Author: BMC NEWS ODISHA

ବାଙ୍କୀ: ତା- ୦୨/୦୨(ବିଏମସି ଟିଭି ଓଡ଼ିଆ) ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିସରରେ ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ମହାପାତ୍ର ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ବନମାଳୀ ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ଡମପଡ଼ା ଶିକ୍ଷା ମଣ୍ଡଳର ଅତିରିକ୍ତ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା ମୁଖ୍ୟ ବକ୍ତା ଭାବେ ସାଧନା ସଂଯୋଜକ ଦିଲ୍ଲୀପ କୁମାର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ବେହେରା, ଦୁଲଣାପୁର ଉଚ୍ଚ ବିଦ୍ୟାଳୟ ବିଞାନ ଶିକ୍ଷକ ସନାତନ ରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ମହାପାତ୍ର ଏକାଧାରରେ ଛାତ୍ର ବାତ୍ସଳ , ଆଦର୍ଶ, କର୍ତ୍ତବ୍ୟ ନିଷ୍ଠ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ସହକାରୀ ଶିକ୍ଷକ ତ୍ରିଲୋଚନ ନାୟକ, ନିମେଇଁ ଚରଣ ସାହୁ, ବିଜୟଲକ୍ଷ୍ମୀ ପରିଡ଼ା,…

Read More

ପୁରୁଷୋତ୍ତମପୁର: ତା- ୩୧/୦୧(ଵିଏମସି ଟିଭି ଓଡିଆ) ପୁରୁଷୋତ୍ତମପୁର ନିକଟସ୍ଥ ବଡ଼ରାମପଲ୍ଲୀ ଗ୍ରାମ ମା ବାଗଦେବୀ ମନ୍ଦିର ପ୍ରାଙ୍ଗଣରେ ଏବର୍ଷର ପ୍ରଥମ ଜିଲ୍ଲା ବୈଠକ ଅନୁଷ୍ଠିତ ହେଲା। ଏହି ବୈଠକ ରେ ଗଞ୍ଜାମ ଜିଲ୍ଲାର ବାଇଶି (22 ତାଲୁକାର ସଭାପତି, ସମ୍ପାଦକ ଓ କୁଳପ୍ରେମୀ ଭାଇ ମାନେ ଯୋଗ ଦେଇଥିଲେ। ଏହି ବୈଠକ ଜିଲ୍ଲା ସଭାପତି ଶ୍ରୀ ପ୍ରସନ୍ନ କୁମାର ଡାକୁଆଙ୍କ ଅଧକ୍ୟତା ରେ ଜିଲ୍ଲା ସାଧାରଣ ସମ୍ପାଦକ /ସୋରଡ଼ା ତାଲୁକା ସଭାପତି ଶ୍ରୀ ଅଜିତ କୁମାର ବେହେରା ସଭାକାଯ୍ୟ ପରିଚାଳନା କରିଥିଲେ।ଏହି ବୈଠକ ରେ ବାରିକ ସମାଜର ସର୍ବାଙ୍ଗୀନ ଉର୍ନତି ପାଇଁ ବହୁ ନୂତନ ନିୟମ କରାଗଲା।ନିୟମାବଳୀ ଗୁଡିକ ହେଲା 1.ସମାଜରେ ଥିବା କୁସଂସ୍କାର ତଥା ବାଲ୍ୟ ବିବାହ, ବର୍ତ୍ତନ, ଗୋଡ଼ ଧୂୟା, ମୃତ୍ୟୁ ଖବର ଗାଁ ଗାଁ ବୁଲି କହିବା, ନବ ଗୃହଯୁକ୍ତ ଝିଅ ଭୋଜି କରିବା ଇତ୍ୟାଦି ବ୍ୟବସ୍ଥା କୁ ସମ୍ପୂର୍ଣ ବାରଣ କରାଗଲା,ବିବାହ ଯୋଗ୍ୟ ବିବାହ ହୋଇପାରୁନଥିବା…

Read More

ବେଲଗୁଣ୍ଠା: ତା -୦୧/୦୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠାରେ ଏକ ମାସ ଧରି ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗୁରୁବାର ବଡ଼ ଏକାଦଶୀ ଅବସରରେ ବ୍ରହ୍ମୋତ୍ସବ ଏବଂ ଏବଂ ଆଜି ମାଆ ମହାଲକ୍ଷ୍ମୀଙ୍କ ଚତୁର୍ଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଦିନ ବ୍ରହ୍ମୋତ୍ସବ ଅବସରରେ ସୂର୍ଯ୍ୟ ପୂଜା, ଯଜ୍ଞ ଅନୁଷ୍ଠିତ ହେବା ସହିତ ସନ୍ଧ୍ୟାରେ ମଦନମୋହନଙ୍କ ନଗର ପରିକ୍ରମା କରାଯାଇଥିଲା । ସେହିପରି ଆଜି ମାଆ ମହାଲକ୍ଷ୍ମୀଙ୍କ ମନ୍ଦିରର ଚତୁର୍ଥ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ସନ୍ଧ୍ୟା ସମୟରେ ଏକ ଭବ୍ୟ ପଟୁଆରରେ ମାଆଙ୍କ ନଗର ପରିକ୍ରମା କରାଯାଇଥିଲା । ଏହି ଯଜ୍ଞ କର୍ତ୍ତା ଭାବେ ଲୋକନାଥ ପ୍ରଧାନ ଧର୍ମ ପତ୍ନୀ ଶ୍ରୀମତୀ ଆଞ୍ଜୁଲତା ପ୍ରଧାନ ଯୋଗଦେଇଥିବା ବେଳେ ଚିଦାନନ୍ଦପାତ୍ର ନ୍ୟାସୀ, ରାଧାମୋହନଦାସ ସମେତ ପରିଚାଳନା କମିଟିଙ୍କ ସଂପୂର୍ଣ୍ଣସହଯୋଗରେ ଅନୁଷ୍ଠାନ ସଫଳ ରୂପାୟନ ଲାଭ କରିଥିଲେ।ଗିନି,ମୃଦଙ୍ଗ,ପାରମ୍ପରିକ ବାଦ୍ୟ, ହରିବୋଲ, ହୁଳହୁଳିରେ ବେଲଗୁଣ୍ଠା ସହର…

Read More

ବେଲଗୁଣ୍ଠା: ତା -୦୧/୦୨(ଵିଏମସି ଟିଭି ଓଡ଼ିଆ) ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ସହିତ ସେମାନଙ୍କୁ ଉପଯୁକ୍ତ ପୋଷଣ ଯୋଗାଇବା ଉଦ୍ଦେଶ୍ୟରେ ସରକାର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପୌଷ୍ଟିକ ଆହାର ଯୋଗାଇ ଦେଉଛନ୍ତି । କିନ୍ତୁ ବହୁ ସମୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ମାନକୁ ନେଇ ପ୍ରଶ୍ନ ଉଠିଥାଏ । ବିଶେଷ କରି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପଚା ଅଣ୍ଡା, ପୋକରା ଚାଉଳ ଭାତ, ପାଣିଆ ଡ଼ାଲମା ଯୋଗାଇ ଦିଆଯାଉଥିବା ନେଇ ବହୁ ସମୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ମଧ୍ୟାହ୍ନ ଭୋଜନ ଯୋଗାଣକାରୀ ସଂସ୍ଥାଙ୍କ ବିରୋଧରେ ଗଣମାଧ୍ୟମରେ ପ୍ରକାଶ ପାଇଥାଏ । ଏଥିରେ ଲଗାମ ଲଗାଇବା ପାଇଁ ସରକାର ବିଭିନ୍ନ ଅଧିକାରୀଙ୍କ ମାଧ୍ୟମରେ ବିଦ୍ୟାଳୟ ସ୍ତରରେ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ୍ କରିଥାନ୍ତି । ଏହି କ୍ରମରେ ଆଜି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ. ସିଙ୍ଗାପୁରମ୍ ହରି ଆଜି ଗୋବରା ପଂଚାୟତ ଅନ୍ତର୍ଗତ ଡେଙ୍ଗାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ…

Read More

ସମ୍ବଲପୁର/କୁଚିଣ୍ଡା:ତା-୩୧/୦୧ (ବିଏମସି ଟିଭି ଓଡିଆ) କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅନୁସୂଚିତ, ଜନଜାତି, ପଛୁଆବର୍ଗ ଓ ସଂଖ୍ୟା ଲଘୁ ବିଭାଗ ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ ମହିଳା କଲେଜ) ର ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ସ୍ଥାନୀୟ ଉପଜିଲ୍ଲାପାଳ ସର୍ବାନନ୍ଦ ସ ମୁଖ୍ୟ ଅତିଥି ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବିଫଳତା ମଧ୍ୟ ସଫଳତାର ଚାବି କାଠି ହୋଇ ଥିବାରୁ ଛାତ୍ରଛାତ୍ରୀ କେବେ ହାର ନ ମାନିବାକୁ ପରାମର୍ଶ ଦେଇଥିଲେ । ସେମାନେ ତାଙ୍କ ଭାଷଣରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ ମାର୍ଗରେ ବଡ଼ ଲୋକ ଅପେକ୍ଷା ଅଧିକ ଭଲ ଲୋକ ହେବାକୁ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେଉଁଝରରୁ ଆସିଥିବା ରାଜ୍ୟ ପୁରସ୍କୃତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ ସାହୁ, ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ନୀଳମଣି…

Read More

ବାଲିମେଳା ୩୧/୦୧/ (ଵିଏମସି ଟିଭି ଓଡ଼ିଆ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧୀନ ଧଉଡ଼ାଗୁଡା ଗ୍ରାମରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି।ପ୍ରାୟ ଏକ ବର୍ଷରୁ ଉର୍ଦ୍ଧଦିନ ହେବ ଏହି ଗ୍ରାମରେ ଅଚଳ ହୋଇ ପଡିଛି ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଓ ନଳକୂପ।ଜଳ ମୁନ୍ଦାଏ ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି।ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୮ କି.ମି ଦୂର ଏକ ପାହାଡ ଉପରେ ଏହି ଧଉଡ଼ାଗୁଡା ଗାଁ ଥିବା ବେଳେ ଏହା ଉପରେ ଆଦୌ ନଜର ପଡୁନି ପଞ୍ଚାୟତ କିମ୍ବା ବିଭାଗୀୟ କତୃପକ୍ଷଙ୍କର।ଏ ସମ୍ପର୍କରେ ଗ୍ରାମବାସୀ ବହୁବାର ପଞ୍ଚାୟତ କତୃପକ୍ଷ ଏବଂ ଜଳ ଓ ପରିମଳ ବିଭାଗରେ କନିଷ୍ଠ ଯନ୍ତ୍ରୀ, ବ୍ଲକ କତୃପକ୍ଷ ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ କହିଥିଲେ ବି କେହି କର୍ଣ୍ଣପାତ କରୁ ନାହାନ୍ତି ବୋଲି ଗ୍ରାମର ଅଜୁ ଗୋଲରୀ, ରାମ ଖରା, ବାଲି ଗୋଲରୀ, ମୁଲିଆ ଗୋଲରୀ, ଲବ ଖରା, ଗୋପାଳ ଖିଲ, ହରି ଚନ୍ଦ୍ର…

Read More

ବେଲଗୁଣ୍ଠା: ତା-୩୧/୦୧(ବିଏମସି ଟିଭି ଓଡ଼ିଆ) ଏହିବ୍ଲକ ସ୍ଥିତି କ୍ଷେତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ. ଗିରିଧର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ତାଲିମ କାର୍ଯ୍ୟକ୍ରମର ସଂଯୋଜିକା ଅନିତା ତ୍ରିପାଠୀ ସଂଯୋଜନା କରିଥିଲେ। ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ, ତତ୍ ସହିତ ମହିଳା ଯୁବ ରେଡ଼କ୍ରସ ଶାଖାର ସହ-ଉପଦେଷ୍ଟା ସ୍ୱରୂପାରାଣୀ ବିଶ୍ୱାଳ ସମ୍ମାନୀତ ଅତିଥି ରୂପେ ମଞ୍ଚାସିନ ଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ଗିରିଧର ନାୟକ ସରକାରଙ୍କ ଏହି ଭଳି ପଦକ୍ଷେପକୁ ପ୍ରଶଂସା କରିବା ସହ ଅଂଶ ଗ୍ରହଣକାରୀ ଛାତ୍ରୀମାନଙ୍କୁ ତାଲିମ ନେବାକୁ ପ୍ରେରଣା ଯୋଗାଇଥିଲେ। ରସାୟନ ବିଭାଗର ଅଧ୍ୟାପକ ଡ଼ଃ. ଇ. ରବିନାରାୟଣ ପାତ୍ର ଅନ୍ୟତମ ସମ୍ମାନିତ ଅତିଥିରୂପେ ଯୋଗଦେଇ, ଛାତ୍ରୀମାନଙ୍କୁ ଏହି ଆତ୍ମସୁରକ୍ଷା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଏବଂ ତାଲିମ ନେଇ…

Read More

ବେଲଗୁଣ୍ଠା: ତା -୩୧/୦୧(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଗୋବରା ପଂଚାୟତ ଅନ୍ତର୍ଗତ ଡ଼େଙ୍ଗାପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ବରାଡ଼ଙ୍କ ଅବସର ଗ୍ରହଣ ପ୍ରରିପ୍ରେକ୍ଷୀରେ ଅବସରକାଳୀନ ସୃତି ସଭା ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଦ୍ୟାଳୟ ସଭାପତି ମୁରଲୀଧର ବଡ଼ତ୍ୟାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ଗୌରହରି ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିବା ସହ ବୈଠକକୁ ସଂଯୋଜନା କରିଥିଲେ । ଅନ୍ୟତମ ଅତିଥି ରୂପେ ଗ୍ରାମ ପରିଚାଳନା କମିଟି ସଭାପତି ବିପ୍ର ଚରଣ ନାୟକ, ଉପସଭାପତି ସନ୍ତୋଷ କୁମାର ମଲ୍ଲ, ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ସମିତିସଭ୍ୟ ବିଭୁ ପାଦ ଜେନା, ନୂତନ ପ୍ରଧାନଶିକ୍ଷକ ଗିରିଜା ଶଙ୍କର ସାହୁ, କ୍ରୀଡ଼ା ଶିକ୍ଷକ କୁଞ୍ଜ ବିହାରୀ ସ୍ୱାଇଁ, ବରିଷ୍ଠ ଶିକ୍ଷକ ବାଲ୍ମୀକି ପାଢ଼ୀ, ହିନ୍ଦୀ ଶିକ୍ଷକ ସୂର୍ଯ୍ୟ କାନ୍ତ ନାୟକ ଯୋଗ ଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବରାଡଙ୍କ ଦୀର୍ଘ ୩୮ ବର୍ଷର ନିଷ୍ଠାପର…

Read More

ବେଲଗୁଣ୍ଠା: ତା -୩୧/୦୧(ବିଏମସି ଟିଭି ଓଡ଼ିଆ) ଶିକ୍ଷା କେନ୍ଦ୍ର ର ସଭାପତି ଅରୁଣ କୁମାର ଷଡଙ୍ଗୀ ଙ୍କ ସଭାପତିତ୍ବରେ ଅନୁଷ୍ଟିତ ବୈଠକରେ ଶିକ୍ଷା କେନ୍ଦ୍ର ର ପ୍ରତିଷ୍ଠାତା ଓ ସମ୍ପାଦକ ମାଧବ ଚନ୍ଦ୍ର ଆପଟ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପ ଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ ଦୀପକ ମିଶ୍ର ଯୋଗ ଦେଇ ସ୍ୱାମୀଜୀ ଙ୍କ ଜୀବନୀ ସହ ଶିକ୍ଷା କେନ୍ଦ୍ର ର ଭବିଷ୍ୟତ ଉଜ୍ଜ୍ବଳ କାମନା କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ସରପଂଚ ସଂଘର ସଭାପତି ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଶୋୟୀ,ଡାକ୍ତର ମାନସ ରଞ୍ଜନ ଦାସ, ସି ଆର୍ ସି ସି ରଞ୍ଜିତ କୁମାର ସାହୁ,ଜ୍ୟୋତି ରଞ୍ଜନ ନାୟକ, ଦିଲୀପ କୁମାର ଖାଡଙ୍ଗା,ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟା ଲକ୍ଷ୍ମୀ ପ୍ରଧାନ ବିବରଣୀ ପଠନ କରିଥିଲେ।…

Read More

ବେଲଗୁଣ୍ଠା: ତା -୩୧/୦୧(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତହୋଇଯାଇଛି । ୨୯ତମ ବାର୍ଷିକ କ୍ରୀଡ଼ା ଉତ୍ସବର ମଶାଲ ବେଲଗୁଣ୍ଠା ଆରାଧ୍ୟ ଦେବତା ଲକ୍ଷ୍ମୀନୃସିଂହ ଙ୍କ ମନ୍ଦିରରୁ ଶୋଭାଯାତ୍ରାରେ ଆସିଥିଲା ଏବଂ ଅଧ୍ୟକ୍ଷ ଡ଼. ପ୍ରଦ୍ୟୁମ୍ନ କୁମାର ସାହୁ ମଶାଲ କୁ ସ୍ଵାଗତ କରିଥିଲେ। ଏବଂ କ୍ରୀଡ଼ା ପ୍ରତିଯୋଗିତାର ଶୁଭରାମ୍ଭ କରିଥିଲେ । ଉକ୍ତ କ୍ରୀଡ଼ା ଉତ୍ସବକୁ ଅଧ୍ୟାପକ ବୀରେନ୍ଦ୍ର ନାଥ ମହାପାତ୍ର, ପବିତ୍ର ମୋହନ ପ୍ରଧାନ,ଅଧ୍ୟାପିକା ଶାନ୍ତି ଶ୍ରୀମିଶ୍ର, ସ୍ନେହଲତା ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ । ଏଥିସହିତ ଅବନୀ କୁମାର ରାହା, ପ୍ରଦୀପ କୁମାର ଶତପଥି, ବିଶ୍ଵନାଥ ଡ଼ାକୁଆ,ପ୍ରଶାନ୍ତ କୁମାର ମହାନ୍ତି, ବଳରାମ ଜେନା, ବି.ନାରାୟଣରେଡ଼ି, ଜି.ଦିଲୀପ କୁମାର ପାତ୍ର ବି.ଯୋଗେନ୍ଦ ରେଡ଼ି ପ୍ରମୁଖ ସହଯୋଗ କରିଥିଲେ । ଦୁଇଜଣ କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ପୋଲେଇ ଓ ବିଶ୍ଵରଂଜନ ସ୍ଵାଇଁ ସମସ୍ତ କ୍ରୀଡ଼ା ପ୍ରତି ଯୋଗିତାକୁ ସଫଳତାର ସହିତ…

Read More

ଭୁବେଶ୍ବର: ତା -୩୧/୦୧(ବିଏମସି ଟିଭି ଓଡ଼ିଆ) ଭୁବନେଶ୍ୱର କିଟସ ପାଖରେ ଥିବା ଦୁର୍ଗାପୂଜା ପଡିଆ ରେ ୪ ଦିନର ଗାଈ ବାଛୁରୀ କୁ ପଡିଆ ପାଚେରୀ କଡରେ କଟୁରୀ ରେ ହାଣିକି ଗୋରୁ ହତ୍ୟା କରିବାର ଦେଖିବାକୁ ମିଳିଛି । ଏନେଇ ୧୧୨ ଗାଡ଼ିରେ ବସେଇ ଇନ୍ଫୋ୍ସିଟି ଥାନା ଗ୍ରାମ୍ୟବାସୀ ଘେରାଉ କରିଥିବା ଦେଖିବାକୁ ମିଳିଛି । ଗୋମାତା ହତ୍ୟାକାରୀ କୁ କୋର୍ଟ ଚାଲାଣ କରାଯାଇଛି। ଇନ୍ଫୋ୍ସିଟି ଆଇଆଇସି ମହେନ୍ଦ୍ର କୁମାର ସାହୁ ଆରିସ୍ନାଲ ଡିସିପି ସୁବ୍ରତ କୁମାର ଘଟଣାକୁ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି । ଭୁବନେଶ୍ୱର ସିଟି ରିପୋର୍ଟର ମନୋଜ କୁମାର ବେହେରାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।

Read More

ବ୍ରହ୍ମପୁର / ଗୋପାଳପୁର: ତା- ୩୦/୦୧(ଵିଏମସି ଟିଭି ଓଡ଼ିଶା) ଗୋପାଳପୁର ବେଳାଭୂମି ମହୋତ୍ସବର ଆଜି ଉଦଯାପନ ହୋଇଛି। ଏହି ଉଦଯାପନୀ ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ବେଳାଭୂମି ମହୋତ୍ସବର ପୁରୋଧା ତଥା ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ ଗୋପାଳପୁର ବେଳାଭୂମି ମହୋତ୍ସବ ଲୋକମାନେ ଯେଉଁଭଳି ଶାନ୍ତି ଓ ଶୃଙ୍ଖଳା ସହିତ ଉପଭୋଗ କଲେ ତାହାର ଯେତେ ପ୍ରଶଂସା କଲେ କମ ହେବ। ମୁଖ୍ୟମନ୍ତ୍ରୀ ଆଜିକୁ ମିଶାଇ ଆଠ ଥର ଗଞ୍ଜାମ ଜ଼ିଲ୍ଲାକୁ ଆସିଲେଣି ଏଥିରୁ ତାଙ୍କର ଗଞ୍ଜାମ ପ୍ରତି ଥିବା ଭଲ ପାଇବା ଜଣାପଡେ ବୋଲି ସେ କହିଥିଲେ। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଞ୍ଜାମର ଗୌରବମୟ ଇତିହାସ, ଏବର୍ଷର ବିଶାଳ ଆୟୋଜନ…

Read More