Author: bmcnews

ଢେଙ୍କାନାଳ ;ତା୧୯/୦୮(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ଟାଉନ୍ ଥାନା ପୋଲିସ ଗୋରୁ ମାଫିଆଙ୍କୁ ଖସାଇ ଦେଇଥିବା ଅଭିଯୋଗ ଉଠିଛି। ବୁଧବାର ଭୋର୍ ସମୟରେ ୫୫ ନମ୍ବର ଜାତୀୟ ରାଜପଥ ଢେଙ୍କାନାଳ ଟାଉନ ଥାନା କଲେଜ ବାଇପାସ୍ ଶିବ ମନ୍ଦିର ନିକଟରେ ଏକ ନାଇଟ୍ କୋଚ୍ ବସ୍ ସାଇଡ୍ ମାରିବାରୁ ଆଗ ପଛ ହୋଇ ଆସୁଥିବା ଦୁଇ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ତେବେ ୩ ଗୋରୁ ବେପାରୀ ଖସି ଯାଇଥିବା ବେଳେ ସ୍କର୍ପିଓରେ ଜଣେ ଆହତ ହୋଇ ରହିଯାଇଥିଲେ। ଗୋରୁ ବେପାରୀ ତାଙ୍କୁ ଅନୁଗୁଳ ଯିବା କହି ଡାକିଆଣିଥିବା ସଫେଇ ଦେଇଥିଲେ। ପୋଲିସ୍ ୨ଟି ଗାଡ଼ି ଜବତ କରିବା ସହ ୨୦ ଗୋରୁଙ୍କୁ ଉଦ୍ଧାର କରିଛି। ମାତ୍ର କେହି ଧରାପଡ଼ିନଥିବା କହିଛି।ଯାହା ଫଳରେ ପୋଲିସ୍‌ର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଛି।ସୂଚନା ଅନୁସାରେ, ହିନ୍ଦୋଳରୋଡ୍ ଅଞ୍ଚଳରୁ ପିକଅପ୍ ଭ୍ୟାନ୍ ଓ ସିଟ୍ କଢ଼ାଯାଇ ସ୍କର୍ପିଆ ଗାଡ଼ିରେ ଗୋରୁ ବୋଝେଇ କରି ଦୁଇ ଗାଡ଼ି…

Read More

ଢେଙ୍କାନାଳ ;ତା-୨୦/୦୮(ବିଏମସି ଟିଭି ଓଡ଼ିଆ) ସାପୁଆ ଡ୍ୟାମ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦଣ୍ଡରୀ ଗ୍ରାମପଞ୍ଚାୟତରେ ତଥା ରାସୋଳ ଗ୍ରାମ ରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ଏକ ପ୍ରମୁଖ ଜଳଭଣ୍ଡାର।ଏହା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଏବଂ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ୍ ଆକର୍ଷକ।ଯାହାକି ସାପୁଆ ନଦୀର ଉତ୍ପତ୍ତି ସ୍ଥଳରେ ନିର୍ମାଣ କରାଯାଇଛି।ଦୁଇ ପାହାଡ କୁ ବନ୍ଧ ପକାଇ ନଦୀର ଜଳ କୁ ସଂରକ୍ଷଣ କରାଯାଇଛି।ଡ୍ୟାମ ଚାରିପାଖେ ସବୁଜିମା ଭରା ପାହାଡ଼ ଏବଂ ପ୍ରାକୃତିକ ଜଙ୍ଗଲ ରହିଛି, ବର୍ଷା ଦିନେ ଡ୍ୟାମ ନିକଟବର୍ତ୍ତୀ ଛୋଟ ବଡ଼ ଜଳଧାରା ଯାହା ପରିଦର୍ଶକଙ୍କୁ ବହୁତ ଆନନ୍ଦ ଦେଇଥାଏ। ଯଦିଓ ବର୍ଷା ଋତୁରେ ପର୍ଯ୍ୟଟକ ମାନଙ୍କର ଆଗମନ ଅପେକ୍ଷା କୃତ ହ୍ରାସ ପାଇ ଥାଏ ତଥାପି ଛୁଟି ଦିନ ମାନଙ୍କରେ ପର୍ଯ୍ୟଟକମାନଙ୍କ ଗହଳି ଚହଳି ଲାଗି ରହିଥାଏ। ସାପୁଆ ପର୍ଯ୍ୟଟନ ସ୍ଥଳୀ ର ଉନ୍ନତି କରଣ ପାଇଁ ସରକାର ବହୁ…

Read More

ବେଲଗୁଣ୍ଠା ;ତା-୧୭/୦୮(ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ‘ପ୍ରେସ କ୍ଲବ୍ ବେଲଗୁଣ୍ଠା’ର ଏକ ସାଙ୍ଗଠନିକ ବୈଠକ କୀରାପଲିସ୍ଥିତ ମା’ କୁମାରଶୁଣୀ ପୀଠରେ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବୈଠକ ଆରମ୍ଭରେ ତିନି ଥର ଓଁକାର ଧ୍ୱନି ଉଚ୍ଚାରଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ବୈଠକରେ ସଂଘର ବିଭିନ୍ନ ସୁବିଧା, ଅସୁବିଧା, ସମସ୍ୟା ତଥା ସାଙ୍ଗଠନିକ ସୁଦୃଢ଼ୀକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ କ୍ଲବର ବାର୍ଷିକ ଉତ୍ସବ ପାଳନ କରିବା ଏବଂ ସଂଘ ପାଇଁ ଏକ ସ୍ଥାୟୀ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ନେଇ ସଭାପତି ଗୁରୁତ୍ୱାରୋପ କରିଥିଲେ। ଏଥିସହ ସଂଘର ଏକ ମାସିକ ବଜେଟ୍ ପ୍ରସ୍ତୁତ କରିବା ନେଇ ଆଲୋଚନା ହୋଇଥିଲା, ଯାହା ମାଧ୍ୟମରେ କ୍ଲବ୍ ପକ୍ଷରୁ ନିୟମିତ କରାଯାଉଥିବା ରକ୍ତଦାନ ଶିବିର ଏବଂ…

Read More

ମାଲକାନଗିରି ;ତା-୧୭/୮(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ବ୍ଲକ ଅନ୍ତର୍ଗତ ମାଟାପାକା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି ଓ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍., ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗଗୁଡ଼ିକର ପ୍ରତ୍ୟକ୍ଷ ସମୀକ୍ଷା କରିଛନ୍ତି। ଏହି ସମ୍ପୂର୍ଣ୍ଣ ଅଭିଯୋଗ ପ୍ରକ୍ରିୟାକୁ ସହକାରୀ ଜିଲ୍ଲାପାଳ ପ୍ରୀତମ ଦେବତା ସୁଚାରୁରୂପେ ସଂଯୋଜନା ଓ ପରିଚାଳନା କରିଥିଲେ। ଅନୁଷ୍ଠିତ ଏହି ଶିବିରରେ ଗ୍ରାମବାସୀଙ୍କ ପକ୍ଷରୁ ସମୁଦାୟ ୨୫ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟରୁ ୫ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ହୋଇଥିବା ବେଳେ ୨୦ଟି ସାମୂହିକ ବା ଗ୍ରାମ୍ୟ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲା।…

Read More

ଢେଙ୍କାନାଳ ;ତା-୧୭/୦୮(ବିଏମସି ଟିଭି ଓଡ଼ିଆ) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ବାଲିମି ଥାନା ଅନ୍ତର୍ଗତ ଗୁଳେହି ପଞ୍ଚାୟତ ର ଚନ୍ଦ୍ରଶେଖର ପୁର ଗ୍ରାମ ର ଜିତେନ୍ଦ୍ର ସାହୁ ନାମକ ଆନୁମାନିକ ୩୦ ବର୍ଷୀୟ ଯୁବକ,ପିତା ଭାସ୍କର ସାହୁ ଆଜି କନ୍ତାମିଲା ଗୁରୁଡି ସାହି ନିକଟସ୍ଥ କାଜୁ ଜଙ୍ଗଲ ପାଖରେ ଥିବା ପୋଖରୀ କୁ ଦିନ ୧୧ଟା ବେଳେ ଶୌଚ ହେବା ପାଇଁ ଯାଇଥିଲେ।ତେବେ ଏହି ସମୟ ରେ ହାତୀ ଆକ୍ରମଣର ଶୀକାର ହୋଇ ଥିଲେ।ଏହି ଖବର ପାଇ ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଙ୍କ ସହାୟତା ରେ ତୁରନ୍ତ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ lତେବେ ହିନ୍ଦୋଳ ବନାଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ଉପଦ୍ରବ।ପ୍ରତ୍ୟେକ ଦିନ ହାତୀ ଆକ୍ରମଣରେ ଚାଲିଯାଉଛି ନିରୀହ ଲୋକଙ୍କ ଜୀବନ ହେଲେ ବନ ବିଭାଗ ର ଅପାରଗତା ଯୋଗୁଁ ହିଁ ଏହିପରି ଘଟଣା…

Read More

ସମ୍ବଲପୁର:ତା.୧୮/୦୮ (ବିଏମସି ଟିଭି ଓଡିଆ) ଦୃଢ଼ ଇଚ୍ଛାଶକ୍ତି, କର୍ତ୍ତବ୍ୟନିଷ୍ଠା ଓ ନିଷ୍ଠାପର ସେବା ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇପାରେ—ଏହାର ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିଛନ୍ତି ନାକଟିଦେଉଳ ମାଟିର ଝିଅ କୁମୁଦିନୀ ମାଝୀ (ଦୀପା)। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଜାମୁଯୋରି ଗ୍ରାମର ଏହି ଯୁବତୀ କଟକସ୍ଥିତ ସିଆଇଡି କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ବିଭାଗରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥାଇ ନିଜର ଉଲ୍ଲେଖନୀୟ ସେବା ପାଇଁ ଡିଜିପି ଡିସ୍କ ସମ୍ମାନ ହାସଲ କରିଛନ୍ତି। ଜାମୁଯୋରି ଗ୍ରାମର ବରୁଣ ମାଝୀ ଓ ଲଛମା ମାଝୀଙ୍କ ଝିଅ କୁମୁଦିନୀଙ୍କ ଏହି ସଫଳତା ନାକଟିଦେଉଳ ସମେତ ସମଗ୍ର ସମ୍ବଲପୁର ଜିଲ୍ଲା ପାଇଁ ଗୌରବର ବିଷୟ ପାଲଟିଛି। ଏକ ସାଧାରଣ ପରିବାରରୁ ଆସି ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ କାର୍ଯ୍ୟଦକ୍ଷତା ବଳରେ ରାଜ୍ୟ ପୁଲିସ ବିଭାଗର ଏହି ସମ୍ମାନଜନକ ସ୍ୱୀକୃତି ହାସଲ କରିବା ତାଙ୍କ ପରିବାର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇଛି। ଚଳିତ ବର୍ଷ…

Read More

ବାରିପଦା ; ତା-୧୦/୦୮ ( ବିଏମସି ଟିଭି ଓଡ଼ିଆ) ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଅନ୍ତର୍ଗତ ନୁଦଡିହା ଲାଲଭଦୁର ହାଇସ୍କୁଲ ସଭାଗୃହ ଠାରେ ଅଞ୍ଚଳ ର ବରପୁତ୍ର ଯାହାଙ୍କୁ ନୁଦଡିହାର ଗାନ୍ଧୀ ବୋଲି ଅଞ୍ଚଳର ଘରେ ଘରେ ପରିଚିତ ସର୍ଗତ ହରେକୃଷ୍ଣ ମହାନ୍ତି ଙ୍କର ସ୍ମୃତି ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ଗଣନାଥ ମହାନ୍ତି ଙ୍କର ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକ ରେ ସ୍ୱର୍ଗତ ବରପୁତ୍ର, ଗାନ୍ଧୀ ଓ ଏହି ହାଇସ୍କୁଲ ରେ ଜଣେ ଶିକ୍ଷକ ଥିଲେ ଅକାଳ ବିୟୋଗରେ ତାଙ୍କ ଏକ ସ୍ମୃତି ସଭା ଅନୁଷ୍ଠିତ ଓ ସ୍ଥାନୀୟ ଲୋକ ମାନେ ସ୍ୱର୍ଗତ ବରପୁତ୍ରଙ୍କ ସ୍ମୃତି ଚ୍ଚାରଣ କରିଥିଲେ । ବକ୍ତବ୍ୟରେ ଯୋଗାଯୋଗ ଓ ହୋଇଥିବା ତାଙ୍କ ଦୃଢ଼ ଇଚ୍ଛା ଶକ୍ତିରେ ଲୋକ ସମ୍ପର୍କ ରକ୍ଷା ଦିଗରେ ଓଡ଼ିଶାରେ ର ଭୂମିକାକୁ ସ୍ମରଣ କରିଥିଲେ । ସ୍ୱର୍ଗୀୟ ମହାନ୍ତି ଙ୍କ ଦେହାନ୍ତ ବରପୁତ୍ର…

Read More

ଭୁବନେଶ୍ୱର ; ତା-୧୬/୦୮ ( ବିଏମସି ଟିଭି ଓଡ଼ିଆ) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘ଆମ କଳାକାର’ ୱେବ୍ସାଇଟ (https://amakalakara.odisha.gov.in) ଉନ୍ମୋଚିତ ହୋଇଛି। ଓଡ଼ିଶା ବିଧାନସଭାର ମାନନୀୟା ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ ଏହି ୱେବ୍ସାଇଟ ଉନ୍ମୋଚିତ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସାଂସ୍କୃତିକ ଦଳଗୁଡ଼ିକୁ ନିୟୋଜନ କରି ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ଏହାର ମୂଳ ଲକ୍ଷ୍ୟ। ‘ଆମ କଳାକାର’ ୱେବ୍ସାଇଟ କାର୍ଯ୍ୟକାରୀ ହେବା ଫଳରେ କାର୍ଯ୍ୟ ପ୍ରବାହ ସରଳ ହେବ। ଏହାକୁ ସୁବିଧାରେ ବ୍ୟବହାର କରାଯିବା ସହ ମୋବାଇଲ ଆଧାରିତ ଜିଓ ଟ୍ୟାଗିଙ୍ଗକୁ (Geo-Tagging) ନିରୀକ୍ଷଣ କରାଯାଇପାରିବ। ଏକ ସୁଦୃଢ଼ ଶୃଙ୍ଖଳିତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ। କଳା ପ୍ରଦର୍ଶନ ନିମନ୍ତେ ସାଂସ୍କୃତିକ ଦଳ ଗୁଡ଼ିକକୁ କାର୍ଯ୍ୟାଦେଶ ପ୍ରଦାନ କରିବା ଏବଂ ସେମାନଙ୍କର ନିୟୋଜନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ପାରଦର୍ଶିତା ଆସିବ। ‘ଆମ କଳାକାର’ ୱେବ୍ସାଇଟରେ…

Read More

ସମ୍ବଲପୁର/ଗୋଡଭଗା:ତା ୧୪/୦୮ (ବିଏମସି ଟିଭି ଓଡିଆ) ଆସନ୍ତା କାଲି ସମଗ୍ର ଦେଶରେ ୮୦ତମ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଆଜି ଗୋଡଭଗା ଠାରେ ଦେଶପ୍ରେମ, ଜାତୀୟତାବୋଧ ଓ ଦେଶର ଗୌରବମୟ ତ୍ରିରଙ୍ଗା ପ୍ରତି ସମ୍ମାନର ବାର୍ତ୍ତା ନେଇ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାମାଜିକ ଅନୁଷ୍ଠାନ ‘ସ୍ପନ୍ଦନ’ ପକ୍ଷରୁ ଆୟୋଜିତ ଏହି ଭବ୍ୟ ଶୋଭାଯାତ୍ରାରେ ସ୍ଥାନୀୟ ଶିକ୍ଷାନୁଷ୍ଠାନ ଗୁଡିକର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଜନପ୍ରତିନିଧି ଓ ଜନସାଧାରଣ ସାମିଲ ହୋଇ ଦେଶପ୍ରେମର ଏକ ନିଆରା ପରିବେଶ ସୃଷ୍ଟି କରିଥିଲେ। ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଯୁବ ସମାଜସେବୀ ସୁନୀଲ ମିଶ୍ରଙ୍କ ନେତୃତ୍ୱ ତଥା ତତ୍ତ୍ୱାବଧାନରେ ଆୟୋଜିତ ଏହି ଶୋଭାଯାତ୍ରାରେ ଗୋଡଭଗା କେମ୍ପ୍‌ ସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ପ୍ରାୟ ହଜାରେରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ପତାକା ଧରି ଅନୁଷ୍ଠିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସାରସ୍ୱତ ମହାବିଦ୍ୟାଳୟ ପରିସରରୁ ଏହି ଶୋଭାଯାତ୍ରାର ଶୁଭାରମ୍ଭ…

Read More

ସମ୍ବଲପୁର/ବରପାଲି:ତା.୧୪/୦୮ (ବିଏମସି ଟିଭି ଓଡିଆ) ବରପାଲି ମହାବିଦ୍ୟାଳୟ ପରିସରରେ ‘ଷ୍ଟାର୍ଟଅପ୍ ଏବଂ ଇନୋଭେସନ୍ ପ୍ରୋଗ୍ରାମ୍- ୨୦୨୬’ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥିମାନଙ୍କଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହାପରେ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରାଯାଇ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଜୟନ୍ତୀ ଦାଶ ସ୍ୱାଗତ ସମ୍ଭାଷଣ ପ୍ରଦାନ କରି ନୂତନ ଚିନ୍ତାଧାରା ଓ ଉଦ୍ୟୋଗୀ ମନୋଭାବର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପରେ ଅଧ୍ୟାପିକା ନତାଶା ସିକନ୍ଦରଙ୍କ ନେତୃତ୍ୱରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ଅତିଥିଗଣ ମିଳିତ ଭାବେ ‘ବନ୍ଦେ ମାତରମ୍’ ସମୂହ ଗାନ କରିଥିଲେ। ଅଧ୍ୟାପକ ଉତ୍ତର କୁମାର ଗଡ଼ତିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜର ନବସୃଜନ ଓ ଷ୍ଟାର୍ଟଅପ୍ ସମ୍ବନ୍ଧୀୟ ପ୍ରୋଜେକ୍ଟର ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ।…

Read More

ମାଲକାନଗିରି ;ତା-୧୪/୮(ବିଏମସି ଟିଭି ଓଡ଼ିଆ) ଜାତୀୟ ଏକତା ଓ ଜାତୀୟ ପତାକା ପ୍ରତି ସମ୍ମାନର ଭାବନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ପରିସରରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଜାତୀୟ ପତାକା ଉପରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଯୋଗଦେଇ ଜାତୀୟ ପତାକାର ଇତିହାସ, ମହତ୍ତ୍ୱ ଓ ଏହାର ସମ୍ମାନ ସମ୍ପର୍କରେ ନିଜର ଜ୍ଞାନ ପ୍ରଦର୍ଶନ କରିଥିଲେ। କୁଇଜ୍ ପ୍ରତିଯୋଗିତାଟି ଶିକ୍ଷଣୀୟ ଓ ଆକର୍ଷଣୀୟ ହୋଇଥିଲା। ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ହର ଘର ତିରଙ୍ଗା’ ରାଲି ଆୟୋଜିତ ହୋଇଥିଲା। ହାତରେ ତ୍ରିରଙ୍ଗା ପତାକା ଧରି ଓ ଦେଶପ୍ରେମର ସ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ ରାଲିରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ରାଲି ମାଧ୍ୟମରେ…

Read More

ମାଲକାନଗିରି ;ତା-୧୪/୦୮(ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ମାଲ୍ୟବନ୍ତ ସ୍ୱେଚ୍ଛାସେବୀ ସମିତି ପକ୍ଷରୁ କୋରୁକୋଣ୍ଡା ବ୍ଲକ ଚିତାପାରୀ-୩ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲିମେଳା ଏନଏସି ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।ବିଭିନ୍ନ ପ୍ରକାରର ଫଳ ଗଛ ଚାରା ଗ୍ରାମବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।ଅନ୍ୟାନ୍ୟ ମଧ୍ୟରେ ଭାଜପା ଜିଲ୍ଲା ସମ୍ପାଦକ ଅକ୍ଷୟ କୁମାର ବିଶ୍ବାଳ ଓ ଆରଏସଏସ ର ପ୍ରାନ୍ତ ସେବା ପ୍ରମୁଖ ରବୀନ୍ଦ୍ରନାଥ ରାୟ ଯୋଗ ଦେଇଥିଲେ।ଗ୍ରାମରେ ୬୫ ପରିବାର ପକ୍ଷରୁ ୩୫୦ ବୃକ୍ଷ ରୋପଣ କରାଯାଇଛି। ମାଲକାନଗିରି ରୁ ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Read More