(ବିଏମସି ଟିଭି ଓଡ଼ିଆ) ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡରେ ବିଶିଷ୍ଟ ଶିକ୍ଷାବିତ୍, ବୈଜ୍ଞାନିକ ଓ ପରିବେଶବିତ୍ ସୋନମ୍ ୱାଙ୍ଗଚୁକ୍ ଏବଂ ଦେଶବ୍ୟାପୀ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ପ୍ରତି ଏକାତ୍ମତା ପ୍ରକାଶ କରି ଭୀମ ଆର୍ମି, ଗରିବ ସେନା, ସି.ଜେ.ପି. ସମର୍ଥକ, ବିଭିନ୍ନ ଛାତ୍ର ସଂଗଠନ, ସାମାଜିକ ସଂଗଠନ, ରାଜନୈତିକ ଦଳ ଏବଂ ସଚେତନ ନାଗରିକଙ୍କ ମିଳିତ ଆନୁକୂଲ୍ୟରେ ଏକ ବିଶାଳ ପ୍ରତିବାଦ ଓ ବିକ୍ଷୋଭ ରାଲି ଆୟୋଜିତ ହୋଇଥିଲା।ଟିଟିଲାଗଡ଼ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ରାଲି ସହରର ପ୍ରମୁଖ ରାସ୍ତା ପରିକ୍ରମା କରି ସବ୍-କଲେକ୍ଟର କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ପ୍ରତିବାଦକାରୀମାନେ ଶିକ୍ଷା କ୍ଷେତ୍ରର ବିଭିନ୍ନ ସମସ୍ୟାକୁ ନେଇ ପ୍ରସ୍ତୁତ ୫ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ସବ୍-କଲେକ୍ଟରଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରେରଣ କରିଥିଲେ।ବିକ୍ଷୋଭକାରୀମାନେ କହିଥିଲେ ଯେ, ନିଟ୍ ସମେତ ବିଭିନ୍ନ ପ୍ରବେଶିକା ଓ ନିଯୁକ୍ତି ପରୀକ୍ଷାରେ ବାରମ୍ବାର ପ୍ରଶ୍ନପତ୍ର ପ୍ରଘଟ ଘଟଣା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ…

Read More

ବଲାଙ୍ଗୀର ;ତା-୨୩/୦୭(ବିଏମସି ଟିଭି ଓଡ଼ିଆ) ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓଙ୍କ ସବୁଜ ପତାକା; ପଶ୍ଚିମ ଓଡ଼ିଶାର ଶ୍ରଦ୍ଧାଳୁଙ୍କ ପାଇଁ ଐତିହାସିକ ସଂଯୋଗପାଟଣାଗଡ଼, ୨୩.୦୭: ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରୁ ଶ୍ରୀଜଗନ୍ନାଥ ଧାମ ପୁରୀକୁ ସିଧାସଳଖ ବସ୍ ସେବାର ଆଜି ଶୁଭାରମ୍ଭ ହୋଇଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ ସବୁଜ ପତାକା ଦେଖାଇ ଏହି ବସ୍ ସେବାର ଶୁଭ ଉଦ୍ଘାଟନ କରିଥିଲେ।ଏହି ନୂତନ ବସ୍ ସେବା ଆରମ୍ଭ ହେବା ଫଳରେ ବଲାଙ୍ଗୀର ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ହଜାର ହଜାର ଶ୍ରଦ୍ଧାଳୁ ଏବେ ବିନା ଯାନ ପରିବର୍ତ୍ତନରେ ସିଧାସଳଖ ଭାବେ ଶ୍ରୀଜଗନ୍ନାଥ ଧାମ ପୁରୀକୁ ଯାତ୍ରା କରିପାରିବେ। ଏହା ଧାର୍ମିକ ପର୍ଯ୍ୟଟନକୁ ନୂଆ ଦିଗ ଦେବା ସହ ସାଧାରଣ ଯାତ୍ରୀଙ୍କ ଯାତାୟାତକୁ ମଧ୍ୟ ଅଧିକ ସୁଗମ ଓ ସୁବିଧାଜନକ କରିବ ବୋଲି ମତ ପ୍ରକାଶ ପାଇଛି।ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବସ୍ ସେବା ସଂସ୍ଥାର ପ୍ରତିନିଧି, ବିଭିନ୍ନ ସାମାଜିକ ସଂଗଠନର…

Read More

ବେଲଗୁଣ୍ଠା ;ତା-୨୩/୦୭(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଆଜି ଏକ ବଡ଼ ଧରଣର ବସ ଦୁର୍ଘଟଣା ଟଳିଯାଇଛି। ସୂଚନା ଅନୁଯାୟୀ, ଆଜି ବେଲଗୁଣ୍ଠାରୁ ମଙ୍ଗଳପୁର ପଞ୍ଚାୟତର ମହାସିଙ୍ଗିପଲ୍ଲୀ ଭାୟା ଆମ୍ବପୁଆ , ଜିରୋଳି, ବଙ୍କା,ଜାଲଖାଇ , ମଙ୍ଗଳପୁର ,ଗୋଠୁଳି, ପାଟୁଳି ସାହି, ଗଜିନ୍ଦ୍ରା ,ଏକତାଳ , ଅଢ଼େଇ ଗାଁ ଛକ ଓ ଉଢୁରା ହୋଇ ବେଲଗୁଣ୍ଠା ଅଭିମୁଖେ ଫେରୁଥିବା ରୁଟ୍ ନମ୍ବର ୧୯ ନମ୍ବର ଗାଡି ମୁଖ୍ୟମନ୍ତ୍ରୀ ବସ (ଓଡି୩୨ଜେ୭୪୮୨) ସକାଳ ଦଶଟାରେ ଉଡୁରା ଛକ ନିକଟରେ ପହଞ୍ଚିବା ସମୟରେ, ଇଞ୍ଜିନରୁ ହଠାତ୍ ପ୍ରବଳ ଧୂଆଁ ବାହାରୁଥିବା ଡ୍ରାଇଭର ରାଜ ନାରାୟଣ ଦୋରାଙ୍କ ନଜରକୁ ଆସିଥିଲା । ପରିସ୍ଥିତିକୁ ବୁଝି ଡ୍ରାଇଭର ତୁରନ୍ତ ବସଟିକୁ ରାସ୍ତା କଡ଼ରେ ଅଟକାଇ ଦେଇଥିଲେ।ଗାଡ଼ିରୁ ଓହ୍ଲାଇ ଯାଞ୍ଚ କରିବା ପରେ ସର୍ଟ ସର୍କିଟ୍‌ ଯୋଗୁଁ ଇଞ୍ଜିନରୁ ପ୍ରବଳ ଧୂଆଁ ଓ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।ଯାହା ଫଳରେ କି ପ୍ରବଳ ଧୁଆଁ ଚାରିଆଡ଼େ ବ୍ୟାପି…

Read More

ବେଲଗୁଣ୍ଠା:୨୩/୭(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ସହରର ଧୋବା ସାହି ୱାର୍ଡ଼ ନମ୍ବର ୯ ବାସିନ୍ଦା ଜଣେ ସକ୍ରିୟ ତଥା ନିଷ୍ଠାପର ବିଜେପି କର୍ମୀ ରମେଶ ଚନ୍ଦ୍ର ସେଠୀଙ୍କ ଗତକାଲି ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ଖବର ପାଇ ସୋରଡ଼ା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଆଜି ବେଲଗୁଣ୍ଠା ସ୍ଥିତ ମୃତକଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଅମର ଆତ୍ମାର ସଦଗତି କାମନା କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସ୍ୱର୍ଗତ ରମେଶ ଜଣେ ଆର୍ଥିକ ଅନଗ୍ରସର ବ୍ୟକ୍ତି ହୋଇଥିଲେ ମଧ୍ୟ ଦଳର ସଂଗଠନ ପାଇଁ ତାଙ୍କର ଅବଦାନ ରହୁଥିଲା । ତାଙ୍କର ଅକାଳ ବିୟୋଗ ବେଲଗୁଣ୍ଠା ବିଜେପି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ନାୟକ ପ୍ରକାଶ କରିବା ସହ ଆଗାମୀ ଦିନରେ ସ୍ଥାନୀୟ ବିଜେପି ତଥା ବିଧାୟକଙ୍କ ତରଫରୁ ଶୋକାକୁଳ ପରିବାରକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି…

Read More

ରାୟଗଡ;ତା- ୨୩/୦୭(ବିଏମସି ଟିଭି ଓଡ଼ିଆ) ଜିଲ୍ଲାସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଉତ୍ସବ ପି ଏମ ଶ୍ରୀ ଗୋବିନ୍ଦଚନ୍ଦ୍ରଦେବ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆଠାରେ ଆୟୋଜନ କରାଯିବ। ଉକ୍ତ ଦିନ ପ୍ରତ୍ୟୁଷରେ ରାମଧୁନ ଗାନ କରାଯାଇ ସହର ପରିକ୍ରମା କରାଯିବ। ବିଭିନ୍ନ ଶିକ୍ଷାଅନୁଷ୍ଠାନ ତଥା ସରକାରୀ କାର୍ଯ୍ୟାଳୟରେ ସକାଳ ୭:୩୦ ରୁ ୮:୦୦ ମଧ୍ୟରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ଥିବାବେଳେ ସକାଳ ୯:୧୫ ଘଟିକା ସମୟରେ ପି ଏମ ଶ୍ରୀ ଗୋବିନ୍ଦଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ। ଏହା ସହ ଗଜପତି ଛକରୁ ଶୋଭାଯାତ୍ରା ଆରମ୍ଭ ହୋଇ ପି…

Read More