Author: BMC NEWS ODISHA

ବେଲଗୁଣ୍ଠା: ତା-୨୦/୧୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସ୍ୱାମୀବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ୨୩ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ ୪୯ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଦ୍ୟାଧର ବିଶୋଇ ଙ୍କ କର କମଳରେ ଶୁଭ ଉଦଘାଟନ ହୋଇଥିବା ବେଳେ ଏହି ଉଛବରେ ଅନୁଷ୍ଠାନ ର ସମ୍ପାଦକ ମାଧବ ଚନ୍ଦ୍ର ଆପଟ ଓ ସମାଜସେବୀ ଜ୍ୟୋତିରଞ୍ଜନ ନାୟକ ଯୋଗଦେଇ ମାନବ ଜୀବନ ର ସୁନ୍ଦର ସ୍ୱାସ୍ଥ୍ୟ ଓ ନିରୋଗୀ ଜୀବନଯାପନ ପାଇଁ ନିତାନ୍ତ ଆବଶ୍ୟକ କ୍ରୀଡା ବୋଲି ଶିଶୁ ଖେଳାଳି ଙ୍କୁ ଉଦବୋଧନ ଦେଇଥିଲେ. ଏଥିସହ ଅନୁଷ୍ଠାନ ର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ. ଯଥା ସୁଲୋଚନା ଡାକୁଆ. ପୂଜାରାଣୀ ଦଳେଇ. ଦୀପ ଦାସ. ଶୁଭସ୍ମିତା ଡାକୁଆ. ରାଜଲଷ୍ମୀ ଆପଟ. ଓ ଅନ୍ୟମାନେ ସହଯୋଗ ରେ ମହାଡମ୍ବର ରେ ଉଦ୍ଘାଟନ ହୋଇଯାଇଛି. ଏହି କ୍ରୀଡା ତିନିଦିନ ଧରି ଚଳିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି.…

Read More

ସମ୍ବଲପୁର/ବରପାଲି:ତା.୨୦/୧୨(ବିଏମସିଟିଭି ଓଡିଆ)ବରଗଡ଼ ଜିଲ୍ଲା ବରପାଲି ବ୍ଲକ କଟାପାଲି ପିଏମଶ୍ରୀ ବିଡିଏନ ଉଚ୍ଚ ବିଦ୍ୟାଳୟର କ୍ରୀଡା ଉତ୍ସବ ସମାପନ ହୋଇଯାଇଛି। ଉତ୍ସବରେ ୩୫୩ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଏହି ଅବସରରେ ଆନ୍ତର୍ଜାତୀୟ ମାଷ୍ଟର କ୍ରୀଡ଼ାବିତ ସନ୍ତୋଷ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ କ୍ରୀଡାର ଆବଶ୍ୟକତା ଓ ସ୍ବାସ୍ଥ୍ୟରକ୍ଷା ବିଷୟରେ ସଚେତନ କରିଥିଲେ। ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ତଥା ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଟ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ଭୋଇ ସଭାପତିତ୍ବ କରିଥିବା ବେଳେ ଶିକ୍ଷକ ଧୀରେନ୍ଦ୍ର ବିଶ୍ୱାଳ ମଞ୍ଚ ସଂଚାଳନ କରିଥିଲେ। ବିଦ୍ୟାଳୟର ଖେଳ ଶିକ୍ଷକ ସୁଦାମ ପଧାନ ପ୍ରତିଯୋଗିତାର ସମସ୍ତ ଖେଳ ପରିଚାଳନା କରିଥିଲେ। ଅବ୍ୟୟ ବର୍ଗାଇ ଓ ସୋଭାଗ୍ୟ ରଞ୍ଜନ ବିଶ୍ୱାଳ ପରିଚାଳନାରେ ସହଯୋଗ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ଗଣେଶ ଭୋଇ।…

Read More

ବୋଲଗଡ ; ତା-୧୯/୧୨ ( ବିଏମସି ଟିଭି ଓଡ଼ିଆ ) ବୋଲଗଡ଼ ବ୍ଲକ ର କବିତୀର୍ଥ ଭାବେ ପରିଚିତ ସାନପଦର ଗ୍ରାମର ବିଶିଷ୍ଟ କୃଷକନେତା ତଥା ଅବସରପ୍ରାପ୍ତ ସୈନିକ ସମାଜସେବୀ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଦଳାଇ ଙ୍କ ର ଏକାଦଶ ସ୍ମୃତିଚାରଣ ସମାରୋହ ବୃନ୍ଦାବତୀ କ୍ଲବ୍ ସଭାଗୃହ ଠାରେ ପୂର୍ଣ୍ଣଚନ୍ଦ୍ର ସ୍ମୃତି ସଂସଦ ର ସଭାପତି ରାଜକିଶୋର ବ୍ରହ୍ମା ଙ୍କ ଅଧ୍ୟକ୍ଷତା ଓ ସଂସଦ ର ସମ୍ପାଦକ ତଥା ଉଦଘୋଷକ ଶ୍ରୀକାନ୍ତ କୁମାର ନାୟକ ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ନୟାଗଡ ଜିଲ୍ଲା ର ପ୍ରାକ୍ତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବପ୍ରସାଦ ମଜୁମଦାର ଯୋଗଦେଇ ପୂର୍ଣ୍ଣଚନ୍ଦ୍ର ଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ସମସ୍ତ ଯୁବ ବର୍ଗ ପୂର୍ଣ୍ଣଚନ୍ଦ୍ର ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୁଅନ୍ତୁ ବୋଲି କହିଥିଲେ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଭାବେ ଆମରି ସତ୍ୟ ର ପ୍ରତିଷ୍ଠାତା ତଥା ବେଗୁନିଆ…

Read More

ସମ୍ବଲପୁର:ତା.୨୦/୧୨(ବିଏମସି ଟିଭି ଓଡିଆ)ଶିକ୍ଷା ହିଁ ଜୀବନର ମୂଳ ଆଧାର। ଶୈଶବ ଶିକ୍ଷା ଠାରୁ ଉଚ୍ଚ ଶିକ୍ଷା ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ଶିକ୍ଷଣୀୟ। ନିଜ ଭିତରେ ଏହାର ବାରମ୍ବାର ସମୀକ୍ଷା ଓ ଉପଯୋଗ କରିବା ପ୍ରୟାସ ଦ୍ୱାରା ଶିକ୍ଷାର ପରିପ୍ରକାଶ ହୋଇ ବିକାଶର ଦ୍ୱାର ଖୋଲିଥାଏ ବୋଲି ଜମନକିରା ବ୍ଲକ ଚିନିମହୁଲ ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବରେ ବକ୍ତାମାନେ ନିଜ ଅଭିଭାଷଣରେ କହିଛନ୍ତି। ଆଜି ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜମନକିରା ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ଖୁଣ୍ଟିଆ ମୁଖ୍ୟଅତିଥି, ଷଣ୍ଢପଥର ଏସେସଡ଼ି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ବଡରମା ସରପଞ୍ଚ ବିଜୟ କୁମାର ନାଏକ, ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ଜମନକିରା ଡିଗ୍ରୀ କଲେଜର ଅଧ୍ୟକ୍ଷ ଅରୁଣ ପଟେଲ ଯୋଗ ଦେଇଥିଲେ। ପ୍ରାରମ୍ଭରେ ମାଆ ସମଲେଶ୍ୱରୀଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ କରି…

Read More

ଖୋଦ୍ଧା / ବେଗୁନିଆ ; ତା-୧୯/୧୨ ( ବିଏମସି ଟିଭି ଓଡ଼ିଆ) ଖୋଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ସ୍ଥିତ ଅଟ୍ରି ଉଷ୍ଣ ପ୍ରସ୍ରବଣ ଠାରେ ଆସନ୍ତା ମକର ସଂକ୍ରାନ୍ତିଠାରୁ ମକର ମେଳା ଓ ମହୋତ୍ସବ ଅନୁଷ୍ଠିତ ହେବ, ସେଥିପାଇଁ ପ୍ରସ୍ତୁତି ବୈଠକ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବେଗୁନିଆ ତହସିଲଦାର ତାପସ କୁମାର ବିଶି ଙ୍କ ଆବାହକତ୍ୱରେ ବିଡିଓ ସନ୍ତୋଷ କୁମାର ଜେନା, ବ୍ଲକ ଅଧକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି , ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ କୁମାର ସାହୁ, ଉପନିବନ୍ଧକ ଅମିତ କୁମାର ସେଠି ଓ ବାଘମାରି ଥାନା ଅଧିକାରିଣୀ ସୁଚିତ୍ରା ଜେନା ପ୍ରମୁଖ ଯୋଗଦେଇଥିଲେ । ଏହି ମହୋତ୍ସବ ଆସନ୍ତା ଜାନୁଆରୀ ମାସର ୧୪ତାରିଖ ଠାରୁ ଆରମ୍ଭ ହୋଇ ୧୮ତାରିଖ ୨୦୨୬ ଯାଏଁ ଅନୁଷ୍ଠିତ ହେବ । ଏହି ମହୋତ୍ସବ ସ୍ଥଳକୁ ଯଥେଷ୍ଟ ଆଲୋକୀକରଣ, ପାନୀୟଜଳ ଓ ଯାତାୟାତ ସୁଗମ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି।…

Read More

ବୌଦ୍ଧ: ତା-୨୦/୧୨(ବିଏମସି ଟିଭି ଓଡ଼ିଆ) ବୌଦ୍ଧଜିଲ୍ଲା ବୌଦ୍ଧ ବ୍ଲକ ବହିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଦେଇପୁର ଗ୍ରାମରେ ବଉଳ ଅମାବାସ୍ୟା ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଶ୍ରୀଶ୍ରୀ ଭଗବତ ନାଟ୍ୟ ସଂସଦ ଆନୁକୂଲ୍ୟରେ ଶୁକ୍ରବାର ସାମାଜିକ ନାଟକ”ବଞ୍ଚିବାକୁ ଏଠି ଡର ଲାଗୁଛି”ମଞ୍ଚସ୍ଥ ହୋଇଯାଇଛି। ହଳଧର ଦନାୟକ ନାଟକକୁ ନିର୍ଦ୍ଦେଶନା ଦେଇଥିଲେ। ବନମାଳୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ତଥା ଯୁବ ସଂଗଠକ ସୁଶାନ୍ତ ବାଘ, ଯୁବନେତା ଶ୍ରୀତମ ଡାଙ୍ଗ, ମହେଶ ମେହେର, ମଣ୍ଟୁ ସାହୁ, ସଭାପତି କ୍ଷୀରୋଦ ବେହେରା, କୋଷାଧ୍ୟକ୍ଷ ବଳରାମ ସାହୁ, ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଘନଶ୍ୟାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସଂସଦର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Read More

ସମ୍ବଲପୁର:ତା.୨୦/୧୨ (ବିଏମସି ଟିଭି ଓଡିଆ)ପ୍ରତ୍ୟେକ ବିଦ୍ୟାର୍ଥୀ କଠିନ ପରିଶ୍ରମ ସାଙ୍ଗକୁ ଶୃଙ୍ଖଳା, ସଂସ୍କାର ସହିତ ପାଠ ପଡ଼ିଲେ ଜୀବନରେ ସଫଳତା ହାସଲ କରିଥାଏ ବୋଲି ଜମନକିରା ବ୍ଲକ୍ ବଡରମା ପଞ୍ଚାୟତ ଅଧିନସ୍ଥ ଷଣ୍ଢପଥର ପିଏମ୍ ଶ୍ରୀ ହାଇସ୍କୁଲ୍‌ର ବାର୍ଷିକୋତ୍ସବର ଦ୍ବିତୀୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ ଏହା କହିଛନ୍ତି।ସେହିପରି ଆୟୋଜିତ ସଭାରେ ଜଣେ ୧୧ ବର୍ଷର ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଭା ଅର୍ଣ୍ଣବ ଦେହୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା ସହିତ ଯେ କୌଣସି ସ୍ତରରେ ନିପୁଣ ପ୍ରତିଭାର ଅଧିକାରୀ ହୋଇ ସ୍କୁଲ ଓ ଗାଁ ମାଟିର ପରିଚୟ ତିଆରି କରିବାକୁ କହି ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନଶିକ୍ଷକ ରାଜେନ୍ଦ୍ର ଜଗତଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଫାଶୀମାଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷା…

Read More

କବିସୂର୍ଯ୍ୟନଗର: ତା -୧୯/୧୨ (ବିଏମସି ଟିଭି ଓଡ଼ିଆ) କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୯ଶ ବାର୍ଷିକୋତ୍ସବ କନକ ମଞ୍ଜରୀ ପାଠାଗାର ଠାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରେସ୍ କ୍ଲବର ବାର୍ଷିକୋତ୍ସବରେ ସଭାପତି ସମରଜିତ୍ ମହାନ୍ତି ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ ସହିତ ସମ୍ପାଦକୀୟ ପାଠ କରିଥିଲେ । ମୁଖ୍ଯ ଅତିଥି ଭାବରେ ପୂର୍ବତନ ନଗରପାଳ ମନୋରଞ୍ଜନ ମହାପାତ୍ର,ସମ୍ମାନିତ ଅତିଥି ଭାବରେ ବିଇଓ ଅଭିମନ୍ୟୁ ସାହୁ,ଯୁବ ବିଜେଡି ରାଜ୍ଯ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା,ବରିଷ୍ଠ ସାମ୍ବାଦିକ ଯୋଗୀ ଚରଣ ମିଶ୍ର,ମୁଖ୍ଯ ବକ୍ତା ଭାବରେ ସମଦୃଷ୍ଟିର କାର୍ଯ୍ଯନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁ,ସମ୍ମାନିତ ବକ୍ତା ଭାବରେ ତ୍ରିଧାରା ସାହିତ୍ୟ ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ” ଦୁର୍ନୀତି ହିଁ ବିକାଶର ବାଧକ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଦୁର୍ନୀତି ଏକ ବ୍ୟାଧି,ଦୁର୍ନୀତି ଉପରସ୍ତରରୁ ତଳସ୍ତର ପର୍ଯ୍ୟନ୍ତ ଲମ୍ବିଛି। ଭିଜିଲାନ୍ସ କେବଳ ପ୍ରତିବର୍ଷ ଦୁର୍ନୀତି…

Read More

ବେଲଗୁଣ୍ଠା: ତା -୧୯/୧୨(ବିଏମସି ଟିଭି ଓଡ଼ିଆ) ବେଲଗୁଣ୍ଠା ବ୍ଳକ୍ ଆମ୍ବପୁଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ-୨୦୨୫ ଉଦ୍ଘାଟିତ ହୋଇଯାଇଛି । ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରି ଲୋପାମୁଦ୍ରା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାର ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିକଟରେ ଶୃଙ୍ଖଳିତ ଖେଳୁଆଡ଼ ମନୋବୃତ୍ତି ରହିବା ଉଚିତ୍ ବୋଲି ଛାତ୍ରଛାତ୍ରୀଙ୍କୁ ପରମର୍ଶ ଦେଇଥିଲେ । ସେହିପରି ଗୋଷ୍ଠୀ ଶିକ୍ଷା ଅଧିକାରି ଶ୍ରୀମତୀ ରଥ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ, ସାମାଜିକ, ଶାରୀରିକ, ମାନସିକ ଏବଂ ଆବେଗିକ ବିକାଶରେ କ୍ରୀଡା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଯୁବ ସମାଜସେବୀ ତଥା ବିଧାୟକ ପ୍ରତିନିଧି ଜିତେନ୍ଦ୍ର ନାୟକ ପ୍ରମୁଖ…

Read More

ବୋଲଗଡ଼ ; ତା-୧୫/୧୨ (ବିଏମସି ଟିଭି ଓଡ଼ିଆ ) ଭୁବନେଶ୍ୱର ସ୍ଥିତ ୟୁନିଟ୍ ୧ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ୩୪ତମ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଜୁନିଅର ରେଡ଼କ୍ରସ ପ୍ରଶିକ୍ଷଣ ଓ ତାଲିମ ଶିବିର ରେ ଅନୁଷ୍ଠିତ ପ୍ରଦର୍ଶନୀ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଅସରଳା ସ୍ଥିତ ହରିହର ବିଦ୍ୟାପୀଠରେ ସୋମବାର ଦିନ ଆୟୋଜିତ ଉତ୍ସବରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥି, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନଶିକ୍ଷକ କ୍ଷେତ୍ରମୋହନ ରଣା ସଭାପତି ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ୩ଛାତ୍ର ମଳୟ ରଞ୍ଜନ ପ୍ରଧାନ, ବିଶ୍ୱଜିତ ବେହେରା, ଓମ୍ ପ୍ରତାପ ଚମ୍ପତି ଙ୍କୁ ଗୋଷ୍ଠୀ…

Read More

ବ୍ରହ୍ମପୁର: ତା -୧୯/୧୨ (ବିଏମସି ଟିଭି ଓଡ଼ିଆ) ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ ଙ୍କ ଦିନିକିଆ ବ୍ରହ୍ମପୁର ଗ୍ରସ୍ତ ଅବସରରେ ସ୍ଥାନୀୟ ଶୀତଳାପଲ୍ଲୀ ଠାରେ ବ୍ରହ୍ମପୁର ର ଅନ୍ତର୍ଜାତୀୟ ଷ୍ଟାଡିଅମ,ସମ୍ମନିତ କ୍ରୀଡା ସରଂଚନା, ବ୍ରହ୍ମପୁର ଠାରେ ପ୍ରଦର୍ଶନୀ ପଡିଆ,ଅନ୍ତର୍ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର,ସ୍ଥାପନ ସମ୍ବଧୀୟ ଦାବିପତ୍ର ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଙ୍କୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଓ ସାମୁହିକ ବିକାଶ ପାଇଁ ଅନୁରୋଧ କରିଥିଲେ ଶ୍ରୀ କେ ଅନିଲ କୁମାର। ବ୍ରହ୍ମପୁର ରୁ କାଳି ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।

Read More

ବ୍ରହ୍ମପୁର: ତା -୧୮/୧୨ (ବିଏମସି ଟିଭି ଓଡ଼ିଆ) (ସୁଦେଶ ପାତ୍ର): ଯୁବ ପ୍ରତିଭାମାନଙ୍କୁ ଦେଶର ସୁରକ୍ଷା ପାଇଁ ଜାତୀୟ ସ୍ରୋତରେ ସାମିଲ କରିବା ପାଇଁ ଏଆଇସିସିର ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଜୋନ ସ୍ତରୀୟ ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ପୂର୍ବତନ ବିଧାୟକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଲଲାଟେନ୍ଦୁ ମହାପାତ୍ର ପ୍ରକାଶ କରିଛନ୍ତି । ଶ୍ରୀ ମହାପାତ୍ର ବର୍ତ୍ତମାନ ଦେଶରେ ସାମ୍ୱିଧାନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଷୁଡ଼ି ଯାଇଛି ଏବଂ ଦେଶରେ ଏକଛତ୍ରବାଦ ଶାସନ ଚାଲିଛି। ଦେଶର ସୁରକ୍ଷା ପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ଦେଶସାରା ଜୋରଦାର ଲଢ଼େଇର ଆବଶ୍ୟକତା ରହିଛି ବୋଲି କହିଥିଲେ । ବ୍ରହ୍ମପୁର କଂଗ୍ରେସ ଭବନର ବାପୁଜୀ ଆଶ୍ରମ ପରିସରରେ ଆୟୋଜିତ ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଭୋଟ ଚୋରି ଓ ବେକାରୀ ସମସ୍ୟାର ସମାଧାନ ଉପରେ ଉପସ୍ଥିତ ଥିବା ଯୁବ ପ୍ରତିଭାମାନେ ତର୍କ…

Read More