ବାଙ୍କୀ: ତା -୨୫/୦୧(ବିଏମସି ଟିଭି ଓଡ଼ିଆ) ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମର ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀରାମ କମିଟି ଆନୁକୁଲ୍ୟରେ ୩ଦିନ ବ୍ୟାପି ଚାଲିଥିବା ସାଂସ୍କୃତିକ ଉତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସମାଜସେବୀ, କଳାକାର, ନୃତ୍ୟଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଏହି ଉତ୍ସବରେ ଶ୍ରୀରାମ କମିଟିର ସଭାପତି ବିଶ୍ୱରଞ୍ଜନ ସ୍ୱାଇଁ ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦାନ କରି ଏହି ଅନୁଷ୍ଠାନ ଦ୍ୱାରା ଗ୍ରାମାଞ୍ଚଳର ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାର ଏହି ଅଭିନୟ ପ୍ରୟାସକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏହି ଅନୁଷ୍ଠାନ ଖୁବ୍ କମ୍ ଦିନରେ ସାରା ରାଜ୍ୟରେ ଏକ ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭାବେ…
Author: BMC NEWS ODISHA
ରାୟଗଡ଼ା : ତା : ୨୫/୦୧(ବିଏମସି ଟିଭି ଓଡ଼ିଆ) ରବିବାର ମାଘ ତିଳ ସପ୍ତମୀ ତିଥିରେ ରାୟଗଡ଼ା ନଗର ରୟତ କଲୋନୀ ସ୍ଥିତ ସାଇ ମନ୍ଦିର ପରିସରରେ ଡଃ ରତି ରଞ୍ଜନ ଦାଶଙ୍କ “ଢୋଲଟା ଭିତରେ ପଶିଚି ମୂଷା” କବିତା ସଙ୍କଳନ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ସଭାପତି ଡ଼ଃ ରତି ରଞ୍ଜନ ଦାଶ, ମୁଖ୍ୟ ଅତିଥି ଭାବେ ସକ୍ଷମର ରାଜ୍ୟ ସଂରକ୍ଷକ ତଥା ରାୟଗଡ଼ା ଜିଲ୍ଲା ସାମ୍ବାଦିକ ସଂଘ ର ଜିଲ୍ଲା ସଭାପତି ଡଃ ବାଦଲ ତା, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦାମୋଦର ପଣ୍ଡା, ସମ୍ମାନିତ ଅତିଥି ସୋମେଶ୍ୱର ରାଓ ଓ ନମୋ ଶଙ୍କର ସତିଶ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମ ସଫଳ କରାଇଥିଲେ। କାର୍ଯ୍ୟକ୍ରମକୁ ଶ୍ରୀମତୀ ସସ୍ମିତା ମିଶ୍ର ସଞ୍ଚାଳନ କରିଥିଲେ । ଭଗବାନ ସତ୍ୟ ସାଇ ବାବାଙ୍କ କୃପାରୁ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ପରେ ଶୀତ ଆଧାରିତ କବିତା ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ…
ଅତାବିରା/ବରଗଡ଼ ତା:-୨୪/୧/୨୦୨୬ (ବିଏମସି ଟିଭି ଓଡ଼ିଆ) ଗତ ଜାନୁୟାରୀ ୨୩ ଶୁକ୍ରବାର ଦିନ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଅବସରରେ ମନୋହର ସାଂସ୍କୃତିକ ସଂସଦ (ଭେଡେନ) ର ୩୫ ତମ ବାର୍ଷିକ ଉତ୍ସବରେ ଏବଂ ୫୩ ତମ ଜାତିୟ ସମ୍ବଲପୁରୀ ଭେଟଘାଟ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ସାଂସ୍କୃତିକ ସଂସଦ (ପଡା, ବିଜେପୁର) ର ଆୟୋଜନ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଗ୍ରାମରେ ସ୍ଥାପିତ ସ୍ୱାଧୀନତା ସଂଗ୍ରାମୀ ଭାଗିରଥି ପଟ୍ଟନାୟକ,ଜମ୍ବୁବତୀ ପଟ୍ଟନାୟକ,ଓ ପ୍ରଫୁଲ୍ଲ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ଅତିଥି ମାନେ ମାଲ୍ୟାର୍ପଣ କରିବା ପରେ ମଞ୍ଚରେ ମାଁ ସମଲେଶ୍ଵରୀ , ଦେବୀ ସରସ୍ଵତୀ,ଜାତୀୟ ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ସାମାଜିକ କର୍ମୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ ପ୍ରତିକୃତି ସମ୍ମୁଖରେ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ସଂଗଠକ ଅଶୋକ କୁମାର ପୂଜାହାରୀ ଙ୍କ ସଭାପତିତ୍ବରେ ଏବଂ…
ସମ୍ବଲପୁର/ଗୋଡଭଗା:ତା-୨୪/୦୧(ବିଏମସି ଟିଭି ଓଡିଆ) ଭାରତୀୟ ଜନତା ପାର୍ଟିର ବରଗଡ଼ ଜିଲ୍ଲା ସମ୍ପାଦିକା ଅର୍ଚ୍ଚନା ବାଗଙ୍କ ଅତାବିରା ଏନଏସି ୱାର୍ଡ଼ ନମ୍ବର ୭ ଅଧିନସ୍ଥ ଝାନ୍ସିନଗର ସ୍ଥିତ ବାସଭବନରୁ ଚୋରୀ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଅର୍ଚ୍ଚନା ତାଙ୍କ ମାଆ ଜନନୀ ବାଗଙ୍କ ସହିତ ଶୁକ୍ରବାର ଦିନ ସରଣ୍ଡା ସ୍ଥିତ ବିଶ୍ୱେଶ୍ୱର ବାବାଙ୍କ ଅଷ୍ଟଶମ୍ଭୁ ପୀଠ ପରିସରରେ ନବନିର୍ମିତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଦେଖିବାକୁ ଯାଇଥିଲେ। ଅର୍ଚ୍ଚନାଙ୍କ ମାମୁଁ ବରିଷ୍ଠ ସାମ୍ବାଦିକ ଯୁଧିଷ୍ଠିର ମହାପାତ୍ରଙ୍କ ଘର ସରଣ୍ଡା ହୋଇଥିବାରୁ ସେମାନେ ରାତ୍ରୀରେ ଘରକୁ ଫେରିବେ ନାହିଁ ବୋଲି ବୋଧହୁଏ ଚୋରମାନେ ପୂର୍ବରୁ ଜାଣିଥିଲେ। ଏହାର ସୁଯୋଗ ନେଇ ଚୋରମାନେ ଘରର ପଛପଟୁ ଆସି ଘରର ତାଲାଭାଙ୍ଗି ଆଲମିରାରେ ଥିବା ୧୮ଗ୍ରାମ ଓଜନର ସୁନା ଚେନ, ମୁଦି, କାନଫୁଲ ଏବଂ ୪୦ ଗ୍ରାମର ପାୟଲ ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ଏବଂ ନଗଦ ୧୫ହଜାର ଟଙ୍କା ଚୋରୀକରି ନେଇଥିବା…
ବେଲଗୁଣ୍ଠା-୨୪/୦୧(ବିଏମସି ଟିଭି ଓଡ଼ିଆ) କଳା ଓ ସଂସ୍କୃତିର ସହର ବେଲଗୁଣ୍ଠାରେ ଆଗାମୀ ଏପ୍ରିଲ ମାସରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ଦଣ୍ଡନାଚ ପାଇଁ ପ୍ରଥମ ସୋପାନର ଶୁଭାରମ୍ଭ ହୋଇଛି। ପବିତ୍ର ଶ୍ରୀପଞ୍ଚମୀ ତିଥିରେ ସ୍ଥାନୀୟ ଅଞ୍ଚଳରେ ପାରମ୍ପରିକ ରୀତିନୀତି ଅନୁଯାୟୀ ନାଟ୍ୟ ପୁସ୍ତକ ପୂଜା କାର୍ଯ୍ୟକ୍ରମ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଆଜି ଅପରାହ୍ନ ୪:୩୦ ମିନିଟ୍ ସମୟରେ ‘ଶ୍ରୀ ଶ୍ରୀ କବିଚନ୍ଦ୍ର ରୁଦ୍ରକାଳୀ ନାଟ୍ୟ ପରିଷଦ’ ପକ୍ଷରୁ ପରିଚାଳନା କମିଟି, ଦଣ୍ଡ କମିଟି ଓ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଚନ୍ଦ୍ର କଳ୍ପେଶ୍ୱର ସ୍ୱାମୀଙ୍କ ମନ୍ଦିର ନିକଟରେ ଏକତ୍ରିତ ହୋଇ ମା’ କାଳୀ ଓ ପ୍ରଭୁ ଶିବଙ୍କୁ ଆରାଧନା କରିଥିଲେ। ସେଠାରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଖଦାଳ ସାହିସ୍ଥିତ କାଳୀ ମନ୍ଦିର ନିକଟରେ ପହଞ୍ଚିଥିଲା। ସେହିପରି ସନ୍ଧ୍ୟା ୬ ଟା ସମୟରେ ‘ଶ୍ରୀ ଶ୍ରୀ ଆନନ୍ଦ କବିଚନ୍ଦ୍ର ଦଣ୍ଡ…
ସମ୍ବଲପୁର:ତା.୨୪/୦୧(ବିଏମସି ଟିଭି ଓଡିଆ) ଶିକ୍ଷାଦାନ ସ୍କୁଲର ଦାୟିତ୍ୱ। ଅଧ୍ୟୟନ ଜରୁରୀ, କିନ୍ତୁ ଶିକ୍ଷା ସହିତ ପ୍ରତିଭା ପୂଜା ଓ ପ୍ରତିଭା ଅନ୍ୱେଷଣ ହିଁ ବିଦ୍ୟାଳୟର ମହତ୍ତ୍ୱ ବଢ଼ାଇଥାଏ ବୋଲି ଆଜି ଯୁଯୋମୁରା ବ୍ଲକର ଜୟନ୍ତପୁର ଠାରେ ଥିବା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ବକ୍ତାମାନେ ଗୁରୁତ୍ୱ ଦେଇଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ଜୟପୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କବରାପାଲି ୟୁଜିଏମଇ ସ୍କୁଲର ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଲୀଳାବତୀ ଷଡ଼ଙ୍ଗୀ ମୁଖ୍ୟଅତିଥି, କରପାଲି ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୌଶଲ୍ୟା ବେହେରା ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗୀତିକାର କାଳିଚରଣ ପାଣିଗ୍ରାହୀ, ଜୟନ୍ତପୁର ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀରୂପା ନାୟକ, ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ବାହାମ ସିଆରସିସି ଶ୍ୟାମ ବାଗ, କବରାପାଲି ସିଆରସିସି ବାବୁଲା ବାଗ, ସ୍କୁଲ କମିଟି ସଭାପତି ଧରଣୀ ଷଣ୍ଢ, ସନାତନପାଲି ସେବାଶ୍ରମର ଅଶୋକ କୁମାର…
ସମ୍ବଲପୁର:ତା-୨୪/୦୧(ବିଏମସି ଟିଭି ଓଡିଆ)ପଶ୍ଚିମ ଓ଼ଡିଶାର ବିଶିଷ୍ଟ ଲୋକ ଗାୟକ ପଦ୍ମଶ୍ରୀ ଡ଼କ୍ଟର ଜିତେନ୍ଦ୍ର ହରିପାଳଙ୍କୁ ରାଜ୍ୟସଭା ସଦସ୍ୟ କରିବା ପାଇଁ ତିନି ପ୍ରମୁଖ ଦଳଙ୍କୁ ଦାବୀ ସହ ଅନୁରୋଧ କଲା ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ। ଏନେଇ ସମ୍ବଲପୁର ସାମ୍ବାଦିକ ଭବନ ଠାରେ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପରିଷଦର ଅଧ୍ୟକ୍ଷ ନିହାଲ ସିଂ ଓଡ଼ିଶାର ତିନି ପ୍ରମୁଖ ଦଳ ଆଗରେ ସର୍ବଦଳ ସହମତି କ୍ରମେ ରାଜ୍ୟସଭା ସଦସ୍ୟ କରାଯିବା ପାଇଁ ଦାବି କରିଥିଲେ। ଓଡ଼ିଶାରୁ ଚାରୋଟି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଥିବାରୁ ଗୋଟିଏ ସଦସ୍ୟ ପଦ ନିମନ୍ତେ ତିନି ପ୍ରମୁଖ ଦଳର ବହୁମତ ନ ଥିବାରୁ ଉକ୍ମ ପଦଟିକୁ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ଓ ଭଲ ପାଉଥିବା କଳାପ୍ରେମୀ ଓ ଦଳିତ ସମାଜକୁ ଉତ୍ସର୍ଗ କରି ଉପଯୁକ୍ତ ସମ୍ମାନ ଦେବାକୁ ଅନୁରୋଧ କରାଯାଇଛି। ପ୍ରକାଶ…
ବାଲିମେଳା: ତା -୨୪/୦୧(ବିଏମସି ଟିଭି ଓଡିଆ) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଚିତାପାରି -୩ ପଞ୍ଚାୟତ ଏମଭି -୩୭ ଗାଁରେ ପ୍ରତି ଶନିବାର ବସୁଛି ସାପ୍ତାହିକ ହାଟ।ହେଲେ ବ୍ୟବସାୟୀ ଙ୍କ ପାଇଁ ପିଣ୍ଡି କିମ୍ବା ମାର୍କେଟ କମ୍ପ୍ଲେକ୍ସ ନ ଥିବାରୁ ସେମାବେ ବାଧ୍ୟ ହୋଇ ବାଲିମେଳା-ମାଲକାନଗିରି ମୂଖ୍ୟ ରାସ୍ତା ପାର୍ଶ୍ଵରେ ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଜାର ସାମଗ୍ରୀର ପସରା ମେଲାଉଛନ୍ତି।ଫଳରେ ରାସ୍ତା ଉପରେ ଟ୍ରାଫିକ ସମସ୍ୟା ଲାଗି ରହୁଥିବାରୁ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀମାନେ ନାହିଁ ନ ଥିବା ଦୁର୍ଦଶା ଭୋଗୁଥିବା ଅଭିଯୋଗ ହେଉଛି। ଅନେକ ସମୟରେ ଏଠାରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ସାପ୍ତାହିକ ହାଟ ପାଇଁ ଏକ ସ୍ୱତନ୍ତ୍ର ଜାଗା ଚି଼ହ୍ନଟକରି ସେଠାରେ ବ୍ୟବସାୟୀଙ୍କ ପାଇଁ ଆବଶ୍ୟକ ହେଉଥିବା ଏକ ନୂତନ ମାର୍କେଟ କମ୍ପ୍ଲେକ୍ସ ଓ ପିଣ୍ଡି ନିର୍ମାଣ କରିବାକୁ ଅଞ୍ଚଳବାସୀ ବହୁବାର ପଞ୍ଚାୟତ କତୃପକ୍ଷ ଏବଂ ବ୍ଲକ ପ୍ରଶାସନ ନିକଟରେ ନିବେଦନ…
ହିଞ୍ଜିଳିକାଟୁ: ତା -୨୩/୦୧ (ବିଏମସି ଟିଭି ଓଡ଼ିଆ) ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌର ପରିଷଦ ବାସିନ୍ଦା ବରିଷ୍ଠ ସାମ୍ବାଦିକ ପ୍ରିୟବ୍ରତ ପଣ୍ଡାଙ୍କ ଝିଅ ସ୍ନେହଲତା ପଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟ ଶାସନ ଆମ୍ବଗାଁର ନବମ ଶ୍ରେଣୀର ଛାତ୍ରୀ ପାଣି ପଞ୍ଚାୟତ ପକ୍ଷ ୨୦୨୬ର ରାଜ୍ୟ ସ୍ତରୀୟ ତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ଜିଲ୍ଲା ପାଇଁ ଗୋୖରବ ଆଣିଛନ୍ତି । ଗତ ତା ୨୨/୦୧/୨୬ ରିଖ ଗୁରୁବାର ଭୁବନେଶ୍ୱର ଲୋକ ସଭା କନଭେନସନ୍ କକ୍ଷ ପରିସରରେ ଆୟୋଜିତ ପାଣି ପଞ୍ଚାୟତ ପକ୍ଷ ୨୦୨୬ ରାଜ୍ୟ ସ୍ତରୀୟ ଉଦଯାପନୀ ସମାରୋହ ଏକ ଭବ୍ୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ନେହଲତାଙ୍କୁ ଟ୍ରଫି,ମାନପତ୍ର ଓ ୧୦,୦୦୦ (ଦଶ ହଜାର) ଏକ ଚେକ୍ ପ୍ରଦାନ କରି ପୁରସ୍କୃତ କରିଛନ୍ତି । ଉକ୍ତ ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷି ସଚିବ ଅରବିନ୍ଦ ପାଢ଼ୀ, ଜଳସମ୍ପଦ ବିଭାଗ…
ବ୍ରହ୍ମପୁର:ତା-୨୪/୦୧ (ବିଏମସି ଟିଭି ଓଡ଼ିଆ) ଛତ୍ରପୁର ବ୍ଲକ ଅନ୍ତର୍ଗତ ଅର୍ଜୁନପଲ୍ଲୀ ସ୍ଥିତ ନବ ଗଠିତ ଲୋକ ନାଟ୍ୟ ସଂଗଠନ “ମା’ କରେଇଶୁଣୀ ଲୋକନାଟ୍ୟ କଳା ସଂସଦ” ପ୍ରଯୋଜିତ ଲୋକ ନାଟକ ‘ଲକ୍ଷ୍ମୀ ପୁରାଣ’ର ପ୍ରଥମ ଲୋକ ପ୍ରଦର୍ଶନ ଉତ୍ସବକୁ ମାନ୍ୟବର ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ବିଧିବତ ପବିତ୍ର ଶ୍ରୀପଞ୍ଚମୀ ଦିନ ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଲୋକ ନାଟକ ଗ୍ରାମୀଣ ଜନଜୀବନକୁ ପରିପୁଷ୍ଟ କରିବା ସହ ପ୍ରାନ୍ତୀୟ ସଂସ୍କୃତିକୁ ୠଦ୍ଧିମନ୍ତ କରୁଥିବା ହେତୁ ତାହାର ବ୍ୟାପକ ପ୍ରସାର ପ୍ରଚାରର ଆବଶ୍ୟକତା ରହିଥିବା କଥା ଉଲ୍ଲେଖ କରିଥିଲେ। ନାଟ୍ୟସଙ୍ଘ ସଭାପତି ବୁଦୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ମୂଖ୍ୟ ଅତିଥି, ବରିଷ୍ଠ…
ବେଲଗୁଣ୍ଠା: ତା -୨୩/୦୧(ଵିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ କୁମୁଣ୍ଡି ଗ୍ରାମରେ ସପ୍ତଦଶତମ ବାର୍ଷିକ ଚବିଶ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ନାମ ଯଜ୍ଞ ପାଇଁ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପବିତ୍ର ଶ୍ରୀ ପଞ୍ଚମୀ ତିଥି ସକାଳ ସାତ ଘଣ୍ଟା ତିରିଶି ମିନିଟ୍ ସମୟରେ ଅଖଣ୍ଡ ନାମ ଯଜ୍ଞ ଆରମ୍ଭ ହୋଇଛି । ସୋମବାର ସକାଳ ସାତ ଘଣ୍ଟ ତିରିଶି ମିନିଟ୍ ସମୟରେ ଏହା ଉଦଯାପିତ ହେବ । ଏହି ଅବସରରେ ନିର୍ଦ୍ଧାରିତ ରୀତିନୀତି ମୁତାବକ ଗୁରୁବାର ଦିନ ଗ୍ରାମରେ ଏକ ଭବ୍ୟ ପରିବେଶ ମଧ୍ୟରେ କଳସ ଯାତ୍ରା ଏବଂ ଅଧିବାସ ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ଦିନ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହେବା ପରେ ଧରି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ…
ବେଲଗୁଣ୍ଠା; ତା-୨୩/୦୧(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବିରିପୁର ଗ୍ରାମରେ ଶ୍ରୀ ବିନାୟକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଆସନ୍ତା ଫେବ୍ରୁୟାରୀ ମାସ ଚବିଶି ତାରିଖରୁ ଅଠେଇଶ ତାରିଖ ପର୍ଯ୍ୟନ୍ତ ଚବିଶି ପ୍ରହରୀ ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେବ । ଏହା ସହିତ ଘୃତ ଯଜ୍ଞ ଏବଂ ଅନ୍ନ ଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ । ଏହି ପ୍ରରିପ୍ରେକ୍ଷୀରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗ୍ରାମରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ଏହି ଅବସରରେ ପାରମ୍ପରିକ ବାଦ୍ୟ ବାଜଣା, ଗିନି,ମୃଦଙ୍ଗ ଆଦି ପଟୁଆରରେ ଶୁଭଖୁଣ୍ଟିକୁ ଯଜ୍ଞ ସ୍ଥଳକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇ ପୋତା ଯାଇଥିଲା । ହରିବୋଲ ହୁଳୁହୁଳି ରେ ଗ୍ରାମ ପ୍ରକମ୍ପିତ ହୋଇଥିଲା । କାର୍ଯ୍ୟକ୍ରମରେ ଗ୍ରାମବାସୀ ସହଯୋଗ କରିଥିଲେ ।ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
