ରାୟଗଡା: ତା -୨୩/୦୯(ବିଏମସି ଟିଭି ଓଡ଼ିଆ)ରାୟଗଡ: ସ୍ଥାନୀୟ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲଫର ଟ୍ରଷ୍ଟ କାର୍ଯ୍ୟାଳୟରେ ସାଇପ୍ରିୟା ନଗର ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କିଶୋର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଜୟଦେବ ସୀଠ ଓ ଶ୍ରୀମତୀ ସସ୍ମିତା ମହାନ୍ତି ଯୋଗଦେଇ ସାଧାରଣତନ୍ତ୍ର କାହିଁକି ପାଳନ କରାଯାଏ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉପସ୍ଥାପନ କରିଥିଲେ । ଏହି ବକ୍ତୃତା ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ବରିଷ୍ଠ ଓ କନିଷ୍ଠ ବର୍ଗରେ ପ୍ରାୟ ୩୪ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ବକ୍ତୃତା ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ଛାତ୍ରୀ ବବଲୀ ବିଶ୍ୱକର୍ମା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଛାତ୍ର ହାର୍ଦିକ ମିନାକା ଦ୍ୱତୀୟ ଓ…
Author: BMC NEWS ODISHA
ଆନନ୍ଦପୁର: ତା -୨୧/୦୧(ବିଏମସି ଟିଭି ଓଡ଼ିଆ) ଆନନ୍ଦ ପୁର ବିଧାୟକ ଅଭିମନ୍ୟୁ ସେଠି ଓ ଏ ଅଞ୍ଚଳ ର ଘସିପୁରା ବିଧାୟକ ସାମନ ଅତିଥି ବଦ୍ରୀ ନାରାୟଣ ପାତ୍ର ଆନନ୍ଦ ପୁର ଉପ ଜିଲ୍ଲା ପାଳ ନୀଳ ମାଧବ ସୁନା ଏବଂ ଉତ୍ତରା ଅଂଚଳ ର ସମ୍ବଲପୁର ର କୃଷି ନିରକ୍ଷନ ଯନ୍ତ୍ରୀ ନରେନ୍ଦ୍ର କୁମାର ପଣ୍ଡା ଓ ହାଟତି ବ୍ଲକ ର ଅଧକ୍ଷା ସାବିତ୍ରୀ ସେଠି ଉପଦକ୍ଷ୍ୟା ରତିକାନ୍ତ ରାଉତ ଏମାନଙ୍କ ଦ୍ଵାରା ଦୀପ ପଜଲଣ ଜାତୀୟ ସଂଗୀତ ଗାନ କରିଲେ ଓ ସମାହାର କୁ ଉଦଘାଟନ କରିଥିଲା ଓ ଗଷ୍ଟି ଅଧିକାରୀ ଜୟନ୍ତ କୁମାର ଦାସ ଓ ଶୁଭଶ୍ରୀ ନାୟକ ଉମାନଜରି ମହାନ୍ତ ଓମୟ କୁମାର ପଣ୍ଡା କୃଷକ ବିଭାଗ ର ସମସ୍ତ କର୍ମକର୍ତା ଅଂଶ ଗ୍ରହଣ କରିଥିଲେ ଘସିପୁରା ବିଧାୟକ ଦ୍ଵାରା ଭଲ କୃଷକଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା ଏବଂ ଡିଜିଟାଲ ଯନ୍ତ୍ର ପାତି ଦ୍ଵାରା…
ରାୟଗଡ଼ା: ତା- ୨୦/୦୧(ବିଏମସି ଟିଭି ଓଡ଼ିଆ) ରାୟଗଡ଼ା ଜିଲ୍ଲା ରାୟଗଡ଼ା ବ୍ଳକ୍ ତାଡ଼ମା ପଞ୍ଚାୟତ ଅଧିନସ୍ତ ସିଙ୍ଗିପୁଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ଦାସ ଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ଏଥିର ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା ଉପସ୍ଥିତ ରହିଥିବା ବେଳେ ମୁଖ୍ୟ ବକ୍ତା ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ତାଡ଼ମା ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ପାଳ ଓ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଆଲେମି ଜାକାକା, ସମିତି ସଭ୍ୟ ଚନ୍ଦ୍ରଶେଖର ଖରସାଳିବଂଶ, ଆଞ୍ଚଳିକ କେନ୍ଦ୍ର ସଂଯୋଜକ ଏମ ଗଣେଶ୍ୱର ରାଓ, ସହକାରୀ ଗୋଷ୍ଟି ଶିକ୍ଷ୍ୟା ଅଧିକାରୀ ବଳରାମ ହୁଇକା , ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସପାଲ୍ ଖିରେଶ୍ୱର୍ ପ୍ରଧାନ,ଏସ ଏମ୍ ସି ଚେୟାରମେନ୍ କାନାରା କାଡ୍ରାକା ପ୍ରମୁଖ ମଞ୍ଚାସିନ ରହିଥିଲେ। ଏହି…
ବେଲଗୁଣ୍ଠା: ତା -୨୦/୦୧(ବିଏମସି ଟିଭି ଓଡ଼ିଆ) ବେଲ୍ଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ମ ବାର୍ଷିକ କ୍ରୀଡା ଉଦଯାପନୀ ଉତ୍ସବ ଅନୁଷ୍ଠାନ ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭଞ୍ଜନଗର ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ପରିଚାଳକ ମୋହିତ ରଞ୍ଜନ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପାଇଲିପଡା ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ପରିଚାଳକ ସତ୍ୟବାନ ପୋଢ଼ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କ୍ଷତ୍ରିୟବରପୁର କ୍ଲଷ୍ଟର ସିଆରସିସି ଛାୟାକାନ୍ତ ମହାପାତ୍ର , ଅବସର ପ୍ରାପ୍ତ ଶିକ୍ଷକ ସନାତନ ନାୟକ, ଅବସର ପ୍ରାପ୍ତ ଶିକ୍ଷକ ସୀତାକାନ୍ତ ତ୍ରିପାଠି ଯୋଗଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ କ୍ରୀଡା ସଂଯୋଜକ ସନ୍ତୋଷ କୁମାର ଗୌଡ଼ଙ୍କ ତତ୍ତ୍ୱାବଧାନରେ ପ୍ରଣୀତ ସାହୁ, ହରିପ୍ରୀୟା ବେହେରା, ସ୍ବର୍ଣ୍ଣଲତା ସାହୁ , ଅମରେନ୍ଦ୍ର ବେହେରା , ପ୍ରାଚିପ୍ରଭା ନାୟକ , ରୋଜାଲିନ…
ବେଲଗୁଣ୍ଠା: ତା -୧୮/୦୧(ବିଏମସି ଟିଭି ଓଡ଼ିଆ) ନିଜ ଅବସର ଜୀବନକୁ ସ୍ମୃତିମୟ କରିବା ପାଇଁ ବେଲଗୁଣ୍ଠା ବ୍ଳକ୍ ବେଣୀପଲ୍ଲୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସଦ୍ୟ ଅବସର ଗ୍ରହଣ କରିଥିବା ଶିକ୍ଷକ ସୂର୍ଯ୍ୟନାରାୟଣ ବେହେରା ନିଜ ଗ୍ରାମ ପାଇଲିପଡ଼ାରେ ଏକ ନିଆରା ଢଙ୍ଗରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ବେହେରାଙ୍କ ପ୍ରାଥମିକ ବିଦ୍ୟାଳୟର ସହପାଠୀ, କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟର ୧୯୮୧ ମସିହା ଏକାଦଶ ଶ୍ରେଣୀର ସହପାଠୀ ଏବଂ ୧୯୮୫/୮୭ ମସିହା ସିଟି ବ୍ୟାଚ୍ ର ସହପାଠୀ, ଶିକ୍ଷକ ଶିକ୍ଷୟିତ୍ରୀ, ସହକର୍ମୀ ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ବନ୍ଧୁ ମାନେ ଏକାଠି ହୋଇ ପରସ୍ପରକୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ । ବିଶେଷ କରି ଦୀର୍ଘ ୪୦ ରୁ ୪୫ବର୍ଷ ପରେ ଶ୍ରୀ ବେହେରାଙ୍କ ଏକାଦଶ ଶ୍ରେଣୀ ଏବଂ ସିଟି ଶ୍ରେଣୀର ସହପାଠୀ ମାନେ ଗୋଟିଏ ସ୍ଥାନରେ…
ବେଲଗୁଣ୍ଠା: ତା -୧୮/୦୧(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ଭବନର ୨୯ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶରେ ବାର୍ଷିକ ଉତ୍ସବର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରି ଲୋପାମୁଦ୍ରା ରଥ ଯୋଗ ଦେଇ କ୍ରୀଡା ଓ ବ୍ୟାୟାମର ଉପକାରିତା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ନଗର ସାଂସଦ ପ୍ରତିନିଧି ନାରାୟଣ ସାହୁ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠି,ସିଡିପିଓ ନଳିନୀ ମହାରଣା, ଶିକ୍ଷକ ଅଜିତ୍ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଅନୁଷ୍ଠାନର ପ୍ରଧାନ…
ବୌଦ୍ଧ: ତା – ୧୮/୦୧(ବିଏମସି ଟିଭି ଓଡ଼ିଆ) ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଗୁନ୍ଦୁଲିଆ ଗ୍ରାମପଞ୍ଚାୟତ ର ଗୁନ୍ଦୁଲିଆ ଗ୍ରାମର କୈଳାସୀ ହାଇସ୍କୁଲ ର ଦୁଇ ହଜାର ସାତ ମସିହା ର ଛାତ୍ର, ଛାତ୍ରୀ ମାନଙ୍କର ବନ୍ଧୁମିଳନ ହୋଇଯାଇଛି। ଏଥିରେ ଦୁଇହାଜର ସାତ ମାଟ୍ରିକ ବ୍ୟାଚ ର ଛାତ୍ରୀ ଭାଗ୍ୟବତୀ କଅଁର ଙ୍କ ଉଦ୍ୟମ କ୍ରମେ ପ୍ରଧାନ ଶିକ୍ଷକ ରାଜୀବ କର୍ମୀ, ବିଦ୍ୟାଧର ମହାକୁଡ଼, ସୁଦର୍ଶନ ଦେହୁରୀ,କ୍ଲର୍କ ରଞ୍ଜନ ଦେହୁରୀ ଛାତ୍ର ରଘୁନ୍ଦନ ଭୁକ୍ତା, ପ୍ରଶାନ୍ତ ମଳିକ, ସୁଦର୍ଶନ ଥାଟି, ସୁଶାନ୍ତ ଝାଙ୍କର, ବାବୁଲା କଅଁର, ଛାତ୍ରୀ ପଦ୍ମିନୀ ମେହେର ସମେତ ଚାଳିଶ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ବ୍ରହ୍ମପୁର:ତା -୧୮/୦୧(ବିଏମସି ଟିଭି ଓଡ଼ିଆ) ଗୋସାଇଁ ନୂଆଗାଁ ଗୋପାଳକୃଷ୍ଣ ରଙ୍ଗମଞ୍ଚ ଠାରେ ରବିବାର ଓଡ଼ିଶା ଚିତ୍ରାଳୟ ମାଲିକ ମହାସଂଘ ନୟାଗଡ଼ ର ୨୧ ତମ ବାର୍ଷିକ ଉତ୍ସବ ୨୦୨୬ ସଭାପତି ନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ପରିଷଦ ଅଧକ୍ଷ ସୁରଥ ପ୍ରଧାନ, ଗଂଜାମ ଜିଲ୍ଲା ଦଣ୍ଡକାଳୀ ମହାସଂଘ ସଭାପତି ବ୍ରଜ ସୁନ୍ଦର ମଳିକ, ଗଂଜାମ ସଂଘ ସଭାପତି ଦିଲିପ କୁମାର ସାମନ୍ତରା , ସଚିବ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଉପଦେଷ୍ଟା ବିଜୟ କୁମାର ସାହୁ, ମୀନକେତନ ମହାପାତ୍ର, ନୟାଗଡ଼ ସଭାପତି ଭିମସେନ ବେହେରା, ଧ୍ରୁବ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ଥିଲେ। ସଂଘ ସଚିବ ଆଚାର୍ଯ୍ୟ ସଂପାଦକୀୟ ବୀବରଣୀ ପାଠ କରିଥିବା ବେଳେ ଏଠାରେ ଅତିଥି ମାନଙ୍କ ଦ୍ଵାରା ନୂତନ ବର୍ଷ ର କ୍ୟାଲେଣ୍ଡର ଉନ୍ମୋଚିତ କରାଯାଇଥିଲା। ପରେ ସୁରଥ ଚନ୍ଦ୍ର ପ୍ରଧାନ, ବ୍ରଜ ସୁନ୍ଦର ମଳିକ,…
ଖୋର୍ଦ୍ଧା ;ତା-୦୮/୦୧(ବିଏମସି ଟିଭି ଓଡ଼ିଆ) ଗୁରୁବାର ଅପରାହ୍ନରେ ଆଇଏନଏସ ଚିଲିକା ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ୨୦୨୫ ସଂସ୍କରଣର ଦ୍ୱିତୀୟ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ୍ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି।ଏହି ବ୍ୟାଚରେ ସମୁଦାୟ ୨୧୦୩ ଅଗ୍ନିବୀରଙ୍କ ମଧ୍ୟରେ ୧୧୩ ଜଣ ମହିଳା ଅଗ୍ନିବୀର,ଏବଂ ୨୭୦ ଜଣ ଏସଏସଆର ଓ ୨୯୫ ଜଣ ତଟରକ୍ଷି ନାବିକ ଦିର୍ଘ ୧୬ ସପ୍ତାହ ଧରି ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ନେଇଥିଲେ। ସଫଳତାର ସହ ଦେଶ ସେବା ପାଇଁ ଭାରତୀୟ ନୌସେନାରେ ନୂତନ ଯାତ୍ରା ଆରମ୍ଭ କରିଥିବାରୁ ଏହି ଭବ୍ୟ ସମାରୋହରେ ସେମାନଙ୍କ ଅବଦାନକୁ ସ୍ୱୀକାର କରି ଅଗ୍ନିବୀରଙ୍କ ପିତାମାତା,ଅଭିଭାବକଙ୍କୁ ନୌସେନା ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି। ଆଇଏନଏସ ଚିଲିକା ନୌସେନା କମୋଡୋର ବି ଦୀପକ ଅନୀଲଙ୍କ ତତ୍ୱବାଧାନରେ କମାଣ୍ଡିଙ୍ଗ-ଇନ-ମୁଖ୍ୟ ଦକ୍ଷିଣ ନୌସେନା କମାଣ୍ଡର ଭାଇସ ଆଡ଼ମିରାଲ ସମୀର ସକସେନା , ଏଭିଏସଏମ,ଏନଏମ,ଫ୍ଲାଗ ଅଫିସର ଉକ୍ତ ପ୍ୟାରେଡକୁ ନିରିକ୍ଷଣ କରିଥିଲେ। ଉକ୍ତ ପ୍ୟାରେଡ ସମାରୋହରେ ଉଚ୍ଚ ପଦସ୍ଥ ନୌସେନା…
ଆନନ୍ଦପୁର ;ତା-୦୭/୦୧(ବିଏମସି ଟିଭି ଓଡ଼ିଆ) ସେପଟେ ବିଲ ତଳ ମୁଣ୍ଡକୁ ପାଣି ନାହିଁ , ଏପଟେ ବିଭାଗ ପାଳନ କରୁଛି ପାଣି ପଞ୍ଚାୟତ ସପ୍ତାହ ।ଆନନ୍ଦପୁର ଜଳସମ୍ପଦ ବିଭାଗ ଡାକବଙ୍ଗଳା ପରିଷରରେ ଜଳ ସେଚନ ବିଭାଗ ତରଫରୁ ଆୟୋଜିତ ପାଣି ପଞ୍ଚାୟତ ସପ୍ତାହ ପାଳନ ଅବସରରେ ଏଭଳି କିଛିକହି ବିଭାଗ ଉପରେ ବର୍ଷିଛନ୍ତି ଚାଷୀ ଓ ପାଣି ପଞ୍ଚାୟତ କର୍ମକର୍ତ୍ତା। ଉପଯୁକ୍ତ ସମୟରେ କେନାଲ ର ମରାମତୀ ଅଭାବ ସହ ଦଳ ସଫା ନହେବାରୁ କେନାଲ ପାଣି ତଳ ମୁଣ୍ଡରେ ଥିବା ଚାଷୀର କ୍ଷେତରେ ପହଁଞ୍ଚିପାରୁନାହିଁ ।ସେହିପରି କେନାଲ ରୁ ଦଳ ସଫା କଲେ ତାର ବିଲ୍ ପାଇବାକୁ ବର୍ଷ ବର୍ଷ ଲାଗି ଯାଉଛି ।ଫଳରେ ପାଣି ପଞ୍ଚାୟତ କର୍ମକର୍ତା ମାନେ ବିଭାଗି ଅଧିକାରୀ ଙ୍କ କଥାରେ କାମ କରିବାକୁ ଏବେ ଅନିଚ୍ଛା ପ୍ରକାଶ କରୁଛନ୍ତି ।ଚାଷୀ କୁ କେନାଲ ଯୋଗେ ପାଣି ଯୋଗାଇବାକୁ ଯେଉଁ ଅର୍ଥ ଆସୁଛି ତାହା ବିଭାଗିୟ…
ବ୍ରହ୍ମପୁର ;ତା-୦୭/୦୧(ବିଏମସି ଟିଭି ଓଡ଼ିଆ) ଆସନ୍ତା ୧୨ ତାରିଖ ସୋମବାର ଦିନ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ସମଗ୍ର ଦେଶରେ ଜାତୀୟ ଯୁବ ଦିବସଭାବେ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ୬ ତାରିଖ ମଙ୍ଗଳବାର ଦିନ ଲେପ୍ଟନାଣ୍ଟବିନତା କୁମାରୀ ଦାସଙ୍କ ସ°ଯୋଜନାରେ ମହାବିଦ୍ୟାଳୟର ଏନ୍.ସି.ସି. କ୍ୟାଡେଟ୍ ୨(୦) ବାଳିକାବଟାଲିୟନ ରାୟଗଡ଼ା ତରଫରୁ ସ୍ଲୋ ସାଇକେଲ ରେସ ଏବଂ ସଟଫୁଟ୍ ରେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ଡ଼. ଦିଲୀପ କୁମାର ନାୟକ ଏହି ପ୍ରତିଯୋଗିତାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ବାଳିକା ବର୍ଗରେ ହୋଇଥିବା ସାଇକେଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବର୍ଷା ରାଣୀ ସାହୁ, ଦ୍ୱିତୀୟ ସ୍ଥାନରେ ଛାତ୍ରୀ ରଚିତା କୁମାରୀ ସାହୁ ଓ ତୃତୀୟ ସ୍ଥାନରେ ବିଷ୍ଣୁପ୍ରିୟା ରାଉତ ବିଜୟୀ ହୋଇଥିବାବେଳେ ସଟଫୁଟ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବର୍ଷା ରାଣୀ ସାହୁ, ଦ୍ୱିତୀୟ ସ୍ଥାନରେ ରାଜେଶ୍ୱରୀ ବେହେରା ଓ ତୃତୀୟ ସ୍ଥାନରେ ଛାତ୍ରୀ ମୌସୁମୀ…
ବେଲଗୁଣ୍ଠା ;ତା-୦୭/୦୧(ବିଏମସି ଟିଭି ଓଡ଼ିଆ) ସମାଜ ସଂସ୍କାରକ ତଥା ସୁସାହିତ୍ୟିକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ସାରା ରାଜ୍ୟରେ ୧୧୮ ଟି ବିଦ୍ୟାଳୟରେ ଆଜି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ଶୁଭ ଦେଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ର କ୍ଷତ୍ରିୟବରପୁର ପିଏମ୍ ଶ୍ରୀ ନୋଡାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭର୍ଚୁଆଲ ମାଧ୍ୟମରେ ଦିନ ଏଗାରଟା ଘଣ୍ଟା ଚାଳିଶି ମିନଟ୍ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଶୁଭ ଦେଇଥିବା ବେଳେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୧୮ ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ…
