Author: BMC NEWS ODISHA

ବଲାଙ୍ଗୀର ;ତା-୦୭/୦୧(ବିଏମସି ଟିଭି ଓଡ଼ିଆ ) ଟିଟିଲାଗଡ ବ୍ଲକ୍ ଶିକ୍ଷା ବିଭାଗ ପାଇଁ ପାଇଁ ସମାଜସେବୀ ସୁବୋଧ ଦାସ ଙ୍କୁ ସ୍ଥାନୀୟ ବିଧାୟକ ନବୀନ ଜୈନ ନିଜ ପ୍ରତିନିଧି ଭାବରେ ନିଯୁକ୍ତ କରିଛନ୍ତି । ଏ ନେଇ ବିଧାୟକ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା୨୭୯/୨୬ ମାଧ୍ୟମ ରେ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରାଯାଇଅଛି ।ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ହାଟପଦା ପଡା ନିବାସୀ ଶ୍ରୀ ସୁବୋଧ ଦାସ ବ୍ରାହ୍ମଣ ସମାଜ ର ସଭାପତି ସହ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଅଛନ୍ତି। ଜନହିତକର କାର୍ଯ୍ୟ ଦାୟିତ୍ୱ ରେ ଶ୍ରୀ ଦାସ ନିଜ ଭୂମିକା ସକ୍ରିୟ ଭାବେ ସମ୍ପାଦନ କରି ପାରିବେ ବୋଲି ବିଧାୟକ ଶ୍ରୀ ଜୈନ ପ୍ରକାଶ କରିଛନ୍ତି । ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Read More

ବାଙ୍କୀ ;ତା-୦୭(ବିଏମସି ଟିଭି ଓଡ଼ିଆ) ବୁଧବାର ବାଙ୍କୀ ବିଧାନସଭା ଅନ୍ତର୍ଗତ ସୁବର୍ଣ୍ଣପୁର ମଣ୍ଡଳର କଦଳିବାଡି ଶକ୍ତିକେନ୍ଦ୍ରଠାରେ ଭାରତୀୟ ଜନତା ପାର୍ଟିର ବନ୍ଧୁମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଲୋକଙ୍କ ମୁଖ୍ୟମନ୍ତ୍ରୀ ମାନନୀୟ ମୋହନ ଚରଣ ମାଝୀ ଏବଂ ବାଙ୍କୀ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟକରି କଦଳିବାଡି ପଞ୍ଚାୟତର ଦୁଇଶହରୁ ଉର୍ଦ୍ଧ୍ବ ବିଜୁ ଜନତା ଦଳ ଏବଂ କଂଗ୍ରେସ ଦଳର ଛାମୁଆ କର୍ମୀମାନେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । କଟକ ଜିଲ୍ଲା (୧) ସଭାପତି ସୁକାନ୍ତ ବିଶ୍ବାଳଙ୍କ ସ୍ୱଭାପତିତ୍ୱରେ ଅନୁଷ୍ଠିତ ବନ୍ଧୁମିଳନ ଓ ମିଶ୍ରଣ ପର୍ବରେ ବାଙ୍କୀ ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ , ସାଂସଦ ପ୍ରତିନିଧି ଜୟନ୍ତ ବିଶ୍ଵାଳ, ସରୋଜ ମତ୍ତଗଜସିଂ,ଜିଲ୍ଲା ସମ୍ପାଦିକା ଅନିତା ମିଶ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦେବାଶିଷ ମାନସିଂ ମଣ୍ଡଳ ସଭାପତି ଶ୍ରୀରାମଚନ୍ଦ୍ର ରାଉତ, ଅଜାତି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।…

Read More

ବୌଦ୍ଧ ;ତା-୦୭/୦୧(ବିଏମସି ଟିଭି ଓଡ଼ିଆ) ବୌଦ୍ଧ ଜିଲ୍ଲା ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଏରିଆ ତିଳପଙ୍ଗା ଗ୍ରାମର ଶ୍ରୀଶ୍ରୀ କପିଳେ ଶ୍ଵର ମଦିର ପ୍ରାଙ୍ଗଣରେ ଆଜି ତିନି ଦିନ ହେବ ନବାହ ପାରାୟଣ ହେଉଛି। ଏହା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚଳିବ ଏବଂ ନାମ ସଙ୍କିର୍ତ୍ତନ ତେର ତାରିଖ ଆରମ୍ଭ ହୋଇ ପନ୍ଦର ତାରିଖ ରେ ସରିବ। ଏହା ଅଂଚଳ ର ଲୋକ ଦମ୍ବ ର ଗାଡ ମଠ ର ମହନ୍ତ ବାବା ସର୍ବେଶ୍ଵର ଦାସ ଙ୍କୁ ଦକାଇ କେମିତି ପାରାୟଣ ହେବ ଏବଂଆମ ଉପାନ୍ତ ଅଞ୍ଚଳ ତିଳପଙ୍ଗା ଗ୍ରାମ ର ଶିବମନ୍ଦିର ରେ ନବାହ ପାରାୟଣ ହେବ ତାହା ଗ୍ରାମର ସନତ ସାହୁ ନେତୃତ୍ୱ ରେ ଆଚାର୍ଯ୍ୟ ସଚୀନ ପୁରୋହିତ, ସହଯୋଗୀ ଆଚାଯ୍ୟ ରାମଚନ୍ଦ୍ର ପାଣିଗ୍ରାହୀ ଙ୍କୁ ପୂଜା କାର୍ଯ୍ୟ ତୁଲାଇ ଥିଲେ। ଏବଂ ବ୍ୟାସ ଚଇତନ୍ୟ ମିଶ୍ର ପ୍ରବଚନ ଦେଉଛନ୍ତି । ଏଥିରେ ଅଞ୍ଚଳର ସତ୍ୟ…

Read More

ବେଲଗୁଣ୍ଠା ;ତା-୦୭/୦୧(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଖଇରପୁଟି ପଂଚାୟତ ଉଚ୍ଚ ବିଦ୍ୟାଳୟର ଚଳିତ ବର୍ଷର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭଳି ଅଭିଭାବକମାନଙ୍କର ମଧ୍ୟ ଗୁରୁ ଦାୟିତ୍ୱ ରହିଛି । ତେଣୁ ଅଭିଭାବକ ମାନେ ଉଚ୍ଚ ଶିକ୍ଷିତ ନହେଲେ ମଧ୍ୟ ନିଜ ସନ୍ତାନ ମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ସହିତ ସେମାନଙ୍କର ଉପଯୁକ୍ତ ସଂସ୍କାର, ଆଚ଼ରଣ ପ୍ରତି ଯତ୍ନବାନ ହେବା ପାଇଁ ଉପସ୍ଥିତ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ । ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସତ୍ୟବାନ ସ୍ୱାଇଁ, ସମିତିସଭ୍ୟା ଶାନ୍ତି ବେହେରା, ଯୁବ…

Read More

ବାଙ୍କୀ ;ତା-୦୫/୦୧(ବିଏମସି ଟିଭି ଓଡ଼ିଆ ) ବାଙ୍କୀ ଉପଖଣ୍ଡସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଚଳିତ ବର୍ଷ ଯଥାରୀତି ଆଡମ୍ବର ଭାବେ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶ୍ରୀ ପ୍ରଣବ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଉପଜିଲ୍ଲାପାଳ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଜାକଜମକରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ଦିନ ଭୋର ୪.୩୦ ରୁ ୫.୩୦ ମିନିଟ ସମୟ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଡ଼ାକବାଜି ଯନ୍ତ୍ର ଦ୍ୱାରା ସହର ମଧ୍ୟରେ ‘ରାମଧୁନ’ ପ୍ରଚାର କରାଯିବ। ପ୍ରତ୍ୟୁଷରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ ଓ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ , ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନରେ ସକାଳ ୭.୩୦ ମିନିଟ ସୁଦ୍ଧା…

Read More

ବଲାଙ୍ଗୀର ;ତା-୦୫/୦୧(ବିଏମସି ଟିଭି ଓଡ଼ିଆ) ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଆଜି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କୁ ସମୁଦାୟ ୨୮ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୨୪ଟି ବ୍ୟକ୍ତିଗତ ଅଭିଯୋଗ ଓ ଅବଶିଷ୍ଠ ୪ଟି ସାମୁହିକ ଅଭିଯୋଗ ଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କ ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣି କରିଥିଲେ । ସେଥିରୁ ୦୫ଟି ମାମଲାର ଶୁଣାଣିର ତୁରନ୍ତ ସମାଧାନ କରିଥିଲେ ଏବଂ ବାକି ଥିବା ମାମଲା ଗୁଡିକୁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଯଥାଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଦୁଇ ଜଣ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଦିବ୍ୟାଙ୍ଗ ଦୃଷ୍ଟିହୀନ ଛାତ୍ରଙ୍କୁ ଜିଲ୍ଲାପାଳ ଲାପଟପ…

Read More

ବୋଲଗଡ଼ ; ତା-୦୨/୦୧ ( ବିଏମସି ନ୍ୟୁଜ୍ ଓଡ଼ିଶା )ମାନବ ସେବା ହିଁ ମାଧବ ସେବା ଉକ୍ତିକୁ ପାଥେୟ କରି ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ସରକାରୀ କଳାଙ୍ଗ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ତଥା ବରିଷ୍ଠ ଶଲ୍ୟ ଚିକିତ୍ସା ବିଶେଷଞ ଡାକ୍ତର ଶରତ ଚନ୍ଦ୍ର ଜୟସିଂହ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଖଟିଖିଆ, ଦିନ ମଜୁରିଆ ,ଗରିବ ଓ ଅସହାୟ ରୋଗୀ ମାନଙ୍କୁ ସ୍ନେହ ମମତା ଦେଇ ସଦାସର୍ବଦା ମାଗଣାରେ ଉତ୍ତମ ସ୍ବାସ୍ଥ୍ଯ ସେବା ଯୋଗାଇ ଦେଉଅଛନ୍ତି। ତେଣୁ ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ରାଜନୀତିଞ, ସାମାଜିକ କର୍ମୀ ଓ ସାମ୍ବାଦିକ ପ୍ରମୁଖ ପରୋପକାରୀ ତଥା ସ୍ନେହୀ ଡାକ୍ତର ଶରତ ଚନ୍ଦ୍ର ଜୟସିଂହଙ୍କୁ ଜନକଲ୍ୟାଣ କାଯ୍ୟକ୍ରମ ପାଇଁ ଉଚ୍ଚ ପ୍ରଶଂସା କରି ଅଛନ୍ତି। ବୋଲଗଡ଼ ମହୋସ୍ଚବ କମିଟି ତରଫରୁ ଡାକ୍ତର ଶ୍ରୀ ଜୟସିଂହଙ୍କୁ ମୁଖ୍ଯଅତିଥି ପ୍ରୁଥ୍ବୀ ବଲ୍ଲଭ ପଟ୍ଟନାୟକ ଓ ରାଜ୍ଯ ପ୍ରଦେଶ କଂଗ୍ରେସ କମିଟିର ମହିଳାମୋର୍ଚ୍ଚା ଉପସଭାନେତ୍ରୀ…

Read More

ନୟାଗଡ଼ ; ତା-୦୧/୦୧ ( ବିଏମସି ଟିଭି ଓଡ଼ିଆ) ରାଜ୍ୟରେ ନବବର୍ଷ ପାଳନ ନକରିବାକୁ କଡା ଚିଠି ଦେଇଥିବାବେଳେ ନୟାଗଡ ମ୍ୟୁନିସିପାଲିଟି ନିଜ କାର୍ଯ୍ୟାଳୟରେ ନ କରି ଅନ୍ୟତ୍ର ଲୁଚାଛପାରେ ଉତ୍ସବ ମନାଇଛି । ଏଥିପାଇଁ ମ୍ୟୁନିସିପାଲିଟି ତହବିଲରୁ ମଧ୍ୟ ଲକ୍ଷାଧିକ ଟଙ୍କା ବି ବ୍ୟୟ ହୋଇଛି । ଏନଏସି ଓ ମ୍ୟୁନିସିପାଲିଟି ହେବା ଭିତରେ ନବ ବର୍ଷ କେବେ ପାଳିତ ହୋଇନଥିଲା । କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ହୋଟେଲ ପରିସରରେ ସମ୍ବର୍ଦ୍ଧନା ଦିଆଯାଇ ନୂଆବର୍ଷକୁ ପାଳନ କରିଥିଲେ । କିଛି ସାମ୍ବାଦିକ ବି ଯାଇନଥିଲେ । ସାମ୍ବାଦିକଙ୍କୁ ମନାଇବା ପାଇଁ ଏଭଳି ଏକ ପ୍ରୟାସ କରିଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ନଗରପାଳ ଏବଂ ଉପନଗରପାଳ ଏବଂ କିଛି ହାତଗଣତି କାଉନସିଲର ମଧ୍ୟ ଉପସ୍ଥିତ ଥିଲେ । ଏହା ସରକାରୀ ଭାବେ ନକରାଇ ବେସରକାରୀ ଭାବରେ ଅନ୍ୟତ୍ର କରିଥିବାର ଜଣାପଡିଛି । ଏ ବାବଦରେ କେଉଁଠୁ ଏତେ ଅର୍ଥ…

Read More

ରଣପୁର ; ତା-୦୧/୦୧/୨୦୨୬ ( ବିଏମସି ଟିଭି ଓଡ଼ିଆ ) ଗାୟତ୍ରୀ ଫାଉଣ୍ଡେସନ ଓ କୁଳାସର ଆଞ୍ଚଳିକ ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ତଥା ସମାଜସେବୀ ସାମ୍ବାଦିକ ଵିନୋଦ କୁମାର ସାହୁଙ୍କ ଉଦ୍ୟମରେ, ନୁଆ ବର୍ଷ ଉପଲକ୍ଷେ ଗୁରୁବାର ଦିନ ରଣପୁର ବ୍ଲକ ଅନ୍ତର୍ଗତ କୁଳାସର ଗ୍ରାମ ପଞ୍ଚାୟତର ଚଣ୍ଡୀ ଛକଠାରେ ଅସହାୟ ଗରିବ, ବୃଦ୍ଧା, ବୃଦ୍ଧ ଓ ଭିନ୍ନକ୍ଷମ ଲୋକମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥାପି ଗାୟତ୍ରୀ ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ନାୟକ, ସମ୍ମାନିତ ଅତିଥି ଭାବେ କୁଳାସର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲଳିତ ବାହିନୀପତି, ସମାଜସେବୀ ଶେଖ ଇଦ୍ରୀସ, ହୃଦାନନ୍ଦ ସାହୁ, କୃଷ୍ଣ ଚନ୍ଦ୍ର କର ପ୍ରମୁଖ ଯୋଗ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ । ସମାଜସେବୀ ତ୍ରିନାଥ ବିଶ୍ୱାଳ, ଲିଙ୍ଗରାଜ ପ୍ରଧାନ, ଅଜୟ କୁମାର ବାରିକ, ନିଶିକାନ୍ତ ମହାରଣା, ଜବାରୁଦ୍ଧିନ…

Read More

ଭୁବନେଶ୍ୱର/ବରଗଡ଼ ; ତା-୩୦/୧୨ ( ବିଏମସି ଟିଭି ଓଡ଼ିଆ) ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ସପ୍ତମ ଦିନରେ ଦର୍ଶକମାନେ ଦେଖିଲେ ଏକ ନିଆରା ଦୃଶ୍ୟ। କଂସ ମହାରାଜଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘କଳିଙ୍ଗ ସମ୍ରାଟ’ ଭାବେ ଉପସ୍ଥିତ ହୋଇ ମଥୁରା (ବରଗଡ଼) ନଗରୀର ବିକାଶର ହିସାବ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ବରଗଡ଼ ଜିଲ୍ଲା ପାଇଁ ୧୩୬୨ କୋଟି ଟଙ୍କାରୁ ଅଧିକ ବ୍ୟୟରେ ୧୨୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରାଯାଇଛି। ଏଥିମଧ୍ୟରେ ୯୮୦.୫୮ କୋଟି ଟଙ୍କା ବ୍ୟୟରେ ୮୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ୩୮୨.୨୬ କୋଟି ଟଙ୍କାର ୩୮ଟି ପ୍ରକଳ୍ପର ଉଦ୍‌ଘାଟନ ସାମିଲ ରହିଛି। ଗୁରୁତ୍ୱପୂର୍ଣ୍ଣ ଶିଳାନ୍ୟାସ ଧନୁଯାତ୍ରା ପାଇଁ ସ୍ୱତନ୍ତ୍ର ରଙ୍ଗମହଲ ମଞ୍ଚ – ୧୨.୮୦ କୋଟିବରଗଡ଼ କେନାଲ ସୌନ୍ଦର୍ଯ୍ୟକରଣ (Box Conduit) – ୩୦.୧୭ କୋଟିଜିରା ନଦୀ ଅନ୍ତନଦୀ ଜଳାଶୟ – ୧୧୪.୮୭ କୋଟି ୩୮୦ କୋଟି ଟଙ୍କାର…

Read More

ଖୋର୍ଦ୍ଧା / ବୋଲଗଡ଼, ତା-୨୮/୧୨ ( ବିଏମସି ଟିଭି ଓଡ଼ିଆ ) ବୋଲଗଡ଼ ବ୍ଲକ ସ୍ଥାନୀୟ ନନ୍ଦୀଘୋଷ ଭବନ ପରିସରରେ ୨୦୦୦ ମସିହା ବୋଲଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମ୍ୟାଟ୍ରିକ ବ୍ୟାଚର ରୌପ୍ୟ ଜୟନ୍ତୀ ଓ ବନ୍ଧୁମିଳନ ବାସନ୍ତୀ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶିକ୍ଷୟତ୍ରୀ ମୀରା ମଞ୍ଜରୀ ସାହୁ ଓ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ବିରଞ୍ଚି ନାରାୟଣ ଚହଟରାୟ ଓ ଦାଶରଥି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ, ଦୀପ ଓ ଧୂପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଛାତ୍ରୀମାନେ ଶିକ୍ଷକମାନଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ବୋଲଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦୦୦ ମସିହା ମ୍ୟାଟ୍ରିକ ବ୍ୟାଚରେ ପଢ଼ୁଥିବା ୧୦୦ରୁ ଉର୍ଦ୍ଧ ଛାତ୍ରୀମାନେ ଏକତ୍ରିତ ହୋଇ ପୁରୁଣା ସ୍ମୃତିକୁ ଉଜ୍ଜୀବିତ…

Read More

ବେଲଗୁଣ୍ଠା: ତା-୨୯/୧୨(ବିଏମସି ଟିଭି ଓଡ଼ିଆ) ଆଜି ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ୨୦୧୭ ମେଟ୍ରିକ ବ୍ୟାଚର ବନ୍ଧୁମିଳନକାର୍ଯ୍ୟକ୍ରମ ମାଆ କନ୍ଧୁଣିଦେଵି ପୀଠରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମନ୍ଦିର ପୀଠରେ ମାଆ କନ୍ଧୁଣିଦେଵିଙ୍କୁ ସମସ୍ତ ସହପାଠୀ ଏକ ଭକ୍ତିପୂତ ପୂଜାପାଠ କରିଥିଲେ। ପରେ ମନ୍ଦିର ପରିସରରେ ଏକ ସାଙ୍ଗଠନିକ ବୈଠକ କରି ସମସ୍ତ ବନ୍ଧୁ ମାନଙ୍କ ଭିତରେ ଏକ ଭାଇଚାରାର ଯୋଗସୂତ୍ର ରଖି ଦୁଃଖ ସୁଖରେ ଭାଗିଦାରୀ ହେବା ପାଇଁ ନିଷ୍ପତି ନିଆଯାଇଥିଲା। ଏବଂ କିଛି ବନ୍ଧୁମାନେ ଉପସ୍ଥିତ ନଥିବା ଯୋଗୁଁ ଦୁଃଖ ପ୍ରକାଶ କରିବା ସହିତ ଆଗାମୀ ବର୍ଷ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯେମିତି ସମସ୍ତେ ମିଶିପାରିବେ ସେ ଉପରେ ଆଲୋଚନା ହୋଇଥିଲା। ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।

Read More