ବେଲଗୁଣ୍ଠା: ତା -୨୯/୧୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଉଢୁରା ପଂଚାୟତରେ ପ୍ରଶାସନର ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ତହସିଲଦାର ତଥା ବିଡିଓ କଳାକୃଷ୍ଣ ପ୍ରଧାନ ଯୋଗ ଦେଇଥିବା ବେଳେ ଶିବିରରେ ୧୧୧ ଜଣଙ୍କ ଅଭିଯୋଗକୁ ପଞ୍ଜୀକରଣ କରାଯାଇଥିଲା । ଏହା ମଧ୍ୟରେ ମୁଖ୍ୟତଃ ଆବାସ ଯୋଜନା ପାଇଁ ୧୧ ଟି ଆବେଦନ ପତ୍ର ଗ୍ରହଣ କରାଯାଇଥିବା ବେଳେ ବିଭିନ୍ନ ଭତ୍ତା ପାଇଁ ୨୦ ଟି,ରାସନ୍ କାର୍ଡ୍ ବିଭାଗରେ ୩୫ ଟି,ରାସ୍ତା ସମସ୍ୟା ପାଇଁ ଗୋଟିଏ ଅଭିଯୋଗ ଗ୍ରହଣ କରାଯାଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ବିଷ୍ଣୁ ସେଠୀ, ସମିତିସଭ୍ୟ ସୁଧାଂଶୁ ଶେଖର ପୋଲେଇ, ସିଡ଼ିପିଓ ନଳିନୀ ମହାରଣା, ଏବିଡିଓ ସନ୍ତୋଷ ମନ୍ତ୍ରୀ, ସହକାରୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ତ୍ରୀପାଠି, କନିଷ୍ଠ ଯନ୍ତ୍ରୀ କ୍ଷୀରୋଦ ଦାସ, ଆସିଷ୍ଟାଣ୍ଟ କମ୍ପୁଟର୍ ପ୍ରୋଗ୍ରାମର ମିହିର ବିଶ୍ୱାଳ, ବ୍ଲକ୍ ଭେଟେନାରୀ…
Author: BMC NEWS ODISHA
ବେଲଗୁଣ୍ଠା: ତା -୨୯/୧୨(ବିଏମସି ନ୍ୟୁଜ ଓଡ଼ିଆ) ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର କୋ ୟୁନିଟ୍ ର ଶୀତକାଳୀନ ଜାତୀୟ ସେବା ଶିବିର ଅନୁଷ୍ଠାନ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତନରଡା ସରପଞ୍ଚ ପ୍ରତିନିଧି ତଥା ବିଶିଷ୍ଟ ସମାଜସେବୀ ଅନୀଲ୍ କୁମାର ପାଠୀ ଙ୍କ ସମେତ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ,ଗ୍ରନ୍ଥାଗାରିକ ରଞ୍ଜିତ୍ କୁମାର ସାମଲ୍ ଜାତୀୟ ସେବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରୋଗ୍ରାମ ଅଫିସର୍ ପିଙ୍କି ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଜାତୀୟ ସେବା ଯୋଜନା ସମ୍ପର୍କରେ ବୁଝାଇଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ସ୍ଵତନ୍ତ୍ର ଶିବିରରେ ୫୦ ଜଣ ସ୍ଵେଚ୍ଛାସେବୀଙ୍କୁ ଆସନ୍ତା ଛଅ ଦିନ ପର୍ଯ୍ୟନ୍ତ ଚାଲିବ । ଅଧ୍ୟାପିକା ପିଙ୍କି ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ବେଲଗୁଣ୍ଠା: ତା -୩୦/୧୨(ବିଏମସି ଟିଭି ଓଡିଆ) ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୮୮ ମାଟ୍ରିକ ବେଚର ବନ୍ଧୁମିଳନ ଆଜି ଭଞ୍ଜନଗର ବନବିହାର ପରିସରରେ ଅନୁଷ୍ଠିତ ହେଇଯାଇଛି। ଏହି ଅବସରରେ ପ୍ରାୟ ୨୫ ଜଣ ସହପାଠୀ ନିଜ ନିଜର ପରିବାରକୁ ନେଇ ଏକତ୍ରିତ ହୋଇଥିଲେ ଓ କିଛି ବନ୍ଧୁ ଉପସ୍ଥିତ ହୋଇପାରିନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ଏହି ମିଳନ ଉତ୍ସବରେ ପ୍ରଥମେ ସମସ୍ତ ବନ୍ଧୁ ଭାଇଚାରା ଭାବ କରି ପୁରୁଣା ସ୍ମୃତିକୁ ମନେ ପକେଇଥିଲେ ଓ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ନିଜ ବ୍ୟକ୍ତିଗତ ଜୀବନୀ ବିଷୟରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ରକ୍ତଦାନ, ବୃକ୍ଷରୋପଣ ଓ ସାମାଜିକ ସେବା ଭଳି କାର୍ଯ୍ୟକ୍ରମ କରାଯିବା ସମ୍ପର୍କରେ ମତ ଦେଇଥିଲେ। ସମସ୍ତ ବନ୍ଧୁ ନିଜ ପରିବାର ସହିତ ଏକ ଗୀତ ନାଚ ଓ ସାଧାରଣ ଜ୍ଞାନର ଭଳି ଆସର ଜମିଥିଲା। ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ…
ବ୍ରହ୍ମପୁର : ତା -୩୦/୧୨ (ବିଏମସି ଟିଭି ଓଡ଼ିଆ) ବାଲେଶ୍ଵର ଜିଲ୍ଲାରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବର କାଗଜ ଅଭିନନ୍ଦନର ୧୭ତମ ବାର୍ଷିକ ଉତ୍ସବ ବାଲେଶ୍ଵର ସହରରରେ ଥିବା ଭେନ୍ୟା ପାରାଡାଇଜ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାରୁ ସୁନୀଲ କୁମାର ପ୍ରଧାନଙ୍କୁ ସମ୍ମାନିତ କରିଛନ୍ତି । ଭବ୍ୟ ଉତ୍ସବରେ ବରେଣ୍ୟ ଅତିଥି ଭାବେ ବାଲେଶ୍ଵର ପ୍ରେସ କ୍ଲବ ସଭାପତି ବିପ୍ଳବ କୁମାର ମହାନ୍ତି, ଫକୀର ମୋହନ ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ଡ. ଦେବାଶିଷ ପାତ୍ର , ବରିଷ୍ଠ ଆଇନଜୀବି ଅରବିନ୍ଦ ପାଢୀ , ସମ୍ପାଦକ ଅପରାହ୍ନ ବଂଶୀଧର ଜେନା , ବରିଷ୍ଠ କବି କାଳିକିଙ୍କର ଦାସ ଗହଣରେ ଏହି ଆଦର୍ଶ ସାମ୍ବାଦିକ ପ୍ରତିଭା ସମ୍ମାନ -୨୦୨୫ ପ୍ରଦାନ କରାଯାଇଥିଲା ।ସୁନୀଲ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଗଣ ଯୋଗାଯୋଗ ବିଭାଗର ପ୍ରଥମ ଛାତ୍ର ଏହି ସମ୍ମାନ ପାଇଁ ଖବର କାଗଜର ସମ୍ପାଦକ ଜଗଦୀଶ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।…
ସମ୍ବଲପୁର:ତା-୨୯/୧୨(ବିଏମସି ଟିଭି ଓଡିଆ) ଯାଜପୁରର ବିରାଜତ ଫାଉଣ୍ଡେସନ ପକ୍ଷରୁ ପଶ୍ଚିମ ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟିକ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକଙ୍କୁ ଅନୁଷ୍ଠାନର ପ୍ରଥମ ବାର୍ଷିକୋତ୍ସବରେ ରବିବାର ସମ୍ମାନିତ କରାଯାଇଛି। ପ୍ରକାଶ ଥାଉକି ଶ୍ରୀ ନାୟକଙ୍କ ଇତି ମଧ୍ୟରେ ୨୯ ଗୋଟି ପୁସ୍ତକ ସହ ଏବେ ଡିଡି ପ୍ରକାଶନୀ ପକ୍ଷରୁ ତାଙ୍କର ଆତ୍ମଜୀବନୀ ‘ଦୋ ଛକି ମଣିଷ’ ପ୍ରକାଶ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ ତାଙ୍କ ନାମରେ ଦେବଗଡ ଜିଲ୍ଲାର ଏକ କଲେଜ ମଧ୍ୟ ନାମିତ ହୋଇଛି। ତାଙ୍କୁ ଅଦ୍ୟାବଧି ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ଅନୁଷ୍ଠାନ ସମ୍ମାନିତ କରିଥିବା ବେଳେ ସେ ସମ୍ବାଦ ପକ୍ଷରୁ ମଧ୍ୟ ସମ୍ମାନିତ ହୋଇ ସାରିଛନ୍ତି। ଫାଉଣ୍ଡେସନର ବାର୍ଷିକୋତ୍ସବରେ ରାଜ୍ୟର ବିଶିଷ୍ଟ ସାହିତ୍ୟିକ ଓ ସମାଜସେବୀ ଡ଼.ପ୍ରଭାସ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଓ ପ୍ରାବନ୍ଧିକ ଡ଼.ଭବାନୀ ଶଙ୍କର ପଟେଲ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସମ୍ମାନିତ କରିଥିଲେ।ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ…
ବରଗଡ଼:ତା- ୨୯/୧୨ (ବିଏମସି ଟିଭି ଓଡ଼ିଆ) ବରଗଡ଼ ଜିଲ୍ଲାର ସର୍ବ ପୁରାତନ ଜର୍ଜ ହାଇସ୍କୁଲ ୧୯୭୮ ବ୍ୟାଚ ଛାତ୍ରଙ୍କ ବନ୍ଧୁ ମିଳନ ସ୍ଥାନୀୟ ଲା ଫ୍ଲୋରା ରିସଟ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ତଥା ଜିଲ୍ଲା ବାହାରେ ଅବସ୍ଥାନ କରୁଥିବା ଅନେକ ଛାତ୍ର ବିଭିନ୍ନ ସମସ୍ୟା ସତ୍ବେ ପୁରାତନ ସାଥିଙ୍କ ସହିତ ସାକ୍ଷାତ କରିବାକୁ ଆସିଥିବା ଛାତ୍ର ପିକୁ ମିଶ୍ର,ଡ଼ା ଲୁଲୁ ଦାଶ,ବେଲାଲସେନ ସରାଫ, ନିହାର ରଂଜନ ଦାଶ,ଡ଼ା ବିରଞ୍ଚି ପଣ୍ଡା, ରାଜକିଶୋର ମହାପାତ୍ର,ରବି ରଞ୍ଜନ ଦାସ, କୈଳାସ ପ୍ରଧାନ,ବିଜୁ ଶୁକ୍ଲା,ଦିଲିପ ଦାଶ,ମଧୂ ପଣ୍ଡା, ମନୋରଞ୍ଜନ ପୂଜାରୀ, ଅମିୟ ଭୋଇ,ଲୁଲୁ ରବିନ ଦାସ,ନିଲେଶ ଦେଶାଇ,ଦେବେନ୍ଦ୍ର ପାଣିଗ୍ରାହୀ,ମୁନୁ ରାୟଗୁରୁ, କାମଦେବ ପାତ୍ର,ରବି ପଟ୍ଟନାୟକ, ବିଜୟ ବେହେରା, ପ୍ରଦିପ ମହାପାତ୍ର, କିଶୋର ଦାଶ,ଆନନ୍ଦ ଭେଙ୍ଗରାଜ, ଦିନେଶ ଷଡ଼ଙ୍ଗୀ, ନରେନ୍ଦ୍ର ସାହୁ,ନଟବର ଶର୍ମା,ରିଷୀରାଜ ଶର୍ମା, ବିନୋଦ ବେରିବାଲ, ରାଜକୁମାର ଅଗ୍ରୱାଲ, ସତ୍ୟ ନାରାୟଣ ଶର୍ମା, ମିନକେତନ ରଥ, କୈଳାସ ବିଶ୍ଵାଳ,ଲକ୍ଷ୍ମୀ ରାଓ, ସୁରେଶ ଶର୍ମା, ବଟକୃଷ୍ଣ ଦାଶ,…
ସମ୍ବଲପୁର/ଗୋଡଭଗା:ତା.୨୯/୧୨(ବିଏମସି ଟିଭି ଓଡିଆ) ବରପାଲି ବ୍ଳକ ଆଗଲପୁର ହାଇସ୍କୁଲ ୨୦୧୧ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କ ଏକ ବନ୍ଧୁ ମିଳନ ଗାଇଖାଇ ନଦୀବନ୍ଧରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଦିବଂଗତ ସହପାଠୀମାନଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପୁରାତନ ଛାତ୍ରଛାତ୍ରୀମାନେ ନିଜ ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ବଖାଣି ଥିଲେ। ଦୀର୍ଘ ଦିନ ବିତିଗଲା ପରେ ସମସ୍ତେ ଏକଜୁଟ୍ ହୋଇ ବନ୍ଧୁ ମିଳନ ଆୟୋଜନ ମାଧ୍ୟମରେ ସମସ୍ତେ ମିଳିତ ହୋଇଥିବାରୁ ଖୁସିବ୍ୟକ୍ତ କରିଥିଲେ। ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଯାହାର କିଛି ଅସୁବିଧା ହେବ ସମସ୍ତେ ଏକଜୁଟ୍ ହୋଇ ଆଗାମି ଦିନରେ ସାହାଯ୍ୟର ହାତ ବଢ଼ାଇବାକୁ ସଙ୍କଳ୍ପ ନେଇଥିଲେ। ବୈଠକଟି ଭାଗ୍ୟବାନ ନାୟକଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିବା ବେଳେ ହେମକାନ୍ତ ସାହୁ ସ୍ବାଗତ ସହ ଧନ୍ୟବାଦ ଜଣାଇଥିଲେ। ସଭାରେ ହାରଧନ ବିଶି, ସୌଦାଗର ବେହେରା, ରାଜୁ ରଣା, ନୀଳମଣି ପାଇକ, ଶରତ ପାଇକ,…
ଭୁବନେଶ୍ଵର :ତା -୨୯/୧୨ (ବିଏମସି ଟିଭି ଓଡିଆ) ଭୁବନେଶ୍ଵର ଲୋହିଆ ଏକାଡେମୀ ଠାରେ ଜାତୀୟ ସମ୍ବାଦପତ୍ର ସମ୍ପାଦକ ସଂଘ, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ସାମ୍ବାଦିକତା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ସଂଘର ସଭାପତି ତଥା କାଳାନ୍ତର ଖବର କାଗଜର ସମ୍ପାଦକ ସୌ୍ମ୍ୟକାନ୍ତ ସାମନ୍ତରାୟ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଏହି କର୍ମଶାଳାରେ ଆଇ ଆଇ.ଏମ୍. ସି ଢେଙ୍କାନାଳ ର ପ୍ରଫେସର ମୃଣାଳ ଚାଟାର୍ଜୀ ଉଦଘାଟନ ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଓଡ଼ିଆ ଭାଷା ଓ ସାମ୍ୱାଦିକତା ଉପରେ ଅନେକତଥ୍ୟ ଓ ତାର ସାମଜଷ୍ୟ ଉପରେ ବ୍ୟକ୍ତବ ରେ କହିଥିଲେ। ବିଶିଷ୍ଟ ସୁ ସଂଗଠକ ସଂଗ୍ରାମ କେଶରୀ ସାମନ୍ତରାୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାମ୍ବାଦିକତା ଉପରେ ଅନେକ ଅଭିଭାଷଣରେ ମତ ରଖିଥିଲେ। ନିଷ୍ଟ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଡ଼କ୍ଟର ପ୍ରଜ୍ଞା ପାରମିତା ପାଢ଼ୀ, ବରିଷ୍ଠ ସାମ୍ୱାଦିକ ରବି ଦାସ, ନବୀନ ଖବର କାଗଜର ସମ୍ପାଦକ ରବି ରଥ, ସୂ…
ବେଲଗୁଣ୍ଠା:୨୬/୧୨(ବିଏମସି ନ୍ୟୁଜ ଓଡ଼ିଆ) ଗୃହପାଳିତ ପଶୁପକ୍ଷୀଙ୍କ ନିମନ୍ତେ ସରକାରଙ୍କ ତରଫରୁ ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ମାନଙ୍କୁ ଆବଶ୍ୟକୀୟ ରୋଗ ପ୍ରତିରୋଧକ ଟୀକା,ଇଞ୍ଜେକ୍ସନ ଏବଂ ଔଷଧ ଯୋଗାଇ ଦିଆଯାଇଥାଏ । କିନ୍ତୁ ବହୁ ସମୟରେ ଚାଷୀ ମାନଙ୍କୁ ସେମାନଙ୍କ ଗୃହପାଳିତ ପଶୁ ପକ୍ଷୀଙ୍କ ପାଇଁ ଆବଶ୍ୟକୀୟ ଔଷଧ ମିଳିନଥାଏ । ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଔଷଧ, ଇଞ୍ଜେକ୍ସନ ଆସୁନଥିବା ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ତରଫରୁ ସଫେଇ ଦିଆଯାଇଥାଏ । ଏନେଇ ବହୁ ସମୟରେ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଏବଂ ଚାଷୀଙ୍କ ମଧ୍ୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥାଏ । କିନ୍ତୁ ଆଜି ଏହାର ଏକ ବିପରୀତ ସ୍ଥିତି ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଲକ୍ ପାଇଲିପଡ଼ା ପଂଚାୟତ ଅନ୍ତର୍ଗତ ଜାଲଖାଇ ରାସ୍ତାରେ । ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଲକ୍ ମଙ୍ଗଳପୁର ଠାରୁ ଜାଲଖାଇ ରାସ୍ତାରେ ଜାଲଖାଇ ଗ୍ରାମ ଆରମ୍ଭରୁ ଏକ ବୁଦାରେ ପଶୁପକ୍ଷୀଙ୍କ ଟୀକାକରଣ ନିମନ୍ତେ ଉଦ୍ଦିଷ୍ଟ STERILE DILUENT…
ବେଲଗୁଣ୍ଠା-ତା -୨୭/୧୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ଥାନା ଘୁ. ନୂଆଗାଁ ଗ୍ରାମର ମାଁ ବର ପାହାନ୍ତି ଠାକୁରାଣୀ ଏବଂ ଶନି ମନ୍ଦିରରୁ ଚୋରି ଘଟଣାରେ ପୁଲିସ୍ ୪ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ମାନେ ହେଲେ ବେଲଗୁଣ୍ଠା ଥାନା ଇନ୍ଦ୍ରଗଡ଼ ଗ୍ରାମର ଆକାଶ ସ୍ୱାଇଁ, ଦେବାଶିଷ ଖଟେଇ,ଚାଟୁଲାଗ୍ରାମର ଶୁଭମ୍ ସ୍ଵାଇଁ, ଏବଂ ଖୁଖୁଣ୍ଡିଆଗ୍ରାମର ଶିବରାମ ନାୟକ ଅଭିଯୁକ୍ତଙ୍କଠାରୁ ପୁଲିସ୍ ମୋଟ ୯. ୪୪୮ କିଲୋ ଗ୍ରାମର୧୪ ଖଣ୍ଡ ତରଳା ଯାଇଥିିବା ରୂପା ଅଳଙ୍କାର,ପାଣି ପମ୍ପ, ମ୍ୟୁଜିକ ଡେକ୍,ଗୋଟିଏ ସ୍କୁଟି, ଗୋଟି ଏଟିଭିଏସ୍ ଜୁପିଟର ଓ ଗୋଟିଏଟିଭିଏସ୍ ସ୍ପୋର୍ଟସ ବାଇକ୍ ଜବତ କରିଛି। ଗିରଫ ପରେ ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି। ସୂଚନାପ୍ରକାରେ ଗତ ୧୨ ତାରିଖ ରାତିରେ ଅଭିଯୁକ୍ତମାନେ ମା’ ବରପାହାନ୍ତି ଠାକୁରାଣୀ ଏବଂ ଶନି ମନ୍ଦିରର ତାଲା ଭାଙ୍ଗି ଚୋରି କରିଥିଲେ। ପରଦିନ ଏ ନେଇ ମନ୍ଦିର କମିଟିର କମିଟି ସଦସ୍ୟମାନଙ୍କ ସହଆକୁଳାନନ୍ଦ ସାହୁ ବେଲଗୁଣ୍ଠା…
ବରଗଡ଼: ତା -୨୬/୧୨ (ବିଏମସି ଟିଭି ଓଡ଼ିଆ ) ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ବୀରାଧି ବୀର ବର ପ୍ରବଳ ପ୍ରତାପୀ ମଥୁରା ନରେଶ କଂସ ମହାରାଜଙ୍କ ଆଦେଶରେ, ଜର୍ଜ ହାଇସ୍କୁଲ, ମୀନା ବଜାର ପଡିଆରେ ନିଷ୍ଠା ପରିବାର ତରଫରୁ ତୃତୀୟ ଦିନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ପ୍ରବଳ ପ୍ରତାପୀ ମଥୁରା ନରେଶ କଂସ ମହାରାଜ ଉପସ୍ଥିତ ରହି ମା ସମଲେଇଙ୍କ ପୂଜାର୍ଚ୍ଚନା ପରେ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ।ଧନୁଯାତ୍ରା ଦେଖିବାକୁ ଆସିଥିବା ସମୟରେ ରକ୍ତଦାନ ପାଇଁ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।ତୃତୀୟ ଦିନରେ ବରଗଡ଼ ରକ୍ତଭଣ୍ଡାର ଦ୍ୱାରା ସର୍ବମୋଟ ୬୫ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିରଟିକୁ ନିଷ୍ଠା ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ସୁଚାରୁ ଓ ସୁସଂଗଠିତ ଭାବେ ପରିଚାଳନା କରିଥିଲେ।ସମସ୍ତ ରକ୍ତଦାତାମାନଙ୍କୁ ନିଷ୍ଠା ପରିବାର ତରଫରୁ କୃତଜ୍ଞତା ଜ୍ଞାପନ…
ବ୍ରହ୍ମପୁର:ତା -୨୭/୧୨ (ଵିଏମସି ଟିଭି ଓଡିଆ) ବଙ୍ଗଳାଦେଶରେ ହିନ୍ଦୁ ଭାଇ ଦିପୁ ଚନ୍ଦ୍ର ଦାସଙ୍କୁ ଯେଉଁ ଭଳି ଅମାନୁଷିକ ଭାବରେ ଜୀବନ୍ତ ପୋଡ଼ି ମାରି ଦିଆଗଲା ତାର ପ୍ରତିବାଦରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଗୁରୁବାର ଦିନ ଏକ ପଦ ଯାତ୍ରା ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରୁ ରାମ ଲିଙ୍ଗମ ଟେଙ୍କ ସ୍ଥିତ ଶ୍ରୀ ହନୁମାନ ମୂର୍ତ୍ତି ପାଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶା ରାଜ୍ୟରେ ନାରୀ ,ଶିଶୁ,ଏବେବି ଅସୁରକ୍ଷିତ ଅଛନ୍ତି।ଯେଉଁ ପର୍ଯ୍ୟନ୍ତ ଆମ ରାଜ୍ୟରୁ ବିଦେଶୀ ମାନଙ୍କୁ ତଡ଼ା ନ ଯାଇଛି ସେ ପର୍ଯ୍ୟନ୍ତ ଆମ ରାଜ୍ୟ ସୁରକ୍ଷିତ ନୁହେଁ ବୋଲି ବିଶ୍ଵ ହିନ୍ଦୁ ପରିଷଦ ର ସଭାପତି ଅଜିତ କୁମାର ମହାପାତ୍ର ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଶ୍ବହିନ୍ଦୁ ପରିଷଦ ସଭାପତି – ଅଜିତ କୁମାର ମହାପାତ୍ର,ବିଶ୍ବହିନ୍ଦୁ ପରିଷଦ ସମ୍ପାଦକ – ଜି ଶ୍ରୀନିବାସ ଆଚାରୀ,ବିଶ୍ବହିନ୍ଦୁ ପରିଷଦ ସମରସତା ପ୍ରମୁଖ ରବିନାରାୟଣ ବେହେରା,ବଜରଙ୍ଗ ଦଳ ସଂଯୋଜକ…
