ମାଲକାନଗିରି ;ତା-୨୨/୦୭ ( ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଜଣେ ବ୍ୟକ୍ତିଙ୍କୁ ଠକେଇ ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ।ଗିରଫ ବ୍ୟକ୍ତି ଜଣକ ହେଲେ ବାଲେଶ୍ବର ଜିଲ୍ଲା ସିଙ୍ଗଳା ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ନିରଞ୍ଜନ ସେଠୀ(୩୧)।ସୂଚନା ଅନୁଯାୟୀ ବାଲିମେଳା ସ୍ଥିତ ୱାର୍ଡ ନ ୧୦ ଓସିସି ନୂଆ ଗାଁ ରବି. ଈଶ୍ୱର ରାଓଙ୍କ ଝିଅ ୨୦୨୫ ରେ +୨ ପରୀକ୍ଷା ଦେଇ ଫେଲ ହୋଇଯାଇଥିଲା। ସେ ପୁନର୍ବାର ପରୀକ୍ଷା ଖାତା ଚେକିଂ ପାଇଁ ଆବେଦନ କରିଥିଲେ। ଏହି ସମୟରେ ବାଲେଶ୍ବର ର ନିରଞ୍ଜନ ସହିତ ଦେଖା ହୋଇଥିଲା। ସେ ତାଙ୍କୁ ପାସ କରେଇ ଦେବି କହି ଈଶ୍ୱରଙ୍କୁ ୧୭୦୦୦ଟଙ୍କା ମାଗିଥିଲେ ଈଶ୍ୱର ତାଙ୍କୁ ଫୋନ ପେ ମାଧ୍ୟମରେ ୪/୬/ ୨୦୨୫ ଟଙ୍କା ପଠାଇଥିଲେ। ତାପରେ ପରୀକ୍ଷା ଫଳ ବାହାରିଲା କିନ୍ତୁ ତାଙ୍କ ଝିଅ ଫେଲ।ଈଶ୍ୱର ବାରମ୍ବାର ତାଙ୍କୁ ଫୋନ ଯୋଗେ ସମ୍ପର୍କ କରିବାକୁ ଚେଷ୍ଟା କଲେ ମଧ୍ୟ…
Author: bmcnews
ବେଗୁନିଆ, ତା-୨୨/୦୭ (ବିଏମସି ଟିଭି ଓଡ଼ିଆ ) ବେଗୁନିଆସ୍ଥିତ ପିଏମ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବେଗୁନିଆ ଓ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ / ଶିକ୍ଷୟିତ୍ରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏମ ଆଇ ଏସ ପି ସି, ଟି ସି ସାଧନ କେନ୍ଦ୍ର ସଂଯୋଜକ ଓ ଆକାଉଣ୍ଟାଣ୍ଟ ମାନଙ୍କ ନିମନ୍ତେ ଏକ ସର୍ବେକ୍ଷଣ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ
ମାଲକାନଗିରି ; ତା-୨୨/୦୭ ( ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ବାଲିମେଳା ଏନଏସି ଅନ୍ତର୍ଗତ ସରକାରୀ ଓର୍କେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିନ୍ନକ୍ଷମ ଶିକ୍ଷକ ସୁଜିତ କୁମାର ରୟଙ୍କୁ ଅବସରକାଳୀନ ସମର୍ଦ୍ଧନା ଦିଆଯାଇଛି। ଆଜି ସ୍କୁଲ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଥିଲା। ମୁଖ୍ୟ ଅତିଥି ଭାବେ କୋରୁକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅସିତ ମିସ୍ତ୍ରୀ , ସମ୍ମାନୀତ ଅତିଥି ଭାବେ ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ସିଆରସି ଭଗବାନ ସାହୁ, ସ୍କୁଲ ସଭାପତି କମଳ ଲୋଚନ ଖିଲ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ସୁଜିତ ଅନ୍ଧ ହେଲେ ମଧ୍ୟ ଅନେକ ବର୍ଷ ଧରି ଏହି ସ୍କୁଲରେ ଶିକ୍ଷା ଦାନ କରିଆସୁଥିଲେ। ପିଲାମାନଙ୍କ ଅତି ନିକଟତର ହୋଇପାରିଥିଲେ। କିଛି ପୁରାତନ ଛାତ୍ର ଖବର ଶୁଣି ଆସିଥିଲେ। ସୁଜିତ ସାରଙ୍କୁ ଉପଢୌକନ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ…
ବୋଲଗଡ଼ ; ତା-୧୪/୦୭ ( ବିଏମସି ଟିଭି ଓଡ଼ିଆ) ଖୋର୍ଦ୍ଧା ବୋଲଗଡ଼ ଶିକ୍ଷା ବ୍ଳକ ଅଧିନ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ଦେଉଳି ଠାରେ ମଙ୍ଗଳ ବାର ଦିନ ବିଦ୍ୟାଳୟପରିଚାଳନା କମିଟି ଗଠିତ ହୋଇଯାଇଛି। ଏଥିରେ ମୋ ସ୍କୁଲ ସଭାପତି ପ୍ରଶାନ୍ତ କୁମାର ନାୟକଙ୍କ ସଭାପତିତ୍ଵ କରିଥିଲେ ଓ ଆୟୋଜିତ ପରିଚାଳନା କମିଟି ଗଠନ କାର୍ଯ୍ୟକ୍ରମ ରେ ପିତାମାତା ଅଭିଭାବକ ସଂଘ (ପିଟିଏ) ବୈଠକ ଅଭିଭାବକ ମାନଙ୍କ ମଧ୍ୟରୁ ୨୦ଜଣ ସଭ୍ୟ/ ସଭ୍ୟା ବିଭିନ୍ନ ବର୍ଗରୁ ମନୋନୀତ କରାଯାଇଥିଲା । ବୈଠକରେ ମନୋନୀତ ପ୍ରକ୍ରିୟାରେ ପ୍ରଶାନ୍ତ କୁମାର ସାହୁ ସଭାପତି ଓ ଗୀତାଞ୍ଜଳି ସାହୁ ଉପସଭାପତି ଭାବେ ମନୋନୀତ ହୋଇଥିଲେ। ପରେ ଉଭୟ ସଭାପତି ଓ ଉପସଭାପତି ଙ୍କୁ ବିଦ୍ୟାଳୟ ତରଫରୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବନ୍ଧିତ କରାଯାଇ ଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସୁକାନ୍ତି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତନୀମା ବରାଳ…
ବୋଲଗଡ ; ତା-୧୨/୦୭ ( ବିଏମସି ଟିଭି ଓଡ଼ିଆ) ବୋଲଗଡ଼ ବ୍ଲକ ର କବିତୀର୍ଥ ସାନପଦର ଗ୍ରାମ ର ସୁଯୋଗ୍ୟ ସନ୍ତାନ ,ବିଶିଷ୍ଟ କୃଷକନେତା ,ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀ ର ୪ ଥର ବିଧାୟକ ତଥା ମହାନ୍ ସ୍ଵାଧିନତା ସଂଗ୍ରାମୀ ସ୍ବର୍ଗତ ଗଙ୍ଗାଧର ପାଇକରାୟ ଙ୍କ ୧୧୧ ତମ ଜନ୍ମଜୟନ୍ତୀ ସମାରୋହ ଭକ୍ତଚରଣ ସ୍ମୃତି ସଦନ ଠାରେ ସଭାପତି ଶ୍ରୀକାନ୍ତ କୁମାର ନାୟକ ଙ୍କ ପୌରୋହିତ୍ୟ ରେ ଓ ସମାଜସେବୀ ଅଜୟ ମଙ୍ଗରାଜ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଯୋଗଦେଇ ସ୍ବର୍ଗତ ଗଙ୍ଗାଧର ପାଇକରାୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସ୍ଵାଧୀନତା ଆନ୍ଦୋଳନ ରେ ଭାଗ ନେଇ କାରାବରଣ କରିଥିଲେ ଯାହା ତାଙ୍କର ଦେଶପ୍ରେମ କୁ ପରିଚୟ ଦିଏ ଓ ପୂର୍ବତନ ବିଧାୟକ ଭାବେ ବେଗୁନିଆ ବୋଲଗଡ ମାଟିର ଚାରି ଚାରି ଥର ବିଧାୟକ…
ବୋଲଗଡ଼, ତା-୧୦/୦୭ ( ବିଏମସି ଟିଭି ଓଡ଼ିଆ) ମାଣିକାଗୋଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବିପର୍ଯ୍ୟସ୍ତ ; ୪ବର୍ଷ ହେଲାଣି, ନାହାନ୍ତି ଡାକ୍ତର, କି ନାହାଁନ୍ତି ଫାର୍ମାସିଷ୍ଟ , ଗ୍ରାମାଞ୍ଚଳ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି। ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡସ୍ଥିତ ଦଳେଇସାହି ଗ୍ରାମପଞ୍ଚାୟତର ମାଣିକାଗୋଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପ୍ରତି ନାହିଁ ନ ଥିବା ସମସ୍ୟା ଦେଇ ଗତି କରୁଛି । ଦଳେଇ ସାହି ଗ୍ରାମପଞ୍ଚାୟତ ପନ୍ଦର ହଜାରୁ ଉର୍ଦ୍ଧ ଗ୍ରାମବାସୀ ପଞ୍ଚାୟତ ବାସି ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଗ୍ରାମପଞ୍ଚାୟତର ରୋଗୀ ନିର୍ଭର କରୁଛନ୍ତି । ହେଲେ ଏଠାରେ ଅଭିଜ୍ଞ ଡାକ୍ତର, ଆବଶ୍ୟକ ମେଡିକାଲ କର୍ମଚାରୀ ଏବଂ ରୋଗୀମାନଙ୍କ ପାଇଁ ଆବଶ୍ୟକ ଶଯ୍ୟା ନ ଥୁବାରୁ ରୋଗୀମନେ ଉପଯୁକ୍ତ ଚିକିତ୍ସା ନ ପାଇ ଦହଗଞ୍ଜ ହେଉଥିବା ଜଣାପଡିଛି।ସସ୍ଥ୍ୟକେନ୍ଦ୍ରରେ ୧ ଜଣ ବିଶେଷଜ୍ଞ ଡାକ୍ତର ଓ ୧ ଜଣ ଫାର୍ମାସିଷ୍ଟ ଆବଶ୍ୟକ…
ବୋଲଗଡ଼ ; ତା-୦୭/୦୭ ( ବିଏମସି ଟିଭି ଓଡ଼ିଆ) ନିଖିଳ ଉତ୍କଳ ଗୋଲା ସମାଜ, ଓଡିଶା , ଭୁବନେଶ୍ୱରଙ୍କ ଆନୁକୁଲ୍ୟରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ଖଙ୍ଗୁରିଆ ଗ୍ରାମ ପଞ୍ଚାୟତ ଅଧୀନ ସଂପୁର ଗ୍ରାମର ଜଣାଶୁଣା ଅଗ୍ରଣୀ ସ୍ବେଚ୍ଛାସେବୀ ସାମାଜିକ ଅନୁଷ୍ଠାନ “ଅପରାଜିତା ନାରୀ ସଂଗଠନ”ତରଫରୁ ପୂର୍ବାହ୍ନରେ ମିଶନ ଶକ୍ତି ଗୃହ ପ୍ରାଙ୍ଗଣରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ପ୍ରତିଷ୍ଠାତା ସମ୍ପାଦିକା ସେବତୀ ପରିଡ଼ାଙ୍କ ଆହ୍ବାନ କ୍ରମେ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ସହ ସ୍ଥାନୀୟ ଉ.ପ୍ରା ବିଦ୍ୟାଳୟର କିଛି ଛାତ୍ରୀଙ୍କ ସହ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଝିପିଝିପି ଲଗାଣ ବର୍ଷାକୁ ଖାତିର ନକରି ମାଆ ଭଉଣୀମାନେ ପୂର୍ବରୁ ସ୍ଥିରୀକୃତ ମିଶନ ଶକ୍ତି ଗୃହ ପ୍ରାଙ୍ଗଣରେ ଦେବଦାରୁ, ପିସ୍ତାବାଦାମ, ଅମୃତଭଣ୍ଡା, ଭୃଷଙ୍ଗ,କାନ୍ଧିଆ, ଲେମ୍ବୁ , ଶେଫାଳୀ ଇତ୍ୟାଦି ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ। କୋମଳମତି ଶିଶୁମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବାପାଇଁ ଆସନ୍ତା ବର୍ଷଠୁ ପିଲାଙ୍କ ମଧ୍ୟରେ…
ରାୟଗଡ଼ ; ତା-୦୧/୦୭ ( ବିଏମସି ଟିଭି ଓଡ଼ିଆ) ରାୟଗଡ଼ ବ୍ଲକରେ କାର୍ଯ୍ୟରତ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ ମଙ୍ଗଳବାର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏଥି ନିମନ୍ତେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ୧୯୮୬ ମସିହାରୁ କାଶୀପୁର ବ୍ଲକର ଡି କରଳ ରୁ ନିଜ ଚାକିରି ଜୀବନ ପ୍ରାରମ୍ଭ କରି କଲ୍ୟାଣ ସିଂହ ପୂର ଓ ରାୟଗଡ଼ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ସହକାରୀ ଓ ପ୍ରଧାନ ଶିକ୍ଷକ ଭାବେ ସେବା ପ୍ରଦାନ କରି ଅନେକ ପ୍ରଶଂସାର ଅଧିକାରୀ ହୋଇପାରିଛନ୍ତି। ୨୦୨୧ ମସିହାରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ରୂପେ ରାୟଗଡ଼ ବ୍ଲକରେ କାର୍ଯ୍ୟରତ ଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷାଅଧିକାରୀ ଭଜନଲାଲ ମାଝୀ ଛବିଲାଲ ସିଂଙ୍କୁ ସମ୍ବର୍ଦ୍ଧିତ କରିବା ସହ ଚୂଡାନ୍ତ ପେନସନ ଆଦେଶ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ର କର୍ମକର୍ତ୍ତା,…
ଭୁବନେଶ୍ୱର ; ତା-୦୧/୦୭ ( ବିଏମସି ଟିଭି ଓଡ଼ିଆ) ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ବିଜେପି ସରକାର ଖେଳିବାରେ ଲାଗିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି ରହିଛି । କିନ୍ତୁ ବିଜେପି ନିଜ ଦୋଷକୁ ସ୍ୱୀକାର କରି, ତୃଟି ପୂର୍ଣ ପୁସ୍ତକ ପ୍ରତ୍ୟାହାର କରିବାରେ ନାରାଜ ରହିଛି । ଯାହାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରାଉ କରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜୁ ଯୁବ ଛାତ୍ର ଜନତା ଦଳ। ଜାତୀୟ ଶିକ୍ଷା ନୀତି (ଏନଇପି)- ୨୦୨୦ ଅନୁସାରେ, ଶ୍ରେଣୀ ୧ ରୁ ୮ ପାଠ୍ୟପୁସ୍ତକରେ ଅଭୂତପୂର୍ବ ବ୍ୟାପକ ତ୍ରୁଟି ରହିଛି । ପାଠ୍ୟ ପୁସ୍ତକ ପ୍ରକାଶ ଆଳରେ ୩୮୦ କୋଟି ମୂଲ୍ୟର ପ୍ରିଣ୍ଟିଂରେ…
ବୋଲଗଡ଼ ; ତା-୩୦/୦୬ ( ବିଏମସି ଟିଭି ଓଡ଼ିଆ) ଖୋଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଶେଖ ମୁନିର ଛାକିରିରୁ ଅବସର ଗ୍ରହଣ କରିଛନ୍ତି । ଗତ ମଇ ମାସ ୨୬ ତାରିଖରେ ଉକ୍ତ କାର୍ଯ୍ୟାଳୟର ସହ ଗୋଷ୍ଠୀ ଶିକ୍ଷାଧିକାରୀ ଅମିତା ମିଶ୍ର ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି। ତେଣୁ ମଙ୍ଗଳବାର ଦିନ ଶ୍ରୀମତୀ ମିଶ୍ରଙ୍କ ସ୍ଥାନାନ୍ତର ଜନିତ ଏବଂ ଶ୍ରୀଯୁକ୍ତ ମୁନିରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋଲଗଡ଼ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷାଅଧିକାରୀ ନିରଞ୍ଜନ ମହାନ୍ତି ଏବଂ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ରୂପେ, ବୋଲଗଡ଼ ପ୍ରାକ୍ତନ ପ୍ରତିଷ୍ଠାନ ଅଧିକାରୀ କେଭି ଲକ୍ଷ୍ମୀ, ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମ ଚରଣ ବେହେରା, ସଭାପତି ରବୀନ୍ଦ୍ର କୁମାର ବେହେରା, ପ୍ରାକ୍ତନ ସହଗୋଷ୍ଠୀ ଶିକ୍ଷାଧିକାରୀ ନାରାୟଣ ଛୁଆଳ ସିଂହ,…
ବୋଲଗଡ଼ ; ତା-୨୮/୦୬ ( ବିଏମସି ଟିଭି ଓଡ଼ିଆ) ଖୋଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଦଳେଇସାହି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଣିକାଗୋଡ଼ା ଗ୍ରାମର ଭାଗବତୀ ଛକ ସ୍ଥିତ ତିନିସାହି ଭାଗବତ କୋଠଘର ସଭାଗୃହରେ ଶ୍ରୀଅରବିନ୍ଦ ପାଠଚକ୍ର ମାଣିକାଗୋଡ଼ାର ପ୍ରଥମ ବାର୍ଷିକ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ବୋଲଗଡ଼ ବ୍ଲକ ଆବାହକ ବିଶ୍ବଜିତ ମହାପାତ୍ରଙ୍କ ଆବାହକତ୍ଵରେ ତଥା ମାଣିକାଗୋଡ଼ା ଶ୍ରୀଅରବିନ୍ଦ ପାଠଚକ୍ରର ପଞ୍ଚାୟତ ଆବାହକ ମଧୁସୂଦନ ମହାରଣାଙ୍କ ସଂଯୋଜନାରେ ଏହି ବାର୍ଷିକ ଉସ୍ଚବଟି ଅନୁଷ୍ଠିତ ହୋଇ ଯାଇଛି। ଏହି ମହିଳା ପାଠଚକ୍ର ସମ୍ମିଳନୀ ରେ ଅତିଥି ଭାବେ ଖୋଦ୍ଧା ଜିଲ୍ଲା ସଂଯୋଜକ ସୁରେନ୍ଦ୍ର ନାଥ ଜେନା, ଯୁବ ସଂଯୋଜକ ସୂଯ୍ୟକାନ୍ତ ମହାରଣା, ଅର୍ଥନୀତି ପ୍ରାକ୍ତନ ପ୍ରାଧ୍ୟାପକ ତଥା ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା ପରିଷଦର ଜିଲ୍ଲା ଆବାହକ ଉତ୍ତମ କୁମାର ପାଇକରାୟ, ବାଣପୁର ବ୍ଲକ ଆବାହକ ପ୍ରକାଶ କୁମାର ମହାପାତ୍ର, ବ୍ଲକ ଆବାହକ ତଥା ପଞ୍ଚବଟୀ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ…
ଭୁବନେଶ୍ବର ; ୧୩/୦୬ ( ବିଏମସି ଟିଭି ଓଡ଼ିଆ) ଏଣିକି ଘର ମାଲିକ ମନଇଚ୍ଛା ଘରଭଡ଼ା ବଢ଼ାଇ ପାରିବେ ନାହିଁ କିମ୍ବା ଭଡ଼ାଟିଆଙ୍କୁ ବାହାର କରିପାରିବେ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଯୁଦ୍ଧ ପାଇଁ ଭଡ଼ାଘର କ୍ଷତିଗ୍ରସ୍ତ ହେଲେ, ମରାମତି ନ ହେବା ଯାଏ ଘରଭଡ଼ା ଛାଡ଼ କରିବାକୁ ହେବ। କୌଣସି ପରିସ୍ଥିତିରେ ବି ଘର ମାଲିକ ଭଡ଼ାଟିଆଙ୍କ ପାଣି, ବିଦ୍ୟୁତ୍, କିମ୍ବା ଗ୍ୟାସ ଭଳି ଅତ୍ୟାବଶ୍ୟକ ସେବା ବନ୍ଦ କରିପାରିବେ ନାହିଁ। ପ୍ରାୟ ୫୦ ବର୍ଷର ପୁରୁଣା ଘରଭଡ଼ା ଆଇନରେ ରାଜ୍ୟ ସରକାର ସଂଶୋଧନ କରି ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଆଇନ-୨୦୨୬ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାର ଚିଠା ଆଇନ ପ୍ରସ୍ତୁତ କରାଯାଇ ଜନସାଧାରଣଙ୍କ ମତାମତ ଲୋଡ଼ାଯାଇଛି। ଆଗାମୀ ୧୫ ଦିନ ମଧ୍ୟରେ ଜନସାଧାରଣ ନଗର ଉନ୍ନୟନ ବିଭାଗରଯଥେଷ୍ଟ କାରଣ ବିନା ବାହାର କରି ପାରିବେନିବନ୍ଦ କରିହେବନି ପାଣି, ବିଦ୍ୟୁତ୍…
