ବେଲଗୁଣ୍ଠା ;ତା-୨୩/୮(ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗୁଣ୍ଡୁରିବାଡି ର ଜଣେ ୧୧ ବର୍ଷୀୟ ନାବାଳକ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ନାବାଳକ ହେଲେ ପୂର୍ଣ୍ଣ ନାଇକଙ୍କ ପୁଅ ଶିବ ନାଇକ। ସେ ୫ମ ଶ୍ରେଣୀରେ ପାଠ ପଢୁଛନ୍ତି। ପରିବାର ସୂଚନା ଅନୁଯାୟୀ ଶିବ ଗତକାଲିଠାରୁ ଘରୁ କେଉଁଆଡ଼େ ଚାଲିଯାଇଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିବାରୁ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଛନ୍ତି। ନାବାଳକଙ୍କ ସନ୍ଧାନ ପାଇଁ ପରିବାର ପକ୍ଷରୁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି। ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିଲେ ନିକଟସ୍ଥ ପୁଲିସ ଥାନା କିମ୍ବା ପରିବାରକୁ ଜଣାଇବାକୁ ଅନୁରୋଧ କରାଯାଇଛି। ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।
Author: bmcnews
ରାୟଗଡ଼ା ;ତା-୨୪/୦୮(ବିଏମସି ଟିଭି ଓଡ଼ିଆ) ପ୍ରାୟ ତିନି ମାସ ହୋବ ଜଳବନ୍ଦୀ ରେ ଅନେକ ଅଞ୍ଚଳ।ଏହିପରି ଗତ କିଛି ଦିନ ଧରି କାଶୀପୁର ଅଞ୍ଚଳ ରେ ଲଗାଣ ବର୍ଷା ହେଉ ଥିବା ବେଳେ ବ୍ଲକ ଅନ୍ତର୍ଗତ କୋଡିପାରୀ ପଞ୍ଚଯାତ ର ଦଣ୍ଡାମୁଣ୍ଡା ଗ୍ରାମ ଅନେକ ଦିନ ହେଲା ସମ୍ପୂର୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ହେଲେ ବିପଦ ସଂକୁଳନ ପରିସ୍ଥିତି ରେ ନଈବଢି ପାର ହେଉଛନ୍ତି ଅଞ୍ଚଳବାସୀ।ଲୋକେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପାଇଁ ନାହିଁ ନ ଥିବା ଅସୁବିଧା ହେଉଥିବା ସହଜଜ ରେ ଅନୁମାନ ହେଉଛି । ଏହି ଭୋଳି ସମସ୍ୟାରେ ରୋଗୀ ଓ ପ୍ରସୂତି ମହିଳାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବାରେ ବାଧା ଶୃଷ୍ଟି ହେଉଛି। ବର୍ଷା କାଳେ ପିଲାଙ୍କ ପାଠପଢା ଠପ ହେବା ସ୍ୱାଭାବିକ ହୋଇ ପଡିଛି।ଅନେକ ସମୟରେ ପ୍ରଭାବିତ ଅଞ୍ଚଳ ରୁ ରାସ୍ତା ଜନିତ ସମସ୍ୟାକୁ ନେଇଁ ବାରମ୍ବାର ବ୍ଲକ ପ୍ରଶାସନ ର ଦ୍ୱାରସ୍ଥ ହୋଇଥିବା ଲୋକେ ପ୍ରକାଶ…
ଢେଙ୍କାନାଳ ;ତା-୨୪/୦୮(ବିଏମସି ଟିଭି ଓଡ଼ିଆ) ରକ୍ଷାବନ୍ଧନ ଅବସରରେ ଦେଶର ସୀମା ସୁରକ୍ଷାରେ ନିୟୋଜିତ ବୀର ଯବାନମାନଙ୍କ ପାଇଁ ଢେଙ୍କାନାଳର ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ପକ୍ଷରୁ ଏକ ନିଆରା ‘ରାକ୍ଷୀ ସହ ବାର୍ତ୍ତା’ ପ୍ରେରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନିଜ ପରିବାରଠାରୁ ଦୂରରେ ରହି ଦେଶମାତୃକାର ସୁରକ୍ଷାରେ ନିୟୋଜିତ ଯବାନମାନଙ୍କ ମଧ୍ୟରେ ଭାତୃଭାବ ଓ ଆତ୍ମବଳ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ସାଧାରଣ ବର୍ଗର ମହିଳାମାନଙ୍କଠାରୁ ଯବାନମାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ଓ ଶୁଭେଚ୍ଛା ବାର୍ତ୍ତା ସଂଗ୍ରହ କରାଯାଉଛି। ସଂଗୃହୀତ ରାକ୍ଷୀଗୁଡ଼ିକ ଯବାନଙ୍କ ନିକଟରେ ପହଞ୍ଚାଇ ସେମାନଙ୍କ ହାତରେ ବନ୍ଧାଯିବା ପାଇଁ ସୀମା ସୁରକ୍ଷା ବାହିନୀ ସହିତ ଆବଶ୍ୟକ ବୁଝାମଣା ହୋଇସାରିଛି। ଏହି କ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ସାଧାରଣ ବର୍ଗର ମହିଳାମାନଙ୍କଠାରୁ ଏପର୍ଯ୍ୟନ୍ତ ୧ ହଜାରରୁ ଊର୍ଦ୍ଧ୍ୱ ରାକ୍ଷୀ ସହ ଶୁଭେଚ୍ଛା ବାର୍ତ୍ତା ସଂଗ୍ରହ ହୋଇସାରିଛି। ଆସନ୍ତା ୨୫…
ଢେଙ୍କାନାଳ ;ତା-୨୪/୦୮(ବିଏମସି ଟିଭି ଓଡ଼ିଆ) ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ଢେଙ୍କାନାଳ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ମର୍ଯ୍ୟାଦା ନିଶ୍ଚିତ କରିବା ସହ ଆଇନର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସଚେତନତା ଓ ବୁଝାମଣା ବୃଦ୍ଧି କରିବା।ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନର ବିଭିନ୍ନ ରୂପ, ଏହାର ପ୍ରତିରୋଧ ପାଇଁ ଗ୍ରହଣୀୟ ପଦକ୍ଷେପ, କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଅଧିକାର ଏବଂ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ଆଇନ ଅନୁଯାୟୀ ଅଭିଯୋଗ ଦାଖଲ ଓ ତାହାର ଉପଯୁକ୍ତ ସମାଧାନ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା। କାର୍ଯ୍ୟସ୍ଥଳରେ ଅଭିଯୋଗର ତଦନ୍ତ ଓ ସମାଧାନ ପାଇଁ ଗଠିତ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (Internal Complaints Committee)ର ଭୂମିକା ଓ ଦାୟିତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଅଭିଯୋଗ ପ୍ରକ୍ରିୟାରେ ଗୋପନୀୟତା, ନିରପେକ୍ଷତା ଓ ସମ୍ବେଦନଶୀଳତା ରକ୍ଷା କରିବା ସହ ଯୌନ ଉତ୍ପୀଡ଼ନ ପ୍ରତି ଶୂନ୍ୟ-ସହନଶୀଳତା…
ବନ୍ଧୁଗାଁ ;ତା-୨୨/୦୮(ବିଏମସି ଟିଭି ଓଡ଼ିଆ) ବନ୍ଧୁଗାଁ ବ୍ଲକର ନିଲାବାଡ଼ି ପଞ୍ଚାୟତ ର ମା ଅଗ୍ନି ଗଙ୍ଗାମା ମନ୍ଦିର ପ୍ରାଙ୍ଗଣ ଠାରେ ଆଜି ଜିଲ୍ଲା ବିଜେପି ସଭାପତିଙ୍କ ନିର୍ଦ୍ଧେଶ କ୍ରମେ ଆଜି ନୀଲାଵାଡି ଗ୍ରାମବାସୀ କଂଗ୍ରେସ ଛାଡି ବିଜେପିରେ ଅତି କମରେ ୨୫୦ ରୁ ଅଧିକ କର୍ମୀ ଯୋଗଦାନ ଦେଇଛନ୍ତି ।ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପ୍ରଭାରି ଓ ତଥା ରାଜ୍ୟ ଉପ ସଭା ପତି ଶ୍ରୀ ଯୁକ୍ତ ଭବେନ୍ଦ୍ର ପଣ୍ଡା,କୁମ୍ଭାରି ପୁଟ ମଣ୍ଡଳ ପ୍ରଭାରି ସରତ ପାତ୍ର, ବନ୍ଧୁଗାଁ ମଣ୍ଡଳିର ପ୍ରଭାରି ଶ୍ରୀ ମଙ୍ଗଳ ମଣି ତୁରୁକ,ଓଡ଼ିଶା ରାଜ୍ୟ ବିଜେପି ଏ ଜି ଡି, ପ୍ରବକ୍ତା ମେମ୍ବର ତଥା ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଶ୍ରୀ କୈଳାସ ଚନ୍ଦ୍ର କୁଲେସିକା,ଓ କୋରାପୁଟ ଜିଲ୍ଲା ର ସାଧାରଣ ସମ୍ଫାଦକ ଶ୍ରୀ ଉଦୟ ହିକକା, ଜାଗୁଗୁଡା ବ୍ଲକର ର ଯୁବ ମର୍ଚା ସଭାପତି ଜଳେନ୍ଦ୍ର ସାହୁ, କୁମ୍ଭାରି ପୁଟ ମଣ୍ଡଳିର ମଣ୍ଡଳ…
ଖୋର୍ଦ୍ଧା/ବେଗୁନିଆ ; ତା-୨୧/୦୮ ( ବିଏମସି ଟିଭି ଓଡ଼ିଆ) ବେଗୁନିଆ ବ୍ଲକ ଅନ୍ତର୍ଗତ ଶୀମୋରଠାରେ ‘ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ’ର ନୂତନ ସେବାକେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି ନୂତନ ସେବାକେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ଉଦଘାଟନ କରିବାର ସୌଭାଗ୍ୟ ମିଳିଥିବା ନେଇ ଆୟୋଜକମାନେ ଖୁସି ପ୍ରକାଶ କରିଛନ୍ତି। ଏହି ନୂତନ ସେବାକେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗ ଦେଇ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ । ନୂତନ ସେବାକେନ୍ଦ୍ର ମାଧ୍ୟମରେ ଅଞ୍ଚଳରେ ଆଧ୍ୟାତ୍ମିକତା, ଶାନ୍ତି, ସଦ୍ଭାବନା ଓ ସକାରାତ୍ମକ ଚିନ୍ତାଧାରାର ପ୍ରସାର ହୋଇପାରିବ ବୋଲି ଆଶା ପ୍ରକାଶ କରାଯାଇଛି। ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଚେତନା ବିକାଶରେ ଏହି କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ ବୋଲି ଉପସ୍ଥିତ ବ୍ୟକ୍ତିମାନେ କହିଥିଲେ। ଏହି ଶୁଭ ଅବସରରେ ବ୍ରହ୍ମାକୁମାରୀ ଭାଇ-ଭଉଣୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ସେମାନଙ୍କର ଉପସ୍ଥିତି…
ଜଟଣୀ; ତା-୧୭/୦୮ ( ବିଏମସି ଟିଭି ଓଡ଼ିଆ) ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତର ରାଣୀପୁର ସ୍ଥିତ ବାପା ମା”ଙ୍କ ସେବାଶ୍ରମ ଠାରେ ୮୦ ତମ ସ୍ବାଧିନତା ଦିବସ ପାଳିତ ଅବସରରେ ଏକ କାର୍ଯ୍ୟକ୍ରମରେ ବହୁ ସାମାଜିକ ସଂଗଠନ ଓ ସାମାଜିକ କର୍ମୀ ମାନଙ୍କୁ ଆଶ୍ରମର ପ୍ରତିଷ୍ଠାତା ଗୌତମ ମହାରଣା ସମ୍ବର୍ଦ୍ଧିତ କରିଥିଲେ । ସେଥିମଧ୍ୟରୁ “ମୋ ପରିବାର” ଥିଲା ଅନ୍ୟତମ । ଉକ୍ତ କାର୍ଯ୍ୟକ୍ରମରେ “ମୋ ପରିବାର”ପ୍ରତିଷ୍ଠାତା ତଥା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ଆଶ୍ରମ ଭିତରେ ଉପସ୍ଥିତ ଥିବା ସମସ୍ତ ବୃଦ୍ଧା ବାପା ମା’ଙ୍କ ସହିତ ବହୁତ ସମୟ ତାଙ୍କ ଦୁଃଖ ଓ ସୁଖ ବିଷୟରେ ବୁଝିବା ସହିତ କଥା ମଧ୍ୟରେ ବହୁତ ହସ ଫୁଟାଇ ପାରିଥିଲେ । ଶ୍ରୀ ଶତପଥୀ ନୀତି,ନୀୟମ ଏବଂ ଆଦର୍ଶ ବିଷୟରେ କହି ସମାଜରେ ସଂସ୍କାର ମାଧ୍ୟମରେ ପରିବର୍ତ୍ତନ ପାଇଁ ଏକ ନିଆରା ପ୍ରୟାସକୁ କିପରି ସଫଳତାରେ…
ବଲାଙ୍ଗୀର ;ତା-୧୯/୦୮(ବିଏମସି ଟିଭି ଓଡ଼ିଆ) ଟିଟିଲାଗଡ ରେ ୧୯୬୮ ମସିହା ରେ ସ୍ଥାପିତ ହୋଇଥିଲା ଡିଏଭି ସ୍ଵୟଂଶାସିତ ମହାବିଦ୍ୟାଳୟ। କିନ୍ତୁ ସ୍ଥାପନ ର ୫୭ ବର୍ଷ ପୁରିଥିଲେ ହେଁ ଅଦ୍ୟାବିଧି ଏହି କଲେଜ ରେ ସମସ୍ତ ବିଭାଗ ରେ ପିଜି ପାଠ୍ୟକ୍ରମ ଆଜି ଯାଏଁ ଆରମ୍ଭ ହୋଇପାରିନାହିଁ। ବର୍ତ୍ତମାନ କେବଳ ୧୬ ଟି ବିଭାଗ ରୁ ୩ଟି ବିଭାଗ ରେ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇପାରିଛି।ଏହି ମହାବିଦ୍ୟାଲୟ ରେ ସ୍ଥାନୀୟ ଅଞ୍ଚଳ ତଥା ଆଖପାଖ ସୀମାବର୍ତ୍ତୀ ଜିଲ୍ଲା ର ଛାତ୍ର ମଧ୍ୟ ବହୁ ମାତ୍ରା ରେ ନିର୍ଭରଶିଳ। ତେଣୁ ସମସ୍ତ ବିଭାଗ ରେ ପିଜି ପାଠ୍ୟ କ୍ରମ ନ ଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳ ର ଛାତ୍ର ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଏବଂ ବାଧ୍ୟ ହୋଇ ଉଚ୍ଚ ଶିକ୍ଷା ପାଇଁ ଅନ୍ୟ ସହର କୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଅନ୍ୟପକ୍ଷରେ ଟିଟିଲାଗଡ ସମଗ୍ର ଓଡ଼ିଶା ର ଏକ ବୃହତ୍…
ଢେଙ୍କାନାଳ ;ତା-୧୯/୦୮(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ଜିଲ୍ଲା ବେଗୁନିଆପଳ ବ୍ଲକ ନୂଆସାହି ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଶିଶୁମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀକୁ ଠିକ୍ ଭାବରେ ପ୍ରଦାନ କରାନଯାଇ ହରିଲୁଟ୍ କରାଯାଉଛି। ଅଭିଯୋଗ କଲେ ଅଧିକାରୀଙ୍କ ନାଁ ନେଇ ଭୟ ଦେଖାଯାଉଛି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଧବାର ବେଗୁନିଆପାଳ ନୂଆସାହିର ଶତାଧିକ ଗ୍ରାମବାସୀ ଜିଲ୍ଲାପାଳ ଓ ଜିଲ୍ଲା ସମଜ ମଙ୍ଗଳ ଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗ୍ରାମବାସୀ ଅଭିଯୋଗ ଅନୁଯାୟୀ,ବେଗୁନିଆପାଳ ନୂଆସାହିର ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ପୋଷାକ ଓ ଜୋତା ଆଦି ନଦେବା, କର୍ମୀ ସଠିକ୍ ସମୟରେ ଅଙ୍ଗନବାଡ଼ିକୁ ନଆସିବା, ଗର୍ଭବତୀ ମହିଳାମାନଙ୍କୁ ଖାଦ୍ୟ ନଦେଇ ଫଟୋ ଉଠାଇ ଛାଡ଼ିବା ଆଦି ଅଭିଯୋଗ ନେଇ ଗତ ୩ ତାରିଖରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୫ ତାରିଖରେ ବ୍ଲକ୍ ପକ୍ଷରୁ ସିଡିପିଓଙ୍କ ସମେତ ୩ ଜଣିଆ…
ଢେଙ୍କାନାଳ ;ତା-୨୦/୮(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଗୁଳେହି ଛକ ପୁରୁଣା କଟକ ସମ୍ବଲପୁର ରାସ୍ତା କଡ଼ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।ଜନୈକ ବ୍ୟକ୍ତି ଗଛରେ ସନ୍ଦେହ ଜନକ ଭାବେ ଗାମୁଛା ଲଗାଇ କରିଛି ଆତ୍ମହତ୍ୟା କିନ୍ତୁ ଭୁଇଁ ରେ ଲାଗିଛି ପାଦ।ମୃତ୍ୟୁ ସନ୍ଦେହ ଘେର ରେ। ହତ୍ୟା କରି ଆତ୍ମ ହତ୍ୟା ର ଦିଆଯାଉଛି କି ରୂପ। ଗତ ଅଠର ତାରିଖ ରେ ସାତ ମାଇଲ କାଜୁ ଜଙ୍ଗଲ ରୁ ରାସ୍ତା କଡ଼ରେ ଅନୁରୂପ ଭାବେ ଜଣକର ଶବ ମିଳିଥିବା ବେଳେ ଆଜି ପୁଣି ରାସ୍ତା କଡ଼ରେ ଏଭଳି ଅଭାବନୀୟ ଦୃଶ୍ୟ ହିନ୍ଦୋଳ ରେ ଆଇନ୍ ଶୃଙ୍ଖଳା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ଭଳି।ତେବେ ବ୍ୟକ୍ତି ର ପରିଚୟ ସ୍ପଷ୍ଟ ହୋଇଛି,ବ୍ୟକ୍ତି ନାମ ନିରଞ୍ଜନ ବେହେରା(୩୨)ପିତା ଗଗନ ବେହେରା ମାହାଲୁଣ୍ଡା ପଞ୍ଚାୟତ ଟାଙ୍ଗିଶାଳ ଗ୍ରାମ ରୁ ହୋଇ ଥିବା ବେଳେ ସେ ଆଗରୁ ଭୂଷଣ ରେ…
ମାଲକାନଗିରି ;ତା-୨୦/୮(ବିଏମସି ଟିଭି ଓଡ଼ିଆ) ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ କ୍ୟାରିୟର କାଉନସିଲ୍ ସେଲ୍ ଓ ଆମ ଗୌରବ ଆମ କଲେଜ ପରିଚାଳନା ସମିତି ସହ ଓଡିଶା ନଲେଜ ସେଣ୍ଟର ର ମିଳିତ ସହଯୋଗରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସହଯୋଗରେ କୃତ୍ରିମ ବୁଦ୍ଧିମତ୍ତା (Artificial Intelligence–AI) ଉପରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃତ୍ରିମ ବୁଦ୍ଧିମତ୍ତାର ବୃଦ୍ଧିଶୀଳ ଗୁରୁତ୍ୱ, ବିଭିନ୍ନ କ୍ଷେତ୍ରରେ ଏହାର ପ୍ରୟୋଗ ଏବଂ ଏହି କ୍ଷେତ୍ରରେ ସୃଷ୍ଟି ହେଉଥିବା ନୂତନ କ୍ୟାରିୟର ସୁଯୋଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା। ଏହି ଅବସରରେ ଅତିଥି ବକ୍ତା ଦେବାଶିଷ ସାହୁ କୃତ୍ରିମ ବୁଦ୍ଧିମତ୍ତା ଉପରେ ଏକ ତଥ୍ୟଭିତ୍ତିକ ଓ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷା, ନିଯୁକ୍ତି, ଶିଳ୍ପ ଓ ଦୈନନ୍ଦିନ ଜୀବନରେ AIର ବ୍ୟବହାର ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ଛାତ୍ରଛାତ୍ରୀମାନେ ନୂତନ…
ମାଲକାନଗିରି;ତା-୨୦/୮(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ବିମାନବନ୍ଦରରୁ ବାଣିଜ୍ୟିକ ବିମାନ ସେବାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏହି ସେବାର ଆନୁଷ୍ଠାନିକ ଉଦଘାଟନ ହେବାକୁ ଥିବାବେଳେ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି। ବିମାନ ସେବାକୁ ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ ଏବଂ ଡେପୁଟି କଲେକ୍ଟର ସ୍ଵୟଂ ସିଦ୍ଧ ରାଉତଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଭୂମିସ୍ତରୀୟ ପ୍ରସ୍ତୁତି ଓ ସମନ୍ୱୟର ସମୀକ୍ଷା କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଏଠାରୁ ଆରସିଏସ ଉଡ଼ାନ୍ ଯୋଜନାରେ ନନ୍-ସେଡ୍ୟୁଲ୍ଡ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ହେବ। ଇଣ୍ଡିଆଓ୍ବାନ୍ ଏୟାର ପକ୍ଷରୁ…
