ବ୍ରହ୍ମପୁର: ତା -୨୬/୦୧(ବିଏମସି ଟିଭି ଓଡ଼ିଆ) ଦେଶର ୭୭ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ ତରଫରୁ ଅର୍ଜୁନ ହସ କ୍ଳବ୍ ସହଯୋଗ ରେ ଉତ୍କଳ ଆଶ୍ରମ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଉତ୍କଳ ସମ୍ମିଳନୀ ର ଉପସଭାପତି ଶିକ୍ଷାବିତ ଡ଼ ବନମାଳୀ ପାଣିଗ୍ରାହୀ ଜାତୀୟ ପତାକା ଉତ୍ତୋଳନ କରି ଆମ ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଉଦ୍ବୋଧନ ପ୍ରଦାନ କରିଥିଲେ। ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ କାର୍ଯ୍ୟକ୍ରମ ପରିଚାଳନା କରି ଗଣତନ୍ତ୍ର ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ଆଲୋଚକ ଭାବରେ ସୂର୍ଯ୍ୟକାନ୍ତ ପାତ୍ର, ନବୀନ ପଟ୍ଟନାୟକ, ଶିବ ଶଙ୍କର ପାଣିଗ୍ରାହୀ,ହାଡ଼ିବନ୍ଧୁ ମାଳି ଶ୍ରୀମତୀ ପଦ୍ମିନୀ ପଟ୍ଟନାୟକ ପ୍ରମୁଖ ଉଦ୍ବୋଧନ ପ୍ରଦାନ କରିଥିଲେ ଏବଂ ଶ୍ରୀମତୀ ପଦ୍ମିନୀ ମିଶ୍ର ବକ୍ତବ୍ୟ ପ୍ରଦାନ କରି ଦେଶାତ୍ମବୋଧକ କବିତା ପାଠ କରିଥିଲେ। ଏଥି ସହିତ ଉତ୍କଳ ଆଶ୍ରମ ନିକଟସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ…
Author: BMC NEWS ODISHA
ସମ୍ବଲପୁର:ତା.୨୫/୦୧(ବିଏମସି ଟିଭି ଓଡିଆ) କୁଚିଣ୍ଡା ବ୍ଲକର ପିଏମଶ୍ରୀ ଅର୍ଡ଼ାବାହାଲ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୧୬ ତମ ଜାତୀୟ ଭୋଟର ଦିବସ ପାଳିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ଏଡିଜେ ଡ଼.ପ୍ରଭାକର ଗଣ୍ଠିଆ ମୁଖ୍ୟ ଅତିଥି, ଏସଡିଜେଏମ ଅବିନାଶ ଚିନରା, ବାର ଏସୋସିଏସନ୍ ସଭାପତି ଆଇଁଠୁ ଚରଣ ରାଉତ ଓ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥିମାନେ ସମ୍ବିଧାନ ତିଆରି ,ତାକୁ ଲାଗୁ କରିବା, ଗଣତନ୍ତ୍ରର ମହାପର୍ବ ଭୋଟଦାନ ଦିବସ ସମ୍ପର୍କରେ ସୂଚନା ଦେଇ ଯୁବବର୍ଗ ଅଠର ବର୍ଷ ହେଲେ ଭୋଟ ତାଲିକାରେ ନାମ ପଞ୍ଜିକରଣ କରିବା ସହ ନିଜ ଅଧିକାର ସହିତ ଶତ ପ୍ରତିଶତ ଭୋଟ ଗ୍ରହଣ କରିବା ପର୍ଯ୍ୟନ୍ତ ଉଦ୍ୟମ କରନ୍ତୁ ବୋଲି ଆହ୍ବାନ ଦେଇଥିଲେ । ଅତିଥିଗଣ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପରେ ମଞ୍ଚାସୀନ ଅତିଥିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ…
ସମ୍ବଲପୁର:ତା-୨୭/୦୧(ବିଏମସି ଟିଭି ଓଡିଆ) ସାଧାରଣତନ୍ତ୍ର ଦିବସ ହେଉଛି ଭାରତର ଆତ୍ମା। ଆତ୍ମୀୟତାକୁ ସ୍ମରଣ କରି ଆଗାମୀ ପୀଢ଼ି ପାଇଁ ପ୍ରତିଶୃତି। ଆଇନ, ମୂଲ୍ୟବୋଧ ଓ ନ୍ୟାୟର ପ୍ରତୀକ ଭାରତ ଭଳି ଗଣତନ୍ତ୍ର ରାଷ୍ଟ୍ର ସମଗ୍ର ବିଶ୍ୱ ପାଇଁ ଏକ ନିଦର୍ଶନ। ସମାଜକୁ ଏଭଳି ବାର୍ତ୍ତା ଦେଇ ନିଆରା ଭାବରେ ଯୁଯୋମୁରା ବ୍ଲକ ବାହାମ ପଞ୍ଚାୟତ ପାଳନ କରିଛି ୭୭ତମ ସାଧାରଣତନ୍ତ୍ର ଦିବସ।ପଧାନପାଲି ହାଇସ୍କୁଲ ପଡିଆରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସମାଜସେବୀ ତଥା ପରିବେଶବିତ୍ ପ୍ରଭାତ କୁମାର ବିଶ୍ୱାଳ (ବୁଲୁ) ମୁଖ୍ୟଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ଭାରତ ସ୍ୱାଧୀନତାରେ ସମ୍ବଲପୁରର ଯୋଗଦାନକୁ ମନେ ପକାଇ କୁଦୋପାଲିର ରକ୍ତ ରଞ୍ଜିତ ଘଟଣାବଳୀ ଆଜି କୁଦୋପାଲିକୁ ଜାତୀୟ ପର୍ଯ୍ୟଟନର ମାନ୍ୟତା ସହିତ ବିଶ୍ୱ ଦରବାରରେ ପରିଚିତ କରିବାର ଅବସର ଆସିଛି। ଏହି ମାଟି ଭାରତ ମାତୃଭୂମିର ଏକ ଅଂଶବିଶେଷ ହୋଇଥିବା କହି ଶହୀଦ ବୀର ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।…
ଅତାବିରା /ବରଗଡ଼ :ତା-୨୬/୦୧(ବିଏମସି ଟିଭି ଓଡ଼ିଆ) ଗତ ୨୩ ତାରିଖ ଶୁକ୍ରବାର ଦିନ ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶିଶିର କୁମାର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ବ୍ଯଙ୍ଗ କବି ଶ୍ରୀଯୁକ୍ତ ଦେବେନ୍ଦ୍ର ସାହୁ ମୁଖ୍ଯ ଅତିଥି ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପ୍ରଫେସର ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ବାଳ ଗୋବିନ୍ଦ ବାବୁ, ସମିତି ସଭ୍ଯା ଶ୍ରୀମତୀ ମଞ୍ଜୁଳତା ବଢ଼େଇ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ମକରଧ୍ବଜ ଭୋଇ, ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ କଷ୍ଠ ସାହୁ ମଞ୍ଚାସୀନ ଥିଲେ। ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ ଏହି ଭବ୍ଯ ସମାରୋହରେ ବିଭିନ୍ନ ବିଭାଗରେ ପାରଦର୍ଶିତାରେ ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଗଲା। ଦଶମ ଶ୍ରେଣୀର ଛାତ୍ର କାଶୀନାଥ ମହାପାତ୍ର ବାଳକ ବିଭାଗରେ ଏବଂ ବାଳିକା…
ବେଲଗୁଣ୍ଠା: ତା -୨୫/୦୧(ବିଏମସି ଟିଭି ଓଡ଼ିଆ) ଅନାଦି ସୃଷ୍ଟିର ସ୍ରଷ୍ଟା ଅଖିଳ ବ୍ରହ୍ମାଣ୍ଡ ନାୟକ ରସଘନ ବିଗ୍ରହ, ଭକ୍ତି ଜ୍ଞାନାଲୋକ ପ୍ରଦାୟନ, ପରମ କଲ୍ୟାଣମୟ ଦାରୁବ୍ରହ୍ମ ଦଧିବାମନ ରୂପୀ ଜଗନ୍ନାଥଙ୍କ ର ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପେଣ୍ଠସାହିରେ ଏକଶତ ବର୍ଷରୁ ଅଧିକ ବର୍ଷ ପୂର୍ବେ ମାଘ ଶୁକ୍ଳ ବଡ଼ ଏକାଦଶୀ ତିଥିରେ ଆବିର୍ଭାବ ହୋଇ ଏହିମନ୍ଦିର ପ୍ରତିଷ୍ଠା ହୋଇଥିଲା। ଏଣୁ ଏହି ମନ୍ଦିର ପ୍ରତିଷ୍ଠା ଦିବସଟିକୁ “ବ୍ରହ୍ମୋତ୍ସବ” ରୂପେ ପ୍ରତିବର୍ଷ ପାଳନ କରାଯାଉଛି। ସେହିପରି ମା’ ଜଗତଜନନୀ ବୈଭବ ଲକ୍ଷ୍ମୀଙ୍କର ମନ୍ଦିର ୨୦୨୩ ମସିହାର ମାଘ ଶୁକ୍ଳ ଦ୍ଵାଦଶୀ ତିଥିରେ ପ୍ରତିଷ୍ଠା ହୋଇ ମାଁ ଙ୍କର ଆବିର୍ଭାବ ହୋଇଛି। ଏହିଅବସରରେ ଏକ ମାସ ବ୍ୟାପୀ ଶ୍ରୀମଦ୍ ଭାଗତ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଚଳିତ ମାଘ ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହୋଇ ମାଘ ମାସ ପୂର୍ଣ୍ଣମି ତିଥି ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରବଚ଼କ ରୂପେ କୁରାଳମଠ ମହନ୍ତ ଦଧିବାମନ…
ବେଲଗୁଣ୍ଠା: ତା ୨୫/୦୧(ବିଏମସି ଟିଭି ଓଡ଼ିଆ) ରବିବାର ଦିନ ଚଳିତ ଶିକ୍ଷା ବର୍ଷ ର ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପରିଚାଳନା କମିଟି ତରଫରୁ ସବୁ ଛାତ୍ରଛାତ୍ରୀ ଙ୍କୁ ସେମାନଙ୍କ ଆଗାମୀ ପରୀକ୍ଷା ନିମନ୍ତେ ଶୁଭକାମନା ଜ୍ଞାପନ କରିଥିଲେ ଓ ନିକଟସ୍ଥ କୁଲାଡ଼ ଗ୍ରାମ ମା ବ୍ୟାଘ୍ର ଦେବୀ ପୀଠରେ ପୂଜାର୍ଚ୍ଚନା କରାଯିବାସହ ଓ ନବମ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କୁ ନେଇ ଗ୍ରାମ୍ୟ ଦର୍ଶନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ସମସ୍ତ ଛାତ୍ରଛାତ୍ରୀ ଙ୍କ ସହ ଅନୁଷ୍ଠାନର କର୍ମକର୍ତା, ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ଥିଲେ । ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ଆନନ୍ଦପୁର: ତା-୨୭/୦୧(ବିଏମସି ଟିଭି ଓଡ଼ିଆ) ଆନନ୍ଦପୁର , ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ କନଭେନସନ ସେଣ୍ଟରଠାରେ ୧୬ତମ ରାଜ୍ୟସ୍ତରୀୟ ଜାତୀୟ ଭୋଟର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆନନ୍ଦପୁର ଉପ-ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଇ ଆର ଓ ଶ୍ରୀ ନୀଳମାଧବ ସୁନାଙ୍କୁ ପ୍ରଥମ ପୁରସ୍କାରରେ ସମ୍ମାନିତ କରାଯାଇଛି।ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ‘ମ୍ୟାପିଂ ଅଫ୍ ଇଲେକ୍ଟର୍ସ’ କାର୍ଯ୍ୟକ୍ରମରେ ଅତ୍ୟନ୍ତ ନିଷ୍ଠାର ସହ କାର୍ଯ୍ୟ କରିଥିବାରୁ ତାଙ୍କୁ ଏହି ଶ୍ରେଷ୍ଠ ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁନାଙ୍କୁ ଏହି ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯାଇ ତାଙ୍କର କୃତିତ୍ୱକୁ ପ୍ରଶଂସା କରାଯାଇଥିଲା।ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଶ୍ରୀ ସୁନା ନିଜର ପ୍ରତିକ୍ରିୟାରେ ଏହି ସଫଳତା ପାଇଁ ନିଜ ଟିମ୍ର ସମସ୍ତ କର୍ମଚାରୀଙ୍କୁ…
ଭୁବନେଶ୍ୱର: ତା -୨୭/୦୧(ବିଏମସି ଟିଭି ଓଡ଼ିଆ) ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନଵନିର୍ମାଣ କୃଷକ ସଂଗଠନ । ଏହି ବନ୍ଦକୁ କଂଗ୍ରେସ ସମର୍ଥନ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି।ବିଭିନ୍ନ ଅବ୍ୟବସ୍ଥା ତଥା ଦାବିକୁ ନେଇ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ତେବେ ଏହାର କେତେ ପ୍ରଭାବ ପଡିବ ତାହା ବଡ଼ ପ୍ରଶ୍ନ । କଂଗ୍ରେସ ଏହାକୁ ସମର୍ଥନ ଜଣାଇଥିବାରୁ ଏହାର ପ୍ରଭାବ ଦେଖିବାକୁ ମିଳିବାର ସମ୍ଭାବନା ଅଧିକ ରହିଛି ।ରାଜ୍ୟଵ୍ୟାପୀ ଧାନକିଣାରେ ଅବ୍ୟବସ୍ଥା, ଯାନବାହନର ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ଫାଇନ ଆଦାୟ, ବିଜୁଳି ଟାରିଫକୁ ନେଇ ସରକାର, ଓଇଆରସି ଏବଂ ଟାଟା ପାୱାରର ମନମାନି, ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଉଚ୍ଛେଦ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନ ହୋଇଆସୁଛି । ଲୋକଙ୍କର ଏସବୁ ସମସ୍ୟା ନେଇ ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା…
ବୋଲଗଡ: ତା-୨୫/୦୧(ବିଏମସି ଟିଭି ଓଡ଼ିଆ) ବୋଲଗଡ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ପଞ୍ଚାୟତସ୍ଥିତ ରାଡ଼ିୟାଣ୍ଟ ୟୁଥ ଫୋରମ ଆନୁକୂଲ୍ୟରେ ଆୟୋଜିତ ଦ୍ୱାଦଶ ତମ ବାର୍ଷିକ ପାଞ୍ଚଗଡ଼ ମହୋତ୍ସବ “ପାଇକ ” ୨୦୨୬ ଆଜି ଦିନ ମହାଡମ୍ବର ସହକାରେ ଉଦଯାପିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ୟୁଥ ଫୋରମର ସଭାପତି ଡଃ ପ୍ରକାଶ କୁମାର ପ୍ରଧାନ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ପ୍ରଦେଶ କଂଗ୍ରେସ ସୋସିଆଲ ମିଡ଼ିଆ ଉପ ସଭାପତି ଅମୀୟ ମାଧବ ,ମୁଖ୍ୟ ବକ୍ତାଭାବେ ପ୍ରଦେଶ କଂଗ୍ରେସ କମିଟି ପ୍ରବକ୍ତା ଡ଼ ମନୀଷା ଦାସ ପଟ୍ଟନାୟକ ଓ ସମ୍ମାତୀତ ଅତିଥିଭାବେ ପ୍ରଦେଶ କଂଗ୍ରେସ ମହିଳାମୋର୍ଚ୍ଚା ସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ, ସମାଜସେବୀ ମନୋଜ ପ୍ରଧାନ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ଶିକ୍ଷାବିତ ବିଭୁତିଭୂଷଣ ଦଳାଇ ଓ ଅଧ୍ୟାପକ ଡ଼ଃ ସୁକାନ୍ତ କୁମାର ବେହେରା ,କାଳୁ ଚରଣ ନାୟକ,ତୁଷାର କାନ୍ତ ଜେନା,ସୌମ୍ୟ ରଞ୍ଜନ ଦାସ ପ୍ରମୁଖ ଯୋଗଦେଇ ଜଗତରନାଥ ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ଫୁଲ,ଚନ୍ଦନ…
ବ୍ରହ୍ମପୁର: ତା -୨୫/୦୧(ବିଏମସି ଟିଭି ଓଡ଼ିଆ) ସ୍ଥାନୀୟ ପୁରୁଣା ବାଣ ମାର୍କେଟ ପରିସରରେ ଗଞ୍ଜାମ ମିନି ପିକଅପ ଓନର ଆସୋସିଏସନ ର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଉଯାଇଛି। ମାନ୍ୟବର ବିଧାୟକ କେ ଅନିଲ କୁମାର ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ।ଏହି ଅବସରରେ ସମ୍ମାନୀତ ଅତିଥିଭାବେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ମନ୍ତ୍ରୀ ଙ୍କ ପ୍ରତିନିଧି ରଙ୍ଗେଈଲୁଣ୍ଡା ବ୍ଲକ ର ବ୍ରଜ ମୋହନ ନାହାକ, ଆଙ୍କୁଲି ୩୯ନଂ ୱାର୍ଡ ର କର୍ପୋରେଟର ଶିବଶଙ୍କର ନାୟକ ପ୍ରମୁଖ ଯୋଗଦେଇ ଏହି ମହାନ କାର୍ଯ୍ୟ ପାଇଁ ଆସୋସି ଏସନ କୁ ଭୁୟସୀ ପ୍ରଶଂସା କରିବା ସହ ଏହି ପରି କାର୍ଯ୍ୟ ଜାରି ରଖିବା କୁ ଉତ୍ସ। ହିତ କରିଥିଲେ।ସଙ୍ଘର ସଭାପତି ତ୍ରିପତି ମାଦଳା ଙ୍କ ତତ୍ତ୍ୱଧାନରେ କାର୍ଯ୍ୟକ୍ରମ ସଂଚାଳିତ ହୋଇଥିବା ବେଳେ ଉପସଭାପତି ଜିତେନ୍ଦ୍ର ରଣା, ସମ୍ପାଦକ ଭବାନୀ ଶଙ୍କର…
ବ୍ରହ୍ମପୁର: ତା -୨୫/୦୧(ବିଏମସି ନ୍ୟୁଜ ଓଡ଼ିଶା) ସ୍ଥାନୀୟ ୟୁନିୟନ କ୍ଳବ ବ୍ରହ୍ମପୁର ପରିସରରେ ମିଳନ ଉତ୍ସଵ 2026 ପ୍ରଶାନ୍ତ କୁମାର ମହାରଣା ପରିଚାଳନା କରିଥିବା ବେଳେ ଏହାର ବ୍ୟବସ୍ଥାପକ ପ୍ରମୋଦ ଚୌଧୁରୀ ଓ ପ୍ରମୋଦ ଦଶ ( ବୁଲୁ ) କରିଥିଲେ.। ପରିଚାଳନା କମିତିରେ ଶିବାନନ୍ଦ ଚୌଧୁରୀ, ପ୍ରଶ୍ନ ପାଢ଼ୀ, ଶିଶିର ପାଳ, ପ୍ରମୋଦ ସାହୁ , ( ପରି) ବିନୋଦ ପାଢ଼ୀ, ସନ୍ତୋଷ ପଣ୍ଡା, ଆଶିଷ ପଣ୍ଡା, ଶିବ ସାହୁ, କାମାକ୍ଷୀ ପ୍ରସାଦ ଓ କୈଳାସ ଚୌଧୁରୀ ସହିତ ଅନୁଷ୍ଠାନ ର ସମସ୍ତ ବନ୍ଧୁ ( ସାଙ୍ଗ ) ସହଯୋଗ ଓ ସାହାଯ୍ୟ କରିଥିଲେ, , ଏହି ଅବସରରେ ବହୁମୁଖୀ ପ୍ରତିଭାଧାରୀ ସୁଦିପ କୁମାର ସାହୁ, ବରିଷ୍ଠ ନାଟ୍ୟକାର ଓ ସଂଘଠକ ଶ୍ରୀ ରମେଶ ମହାରଣା, ବର୍ଷିଆନ ନିର୍ଦ୍ଦେଶକ ଶ୍ରୀ ରାଜୁ ପାଢ଼ୀ, କ୍ରୀଡା ବିତ ତଥା ବହୁ ମୁଖି ପ୍ରତିଭା ଶ୍ରୀ କେଦାର ନାଥ ଚୌଧୀରି, ବିଶିଷ୍ଟ କଣ୍ଠଶିଳ୍ପୀ…
ରାୟଗଡା: ତା -୨୫/୦୧(ବିଏମସି ନ୍ୟୁଜ ଓଡ଼ିଶା)ରାୟଗଡ: ସ୍ଥାନୀୟ ବରିଷ୍ଠ ନାଗରିକ କାର୍ଯ୍ୟାଳୟରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ମଞ୍ଚର ସଭାପତି ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ବୈଠକ ପ୍ରାରମ୍ଭରେ ସଭାପତି ଶ୍ରୀ ଖାଡ଼ଙ୍ଗା ରାୟଗଡ ଜିଲ୍ଲା ବିକାଶ ମଞ୍ଚର ବିଗତ ପାଞ୍ଚ ବର୍ଷ ମଧ୍ୟରେ କରାଯାଇଥିବା ଦାବୀ ଗୁଡିକ ଉପରେ ବିବରଣୀ ପ୍ରଦାନ କରିଥିଲେ l ଉକ୍ତ ବୈଠକରେ ନୂତନ ସଦସ୍ୟ ଗ୍ରହଣ କରାଯିବା ସହ ଆଗାମୀ ଦିନରେ ଜିଲ୍ଲାର ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ କଣ ସବୁ ପଦକ୍ଷେପ ନେବା ଆଲୋଚନା କରାଯାଇଥିଲା । ଏହି ଅବସରରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସମ୍ପାଦକ ଶ୍ରୀ ସୁନୀଲ କୁମାର ପାଢ଼ୀ, କୋଷାଧକ୍ଷ ଶ୍ରୀ ସୁରେଶ ସାହୁ, ଉପଦେଷ୍ଟା ଶ୍ରୀ ନନ୍ଦ କିଶୋର ଚୌଧୁରୀ ଏବଂ ଶ୍ରୀ ଟି. ଭି.…
