ବ୍ରହ୍ମପୁର: ତା- ୨୩/୦୧(ବିଏମସି ଟିଭି ଓଡ଼ିଆ) କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଙ୍ଘ” ପକ୍ଷରୁ ରାଜ୍ୟସ୍ତରୀୟ ଓଡିଶା ନାଟ୍ୟ ଦିବସ ମହୋତ୍ସବ ସ୍ଥାନୀୟ ପ୍ରକାଶମ୍ ହଲ୍ – ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ସଭା ପ୍ରକୋଷ୍ଠ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ମହୋତ୍ସବର ପ୍ରଥମ ପର୍ଯ୍ୟାୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାୟକ ଭଗବାନ ପାତ୍ର ଓ ସାଥୀଙ୍କ ଦାସକାଠିଆ ଏବଂ ନଳବଣ୍ଟା, ନୃସିଂହନାଥ ନାଟ୍ୟ କଳା ସଂସଦ ପରିଡା ପାର୍ଟି ପ୍ରଯୋଜିତ ‘ପ୍ରହଲ୍ଲାଦ ନାଟକ’ ପରିବେଷିତ ହୋଇଥିଲା। କଳାପ୍ରାଣ କୈଳାସ ପାଣିଗ୍ରାହୀ ଏବଂ ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ସମ୍ପାଦକ ନାଟ୍ୟକାର ରମେଶ ମହାରଣା କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ସହ କଳା ଓ କଳାକାରଙ୍କ ହିତ ନେଇ ଅଙ୍ଗିକାରବଦ୍ଧ ବରିଷ୍ଠ କଳାକାର ମହାସଂଘ ଆଜି ଧନ୍ୟଵାଦାର୍ହ ବୋଲି ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏଥିରେ ମହେନ୍ଦ୍ର କୁମାର ସାହୁ ଏବଂ ଚନ୍ଦ୍ରଭାନୁ ନାହାକ…
Author: BMC NEWS ODISHA
ବେଲଗୁଣ୍ଠା: ତା -୨୩/୦୧(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ସ୍ଥିତ ପଟେଲ ରୋଡ଼ ପ୍ରାଥମିକ ବିଦ୍ୟାଳୟରେ ଦୁଇଦିନିଆ କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହା ଉଢୁରା କ୍ଳଷ୍ଟର ସିଆରସିସି ରମେଶଚ଼ନ୍ଦ୍ର ପାଣିଗ୍ରାହୀଙ୍କ ଦ୍ଵାରା ପରିଚାଳିତ ହୋଇଥିଲା । ଏଥିରେ ପ୍ରଥମ ଦିବସରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଭା କୁମାରୀ ରଥ ଓ ସନ୍ତୋଷ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାର ଶୁଭ ଆରମ୍ଭ କରିଥିଲେ । ଦ୍ୱିତୀୟ ଦିବସରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ଯୋଗ ଦେଇଥିଲେ । ଏଥିରେ ୧୦ଟି ବିଦ୍ୟାଳୟର ଜଣେ ଜଣେ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶିକ୍ଷଣ ସାମଗ୍ରୀଗୁଡିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନକୁ ଆଧାର କରି ପ୍ରସ୍ତୁତି କରାଯାଇଥିଲା । ପ୍ରଧାନଶିକ୍ଷୟିତ୍ରୀ ଗାୟତ୍ରୀ ବେହେରା,ସହକାରୀ ଶିକ୍ଷୟତ୍ରୀ ଅଳକା ପ୍ରଧାନ, ସହକାରୀ ଶିକ୍ଷୟତ୍ରୀଶିବ ରଞ୍ଜନୀ ସାହୁ,ସହକାରୀ…
ରାଉରକେଲା: ତା -୨୩/୦୧(ବିଏମସି ନ୍ୟୁଜ ଓଡ଼ିଆ) ସେକ୍ଟର-୩ ପୋଲିସ୍ ଦ୍ବାରା ଆଜି ଜଣେ ଅପରାଧିକୁ ଗିରଫ କରାଯିବା ସହ ତା ନିକଟରୁ ୬୨ ହଜାର ଟଙ୍କା ମୂଲ୍ୟର ୭.୧୨ ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇ, ସେକ୍ଟର-୩ ଥାନାରେ ମାମଲା ନମ୍ବର-୨୦, ତା୨୨.୦୧.୨୦୨୬ ରିଖରେ ଏନଡିପିଏସ୍ ଆକ୍ଟ-୨୧(ବି)/୨୫ରେ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ ୨୦୨୬ ଜାନୁଆରୀ ୨୨ ତାରିଖରେ ସେକ୍ଟର-୩ ଥାନାର ଦିନ ପାଟ୍ରୋଲିଂ ସମୟରେ, ଏସ୍ଆଇ ଆର.କେ.ପ୍ରଧାନ ଏବଂ ରାଉରକେଲାର ସେକ୍ଟର-୩ ଅଧିନସ୍ଥ ଅଟୋ କଲୋନିର ଘର ନମ୍ବର-ସିଟି/୫, ନିବାସୀ ୨୦ ବର୍ଷ ବୟସ୍କ ଜଗଦୀଶ ପଣ୍ଡାଙ୍କ ପୁଅ ପ୍ରଶାନ୍ତ ପଣ୍ଡାଙ୍କୁ ସେକ୍ଟର-୫ ଟ୍ରେନିଜ୍ ହଷ୍ଟେଲ ରୋଡ୍ ନିକଟରେ ଏକ ଲାଲ ଏବଂ କଳା ରଙ୍ଗର ବୁଲେଟ୍ ମୋଟରସାଇକେଲ ସହିତ ବ୍ରାଉନ ସୁଗାର ଜବତ କରିଥିଲେ। ଅଭିଯୁକ୍ତ ଜଗଦୀଶ ପଣ୍ଡାଙ୍କୁ ଏନଡିପିଏସ୍ ଆଇନର ସମସ୍ତ ଔପଚାରିକତା ପାଳନ କରି ଇ.ଏମ୍, ସାକ୍ଷୀ ଏବଂ ଓଜନକାରୀଙ୍କ ଉପସ୍ଥିତିରେ ତାଙ୍କ ନିକଟରୁ…
ସମ୍ବଲପୁର/ଗୋଡଭଗା :ତା-୨୩/୦୧ (ବିଏମସି ଟିଭି ଓଡିଆ) ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ କଳାମାଟି ପଞ୍ଚାୟତ ଅଧିନସ୍ଥ ଗୋଡଭଗା କେମ୍ପ୍ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଘୁଡୁକାଟିକ୍ରା ଠାରେ ମାଆ ସରସ୍ୱତୀଙ୍କ ପୁଜନୋତ୍ସବ, ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ତଥା ବାଲ ବାଟିକା ବିଭାଗର ବିଦ୍ୟାରମ୍ଭ ସଂସ୍କାର ସମନ୍ୱିତ ଭାବେ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଚାଳନା ସମିତିର ସଭାପତି ପ୍ରଦୀପ କର୍ଣ୍ଣ ଦୀପ ପ୍ରଜ୍ବଳନ କରି ବିଦ୍ୟାଳୟର ପ୍ରାଚୀର ପତ୍ରିକା ‘ଶତ ରୂପା’କୁ ଉନ୍ମୋଚନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ଭାଇ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ଗାନ କରି ମାଆ ସରସ୍ଵତୀ , ବୀର ସୁରେନ୍ଦ୍ର ସାଏ ଏଵଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପାଦ ପଦ୍ମରେ ଶ୍ରଦ୍ଧା ସୁମନ ଅର୍ପିତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀ ଶୁଭ୍ରସ୍ମିତା ଗୁରୂମା ବୀର ସୁରେନ୍ଦ୍ର…
ଅତାବିରା/ବରଗଡ଼:ତା-୨୨/୦୧(ବିଏମସି ନ୍ୟୁଜ ଓଡ଼ିଆ) ଗତକାଲି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସୋଢାପାଲି ଗ୍ରାମର ଗୌନ୍ତିଆ ଶ୍ରୀ ଦଧିବାବନ ଶତପଥୀ ଙ୍କ ନିମନ୍ତ୍ରଣ କ୍ରମେ ଗ୍ରାମରେ ଶିବମନ୍ଦିର ଓ ସମଲେଶ୍ଵରୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିବା ଅତିଥି ମାନଙ୍କ ଗହଣରେ ମହିଳା କୀର୍ତ୍ତନ ଗାୟିକା ଶ୍ରୀମତୀ ଭାରତୀ ଖମାରୀ ଙ୍କୁ ନାଟ୍ୟକାର ନକୁଳ ବାଦୀ ଙ୍କ ପୁସ୍ତକ “ନାଟକ ଚୌରା” ସମର୍ପଣ କରାଯାଇଥିଲା । ଏଥିରେ ସର୍ବଶ୍ରୀ ସନ୍ତୋଷ କୁମାର ପଣ୍ଡା, କୃଷ୍ଣ ଚନ୍ଦ୍ର ପଣ୍ଡା, ଲୁଲୁ ରବିନ ଦାସ ଓ ତୁଳସୀ ଚରଣ ଦାଶ ଯୋଗଦେଇ ପୁସ୍ତକ କୁ ପ୍ରଶଂସା କରିଥିଲେ ।ଶେଷରେ ଶ୍ରୀମତୀ ଭାରତୀ ଙ୍କ ସ୍ବମୀ କୃଷ୍ଣ ଚନ୍ଦ୍ର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ବେଲଗୁଣ୍ଠା:ତା-୨୨/୦୧(ବିଏମସି ଟିଭି ଓଡ଼ିଆ) ଆଜି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଯୁବ ରେଡକ୍ରସ୍,ଜାତୀୟ ସେବା ଯୋଜନା,ସ୍କାଉଟ ଓ ଗାଇଡ ସ୍ବେଚ୍ଛାସେବୀ ଏବଂ ଗାଙ୍ଗପୁର ପୋଲିସ୍ ବାହିନୀର ମିଳିତ ସହଯୋଗରେ ସଡକ ସୁରକ୍ଷା ସଚେତନତା ରାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ । ଛାତ୍ର ଛାତ୍ରୀଙ୍କୁ ନେଇ ଜନ ସଚେତନତା ରାଲି ବିଦ୍ୟାଳୟ ପରିସରରୁ ବାହାରି କ୍ଷତ୍ରିୟବରପୁର ମୁଖ୍ୟ ସଡକ ଅତିକ୍ରମ କରିବା ସହ ଜନସାଧାରଣଙ୍କୁ ଲିଫଲେଟ ବଣ୍ଟନ କରାଯାଇଥିଲା । ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ତତ୍ତ୍ବାବଧାନରେ ବହୁ ପୋଲିସ୍ କର୍ମଚାରୀଙ୍କ ସମେତ ଅନୁଷ୍ଠାନର ପ୍ରଶାସନିକ ଅଧିକ୍ଷକ ତ୍ରିନାଥ ବେହେରା,ଏନ୍.ଏସ୍.ଏସ୍ ଅଧିକାରୀ ଭବାନୀ ଶଙ୍କର ରା, ଯୁବ ରେଡକ୍ରସ କାଉନସେଲର ସୌମେନ୍ଦୁ ପଣ୍ଡା,ସ୍କାଉଟ ଗାଇଡ ରୋଭର ଲିଡର ପି.ଦପକ ରାଓ,ରେଞ୍ଜର ଲିଡର ଜୟଶ୍ରୀ…
ବେଲଗୁଣ୍ଠା:ତା -୨୨/୦୧(ବିଏମସି ଟିଭି ଓଡ଼ିଆ) ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ଛବିଶ ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି। ଶିଶୁ ମାନେ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଦେଇ କାର୍ଯ୍ୟକ୍ରମ କୁ ସ୍ଵାଗତ କରିବା ସହିତ ସାମୁହିକ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ କାର୍ଯ୍ୟକ୍ରମ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ରଞ୍ଜନ କୁମାର ଦେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରିଥଲେ ଏହି ଅବସରରେ ଶିକ୍ଷା ମନୁଷ୍ୟ ଜୀବନ ର ଗୋଟିଏ ଅଙ୍ଗ ବୋଲି ମତ ପ୍ରକାଶ କରିଥିଲେ। ମୂଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପା ମୁଦ୍ରା ରଥ ଯୋଗ ଦେଇ ଶିଶୁ ମାନେ ଠିକ୍ ଭାବେ ଶିକ୍ଷା ଗ୍ରହଣ ପାଇଁ ଅଭିଭାବକ ମାନେ ଅନୁଷ୍ଠାନ ର ଗୁରୁଜୀ ଓ ଗରୁମା ମାନଙ୍କ ସହିତ ସର୍ବଦା ଯୋଗା ଯୋଗ ରେ ରହିବାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ…
ବ୍ରହ୍ମପୁର: ତା -୨୧/୦୧ (ବିଏମସି ଟିଭି ଓଡ଼ିଆ) ରାଜଧାନୀ ଦିଲ୍ଲୀରେ ଦୁଇଦିନିଆ ଭଞ୍ଜ ମାଟିର ମହକ ମହୋତ୍ସବ ଆୟୋଜିତ ହୋଇଯାଇଛି। ମୁଖ୍ୟ ଅତିଥି ଭାରତ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଯୋଗ ଦେଇ କହିଲେ ଯେ , ମହୋତ୍ସବରେ ଓଡ଼ିଶା ମାଟିର ସଂସ୍କୃତି ଓ ପରମ୍ପରା ଅତି ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି । ଓଡ଼ିଶାର ସଂସ୍କୃତି ଅତି ଉଚ୍ଚକୋଟୀର। ଏହି ଭଳି କାର୍ଯ୍ୟକ୍ରମରୁ ଯୁବପିଢି ଓଡିଶାର ସଂସ୍କୃତି ଓ ପରମ୍ପରା ପ୍ରସଙ୍ଗରେ ଜ୍ଞାନ ହାସଲ କରିବେ ବୋଲି ସେ ପ୍ରକାଶ କରିଥିଲେ। ଶେଖାୱତ ତାଙ୍କ ଭାଷଣ ଜୟ ଜଗନ୍ନାଥ କହି ଶୁଭାରମ୍ଭ କରିଥିଲେ। ଦୁଇଦିନିଆ ଭଞ୍ଜ ମାଟିର ମହକ ମହୋତ୍ସବ ବ୍ରହ୍ମପୁର ର ଅନ୍ଵେଷା କଳାକେନ୍ଦ୍ର ଓ ସୁନ୍ଦର ଓଡିଶା ଫାଉଣ୍ଡେସନ୍ ତରଫରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା। ପ୍ରଥମ ଦିବସରେ ଭକ୍ତ ପ୍ରହ୍ଲାଦ ନାଟକ ବିଶେଷ ଆଦୃତ ହୋଇଥିଲା। ଗାଁ କଳାକାରମାନେ ଏହି ନାଟକ…
ବେଲଗୁଣ୍ଠା: ତା -୨୧/୦୧(ବିଏମସି ଟିଭି ଓଡ଼ିଆ) ମୃତ୍ୟୁ ପରେ ଅଙ୍ଗଦାନ କରି ମହିଳାଙ୍କ ପାଇଁ ଆଦର୍ଶ ପାଲଟି ଥିବା ସ୍ଵର୍ଗତ ଅନସୂୟା ନାୟକଙ୍କ ଦ୍ୱାଦଶାହ ସ୍ମୃତି ସଭା ଆଜି ତାଙ୍କ ଠେଙ୍ଗାଧରା ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି କାର୍ଯ୍ୟକ୍ରମରେ କରଚୁଲି ମଠ ମହନ୍ତ ସତ୍ୟାନନ୍ଦ ଜୀ ମହାରାଜ,ତାକରଡା ମଠ ସାଧୁ ଅଶୋକାନନ୍ଦ ବ୍ରହ୍ମଚାରୀ, ଗହଙ୍ଗୁ ମଠ ମହନ୍ତ ରାଘବାନନ୍ଦ ଦାସ, ମଣିପୁର ମଠ ରାମାନନ୍ଦ ବ୍ରହ୍ମଚାରୀ, ଶିବାନନ୍ଦ ବ୍ରହ୍ମଚାରୀ, ଶିବରାମ ଦାସ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ବହୁ ସାଧୁ, ସନ୍ଥ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ଅନସୂୟାଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଅଙ୍ଗଦାନ ନିଷ୍ପତିକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଅନସୂୟାଙ୍କ ନାତି ଶୁଭକାନ୍ତ ନାୟକ ମଧ୍ୟ ନିଜ ଅଙ୍ଗଦାନ ପାଇଁ ଶପଥ ନେଇଥିବା ଜାଣି ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ…
ବେଲଲଗୁଣ୍ଠା: ତା -୨୧/୦୧(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଲକ କ୍ଷତ୍ରୀୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟକ୍ଷ ଡ. ଗିରିଧର ନାୟକ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଦିବସ ର ବୈଠକର ମୁଖ୍ୟ ଅତିଥି କ୍ଷତ୍ରୀୟବରପୁର ସରପଞ୍ଚ କମଳା କୁମାରୀ ପ୍ରଧାନ, ପୂର୍ବତନ ସରପଞ୍ଚ ରାମ କୃଷ୍ଣ ଦାସ ଏବଂ ପର୍ଶୁଲୁଣ୍ଡା ଗ୍ରାମର ସଭାପତି କାମରାଜୂ ଗୌଡ଼ ପ୍ରମୁଖ ଅତିଥି ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିବେଶ ଶିକ୍ଷା ବିଷୟରେ ଶିବିରାଥି ମାନଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡ. ଗିରିଧର ନାୟକ ଏହି ପରିମଳ ଓ ସ୍ୱଛତା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ. ଜାତୀୟ ସେବା ଯୋଜନା ଅଧିକାରୀ ସିମାଞ୍ଚଳ ମହାନ୍ତି , ଜାତୀୟ ସେବା ଯୋଜନାର ୫୦ ଜଣ ସ୍ଵେଛା ସେବୀ ମାନଙ୍କୁ ନେଇ ଗ୍ରାମର କୋଠ ଗୃହ ଠାରୁ…
ବାଙ୍କୀ: ତା-୨୩/୦୧(ବିଏମସି ଟିଭି ଓଡ଼ିଆ) ଚାରିଆଡେ ପର୍ଯ୍ୟଟନ ଋତୁ ଚାଲିଥିଲା ବେଳେ ସିଦ୍ଧେଶ୍ୱେର ନାଟ୍ୟ ସଂସଦ ମଠ ଗ୍ରୁପ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅଂଶୁପା ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପରିବାର ର ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ହସ ଖୁସିରେ କଟିଥିଲା ସମସ୍ତ ଙ୍କ ସମୟ.ଅଂଶୁପା ପାର୍କ ରେ ବୁଲାବୁଲି କରି ମଜା ଉଠେଇଥିଲେ ମହିଳା ଓ ଶିଶୁ ମାନେ. ରାଇ ଚରଣ ବେହେରା ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସଂଗଠନ କିପରି ମଜଭୁତ ହୋଇ ଆଗକୁ ବଢିବ ସେ ବିଷୟରେ ବରିଷ୍ଠ ସଦସ୍ୟ ସୁଶାନ୍ତ ଶେଖର ସ୍ୱାଇଁ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଉପଦେଷ୍ଟା ଅଜୟ କୁମାର ରାଉତ ସମସ୍ତ ଙ୍କ ସୁଖ ଦୁଃଖ ରେ ଠିଆ ହୋଇ ସହଯୋଗ କରିବ ସହିତ ଭାଇ ଚାରା ସୃଷ୍ଟି କରିବା ପାଇଁ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ। ପ୍ରତିବର୍ଷ କିପରି ବନ୍ଧୁ ମିଳନ ଆହୁରି ସୁନ୍ଦର ହେବ…
ବେଲଗୁଣ୍ଠା: ତା -୨୧/୦୧(ବିଏମସି ଟିଭି ଓଡ଼ିଆ) ଗତ ମକର ଯାତ୍ରାରେ ବେଲଗୁଣ୍ଠାରେ ଦୁଇ ଦଳିତ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଆଜି ବେଲଗୁଣ୍ଠା ପୋଲିସ୍ ୧୭ ଜଣ ମହିଳାଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ମହିଳା ମାନେ ହେଲେ ବେଲଗୁଣ୍ଠା ହରିଜନ ସାହିର କବିତା ନାଇକ(୪୦), ଝିଲି ନାଇକ(୪୫), ବାମା ନାଇକ(୫୨), ଭାଗ୍ୟ ନାଇକ(୫୫), କୁମାରୀ ନାଇକ(୫୫), ଭାରତୀ ନାଇକ(୪୦), ହେମ ନାଇକ(୫୦), ବବିତା ନାଇକ(୪୫), ଦମୟନ୍ତୀ ନାଇକ(୪୨), ମିନି ନାଇକ(୪୫), ସଞ୍ଜୁ ନାଇକ(୪୦), ମାଧୁରୀ ନାଇକ(୫୫), ଶଇଳ ନାଇକ(୪୭), ମଙ୍ଗୁଳି ନାଇକ(୫୨), ଚମ୍ପା ନାଇକ(୫୦), ବାସନ୍ତୀ ନାଇକ(୫୩) ଏବଂ ସଞ୍ଜୁ ନାଇକ (୩୮) । ସୂଚନା ପ୍ରକାରେ ଗତ ମକର ସଂକ୍ରାନ୍ତି ଦିନ ବେଲଗୁଣ୍ଠାରେ ଲକ୍ଷ୍ମୀ ନୃସିଂହ ସପନ ମେଳା ଯାତ୍ରା ଚାଲିଥିବା ବେଳେ ହରିଜନ ଉଢୁରାର ଜଣେ ଯୁବକଙ୍କୁ ବେଲଗୁଣ୍ଠା ହରିଜନ ସାହିର କିଛି ଯୁବକ ଆକ୍ରମଣ କରିଥିବା ନେଇ ତା ପରଦିନ ସନ୍ଧ୍ୟାରେ…
