ଢେଙ୍କାନାଳ/ରସୋଳ : ତା -୩୧/୦୧(ବିଏମସି ଟିଭି ଓଡ଼ିଆ) ଧର୍ମୀୟ ସଦ୍ଭାବନା ର ଆହ୍ବାନ। ସମଗ୍ର ଓଡ଼ିଶା ସେବା ଅଭିଯାନ ସମସ୍ତ ହିନ୍ଦୁ ସମାଜ କୁ ଏକତା ର ସୂତ୍ରରେ ବାନ୍ଧିବାର ପ୍ରୟାସ ସାରା ଭାରତ ବର୍ଷରେ ହୋଇ ଆସୁଥିବା ଵେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ମଠ ମୁଣ୍ଡିଆ ପରିସରରେ ଇଶ୍ବରୀୟ କାର୍ଯ୍ୟ ର ଅଂଶବିଶେଷ ସ୍ଵରୁପ ଧର୍ମୀୟ ସଦ୍ଭାବନା ର ଆହ୍ବାନ କୁ ସାକାର କରିବା ପୂର୍ବକ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଚଳିତ ମାସ ଶୁକ୍ଳ ଦଶମୀ ଇଂରାଜୀ ତା ୨୮/୦୧/୨୦୨୬ରିଖ ବୁଧବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ନାମ ଯଜ୍ଞ,ଭାଗବତ ପଠନ,ଘୃତ ଯଜ୍ଞ, ଅର୍ଣ୍ନଯଜ୍ଞ ଇତ୍ୟାଦି ସମାପନ ହୋଇ ଥିବା ବେଳେ ଆଖ ପାଖ ଅଞ୍ଚଳରୁ ଯଥା ରାସୋଳ, ନୂଆପାଟଣା ,କଳିଙ୍ଗା, ଘୋଡ଼ା ଡିଆଁ, ନୂଆବଗ, ଦଣ୍ଡରୀ ,ଗୁରୁଜାଙ୍ଗ,ଲହଡ଼ା,ଗଣ୍ଡାନାଳୀ ରୁ ହଜାର ହଜାର ହିନ୍ଦୁ ସମ୍ପ୍ରଦାୟ ର ଲୋକ ମାନେ ଯୋଗ…
Author: BMC NEWS ODISHA
ବଲାଙ୍ଗୀର/ଟିଟିଲାଗଡ:ତା-୩୦/୦୧(ବିଏମସି ଟିଭି ଓଡ଼ିଆ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଟାଟା ପାୱାର ବିରୋଧ ରେ ଗୁରୁତର ଅଭିଯୋଗ ହୋଇଛି। ଟିଟିଲାଗଡ ବିଦ୍ୟୁତ୍ ବିଭାଗ ସେକ୍ସନ ନମ୍ବର ୱାନ ଜେଇ ପ୍ରଶାନ୍ତ କୁମାର ଜେନା ମାତ୍ରାଧିକ ବେଆଇନ୍ ଅର୍ଥ ହଡପ କାରବାର କରି ଆସୁଥିବା ନେଇ ତଦନ୍ତ ଦାବି ହୋଇଛି । ସେହିପରି ଟିଟିଲାଗଡ ଏଲ୍ ଆଇ ସି କାର୍ଯ୍ୟାଳୟ କଡ଼ରେ ଜଣେ ବ୍ୟକ୍ତି ଙ୍କ ଠାରୁ ଘରୋଇ ବିଦ୍ୟୁତ ସଂଯୋଗ କୁ ବ୍ୟବସାୟିକ ସଂଯୋଗ ପ୍ରଦାନ କରି ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ବେଶ ହଟହଟା ହୋଇଥିଲେ । ଉକ୍ତ ମାମଲା ତାଦନ୍ତାଧିନ ଥିବା ବେଳେ ବଡ, ବଡ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ନିକଟ ରୁ ବେଆଇନ ଭାବେ ୩୦/୪୦ କିଲୋୱାଟ ଲାଇନ୍ ପାଇଁ ଯେଉଁଠି ଟ୍ରାନସ୍ଫର୍ମର ବସେଇବା କଥା ସେଠି ବିନା ଟ୍ରାନସ୍ଫର୍ମର ବସେଇ ମୋଟା ଅଙ୍କର ଅର୍ଥ ହଡପ କରି ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା କରିଛନ୍ତି। ଏହି…
ବାଙ୍କୀ: ତା -୩୦/୦୧(ବିଏମସି ଟିଭି ଓଡିଆ) ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ଚକାପଦା ଗ୍ରାମର ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ୮ବାର୍ଷିକ ଉତ୍ସବ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ‘ଗାଁର ମହକ’ ପତ୍ରିକା ଉନ୍ମୋଚନ, ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ହେବା ସହ କବି ଓ କଳାକାରମାନଙ୍କୁ ଗାଁର ମହକ ସମ୍ମାନ ଏବଂ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସଭାପତି କବି ଲଲାଟେନ୍ଦୁ ପଣ୍ଡା ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂସଦର ଆବାହକ ଅକ୍ଷୟ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହ ଅନୁଷ୍ଠାନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ଭୁବନେଶ୍ୱର କଳିଙ୍ଗ ଚିକିତ୍ସାଳୟର ପ୍ରବନ୍ଧକ ଡକ୍ଟର ନିତ୍ୟ ସୁନ୍ଦର ସିଅ ଯୋଗଦାନ କରି କବିତା ମାଧ୍ୟମରେ ଉପସ୍ଥିତ କବି କଳାକାର ମାନଙ୍କୁ ସେମାନଙ୍କର ସାହିତ୍ୟ ରଚନା କ୍ଷେତ୍ରରେ ପାରଦର୍ଶିତା ପାଇଁ ବଧେଇ ଜଣାଇଥିଲେ । ମୁଖ୍ୟବକ୍ତା…
ରାୟଗଡ଼ା: ତା -୩୦/୦୧(ବିଏମସି ଟିଭି ଓଡ଼ିଆ) ଜ଼ିଲ୍ଲାର ଉଦ୍ୟମୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜ଼ିଲ୍ଲା ପରିଷଦ ସଭାଗୃହରେ ଜ଼ିଲ୍ଲା ମୁଖ୍ୟ ବିକାଶ ତଥା ଉର୍ନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ ଙ୍କ ଅଧ୍ୟକ୍ଷତାରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତର ବିଶ୍ୱ ଅର୍ଥନୀତିରେ ସ୍ଥାନ ଓ ରାୟଗଡ଼ାର ସମ୍ଭାବନାଶୀଳ ଷ୍ଟାର୍ଟଆପ୍ ବିଷୟରେ ବିସ୍ତୃତ ଚର୍ଚ୍ଚା ହୋଇଛି।ଏହି ବୈଠକରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଚିତ୍ତ ରଞ୍ଜନ ମଲ୍ଲିକ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ, ସଫଳ ଉଦ୍ୟାଗୀ ଏ ଗୋବିନ୍ଦ ରାଓ, ଉଦ୍ୟାଗୀ ନରିନ କୁମୁନ୍ଦନ ଓ ଉଦ୍ୟାଗୀ ସୁରଜିତ ହୋତା, ୟୁଜିଏମଆଇଟି ଅଧକ୍ଷ, ଆଇଟିଆଇ ଅଧକ୍ଷ, ଭିଆଇଏମଏସ ଅଧକ୍ଷ ପ୍ରମୁଖ ଉପସ୍ଥିତ ରହି ଉଦ୍ୟମୀଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ ଭାରତର ବିଶ୍ୱ ଅର୍ଥନୀତିରେ ସ୍ଥାନ ଓ ଅର୍ଥନୀତିର ବ୍ୟାପକ -ଆଧୁନିକୀକରଣ-ବିବିଧୀକରଣ (ଇଏମ୍ଡି)…
ବାଲିମେଳା: ତା -୩୦/୦୧(ବିଏମସି ଟିଭି ଓଡ଼ିଆ ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ୍ ଅନ୍ତର୍ଗତ ନୀଳାଦ୍ରିନଗର ଉଚ୍ଚ ବିଦ୍ୟାଳୟର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ ଯଦୁମଣି ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରର ୟୁଟିଲିଟି ମ୍ୟାନେଜର ଇଂ କିଶୋର ଚନ୍ଦ୍ର ଭୋଇ ଓ ମୂଖ୍ୟ ବକ୍ତା ଭାବେ ବାଲିମେଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଅମୂଲ୍ୟ କୁମାର ପ୍ରଧାନ ଯୋଗ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ବାଲିମେଳା ଜଳବିଦ୍ୟୁତ୍ କେନ୍ଦ୍ରର ଯନ୍ତ୍ରୀ ସରୋଜ କୁମାର ବେହେରା, ଅବସରପ୍ରାପ୍ତ ଜିଲ୍ଲା ସାଇନ୍ସ ସୁପରଭାଇଜର ଶରତ କୁମାର ରାଉତ, ନୀଳାଦ୍ରିନଗର ଉନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ତ୍ତିକେଶ୍ୱର ପଣ୍ଡା,ପରିଚାଳନା କମିଟିର ସଭାପତି ବିଭୁଦତ ମହାନ୍ତି, ସୁଦୀପ୍ତ ବେହେରା ଓ ବିଧାୟକ ପ୍ରତିନିଧି ମୁକା ମାଡ଼କାମୀ ପ୍ରମୁଖ ଯୋଗ ଦେଇଥିଲେ।ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।ସୁଚରିତ୍ର ଗଠନ ଓ…
ସମ୍ବଲପୁର/ବରପାଲି:ତା-୩୦/୦୧ (ବିଏମସି ଟିଭି ଓଡିଆ) ବରପାଲି ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ଶିବିରର ଉଦ୍ଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବ ଅଧ୍ୟକ୍ଷା ଜୟନ୍ତୀ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସାରସ୍ଵତ ସମାରୋହରେ ମୁଖ୍ୟ ଅତିଥି ଭାବରେ IQAC ସଂଯୋଜକ ଅଧ୍ୟାପକ ଧୀରୋଜ କୁମାର ତ୍ରିପାଠୀ, ଶୈକ୍ଷିକ ପ୍ରଭାରୀ ଅଧ୍ୟାପକ ଅଲେଖ କୁମାର ମହାନନ୍ଦ ସମ୍ମାନିତ ଅତିଥି ଭାବରେ, ‘ଆମ କଲେଜ,ଆମ ଗୌରବ’ର ସଂଯୋଜକ ଅଧ୍ୟାପକ ଉତ୍ତରକୁମାର ଗଡ଼ତିଆ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ। ସଭାର ପ୍ରାରମ୍ଭରେ ଆତ୍ମସୁରକ୍ଷା ଶିବିରର ସଂଯୋଜିକା ଅଧ୍ୟାପିକା ନତାଶା ସିକନ୍ଦର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ମାଷ୍ଟର ଟ୍ରେନର୍ ରେଣୁକା ଗହୀର ଛାତ୍ରୀମାନଙ୍କୁ ଶିବିରରେ ଶିଖିଥିବା ବିଷୟକୁ ଆଗାମୀ ଜୀବନରେ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଛାତ୍ରୀମାନଙ୍କ ମଧ୍ୟରେ ସ୍ଵସ୍ତିକା ପଣ୍ଡା, ସ୍ଵାତୀ ପଧାନ, ଭବାନୀ ବାଗ, ଦେବଯାନୀ ବିଶ୍ୱାଳ, ଆରୁଷୀ କର୍ମୀ ପ୍ରମୁଖ ଶିବିର ସଂପର୍କରେ ନିଜ ନିଜର ଅନୁଭୂତି ବ୍ୟକ୍ତ କରିଥିଲେ।…
ବାଙ୍କୀ : ତା -୩୦/୦୧(ବିଏମସି ଟିଭି ଓଡିଆ) ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଆଜି ଜଙ୍ଗଲ ମଧ୍ୟରେ ଥିବା ଏକ ଆଦିବାସୀ ଗାଁ ରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡା ଅଭୟାରଣ୍ୟର ଆଭ୍ୟନ୍ତରୀଣ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଆଦିବାସୀ ଗାଁ ନୂଆକୁଅରେ ପରିଷଦର କର୍ମକର୍ତ୍ତାମାନେ ପହଞ୍ଚି ଶୀତବସ୍ତ୍ର ପ୍ରଦାନ କରିଥିଲେ । କିଛି ଦିନ ହେବ ଅନୁଭୂତ ହେଉଥିବା ହାଡଭଙ୍ଗା ଶୀତରେ ଏହି ଅସହାୟ ନିରୀହ ଆଦିବାସୀ ଶ୍ରେଣୀୟ ଲୋକମାନଙ୍କ ପାଖରେ ନା ଥିଲା ଭଲ ଘର ଖଣ୍ଡେ ନା ଭଲ ଶୀତବସ୍ତ୍ରଟିଏ । ସ୍ଥାନୀୟ ଶିକ୍ଷାବିତ୍ ସନ୍ତୋଷ ସାହୁଙ୍କ ଠାରୁ ଏବିଷୟରେ ସୂଚନା ପାଇଁ ଜନମଙ୍ଗଳ ପରିଷଦ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଗତ ୮ ବର୍ଷ ଧରି ଶୀତ ଦିନରେ ଅସହାୟ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିଆସୁଥିବା ଜନମଙ୍ଗଳ ପରିଷଦ ଏବର୍ଷ ମଧ୍ୟ ଗତ ଡିସେମ୍ବର ମାସରୁ ଶୀତବସ୍ତ୍ର ବଣ୍ଟନ…
ଗୋପାଳପୁର: ତା -୩୦/୦୧ (ଵିଏମସି ଟିଭି ଓଡ଼ିଆ) ଓଡିଶାର ଭାଷା ଓ ସଂସ୍କୃତି ଉପରେ ଯେତେବେଳେ ବି ଆକ୍ରମଣ ହୋଇଛି ସେତେବେଳେ ଗଞ୍ଜାମ ମାଟିରୁ ପ୍ରଥମେ ସଂଗ୍ରାମର ସ୍ୱର ଉତ୍ପର୍ଣ୍ଣ ହୋଇଛି: ମୁଖ୍ୟଅତିଥି ଶ୍ରୀମତୀ ପାଢ଼ୀ ସମୁଦ୍ର ବନ୍ଦନା, ମଞ୍ଚର କଳେବର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜନ ସମୁଦ୍ର ମୋତେ ଅଭିଭୂତ କରିଛି: ମୁଖ୍ୟଅତିଥି ଡବଲ ଇଞ୍ଜିନର ସରକାର ସମୟରେ ହିଁ ଏଭଳି ମହାର୍ଘ୍ୟ ମହୋତ୍ସବ ଆୟୋଜନ ହୋଇପାରେ : ମନ୍ତ୍ରୀ ଶ୍ରୀ ମହାଲିଙ୍ଗଗୋପାଳପୁର ବେଳାଭୂମି ମହୋତ୍ସବକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଉ: ଦିଗପହଣ୍ଡି ବିଧାୟକ ଡ ସିଦ୍ଧାନ୍ତ ମହାପାତ୍ର ଓଡ଼ିଆ ସିନେ କଳାକାରଙ୍କ ଯାଦୁକରୀ ପ୍ରଦର୍ଶନରେ ଝୁମିଲେ ଦର୍ଶକ ଓଡ଼ିଶା ବିଧାନ ସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଓଡିଶାର ଭାଷା ଓ ସଂସ୍କୃତି ଉପରେ ଯେତେବେଳେ ବି ଆକ୍ରମଣ ହୋଇଛି ସେତେବେଳେ…
ଅତାବିରା/ବରଗଡ଼ ତା:୨୯/୦୧(ବିଏମସି ଟିଭି ଓଡ଼ିଆ) ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୧୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଧର୍ମରାଜ ପ୍ରଧାନ ମୁଖ୍ୟ ଅତିଥି, (ସହକାରୀ ଶିକ୍ଷକ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ଝିଲମିଣ୍ଡା ) ସମ୍ମାନିତ ଅତିଥି ରିଙ୍କି ପ୍ରଧାନ ( ଅଧ୍ୟାପିକା ଓଡ଼ିଆ ବିଭାଗ ଅତାବିରା ମହାବିଦ୍ୟାଳୟ ), ତ୍ରିଲୋଚନ ସେଠ୍ ( କେନ୍ଦ୍ର ସଂଯୋଜକ, କାଦୋ ବାହାଲ (ସି. ଆର. ସି. ସି ), ଅତିଥି ଭାବରେ ଶ୍ରୀଯୁକ୍ତ ଅନନ୍ତ ମେହେର, ଅରବିନ୍ଦ ଦାସ, ରମଣୀ ଦନ୍ତା (ସମାଜସେବୀ ) ଗିରିଧାରୀ ପଧାନ ( କାଦୋବାହାଲ,ସରପଞ୍ଚ ) ସୁକାନ୍ତି ସିଂହ ( ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କାଦୋ ବାହାଲ) ମଂଚାସୀନ ଥିଲେ। ମୁଖ୍ୟ ଅତିଥି ଙ୍କ ଦ୍ୱାରା ଛୋଟ ପିଲାମାନଙ୍କ ପାଇଁ ଅଭିଭାଷଣ ସହିତ ତାଙ୍କ କର କମଳ ରୁ ବ୍ରଜଲାଲ ମହାପାତ୍ର, କ୍ଷୀରୋଦ୍ର ବିହାରୀ ପାତ୍ର, କୈଳାଶ ଚନ୍ଦ୍ର ସେଠ୍,…
ବଲାଙ୍ଗୀର/ଟିଟିଲାଗଡ: ତା-୩୦/୦୧(ବିଏମସି ଟିଭି ଓଡ଼ିଆ) ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ୱାର୍ଡ ନଂ,୧୫ ସ୍ଥିତ ଶାନ୍ତି ନିବାସ ଗଳି ରେ ଦିର୍ଘ୍ ଦିନ ଧରି ବିପଦ ସଙ୍କୁଳ ଅବସ୍ଥାରେ ମୁଖ୍ୟ ସଡ଼କ ଡ୍ରେନ ପଡିରହିଥିବା ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବିଭାଗୀୟ ଅଧିକାରୀ ନୀରବ ଦ୍ରଷ୍ଟା ସାଜିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଅଧିବାସୀ ବିଭାଗୀୟ ଅଧିକାରୀ ଚନ୍ଦନ ଶତପଥି ତଥା ଅନ୍ୟ ମାନଙ୍କୁ ଅବଗତ ସହ ଅଭିଯୋଗ ସତ୍ବେ ଏ ନେଇ କିଛି ପ୍ରତିକ୍ରିୟା ପ୍ରକାଶ ନ ପାଇବା ନେଇ ଉଦବେଗ ପ୍ରକାଶ ପାଇଛି । ବିଭାଗୀୟ ନିର୍ବାହୀ ଙ୍କ ଦାୟିତ୍ୱ ହୀନତା ଓ ଖାମ,ଖିଆଲ ମନୋଭାବ ଯୋଗୁଁ ଏଭଳି ଅଧ ପନ୍ତରିଆ ଭାବେ ହାଟପଦା ଦୈନିକ ଓ ସାପ୍ତାହିକ ବଜାର କାମ ଡିର୍ଘ୍ ମାସ ଧରି ଠପ୍ ହୋଇ ପଡ଼ିଥିଲା । ପରେ ବରିଷ୍ଠ ପଦାଧିକାରୀ ଙ୍କ ଯୋଗୁଁ ବେଶ ପ୍ରଶଂସନୀୟ…
ବେଲଗୁଣ୍ଠା: ତା -୨୯/୦୧(ବିଏମସି ଟିଭି ଓଡ଼ିଆ) ଭୁବନେଶ୍ୱରରୁ ଭୋଜି ଖାଇ ନିଜ ଗ୍ରାମ ଭଞ୍ଜନଗର ଫେରୁଥିବା ବେଳେ ବେଲଗୁଣ୍ଠା ନିକଟରେ ଏକ କାର୍(ଓଡି୦୨AW୯୧୧୬) ଏକ ଗଛକୁ ଧକ୍କା ଦେବା ଫଳରେ ଦମ୍ପତିଙ୍କ ସହ ଗାଡି ଚଳାଉଥିବା ପୁଅ ମଧ୍ୟ ଗୁରୁତର ଆହତ ହୋଇଛି । ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଏବଂ ରୋଟାରୀ କ୍ଳବ୍ ର କିଛି ସଦସ୍ୟ ଉଦ୍ଧାର କରି ଆମ୍ବୁଲାନ୍ସ ଓ ଅଟୋ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ ।ଖବର ନେବାରୁ ଜଣା ପଡିଛି ଯେ, ଭଞ୍ଜନଗରର ସୁବୁଦ୍ଧି ପରିବାରର ୫ ଜଣ ଭୁବନେଶ୍ୱରରେ ଏକ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଢୁରା ଓ ଲୁଣିଝୋଳା ମଧ୍ୟରେ ଅପରାହ୍ନ ୩.୩୦ ମି ସମୟରେ କାରଟି ଏକ ଗଛକୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଯାହା ଫଳରେ କି ପ୍ରଚଣ୍ଡ ଶବ୍ଦ ହୋଇ ଗାଡିରେ ବସିଥିବା ଭଞ୍ଜନଗରର ଏସ୍ ଭାସ୍କର ସୁବୁଦ୍ଧି…
ବ୍ରହ୍ମପୁର /ଗୋପାଳପୁର: ତା- ୨୯/୦୧ (ବିଏମସି ଟିଭି ଓଡ଼ିଆ) ଗୋପାଳପୁର କେବଳ ଏକ ଆକର୍ଷଣୀୟ ବେଳାଭୂମି ଗନ୍ତବ୍ୟସ୍ଥଳ ନୁହେଁ, ଏହା ଏପରି ଏକ ସ୍ଥାନ ଯେଉଁଠାରେ ଇତିହାସ ବର୍ତ୍ତମାନ ସହିତ ମିଶିଛି ଏବଂ ପରମ୍ପରା ପ୍ରଗତି ସହିତ ହାତରେ ହାତ ମିଳାଇ ଚାଲିଛି । ଆମର ଉପକୂଳ କେବଳ ଏକ ଭୌତିକ ସୀମା ନୁହେଁ, ବରଂ ଜୀବିକା ଏବଂ ଆକାଂକ୍ଷାର ପ୍ରତୀକ । ପ୍ରାଚୀନ କଳିଙ୍ଗର ବୀର ସାଧବମାନେ ବିଶାଳ ସମୁଦ୍ର ପାର ହୋଇ ବାଣିଜ୍ୟ ସହ ଆମ ସଂସ୍କୃତି ଏବଂ ମୂଲ୍ୟବୋଧର ପ୍ରଚାରପ୍ରସାରରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଓଡ଼ିଶା ସର୍ବଦା ବିଶ୍ୱଦୃଷ୍ଟି, ଆତ୍ମବିଶ୍ୱାସ ଏବଂ ଉନ୍ନତ ଚିନ୍ତାଧାରା ସହିତ ଗଭୀର ଭାବରେ ଜଡିତ ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି । ଭାରତ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଆଡକୁ ଅଗ୍ରସର ହେଉଥିବାବେଳେ ଗୋପାଳପୁର ଭଳି ଉପକୂଳବର୍ତ୍ତୀ ଅଞ୍ଚଳ ଏକ ସ୍ଥିର ଏବଂ…
