ସମ୍ବଲପୁର/ପଡିଆବାହାଲ: ତା-୧୫/୦୨(ବିଏମସି ଟିଭି ଓଡିଆ)ପୁଲୱାମା ଶହୀଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଭଳି ମହତ୍ ଉଦ୍ଦେଶ୍ୟ ରଖି ଶନିବାର ଦିନ ଅଷ୍ଟମ ପଡ଼ିଆବାହାଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ସୁରେନ୍ଦ୍ର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡ଼.ରାଜାରାମ ଷଡ଼ଙ୍ଗୀ ଓ ସାମ୍ବାଦିକ ସୁବାସ ଚନ୍ଦ୍ର ନାଥ ଶର୍ମା ଉପସ୍ଥିତ ରହି ପ୍ରଥମେ ଜାତୀୟ ପତାକା ଉତ୍ତୋଳନ ସହିତ ଜାତୀୟ ସଙ୍ଗୀତ ଗାନ ପରେ ପୁଲୱାମା ଶହୀଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଆନୁଷ୍ଠାନିକ ଭାବେ ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୮ ତାରିଖ ଯାଏଁ ଚାଲିବ ଓ ସମୁଦାୟ ୧୬ ଗୋଟି ଦଳ ଏଥିରେ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟକୁ ପଧାନପାଲି କ୍ରିକେଟ କ୍ଲବ୍ ଆୟୋଜନ କରୁଥିବା ବେଳେ ରୂପେଶ ବେସନ,…
Author: BMC NEWS ODISHA
ଖୋର୍ଦ୍ଧା/ବୋଳାଗଡ:ତା-୧୫/୦୨(ବିଏମସି ଟିଭି ଓଡ଼ିଆ) ଶନିବାର ଦିନ ବୋଲଗଡ ମଣ୍ଡଳ ଅନ୍ତର୍ଗତ ମୁଗମଣ୍ଡା ଗ୍ରାମର ଫକିର ମୋହନ ବେହେରା ସ୍ମୃତିସଂସଦ ଆନୁକୂଲ୍ୟରେ ସଂସଦର ସମ୍ପାଦକ ପ୍ରତାପ କୁମାର ମହାପାତ୍ରଙ୍କ ଆବାହକତ୍ୱରେ ସାରସ୍ୱତ ସାଧକ ବଳରାମ ରଣସିଂହଙ୍କ ପୌରୋହିତ୍ୟରେ ସ୍ବର୍ଗତ ମାଧ୍ୟମିକ ଶିକ୍ଷକ ଫକିର ମୋହନ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସମାରୋହ ସ୍ବର୍ଗତ ବେହେରାଙ୍କ ବାସଗୃହରାଠାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ,ସମ୍ମାନିତ ଅତିଥି ଭାବେ ଗୋପାଳପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବାରିକ, ପ୍ରାକ୍ତନ ଜିଲ୍ଲା ଶିକ୍ଷା ନିରୀକ୍ଷକ ରଘୁନାଥ ଦଳବେହେରା, ବେଗୁନିଆ ଓଷ୍ଟା ସଭାପତି ଗଣେଶ୍ୱର ମିଶ୍ର , ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ପ୍ରବଚକ ପ୍ରଫୁଲ୍ଲ କୁମାର ଦାସ,ଆଧ୍ୟାତ୍ମିକ ବାଦୀ ଦୀନବନ୍ଧୁ ଦାସ,ପ୍ରାକ୍ତନ ପ୍ରଧାନ ଶିକ୍ଷକ କୈଳାସ ମାଣ୍ଡୋଇ ଯୋଗଦାନ କରିଥିଲେ ।ପ୍ରଭୁ ଜଗନ୍ନାଥଙ୍କ ଫଟୋ ଏବଂ ସ୍ବର୍ଗତ ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ…
ରାୟଗଡା: ତା -୧୫/୦୨(ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲା ମାଓବାଦୀ ମୂଳପୋଛ ହେବାକୁ ଯାଉଥିଲା ବେଳେ ନକଲି ମାଓବାଦୀଙ୍କ ଉତ୍ପାତ ବୃଦ୍ଧି ପାଇଛି। ଆଜି ରାୟଗଡା ପୁଲିସ ଦୁଇ ଜଣ ନକଲି ମାଓବାଦୀଙ୍କୁ ଗିରଫ କରାଯିବା ଘଟଣା ଆଲୋଚ୍ୟର ବିଷୟ ପାଲଟିଛି। ଗିରଫ ଦୁଇଜଣଙ୍କ ମଧ୍ୟରେ ରାୟଗଡାର ଜଣେ ୱେବ ଚ୍ଯାନଲ ସାମ୍ବାଦିକ ଅନୁବ୍ରତ ବାରା (ରଞ୍ଜୁ)ଓ ଅନ୍ୟ ଜଣେ ବଳୀ ମାଝୀ । ବଳି ମାଝୀ ଏଥି ପୂର୍ବରୁ ନକ୍ସଲ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ମାଓମୁକ୍ତ ହେବାକୁ ଥିବା ଜିଲ୍ଲାରେ ମାଓ ବ୍ୟାନର ଲଗାଇ ଆତଙ୍କ ଖେଳାଇବା ଅଭିଯୋଗରେ ସମସ୍ତ ଦିଗକୁ ତଦନ୍ତ କରି ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ଗତ ଦୁଇ ଦିନ ତଳେ ଜିଲ୍ଲାର ଶେଷଖାଲ ଥାନା ଅନ୍ତର୍ଗତ ରାୟଗଡା ସହର ଠାରୁ ମାତ୍ର ଦୁଇ କିମି ଦୂରରେ ଥିବା ରାୟଗଡା – ବାଇଶିଙ୍ଗ ମୁଖ୍ୟ ରାସ୍ତାର ଧୂମାଗୁଡା ଗାଁରେ…
ବେଲଗୁଣ୍ଠା: ତା -୧୪/୦୨(ବିଏମସି ଟିଭି ଓଡ଼ିଆ) ଶୁକ୍ରବାର ଦିନ ସୋରଡା ବିଧାୟକ ନୀଳମଣି ବିଷୋୟୀ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଧାୟକ ଶ୍ରୀ ବିଷୋୟୀ ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମପଞ୍ଚାୟତର ବୋରି ଗ୍ରାମଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୂଲ୍ୟରେ ଗାଙ୍ଗପୁର ଠାରୁ କୁମୁଣ୍ଡି ରାସ୍ତାର ଉର୍ନ୍ନତିକରଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଙ୍କ “ବିକଶିତ ଗାଁ,ବିକଶିତ ଓଡ଼ିଶା”ର ସ୍ବପ୍ନ ପୂରଣରେ ଏକ ଦୃଢ଼ ପଦକ୍ଷେପ। ଏହି ଉଦ୍ୟମ ଅଞ୍ଚଳବାସୀଙ୍କୁ ସୁବିଧାଜନକ ଯାତାୟାତ ବ୍ୟବସ୍ଥା ଯୋଗାଇ ଦେବା ସହ ବାଣିଜ୍ୟ ଓ ସାମାଜିକ ଉନ୍ନତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ବିଧାୟକ ଶ୍ରି ବିଷୋୟୀ ପ୍ରକାଶ କରିଥିଲେ ।ସେହିପରି ନାଟଙ୍ଗା ଗ୍ରାମପଞ୍ଚାୟତ ଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୂଲ୍ୟରେରେ ଡ଼ିମିରିପଲ୍ଲୀ ଠାରୁ ଷଢଙ୍ଗୀପଲ୍ଲୀ ରାସ୍ତାର ଉନ୍ନତି କରଣ ଭିତ୍ତି…
ବେଲଗୁଣ୍ଠା: ତା -୧୪/୦୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ପଂଚାୟତର ବୋରୀ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ- ୨୦୨୫/୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ପ୍ରଗତିରେ ଅଭିଭାବକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବାର ଆବଶ୍ୟକ ରହିଛି ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରକାଶ କରିଥିଲେ । ସେହିପରି ମୁଖ୍ୟ ବକ୍ତା ରୂପେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦିଲ୍ଲୀପ୍ କୁମାର ଖୁଣ୍ଟିଆ ଯୋଗ ଦେଇ ଭାଗବତ, ବେଦ, ଗୀତା, ରାମଚରିତ ମାନସର ଉଦାହରଣ ଦେଇ ଭାରତୀୟ ସଂସ୍କୃତିକୁ ଉନ୍ନତି କରିବା ପାଇଁ…
ବାଲିମେଳା: ତା -୧୪/୦୨ (ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ବାଲିମେଳା ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶନିବାର ମାତୃ ପିତୃ ପୂଜନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୂଖ୍ୟ ଅତିଥି ଭାବେ ବାଲିମେଳା ଏନଏସିର ଅଧକ୍ଷ ପ୍ରଦୀପ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ସମ୍ପାଦକ ଶରତ କୁମାର ନାୟକ,ସିଆରସିସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ,ମୂଖ୍ୟ ବକ୍ତା ଭାବେ କୁଡୁମୁଲୁଗୁମ୍ମାରେ ଥିବା ଡାରଉଇନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ଅଶୋକ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କର ଚରିତ୍ର ଗଠନରେ ମାତା ଓ ପିତାଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।ସନ୍ଧ୍ୟାରେ ଆୟୋଜିତ ମାତୃ ପିତୃ ପୂଜନ କାର୍ଯ୍ୟକ୍ରମରେ ଶିଶୁମାନେ ଉପସ୍ଥିତ ମତା ପିତା, ଅଭିଭାବକଏବଂ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନଙ୍କର ପାଦ ପୂଜା କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ…
ବାଲିମେଳା ୧୪/୦୨ (ବିଏମସି ଟିଭି ଓଡ଼ିଆ) ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ (ଓହେଚପିସି )ପକ୍ଷରୁ ରାଜ୍ୟରେ ଥିବା ସମସ୍ତ ଜଳ ବିଦ୍ୟୁତ କେନ୍ଦ୍ରକୁ ନେଇ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ଗତ ୨୮ରୁ ୩୧ ପଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟରେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ଟିମ ଇଣ୍ଟର ୟୁନିଟ ଟୁର୍ନାମେଣ୍ଟ ଖେଳି ଚମ୍ପିୟନ ହୋଇଥିଲା। ଏହି ଟିମର ମ୍ୟାନେଜର ଶ୍ରୀ ବିଚିତ୍ର ଗୋଚ୍ଛାୟତଙ୍କ ଅଧ୍ୟକ୍ଷତାରେ ରେଙ୍ଗାଲି ଯାଇଥିବା ବାଲିମେଳା ଟିମରେ ଫାଇନାଲ୍ ମ୍ୟାଚରେ ସିମାଞ୍ଚଳ ସୁବୁଦ୍ଧି ଓ ତାପଶ କୁମାର ପାଲ୍ ଚମତ୍କାର ଖେଳ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲେ।ବିଶ୍ୱଜିତ୍ ଖଣ୍ଡୁଆଳଙ୍କୁ ଉତ୍କୃଷ୍ଟ ରକ୍ଷଣାତ୍ମକ ଖେଳ ପାଇଁ “ବେଷ୍ଟ ଡିଫେଣ୍ଡର୍” ପୁରସ୍କାର ପାଇଥିଲେ। ଶନିବାର ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ୟୁନିଟ୍ ହେଡ୍ (ଏସଜିଏମ ) ତଥା ବରିଷ୍ଠ ସାଧାରଣ ପରିଚାଳକ ଦିଲ୍ଲୀପ କୁମାର ସ୍ୱାଇଁ ଟୁର୍ନାମେଣ୍ଟରେ ଚମ୍ପିୟନ ହୋଇଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା…
ରାୟଗଡା: ତା -୧୫/୦୨(ବିଏମସି ଟିଭି ଓଡ଼ିଆ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦରାଗୁଡା ସ୍ଥିତ ଗଢି ଉଠିଥିବା ବହୁପ୍ରତିକ୍ଷୀତ ଉତ୍କଳ ଆଲୁମିନା ପ୍ରକଳ୍ପ କୁ ଆସୁଥିବା ବକ୍ସାଇଟ ର ଖୁନନ ଓ ଉତ୍ତୋଳନ ବାଫଳା ମାଳିରୁ ହେଉଥିବା ବେଳେ, ବାପଳା ମାଳି ଖଣି ଅଞ୍ଚଳ ତଥା ଖଣି ପ୍ରଭାବିତ ୪ଟି ପଞ୍ଚାୟତ ରେ ଉନ୍ନୟନ ମୂଳକ କାର୍ଯ୍ୟ,କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗୋମାନାଗମନ, ପରିବେଷ ର ରକ୍ଷଣାବେକ୍ଷଣ,ସ୍ଥାୟୀ ନିଯୁକ୍ତି, ଲୋକଙ୍କ ରୋଜଗାର ଏବଂ ଆର୍ଥିକ ସ୍ଥିତି ର ଉନ୍ନତ ଦିଗରେ ପ୍ରାୟ ଦୁଇ ଦଶନ୍ଦୀ ହେବ କାମ୍ପାନୀ କୌଣସି ଆଖି ଦୃଶିୟ ପଦକ୍ଷେପ ନ ନେଇଁ ଅବହେଳା କରି ଆସିଛି ବୋଲି ବାଫଳା ମାଳି ଖଣି ପ୍ରଭାବିତ ଅଞ୍ଚଳବାସୀ ଅଭିଯୋଗ କରି ବାଫଳା ମାଳି ଖଣି ମୁଖ୍ୟ ରାସ୍ତା ଅବରୋଧ କରିଥିବା ଅଞ୍ଚଳବାସୀ ପ୍ରକଶ କରିଛନ୍ତି। ଅଞ୍ଚଳର ବିକାଶ ପାଇଁ ଉତ୍କଳ ପ୍ରକଳ୍ପ ର ବାର୍ଷିକ ଲାଭଂଶ ରୁ ୨% ସି.ଏସ. ଆର…
ବାଲିମେଳା: ତା -୧୪/୦୨ (ବିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା ସଦରରେ ଅବସ୍ଥିତ ମାଲକାନଗିରି ଜିଲ୍ଲାର ସର୍ବପ୍ରାଚୀନ ମାଲକାନଗିରି କଲେଜରେ ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜର ପ୍ରିନ୍ସିପାଲ ଚିତ୍ତରଞ୍ଜନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ସମାରୋହରେ, ମୁଖ୍ୟ ଅତିଥି ଭାବରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲ, ଓଡ଼ିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ ର ସମ୍ପାଦକ ତଥା ମାଲକାନଗିରି ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ ର ସଭାପତି ଦେବପ୍ରସାଦ ଦାଶ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅଶୋକ କୁମାର ମିଶ୍ର, ନବରଙ୍ଗପୁର ସାଂସଦ ପ୍ରତିନିଧି ବିଜୟ କୁମାର ମହାରଣା, ଅଧ୍ୟାପକ ପ୍ରମୋଦ ପରିଡ଼ା ଏବଂ ଗୁପ୍ତେଶ୍ୱର ରାଓ ମଞ୍ଚାସୀନ ଥିଲେ ଏବଂ ସେମାନେ ସମାରୋହରେ ଉପସ୍ଥିତ, ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଦୀର୍ଘ ୪୫ ବର୍ଷ ଧରି ମାଲକାନଗିରି ପରି ଆଦିବାସୀ…
ରାୟଗଡ଼ା: ତା -୧୫/୦୨(ବିଏମସି ଟିଭି ଓଡ଼ିଆ) ରାୟଗଡ଼ା ଜିଲ୍ଲାର ଗ୍ରାମାଞ୍ଚଳ ଓ ଆଦିବାସୀ ଯୁବତୀମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଜେ.କେ. ପେପର୍ର ସାମାଜିକ ସଂଗଠନ ‘ସ୍ପର୍ଶ’ ସୋସିଆଲ୍ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ (DSDEO ଅଫିସ ଉପରେ) ଏକ ‘ଯୁବ ସମ୍ବଳ କେନ୍ଦ୍ର’ (Youth Resource Centre) ଉଦଘାଟିତ ହୋଇଯାଇଛି। ଏହି କେନ୍ଦ୍ରକୁ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣୀ (IAS) ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି ଅଧିକାରୀ କୁମାରୀ ସ୍ୱର୍ଣ୍ଣଲତା ରାଉତ, ସ୍ୱତନ୍ତ୍ର ଅତିଥି ଭାବେ ରାୟଗଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଅର୍ଚ୍ଚନା ପଟ୍ଟନାୟକ ଏବଂ ଜେ.କେ. ପେପର୍ ମିଲ୍ର ବାଣିଜ୍ୟିକ ବିଭାଗ ଉପ-ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ। ସ୍ପର୍ଶ (ଜେ.କେ. ପେପର୍ ସି.ଏସ.ଆର) ର ପରିଚାଳକ ଶ୍ରୀଯୁକ୍ତ ଆଦିତ୍ୟ ପଟ୍ଟନାୟକ କାର୍ଯ୍ୟକ୍ରମଟିକୁ ପରିଚାଳନା…
ସମ୍ବଲପୁର/ଜମନକିରା: ତା -୧୪/୦୨ (ବିଏମସି ଟିଭି ଓଡିଆ) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଧୁଡ଼ିପାଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ରଜାମୁଣ୍ଡା ସ୍ଥିତ ଶ୍ରୀମା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଉନବିଂଶ ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବକାଶରେ ଶିକ୍ଷାକେନ୍ଦ୍ରର ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ନାଏକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ପରିବେଶବିତ ତଥା ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି , ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ସୌଭାଗ୍ୟ କୁମାର ପଟେଲ ମୁଖ୍ୟବକ୍ତା, ସମିତି ସଭ୍ୟା ପ୍ରଭାବତୀ ବେହେରା, ଭୂମିଦାତ୍ରୀ ରତ୍ନମଞ୍ଜରୀ ଚୌଧୁରୀ, ଧୁଡ଼ିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୋଳ ଗୋବିନ୍ଦ ସାହୁ, ଚନ୍ଦିନୀମାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ କମଳ ଲୋଚନ ବେହେରା, ଅବସର ପ୍ରାପ୍ତ ଶିକ୍ଷକ ଡିସି ପଟେଲ ଓ ମାୟାଧର କାଲୋ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥିମାନେ ତାଙ୍କ…
ସମ୍ବଲପୁର/ଯୁଯୁମୁରା:ତା-୧୪/୦୨(ବିଏମସି ଟିଭି ଓଡିଆ) କୁକୁର ଦାଉରୁ ରକ୍ଷା ପାଇବା ପାଇଁ ଗୋଟିଏ ଜଙ୍ଗଲୀ କୁଟୁରା ବନ ବିଭାଗ ସହାୟତାରେ ପୁଣି ପୁଣି ନିଜ ନିବାସ ସ୍ଥାନ ଜଙ୍ଗଲକୁ ଫେରିଥିବା ଭଳି ମାନବୀୟ ଦୃଶ୍ୟପଟ୍ଟ ଗତକାଲି ଦେଖିବାକୁ ମିଳିଥିଲା ଯୁଯୁମୁରା ଅଞ୍ଚଳରେ। ଖବରରୁ ପ୍ରକାଶ ଯେ, ଦଳେ କୁକୁରଙ୍କ ହାବୁଡ଼ରେ ପଡିଥିଲା ଏକ ଜଙ୍ଗଲୀ କୁଟୁରା। କୁକୁର ଦଳ ତା’କୁ ଗୋଡେଇ ଗୋଡେଇ ଲହୁ ଲୁହାଣ କରିଦେଇଥିଲେ। ତଥାପି ଜଙ୍ଗଲୀ ଜନ୍ତୁଟି କୁକୁରମାନଙ୍କୁ ଟକ୍କର ଦେଇ ଜୀବନ ବିକଳରେ ଜାତୀୟ ରାଜପଥ କଡରେ ଥିବା ଲଷ୍ମୀ ପେଟ୍ରୋଲ ପମ୍ପକୁ ଅପରାହ୍ନ ୩ଟା ବେଳେ ପଶି ଆସି ଲୁଚିବାକୁ ଚେଷ୍ଟା କରିଥିଲା। ଏହାକୁ ଦେଖି ପେଟ୍ରୋଲ ପମ୍ପ୍ କର୍ମଚାରୀମାନେ କୁକୁରମାନଙ୍କୁ ଘଉଡ଼ାଇ କୁଟୁରାକୁ ସୁରକ୍ଷିତ ରଖି ପମ୍ପ୍ ମାଲିକଙ୍କୁ ଖବର ଦେଇଥିଲେ।ପମ୍ପ୍ ମାଲିକ ଲଷ୍ମୀଧର ଦେହୁରୀ ପହଞ୍ଚି ଘଟଣା ସମ୍ପର୍କରେ ଯୁଯୁମୁରା ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ତୁରନ୍ତ ଘଟଣା…
