Author: BMC NEWS ODISHA

ବେଲଗୁଣ୍ଠା: ତା -୨୯/୦୧(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସି ର ବିଭିନ୍ନ ଶିକ୍ଷାନୁଷ୍ଠାନ,ସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ପାଳିତ ହୋଇଯାଇଛି ୭୭ ତମ ଜନରାଜ୍ୟ ଦିବସ । ଆଜି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ବେଲଗୁଣ୍ଠା ବ୍ଳକ୍ ପଡିଆ ଠାରେ ଅନୁଷ୍ଠିତ ଏନ୍ଏସି ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଛାତ୍ରଛାତ୍ରୀଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ । ପଡିଆରେ ଛାତ୍ରଛାତ୍ରୀଙ୍କ ପରେଡ୍ ପରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରତିଯୋଗିତlରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଊନ୍ନୟନ ଅଧିକାରୀ ସିଙ୍ଗାପୁରମ୍ ହରି , ତହସିଲଦାର କଳାକୃଷ୍ଣ ପ୍ରଧାନ, ନଗରପାଳ ଫିରୋଜ…

Read More

ବେଲଗୁଣ୍ଠା: ତା -୨୯/୦୧(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ସହରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ପିଏମ୍ ଶ୍ରୀ ନୋଡ଼ାଲ୍ ଜି.ଟି ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ବାର୍ଷିକ ଉତ୍ସବ -୨୦୨୫ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ ଜୀବନର ଲକ୍ଷ୍ୟ ସ୍ଥିର ରଖି ପାଠ ପଢିବାକୁ ପରାମର୍ଶ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଙ୍ଗାପୁରମ୍ ହରି ଯୋଗ ଦେଇ ଗୁରୁଜନଙ୍କ ସ୍ନେହ ଏବଂ ଆଶୀର୍ବାଦ ଭିତରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଲୁଚି ରହିଛି ବୋଲି ବକ୍ତବ୍ୟ ରଖିଥିଲେ । ସେହିପରି ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ତହସିଲଦାର କଳାକୃଷ୍ଣ ପ୍ରଧାନ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ,ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ବିଭୂତି ଭୂଷଣ…

Read More

ରାୟଗଡା:ତା- ୨୯/୦୧(ବିଏମସି ଟିଭି ଓଡ଼ିଆ) ନିର୍ବାକ ମହାବିଦ୍ୟାଳୟ, ରାୟଗଡ଼ା ତରଫରୁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧୀକରଣ ଆନୁକୁଲ୍ୟରେ ଆୟୋଜିତ ଏହି କର୍ମଶାଳାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ: ଦୁଷ୍ମନ୍ତ କୁମାର ମହାନ୍ତି, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ଡ: ରାଜେଶ ପାଢି , ଜିଆଇଏସିଆର ଅନୁଷ୍ଠାନର ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ରଥ, ରାଜ୍ୟପାଳ ପୁରସ୍କୃତ ଓ ଅବସର ପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ ଅତିଥିରୂପେ ଯୋଗ ଦେଇ ମଞ୍ଚାସୀନ ଥିଲେ , ଅଧ୍ୟକ୍ଷ ଡ: ଅଶୋକ କୁମାର ମିଶ୍ର ଏହାର ଆୟୋଜନ କରିବା ସହ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ । କ୍ରିମିନାଲ୍ ଆଇନ ଏବଂ ଟେକ୍ନୋଲୋଜୀ ସନ୍ଦର୍ଭରେ ଆୟୋଜିତ ଏହି କର୍ମଶାଳାରେ ଆଇନ ଛାତ୍ର ଛାତ୍ରୀ ସାଇବର ଅପରାଧ, ଆହାର ଡିଜିଟାଲ ସାକ୍ଷ୍ୟର ପ୍ରକାର ଓ ତାହାର ଆଇନଗତ ଦିଗ ପ୍ରତି ଆଲୋକପାତ କରି…

Read More

ପୋଲସରା: ତା-୨୯/୦୧(ଵିଏମସି ଟିଭି ଓଡ଼ିଆ) ସଭାପତି ସୁବ୍ରତ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ଗୋ- ରକ୍ଷକ ମୁଖ୍ୟ ଅତିଥି ଭାବେ ସନ୍ତୋଷ କୁମାର ଖଟେଇ ବ୍ରହ୍ମପୁର, ଜ୍ଞାନଶ୍ରୀ ପବ୍ଲିକ ସ୍କୁଲ ଦିଗପହଣ୍ଡିର ପ୍ରତିଷ୍ଠାତା ବନୋଜ କୁମାର ଷଡ଼ଙ୍ଗୀ ମୁଖ୍ୟବକ୍ତା ଏବଂ ଅଧ୍ୟକ୍ଷା, ପ୍ରୟାଗ ପବ୍ଲିକ ସ୍କୁଲ ପୋଲସରାର ଯମୁନା ବିଶ୍ଵାଳ ଓ ସମ୍ପାଦକ ରାଜୀବ ଲୋଚନ ପଣ୍ଡା, ପ୍ରତିଷ୍ଠାତା ଏ ୱାନ୍ ପବ୍ଲିକ ସ୍କୁଲ ପୋଲସରାର ମିଟୁ ନାୟକ ଓ ସଭାପତି ପ୍ରେମଚାନ୍ଦ ସାହୁ, ବନପାଳ କାର୍ତ୍ତିକ ସାହୁ ଓ ଟ୍ରଷ୍ଟର ସଦସ୍ୟ ତଥା ପୁରୋହିତ ନାରାୟଣ ଆଚାର୍ଯ୍ୟ, କିରଣ କୁମାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଂଯୋଜନା ବରିଷ୍ଠ ଶିକ୍ଷକ ତଥା କଳାକାର ଭଞ୍ଜନଗରର ଅଜିତ କୁମାର ପଣ୍ଡାଙ୍କ ସମେତ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ତଥା କଳାକାର ଜୟନ୍ତ ପ୍ରଧାନ ଉଭୟେ କରିଥିଲେ।ମୁଖ୍ୟ ଅତିଥିଙ୍କ ଦ୍ଵାରା ଜଗତର ନାଥ ଜଗନ୍ନାଥଙ୍କ ସମ୍ମୁଖରେ…

Read More

ବେଲଗୁଣ୍ଠା: ତା -୨୯/୦୧(ବିଏମସି ଟିଭି ଓଡ଼ିଆ) ସ୍ଥାନୀୟ ବେଲଗୁଣ୍ଠାବିଜ୍ଞାନ ମହାବିଦ୍ୟାଳୟର ୨୭ ତମବାର୍ଷିକ କ୍ରୀଡ଼ ପ୍ରତିଯୋଗିତା ୨୦୨୬ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃରେ ବେଲଗୁଣ୍ଠା ର ଆରାଧ୍ୟ ଦେବତା ଲକ୍ଷ୍ମୀନୃସିଂହ ମହାପ୍ରଭୁଙ୍କ ମନ୍ଦିରୁ କ୍ରୀଡ଼ା ମସାଲକୁଅଣା ଯାଇଥିଲା। ଏବଂ ଏହି ମସାଲକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ସ୍ଵlଗତ କରି କ୍ରୀଡ଼ା ଉତ୍ସବକୁ ଆରମ୍ଭ କରିଥିଲେ । ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ କ୍ରୀଡ଼ା ଉତ୍ସବ ର ଶପଥ ପାଠ କରିଥିଲେ । ପୁରୁଷ ବିଭାଗର ୧୦୦ ମିଟର, ୪୦୦ମିଟର ଦୌଡ଼ ଏବଂ ଲଙ୍ଗଜମ, ହାଇଜମ୍, ଡିସକସ୍‌ପ୍ରୋ,ସଟ୍ ଫୁଟ୍ ଏବଂ ମହିଳା ବିଭାଗର ୧୦୦ ମିଟର ୨୦୦ ମିଟର ଲଙ୍ଗଜମ୍,ହାଇଜମ୍,ସଟ୍ ଫୁଟ୍,ଡିସକସ୍‌ପ୍ରୋ ଏବଂ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏହି କ୍ରୀଡ଼ା ଉତ୍ସବର ପ୍ରତିଯୋଗିତାକୁ ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ ଧାରା ବିବରଣୀ ପ୍ରଦାନ କରି ପରିଚାଳନା କରିଥିଲେ ଏବଂ ସମସ୍ତ କ୍ରୀଡ଼ା ପ୍ରତିଯୋଗିତାକୁ ଅଧ୍ୟାପକ ଅଶୋକ…

Read More

ବାଙ୍କୀ: ତା-୨୯/୦୧(ବିଏମସି ଟିଭି ଓଡ଼ିଆ) ଆଜି ପୂର୍ବାହ୍ନରେ ଜିଲ୍ଲାପାଳ କଟକ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବାଙ୍କୀ ଗ୍ରସ୍ତରେ ଆସି ବାଙ୍କୀ ଡମପଡା ବ୍ଲକ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ। ଉକ୍ତ ବୈଠକରେ ବାଙ୍କୀ ଉପଖଣ୍ଡରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଵିଭାଗୀୟ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିବା ସହିତ ସମସ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରି ଧାର୍ଯ୍ୟ ସମୟରେ ସମାପ୍ତ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ବୈଠକ ଶେଷରେ ବାଙ୍କୀ ତହସିଲର ଅପରାଜିତା ପରିଡା,ନିରୂପମା ପଲେଇ, ରଘୁନାଥ ସେଠୀ, ତପନ ବେହେରା ପ୍ରମୁଖଙ୍କୁ ବସୁନ୍ଧରା ଯୋଜନାରେ ଓ ଡମପଡା ତହସିଲର ପଦନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ମିଶାଇ ମୋଟ ପାଞ୍ଚ ଜଣଙ୍କୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ସ୍ଥାୟୀ ପଟ୍ଟା ବଣ୍ଟନ କରିଥିଲେ। ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନ ଯାଇ ପାଥପୁର, ହରିରାଜପୁର ଗ୍ରାମବାସୀଙ୍କ ସାମୁହିକ ସମସ୍ୟା ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହି…

Read More

ବ୍ରହ୍ମପୁର: ତା -୨୮/୦୧ (ବିଏମସି ଟିଭି ଓଡ଼ିଆ) ଗୋପାଳପୁର ରେ ଅନୁଷ୍ଠିତ ହୋଇଥିବା ବେଳାଭୂମି ର ମହୋତ୍ସବ ର ଦ୍ବିତୀୟ ସନ୍ଧ୍ୟା ବେଶ୍ ଧୁମ୍ ଧାମ ରେ ପାଳନ ହୋଇଛି।ଏହି ବେଳାଭୂମି ମହୋତ୍ସବ ରେ ରାଜ୍ୟର ରାଜ୍ୟସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ମୂଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଶ୍ରୀ ସୁରେଶ ପୂଜାରୀ ଏହି ଉତ୍ସବ କୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ।ଏହା ସହିତ ଏହି ଉତ୍ସବ ସହିତ ବନାରସ ରେ ହୋଇଥିବା ଗଙ୍ଗା ଙ୍କ ଆଳତୀ ସହିତ ସମୁଦ୍ର ଆଳତୀ ବିଷୟ ରେ ମଧ୍ୟ ସେ କହିଥିଲେ।ବାଲାଭୂମି ମହୋତ୍ସବ ଆନ୍ତର୍ଜାତୀୟ ସ୍ତରରେ ସିକୃତୀ ପାଇବ ବୋଲି ସିଏ ଆଶା ପୋଷୀ କରିଛନ୍ତି।ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ଉତ୍ସବ ରେ ଯୋଗଦାନ କରି ଆଗାମୀ ଦିନରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ହୋଇ ବିଶ୍ଵ ଆଗରେ ଠିଆ ହେବ ବୋଲି…

Read More

ବାଙ୍କୀ:ତା- ୨୯/୦୧(ବିଏମସି ଟିଭି ଓଡ଼ିଆ) ବାଙ୍କୀର ବରିଷ୍ଠ ରାଜନେତା ତଥା ବାଙ୍କୀ କୋର୍ଟର ଆଇନଜୀବୀ ଶ୍ରୀନିବାସ ମହାପାତ୍ରଙ୍କ ଗତକାଲି ଭୁବନେଶ୍ୱରସ୍ଥ ଆର୍ମି ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ମହାପାତ୍ର ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ବେଦପୁର ଗ୍ରାମସ୍ଥ ନିଜ ଅଜା ବରିଷ୍ଠ ଓକିଲ ସ୍ୱର୍ଗତ ବାଞ୍ଛାନିଧି କରଙ୍କ ଘରେ ରହି ଓକିଲାତି ବ୍ୟବସାୟ କରୁଥିଲେ । ସେ ବାଙ୍କୀ ଓକିଲ ସଂଘର ସଭାପତି ଭାବରେ ବହୁ ବର୍ଷ କାର୍ଯ୍ୟକରିଥିଲେ । ତାଙ୍କ ମରଶରୀରକୁ ଗତକାଲି ରାତିରେ ବେଦପୁରସ୍ଥ ଅଜା ଘରକୁ ଅଣାଯିବା ପରେ ନିଜ ଗ୍ରାମ ସରଣ୍ଡା ରତାଗଡକୁ ନିଆଯାଇଥିଲା । ଆଜି ସକାଳେ ସ୍ୱର୍ଗତ ମହାପାତ୍ରଙ୍କ ମରଶରୀରକୁ ସରଣ୍ଡା ଅଂଶୁପା କଲେଜ ପରିସରକୁ ନିଆଯାଇଥିଲା । ସେଠାରେ କଲେଜ ଅଧ୍ୟକ୍ଷ , ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ତାଙ୍କ ମରଶରୀରରେ ପୁଷ୍ପ ପ୍ରଦାନ କରି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।…

Read More

ବ୍ରହ୍ମପୁର: ତା -୨୯/୦୧ (ବିଏମସି ଟିଭି ଓଡିଆ) ବ୍ରହ୍ମପୁର ନିକଟସ୍ଥ ବାଲିପଡ଼ା ଆଦର୍ଶ ପବ୍ଲିକ ସ୍କୁଲ ର ୧୪ତମ ବାର୍ଷିକ ଉତ୍ସବ ମହାଡମ୍ବରରେ ପାଳିତ ହୋଇଯାଇଛି। କୁକୁଡାଖଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁ ମାନଙ୍କୁ ଭଲ ପଢିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ପ୍ରତ୍ୟେକ ଅଭିଭାବକ ନିଜ ନିଜ ଶିଶୁ ମାନଙ୍କର ପାଠ ପଢ଼ାର ତଦାରଖ କରିବା ସହ ଶିଶୁ ମାନଙ୍କୁ ମୋବାଇଲ ଠାରୁ ଦୂରରେ ରଖିବା ନିତାନ୍ତ ଆବଶ୍ୟକ ବୋଲି କହିଥିଲେ। ଏହି ବିଦ୍ୟାଳୟ ର ରୂପରେଖ ଅତ୍ୟନ୍ତ ଉଚ୍ଚକୋଟୀର ରହିଛି ତେଣୁ ଶିଶୁ ମାନଙ୍କର ବୌଦ୍ଧିକ, ମାନସିକ ଓ ଗୁଣାତ୍ମକ ଶିକ୍ଷା ର ପରିପୃଷ୍ଟ ହୋଇପାରିବ ବୋଲି ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ଆସିଷ୍ଟାଣ୍ଟ ପ୍ରଫେସର କାଳି ପଟ୍ଟନାୟକ ପଟ୍ଟନାୟକ କହିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଜର୍ଣ୍ଣାଲିଜମ ଏଣ୍ଡ ମାସ କମ୍ୟୁନିକେସନ ଡିପାର୍ଟମେଣ୍ଟ ହେଡ ଡ଼ଃ ବନ୍ଦିତା…

Read More

ଅତାବିରା/ବରଗଡ଼ ତା -୨୯/୦୧(ବିଏମସି ଟିଭି ଓଡ଼ିଆ) ସଂଯୁକ୍ତ କୃଷକ ସଙ୍ଗଠନ ବରଗଡ଼ ଏବଂ ରାଜ ବୋଡାସମ୍ବର କୃଷକ ସଙ୍ଗଠନ, ପଦ୍ମପୁର ର ଆହ୍ୱାନ କ୍ରମେ ସରକାରର ଧାନକିଣା ଅବ୍ୟବସ୍ଥା ,ଟୋକନ ସମସ୍ୟା ,ପୋଲ୍ୟୁସନ ନାଁ ରେ ଜରିମାନା, ସ୍ମାର୍ଟ ମିଟର ବନ୍ଦ ଏବଂ ୩୦୦ ୟୁନିଟ କୃଷି କ୍ଷେତ୍ର ପାଇଁ ମାଗଣା ବିଦ୍ୟୁତ ଦାବିରେ ଗତକାଲି ବୁଧବାର ୨୮ ତାରିଖ ବରଗଡ଼ ଜିଲ୍ଲା ସକାଳ ୬ ଘଣ୍ଟାରୁ ଦିବା ୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବରେ ଅତାବିରା ଠାରେ ଗାଡ଼ି ମଟର ଯାନବାହାନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଥିଲା। ବରଗଡ଼ ଜିଲ୍ଲାର ଚାଷୀ ଭାଇ ମାନେ ତାଙ୍କ ଧାନ ବିକ୍ରି ସମସ୍ୟା ଏବଂ ଉଚିତ୍ ପ୍ରାପ୍ୟ ଦାବିରେ ରାଜ ରାସ୍ତାରେ ବର୍ଷ ସାରା ଆନ୍ଦୋଳନ ଜାରୀ ରଖିଥିବା ବେଳେ ବିଶେଷ କରି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଚାଷୀଙ୍କୁ ଦେଇଥିବା ବିବେକ ଶୁନ୍ୟ ଭାଷଣ…

Read More

ବ୍ରହ୍ମପୁର: ତା -୨୯/୧ (ବିଏମସି ଟିଭି ଓଡିଆ) ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରଜନଗର ଠାରେ ୭୭ ତମ ଗଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ କମିଟିର ଉପଦେଷ୍ଟା ଏମ୍ ତାରେକେଶ୍ୱର ଦୋରା ପତାକା ଉତ୍ତୋଳନ କରିଥିଲେ। କମିଟିର ବଶିଷ୍ଠ ଉପଦେଷ୍ଟା ପ୍ରଫେସର ଡ ରଙ୍ଗନାଥ ମିଶ୍ର ଏହି ଦିବସ ପାଳନର ସ୍ଵତନ୍ତ୍ରତା ଓ ମହତ୍ତ୍ଵ ଦୃଷ୍ଟିରୁ ଆମର ବର୍ତ୍ତମାନର ଶାସନ ବ୍ୟବସ୍ଥାରେ ସମ୍ବିଧାନର ଓ ଆଇନର ବ୍ୟବସ୍ଥାକୁ ଅନୁସରଣ କରି ଦେଶ ଓ ସମାଜକୁ ଶସକ୍ତ କରି ସୁନାଗରିକ ରାଷ୍ଟ ଗଠନ କରିବା ଆମର ଧେୟ ହେବା ଉଚିତ୍ । ଏହି ଅବସରରେ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଥିଲେ ଯେ ଏକଦା ଏକ ଅଗ୍ରଣୀ ସହର ରୁପେ ପରିଗଣିତ ହେଉଥିବା ଆମ ବ୍ରହ୍ମପୁର କୁ ତାହାର ହୃତ୍ ଗୌରବ ଫେରେଇ ଆଣି ଏକ ସମୃଦ୍ଧିସାଳି ଓ ବିକଶିତ…

Read More

ବେଲଗୁଣ୍ଠା: ତା -୨୮/୦୧(ବିଏମସି ଟିଭି ଓଡ଼ିଆ) ଘୁମୁସର ଉଚ୍ଚ ବିଦ୍ୟାଳୟର ୧୯୭୩ ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବେଲଗୁଣ୍ଠାର ଆରାଧ୍ୟା ମାଆ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମ ସୁନ୍ଦର ପଣ୍ଡା ଯୋଗ ଦେଇ ନିଜର ପ୍ରିୟ ଛାତ୍ରଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ ।ଏହି ଅବସରରେ ଉପସ୍ଥିତ ପୁରାତନ ଛାତ୍ର ମାନେ ଗୁରୁ ପୂଜନ କରିବା ସହ ଦିବଙ୍ଗତ ବନ୍ଧୁ ଏବଂ ଗୁରୁଜୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରିଥିଲେ। ବନ୍ଧୁ ବିନାୟକ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଇପାରିଥିବା ଯୋଗୁଁ ଉପସ୍ଥିତ ବନ୍ଧୁ ମାନେ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ବନ୍ଧୁ ସୀତାରାମ ପାତ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଉକ୍ତ ଉତ୍ସବରେ ସରୋଜକାନ୍ତ ନନ୍ଦ, ଦେବରାଜ ସାହୁ, ଶ୍ରୀନିବାସ ଆୟାଙ୍ଗାର, ମଦନ ମୋହନ…

Read More