ବେଲଗୁଣ୍ଠା: ତା -୦୨/୦୨(ବିଏମସି ଟିଭି ଓଡ଼ିଆ) ବର୍ତ୍ତମାନ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ି ଚାଲୁଥିବାରୁ ଜଳବାୟୁ ପରିବର୍ତ୍ତନରେ ବିଭ୍ରାଟ ଦେଖିବାକୁ ମିଳୁଛି । ସରକାର ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷ କରି ବିଭିନ୍ନ ଦେଶୀ ଇଟା ଭାଟିରେ ମାଟି ଇଟା ପୋଡ଼ାଯିବା ଯୋଗୁଁ ଏହା ମୃତ୍ତିକା ଏବଂ ବାୟୁ ପ୍ରଦୂଷଣର କାରଣ ପାଲଟୁ ଥିବ ଯୋଗୁଁ ସରକାର ଦେଶୀ ମାଟି ଇଟା ପ୍ରସ୍ତୁତିରେ କଟକଣା ଲଗାଇଛନ୍ତି । କିନ୍ତୁ ବହୁ ସମୟରେ ସରକାରଙ୍କ ଏହି କଟକଣାକୁ କିଛି ଇଟା ଭାଟି ମାଲିକ ଅଣଦେଖା କରି ସରକାରୀ କାର୍ଯ୍ୟାନୁଷ୍ଠାନର ଶିକାର ହେଉଥିବା ଦେଖିବାକୁ ମିଳୁଛି । ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଗାଙ୍ଗପୁର ରାଜସ୍ୱ ନୀରିକ୍ଷକ ଗୌରୀ ଶଙ୍କର ସ୍ୱାଇଁ, ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ, ପୋଲିସ୍ ବାହିନୀ, ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ…
Author: BMC NEWS ODISHA
ବଲାଙ୍ଗୀର/ଟିଟିଲାଗଡ:ତା- ୦୩/୦୨(ଵିଏମସି ଟିଭି ଓଡ଼ିଆ) ଟିଟିଲାଗଡ ନିକଟସ୍ଥ ଖଇର୍ଖୁଟ ଗ୍ରାମ ର ଲମ୍ବୋବତି ମାଝି ନାମ୍ନୀ ଜଣେ ୫୫ ବର୍ଷୀୟ ମହିଳା ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରକାଶ ଯେ,ଟିଟିଲାଗଡ ନିକଟସ୍ଥ ଖଇର୍ଖୁଟ ଗ୍ରାମ ର ଲମ୍ବୋବତୀ ମାଝି ଗତ ରବିବାର ହଠାତ୍ ଅସୁସ୍ଥ ହୋଇ ପଡି ଥିବା ବେଳେ ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସ ଜରିଆରେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୂଖ୍ୟ ଚିକିତ୍ସାଳୟ କୁ ସାନ୍ଧ୍ୟ ୮ ଟା ରେ ଆଣିଥିଲେ । ଡ଼ାକ୍ତର ମୃତ ଘୋଷଣା କରିଥିବା ବେଳେ ଏ ନେଇ ପୋଲିସ କୁ ସୂଚନା ଦେଇଥିଲେ । ହେଲେ ଶବ ସଂରକ୍ଷଣ ରଖି ବ୍ୟବଚ୍ଛେଦ ପାଇଁ ରାଜି ନ ହେବା ନେଇ ଗ୍ରାମବାସୀ ଓ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଙ୍କ ମଧ୍ୟରେ ବେଶ୍ ପାଟି, ତୁଣ୍ଡ ସହ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ପରିସ୍ଥିତି କୁ ନିୟନ୍ତ୍ରଣ କରିଥିବା ବେଳେ ଏ ନେଇ ଏକ ମାମଲା ରୁଜ୍ଜୁ…
ଅତାବିରା/ ବରଗଡ଼:ତା-୦୧/୦୨/(ବିଏମସି ଟିଭି ଓଡ଼ିଆ) ଥିଏଟର ମୁଭମେଣ୍ଟ କଟକ ଦ୍ୱାରା ଆୟୋଜିତ ୨୮ତମ ବହୁଭାଷି ନାଟକ ଓ ନୃତ୍ୟ ପରିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ ରୁ ଅଧିକ ଦଳ ଭାଗନେଇଥିବା ବେଳେ ଆର୍ଟ ଏଣ୍ଡ ଆର୍ଟିଷ୍ଟ, ଅତାବିରା ଦ୍ୱାରା ନାଟକ “ଫାଇଲ” ମଞ୍ଚସ୍ଥ ହୋଇ ୬ଟି ପୁରସ୍କାର ହାସଲ କରିଛି। ଶ୍ରେଷ୍ଠ ସଂଗୀତ ଏବଂ ତୃତୀୟ ଶ୍ରେଷ୍ଠ ନିର୍ଦେଶକ ଓମ୍ କାରନାଥ ପ୍ରଧାନ, ଦ୍ଵିତୀୟ ଶ୍ରେଷ୍ଠ ପାଣ୍ଡୁଲିପି ଓ ଶ୍ରେଷ୍ଠ ଭାଷା ଭିତ୍ତିକ ନାଟକ ରାମଶିଷ ତ୍ରିପାଠୀ, ସ୍ୱତନ୍ତ୍ର ଶିଶୁ ପୁରସ୍କାର ହିମାଂଶୁ ତାଣ୍ଡି ଏବଂ ତୃତୀୟ ଶ୍ରେଷ୍ଠ ପ୍ରୟୋଜନା ନାଟକ “ଫାଇଲ “ପୁରସ୍କୃତ ହୋଇଛନ୍ତି। ନାଟକ ଟି ମନୋଜ କୁମାର ଭୋଇ ଙ୍କ ନେତୃତ୍ୱ ରେ ତଥା ଅଭିନେତା ମନୋଜ, ବୁଦ୍ଧଦେବ, ସୌମ୍ୟରଞ୍ଜନ, ହେମନ୍ତ, ହିମାଂଶୁ ଙ୍କ ନିଖୁଣ ଅଭିନୟ ତଥା ଭବାନୀ ଶଙ୍କର ବଢ଼େଇ ଙ୍କ କଣ୍ଠ ସ୍ୱର ଓ ମୁନା ଗରିଆ ଙ୍କ ବାଦ୍ୟ ରେ…
ବଲାଙ୍ଗୀର/ଟିଟିଲାଗଡ: ତା -୦୩/୦୨(ବିଏମସି ଟିଭି ଓଡ଼ିଆ) ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ରେ ରେ ମନୁ ସାହୁ ନାମକ ଜଣେ ଯୁବକ ଙ୍କୁ କୁଷ୍ଠ ରୋଗରେ ଆକ୍ରାନ୍ତ ଥିବା କହି ବିନା ଚିକିତ୍ସା ରେ ଫେରାଇ ଦେବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ପ୍ରକାଶ ଯେ,ଲେପର୍ଶି ବା କୁଷ୍ଠ ରୋଗରେ ପୀଡିତ ସ୍ଥାନୀୟ ସର୍ଗିଗୁଡ଼ା ର ଜଣେ ଯୁବକ ତାଙ୍କ ମାଆ ଙ୍କ ସହ ସ୍ଥାନୀୟ ଡାକ୍ତରଖାନାରେ ଯାଇ ଡାକ୍ତର ଙ୍କୁ ଦେଖାଇ କ୍ଷତ ଥିବା ଗୋଡ ଡ୍ରେସିଂ ବା ସଫା ପାଇଁ ଅନୁରୋଧ କରି ଥିଲେ । ହେଲେ ଏହି ରୋଗା କ୍ରାନ୍ତ ଙ୍କ ଚିକିତ୍ସା ବ୍ୟବସ୍ଥା ବଲାଙ୍ଗୀର ରେ ହୋଇ ପାରିବ କହି ଫେରାଇ ଦେଇଥିଲେ । ଏ ନେଇ ପରିବାର ଲୋକ ଓ ଅନେକ ଯୁବକ ଡ଼ାକ୍ତରଖାନା ରେ ପହଞ୍ଚି ଥିବା ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଡାକ୍ତର କିଛି ଔଷଧ…
ବାଲିମେଳା: ତା -୦୧/୦୨ (ବିଏମସି ଟିଭି ଓଡ଼ିଆ) ଆୟୋଜକ ଓହେଚପିସି ଓଡ଼ିଶାରେ ଥିବା ସମସ୍ତ ଜଳ ବିଦ୍ୟୁତ କେନ୍ଦ୍ରକୁ ନେଇ ଏକ ବ୍ୟାଡମିନଟନ ଟୁର୍ନାମେଣ୍ଟ ରେଙ୍ଗାଲୀ ଠାରେ ଅନୁଷ୍ଠିତ ହୋଇଥିଲା।ଏହି ଟୁର୍ନାମେଣ୍ଟ ଗତ ମାସ ୨୮ ତାରିଖରେ ଆରମ୍ଭ ହୋଇ ୩୧ ତାରିଖରେ ଶେଷ ହୋଇଥିଲା। ରାଜ୍ୟରେ ଥିବା ମାଛକୁଣ୍ଡ, ଚିପିଲିମା ରେଙ୍ଗାଲୀ,ମୁଖୀଗୁଡା,ବୁର୍ଲା,ଅପର କୋଲାବ, ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ଓ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ଖେଳାଳି ମାନେ ଏହି ଟୁର୍ନାମେଣ୍ଟରେ ଭାଗ ନେଇଥିଲେ।ଫାଇନାଲରେ ବାଲିମେଳା ଓ ମୁଖୀଗୁଡା ମଧ୍ୟରେ ଖେଳ ହୋଇଥିଲା । ଯେଉଁଥିରେ ବାଲିମେଳା ଟିମ ବିଜୟୀ ହୋଇଥିଲା।ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ପକ୍ଷରୁ ତାପସ କୁମାର ପାଲ ଓ ସୀମାଞ୍ଚଳ ସୁବୁଦ୍ଧି ଯୋଗ ଦେଇ ବାଲିମେଳା ପାଇଁ ଗୌରବ ଆଣିଦେଇଛନ୍ତି।ଦୁଇ ଜଣଙ୍କୁ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରରେ ବାଲି ପାୱାର ସଂଘର ସଭାପତି ପ୍ରବୀର କୁମାର ଦାସ ଏବଂ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ସମେତ ଅନ୍ୟ…
ବେଲଗୁଣ୍ଠା:ତା -୦୧/୦୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କୋକଲୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି କପିଳ ବରାଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ଚିନ୍ମୟୀ ନାୟକ ସଂଯୋଜନା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ସ୍ଥାନୀୟ ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, ସିଆରସିସି ରମେଶ୍ କୁମାର ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ଜେନା, ବଲ୍ଲଭ ପଣ୍ଡା, ରମେଶ୍ ପାତ୍ର, କାଳୀ ଚରଣ ପାଢୀ, ପ୍ରଣତି ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ଆସନ୍ତା ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରତ୍ୟେକ ବିଷୟକୁ ଉତ୍ତମ ରୂପେ ପ୍ରସ୍ତୁତି କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ସମୟର ସଦୁପଯୋଗ କରିବା ସହିତ ଗୁରୁଜନଙ୍କ କଥା ମାନି ଏକାଗ୍ର ଚିତ୍ତରେ କଠିନ ପରିଶ୍ରମ କଲେ ପରୀକ୍ଷାରେ ସଫଳତା…
ସମ୍ବଲପୁର/କୁଚିଣ୍ଡା:ତା-୦୧/୦୨(ବିଏମସିଟିଭି ଓଡିଆ) କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଡାବାହାଲ ସ୍ଥିତ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ପରିସରରେ ବିଶିଷ୍ଟ ପରିବେଶବିତ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆନ୍ତଃ ଜିଲ୍ଲା ପରିବେଶ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅବିଭକ୍ତ ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ପରିବେଶ କର୍ମୀ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ପଞ୍ଚାୟତି ରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଓ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାଏକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପରିବେଶ ସୁରକ୍ଷାର ଆବଶ୍ୟକତା ଓ ସୂର୍ଯ୍ୟରଶ୍ମିର ବ୍ୟବହାର ମାଧ୍ୟମରେ ପ୍ରକୃତି ସଂରକ୍ଷଣ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ପରିବେଶବିତ୍ ସୁବାସ ନାୟକଙ୍କୁ ‘ପ୍ରକୃତିର ଶ୍ରେଷ୍ଠ ପୁତ୍ର’ ସମ୍ମାନ ଓ ଉପାଧି ପ୍ରଦାନ କରାଯାଇଥିବା ବେଳେ ଝାରସୁଗୁଡ଼ାର ଦୀନ ବନ୍ଧୁ ପଟେଲ, ଦେବଗଡ଼ ରିଆମାଳ ବ୍ଲକରୁ ବିପିନ ବିହାରୀ ପୃଷ୍ଟି,…
ବେଲଗୁଣ୍ଠା: ତା -୦୧/୦୨(ବିଏମସି ଟିଭି ଓଡ଼ିଆ) ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରି ବେଲଗୁଣ୍ଠା ବ୍ଳକ୍ ଏବଂ ବେଣୀପଲ୍ଲୀ ପଂଚାୟତ ପାଇଁ ଗୌରବ ଆଣିଛନ୍ତି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବେଣୀପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ରାଜସ୍ମିତା ଗୌଡ଼ । ରାଜସ୍ମିତା ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଳା ସ୍ତରକୁ ମନୋନୀତ ହୋଇଥିବା ବେଳେ ଜିଲ୍ଳା ସ୍ତରୀୟ ପ୍ରଦର୍ଶନୀରେ ଦ୍ୱିତୀୟ ସ୍ଥାନ ହାସଲ କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ । ରାଜ୍ୟ ସ୍ତରୀୟ ପ୍ରଦର୍ଶନୀରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ସହିତ ଚତୁର୍ଥ ସ୍ଥାନ ହାସଲ କରିବା ସହିତ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ରହି ସ୍ଵତନ୍ତ୍ର ରୂପେ ପୁରସ୍କୃତ ହୋଇଛନ୍ତି । ରାଜସ୍ମିତାଙ୍କ ଏହି ସଫଳତା ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ…
ବେଲଗୁଣ୍ଠା: ତା -୦୧/୦୨(ବିଏମସି ଟିଭି ଓଡ଼ିଆ) ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସପ୍ତମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସାନ ସାଦରା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସପ୍ତମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକରେ ପ୍ରଧାନ ଶିକ୍ଷକ ଶିବରାମ ବେହେରା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ବେହେରା,ସୁଚରିତା ଗୌଡ଼ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ସୁଚରିତା ଗୌଡ଼,ଶାନ୍ତିଲତା ବେହେରା, ପ୍ରଧାନ ଶିକ୍ଷକ ଶିବରାମ ବେହେରା,ଲିଙ୍ଗରାଜ ସେଠୀ, ଶିଶିର କୁମାର ସ୍ୱାଇଁ,ଶିତଳ ପ୍ରସାଦ ଜେନା, ଏଫ୍ଏଲ୍ଏନ୍ ଶିକ୍ଷକ ଅଶୋକ କୁମାର ବେହେରା, ଦାଶରଥି ସେଠୀ,…
ହିଞ୍ଜିଳିକାଟୁ: ତା -୦୧/୦୨(ବିଏମସି ଟିଭି ଓଡ଼ିଆ) ହିଞ୍ଜିଳିକାଟୁ ବ୍ଲକ ର ଖାମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୩୨ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଅଧକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେଉଚ୍ଚ ଶିକ୍ଷା ବିଭାଗ ର ଯୁଗ୍ମ ନିର୍ଦ୍ଦେଶକ ପବିତ୍ର ମୋହନ ସାହୁ ଓ ସମ୍ମାନୀତ ଅତିଥିଭାବେ ହିଞ୍ଜିଳି ଭାରପ୍ରାପ୍ତ ଥାନାଧିକାରୀ ଶ୍ରୀନିବାସ ସେଠି, ପୂର୍ବତନ ସମ୍ପାଦକ ଭଜରାମ ସାବତ, ଏନ ରଘୁରାମ, ପୂର୍ବତନ ଅଧକ୍ଷ ଅବସରପ୍ରାପ୍ତ ଅରବିନ୍ଦ ପଣ୍ଡା ଓ ଡ଼ଃ ରବୀନ୍ଦ୍ର କୁମାର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା, ସଂସ୍କାର, କର୍ତ୍ତବ୍ୟ ପାଳନ ଓ ସମାଜ ଗଠନରେ ଉତ୍ତର ଦାୟିତ୍ୱ ନିର୍ବାହ ସହ ନିଜ ନିଜ ମାନବିକ ଅଧିକାର ବିଷୟରେ ସଂକଳ୍ପ ପୂର୍ବକ ଉତ୍ତମ ଭବିଷ୍ୟତ ଲକ୍ଷ୍ୟ ହାସଲ ଦିଗରେ କର୍ତ୍ତବ୍ୟ ନିଷ୍ଠ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ସୁରଭି…
ବ୍ରହ୍ମପୁର: ତା-୦୧/୦୨(ବିଏମସି ଟିଭି ଓଡ଼ିଆ) ଦକ୍ଷିଣପୁର କ୍ଲଷ୍ଟରସ୍ଥ ବାଳକୃଷ୍ଣ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଲାଞ୍ଜିଆ ଗ୍ରାମ ପଂଚାୟତ ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ ସେହି ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ପାତ୍ର ଓ ଅବସରପ୍ରାପ୍ତ ସିଆରସିସି ଶିବରାମ ମହାଙ୍କୁଡ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ଲଷ୍ଟର ର ବାର ଗୋଟି ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଏଫଏଲ ଏନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ । କ୍ଲଷ୍ଟର ସିଆରସିସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ଉପସ୍ଥିତି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବୈଠକକୁ ସ୍ୱାଗତ କରି ଏହି…
ବ୍ରହ୍ମପୁର: ତା -୦୧/୦୨ (ଵିଏମସି ଟିଭି ଓଡିଆ) ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଶୁକ୍ରବାର ଦିନ ଭୁବନେଶ୍ବରରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ସେ ତାଙ୍କ ପୁର୍ବ ପ୍ରତିଶ୍ରୁତି ଅନୁଯାୟୀ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକର ସାତୋଟି ପଞ୍ଚାୟତ ତଥା ରଙ୍ଗେଇଲୁଣ୍ଡା ବ୍ଲକର ୭ ଟି ପଞ୍ଚାୟତର ସମୁଦାୟ ୩୪ ଟି ରାଜ୍ଵସ ଗ୍ରାମକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରି ବ୍ରହ୍ମପୁର ମହାନଗର ନିଗମକୁ ବୃହତ୍ତର ତଥା ସମ୍ପୁର୍ଣ୍ଣ ମହାନଗର ନିଗମ ଗଠନ କରିବା ଦିଗରେ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବାରୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ମନ୍ତ୍ରୀଙ୍କୁ ଉପଢୌକନ ଦେଇ ସମ୍ୱର୍ଦ୍ଧନା ପ୍ରଦାନ କରିବା ସହ ସାନି ବିଜ୍ଞପ୍ତି ପ୍ରକାଶ ପାଇବାର ତିରିଶ ଦିନ ଅବଧି ପୁରଣ ହେଇଯିଵା…
