ବ୍ରହ୍ମପୁର: ତା -୨୧/୧୨(ବିଏମସି ଟିଭି ଓଡ଼ିଆ) ବ୍ରହ୍ମପୁରର ବାର୍ଷିକୋତ୍ସବ -୨୦୨୫ ଓ ସାରସ୍ବତ ମିଳନ ବ୍ରହ୍ମପୁରସ୍ଥିତ ଶଶିଭୂଷଣ ରଥ ସରକାରୀ (ସ୍ବୟଂଶାସିତ) ମହିଳା ମହାବିଦ୍ୟାଳୟ ଠାରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅଶିରୁ ଉର୍ଦ୍ଧ୍ବ କବି ଓ ସାହିତ୍ୟିକ ଯୋଗଦାନ କରି ଏହି ଉତ୍ସବକୁ ଆଶାତୀତ ସଫଳତା ପ୍ରଦାନ କରିଥିଲେ । ବ୍ରହ୍ମପୁର ମୁନିସିପାଲ କର୍ପୋରେସନର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଉତ୍ସବର ଶୁଭୋଦ୍ଘାଟନ କରି ନିଜର ବକ୍ତବ୍ଯ ରଖିଥଲେ । ବି.ଜେ.ବି (ସ୍ବୟଂଶାସିତ) କଲେଜର ପ୍ରଫେସର ଡ. କାହ୍ନୁଚରଣ ପାଢ଼ୀ ବିଶିଷ୍ଟ ଅତିଥି ଭାବେ ଏହି ଉତ୍ସବରେ ଯୋଗଦାନ କରି ନିଜର ବକ୍ତବ୍ଯ ରଖିଥିଲେ । ଡ. ସଜୟ କୁମାର ପଣ୍ଡା, ମୁଖ୍ଯ ଅତିଥି ଭାବେ ଏବଂ ଶ୍ରୀଯୁକ୍ତ ଉମାକାନ୍ତ ରାଉତ ମୁଖ୍ଯବକ୍ତା ଭାବେ ନିଜର ବହୁମୂଲ୍ୟ ବକ୍ତବ୍ଯ ଉପସ୍ଥାପନ କରିଥିଲେ । ଡ. ରୋଜାଲିନି ସେନାପତି, ଡ. ଲକ୍ଷ୍ମୀନାରାୟଣ ଦାଶ, ଡ. ସୁମିତା ବେହେରା ପ୍ରମୁଖ…
Author: BMC NEWS ODISHA
ବୋଲଗଡ଼ ; ତା-୨୦/୧୨ ( ବିଏମସି ଟିଭି ଓଡ଼ିଆ) ଖୋଦ୍ଧା ଜିଲ୍ଲା ବୋଲାଗଡ଼ ବ୍ଲକ ଅନ୍ତର୍ଗତ ପିଚୁକୁଳି ନିକଟସ୍ଥ ଟିକାତାଳ ଅବସ୍ଥିତ ଶ୍ରୀ ରାମକୃଷ୍ଣ ସେବାଶ୍ରମ, ସମ୍ପ୍ରତି ଏକ ଶୀତକାଳୀନ ରିଲିଫ୍ ବଣ୍ଟନ ଶିବିର ଆୟୋଜନ କରାଯାଇଥିଲା। ଏହି ପଦକ୍ଷେପର ଲକ୍ଷ୍ୟ ଥିଲା କଠିନ ଶୀତ ଋତୁରେ ଅବହେଳିତ ବ୍ୟକ୍ତି ଏବଂ ଭିନ୍ନକ୍ଷମ ଲୋକମାନଙ୍କୁ ସହାୟତା ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମଟି ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ -ଏହି କାର୍ଯ୍ୟକ୍ରମ ସମୟରେ, ସେବାଶ୍ରମ ପକ୍ଷରୁ ଆବଶ୍ୟକ ଲୋକଙ୍କୁ ୧୦୦ଟି କମ୍ବଳ ବଣ୍ଟନ କରାଯାଇଥିଲା। ଏହି କମ୍ବଳଗୁଡ଼ିକ ପୁରୀର ରାମକୃଷ୍ଣ ମିଶନ ଆଶ୍ରମର ସଚିବ ସ୍ୱାମୀ ଆପ୍ତେଶ୍ୱରାନନ୍ଦ ମହାରାଜ ପ୍ରଦାନ କରିଥିଲେ। ଏହି ବଣ୍ଟନ ଅଭିଯାନ ସମ୍ପ୍ରଦାୟର ସବୁଠାରୁ ଦୁର୍ବଳ ସଦସ୍ୟମାନଙ୍କୁ ଥଣ୍ଡାରୁ ସୁରକ୍ଷା ପ୍ରଦାନ କରିବା ଉପରେ ଧ୍ୟାନ ଦିଆଯାଇଥିଲା।କାର୍ଯ୍ୟକ୍ରମରୁ ଅନ୍ତର୍ଦୃଷ୍ଟି -ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଶିକ୍ଷାବିତ୍ ପ୍ରସନ୍ନ କୁମାର…
ଭୁବନେଶ୍ୱର ; ତା-୨୧/୧୨ ( ବିଏମସି ଟିଭି ଓଡ଼ିଆ) ଭୁବନେଶ୍ୱର ସ୍ଥିତ ଧଉଳି ଥାନା ଅଞ୍ଚଳରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଚାକିରି ଦେବାକୁ ଡାକି ଜଣେ ୧୭ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୩ ଜଣ ଦୁର୍ବୃତ୍ତ । ରାଜଧାନୀର ସହିଦନଗର ଥାନା ଅଞ୍ଚଳରେ ଏମିତି ଘଟଣା ଘଟିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ କରି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ଅକ୍ଷୟ ଦାସ ଓ ସାହିଲ୍ ଖାନ୍ ।ପୁଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଅକ୍ଷୟ ଗତ କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଏକ ବିଜ୍ଞାପନ ଦେଇଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ, ଡାଟା ଏଣ୍ଟ୍ରି ଅପରେଟର ପାଇଁ ପିଲା ଆବଶ୍ୟକ । ଦରମା ୧୦ରୁ…
ବ୍ରହ୍ମପୁର: ତା -୨୦/୧୨ (ବିଏମସି ଟିଭି ଓଡ଼ିଆ) ଆମେ ଆପଣଙ୍କୁ ଜଣାଇବାକୁ ଆନନ୍ଦିତ ଯେ, ଆମେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଦ୍ବିତୀୟ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ (ଦିବା ଓ ରାତ୍ରି) ଆୟୋଜନ କରୁଛୁ । ଏହା ଏକ ସର୍ବ ଭାରତୀୟ -ସ୍ତରୀୟ କ୍ରୀଡା ଆୟୋଜନ ଯାହାର ଉଦ୍ଦେଶ୍ୟ କ୍ରୀଡାମନୋଭାବ, ଯୁବ ସଂଲଗ୍ନତା ଏବଂ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବା ପ୍ରଥମ ସଂସ୍କରଣର ଅପୂର୍ବ ସଫଳତା ପରେ, ଏହି ବର୍ଷର ଟୁର୍ଣ୍ଣାମେଣ୍ଟ ଆହୁରି ବଡ଼ ଓ ପ୍ରଭାବଶାଳୀ ହେବ ବୋଲି ଆମେ ଆଶା କରୁଛୁ, ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ଦଳ ଭାଗ ନେବେ ,ଏହି ଟୁର୍ଣ୍ଣାମେଣ୍ଟ ୨୫ ଡିସେମ୍ବର ୨୦୨୫ରୁ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ, ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ହେବ ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ, ଆମେ ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଐତିହ୍ୟକୁ ସମ୍ମାନ ଜଣାଇବା…
ବ୍ରହ୍ମପୁର: ତା -୨୦/୧୨ (ବିଏମସି ଟିଭି ଓଡ଼ିଆ) ଅଙ୍କୁଲି ସ୍ଥିତ ଭିବଜିଓର୍ ସ୍କୁଲ ର ନବମ ବାର୍ଷିକ ଉତ୍ସବ ଅବସରରେ ସାଂସଦ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ କରି ଗଢି ତୋଳିବା ଆମ ସମସ୍ତ ଙ୍କ ଗୁରୁ ଦାଇତ୍ୱ ବୋଲି ଉଦବୋଧନ ଦେବସହ ଭିବଜିଓର୍ ସ୍କୁଲ କମ ସମୟ ରେ ଭଲ ଶିକ୍ଷା ଯୋଗୁ ସୁନାମ ଅର୍ଜନ କରିପାରିଥିବାରୁ ପ୍ରଶଂସା କରିଥିଲେ । ବିଶିଷ୍ଟ ସମାଜସେବୀ ତଥା ମହାନ ସଂଘ୍ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅଭିଭାବକ ମାନେ ନିଜ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଓ ଉଚ୍ଚ ସଂସ୍କାର ଦେବା ସହ ମାଟି, ମା ଓ ମାତୃଭାଷା କୁ ଭଲପାଇ, ଦେଶ ମାତୃକା ର ସେବକ ଭାବେ ଗଢି ତୋଳିବା ଉଚିତ ବୋଲି ମତବ୍ୟକ୍ତ କରିବା ସହ ମା ମାନେ ପିଲା ଙ୍କୁ…
ବୋଲଗଡ଼ ; ତା-୨୦/୧୨ ( ବିଏମସି ଟିଭି ଓଡ଼ିଆ ) ଖୋଦ୍ଧା ଜିଲ୍ଲା ବୋଲଗଡ଼ ସ୍ଥିତ ସରକାରୀ ବାମନ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ୨୪ତମ ଜାନକୀ ପାଢ଼ୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ବୋଲଗଡ ଫ୍ରେଣ୍ରସ କ୍ଳବ ଆନୁକୂଲ୍ୟରେ ତଥା ବୋଲଗଡ଼ ମହୋତ୍ସବର ପ୍ରାକ୍ କାର୍ଯ୍ୟକ୍ରମ ଅଂଶ ବିଶେଷ ଭାବେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନ ଫାଇନାଲ ମ୍ୟାଚ୍ ଖୋର୍ଦ୍ଧା ଜିଲ୍ଲାର ପାଇକ ତିଗିରିଆ ଓ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟିର ଯଦୁମଣି କୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ ତିଆରିଆ ଦଳ ୨-୦ ଗୋଲରେ ଅଗ୍ରଣୀ ରହିଥିଲା । ୨ୟାର୍ଦ୍ଧରେ ଇଟାମାଟି ଦଳ ଗୋଟିଏଗୋଲ ପରିଶୋଧ କରିଥିଲାବେଳେ ପୁଣି ତିଗିରିଆଦଳ ଆଉ ଗୋଟିଏ ଗୋଲ ଦେଇ ଦଳକୁ ୩-୧ରେ ଅଗ୍ରଣୀ କରି ବିଜୟ ଲାଭ କରିଥିଲା । ଚମ୍ପିଆନ ପାଇକ ତିଗିରିଆଦଳକୁ ଆୟୋଜକ ଅନୁଷ୍ଠାନ ପକ୍ଷରୁ ରନିଂକପ ଓ…
ଅତାବିରା/ବରଗଡ଼: ତା-୨୦/୧୨(ବିଏମସି ଟିଭି ଓଡ଼ିଆ)ବରଗଡ଼ ଜିଲ୍ଲା ଅତାବିରା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆଞ୍ଚଳିକ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୁଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ୨୫ ତମ ଶ୍ରାଦ୍ଧବାର୍ଷିକୀ ଆଜି ଡିସେମ୍ବର ୨୦ ତାରିଖ ଶନିବାର ଅପରାହ୍ନ ୫ ଘଣ୍ଟା ସମୟରେ ଲାଦେର ପାଲି ଦେବୀ ମାଁ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ପ୍ରକୃତି ବନ୍ଧୁ ସୁବାଷ ପ୍ରଧାନଙ୍କ ଆବାହକତ୍ୱରେ ସମାଜସେବୀ ଦଖିଳ ପ୍ରଧାନଙ୍କ ସଭାପତିତ୍ବରେ କବି ଧର୍ମରାଜ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୂଖ୍ୟ ଅତିଥି ଭାବେ ରାମଚଣ୍ଡୀ ମନ୍ଦିର ସଭାପତି ସୁରେନ୍ଦ୍ର ସ୍ବାଇଁ, ମୁଖ୍ୟ ବକ୍ତା ସମାଜସେବୀ ଦିବାକର ପ୍ରଧାନ, ଆଞ୍ଚଳିକ ସାହିତ୍ୟ ପରିଷଦ୍ ର ସଭାପତି ଦଶରଥ ଭୋଇ, ସମ୍ପାଦକ ସୁରେନ୍ଦ୍ର କଠାର,ଡମ୍ବରୁଧର ପଧାନ,ପିଣ୍ଟୁପ୍ରଧାନ,ସରୋଜ ଗଡତିଆ ପ୍ରମୁଖ ଉପସ୍ଥିତ ରହି ଗୁରୁ ଭଗବାନ ସାହୁଙ୍କ ଫଟୋଚିତ୍ର…
ସମ୍ବଲପୁର/ଗୋଡଭଗା: ତା-୨୦/୧୨ (ବିଏମସି ଟିଭି ଓଡିଆ)ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ ଅନ୍ତର୍ଗତ କଳାମାଟି ପଞ୍ଚାୟତ ଅଧୀନ ଗୋଡଭଗା କେମ୍ପ୍ ସ୍ଥିତ ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତଦଶ ବାର୍ଷିକୋତ୍ସବ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନାଉରୀ ନାୟକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନୁଷ୍ଠିତ ସଭା ମଞ୍ଚରେ ମୁଖ୍ୟ ଅତିଥିଙ୍କ ସହ ମୁଖ୍ୟବକ୍ତା ଭାବରେ ଶିକ୍ଷାବିତ୍ ତଥା ସୁବକ୍ତା ରାମଚନ୍ଦ୍ର ଡନସନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କର୍ଣ୍ଣ, ସଂପାଦକ କୃଷ୍ଣଚନ୍ଦ୍ର ସାଥୁଆ ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର ବିଶ୍ୱାଳ ମଞ୍ଚାସୀନ ଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ପୁରସ୍କୃତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ଏହି ବାର୍ଷିକୋତ୍ସବରେ ସହସ୍ରାଧିକ ପିତାମାତା ଓ ସ୍ଥାନୀୟ ଅଞ୍ଚଳବାସୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ…
ବେଲଗୁଣ୍ଠା: ତା -୨୦/୧୨ (ବିଏମସି ଟିଭି ଓଡ଼ିଆ) ସରସ୍ଵତୀ ଶିଶୁ ବିଦ୍ୟା ଭବନ,ବେଲଗୁଣ୍ଠା ର ୨୯ ତମ ବାର୍ଷିକ ଖେଳକୁଦ ମହୋତ୍ସବ ଦୁଇ ଦିନ ଧରି ସ୍ଥାନୀୟ ବ୍ଲକ ପଡିଆ ରେ ମହାସମାରୋହ ରେ ପାଳିତ ହୋଇଯାଇଛି।ପ୍ରଥମ ଦିବସ ରେ ଶୂଳପାଣି ଶତପଥୀ(ଅବସର ପ୍ରାପ୍ତ ବନ ବିଭାଗ କର୍ମଚାରୀ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାରୀରିକ ଶିକ୍ଷା ର ଆବଶ୍ୟକତା ଉପରେ ପିଲାଙ୍କୁ ଉଦବୋଧନ ଦେଇ କ୍ରୀଡା ଉତ୍ସବ କୁ ଦୀପ ପ୍ରଜ୍ଜ୍ୱଳନ ସହିତ ଉଦଘାଟନ କରିଥିଲେ।ବିଶିଷ୍ଟ ଅତିଥି ଭାବେ ଅଭୟ କୁମାର ପ୍ରଧାନ (ଅତିରିକ୍ତ ଥାନା ଅଧିକାରୀ, ବେଲଗୁଣ୍ଠା) ଯୋଗଦେଇ ବ୍ୟାୟାମର ଉପକାରିତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର ଅଧ୍ୟକ୍ଷତା କରି ଶିକ୍ଷା ସହିତ ଶାରୀରିକ ଯୋଗ ବ୍ୟାୟାମ ଶରୀର ପାଇଁ ହିତକର ତାହା ପ୍ରତିପାଦନ କରିବା ସହିତ ଯୋଗ ବ୍ୟାୟାମର ଡ୍ରିଲ କରାଇଥିଲେ। ଅନୁଷ୍ଠାନ ର…
ବ୍ରହ୍ମପୁର: ତା-୧୯/୧ ୨ (ବିଏମସି ଟିଭି ଓଡ଼ିଆ) ଗତ କାଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଖାରବେଳ ଭବନରେ ଡାଇରେକ୍ଟର ମୁନିସିପାଲ ଆଡମିନିଷ୍ଟ୍ରେସନ ଅରବିନ୍ଦ ଡାକୁଆ, ଆଇଏଏସ ଙ୍କୁ ସାକ୍ଷାତ କରି ଜନଗଣନା କାର୍ଯକ୍ରମ ଆରମ୍ଭ ପରୀପ୍ରେକ୍ଷୀରେ କୌଣସି ଅଞ୍ଚଳର ପ୍ରଶାସନିକ ପରିସୀମା ପରିବର୍ତ୍ତନ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଥିବା ଡିସେମ୍ବର ୩୧ ତାରିଖ ପୂର୍ବରୁ ମିଶ୍ରଣ ନିମନ୍ତେ ଆବଶ୍ୟକୀୟ ପ୍ରକ୍ରିୟାକୁ ସାରି ବିଜ୍ଞପ୍ତି ଜାରି କରିବାକୁ ଅନୁରୋଧ ଜଣାଇଛି। ଏଠାରେ ସୂଚନାଯୋଗ୍ୟ ଯେ ୨୦୨୬ ରେ ଆଗାମୀ ଜନ ଗଣନା ଆରମ୍ଭ ହେବାକୁ ଥିବା ପରୀପ୍ରେକ୍ଷୀରେ ସରକାରଙ୍କ ତରଫରୁ ଯେ କୌଣସି ଗ୍ରାମ,ଗ୍ରାମ ପଞ୍ଚାୟତ , ବ୍ଲକ, ଉପଖଣ୍ଡ ତଥା ଜିଲ୍ଲା ସୀମା ନିର୍ଦ୍ଧାରଣ ଓ ପରିବର୍ତ୍ତନ ନିମନ୍ତେ ଡ଼ିସେମ୍ବର ୩୧ ତାରିଖ ପୂର୍ବରୁ ସାରିବାକୁ ନିର୍ଦ୍ଧେଶ ରହିଛି। ଏ ନେଇ ଡାଇରେକ୍ଟରଙ୍କୁ ଚେତେଇ ଦିଆଯିବା ସହ ଏଥିରେ ବିଳମ୍ବ ପ୍ରସଙ୍ଗକୁ…
ସମ୍ବଲପୁର:ତା.୨୦/୧୨(ବିଏମସି ଟିଭି ଓଡିଆ)ଶୋଷଣ, କଷଣ ଓ ଭେଦଭାଵରୁ ମୁକ୍ତି ସଂଗ୍ରାମରେ ତ୍ୟାଗ ଓ ଆତ୍ମଵଳିଦାନର ୧୦୦ଵର୍ଷ ପୁର୍ତ୍ତିରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟି ( ସିପିଆଇ)ର ଶତବାର୍ଷିକୀ ସମ୍ଵଲପୁର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଭାରତର କଷ୍ଟଲବ୍ଧ ସ୍ଵାଧୀନତା, ଗଣତନ୍ତ୍ର, ଏହାର ସମ୍ବିଧାନର ସୁରକ୍ଷା, ଶ୍ରମିକ ଶ୍ରେଣୀ, କୃଷକ, ଛାତ୍ର, ଯୁବ ଓ ମହିଳାଙ୍କ ଅଧିକାର ସୁରକ୍ଷା ପାଇଁ ଵାମପନ୍ଥୀ ଏକତା ସହ ଗଣତାନ୍ତ୍ରୀକ ଓ ଧର୍ମନିରପେକ୍ଷ ଦଳ ଓ ଶକ୍ତିମାନେ ଐକ୍ଯଵଦ୍ଧ ସଂଘର୍ଷରେ ସାମିଲ ହେବା ଜରୁରୀ ବୋଲି ସିପିଆଇ ରାଜ୍ୟ ସମ୍ପାଦକ କମ୍ରେଡ୍ ଡଃ ପ୍ରଶାନ୍ତ କୁମାର ମିଶ୍ର ଏହି ସମାରୋହକୁ ଉଦ୍ଘାଟନ କରି ଆହ୍ଵାନ ଦେଇଛନ୍ତି। ଦେଶରେ ପ୍ରଗତିଶୀଳ ଜନଵାଦୀ ସାହିତ୍ୟ, ସଂସ୍କୃତି ତଥା ସୃଷ୍ଟିର ଶ୍ରେଷ୍ଠ ପ୍ରାଣି ମଣିଷ ଉପରେ ସାମ୍ପ୍ରଦାୟିକ – ଫାସିଵାଦୀ ଆକ୍ରମଣ – “ଆମ ସମ୍ବିଧାନର ମୌଳିକ ବିଚାର ବିଭିନ୍ନତା ମଧ୍ୟରେ ଏକତା” କୁ କ୍ଷତାକ୍ତ କରୁଛି। ସାମ୍ପ୍ରଦାୟିକ ଫାସିଵାଦକୁ ମୁକାବିଲା କେବଳ…
ସମ୍ବଲପୁର:ତା.୨୦/୧୨ (ବିଏମସି ଟିଭି ଓଡ଼ିଆ)ଡିସେମ୍ବର ୧୮୫୭ମସିହାରେ କୁଦୋପାଲିର ରଣଭୂମିରେ ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ଗୌରବମୟ ଅଧ୍ୟାୟର ସାକ୍ଷୀ ହୋଇଥିଲା। ଏଠାରେ ଇଂରେଜ ଶାସନ ବିରୋଧରେ ପ୍ରଥମ ସମ୍ମୁଖ ଯୁଦ୍ଧ ହୋଇଥିଲା। ଯେଉଁଠାରେ ଇଂରେଜ ବାହିନୀ ପ୍ରତିରୋଧର ସମ୍ମୁଖୀନ ହୋଇ ପରାଜିତ ହୋଇଥିଲେ। ଏହି ଐତିହାସିକ ଯୁଦ୍ଧରେ ବୀର ଛବିଳ ସାଏଙ୍କର ପ୍ରଖର ରଣନୀତି, ଦୃଢ଼ ନେତୃତ୍ବ ଓ ସାହସିକ ପରିକଳ୍ପନା ଫଳରେ ସ୍ବାଧୀନତା ସଂଗ୍ରାମୀମାନେ ବିଜୟ ଲାଭ କରିଥିଲେ। ତଥାପି, ଏହି ପ୍ରଥମ ସମ୍ମୁଖ ଯୁଦ୍ଧରେ ଚାରିଜଣ ବୀର ସଂଗ୍ରାମୀ ବୀରଗତି ପ୍ରାପ୍ତ କରିଥିଲେ। ପ୍ରଥମ ଯୁଦ୍ଧର ବିଜୟ ଅବସରରେ ବିଜୟ ଉତ୍ସବ ପାଳନ ସହ ୪ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏକତ୍ରିତ ହୋଇଥିଲେ ସ୍ଥାନୀୟ ବାସିନ୍ଦା। ଏହି ସ୍ମୃତିକୁ ଉଜ୍ଜୀବିତ କରିବାକୁ ମହିଳା ଓ ଯୁବକମାନେ ଜାତୀୟ ପତାକା ଓ ମଶାଲ ଧରି ପଦଯାତ୍ରାରେ ବାହାରି ଥିଲେ । ଚାରିଦିଗରୁ ମଶାଲ ଧରି ଘାଟିକୁ ଆସୁଥିବା ଦୃଶ୍ୟ ଅତ୍ୟନ୍ତ…
