Author: BMC NEWS ODISHA

ରାୟଗଡ଼ା: ତା -୨୭/୧୨(ବିଏମସି ଟିଭି ଓଡ଼ିଆ) ରାୟଗଡା ଜିଲ୍ଲା ଲୋକ ମୋହତ୍ସବ ଚଇତି ଆଜି ବହୁ ଆଡମ୍ବର ସହକାରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆରେ ଉଦ୍ଘାଟନ ହୋଇଯାଇଛି । ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ତତ୍ୱାବଧାନରେ ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଓ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରୁ ଆଜ୍ଞାମାଳ ଓ ମଶାଲ ସମେତ କଳସ ଯାତ୍ରା କରି ହଜାର ହଜାର ସଂଖ୍ୟାରେ ଜନ ସମୂହ, ପାରମ୍ପରିକ ଲୋକନୃତ୍ୟ ସହ ସାଂସ୍କୃତିକ ବାଦ୍ୟ କୀର୍ତନ ପଦଯାତ୍ରାରେ ବାହାରି ନଗର ପରିକ୍ରମା ସାରିବା ପରେ ଜିସିଡ଼ି ପଡିଆ ଚଇତି ମଣ୍ଡପ ଠାରେ ପହଂଚିଥିଲେ । ମଞ୍ଚରେ ଚତୁର୍ଦ୍ଧା ମୂର୍ତ୍ତି ସମେତ ମା ମଝିଘରିଆଣୀଙ୍କୁ ଅଭିସିତ କରାଯାଇଥିଲା ପ୍ରଥମ ରାଜନୀର ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ…

Read More

ବ୍ରହ୍ମପୁର:ତା-୨୬/୧୨(ବିଏମସି ଟିଭି ଓଡ଼ିଆ) ବ୍ରହ୍ମପୁର ମହୋତ୍ସବ ୬ ରୁ ୧୨ ଫେବୃୟାରୀ ସାତଦିନ ବ୍ୟାପି ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।ମହୋତ୍ସବ ରେ ସ୍ଵୟଂ ସହାୟକ ଗୋଷ୍ଟି , କୁଟୀର ଶିଳ୍ପ, ପ୍ରକାଶକ ଓ ସରକାରୀ ବେସରକାରୀ ବିଭିନ୍ନ କିସମର ଷ୍ଟଲ ସହ, ପ୍ରତ୍ୟେକ ଦିନ ଶିକ୍ଷା,ସାହିତ୍ୟ ସଂସ୍କୃତି ପରମ୍ପରା, ଅର୍ଥନୀତି ର ବିକାଶ ନେଇ ଆଲୋଚନା ଅନୁଷ୍ଠିତ ହେବ।ଛାତ୍ର ଛାତ୍ରୀ ମହିଳା ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ସ୍ବାସ୍ଥ୍ୟ ସେବା ଶିବିର ରକ୍ତ ଦାନ, ବକ୍ସିଂ, ସୁନ୍ଦର୍ ସ୍ୱାସ୍ଥ୍ୟ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ସ୍ମରଣିକା ପ୍ରକାଶ କରାଯିବା ନେଇ ନିଷ୍ପତି ହୋଇଛି। ମହୋତ୍ସବ କୁ ସଫଳ ରୂପେ ପରିଚାଳନା କରିବା ନିମନ୍ତେ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନୀଲ କୁମାର ଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ମହୋତ୍ସବ କମିଟି ଗଠନ କରାଯାଇଛି। ରେସ୍ପନ୍ସ ମର୍କେଟିଙ୍ଗ ଇଭେଣ୍ଟ ଏହାର ଦାୟିତ୍ଵ ନେଇଥିବା ବେଳେ ରାଜ୍ୟ ସରକାରଙ୍କ…

Read More

ସମ୍ବଲପୁର:ତା-୨୮/୧୨(ବିଏମସିଟିଭି ଓଡିଆ)ସମଗ୍ର ରାଜ୍ୟରେ ସମ୍ବଲପୁର ଜିଲ୍ଲା ପାଇଁ ଜମଜ ଭାଇ ଭଉଣୀ ଆଣିଲେ ପୁଣି ଗୌରବ। ଗତ ୨ ଦିନ ଧରି କଟକ ଜିଲ୍ଲା କୁରଙ୍ଗ ଶାସନ ମିନି ଷ୍ଟାଡିୟମରେ ଅନୁଷ୍ଠିତ ୧୩-୧୫ ବର୍ଷ ରାଜ୍ୟ ସ୍ତରୀୟ ତୀରନ୍ଦାଜି ପ୍ରତିଯୋଗିତାରେ ଏହି ସଫଳତା ଆଣିଛନ୍ତି ଯୁଯୋମୁରା ବ୍ଲକ୍‌ର ଦୁଇ ଜମଜ ଭାଇ ଭଉଣୀ। କଟକ ଜିଲ୍ଲା ଆଚେରୀ ଆସୋସିଏସନ ଓ ଓଡିଶା ଆଚେରୀ ଆସିସିଏସନ ର ମିଳିତ ଆନୁକୂଲ୍ୟ ଓ ଜିନ୍ଦଲ ଫାଉଣ୍ଡେସନ ସହଯୋଗରେ ୨୭ ଓ ୨୮ ତାରିଖ ୨ ଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅନ୍ଵେଷା ଦେହୁରୀ ବାଳିକା ବିଭାଗରେ ୩୬୦ରୁ ୨୯୮ ପଏଣ୍ଟ ରଖି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଅର୍ଣ୍ଣବ କୁମାର ଦେହୁରୀ ବାଳକ ବିଭାଗରେ ୩୬୦ ରୁ ୩୨୯ ପଏଣ୍ଟ ଆଣି ରୌପ୍ୟ ପଦକ ଜିତିଛନ୍ତି। ସେହିପରି ପ୍ରତିମା ସରୁକାତ ବାଳିକା ବିଭାଗରେ ୩୬୦ ରୁ ୨୯୫ ପଏଣ୍ଟ ଆଣି ରୌପ୍ୟ…

Read More

ସମ୍ବଲପୁର:ତା-୨୮/୧୨(ବିଏମସି ଟିଭି ଓଡିଆ)ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଓଡ଼ିଶା ଶାଖା ରାଜ୍ୟ ସଭାପତି ନିହାଲ ସିଂଙ୍କ ସଭାପତିତ୍ବରେ ସମ୍ବଲପୁର ଜିଲ୍ଲା ସମେତ ଓଡ଼ିଶାର ଅନେକ ପ୍ରତିଭାଙ୍କୁ ଦିଲ୍ଲୀଠାରେ ରାଷ୍ଟ୍ରୀୟ ସମ୍ମିଳନୀରେ ପାଇଥିବା ରାଷ୍ଟ୍ରୀୟ ସମ୍ମାନ ନିମନ୍ତେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ରାଜ୍ୟ ସାଧାରଣ ସମ୍ପାଦକ ଶିବଶଙ୍କର ପଧାନଙ୍କ ସଂଯୋଜନାରେ ମୁଖ୍ୟଅତିଥି ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ, ସମ୍ମାନିତ ଅତିଥି ଗୋପାଳ ପଧାନ, ରାଷ୍ଟ୍ରୀୟ ସମ୍ପାଦକ ଆଇନଜୀବୀ ଦୀପକ ରଞ୍ଜନ ବାଗଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ପ୍ରାପ୍ତ ଡ.ସୁଶିଲ କୁମାର ବେହେରା, ଅଶ୍ଵିନୀ ମେହେର, ଗଦାଧର ନିହାଲ, ବିପ୍ରଚରଣ ଜୟପୁରିଆ, ମୂରଲୀଧର ନାୟକ, ଅମିନ ମହାନନ୍ଦ, ନୁରି ପାଣିଗ୍ରାହୀ, ଜେନାବ ଖାନ୍, ଘନଶ୍ୟାମ ନାଗ, ଧର୍ମେନ୍ଦ୍ର ନାଗ, ସଫେଦ ବାରିକ, ବିକ୍ରମ ସାହୁ, ଯଶୋବନ୍ତି ନିଆଲ, କୃଷ୍ଣଚନ୍ଦ୍ର ସିନ୍ଦିରିଆ, ପିଙ୍କି ଲୁହା ଓ ଜଗନ୍ନାଥ କୁମ୍ଭାର ପ୍ରମୁଖଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବାବାସାହେବ ଆମ୍ବେଦକର, ମହାତ୍ମା…

Read More

ସମ୍ବଲପୁର:ତା-୨୮/୧୨(ବିଏମସି ଟିଭି ଓଡ଼ିଆ)ଗୁଦ୍‌ଗୁଦା ସାହିତ୍ୟ ସଂସଦର ସଭାପତି ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ୨୦୨୫ର ଶେଷ ଅଧିବେଶନରେ ଚଳିତ ବର୍ଷର ଭାରତ ବର୍ଷ ଓ ଆଗାମୀ ନୂତନ ବର୍ଷରେ କବିଙ୍କ ଦାୟିତ୍ଵ ସମ୍ପର୍କରେ ଆଲୋଚନା ଚକ୍ର ତଥା କୁଚିଣ୍ଡା ଉପଖଣ୍ଡ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଏହି ଅବସରରେ ସୁବାସ ନାୟକଙ୍କ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ରଚିତ ଆତ୍ମଜୀବନୀ ‘ଦୋଛକୀ ମଣିଷ’ର ପ୍ରିମିଅର କରି ଉଭୟ ଭାଷାର ପୁସ୍ତକର ମଲାଟକୁ ଶ୍ରୀମାଝୀ ଉନ୍ମୋଚନ କରିଥିଲେ। ଏହି ପୁସ୍ତକ କଟକର ଡିଡି ପ୍ରକାଶନୀ ପକ୍ଷରୁ ନିକଟରେ ପ୍ରକାଶିତ ହେବ ବୋଲି ସୂଚନା ଦିଆଯାଇଥିଲା। ଆଲୋଚନା ଚକ୍ରରେ ନାରୀ ନିର୍ଯାତନା , ଭାରତ ଓ ଆଖପାଖ ଦେଶରେ ହେଉଥିବା ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର ଉପରେ ଚିନ୍ତା ପ୍ରକଟ କରି ଏହା ବିରୁଦ୍ଧରେ ନୂତନ ବର୍ଷରେ କବିଗଣ ନିଜର ଲେଖନୀକୁ…

Read More

ସମ୍ବଲପୁର/ଗୋଡଭଗା:ତା-୨୭/୧୨(ବିଏମସି ଟିଭି ଓଡିଆ)ବରଗଡ଼ ଜିଲ୍ଲା ବରପାଲି ଜଗନ୍ନାଥନଗର ରେଲୱେ ଓଭରବ୍ରିଜ ବାଏପାସ ରାସ୍ତା ନିର୍ମାଣରେ କିଛି ନା କିଛି ସମସ୍ଯା ନୁତନ ରୂପରେ ଉଭା ହୋଇ ଅଞ୍ଚଳବାସୀଙ୍କୁ ମହାଅସୁବିଧାରେ ପକାଉଥିବାର ଅଭିଯୋଗ ଶୁଣିବାକୁ ମିଳୁଛି। ଆଜକୁ ଆଠ ବର୍ଷ ହେଲା ନିର୍ମାଣକାର୍ଯ୍ଯ ଜାରୀ ରହିଥିବା ବେଳେ ଗୋଟିଏ ସମସ୍ଯା ପୁରଣ ହେଉ ହେଉ ଭିନ୍ନ ଏକ ନୂତନ ସମସ୍ୟା ମୁଣ୍ତ ଟେକି ନିର୍ମାଣରେ ବାଧା ସୃଷ୍ଟି କରୁଛି। କିଛି ଦିନ ପୁର୍ବରୁ ବହୁ ଦିନର ଜମି ଅଧିଗ୍ରହଣ ସମସ୍ଯା ପୂରଣ ହୋଇ ନିର୍ମାଣ କାମ ଆଗେଇଥିବା ବେଳେ ବ୍ରିଜର ଆଉ ଏକ ସମସ୍ୟା ଶେଷମୁଣ୍ତ ଅଞ୍ଚଳରେ ଆଉ ଏକ ରୂପରେ ଉଭା ହୋଇ ଲୋକଙ୍କ ଯାତାୟତ ସହ ଘରୁ ବାହାରିବା କଷ୍ଟଦାୟକ ହୋଇଯାଇଛି। ଖବରରୁ ପ୍ରକାଶ ଯେ ଗତ ପନ୍ଦର ଦିନ ପୁର୍ବରୁ ଅଧିଗ୍ରହଣ ପାଇଁ ଭିନ୍ନ ଭିନ୍ନ ଘରସମ୍ମୁଖ ଚିହ୍ନଟ ଭାଗ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିଲା। ଆଜକୁ ପନ୍ଦର ଦିନ…

Read More

ବ୍ରହ୍ମପୁର -୨୬/୧୨ (ବିଏମସି ଟିଭି ଓଡ଼ିଆ) ଆମ ରାଜ୍ୟର ଜାତୀୟ ସ୍ମାରକୀ ତଥା ବିଶିଷ୍ଟ ଐତିହାସିକ ପୀଠ ରୂପେ ପରିଚିତ ଉତ୍କଳ ଆଶ୍ରମ ପରିସରସ୍ଥ ଭାଷା ଭବନ କକ୍ଷରେ ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ତ୍ରୟୋବିଂଶ ତମ ଏବଂ ଗଞ୍ଜାମ ଜିଲ୍ଲା ଲେଖିକା ସାମ୍ମୁଖ୍ୟ ସପ୍ତଦଶ ତମ ସ୍ଵନକ୍ଷତ୍ର ଉତ୍ସବ ସାରସ୍ଵତ ସମାରୋହ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନ କବିତା ପାଠୋତ୍ସବ ରେ ଲେଖକ ସାମ୍ମୁଖ୍ୟ ଉପସଭାପତି ଡ଼ ବିଜୟ ଚନ୍ଦ୍ର ମହାରଣା ସଭାପତିତ୍ବ କରିଥିଲା ବେଳେ ଅତିଥି ଭାବରେ ବିଶିଷ୍ଟ କବି ବିରୁପାକ୍ଷ ଦାଶ, ଲେଖିକା ସାମ୍ମୁଖ୍ୟ ଉପସଭାପତି ଶ୍ରୀମତି ଉମାରାଣୀ ପଣ୍ଡା, ପ୍ରମିଳା ମହଲା, ସଂଯୋଜିକା ଜ୍ୟେତ୍ସ୍ନାମୟୀ ପ୍ରଧାନ, ପ୍ରେମଶିଳା ଶିଳା ନନ୍ଦ, ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଦ୍ବିତୀୟ ଅଧିବେଶନ ଲେଖକ ସାମ୍ମୁଖ୍ୟ ସଭାପତି ହାଡ଼ିବନ୍ଧୁ ମାଳି ଏବଂ ଲେଖିକା ସାମ୍ମୁଖ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି…

Read More

ପୋଲସରା: ତା -୨୬/୧୨(ବିଏମସି ଟିଭି ଓଡ଼ିଆ) ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ନାମରେ ଗଠିତ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପୋଲସରା ଏନ୍ ଏ ସି ର ମାତୃଶକ୍ତି କଲ୍ଯାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ପାଳିତ ହୋଇଯାଇଛି। ପୋଲସରା ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ଥିବା ବେଳେ ପୋଲସରା ଓ ବୁଗୁଡା ବ୍ଳକ ଓ ଏନ୍ ଏ ସି ର ହଜାରରୁ ଉର୍ଦ୍ଧ୍ବ ବିଜୁ ପ୍ରେମୀ ଯୋଗଦେଇଥିଲେ। ପ୍ରଥମେ ଶ୍ରୀସାହୁଙ୍କ ସମେତ ବିଜେଡି କର୍ମୀ ଓ ସମର୍ଥକ ପୂର୍ବାହ୍ନରେ ସ୍ଥାନୀୟ ବସଷ୍ଟାଣ୍ଡରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ସମୟରେ ବିଜୁ ବାବୁ ଅମର ରହେ ଜୟ ଧ୍ୱନି ଦିଆଯାଇଥିଲା। ପରେ ସ୍ଥାନୀୟ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ…

Read More

ପୋଲସରା:ତା.୨୬/୧୨(ବିଏମସି ଟିଭି ଓଡ଼ିଆ) ପୋଲସରା ବ୍ଲକ୍ ରୁମାଗଡ଼ ପଞ୍ଚାୟତ ସ୍ଥିତ ଶ୍ରୀଶ୍ରୀ ଦଣ୍ଡେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ରୁମାଗଡର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମହାନ୍ତିଙ୍କୁ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସମାଜସେବୀ ପ୍ରଭାକର ପଣ୍ଡା, ମୁଖ୍ୟବକ୍ତା ଭାବେ ଚିକିଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ମହାନ୍ତି ଏଵଂ ସମ୍ମାନୀତ ଅତିଥିଭାବେ ସରପଞ୍ଚ ଜିତୁ ବିଷୋୟୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଗନ୍ନାଥ ବେହେରା, ହାତିଓଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ଦାସ,ମା ଭରାଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ମନ୍ଦାରର ପ୍ରଧାନ ଶିକ୍ଷକ ଅଭିରାମ ବେହେରା,ଭାଟଖାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧନାଥ ବେହେରା, ଗୋପୀନାଥ ଉଚ୍ଚ ବିଦ୍ୟାଳୟ ବର୍ତ୍ତିନୀର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସାହୁ, ରୁମାଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାଦୀ ପାତ୍ର…

Read More

ବେଲଗୁଣ୍ଠା: ତା -୨୬/୧୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ଅଞ୍ଚଳରେ ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିବା ବେଳେ ମେଡିକାଲ୍ ଆସିବାର ଦୀର୍ଘ ଦୁଇ ଘଣ୍ଟା ବିତିଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ନଆସିବା ଜନ ସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସୂଚନା ପ୍ରକାରେ ଆଜି ପିତଳ ଅଞ୍ଚଳର ଅମର ମୁନି (24) ଆଜି ବାଲିପଦର ପଟୁ ବେଲଗୁଣ୍ଠା ଅଭିମୁଖେ ଏକ ମୋଟରସାଇକେଲ୍ ଯୋଗେ ଆସୁଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ଚଢିଆପଲ୍ଲୀ ପୋଲ ନିକଟରେ ଦୁର୍ଘଟଣାର ଶିକାର ହୋଇ ରାସ୍ତା ଉପରେ ବେହୋସ ହୋଇ ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ପରେ ବେଲଗୁଣ୍ଠା ଅଞ୍ଚଳର ମନୋଜ ପ୍ରଧାନ ତାଙ୍କୁ ସନ୍ଧ୍ୟା ପାଞ୍ଚ ଘଣ୍ଟା ତିରିଶ୍ ମିନିଟ୍ ସମୟରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଗୁରୁତର ଅମରଙ୍କୁ ଚିକିତ୍ସାରେ ଅବହେଳା କରାଯିବା ସହିତ ଭଞ୍ଜନଗର ମେଡିକାଲ୍ କୁ ସ୍ଥାନାନ୍ତର…

Read More

ବେଲଗୁଣ୍ଠା: ତା -୨୮/୧୨(ବିଏମସି ଟିଭି ଓଡ଼ିଆ) ଘୁମୁସର ମାଟିର ଏକ ପ୍ରମୁଖ ସମାଜସେବୀ ଅନୁଷ୍ଠାନ ଭଞ୍ଜସେନା ସଂଗଠନର ପ୍ରଥମ ବୈଠକ ଏବଂ ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ବେଲଗୁଣ୍ଠା ବ୍ଲକ ତନରଡା ସ୍ଥିତ ମାଆ ବାସଙ୍ଗ ପୀଠରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ବଂଶୀଧର ପ୍ରଧାନ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ଭି. ଦେବୀପ୍ରସାଦ ପାତ୍ର ଉପସ୍ଥିତ ରହି ସଂଗଠନର ଲକ୍ଷ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ। ଭଞ୍ଜସେନା ସଂଗଠନ ଘୁମୁସର ଅଞ୍ଚଳରେ ସାମାଜିକ ବିକାଶ ସହିତ ଅସହାୟ ଓ ଦୁଃଖୀ ଲୋକଙ୍କ ସହାୟତା ଦିଗରେ କାର୍ଯ୍ୟ କରି ଆସୁଛି। ସଂଗଠନ ପକ୍ଷରୁ ଗୋ-ସୁରକ୍ଷା, ହିନ୍ଦୁତ୍ୱ ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ସଚେତନତା, ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ଭଳି କାର୍ଯ୍ୟକ୍ରମ କରାଯିବାକୁ ଲକ୍ଷ ରଖିଛି।ଆଗାମୀ ଦିନରେ ସଂଗଠନର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ…

Read More

ବେଲଗୁଣ୍ଠା:ତା-୨୬/୧୨(ବିଏମସି ଟିଭି ଓଡ଼ିଆ) ବର୍ତ୍ତମାନ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଶୀତ ସାଥିରେ ତାଳ ଦେଇଛି ଘନ କୁହୁଡ଼ି । ଏହି କୁହୁଡ଼ି ରାତିରୁ ଆରମ୍ଭ ହୋଇ ସକାଳ ଦଶଟା ପର୍ଯ୍ୟନ୍ତ ବାୟୁ ମଣ୍ଡଳକୁ ଆଚ୍ଛାଦିତ କରି ରଖୁଛି । ଆଜି ବେଲଗୁଣ୍ଠା ସହରରେ ଏହିଭଳି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ସହରରେ ଗତ କାଲି ରାତିରୁ ଆଜି ସକାଳ ସାଢେ ଦଶଟା ପର୍ଯ୍ଯନ୍ତ କୁହୁଡ଼ିର ଆସ୍ତରଣ ପଡିରହିଥିଲା । ଦିନ ଦଶଟା ପର୍ଯ୍ୟନ୍ତ କୁହୁଡ଼ି ଯୋଗୁଁ ରାସ୍ତାଘାଟ କିଛି ଦେଖା ଯାଉନଥିଲା । ଫଳରେ ଲୋକେ ବାହାରକୁ ବାହାରିବା ପାଇଁ ନିରାପଦ ମନେ କରିନଥିଲେ । ବିଶେଷ କରି ସକାଳୁ ରାସ୍ତା ଉପରେ ମର୍ଣିଙ୍ଗ୍ ୱାକ୍ କରୁ୍ଥିବା ଲୋକେ, ସକାଳୁ ପରିବାପତ୍ର ନେଇ ବଜାରକୁ ଆସୁଥିବା ଚାଷୀ ମାନେ ଏହି କୁହୁଡ଼ି ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା । ସାଢେ ଦଶଟା ପରେ…

Read More